• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଶିକ୍ଷୟିତ୍ରୀ

ଡିଏଭି ସ୍କୁଲ ଫି’ ବୃଦ୍ଧି ପ୍ରତିବାଦ: ପୋଲିସ-ଅଭିଭାବକ ଧସ୍ତାଧସ୍ତି

January 24, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୪(ଓଡିଶା ଡଟ୍ କମ୍)-ଆଜି ଠାରୁ ସମସ୍ତ ଡିଏଭି ସ୍କୁଲ ଗୁଡିକରେ ପାଠପଢା ବନ୍ଦ ରହିଛି । ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲକୁ ଆସିନାହାଁନ୍ତି । ମାତ୍ର ଏହି ଘଟଣାକୁ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଥିଲାବେଳେ ପୋଲିସ୍ ଏବଂ ଅଭିଭାବକଙ୍କ ମଧ୍ୟରେ ଧସ୍ତାଧସ୍ତି ଭଳି ଘଟଣା ଘଟିଛି ।

ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ୪୨ଟି ଡିଏଭି ସ୍କୁଲରେ ଦେଖା ଦେଇଥିବା ପରିସ୍ଥିତିକୁ କେନ୍ଦ୍ରକରି ଅଭିଭାବକ ଏବଂ ସ୍କୁଲ କତୃପକ୍ଷଙ୍କ ମଧ୍ୟରେ ଏକ ପ୍ରକାର ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି ।

ଆଜି ଭୁବନେଶ୍ୱରରେ କେତେକ ବିଦ୍ୟାଳୟରେ ଅଭିଭାବକମାନେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ନିଷ୍ପତିର ପ୍ରତିବାଦ କରିଥିଲେ । ତେବେ ୟୁନିଟ-୮ ଡିଏଭିସ୍କୁଲ ସମ୍ମୁଖରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ଅନେକ ଅଭିଭାବକମାନଙ୍କୁ ଅଟକ ରଖିଥିଲେ ।

ସୂଚାନାଯୋଗ୍ୟ ଯେ,ଡିଏଭି ସ୍କୁଲ ଫି’ ବୃଦ୍ଧି ଘଟଣାର ପ୍ରତିବାଦ କରିବାକୁ ଯାଇ ମଙ୍ଗଳବାର କେତେକ ଅଭିଭାବକ କଟକ ସିଡିଏ, ସେକ୍ଟର-୬ ଡିଏଭି ପବ୍ଲିକ ସ୍କୁଲର ଧାରଣା ଦେବା ସହ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ । ତେବେ ହଠାତ କିଛି ଅଭିଭାବକଙ୍କ ସହ ଅସାମାଜିକ ବ୍ୟକ୍ତି ବିଦ୍ୟାଳୟ ମଧ୍ୟରେ ପଶି ଏଠାରେ ଥିବା ଗାଡିମୋଟର ଭଙ୍ଗାରୁଜା କରିଥିଲେ ।

ସେମାନେ ଅଧ୍ୟକ୍ଷା ଶ୍ରୀମତୀ ଇପିସିତା ଦାସଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ଚୁଟିଧରି ଟଣାଓଟରା କରିଥିଲେ । ଏହାପରେ ସେମାନେ ଜବରଦସ୍ତ ଫି’ ବୃଦ୍ଧି ସଂକ୍ରାନ୍ତ ନୋଟିସ ପ୍ରତ୍ୟାହାର କରାଗଲା ବୋଲି ଏକ କାଗଜରେ ଲେଖାଇ ନେଇଥିଲେ ।

ଏହି ଘଟଣା ଚାଲିଥିବା ବେଳେ ବାହାରେ ଉପସ୍ଥିତ କିଛି ଶିକ୍ଷକ/ଶିକ୍ଷୟିତ୍ରୀ ପୁଲିସକୁ ଫୋନ କରିଥିଲେ । ବହୁ ବିଳମ୍ବରେ ପୁଲିସ ଆସି ଉତ୍ୟକ୍ତ ଅଭିଭାବକଙ୍କୁ ରୋକିବା ପରିବର୍ତେ ନିରବଦ୍ରଷ୍ଟା ସାଜିଥିଲା ବୋଲି ଅଭିଯୋଗ ହୋଇଛି ।

ଏହି ଘଟଣା ପରେ ଶ୍ରୀମତୀ ଦାସ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟି ନ୍ୟାୟଭିକ୍ଷା କରିବା ସହ ମର୍କତନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାକୁ ଦୈ୍ୱତନଗରୀର ସମସ୍ତ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଅଧ୍ୟକ୍ଷାମାନେ ନିନ୍ଦା କରିଛନ୍ତି ।

ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା, କର୍ତବ୍ୟରେ ଅବହେଳା କରିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ଯଦି ଏ ଦିଗରେ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରା ନଯାଏ, ତେବେ ମହାନଗରୀର ସମସ୍ତ ଡିଏଭି ପବ୍ଲିକ ସ୍କୁଲର ଶିକ୍ଷକ/ଶିକ୍ଷୟିତ୍ରୀମାନେ ସ୍କୁଲ ଆସିବେ ନାହିଁ ବୋଲି ଉପସ୍ଥିତ ଅଧ୍ୟକ୍ଷ/ଅଧ୍ୟକ୍ଷାମାନେ ଘୋଷଣା କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଅଭିଭାବକ, ଡିଏଭି ସ୍କୁଲ, ପୁଲିସ, ଶିକ୍ଷକ, ଶିକ୍ଷୟିତ୍ରୀ

ବିଳମ୍ବରେ ପହଞ୍ଚୁଥିବା ୧୮୭ ଜଣ ଶିକ୍ଷକ,ଶିକ୍ଷୟିତ୍ରୀ ଧରାପଡିଲେ

August 28, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାରିପା ,ଅଗଷ୍ଟ ୨୮ (ଓଡ଼ିଶା ଡ଼ଟ୍ କମ୍),ମୟୂରଭଞ୍ଜ ଜିଲାପାଳ ରାଜେଶ ପ୍ରଭାକର ପାଟିଲଙ୍କ ନିର୍ଦ୍ଦେଶରେ ପ୍ରଥମଥର ପାଇଁ ପ୍ରଶାସନିକ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ସ୍କୁଲରେ ବିଳମ୍ବରେ ପହଞ୍ଚୁଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଠାବକରା ଯାଇଛି ।

ଜିଲାର ଚାରିଟି ଉପଖଣ୍ଡ ସଦର ମହକୁମାରେ ୧୮୭ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଧରାପଡିଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରୁ ୭୩ଜଣ ଶିକ୍ଷକ ଓ ୧୧୪ଜଣ ଶିକ୍ଷୟିତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରେ ୧୭୪ ଜଣ ପ୍ରାଇମେରୀ ଓ ୧୩ଜଣ ହାଇସ୍କୁଲର ଅଛନ୍ତି ।

ଏହିମାନଙ୍କୁ ଧରିବା ପାଇଁ ୨୪ଟି ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରା ଯାଇଥିଲା । ଧରାପଡିଥିବା ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ବିଦ୍ୟାଳୟର ଠିକଣା ତାଲିକାଭୁକ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କଠାରେ ଉପସ୍ଥାପନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଶିକ୍ଷକ, ଶିକ୍ଷୟିତ୍ରୀ, ସ୍ୱତନ୍ତ୍ର ସ୍କ୍ୱାଡ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ