• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରେଳ

ରେଳବାଇ ଅବହେଳା ପ୍ରତିବାଦରେ ବିଜେଡ଼ିର ଅର୍ଥନୈତିକ ଅବରୋଧ

December 18, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୮(ଓଡିଶା ଡଟ୍ କମ୍)-ବିଜୁ ଯୁବ ଜନତା ଦଳ ଆହ୍ୱାନରେ ଆଜି କେନ୍ଦ୍ର କଂଗ୍ରେସ ସରକାର ଓଡ଼ିଶାର ରେଳ ବିକାଶ ପ୍ରତି ପୋଷଣ କରୁଥିବା ଚରମ ଅବହେଳା ପ୍ରତିବାଦରେ ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ରେଳଡ଼ବା ମରାମତି କାରଖାନାକୁ ଅର୍ଥନୈତିକ ଅବରୋଧ କରିବା ସହ ବିଜୁ ଯୁବ ଜନତା ଦଳ ନେତା ଓ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

bjd youth dharana

ଓଡ଼ିଶାରେ ଦ୍ରୁତ ଶିଳ୍ପାୟନ, ବନ୍ଦର ସଂଯୋଗୀକରଣ ଓ ମାଓ ପ୍ରବଣ ଅଞ୍ଚଳରେ ରେଳ ସଂଯୋଗୀକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ପାଖରେ ୨୦୧୨-୧୨ ଆର୍ଥିକ ବର୍ଷ ପାଇଁ ୨୩୪୫କୋଟି ଟଙ୍କାର ବ୍ୟୟ ବରାଦ ପାଇଁ ପ୍ରସ୍ତାବ ରଖିଥଲେ ।

ତେବେ କେନ୍ଦ୍ର ରେଳ ମନ୍ତ୍ରଣାଳୟ ମାତ୍ର ୭୨୩କୋଟି ଟଙ୍କା ବ୍ୟବସ୍ଥା କରିଥିଲେ । ଓଡ଼ିଶାର ନିର୍ମାଣଧୀନ ରେଳ ପ୍ରକଳ୍ପ ଗୁଡ଼ିକ ବାଧାପ୍ରାପ୍ତ ହୋଇଥିବା ବେଳେ ବ୍ୟୟବରାଦ ଅର୍ଥରୁ ଗତ ଜୁନ୍ ମାସରେ ୧୮୬କୋଟି ଓ ସେପ୍ଟେମ୍ବର ମାସରେ ୩୪କୋଟି ଘୋଷିତ ବଜେଟରୁ କାଟି ଦିଆଯାଇଥିଲା ।

ବର୍ତ୍ତମାନ ପୁଣି ଏଭଳି ନଗଣ୍ୟ ବ୍ୟୟ ବରାଦରୁ ୬୦କୋଟି କାଟିବା, କେନ୍ଦ୍ର ରେଳବାଇ ବିଭାଗର ଓଡ଼ିଶାପ୍ରତି ଏହା କେବଳ କ୍ରମାଗତ ଅବିଚାର ନୁହେଁ, ବରଂ ଚରମ ଉପହାସ କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ସରକାରୀ ଉପମୁଖ୍ୟ ସଚେତକ ସଂଜୟ ଦାସବର୍ମା କହିଥିଲେ ।

ଦାସବର୍ମାଙ୍କ ନେତୃତ୍ୱରେ ୨୦୦୦ରୁ ଉର୍ଦ୍ଧ୍ଵ କର୍ମୀ ସାମିଲ୍ ହୋଇ ମଞ୍ଚେଶ୍ୱର ରେଳଡ଼ବା ମରାମତି କାରଖାନାକୁ ଅଚଳ କରି ଦେଇଥିଲେ । ମୁଖ୍ୟ ଫାଟକକୁ ଅବରୋଧ କରିବା ଫଳରେ କର୍ମ·ରୀମାନେ କାର୍ଯ୍ୟରେ ଯୋଗଦେଇ ପାରିନଥିଲେ ମଧ୍ୟ ଦଳର ଏଭଳି ଓଡ଼ିଶା ସ୍ୱାର୍ଥ ସମ୍ବଳିତ ଦାବିକୁ ପରୋକ୍ଷରେ ସମର୍ଥନ ଜଣାଇଥିଲେ ।

କେନ୍ଦ୍ର ସରକାରଙ୍କର ଏଭଳି ଓଡ଼ିଶା ବିରୋଧି ବୈମାତୃକ ମନୋଭାବ ବିରୁଦ୍ଧରେ ବିଜୁ ଜନତା ଦଳ ରାଜ୍ୟବ୍ୟାପି ଆନ୍ଦୋଳନ ଡ଼ାକରା ଦେଇ ଆଜି ଭୁବନେଶ୍ୱରରୁ ଶୁଭାରମ୍ଭ କରୁଛି । ଏହି ଆନ୍ଦୋଳନ ଆଗାମୀ ଦନରେ ପଲ୍ଳୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପକ କରାଯିବ ।

କେନ୍ଦ୍ର ରେଳବାଇ ସର୍ବାଧିକ ରାଜସ୍ୱ ପାଉଥିବା ବେଳେ ଓଡ଼ିଶାରେ ରେଳ ବିକାଶକୁ ଗତିରୋଧ କରିବା ପାଇଁ ଯେଉଁ ଷଡ଼ଯନ୍ତ୍ର କରୁଛନ୍ତି ଏହାକୁ ରାଜ୍ୟବାସୀ କଦାପି ଗ୍ରହଣ କରୁନାହାଁନ୍ତି ଏବଂ ଆଗାମୀ ଦିନରେ ଏଭଳି ଏକ ରାଜ୍ୟବିକାଶ ବିରୋଧି କେନ୍ଦ୍ର ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦୃଢ ଜବାବ ଦେବେ ବୋଲି ଦାସବର୍ମା ଚରମ ଚେତାବନୀ ଜଣାଇଛନ୍ତି ।

ପୁଲିସ୍ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ସମସ୍ତ ବିଧାୟକ, ମେୟର ଓ ୭୦୦ରୁ ଉଦ୍ଧ୍ୱର୍ କର୍ମୀମାନଙ୍କୁ ଗିରଫ କରି ଭୁବନେଶ୍ୱର ପୋଲିସ୍ ରିଜର୍ଭ ଲାଇନ୍ ମୁକ୍ତ ଆକାଶ ଜେଲ୍ରେ ବନ୍ଦୀକରି ରଖିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ, ଓଡିଶା ଖବର Tagged With: କେନ୍ଦ୍ର ସରକାର, ବିଜେଡ଼ି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ରେଳ

ମରୁଡ଼ି ଘୋଷଣା, ରେଳବାଇ ଅବହେଳା ନେଇ ହଟ୍ଟଗୋଳ

March 15, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୫(ଓଡ଼ିଶା ଡ଼ଟ୍ କମ୍) ବଜେଟ୍ ଅଧିବେଶନରଦ୍ୱିତୀୟ ପର୍ଯ୍ୟାୟରଦ୍ୱିତୀୟଦିନ ଗୁରୁବାର ବିଧାନସଭାରେ ମରୁଡ଼ି ଘୋଷଣା ଏବଂ ରେଳ ବଜେଟ୍ରେ ଓଡ଼ିଶାକୁ ଅବହେଳା ପ୍ରସଙ୍ଗ ନେଇ ଗୃହରେ ହଟ୍ଟଗୋଳ ହେବା ସହ ବାରମ୍ବାର ମୁଲତବୀ ହୋଇଛି ।

ଏହି ଦୁଇ ପ୍ରସଙ୍ଗକୁ ନେଇ ଉଭୟ ସରକାରୀ ଓ ବିରୋଧୀ ଦଳ ସଭ୍ୟମାନେ ହଟ୍ଟଗୋଳ କରିଥିଲେ ।
ଫଳରେ ବାଚସ୍ପତିଙ୍କୁ ଗୃହକୁ ତିନିଥର ମୁଲତବୀ ଘୋଷଣା କରିଥିଲେ ।

ପ୍ରଶ୍ନକାଳ ଆରମ୍ଭ ହେବା ପରେ ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ ମରୁଡ଼ି ଘୋଷଣା ପ୍ରସଙ୍ଗ ଉଠାଇ ସରକାର ଗୃହକୁ ବିଶ୍ୱାସନକୁ ନନେଇ ଗୃହ ବାହାରେ ମରୁଡ଼ିଘୋଷଣା କରିଛନ୍ତି ବୋଲି କହିଥିଲେ ।

ଏହାଦ୍ୱାରାଗୃହର ମର୍ଯ୍ୟ।ଦା ହାନି ହୋଇଛି । ତେଣୁ ବାଚସ୍ପତି କାର୍ଯ୍ୟକ୍ରମକୁ ବାତିଲ କରି ଏହି ପ୍ରସଙ୍ଗ ଉପରେ ଆଲୋଚନା କରନ୍ତୁ । ଗୃହ ବାହାରେ ସରକାର କାହିଁକି ଘୋଷଣା କଲେ ତାହାର ସଠିକ୍ ଜବାବ୍ ଦିଅନ୍ତୁ ବୋଲି ସେ କହିଥିଲେ ।

ବିରୋଧୀ ଦଳ ନେତା ନିଜର ବକ୍ତବ୍ୟ ଦେଉଥିବା ବେଳେ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟ
ଭାଗକୁ ଆସି ବିଭିନ୍ନ ସ୍ଲୋଗାନ ଦେଇ ରାଜସ୍ୱମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ।

ହଟ୍ଟଗୋଳ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲୁରହିଥିଲା ଏବଂ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗ
ଉପରେ  ଆଲୋଚନା ହୋଇଥିଲା ।

ହଟ୍ଟଗୋଳ ଯୋଗୁଁ ବାଚସ୍ପତି ମାତ୍ର ୧୫ ମିନିଟ୍ ପରେ ୧୦.୪୫ରୁ ୧୧.୫୦ ଯାଏ ଗୃହକୁ ମୁଲତବୀ ରଖିଥିଲେ । ପରେ ପୁଣି ଗୃହ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ବିରୋଧୀ କଂଗ୍ରେସ ସଭ୍ୟମାନେ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଉଠିବାକୁ ବାଚସ୍ପତିଙ୍କ ଚୌକି ଚାରିପଟରେ ଘେରି ରହିଥିଲେ ।

ତେବେ ସରକାରୀ ଦଳର ସଭ୍ୟମାନେ ଓଡ଼ିଶା ପ୍ରତି ରେଳବାଇର ଅବହେଳା ପ୍ରତିବାରେ ସ୍ଲୋଗାନ
ଦେଇଥିଲେ । ପୁଣି ବାଚସ୍ପତି ଗୃହକୁ ଆସିବା ପରେ ବିରୋଧୀ ଦଳର ସଭ୍ୟମାନେ ମରୁଡ଼ି ଘୋଷଣାପ୍ରସଙ୍ଗ ଓ ସରକାରୀ ଦଳର ସଭ୍ୟମାନେ ଓଡ଼ିଶା ପ୍ରତି ରେଳବାଇର ଅବହେଳା ପ୍ରସଙ୍ଗକୁ ନେଇ ସ୍ଲୋଗାନ୍ ଦେଇଥିଲେ ।

ହଟ୍ଟଗୋଳ ଲାଗିରହିବାରୁ ବାଚସ୍ପତି ମାତ୍ର ୩ମିନିଟ୍ ପରେ ୧୧.୫୩ ରେ ଗୃହକୁ ୧୦ ମିନିଟ୍ ପାଇଁ ମୁଲତବୀ ରଖିଥିଲେ । ପୁଣି ୧୨.୩ରେ ଗୃହକାର୍ଯ୍ୟ ଆରମ୍ଭ ହେବାବେଳେ ବିରୋଧୀଦଳ ସଭ୍ୟମାନେ ପୁଣି ପୋଡିୟମ ଦାଖଲ କରିବାକୁ ଉଦ୍ୟମ କରିଥିଲେ ।

ବିରୋଧି ବିଧାୟକମାନେ ହଟ୍ଟଗୋଳ ଜାରି ରଖିବାରୁ ବାଚସ୍ପତି ଗୃହକୁ ୩ଟା ପର୍ଯ୍ୟନ୍ତ ମୁତଲବୀ
ଘୋଷଣା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମରୁଡି, ରେଳ

ରେଳ ବଜେଟ୍ରେ ଓଡ଼ିଶାକୁ ୧୪ଟି ନୂତନ ଟ୍ରେନ

March 14, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆିଲ୍ଲୀ, ମାର୍ଚ୍ଚ୧୪ (ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ରେଳମନ୍ତ୍ରୀ ଦିନେଶ ତ୍ରିବେଦୀ ବୁଧବାର ସଂସଦରେ ୨୦୧୨-୧୩ ଆର୍ଥିକ ବର୍ଷ ପାଇଁ ରେଳ ବଜେଟ ଉପସ୍ଥାପନ କରିଥିବା ବେଳେ ଓଡ଼ିଶା ପାଇଁ ୧୪ଟି ନୂତନ ଟ୍ରେନ୍ର ବ୍ୟବସ୍ଥା କରାଯାଇଛି ।

ନୂତନ ଟ୍ରେନ୍ ଗୁଡ଼ିକ ହେଲା ପୁରୀ-ବିକାନେର ଭାୟା ଝାରସୁଗୁଡ଼ା(ସାପ୍ତାହିକ), ଭୁବନେଶ୍ୱର- ଭବାନୀପାଟଣା ଭାୟାବିଜୟନଗରମ୍ (ଦୈନିକ), ସିକନ୍ଦରାବା-ରଭଙ୍ଗା(ସପ୍ତାହକୁ ୨ଥର), ପୁରୀ-ଯଶୱନ୍ତପୁର ଗରିବ ରଥ(ସାପ୍ତାହିକ), ଭୁବନେଶ୍ୱର-ତିରୁପତି ଏକ୍ସପ୍ରେସ(ସାପ୍ତାହିକ) ।

ଶାଲିମାର-ଚେନ୍ନାଇ ଭାୟା ଭୁବନେଶ୍ୱର, ଦୁର୍ଗ-ଟିଟିଲାଗଡ଼-ଜଗଲପୁର, ସିକନ୍ଦରାବାଦ-ଶାଲିମାର, ବଡ଼ବିଲ-ଚକ୍ରଧରପୁର ଇଂଟରସିଟି, ପୁରୀ-ଚେନ୍ନାଇ(ସାପ୍ତାହିକ), ଆସାନସୋଲ-ଚେନ୍ନାଇ ଭାୟା ସମ୍ବଲପୁର, ବିଶାଖାପାଟଣା-ଲୋକମାନ୍ୟତିଲକ ଭାୟା ଝାରସୁଗୁଡ଼ା, ବିଙ୍ଗିରିପୋଷି-ବାରିପଦା ଡ଼ିଏମ୍ୟୁ ।

ସେହିପରି ତିନୋଟି ଟ୍ରେନ୍କୁ ସଂପ୍ରସାରଣ କରାଯାଇଛି । ସେଗୁଡ଼ିକ ହେଲା ହାୱଡ଼ା-କୋରାପୁଟ ସମଲେଶ୍ୱରୀ ଏକ୍ସପ୍ରେସ ଜଗଲପୁର ପର୍ଯ୍ୟନ୍ତ, ରାୟପୁର-କେସିଙ୍ଗା ପାସେଞ୍ଜର ଟ୍ରେନ୍
ଭବାନୀପାଟଣା ପର୍ଯ୍ୟନ୍ତ ଏବଂ ଭୁବନେଶ୍ୱର-ଝାରସୁଗୁଡ଼ା ରାଜ୍ୟରାଣୀ ଏକ୍ସପ୍ରେସ ରାଉରକେଲା
ପର୍ଯ୍ୟନ୍ତ ଯିବ ।

ଗଞ୍ଜାମ ଜିଲ୍ଲା ସୀତାପାଲୀରେ ରେଳଡ଼ବା କାରଖାନା ସ୍ଥାପନ କରିବା ପାଇଁ ରେଳମନ୍ତ୍ରୀ ବଜେଟ୍ରେ ବ୍ୟବସ୍ଥା କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ରେଳ, ରେଳମନ୍ତ୍ରୀ

ରେଳରୋକ କରି ଶତାଧିକ ଗିରଫ

April 20, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା,ଅପ୍ରେଲ ୧୭(ଓଡ଼ିଶା ଡ଼ଟ୍ କମ୍) ରେଳ ଚଳାଚଳ ଦାବିରେ ରବିବାର ରାଉରକେଲା ଡେଭଲପମେଣ୍ଟ ଷ୍ଟିଅରିଂ କମିଟି ପକ୍ଷରୁ ରେଳ ରୋକ କରାଯାଇଥିବା ବେଳେ ପୋଲିସ ଶତାଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି ।

ଆନ୍ଦୋଳନକାରୀମାନେ ରେଳ ଲାଇନ ଉପରେ ବସି ରହି ରେଳ ରୋକ କରିବାରୁ ବହୁ ସମୟ ଧରି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସିଟୁ ରାଜ୍ୟ ସାଧାରଣ ସମ୍ପାଦକ ମହାନ୍ତିଙ୍କ ସମେତ ପ୍ରାୟ ଚାରିଶହରୁ ଊଦ୍ଧ୍ୱର୍ ଆନ୍ଦୋଳନକାରୀଙ୍କୁ ପୋଲିସ ଗିରଫ କରିଛି ।

ରେଳବାଇ ଅବହେଳା ବିରୁଦ୍ଧରେ ସିପିଆଇଏମ୍, ସିପିଆଇ,ଏସୟୁସିଆଇ, ସିଟୁ, ଗୁରୁସିଂହ ସଭା,ଚାମ୍ବ ରଅଫ୍ କମର୍ସ ସମେତ ବିଭିନ୍ନ ସଂଗଠନ ଏହି ରେଳରୋକରେ ଯୋଗ ଦେଇଥିଲେ ।

ରେଳବାଇ ଅବହେଳାକୁ ବରାସ୍ତ କରାଯିବ ନାହିଁ ଓ ଏହା ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି  ଆନ୍ଦୋଳନକାରୀମାନେ ସ୍ଲୋଗାନ ଦେଇଥିଲେ । ଏହାକୁଦୃଷ୍ଟିରେ ରଖି ରେଳଷ୍ଟେସନ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୧୪୪ ଧାରା ଜାରି କରାଯାଇଥିଲା ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପୋଲିସ, ମୁଖ୍ୟ ଖବର, ରାଉରକେଲା, ରେଳ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ