ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ,
ଆବଶ୍ୟକ ସାମଗ୍ରୀ:
ବଡ଼ ଚିଙ୍ଗୁଡ଼ି-୨୫୦ ଗ୍ରାମ, ବାସୁମତି ଅରୁଆ ଚାଉଳ-୫୦୦ ଗ୍ରାମ, କ୍ୟାପ୍ସିକମ୍-୧୦୦ ଗ୍ରାମ, ଗାଜର-୫୦ ଗ୍ରାମ, ଅଦା-୧ଖଣ୍ଡ, ପିଆଜ-୨ଟା (ବଡ଼), ଗୋଟା ଗରମ ମସଲା ଅଳ୍ପ କିଛି, ତେଜପତ୍ର-୨ଟା, ଲେମ୍ବୁରସ-୧ ଚାମଚ(ବଡ଼), ରିଫାଇନ ତେଲ- ୨ଚାମଚ(ବଡ଼), ବଟର-୧ ଚାମଚ ଓ ସ୍ୱାଦ ଅନୁସାରେ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ :
ଚିଙ୍ଗୁଡ଼ିରୁ ଚୋପା ଛଡ଼ାଇ ଧୋଇ ଲୁଣ ଓ ଲେମ୍ବୁରସ ଗୋଳାଇ ରଖନ୍ତୁ । ଚାଉଳକୁ ଧୋଇ ରଖନ୍ତୁ । ପିଆଜ ଓ ଆକୁ ପତଳା ପତଳା ଲମ୍ବା ଲମ୍ବା କାଟି ରଖନ୍ତୁ । ଗାଜର ଓ କ୍ୟାପସିକମ୍ କୁ ଲମ୍ବା ଲମ୍ବା କାଟି ଧୋଇ ରଖନ୍ତୁ ।
ପ୍ରେସର କୁକର୍ ରେ କିମ୍ବା ଗୋଟିଏ ବଡ ପାତ୍ରରେ ତେଲ ଓ ବଟର ମିଶାଇ ଗରମ କରନ୍ତୁ । ସେଥିରେ ତେଜପତ୍ର ଓ ଗୋଟା ଗରମ ମସଲା( ଡାଲଚିନି, ଲବଙ୍ଗ, ଗୁଜୁରାତି) ପକାନ୍ତୁ । କଟା ପିଆଜ, କଟା ଅଦା, କଟା ପରିବା ପକାଇ ଅଳ୍ପ ସମୟ ଭାଜି ଗୋଳାଇ ରଖିଥିବା ଚିଙ୍ଗୁଡିକୁ ପକାନ୍ତୁ ।
ବର୍ତ୍ତମାନ ଏଥିରେ ଧୋଇ ରଖିଥିବା ଚାଉଳ ପକାଇ ଭଲଭାବରେ ଗୋଳାଇ ଚାଉଳରଦୁଇଗୁଣା ପାଣି ଦେଇ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲଭାବରେ ଗୋଳାଇ ଢାଙ୍କୁଣି ଘୋଡାଇ ଧିମି ଆଞ୍ଚରେ ଚାଉଳ ସିଝିବା ପର୍ଯ୍ୟନ୍ତ ରାନ୍ଧନ୍ତୁ ।
ଚୁଲିରୁ ଓହ୍ଲାଇ ଉପରେ ଗରମ ମସଲା ଗୁଣ୍ଡ ଓ ଏକ ଚାମଚ ବଟର ପକାଇ ପ୍ଲେଟ୍ ରେ କାଢି ପରିବେଷଣ କରନ୍ତୁ ଚିଙ୍ଗୁଡି ପଲାଉ ।
ଓଡ଼ିଶା ଡ଼ଟ୍ କମ୍

ଶାଗକୁ ଧୋଇ ଲମ୍ବା ଲମ୍ବା କାଟି ରଖନ୍ତୁ । ପିଆଜ,ରସୁଣ, ଅଦା ଓ କଞ୍ଚା ଲଙ୍କା ଲମ୍ବା ଲମ୍ବା କାଟି ରଖନ୍ତୁ । ଗୋଟିଏ ବଡ଼ ପାତ୍ରରେ ପାଳଙ୍ଗ ଶାଗ, କଟା ପିଆଜ, କଟା ରସୁଣ, କଟା ଅଦା,କଟା କଞ୍ଚାଲଙ୍କା ଓ କଟା ଧନିଆପତ୍ର ନିଅନ୍ତୁ ।
ସ୍ରେଡ଼େଡ଼୍ ଚିକେନ ବା ସ୍ରେଡ଼େଡ଼୍ ଜିଞ୍ଜରର ଅର୍ଥ ଚୋପାଛଡ଼ା ହୋଇ ପତଳା ପତଳା ଲମ୍ବା ଲମ୍ବା କଟାଯାଇଥିବା ଚିକେନ୍ ବା ଅଦା । ପ୍ରଥମେ ଛତୁ, ଟମାଟୋ ଓ ଚିକେନ୍ ଲମ୍ବାଲମ୍ବା ପତଳାପତଳା କାଟି ରଖନ୍ତୁ ।
ପରିବା ଗୁଡିକୁ ଲମ୍ବାଲମ୍ବା କାଟି ଧୋଇ ରଖନ୍ତୁ । ଚାଉଳକୁ ଧୋଇ ରଖନ୍ତୁ । ପିଆଜକୁ ବଡ ବଡ ଚାରିକୋଣିଆ, ଖଣ୍ଡ କରି କାଟି ରଖନ୍ତୁ । ପନିରକୁ ଛୋଟ ଛୋଟ ଖଣ୍ଡ କରି କାଟି ତେଲରେ ଭାଜି ରଖନ୍ତୁ । କଡାଇରେ ତେଲ ଦେଇ ପରିବା ଗୁଡିକୁ ଭାଜି ରଖନ୍ତୁ । ଅଦା, ରସୁଣ, କଞ୍ଚାଲଙ୍କାକୁ ଛେଚି ରଖନ୍ତୁ ।
ବଟରକୁ ଗରମ କରି ସେଥିରେ ଚିନି ମିଶାଇ ଭଲ ଭାବରେ ଗୋଳାନ୍ତୁ । ଅଣ୍ଡାକୁ ଭାଙ୍ଗି ଅଲଗା ଭଲ ଭାବରେ ଫେଣ୍ଟି ଚିନି ଓ ବଟର ସହିତ ମିଶାନ୍ତୁ ।
ବନ୍ଧାକୋବିକୁ ପତଳା ପତଳା ଲମ୍ବା ଲମ୍ବା କାଟି ଧୋଇ ରଖନ୍ତୁ । ପିଆଜ, ଅଦା ଓ କଞ୍ଚାଲଙ୍କାକୁ ଲମ୍ବା ଲମ୍ବା କାଟି ରଖନ୍ତୁ । ବଡ଼ ପାତ୍ରରେ କଟା ବନ୍ଧା କୋବି, ପିଆଜ କଟା, ଅଦା କଟା, କଞ୍ଚାଲଙ୍କା ଏକାଠି ନିଅନ୍ତୁ ।