• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଶିବାନନ୍ଦ

ଶିବାନନ୍ଦ ଶତବାର୍ଷିକ ଉଚ୍ଚ ବିଦ୍ୟାଳୟର ଅଦ୍ଭୁତପୂର୍ବ ସଫଳତା

May 9, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୯ (ଓଡିଶା ଡଟ କମ) ଚଳିତବର୍ଷ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ଦେଇଥିବା ଭୁବନେଶ୍ଵର ଖଣ୍ଡଗିରିସ୍ଥିତ ଶିବାନନ୍ଦ ଶତବାର୍ଷିକ ବାଳକ ଉଚ୍ଚ ବିଦ୍ୟାଳୟର ସମସ୍ତ ୭୯ଜଣ ଛାତ୍ର କୃତୀତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଥିବାରୁ ସ୍କୁଲ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି ।

9ସ୍କୁଲଛାତ୍ରମାନେ ସର୍ବନିମ୍ନ ୬୨.୫୫ ପ୍ରତିଶତରୁ ସର୍ବୋଚ୍ଚ ୯୨.୫ପ୍ରତିଶତ ନମ୍ବର ରଖିଛନ୍ତି । ବିଦ୍ୟାଳୟ ପ୍ରାରମ୍ଭରୁ ଶତ ପ୍ରତିଶତ ଛାତ୍ର ଉତ୍ତୀର୍ଣ୍ଣ ହୋଇ ଆସୁଥିବା ବେଳେ ଚଳିତବର୍ଷ ୭୯ଜଣ ଛାତ୍ରଙ୍କ ମଧ୍ୟରୁ ଏ୧-ଗ୍ରେଡ଼ (୯୦ ପ୍ରତିଶତରୁ ଅଧିକ ନମ୍ବର)ରେ ୪ଜଣ, ଏ୨-(୮୦ ପ୍ରତିଶତରୁ ୯୦ ପ୍ରତିଶତ) ୩୯ଜଣ, ବି୧-(୭୦ ପ୍ରତିଶତରୁ ଅଧିକ) ରେ ୩୩ଜଣ ଏବଂ ବି୨-(୬୦ପ୍ରତିଶତରୁ ଅଧିକ) ରେ ୩ଜଣ କୃତୀତ୍ୱର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ସଂସ୍କୃତରେ ୨୫ଜଣ ଛାତ୍ର , ଗଣିତ ରେ ୬ ଜଣ ୧୦୦ ରୁ ୧୦୦ନମ୍ବର ରଖି ସଫଳତା ହାସଲ କରିଛନ୍ତି ।

ବର୍ତମାନର ଶିକ୍ଷା ବ୍ୟବସ୍ଥା ସମାଜକୁ ଅବକ୍ଷୟମୁଖ୍ୟ କରାଇବା ସହିତ ଅସ୍ଥିରତା ଓ ବିଶଙ୍ଖୃଳାର ବାତାବରଣ ସୃଷ୍ଟି କରୁଥିବା ବେଳେ ଏଥିରୁ ରକ୍ଷା ପାଇବା ପାଇଁ ଆଧ୍ୟାତ୍ମିକ ଶକ୍ତି ପୃଷ୍ଠଭୂମି ଆଧାରିତ ମୂଲ୍ୟବୋଧ ଭିତ୍ତି ତଥା ପରୀକ୍ଷାମୂଳକ ଶିକ୍ଷାବ୍ୟବସ୍ଥା ଏକାନ୍ତ ଅପରିହାର୍ଯ୍ୟ ହୋଇପଡ଼ିଛି ।

ମହାପୁରୁଷ ସ୍ୱାମୀ ଶିବାନନ୍ଦଙ୍କ ମହତ୍ ବାଣୀ, ଆଦର୍ଶ ଚିନ୍ତନ ଆଭିମୁଖ୍ୟ ହିଁ ସମାଜକୁ ଶଙ୍ଖୃ ଳିତ ଏବଂ ଠିକଣା ମାର୍ଗଦର୍ଶନ ଦେଇପାରିବ ବୋଲି ବିଦ୍ୟାଳୟର ସମ୍ପାଦକ ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ, ଯୁଗ୍ମ ସମ୍ପାଦକ ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ ଏବଂ ବିଦ୍ୟାଳୟ ପରି·ଳନା କମିଟିର ସଦସ୍ୟ ତଥା ବରିଷ୍ଠ ପ୍ରଶାସକ ସତ୍ୟେନ୍ଦ୍ର ନାରାୟଣ ତିୱାରୀ ଏ ଅବସରରେ ପ୍ରକାଶ କରିଛନ୍ତି ।

ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଏବଂ ନିଷ୍କାମ ସେବା ଜରିଆରେ ନୂତନ ଚରିତ୍ର ଗଠନକୁ ସର୍ବଦା ପ୍ରାଥମିକତା ଦେବା ଏବଂ ଏଥିପାଇଁ ଅଭିଯାନ ବଜାୟ ରଖିବାର ସମୟ ଆସିଛି ଏହି ନୀତିଶିକ୍ଷାକୁ ଅକ୍ଷରେ ଅକ୍ଷରେ ପାଳନ କରି ବିଦ୍ୟାଳୟ ସଫଳତା ହାସଲ କରି ପାରିଛି ବୋଲି ସେମାନେ ଶନିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଚଳିତବର୍ଷ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷାରେ ବିଦ୍ୟାଳୟ ର ଅଦ୍ଭୁତପୂର୍ବ ସଫଳତା ସମ୍ପର୍କରେ ଉଲ୍ଲେଖ କରି ସେମାନେ ଦର୍ଶାଇଥିଲେ ଯେ ଶିକ୍ଷା ଅଧିକାର ଆଇନ୍ ଅନୁସାରେ ବିନା ପ୍ରବେଶିକା ପରୀକ୍ଷାରେ ପ୍ରଥମେ ଆସୁଥିବା ଛାତ୍ରମାନଙ୍କୁ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ସ୍କୁଲରେ ନାମ ଲେଖାଇବାକୁ ସୁଯୋଗ ଦିଆଯାଇଥାଏ ।

ଯାହାଫଳରେ ଅଧିକ ସଂଖ୍ୟାରେ ଛାତ୍ର ଏଠାରେ ନାମ ଲେଖାଇଥାନ୍ତି । ନାମ ଲେଖା ପରେ ଇଂରାଜୀ, ଗଣିତ ଓ ଓଡ଼ିଆରେ ସେମାନଙ୍କ ମଧ୍ୟରେ ଏକ ଲିଖିତ ପରୀକ୍ଷା କରାଯାଇ ସେମାନଙ୍କ ଦକ୍ଷତା ମପାଯାଇ ଦୁର୍ବଳ ଛାତ୍ରମାନଙ୍କୁ ସ୍କୁଲ୍ ଛୁଟି ପରେ ସମ୍ପୃକ୍ତ ବିଷୟ ଗୁଡ଼ିକରେ ବ୍ୟକ୍ତିଗତ କୋଚିଂ ଦିଆଯାଇ ସେମାନଙ୍କ ମାନ ଉନ୍ନତ କରାଯାଏ ।

ପ୍ରତ୍ୟେକ ଛାତ୍ରଙ୍କର ବ୍ୟକ୍ତିଗତ ଯତ୍ନ ନିଆଯାଉଛି । ଭଲ ମଣିଷ ହେବାକୁ ମୂଳଦୁଆ ଗଢିବା ଆଭିମୁଖ୍ୟ ନେଇ ଏହି ବିଦ୍ୟାଳୟରେ ଛାତ୍ରମାନଙ୍କୁ ଶିକ୍ଷା ପ୍ରଦାନରେ ନିୟୋଜିତ ଶିକ୍ଷକମାନଙ୍କ ନିଷ୍ଠା ଏବଂ ଉତ୍ସର୍ଗୀକୃତ ସେବା ବଜାୟ ରିହଛି । ଗରିବ ଛାତ୍ରମାନଙ୍କୁ ପାଠ ପଢା ପାଇଁ ସୁଯୋଗ ଦେବାଲାଗି ପ୍ରୋତ୍ସାହନମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

୧୯୮୪ ମସିହାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ବିଦ୍ୟାଳୟ ପାଇଁ ସରକାର ୧୦ଏକର ଜମି ଯୋଗାଇ ଦେଇଥିଲେ । ତାହା ପରଠାରୁ ବିଦ୍ୟାଳୟ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ନିଆଯାଇ ନାହିଁ ।

ବିଭିନ୍ନ ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନ ଦ୍ୱାରା ପ୍ରଦତ୍ତ ସହାୟତାରେ ବିଦ୍ୟାଳୟ ଚାଲିଛି ଏବଂ ଏହାର ପରିସରକୁ ଏକ ଉଚ୍ଚ ଆଦର୍ଶ ସ୍ଥାନୀୟ ଏବଂ ସୁନ୍ଦର ସବୁଜ ବଳୟ ପରିବେଷ୍ଟନୀ ମଧ୍ୟରେ ବାନ୍ଧି ରଖିଛି ବୋଲି ସେମାନେ
କହିଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ବିଦ୍ୟାଳୟ ପରିଚାଳନା କମିଟିର ଅନ୍ୟତମ ସଦସ୍ୟ ପୂର୍ବତନ ପ୍ରଶାସକ ଦୁର୍ଗାମାଧବ ଦାସ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାସ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଓଡିଶା ଡଟ କମ

News Bureau
News Bureau

Filed Under: ଶିକ୍ଷା, ସଭା ସମିତି Tagged With: ଜଗନ୍ନାଥାନନ୍ଦ, ବିଦ୍ୟାଳୟ, ଶିବାନନ୍ଦ, ସାର୍ଟିଫିକେଟ୍

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ