• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରେଡ଼୍କ୍ରସ ଭବନ

ପଞ୍ଚାୟତ ନିର୍ବାଚନରେ ଦୁଇ ସନ୍ତାନ ନୀତି ଉଚ୍ଛେଦ ପାଇଁ ମତ

December 28, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୮(ଓଡିଶା ଡଟ୍ କମ୍)-ପଞ୍ଚାୟତ ନିର୍ବାଚନରେ ଦଦୁଇ ସନ୍ତାନ ନୀତି ଉଚ୍ଛେଦ କରିବା ନେଇ ରାଜ୍ୟ ସରକାର ତୁରନ୍ତ ଆଇନ ପ୍ରଣୟନ କରନ୍ତୁ ବୋଲି ସ୍ଥାନୀୟ ରେଡ଼୍କ୍ରସ ଭବନରେ ଆୟୋଜିତ ମହିଳା ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନେଇ ଏକ କର୍ମଶାଳାରେ ମତ ପ୍ରକାଶ ପାଇଛି ।

ସ୍ୱେଚ୍ଛାସେବୀ ସଂଗଠନ ପିପୁଲସ୍ କଲ୍ଚରାଲ୍ ସେଣ୍ଟର (ପିକ୍କ) ଓ ଦି ହଙ୍ଗର ପ୍ରେଟେକ୍ଟର (ଟିଏଚ୍ପି) ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କର୍ମଶାଳାରେ ଉପସ୍ଥିତ ପଞ୍ଚାୟତ ରାଜ ମହିଳା ପ୍ରତିନିଧି ମାନେ ପଂଚାୟତ ନିର୍ବାଚନରେ ଥିବା ଦୁଇ ସନ୍ତାନ ନୀତିକୁ ବିରୋଧ କରିବା ସହ ତୁରନ୍ତ ଏହାକୁ ଉଚ୍ଛେଦ କରିବାପାଇଁ ଉପସ୍ଥିତ ବିଧାୟକ ମାନଙ୍କୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଥିଲେ ।

ପିକକ୍ ର ସଂପାଦକ ରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଯୋଗଦେଇ ଭୁବନେଶ୍ୱର (ଉତ୍ତର) ବିଧାୟକ ଭାଗିରଥି ବଡ଼ଜେନା କହିଲେ ମହିଳା ମାନେ ନିଜକୁ ଦୁର୍ବଳା ବା ଅବଳା ନଭାବି ସମାଜରେ ନିଜର ଅଧିକାର ସାବ୍ୟସ୍ତ କରିବାପାଇଁ ଆଗେଇ ଆସିବା ଉଚିତ୍ ।

ପଞ୍ଚାୟତ ବ୍ୟବସ୍ଥାର ନିର୍ବାଚିତ ପ୍ରତିନିଧିମାନେ ସେମାନଙ୍କର କ୍ଷମତା ଓ ଦାୟିତ୍ୱ ସମ୍ପର୍କରେ ସଚେତନ ହୋଇ କାର୍ଯ୍ୟ ନିର୍ବାହ କଲେ ସାଧାରଣ ଲୋକ ଗଣତନ୍ତ୍ରର ପ୍ରକୃତ ସ୍ୱାଦ ପାଇ ପାରିବେ ବୋଲି ବିଧାୟକ ଶ୍ରୀଯୁକ୍ତ ବଡ଼ଜେନା କହିଥିଲେ ।

ବିଧାୟକ ମୁକୁନ୍ଦ ସୋଦି ଆଲୋଚନାରେ ଅଂଶଗ୍ରହଣ କରି, ମହିଳାମାନେ ଗ୍ରାମସଭା ଓ ପଲ୍ଲୀସଭାରେ ଅଂଶଗ୍ରହଣ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ବିଧାୟକ ବିଜୟ ମହାନ୍ତି ନିଜର ବକ୍ତବ୍ୟ ରଖି ପଞ୍ଚାୟତ ପ୍ରତିନିଧିମାନେ ପଞ୍ଚାୟତ ରାଜ ବ୍ୟବସ୍ଥାରେ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ ଆହ୍ୱାନ ଦେଇଥିଲେ ।

ବିଧାୟକ ଝିନ୍ ହିକ୍କା ପଞ୍ଚାୟତ ରାଜ ବ୍ୟବସ୍ଥାରେ ମହିଳା ମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବତାରଣା କରିବା ସହ ଏହାର ସୁଫଳ କିପରି ଅଧିକତର ଭାବେ ବିଭିନ୍ନ ବର୍ଗର ଲୋକ ପାଇପାରିବେ, ସେ ଦିଗରେ ପଞ୍ଚାୟତକୁ ନିର୍ବାଚିତ ମହିଳା ପ୍ରତିନିଧିମାନେ ଯତ୍ନବାନ୍ ହେବା ଉଚିତ୍ ବୋଲି ସେ କହିଥିଲେ ।

ପିକକ୍ ର କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶିକା ଅନୁରାଧା ମହାନ୍ତି କର୍ମଶାଳା ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଶେଷରେ ପିକକ୍ର କାର୍ଯ୍ୟକ୍ରମ ପରିଚାଳିକା ଜ୍ୟୋତି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସୁମିତ୍ରା ସାମନ୍ତରାୟ, ସୁଲୋଚନା ଭୋଇ, ପ୍ରତିମା ମହାନ୍ତି, ସଂଯୁକ୍ତା ପରିଡ଼ା, ବାସନ୍ତି ସାହୁ ପ୍ରମୁଖ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ମାନେ ଆଲୋଚନାରେ ଅଂଶଗ୍ରହଣ କରିବା ସହ ବିଭିନ୍ନ ପ୍ରସଂଗରେ ବିଧାୟକ ମାନଙ୍କ ସହ ମତ ବିନିମୟ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ପଞ୍ଚାୟତ ନିର୍ବାଚନ, ପିକକ୍, ବିଧାୟକ ଝିନ୍ ହିକ୍କା, ରେଡ଼୍କ୍ରସ ଭବନ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ