• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଲାଞ୍ଜିଗଡ

କଞ୍ଚାମାଲ ଅଭାବରୁ ଲାଞ୍ଜିଗଡ କାରଖାନା ବନ୍ଦ କରିବ ବେଦାନ୍ତ

August 26, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଲାଞ୍ଜିଗଡ, ଅଗଷ୍ଟ ୨୬ (ଓଡିଶା ଡଟ କମ ) ଅନ୍ତର୍ଜାତୀୟ ବଜାରରେ ଆଲୁମିନିଅମର ମାନ୍ଦାବସ୍ଥା ଓ ଦଶ ବର୍ଷରୁ ଊର୍ଦ୍ଧ୍ଵ ଅପେକ୍ଷା ପରେ ମଧ୍ୟ ସ୍ଥାନୀୟ ବକସାଇଟ ନ ମିଳିବା ଯୋଗୁଁ ବ୍ୟତିବସ୍ତ ହୋଇ ଶେଷରେ ବେଦାନ୍ତ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ଠାରେ ଥିବା ନିଜର ଆଲୁମିନା ରିଫାନେରୀକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଉଥିବା କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ବୁଧବାର କହିଛନ୍ତି ।

Vedanta-Lanjigarhରାଜ୍ୟସରକାର କଞ୍ଚାମାଲ ଯୋଗାଇ ଦେଉ ନ ଥିବାରୁ ବାର୍ଷିକ ଏକ ନିୟୁତ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ଏହି କାରଖାନାକୁ କମ୍ପାନୀ ବାହାରୁ ବକସାଇଟ ଆମଦାନୀ କରି ଚଲାଇ ଆସିଛି ।

କମ୍ପାନୀ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ବହୁବାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ବରିଷ୍ଠ ପଦାଧିକାରୀଙ୍କୁ ଭେଟି ଆଲୋଚନା କରିଥିବା ସତ୍ଵେ କୌଣସି ସୁଫଳ ମିଳି ନଥିବାରୁ କାରଖାନା ବନ୍ଦ କରିବା ବ୍ୟତୀତ ଅନ୍ୟ କୌଣସି ରାସ୍ତା ନାହିଁ ବୋଲି ସେ କହିଛନ୍ତି ।

ସ୍ଥାନୀୟ କଞ୍ଚାମାଲ ନ ମିଳିବାରୁ କମ୍ପାନୀକୁ ଦୈନିକ ତିନି କୋଟିରୁ ଊର୍ଦ୍ଧ୍ଵ ଟଙ୍କା କ୍ଷତି ହେଉଥିବା ସେ କହିଛନ୍ତି ।

କାରଖାନା ବନ୍ଦ ସମ୍ପର୍କରେ କତୃପକ୍ଷ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ମୌଖିକ ଭାବେ ଏହି ନିଷ୍ପତ୍ତି ସମ୍ପର୍କରେ ଜଣାଇ ଦେଇଥିବା ସେ କହିଛନ୍ତି। କାରଖାନାରେ କାର୍ଯ୍ୟ କରୁଥିବା ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ଵ କର୍ମଚାରୀ ଏହା ଦ୍ଵାରା ପ୍ରଭାବିତ ହେବେ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: କାରଖାନା, ବେଦାନ୍ତ, ଲାଞ୍ଜିଗଡ

ଆଦିବାସୀଙ୍କ ପାଇଁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା

January 13, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭବାନୀପାଟଣା, ଜାନୁଆରୀ ୧୩(ଓଡିଶା ଡଟ୍ କମ୍)-କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଜୟରାମ ରମେଶ ଆଜି ୨୦୦କୋଟି ଟଙ୍କାର ଇନ୍ଦିରା ଆବାସ ପ୍ୟାକେଜ ଘୋଷଣା କରିଛନ୍ତି । ଯାହାଫଳରେ ୨୧୦୦ଟି ଆଦିବାସୀ ପରିବାରର ୭୫ ହଜାର ଲେଖାଏଁ ପାଇବେ ।

ଦୁଇଦିନର ଓଡିଶା ଗସ୍ତ ଅବସରରେ ଲାଞ୍ଜିଗଡଠାରେ ଆୟୋଜିତ ରବିବାର ଦିନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରମେଶ ଏହି ଘୋଷଣା କରିଛନ୍ତି ।

ରମେଶ ଆଜି କଳାହାଣ୍ଡି ଗସ୍ତରେ ଆସି ଲାଞ୍ଜିଗଡ ଗସ୍ତ କରିଥିଲେ । ସେ ବିଶ୍ୱନାଥପୁର ନିକଟସ୍ଥ ଧଅଁରାଭଟ୍ଟାଠାରେ ଥିବା ନବନିର୍ମିତ ମଡେଲ ସ୍କୁଲ କୋଠା ଉଦ୍ଘାଟନକରି ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାଝି ଓ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା ସସ୍ମିତା ମାଝୀଙ୍କୁ ଭେଟି ଆଲୋଚନା କରିଥିଲେ ।

ପରେ ଲାଞ୍ଜିଗଡ ଗ୍ରାମ ନିକଟସ୍ଥ ସ୍କୁଲ ପଡିଆଠାରେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ । ଆଦିବାସୀଙ୍କ ସୁରକ୍ଷା ସହିତ ସେମାନଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ବଦ୍ଧପରିକର । ଆଦିବାସୀଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଅନୁଦାନ ପଠା ଯାଉଛି ।

ରାଜସ୍ୱ ପାଇଁ ଆଦିବାସୀଙ୍କ ଜୀବନ ଜୀବିକା ଉପରେ ଖେଳା ଯିବନାହିଁ ବୋଲି ଭାଷଣ ଅବସରରେ ଶ୍ରୀ ରମେଶ ପ୍ରକାଶ କରିଥିଲେ । ଏଥିସହ ସେ ଆଦିବାସୀ ଡଙ୍ଗରିଆ ଓ ଝରଣିଆ କନ୍ଧଙ୍କ ସହ ଆଲୋଚନା କରିଥିଲେ ।

ତାଙ୍କ ସହ କଳାହାଣ୍ଡି ସାଂସଦ ଭକ୍ତ ଚରଣ ଦାସ, କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିନିଲ କ୍ରୀଷ୍ଣା ମଧ୍ୟ ଯୋଗଦେଇଥିଲେ । ପରେ ମନ୍ତ୍ରୀ ଭବାନୀପାଟଣା ଆସି ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: ଆଦିବାସୀ, ଇନ୍ଦିରା ଆବାସ, ଭିନିଲ କ୍ରୀଷ୍ଣା, ଲାଞ୍ଜିଗଡ, ସାମ୍ବାଦିକ ସମ୍ମିଳନୀ

ବୁଧବାର ଠାରୁ ବେଦାନ୍ତର ଆଲୁମିନା ପ୍ଳାଣ୍ଟ ବନ୍ଦ

December 4, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଳାହାଣ୍ଡି,ଡିସେମ୍ବର ୪ (ଓଡିଶା ଡଟ୍ କମ୍)-ଆସନ୍ତା କାଲି ବୁଧବାର ଦିନଠାରୁ କଳାହାଣ୍ଡିରେ ଥିବା ବେଦାନ୍ତର ଲାଞ୍ଜିଗଡ ଆଲୁମିନା କାରଖାନାରୁ ଉତ୍ପାଦନ ବନ୍ଦ ରଖାଯିବ ବୋଲି ବେଦାନ୍ତ ଆଲୁମିନାର ସିଓଓ ମୁକେଶ କୁମାର ଓଡିଶା ଡଟ୍ କମ୍ କୁ କହିଛନ୍ତି ।

ସେ କହିଛନ୍ତି ଗତମାସରେ ବେଦାନ୍ତ କତୃପକ୍ଷ ଛତିଶଗଡ ଓ ଗୁଜୁରାଟରୁ ଯେଉଁ ୯୦ ହଜାର ଟନ୍ ବକସାଇଟ୍ ଆଣିଥିଲେ ତାହା ଗତ ୨୮ ତାରିଖରେ ସରିଯାଇଛି । କଞ୍ଚାମାଲ ଯୋଗାଡ କରିବା ସମ୍ଭବ ହୋଇ ନପାରିବାରୁ ଲାଞ୍ଜିଗଡ କାରଖାନାରୁ ଆସନ୍ତା କାଲିଠାରୁ ଉତ୍ପାଦନ ବନ୍ଦ ରଖାଯିବ ।

ସିଓଓ କହିଛନ୍ତି କଞ୍ଚାମାଲ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ କଂପାନୀ ପୂର୍ବରୁ ଅନୁରୋଧ କରିଥିଲେ କିନ୍ତୁ ସରକାରଙ୍କ ତରଫରୁ କୌଣସି ସକରାତ୍ମକ ଆଶ୍ୱାସନା ମିଳିନାହିଁ । ଆଜି ବସିଥିବା ରାଜ୍ୟ ସରକାରଙ୍କ ମନ୍ତ୍ରୀଗୋଷ୍ଠୀଙ୍କର ବୈଠକରୁ ମଧ୍ୟ କୌଣସି ରାସ୍ତା ବାହାରି ପାରିନାହିଁ ।

ଖଣି ଓ ଇସ୍ପାତ ମନ୍ତ୍ରୀ ରଜନୀକାନ୍ତ ସିଂହ କହିଛନ୍ତି ମନ୍ତ୍ରୀଗୋଷ୍ଠୀ ବୈଠକ ଆଗକୁ ମଧ୍ୟ ବସିବ । ଯେପର୍ଯ୍ୟନ୍ତ ସରକାର କୌଣସି ଚୁଡାନ୍ତ ନିସ୍ପତି ନେଇ ନାହାଁନ୍ତି ସେ ସଂପର୍କରେ ବେଦାନ୍ତକୁ ନେଇ କିଛି କହିହେବନାହିଁ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଳାହାଣ୍ଡି, ବେଦାନ୍ତ ପ୍ଳାଣ୍ଟ, ଲାଞ୍ଜିଗଡ

ଦଶପୁର ଠାରେ ବିଜେଡିର କର୍ମୀ ସମ୍ମିଳନୀ

November 15, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଜୁନାଗଡ,ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍)-ଦଶପୁର ଠାରେ ବିଜେଡିର କର୍ମୀ ସମ୍ମିଳନୀ

ଜୁନାଗଡ ନିର୍ବାଚନ ମଣ୍ଡଳୀର ଦଶପୁର ଠାରେ ଏହି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । କୃଷିମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଧର୍ମଗଡରେ ପhanchiହଞ୍ଚିବା ପରେ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ଦଶପରୁ ପର୍ଯନ୍ତ ଯାଇଥିଲେ ।

ଆଜିର କର୍ମୀ ସମ୍ମିଳନୀରେ ସ୍ଥାନୀୟ ବିଧାୟକ ପୁଷ୍ପେନ୍ଦର ସିଂହଦେଓ, ଜିଲ୍ଲା ସଭାପତି ବଳଭଦ୍ର ମାଝି ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ଲାଞ୍ଜିଗଡ ଓ ଭବନୀପାଟଣାରେ ବିଜେଡି ତରଫରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ ।

ବିଜୁ ଜନତା ଦଳ ତରଫରୁ ମଧ୍ୟ କାର୍ଯ୍ୟକାରୀ କମିଟିର ଏକ ବୈଠକ ଚଳିତ ମାସ ୧୬ ତାରିଖ ପୂର୍ବାହ୍ନ ୧୦.୩୦ମିନିଟରେ ସ୍ଥାନୀୟ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଂଗ୍ରେସ, ବିଜେଡ଼ି, ଭବନୀପାଟଣା, ଲାଞ୍ଜିଗଡ

ଖୋଲିଲା ବେଦାନ୍ତ ପ୍ଳାଣ୍ଟ

October 22, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଳାହାଣ୍ଡି,ଅକ୍ଟୋବର ୨୨(ଓଡ଼ିଶା ଡ଼ଟ୍ କମ୍) –ଦଶଦିନ ବନ୍ଦ ରହିବାପରେ ପୁଣି ସୋମବାର ଠାରୁ ଖୋଲିଲା କଳାହାଣ୍ଡିର ଲାଞ୍ଜିଗଡସ୍ଥିତ ବେଦାନ୍ତ ଆଲୁମିନା ରିଫାଇନାରି ।

ଗତ ୧୨ ତାରିଖରେ କଂପାନୀ ପାଖରୁ ବକସାଇଟ୍ ସଂପୂର୍ଣ୍ଣ ସରିଯିବାପରେ ବେଦାନ୍ତ ରିଫାଇନାରି ପ୍ଳାଣ୍ଟକୁ ବନ୍ଦ କରିଦେଇଥିଲା । ବେଦାନ୍ତ ଗ୍ରୁଫର ବାଲ୍କୋ ଅଧିନସ୍ଥ ଛତିଶଗଡର କବାର୍ଦ୍ଧ ମାଇନ୍ସରୁ କଂପାନୀ ୩୦ ହଜାର ଟନ୍ ବକସାଇଟ ସଂଗ୍ରହ କରିଛି ।

ଏହା ସହିତ ଗୁଜୁରାଟ ମେନ୍ରାଲ ଡେଭଲପମେଣ୍ଟ କର୍ପୋରେସନରୁ କଂପାନୀ ଦୁଇଟି ପର୍ଯ୍ୟାୟରେ ୯୦ ହଜାର ଟନ୍ ବକ୍ସାଇଟ୍ ଆଣୁଛି ।

ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୨୬ ତାରିଖରେ ୪୫ ହଜାର ଟନ୍ ବକ୍ସାଇଟ୍ ଲାଞ୍ଜିଗଡରେ ପହଞ୍ଚିବ । ପୁଣି ଡିସେମ୍ବର ୫ ପର୍ଯ୍ୟନ୍ତ ରିଫାଇନାରି କୌଣସି ମତେ ଚଳାଇ ରଖାଯିବ ବୋଲି କଂପାନୀ କତୃପକ୍ଷ ସୂଚନା ଦେଇଛନ୍ତି ।

ପ୍ଳାଣ୍ଟ ପାଇଁ ଦୈନିକ ୧୦ ହଜାର ଟନ୍ ବକ୍ସାଇଟ ଆବଶ୍ୟକ । ବକ୍ସାଇଟ୍ ମିଳିବାକୁ ଅସୁବିଧା ହେବାରୁ ଡିସେମ୍ବର ୫ ତାରିଖରେ ପ୍ଳାଣ୍ଟ ବନ୍ଦ କରିବାକୁ ଗତ ସେପ୍ଟେମ୍ବର ୬ ତାରିଖରେ ବେଦାନ୍ତ ରାଜ୍ୟ ଶ୍ରମବିଭାଗକୁ ନୋଟିସ୍ ପଠାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ବକ୍ସାଇଟ, ବେଦାନ୍ତ ପ୍ଳାଣ୍ଟ, ଲାଞ୍ଜିଗଡ

ବକ୍ସାଇଟ୍ ଅଭାବରୁ ବେଦାନ୍ତ ଲାଞ୍ଜିଗଡ଼ କାରଖାନା ସାମୟିକ ବନ୍ଦ

October 14, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଲାଞ୍ଜିଗଡ଼,ଅକ୍ଟେବର ୧୪(ଓଡ଼ିଶା ଡ଼ଟ୍ କମ୍) – ବକ୍ସାଇଟ୍ ଅଭାବରୁ ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଆଲୁମିନିୟମ କମ୍ପାନୀ ଶନିବାର ଠାରୁ ସାମୟିକ ଭାବେ ବନ୍ଦ ହୋଇଛି ।

କଂପାନୀ ବକ୍ସାଇଟ୍ ନମିଳିବା ଯାଏଁ ରିଫାଇନାରୀକୁ ବନ୍ଦ ରଖିବ ବୋଲି ବେଦାନ୍ତ ଆଲୁମିନିୟମ୍ ର ସଭାପତି ମୁକେଶ କୁମାର ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।

ପୂର୍ବରୁ ବେଦାନ୍ତ କର୍ତୃପକ୍ଷ ଡିସେମ୍ବର ୫ରୁ କାରଖାନା ବନ୍ଦ ହେବ ବୋଲି ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଥିଲେ ।ତେବେ କାରଖାନା ଚଲାଇବା ପାଇଁ ଆବଶ୍ୟକ ଥିବା ସର୍ବନିମ୍ନ ପରିମାଣର ବକ୍ସାଇଟ୍ ଯୋଗାଡ଼ ହୋଇନପାରିବାରୁ କଂପାନୀ ରିଫାଇନାରୀକୁ ବନ୍ଦ କରିବାକୁ ନିଷ୍ପତି ନେଲା ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ, ଓଡିଶା ଖବର Tagged With: ବକ୍ସାଇଟ୍, ବେଦାନ୍ତ, ଲାଞ୍ଜିଗଡ

ବେଦାନ୍ତ ଅସଲ ପରାଜୟ ଲୋକଙ୍କ ପାଖରେ

April 23, 2011 by ଓଡିଶା ଡଟ କମ Leave a Comment

ମହାମେଘବାହାନ ଐର ଖାରବେଳ ସ୍ୱାଇଁ, ପୂର୍ବତନ ସାଂସଦ

ଯେଉଁ ବେଦାନ୍ତ ଆଲୁମିନା ଲାଞ୍ଜିଗଡ଼ରେ ପ୍ରତିଷ୍ଠା ପାଇଁ ୧୯୯୬ରେ କଳାହାଣ୍ଡି ସାଂସଦ ଦାବି କରିଥିଲେ ମଧ୍ୟ ଆଜି ସେ ଓ ତାଙ୍କର ଦଳ ଏହାର ବିରୋଧ କରିବା ତଥା ବିରୋଧ କରି ବିଫଳ ମଧ୍ୟ ହେବା ଏକ ଆଶ୍ଚର୍ଯ୍ୟର ବିଷୟ ।

ବୈତିତ୍ର ହେଉଛି ଯେଉଁ କେନ୍ଦ୍ରୀୟ ସରକାରର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟର ପରିବେଶ ସୁପାରିଶ ଯୋଗୁଁ ବେଦାନ୍ତ ଆଲୁମିନା ସେଠାରେ ତା’ର ବର୍ଷକୁ ୧୦ ଲକ୍ଷ ଟନ୍ ଆଲୁମିନା ଉତ୍ପାଦନ ଆରମ୍ଭ କରିଥିଲା ଓ ସେତେବେଳେ ରାହୁଲ ଗାନ୍ଧୀ ଏହି ସୁପାରିଶକୁ ବିରୋଧ କରିନଥିଲେ ।

ସେହି ମନ୍ତ୍ରାଳୟ ଆଜି ପରିବେଶ ସୁପାରିଶ ପ୍ରତ୍ୟାହାର କରିେଇଛି ଓ ଏହାର ମାତ୍ର ଦୁଇଦିନ ମଧ୍ୟରେ ରାହୁଲ ଗାନ୍ଧୀ ଆସି ଏହାର କୃତିତ୍ୱ ପରୋକ୍ଷ ଭାବରେ ନିଜେ ନେଇ ନିଜକୁ ଆଦିବାସୀଙ୍କ ସିପାହୀ ହିସାବରେ ଉପସ୍ଥାପିତ କରୁଛନ୍ତି ।

ଏହାର ବୈଚିତ୍ରକୁ ନିଜେ ଅନୁଶୀଳନ କରିବା ପାଇଁ ପ୍ରାବନ୍ଧିକ ଗତ ସପ୍ତାହରେ ଲାଞ୍ଜିଗଡ଼ ଓ ନିୟମଗିରି ପାହାଡ଼ ତଥା ତା’ ଉପରେ ଥିବା ଡ଼ୋଙ୍ଗରିଆ ଓ କୁଟିଆ କନ୍ଧ ମାନଙ୍କ ଗାଁକୁ ଯାଇଥିଲା ତଥା ସେଠାରେ ଲୋକ ମାନଙ୍କ ସହ ବସି ଘଣ୍ଟାଘଣ୍ଟା କଥା ହୋଇଥିଲା । କଥା ହେବାର ଅଳ୍ପ କେଇ ମୁହୁର୍ତ୍ତ ମଧ୍ୟରେ ବେଦାନ୍ତ ସେଠାରେ କାହିଁକି ଜନସମର୍ଥନ ହରାଇଛି, ତାହା ବେଶ ବୁଝିହୋଇଗଲା ।

ବେଦାନ୍ତ ଆଲୁମିନା ସେଠାରେ ପ୍ରତିଷ୍ଠା ହେବା ବେଳେ ସେଠାରେ ଥିବା ଜଣେ ଦକ୍ଷ ଆଇଏଏସ୍ ଜିଲ୍ଲାପାଳ ପ୍ରତିଦିନ ସକାଳୁ ଆସି ପୋଲିସ ସହ ସେହି ଆଦିବାସୀ ଗାଁମାନଙ୍କର ପଥର ଉପରେ ବସି ଲୋକମାନଙ୍କୁ ଗାଁ ଛାଡ଼ି ଦେବାକୁ ବୁଝାଇଥିଲେ ।

ସେ ଗାଁ ପିଣ୍ଡାରେ ବସୁନଥିଲେ କି ଚେୟାର ଉପରେ ବସୁନଥିଲେ । ଲୋକମାନଙ୍କୁ ବୁଝାଉଥିଲେ ଯେ, କମ୍ପାନୀ ଆସିଲେ ସେମାନଙ୍କର ବିକାଶ ହେବ । ଗାଁକୁ ପକ୍କା ସଡ଼କ ତିଆରି ହେବ । ସ୍କୁଲ ପ୍ରତିଷ୍ଟା ହେବ । ବଡ଼ବଡ଼ ଡ଼ାକ୍ତରଖାନା ମଧ୍ୟ ପ୍ରତିଷ୍ଟା ହେବ । ଆଉ ଗାଁ ଲୋକମାନେ ସମସ୍ତେ ଚାକିରି ପାଇବେ ଯାହା ଫଳରେ ସେମାନଙ୍କର ଆର୍ଥିକ ବିକାଶ ହେବ ।

ଯେଉଁ ଆଦିବାସୀମାନେ କଥା ନମାନିଲେ ସେମାନଙ୍କୁ ଜବରସ୍ତ ପୋଲିସ ଗାଡ଼ିରେ ଉଠେଇ ନିଆଗଲା । ମୋଟ ୪ଟି ଗାଁକୁ ଉଠାଇ ଅନ୍ୟତ୍ର କଲୋନୀ ମାନଙ୍କରେ ପୁନର୍ବାସ ଦିଆଗଲା ।

କିନ୍ତୁ କିଛି ଏନ୍ଜିଓ ମାନେ ଆସି ଏହାକୁ ବିରୋଧ କଲେ ଓ ଜଣେ କନ୍ଧ ନେତା କୁମୁଟା ମାଝୀଙ୍କୁ ମଧ୍ୟ ଲଣ୍ଡନ ନେଇଗଲେ, ସେଠାରେ ଅନ୍ୟ ଆନ୍ତର୍ଜାତିକ ଏନ୍ଜିଓ ମାନଙ୍କ ସହ ମିଶି ବେଦାନ୍ତ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ।

କିନ୍ତୁ ଏହା ସତ୍ତେ୍ୱ ମଧ୍ୟ ବେଦାନ୍ତ ପ୍ରତିଷ୍ଠା ହେଲା, ସେତେବେଳେ ସେଠାରେ ବିରୋଧି ଦଳର ମୁଖ୍ୟ
ନେତାମାନଙ୍କୁ ମଧ୍ୟ ବେଶ୍ ଅର୍ଥ ଦେଇ କିଣି ନିଆଗଲା । ତେଣୁ କେବଳ ସରକାରୀ ଦଳ ନୁହେଁ, ବିରୋଧି ଦଳ ପକ୍ଷରୁ ମଧ୍ୟ କୌଣସି ବିରୋଧ ମଧ୍ୟ ହେଉନାହିଁ ।

ବେଦାନ୍ତ ପଛରେ ଯେ କେବଳ ରାଜ୍ୟ ସରକାର ରହିଲେ ସେତକ ନୁହେଁ, ଜିଲ୍ଲାପାଳଙ୍କୁ ମଧ୍ୟ ଏହି କମ୍ପାନୀ
ସେଠାକୁ ଆଣିଥିଲା ବୋଲି ସେଠାକାର ଜନସାଧାରଣଙ୍କ ବିଶ୍ୱାସ । କିନ୍ତୁ ମୁଖ୍ୟ କଥା ହେଲା, ବେଦାନ୍ତ ରାଜ୍ୟ
ସରକାର, ରାଜନେତା, ଜିଲ୍ଲାପାଳ, ଅନ୍ୟାନ୍ୟ ସରକାରୀ ଅଧିକାରୀଙ୍କୁ ବିଭିନ୍ନ ଉପାୟରେ କରାୟତ୍ତ
କରିନେଲା, କିନ୍ତୁ ସ୍ଥାନୀୟ ଜନସାଧାରଣଙ୍କ ହୃୟକୁ ଯେ ଜିତିବାର ଆବଶ୍ୟକତା ଅଛି, ସେ କଥା ପୂରାପୂରି ଭୁଲିଗଲା ।

ଉଦାହରଣ ସ୍ୱରୂପ, କାରଖାନା ଠାରୁ ପ୍ରାୟ ୩୦୦ ମିଟର ଦୂରରେ ଥିବା ପ୍ରଥମ ଗାଁ ଜଗନ୍ନାଥପୁରରେ ଗାଁ ରାସ୍ତା ନିର୍ମାଣ କରିବା ନିମନ୍ତେ ବେଦାନ୍ତ କେବଳ କେତେ ଗାଡ଼ି ମେଟାଲ ଢାଳି ଦେଇଯାଉଛି ।

ତା’ ଉପରେ ମୋରମ ମଧ୍ୟ ଢାଳିବାକୁ ଇଚ୍ଛା କରିନାହିଁ । ତେଣୁ ଗାଁ ରାସ୍ତରେ କେହି ଚାଲିକରି ଯାଇପାରୁ ନାହାନ୍ତି । ରାସ୍ତାକୁ ରାସ୍ତା ପଡ଼ିଛି । ଲୋକେ ତା’ ଉପରେ ସତର୍କତାର ସହ ଚାଲିକରି ଯାଉଛନ୍ତି ।

ଗୋଟିଏ ମଧ୍ୟ ଘର ସେହି ଗାଁରେ ବେଦାନ୍ତ ଦ୍ୱାରାତିଆରି ହୋଇନାହିଁ । ପଶ୍ଚିମ ଓଡ଼ିଶାର ଅତ୍ୟନ୍ତ ଦରିଦ୍ରଙ୍କ ଖପରଲି ଘର ରହିଛି ସେହି ଗାଁ ସାରା । ନାଳ ବୋଲି ଯାହା ତିଆରି ହୋଇଛି, ତାହା ଭାଙ୍ଗି ଗଲାଣି ଓ ପୋତି ହୋଇଗଲାଣି ।

କିଛି ଦୂରରେ ଅଛି ବଳଭଦ୍ରପୁର । ସେହି ଗାଁରେ ଅଛି ଭଲ ଘର । ଭାବିଥିଲି ବେଦାନ୍ତ ନିର୍ମାଣ କରିଛି । କିନ୍ତୁ ଜାଣିବାକୁ ପାଇଲି, କମ୍ପାନୀ କାମ କରୁଥିବା ଠିକ।ଦାର ଓ ବାହାରର ଶ୍ରମିକମାନେ ସେହି ଘରଗୁଡ଼ିକ ନିଜେ ତିଆରି କରିଛନ୍ତି । କାରଣ ସେମାନଙ୍କ ପାଖରେ ଅର୍ଥ ଅଛି ।

ତା’ ପରେ ଅଛି ବେଦାନ୍ତ କର୍ମଚାରୀ ଓ ଅଫିସରମାନଙ୍କ ପାଇଁ ସୁଦୃଶ୍ୟ କଲୋନୀ । ଚାରିପଟରେ ସୁଦୃଶ୍ୟ ପ୍ରାଚୀର ଘେର । ତା’ଭିତରେ ଅଛି ଚମତ୍କାର ଡ଼ିଜାଇନରେ ତିଆରି ଗୋଟିଏ ପ୍ରାସାଦ । ଏହା ହେଉଛି ହସ୍ପିଟାଲ । ନାମ ତା’ର ଆପୋଲୋ ହସ୍ପିଟାଲ । ଏହା କେବଳ କର୍ମଚାରୀ ମାନଙ୍କର ସ୍ୱାସ୍ଥ୍ୟ ସେବା ପାଇଁ, ଜମି ହରାଇଥିବା ଡ଼ୋଙ୍ଗରିଆ ବା କୁଟିଆ କନ୍ଧମାନଙ୍କ ପାଇଁ ନୁହେଁ ।

ପାହାଡ଼ ଉପରକୁ ଗଲାବେଳେ ସ୍କୁଲଟିଏ ମଝିବାଟରେ ଅଛି, ଫଳକ ଲଗାଯାଇଛି । ବେଦାନ୍ତ ଦ୍ୱାରା ନିର୍ମିତ ସ୍କୁଲର ଶିକ୍ଷକ ଓ ଅନ୍ୟମାନେ ଜଣାଇଲେ, ବେଦାନ୍ତ ମାତ୍ରଦୁଇଟି ଶ୍ରେଣୀଗୃହ ନିର୍ମାଣ କରିଛି । ବାକିଗୁଡ଼ିକ ସରକାରଙ୍କ ଦ୍ୱାରାନିର୍ମିତ ।

ଏହାଛଡ଼ା ପାହାଡ଼ ଉପରର ଫୁଲକୁମରି ଗାଁକୁ ଚାଲି ଚାଲି ଗଲା ବେଳେ ତିଆରି ହୋଇଛି ଅଙ୍ଗନୱାଡ଼ି କେନ୍ଦ୍ର । ପକ୍କା ଛାତ ମଝିକୁ ମଝିକୁ ବି ଗଲାଣି । ବେଶିିଦିନ ତିଷ୍ଟିବନି, ବାହାରୁ ମଧ୍ୟ ଜଣାପଡ଼ୁଛି, କେବଳ ଇଟା ଉପରେ ଚୂନ ଲେସା ହୋଇଛି ।

ଆଉ ପାହାଡ଼ ଉପରେ ଫୁଲଡ଼ୁମୁରି ଗାଁରେ ଅଛି କିଛି ଇନ୍ଦିରା ଆବାସ । ସେମାନଙ୍କୁ କିଛି ଟିଣ ଖଣ୍ଡ ବେଦାନ୍ତ ଯୋଗାଉଛି । ଯୋଗାଉଛି ମାସକ ପାଇଁ ୧୬ କେଜି ଚାଉଳ ଆଉ କେତୋଟି ଶାଢୀ । ଝରଣାରୁ ବହି ଆସୁଥିବା ଜଳକୁ ପାଇପ୍ ଯୋଗେ ଗାଁ ଭିତରକୁ ଛାଡ଼ି ଦିଆଯାଇଛି । ପାଣି ଯେଉଁଠି ଆସୁଛି ସେଠି ଯେଉଁ ଚାନ୍ଦିନୀ ତିଆରି ହୋଇଛି, ଅଳ୍ପଦିନ ମଧ୍ୟରେ ଭାଙ୍ଗି ଯିବ ନିଶ୍ଚୟ ।

କୌଣସି ଗୋଟିଏ ଜାଗାରେ ବେଦାନ୍ତ ନିଦର୍ଶନ ଛାଡ଼ିନାହିଁ ଯାହା ପ୍ରମାଣ କରିବ, ସ୍ଥାନୀୟ ଗରିବ ଜନସାଧାରଣଙ୍କ ପାଇଁ ବେଦାନ୍ତ ହୃଦୟ ଦ୍ରବୀଭୂତ ହୋଇଛି । କେବଳ ଯେନତେନ ପ୍ରକାରେଣ କିଛି ବାହାରକୁ ଦିଶୁଥିବା ଶସ୍ତା ଓ ନିମ୍ନମାନର କାମ କରିଛି ବେଦାନ୍ତ । ରାୟଗଡ଼ାରୁ ଯେଉଁ ରାସ୍ତାଟି ନିର୍ମାଣ କରିଛି ଲାଞ୍ଜିଗଡ଼ ଯାଏ, ତାହା ହେଉଛି କେବଳ ବକ୍ସାଇଟ ଅନ୍ୟଆଡ଼ୁ ଆଣିବା ପାଇଁ ।

ସ୍ଥାନୀୟ ଯୁବକମାନଙ୍କୁ ପ୍ରଥମେ ତାଲିମ ଦେବାପରେ କୁହାଯାଇଛି, ତାଲିମ ଦିଆଗଲା ଆଉ ଚାକିରି କ’ଣ? ସେହି ତାଲିମକୁ ଲଗାଇ ନିଜେ କାମ ଖୋଜ ।

ରାଉରକେଲା ପରି, ଆଖପାଖରେ ଯେଉଁ ହୋଟେଲ ସବୁ ଗଢିଉଠିଛି, ସେ ସବୁର ମାଲିକ ହେଉଛନ୍ତି
ଉପକୂଳର ଲୋକମାନେ । ସେମାନଙ୍କ ମଧ୍ୟରୁ ଜଣେ ପୂର୍ବତନ ସରପଞ୍ଚଙ୍କ କହିବା ଅନୁସାରେ ଦି ‘ହଜାର
ଟଙ୍କାର ଚାକିରି କିଛି ସେମାନଙ୍କୁ କମ୍ପାନୀ ଦେଇଥିଲେ ଆଜି ଏତେ ଗଣ୍ଡଗୋଳ ହୋଇନଥାନ୍ତା ।

ଆଉ ଶେଷରେ ଗାଁର ପରିବାରମାନଙ୍କୁ ମାସକୁ ୫,୦୦୦ ଟଙ୍କା ବାଣ୍ଟିଛି ବେଦାନ୍ତ । ସେମାନେ ଏହି ଟଙ୍କା ନେଉଛନ୍ତି । କିନ୍ତୁ ବେଦାନ୍ତ ଉପରେ ବିଶ୍ୱାସ ନଥିବାରୁ ଏତେ ସୁନ୍ଦର ପାହାଡ଼କୁ ଛାଡ଼ିବାକୁ ରାଜି ନୁହନ୍ତି ଯାହାକୁ ସେମାନେ କହନ୍ତି ଭଗବାନ ।

(ଲାଞ୍ଜିଗଡ଼ରେ ବେଦାନ୍ତ ବିଭିନ୍ନ ନିୟମ ଉଲଂଘନ କରିଥିବା ଦର୍ଶାଇ କେନ୍ଦ୍ର ଜଂଗଲ ଓ ପରିବେଶ ଦେଇଥିବା ମଞ୍ଜୁରୀ ପ୍ରତ୍ୟାହାର କରିବା ପରେ ଏହି ଲେଖା ଲେଖାଯାଇଥିଲା । ଏହାମଧ୍ୟରେ ବେଦାନ୍ତ ନିଜ ତରଫରୁ କେନ୍ଦ୍ର ସରକାରଙ୍କର ନିଷ୍ପତ୍ତି ବିରୁଦ୍ଧରେ ଅଦାଲତର ଦ୍ୱାରସ୍ଥ ହୋଇଥିବା ବେଳେ ଓଡ଼ିଶା ସରକାର ମଧ୍ୟ ବେଦାନ୍ତ ସପକ୍ଷରେ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି) ।

(ବ୍ରିଦ : ଏହି ସ୍ତମ୍ଭରେ ସ୍ଥାନିତ ବିଚାର ଲେଖକଙ୍କ ନିଜସ୍ୱ ମତ)
ଲେଖା ସଂପର୍କରେ ପାଠକ ପାଠିକା ସେମାନଙ୍କର ମତାମତ କ୍ଟୟ ସରକାରକୁ ପଠାନ୍ତୁ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଆଲୁମିନା, ଜିଲ୍ଲାପାଳ, ବେଦାନ୍ତ, ଲାଞ୍ଜିଗଡ

ତିନୋଟି ପ୍ରକଳ୍ପକୁ କେନ୍ଦ୍ରର କାରଣ ଦର୍ଶାଅ ନୋଟିସ

December 16, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ପରିବେଶ ନିୟମ ଉଲଂଘନ ଅଭିଯୋଗରେ ଜିନ୍ଦଲ ଷ୍ଟିଲ ସମେତ ରାଜ୍ୟର ଅନ୍ୟ ତିନୋଟି ପ୍ରକଳ୍ପକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ଏଗୁଡ଼ିକ ହେଲା ଅନୁଗୁଳର କେରଜଙ୍ଘ ସ୍ଥିତ ଦୁଇ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ସମନ୍ୱିତ ଇସ୍ପାତ ପ୍ରକଳ୍ପ ସହିତ ଏକ ହଜାର ମେଗାୱାଟ୍ ବିଦ୍ୟୁତ ଶକ୍ତି କେନ୍ଦ୍ର, ଲାଞ୍ଜିଗଡ଼ ସ୍ଥିତ ବାର୍ଷିକ ଏକ ନିୟୁତ ଟନ୍ ଉତ୍ପାଦନ କ୍ଷମତା ସଂପନ୍ନ ଆଲୁମିନିୟମ ରିଫାଇନାରୀ ପ୍ଲାଣ୍ଟ ସହିତ ୭୫ ମେଗାୱାଟ ବିଦ୍ୟୁତ କେନ୍ଦ୍ର ଓ ଲାଞ୍ଜିଗଡ଼ ଠାରେ ଥିବା ଆଲୁମିନିୟମ ରିଫାଇନାରୀ ପ୍ଲାଣ୍ଟର ସଂପ୍ରସାରଣ ।

ଏହା ମଧ୍ୟରୁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ରକଳ୍ପକୁ ଜାରି କରାଯାଇଥିବା ନୋଟିସ୍ ସଂକ୍ରାନ୍ତରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଅନୁଧ୍ୟାନ କରି ମତାମତ ଦେଇସାରିଛି । ଅନ୍ୟ ଦୁଇଟି ନୋଟିସ୍ କୁ ଅନୁଧ୍ୟାନ କରାଯାଉଛି ବୋଲି ଶିଳ୍ପମନ୍ତ୍ରୀ ରଘୁନାଥ ମହାନ୍ତି କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜଙ୍ଗଲ ଓ ପରିବେଶ, ଜିନ୍ଦଲ ଷ୍ଟିଲ, ମୁଖ୍ୟ ଖବର, ଲାଞ୍ଜିଗଡ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ