• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଲୁଟେରା ଗ୍ୟାଙ୍ଗ

ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ ଗିରଫ,ସାମଗ୍ରୀ ଜବତ

February 4, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର, ଫେବୃୟାରୀ ୪(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲାରେ ପୋଲିସ ଶନିବାର ଏକ ଆନ୍ତଃ ରାଜ୍ୟ ଟ୍ରକ୍ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବା ସହ ବ୍ୟାପକ ସାମଗ୍ରୀ ଜବତ କରିଛି ।

ଗିରଫ ଅଭିଯୁକ୍ତମାନେ ଜାତୀୟରାଜପଥ ୨୧୫ ଦେଇ ଆନନ୍ଦପୁର ଅଂଚଳକୁ ଆସୁଥିବା ମାଲ ବୋଝେଇ ଏବଂ ଖାଲି ଟ୍ରକ୍, ଟିପର, ଦଶ ଚକିଆ ଏବଂ ବାର ଚକିଆ ଟ୍ରକ୍ ଲୁଟ୍ କରିଥାନ୍ତି ବୋଲି ପୋଲିସ କହିଛି ।

ଏମାନେ ଅଣଓସାରିଆ ବ୍ରିଜ କିମ୍ବା ହମ୍ବସ୍ ଠାରେ ବୋଲେରୋ ଏବଂ ଅନ୍ୟାନ୍ୟ ଗାଡ଼ି ଗୁଡ଼ିକୁ ଅଟକାଇ ଡ଼୍ରାଇଭର ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ କାବୁ କରିଥାନ୍ତି ଓ ଗାଡ଼ି ଲୁଟ୍ କରି ଫେରାର୍ ହୋଇଯାଆନ୍ତି, ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ଏହାପରେ ସେମାନେ ମଧ୍ୟସ୍ଥିଙ୍କ ଜରିଆରେ ଗାଡ଼ିଗୁଡ଼ିକରେ ଥିବା ସାମଗ୍ରୀ ଏବଂ ଗାଡ଼ିକୁ ବିକ୍ରି କରିଥାନ୍ତି । କେନ୍ଦୁଝରରୁ ପାଣିକୋଇଲି ମଧ୍ୟରେ ସେମାନେ ଏଭଳି କାର୍ଯ୍ୟ କରୁଥିବା ବେଳେ ବର୍ତମାନ ଏହା ଦେବଗଡ଼ ଜିଲ୍ଲା ବାରକୋଟ୍ ଏବଂ ଅନୁଗୁଳ ଜିଲ୍ଲାକୁ ସଂପ୍ରସାରିତ ହୋଇଛି ।

ଗିରଫ ଅଭିଯୁକ୍ତମାନେ ହେଲେ ଯୀତେନ୍ଦ୍ର କୁମାର ପାତ୍ର, ତପନ କୁମାର ସେଠୀ, ରଂଜନ ଦିପକ ପଲେଇ, ଚିନ୍ମୟ ଜେନା, ଅଶ୍ୱିନ ଗୁହା, ସେଖ୍ ସୁଲେମାନ, ସେଖ ଏହସାନ୍, ପ୍ରଫୁଲ୍ଲ  ଏବଂ ରଙ୍ଗାଧର ହେୁରୀ ।

ପୋଲିସ ଏମାନଙ୍କ ଠାରୁଦୁଇଟି ଛଅ ଚକିଆ ଟ୍ରକ୍, ନଅଟି ଦଶ ଚକିଆ ଟ୍ରକ୍, ଗୋଟିଏ ବାର ଚକିଆ ଟ୍ରକ୍, ତିନୋଟି ବୋଲେରୋ, ଗୋଟିଏ ସ୍କର୍ପିଓ, ୪୧ ଟନ୍ ଲୁହା ଛଡ଼, ଲୁହା ଏଙ୍ଗଲ ଦଶ ଟନ୍, ୧୬ଟି ମୋବାଇଲ, ଏଟିଏମ୍, ଭୋଟ୍ ପରିଚୟ ପତ୍ର ଇତ୍ୟାଦି ଜବତ କରିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କେନ୍ଦୁଝର ଜିଲ୍ଲା, ଲୁଟେରା ଗ୍ୟାଙ୍ଗ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ