• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଲୋକନୃତ୍ୟ

ଗୀତର ନାଁ ଗୁରୁବାରୀ, ଜୀବନର ନାଁ ଡାଲଖାଇ: ଏକ ଶ୍ରଦ୍ଧାଞ୍ଜଳି 

October 22, 2017 by ନିଉଜ ଡେସ୍କ 5 Comments

2
କେଦାର ମିଶ୍ର

ତାଂକୁ ନେଇ ଆଜି ହୁଏତ ଖବର କାଗଜ ଅବା ସୋସିଆଲ୍ ମିଡିଆ ରେ ଅନେକ କଥା କୁହାଯାଉଛି, ଶ୍ରଦ୍ଧାଂଜଳିର ଭାଷାରେ ସେ ହୁଏତ ସମ୍ବଲପୁରୀ ନାଚର କିମ୍ବଦନ୍ତି ନାୟିକା, ହେଲେ ବାସ୍ତବ ଜୀବନରେ କଳା ପ୍ରତି ଉଦାସୀନ ଆମ ସମୟ ଓ ସମାଜର ସେ ଏକ ବିନମ୍ର ପ୍ରତୀକ ।

ଜୀବନ ବିତିଗଲା ଏମିତି ଏକ ନାଚର ସେବାରେ, ଯାହାର ପେଶାଦାର ଭବିଷ୍ୟତ ନାହିଁ କି ନଥିଲା। ଲୋକନୃତ୍ୟର କଳାକାରଙ୍କ ଲାଗି ସେଇଟା ବଡ ବିଡମ୍ବନା।ସାରା ଜୀବନର ସାଧନା ପରେ ବି ସ୍ଵୀକୃତି ସହଜରେ ମିଳେ ନାହିଁ ।

ଜୀବନ ଓ ନୃତ୍ୟ ର ଛନ୍ଦ ଏତେ ଅଲଗା ଯେ ମଂଚରୁ ତଳକୁ ଓହ୍ଲାଇଲେ ପୃଥିବୀ ଲାଗେ ଗୋଟେ ଭାତ ନଥିବା ମେଲା ହାଣ୍ଡି ପରି ।ରହିବା ଲାଗି ଘର ନଥାଏ, ଖାଇବା ଲାଗି ଗରସେ ପଖାଳ ନଥାଏ, ଅଥଚ ମନ ତଳର ସେ କଳାକାରଟି ମରେ ନାହିଁ ।

ଢୋଲ୍ ରେ ପାର୍ ବାଜିଲେ ପାଦ ଉଛନ୍ନ ହୁଏ, ଅଭାବର ଜୀବନ ସହ କଳାକାରର ଭାବ ପୁଣି ଯୋଡି ହୋଇଯାଏ।ସବୁ ଅଭାବ ସତ୍ତ୍ଵେ ପାଦ ଅଥୟ ହୁଏ ମଂଚରେ, ଏପରିକି ମଲା ପରେ ବି ସେ ପାଦରେ ଲାଖି ରହିଥାଏ ଗୋଟେ ଲାଳିତ୍ୟ।

ଗୁରୁବାରୀ ମିର୍ଧା ପ୍ରାଣହୀନ ହୋଇ ପଡିରହିଥିବା ବେଳେ, ସେ ମୁହଁ ରେ କେଉଁଠି ନା କେଉଁଠି ସେ ଛନ୍ଦ ଓ ଲାଳିତ୍ୟ ଅଛି, ଯାହାର ମୃତ୍ୟୁ ନାହିଁ !! ତେବେ କିଏ ଏହି ଗୁରୁବାରୀ ମିର୍ଦ୍ଧା ? କଣ ତାଂକର ପରିଚୟ ? ତାଂକ ଜୀବନ କାହାଣୀ ଗୋଟେ ଅଧଲେଖା ଉପନ୍ୟାସ ପରି।ଆସନ୍ତୁ ତାଂକୁ ଚିହ୍ନିବା ଓ ଚିହ୍ନୁ ଚିହ୍ନୁତାଂକୁ ସମ୍ମାନ ର ସହ ଭଲ ପାଇବା –

୧. ସମ୍ବଲପୁରୀ ନାଚର ନିର୍ଦ୍ଦିଷ୍ଟ କୌଣସି ସ୍ବରୂପ ନାହିଁ।ପଶ୍ଚିମ ଓଡିଶାର ଲୋକ ପରମ୍ପରାରେ ବହୁ ପ୍ରକାରର ଗୀତ ଓ ନୃତ୍ୟ ରହଛି। ଡାଲଖାଇ, ରସରକେଲୀ, ମାଏଲାଜଡ, ଜାଇଫୁଲ, ସଜନୀ ଗୀତ, ହୁମୋ ବଉଲୀ, ଦୁଲା ବିହା……ଏମିତି କେତେ ପ୍ରକାର ଓ କେତେ ପ୍ରଜାତି।ଗୁରୁବାରୀ ମିର୍ଦ୍ଧା ଏହି ସବୁ ଗୀତ ଓ ନୃତ୍ୟ ର କଳାକାର ।

4୨. ତେବେ ତାଂକୁ ଓଡିଶାର ସାଂସ୍କୃତିକ ଇତିହାସରେ ଗୋଟେ ସ୍ବତନ୍ତ୍ର ସମ୍ମାନ ମିଳିଥିଲା, ତାର କାରଣ ହେଉଛି, ସମ୍ବଲପୁରୀ ଲୋକ ନୃତ୍ୟକୁ ଗାଁ ଦାଣ୍ଡରୁ ନେଇ ଦିଲ୍ଲୀ ଦରବାର ରେ ପହଂଚାଇବାର ବିରଳ ସଫଳତା ।

୩. ୧୯୬9 ମସିହା ଜାନୁଆରୀ ୨୬ ରେ ସମ୍ବଲପୁରୀ –ଡାଲଖାଇ ନୃତ୍ୟ ପରିବେଷଣ କରିବାକୁ ଗୁରୁବାରୀ ଦିଲ୍ଲୀ ଯାଇଥିଲେ।

ତାଂକ ନୃତ୍ୟ ର ଉଦ୍ଦାମ ଛନ୍ଦ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ  ତନ୍ମୟ କରିଥିଲା। ଗୁରୁବାରୀଂକ ସହ ପାଦରେ ପାଦ ମିଳାଇ ଇନ୍ଦିରା ନାଚି ପକେଇଥିଲେ।ତାହାହିଁ ଥିଲା ସମ୍ବଲପୁରୀ ନାଚକୁ ଜାତୀୟ ସ୍ଵୀକୃତି ମିଳିବାର ପ୍ରଥମ ପାହାଚ ।

୪. ୧୯୬୮ ରେ ଗୁରୁବାରୀଂକ ବୟସ ଥିଲା ୧୬।ତାପରେ ସେ ବିଭିନ୍ନ କାର୍ୟକ୍ରମରେ ନାଚିଛନ୍ତି ଓ ଗାଇଛନ୍ତି।ଯେତେବେଳେ ରକ୍ଷଣଶୀଳ ସମାଜରେ ମଂଚ କୁ ଯିବା ଏକ କଳଙ୍କ, ସେତେବେଳେ ସାହସର ସହିତ ଗୁରୁବାରୀ ନିଜ ନାଚକୁ ସାଧନା ଭାବେ ଗ୍ରହଣ କରିଛନ୍ତି ।

୫. ଏହି ସମାନ ସମୟରେ ଓଡିଶୀ ନୃତ୍ୟ ଶାସ୍ତ୍ରୀୟ ମର୍ଯ୍ୟାଦା ପାଉଛି ଓ ଅନେକ ନାରୀ ଶିଳ୍ପୀ ଏହାକୁ ନିଜର ଜୀବନ-ଜୀବିକା ଭାବରେ ଗ୍ରହଣ କରୁଛନ୍ତି ଓ ସଫଳ ମଧ୍ୟ ହେଉଛନ୍ତି ।

ସମ୍ବଲପୁରୀ ନାଚର ସେ ସୌଭାଗ୍ୟ ଆସୁନାହିଁ ।

ଆଜିଯାଏ ସମ୍ବଲପୁରୀ ନାଚ କେବଳ କିଶୋରୀ ବୟସର ଉଲ୍ଲାସ ଭିତରେ ସୀମିତ ରହିଛି।ବୟସ ଗଡିଗଲେ, ସମ୍ବଲପୁରୀ ନାଚିବାର ସୁଯୋଗ ଇ ନାହିଁ ।ସେଇ ବିଡମ୍ବନା ଗୁରୁବାରୀଂକ ଜୀବନରେ ବି ଆସିଛି ।

୬. ଘର ସଂସାର ଓ ଅଭାବୀ ଜୀବନର ଦହନ ତାଂକୁ ମଂଚରୁ ଦୂରେଇ ନେଲା ସିନା, ନାଚ ତାଂକୁ ଛାଡିଲା ନାହିଁ ।

ଯେତେବେଳେ ବି ଯେଉଁଠି ସୁଯୋଗ ମିଳିଛି ସେ ନାଚ ଶିଖେଇଛନ୍ତି ଓ ନିଜେ ନାଚିଛନ୍ତି।ସମ୍ବଲପୁରୀ ର ଚାଖି ଚାହାନୀ, ଅଂଗରେ ଝରଣାର ରାଗ ଓ ମୁହଁ ମଲକା ଅଭିନୟ ଗୁରୁବାରୀଂକ ନୃତ୍ୟ ରେ ଉତ୍କର୍ଷ ହାସଲ କରିଥିଲା ।

3୭. ସେ ଥିଲେ ସାକ୍ଷାତ ଡାଲଖାଇ।(ଏଠି କହି ରଖିବା ଉଚିତ ହେବ ଯେ ଡାଲଖାଇ ଏକ ଦେବୀ) ତାଂକ ଲଚକ ର କୌଣସି ତୁଳନା ନାହିଁ ।

୮. ତେବେ ଜୀବନ ସଂଘର୍ଷରେ ତାଂକ ଲାଗି ଘର ଖଣ୍ଡେ ବି ନଥିଲା।ମୁଢି ଭାଜି ସେ ଜୀବିକ ନିର୍ବାହ କରୁଥିଲେ ।ବଡ କଷ୍ଟରେ ପରିଣତ ବୟସରେ ତାଂକୁ ରହିବା ଲାଗି ଇନ୍ଦିରା ଆବାସ ଖଣ୍ଡେ ମିଳିଥିଲା, ତାହା ପୁଣି ବହୁତ୍ କୁହା ବୋଲା ପରେ ।

୯. ଜୀବନର ଅନ୍ତିମ ଭାଗରେ ତାଂକ ସାଧନା ଲାଗି କିଛି କିଛି ସମ୍ମାନ ଓ ସ୍ବୀକୃତି ତାଂକୁ ମିଳିଥିଲା।ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଆହୁରି କିଛି ଅନୁଷ୍ଠାନ ତାଂକୁ ସମ୍ବର୍ଦ୍ଧିତ କରିଥିଲେ ।

୧୦. ୨୦ ଅକ୍ଟୋବର ଦିନ ଏହି କିମ୍ବଦନ୍ତି ନାୟିକାଂକ ଜୀବନ ଦୀପ ଲିଭିଗଲା ।

ବରଗଡ ଜିଲ୍ଲା ବିଜେପୁର ପାଖ ଏମ ଗଣ୍ଡପାଲି ଗାଁ ରେ ୭୦ ବର୍ଷ ବୟସରେ ସେ ମୃତ୍ୟୁବରଣ କଲେ।

ଗୁରୁବାରୀଂକ ବିଷୟରେ ଆଜି ଯାହା ଲେଖା ହେଲେବି ଆମକୁ ଗୋଟିଏ କଥା ମାନିବାକୁ ପଡିବ ଯେ ଗୋଟିଏ ସମାଜ ଭାବରେ ଆମର ସୃଜନଶୀଳ ପ୍ରତିଭା ମାନଂକୁ ଆମେ ଶ୍ରଦ୍ଧା, ସମ୍ମାନ ଓ ମର୍ଯ୍ୟାଦା ର ଜୀବନ ଟିଏ ଦେଇ ପାରି ନାହୁଁ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମନୋରଞ୍ଜନ Tagged With: କଳାକାର, ଗୁରୁବାରୀ ମିର୍ଧା, ଛନ୍ଦ, ଜୀବନ, ନୃତ୍ୟ, ପଶ୍ଚିମ ଓଡ଼ିଶା, ମଂଚ, ଲୋକ ପରମ୍ପରା, ଲୋକନୃତ୍ୟ, ଶ୍ରଦ୍ଧାଂଜଳି, ସମ୍ବଲପୁରୀ ନାଚ

ତୈ୍ରମାସିକ ସାହିତ୍ୟ ସଂସ୍କୃତି ପତ୍ରିକା ମଧୁର ଭାରତୀ ଉନ୍ମୋଚିତ

August 28, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୨୮(ଓଡ଼ିଶା ଡ଼ଟ୍ କମ୍)-ମଙ୍ଗଳବାରର ମଙ୍ଗଳ ସଂଧ୍ୟା । ଏହି ସଂଧ୍ୟାରେ ଏକାମ୍ର ନଗରୀର ଜୟଦେବ ଭବନ ଲୋକନୃତ୍ୟ ଓ ଭଂଜ ସାହିତ୍ୟ ଆଲୋଚନାରେ ମୁଖରିତ ହୋଇ ଉଠୁଥିଲା ।

ମଧୁର ଝଙ୍କାର କଳାକାରବୃନ୍ଦଙ୍କ ଦ୍ୱାରା ପରିବେଶିତ ଭଂଜ ସଂଗୀତ ଓ ଓଡିଆ ସଂଗୀତ ବିଚିତ୍ରା ଦର୍ଶକମାନଙ୍କୁ ବିମୁଗ୍ଧ କରିେଇଥିଲା ।

ଆଜି ମଧୁର ଝଙ୍କାର ଅନୁଷ୍ଠାନର ଦଶମ ବାର୍ଷିକ ଉତ୍ସବ ଅନଷ୍ଠାନର ଅଧ୍ୟକ୍ଷା ଜୟନ୍ତୀ ପଢିଆରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି ।

ଏହି ଉପଲକ୍ଷେ ଅବସର ପ୍ରାପ୍ତ ଆଇ.ଏ.ଏସ୍ ସୁଦର୍ଶନ ନାୟକ, ଗାଳ୍ପିକା ପାରମିତା ଶତପଥୀ,କୌସ୍ତୁଭ ଗ୍ରୁଫର ଚେୟାରମ୍ୟାନ ପ୍ରଭାତ ରଂଜନ ମଲ୍ଲିକ,କବୀ ଡ.ସୁଷମା ମିଶ୍ର,ଯୁବ ଉଦ୍ୟୋଗବିତ୍ ସାରଥି ସ୍ୱାଇଁ ,କଣ୍ଠଶିଳ୍ପୀ ସସ୍ମିତା ଦାଶ,ଲୋକନୃତ୍ୟ ଶିଳ୍ପୀ ଶଙ୍କର ସାହୁ, ଓଡିଶା ସଂଗୀତ ନାଟକ ଏକାଡେମୀ ସଦସ୍ୟ ଗଣେଶ୍ୱର ସାହୁ,ଅଖିଳ ଭାରତ ଓଡିଆ ସାହିତ୍ୟ ପରିଷର ମହାସଚିବ ଡ.ଗଙ୍ଗାଧର ନାୟକ,ଆନ୍ତଜାତୀୟ ଓଡିଶା ନୃତ୍ୟଶିଳ୍ପୀ ଗୁରୁ ଜ୍ୟୋତି ରାଉତ୍ ଆଦି ସାରସ୍ୱତ ଓ ସାଧକମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବଦ୍ଧିତ କରାଯାଇଥିଲା ।

ଅନୁଷ୍ଠାନର ତୈ୍ରମାସିକ ସାହିତ୍ୟ ସଂସ୍କୃତି ପତ୍ରିକା ମଧୁର ଭାରତୀ ଏହି ଅବସରରେ ଉନ୍ମୋଚିତ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର, ସାହିତ୍ୟ Tagged With: ଜୟଦେବ ଭବନ, ପତ୍ରିକା ମଧୁର ଭାରତୀ, ଲୋକନୃତ୍ୟ

ଲୋକନୃତ୍ୟ ମାଧ୍ୟମରେ ଏଡ଼୍ସ ସଚେତନତା ପାଇଁ କର୍ମଶାଳା

February 18, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୯(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାର ଗ୍ରାମାଂଚଳରେ ବସବାସ କରୁଥିବା ଲୋକ ମାନଙ୍କୁ ଏଚ୍ଆଇଭି/ଏଡ଼୍ସ ବିଷୟରେ ସଚେତନତା କରାଇବା ପାଇଁ ଲୋକନୃତ୍ୟ ଦଳ ଗୁଡ଼ିକର କର୍ମଶାଳା ଆୟୋଜିତ ହୋଇଯାଇଛି ।

ଗତ ୧୪ ତାରିଖରୁ ରାଜ୍ୟ ଏଡ଼୍ସ ନିୟନ୍ତ୍ରଣ ସମିତି ପକ୍ଷରୁ ଆୟୋଜନ କରାଯାଇଥିବା ଏହି କର୍ମଶାଳାରେ ସଂଗୀତ ଏବଂ ନାଟକ ଦ୍ୱାରାସ୍ୱୀକୃତିପ୍ରାପ୍ତ ପ୍ରାୟ ୩୦ଟି ଦଳ ଅଂଶ ଗ୍ରହଣ କରିଥିଲେ ।

ଘୋଡ଼ାନାଚ, ଘୁଡ଼ୁକି, ଦାସକାଠିଆ, ପାଲା, ସମ୍ବଲପୁରୀ, ଆଦିବାସୀ ନୃତ୍ୟ ଭଳି ବିଭିନ୍ନ ଲୋକନୃତ୍ୟ ଦଳ ଏଚ୍ଆଇଭି/ ଏଡ଼୍ସ ବାର୍ତା ନେଇ ନିଜନିଜ ଶୈଳୀରେ ପରିବେଷଣ କରିଥିଲେ ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଆଠଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କରାଯିବ । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଠାରେ ଆୟେଜିତ ଏହି କର୍ମଶାଳାକୁ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୋଦ ମେହେର୍ଦ୍ଦା ଉଦଘାଟନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗ୍ରାମାଂଚଳ, ଲୋକନୃତ୍ୟ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ