• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଶିକାରୀ

ଶିମିଳିପାଳ: ବିଷ ଦେଇ ତିନି ହାତୀଙ୍କୁ ହତ୍ୟା

February 16, 2011 by ଓଡିଶା ଡଟ କମ Leave a Comment

 

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାରିପଦା, ଫେବୃୟାରୀ ୧୫(ଓଡ଼ିଶା ଡ଼ଟ୍ କମ୍) ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ବିଷ ଦେଇ ତିନୋଟି ମାଈ ହାତୀଙ୍କୁ ହତ୍ୟା କରାଯାଇଥିବା ମଙ୍ଗଳବାର ଜଣେ ଅଧିକାରୀ କହିଛନ୍ତି ।

ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ରବିବାର ଏହି ହାତୀଙ୍କ ଶବ ଦେଖିବାକୁ ମିଳିଥଲା ବୋଲି ଉଦ୍ୟାନର ନିର୍ଦ୍ଦେଶକ ଏଚ୍.ଏସ୍. ଉପାଧ୍ୟାୟ କହିଛନ୍ତି ।

ଗତ ବର୍ଷ ଅପ୍ରେଲ ମାସରେ ଏହି ଉଦ୍ୟାନରେ ସାତଟି ହାତୀଙ୍କ ଶବ ମିଳିଥିଲା ଓ ଏ ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ
ମନ୍ତ୍ରୀ ଉ୍ବେଗ ପ୍ରକାଶ କରିଥିଲେ ।

ଶିକାରୀମାନେ ଦନ୍ତା ହାତୀଙ୍କୁ ଶିକାର କରିବା ପାଇଁ ଖାଦ୍ୟରେ ବିଷ ମିଶାଇ ଥିବା ବେଳେ ସେଗୁଡ଼ିକୁ ମାଈ ହାତୀମାନେ ଖାଇ ମୃତ୍ୟୁବରଣ କରିଥାଇ ପାରିନ୍ତି ବୋଲି ସେ କହିଛନ୍ତି ।

ଗତବର୍ଷ ଗଣନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ୧,୮୮୬ଟି ହାତୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦୦ଟି
ଶିମିଳିପାଳରେ ଅଛନ୍ତି ।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ସତ୍ୱେ ଶିମିଳିପାଳରେ ବଣ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ ରାଜ୍ୟ ସରକାର ଅବହେଳା କରୁଛନ୍ତି, ଓଡ଼ିଶା ବଣ୍ୟପ୍ରାଣୀ ସମାଜର ସଂପାଦକ ବିଶ୍ୱଜିତ ମହାନ୍ତି କହିଛନ୍ତି ।

ଗତ ଦୁଇ ବର୍ଷ ମଧ୍ୟରେ ଶିକାରୀଙ୍କ ଦ୍ୱାରା ପ୍ରାୟ ୫୦ଟି ହାତୀ ପ୍ରାଣ ହରାଇଥିବା ବେଳେ ଏନେଇ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି, ସେ କହିଛନ୍ତି ।

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଉଦ୍ୟାନ, ମୁଖ୍ୟ ଖବର, ଶିକାରୀ, ହାତୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ