• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

Odisha.com

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଶିବ

ରାଣୀପୁର-ଝରିଆଲର ଚଉଶଠି ଯୋଗିନୀ ମନ୍ଦିର ସମ୍ପର୍କରେ ଦଶଟି ତଥ୍ୟ

June 21, 2016 by ନିଉଜ ଡେସ୍କ 3 Comments

ranipur5

କେଦାର ମିଶ୍ର

ରାଣୀପୁର-ଝରିଆଲ, ବଲାଂଗିର ଜିଲ୍ଲାର ଟିଟିଲାଗଡ ସହର ପାଖାପାଖି ଦୁଇଟି ଛୋଟିଆ ଗାଁ। ଏ ଦୁଇ ଗାଁ କୁ ସଂଯୋଗ କରୁଛି ଏକ ବିଶାଳକାୟ ପଥର ଚଟାଣ । ଚଟାଣ ର କେନ୍ଦ୍ରରେ ଛାତ ନଥିବା ଏକ ଗୋଲାକାର ମନ୍ଦିର। ଏ ପ୍ରକାର ମନ୍ଦିର ଓଡିଶାର ସ୍ଥାପତ୍ୟ ଇତିହାସରେ ମାତ୍ରା ଦୁଇଟି ।

ରାଣିପୁର-ଝରିଆଲ ବ୍ୟତୀତ ଖୁର୍ଧା ଜିଲ୍ଲାର ହୀରାପୁର ଠାରେ ଏମିତି ଆଉ ଏକ ମନ୍ଦିର ରହିଛି। ତେବେ ହୀରାପୁର ମନ୍ଦିର ଆକାରରେ ଯଥେଷ୍ଟ ଛୋଟ। ରାଣିପୁର-ଝରିଆଲର ବିଶାଳକାୟ ପଥର ଉପରେ ନିର୍ମିତ ଏହି ବିଚିତ୍ର ଦେଉଳର ନାମ ଚୌଶଠି ଯୋଗିନୀ ମନ୍ଦିର।

ranipur-jharialଭାରତୀୟ ତନ୍ତ୍ର ପରମ୍ପରାରେ ଯୋଗିନୀ ହେଉଛନ୍ତି ଦେବୀଂକ ଅଂଗରୁ ଜାତ ହୋଇଥିବା ଲୌକିକ ଶକ୍ତି। କୌଳ ତନ୍ତ୍ର ଅନୁସାରେ ଦେବୀଂକୁ କୁଳ ଓ ଶିବଂକୁ ଅକୁଳ ବୋଲି କୁହାଯାଇଥାଏ । ଶିବଂକୁ କେନ୍ଦ୍ରକରି ଦେବୀଙ୍କର ୬୪ ସ୍ଵରୂପ ଯୋଗିନୀ ରୂପରେ ନୃତ୍ୟ କରୁଥାନ୍ତି। ଉତ୍ତର ଓ ପୂର୍ବ ଭାରତରେ ମାତ୍ର କେତୋଟି ଯୋଗିନୀ ମନ୍ଦିର ରହିଛି।

ଶାହଡୋଲ୍, ଖଜୁରାହୋ, ଭେଡାଘାଟ ଓ ଗୋଆଲିଅର ସମେତ ଓଡିଶାରେ ଦୁଇଟି ୬୪ ଯୋଗିନୀ ମନ୍ଦିର ରହିଛି । ଭାରତୀୟ ତନ୍ତ୍ର ପରମ୍ପରାର ଏକ ଅଳ୍ପଚର୍ଚିତ କିନ୍ତୁ ଅଧିକ ଗୁରୁତ୍ଵ ବହନ କରୁଥିବା ୬୪ ଯୋଗିନୀ ମନ୍ଦିରକୁ ନେଇ କିଛି କଥା-

୧। ଯୋଗିନୀ ତନ୍ତ୍ରକୁ କୌଳ ତନ୍ତ୍ର ବା ସୋମ ତନ୍ତ୍ର ବୋଲି କୁହାଯାଇଥାଏ। ଶୈବ-ତନ୍ତ୍ର ର ଏକ ପ୍ରମୁଖ ଧାରାକୁ ମତ୍ତ ମୟୂର ଶାଖା ବୋଲି କୁହାଯାଉଥିଲା ।

ranipur-2ଏହି ଧାରାର ଜଣେ ପ୍ରମୁଖ ସାଧକ “ଗଗନଶିବ” ରାଣିପୁର –ଝରିଆଲରେ ସାଧନା କରିଥିଲେ ବୋଲି ଏକ ଶିଳାଲିପି ରହିଛି। ଏଠାରେ ସୋମେଶ୍ବର ଶିବଂକ ପୀଠ ରହିଛି ଓ ଏଥିରେ ଥିବା ପୁଷ୍କରିଣୀକୁ ସୋମତୀର୍ଥ ବୋଲି ନାମିତ କରାଯାଇଛି।

ତେବେ ଗଗନଶିବ ଯୋଗିନୀ ସାଧକ ଥିଲେ କି ନାହିଁ ତାହାର ପ୍ରମାଣ ମିଲେ ନାହିଁ ।

୨.  ଯୋଗିନୀ ସାଧନା ସହିତ କୌଳ ଓ ଲୌକିକ ସମନ୍ବୟ ରହିଛି। ଯୋଗିନୀ ମାନେ ମୂଳତଃ ଲୋକ ଦେବୀ।

ranipur-3ଏମାନେ ବଶୀକରଣ (ଅନ୍ୟକୁ ନିଜ ବଶ କରି ରଖିବା),ଗୁତିକାଂଜନ (ଏକ ପ୍ରକାର କଜଳ ଯାହା ଲଗାଇଲେ ଗୁପ୍ତ ଧନ ଦୃଶ୍ୟ ହୁଏ ), ଧାତୁବାଦ ( ଧାତୁ କୁ ବହୁମୂଲ୍ୟ ସୁନା ରେ ରୂପାନ୍ତର କରିବାର କଳା ), ବିଦଗ୍ଧ (ଶତ୍ରୁ କୁ ଧ୍ବଂସ କରିବାର କଳା ), ଅଗ୍ନିସ୍ତମ୍ଭନ(ନିଆଂକୁ ଆୟତ୍ତ କରିବାର କଳା), ଖେଚରୀ ବିଦ୍ୟା ( ଆକାଶରେ ଭ୍ରମଣ କରିବାର କଳା) ଇତ୍ୟାଦି ସାଧନା ର ମହାଦେବୀ ଭାବରେ ସାଧକ ଦ୍ଵାରା ପୂଜା ପାଇଥାନ୍ତି।

୩. ରାଣିପୁର –ଝରିଆଲ ର ୬୪ ଯୋଗିନୀ ମନ୍ଦିର ସହିତ ଏଠାରେ ଆହୁରି ଅନେକ ଶିବ, ଶକ୍ତି ଓ ଭୈରବଂକ ମନ୍ଦିର ରହିଛି । ଏହା ବ୍ୟତୀତ ତପସ୍ୟା ଲାଗି ଅନେକ କୋଟର ଓ ଗୁମ୍ଫା ମଧ୍ୟ ଏଠାରେ ଦେଖିବାକୁ ମିଳେ । ଏହାର ଅଳ୍ପ ଦୂରରେ ଇଟା ରେ ନିର୍ମିତ ବିରଳ ଇନ୍ଦ୍ରଲାଠ ମନ୍ଦିର ରହିଛି।

୪. ଯୋଗିନୀ ମନ୍ଦିର ନବମ ଶତାବ୍ଦୀରେ ସୋମବଂଶି ରାଜାମାନେ ନିର୍ମାଣ କରିଥିବାର ଅନୁମାନ କରାଯାଏ। ସୋମ ବଂଶି ମାନେ ଉତ୍ତର ଦିଗରୁ ଆସିଥିବାରୁ ଓ ଉତ୍ତର ଭାରତରେ ଏକ ପ୍ରତଷ୍ଠିତ ଯୋଗିନୀ ପରମ୍ପରା ରହିଥିବାରୁ, ଏହା ଅନେକାଂଶରେ ଠିକ ମନେ ହୁଏ ।

୫. ଭାରତର ଅନ୍ୟାନ୍ୟ ଯୋଗିନୀ ମନ୍ଦିର ତୁଳନାରେ ରାଣୀପୁର୍-ଝରିଆଲର ନିର୍ଦିଷ୍ଟ ସ୍ଵାତନ୍ତ୍ର ରହିଛି । ଭରତ ମୁନି ପ୍ରଣୀତ ନାଟ୍ୟ ଶାସ୍ତ୍ର ରେ ବର୍ଣିତ ବିବିଧ କରଣ ରେ ଏଠି କାର ଯୋଗିନୀ ମାନେ ଉଭା ହୋଇଛନ୍ତି । କେନ୍ଦ୍ରରେ ଏକ ବିଶାଳକାୟ ଶିବ ପ୍ରତିମା ନୃତ୍ୟ ଉଦ୍ୟତ ଭଂଗୀ ରେ ଅଛନ୍ତି।

ଶିବଙ୍କର ସତେ ଯେମିତି ମନ୍ଦିର ଟି ଏକ ମେଳ ନୃତ୍ୟର ଭ୍ରମ ସୃଷ୍ଟି କରୁଛି।

ranipur-4୬. କେନ୍ଦ୍ରାଧିପତି ଶିବଂକର ତିନୋଟି ମୁଖ, ଆଠ ହସ୍ତ ରହିଛି ଓ ତାଂକ ସହ ଗଣେଶ ଓ ନନ୍ଦୀ ମଧ୍ୟ ରହିଛନ୍ତି । ୬୪ ଯୋଗିନୀ ମଧ୍ୟରୁ କିଛି ଯୋଗିନୀ ମୂର୍ତୀ ଏବେ ଆଉ ଦୃଶ୍ୟମାନ ହେଉ ନାହାନ୍ତି ।

୭. ତେବେ ହିରାପୁର ଯୋଗିନୀ ଗଣ ଯେମିତି ଦେଖିବାକୁ ସୁନ୍ଦରୀ, ରାଣିପୁର –ଝରିଆଲ ରେ ସେମାନେ ଅତୀବ ଭୟଂକରୀ। ପ୍ରାୟ ଯୋଗିନୀ ତ୍ରିଶୁଳ, ପାଶ ଓ ମାଳ ଧାରଣ କରନ୍ତି। ପ୍ରାୟ ୧୫ ଜଣ ଯୋଗିନୀ ମୁଖ ରେ ପଶୁ ବେଶ ଧାରଣ କରିଛନ୍ତି । ବିରାଡି ମୁହଁ ରେ ମାର୍ଜାରୀ, ହାତୀ ମୁହଁ ରେ ଗଣେଶାନୀ, ବରାହ ମୁହଁରେ ବାରାହୀ ଇତ୍ୟାଦି ।

୮. ସ୍ଥାପତ୍ୟ ଦୃଷ୍ଟିରୁ ଏହି ମନ୍ଦିର ଯେତିକି ଗୁରୁତ୍ବପୂର୍ଣ ସେଇ ସମୟର ଇତିହାସ ଓ ସଂସ୍କୃତି ଅଧ୍ୟୟନ ଲାଗି ମଧ୍ୟ ଯୋଗିନୀ ମୂର୍ତିର ସାଂକେତିକ ଗୁରୁତ୍ବ ରହିଛି। ବୌଦ୍ଧ ତନ୍ତ୍ର ସହ ଶୈବ ତନ୍ତ୍ର ର ସମନ୍ଵୟ ଯୋଗିନୀ ମନ୍ଦିରରେ ଦେଖିବାକୁ ମିଳେ ।

ranipur7୯. ୫୦ ଫୁଟ୍ ପରିଧି ବିଶିଷ୍ଟ ଗୋଲାକାର ଯୋଗିନୀ ମନ୍ଦିରର ୬୪ ଟି ଖୋପରେ ରହିଥିବା ଯୋଗିନୀ ଗଣ ମୂର୍ତ୍ତି ସବୁ କ୍ଷୟୀଷ୍ଣୁ କୁଂଡା ପଥରରେ ନିର୍ମିତ ହୋଇଥିବାରୁ, ସମୟ କ୍ରମେ ମୂର୍ତ୍ତି ସ୍ଥାପତ୍ୟ ଲିଭି ଲିଭି ଆସୁଛି । ଏହାର ସଂରକ୍ଷଣ ନିତାନ୍ତ ଜରୁରୀ । ସେହିପରି ମୂର୍ତ୍ତିଚୋର ମାନେ କିଛି ଯୋଗିନୀ ମୂର୍ତ୍ତି ଖୋଲି ନେଇ ସାରିଲେଣି ।

୧୦. ପର୍ଯ୍ୟଟନ ତଥା ଇତିହାସ ଦୃଷ୍ଟିରୁ ରାଣିପୁର-ଝରିଆଲ ର କୌଣସି ବିକଳ୍ପ ନାହିଁ । ହେଲେ ଏହାର ବିକାଶ ଲାଗି କାହାର ଆନ୍ତରିକତା ଦେଖିବାକୁ ମିଳୁନି। ଟିଟିଲାଗଡ ଓ କଂଟାବାଂଜୀ ସହର ଠାରୁ ଏଠିକି ପହଞ୍ଚିବାକୁ ଘଣ୍ଟାଏ ସମୟ ଲାଗେ । ଏହାକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ର ମର୍ଯ୍ୟାଦା ମିଳିଥିଲେ ବି ଆବଶ୍ୟକୀୟ ଭିତ୍ତିଭୂମି ର ବିକାଶ କରାଯାଇ ନାହିଁ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପର୍ଯଟନ Tagged With: ଇତିହାସ, ଚଉଶଠି ଯୋଗିନୀ ମନ୍ଦିର, ଟିଟିଲାଗଡ ଓଡିଶା, ତନ୍ତ୍ର ପୀଠ, ଦେବୀ, ପରମ୍ପରା, ବଲାଂଗିର, ରାଣୀପୁର-ଝରିଆଲ, ଶିବ, ସ୍ଥାପତ୍ୟ, ହୀରାପୁର

ପ୍ରୀତି ଗରଳର ମାଳା ଭୁଜଗ

October 16, 2011 by ଓଡିଶା ଡଟ କମ Leave a Comment

ରବି କାନୁନ୍ଗୋ

ହିନ୍ଦୁ ବେମାଳାରୁ ସବୁଠୁଁ ରୋମାନ୍ଟିକ ଲାଗନ୍ତି ଶିବ । ଭୟାନକ ତାଙ୍କ ରୂପର ବିବରଣୀ । ସେ ଭୈରବ, ସେ ର୍ରୁଦ୍ର ଇତ୍ୟାଦି । ବିଶ୍ୱାସ ଅନୁଯାୟୀ, ସଂହାରର ଶେଷ ଓ ଶ୍ରେଷ୍ଠ ଦେବତା । ସାପ, ମଶାଣି, ପ୍ରେତ, ପିଶାଚ ପରି ମଣିଷ ଭୟ କରୁଥିବା ଚିଜ ତାଙ୍କ ସହଚର ।

ଅସମ୍ଭବ ସବୁ ତାଙ୍କ ପାଖରେ ସମ୍ଭବ । ନିଜ ବେକରେ ସାପ, ପାଖରେ ସେଇଠି ଦି ’ ପୁଅଙ୍କ ବାହନ – ମୟୂର ଓ ମୂଷା । ନିଜ ବାହନ ବୃଷଭ ତ ପତ୍ନୀଙ୍କର ସିଂହ । ବାପ୍ରେ ବାପ୍ । ଜଣେ ନ ମଲେ, ଆର ଜଣକ ବଞ୍ଚି ପାରିବନି ।

ଜାତ ଶତ୍ରୁଙ୍କ ଭିତରେ ଏ ସହାବସ୍ଥାନ? କେହି କାହା ଆଡ଼କୁ ଅନେଇ ବିଦା କରୁ ନାହାଁନ୍ତି । କାରଣ ଶିବଙ୍କ ଗଳା ହାର ଭୁଜଗଟିର ଆତ୍ମାରେ ପ୍ରୀତିର ଉତ୍ସ ଥିଲା, ଦଂଶିବାକୁ ସହଜାତ ଗରଳ ବି ଥିଲା ।

ଶିବଙ୍କ ପାଖରେ ଏ ଶୃଙ୍ଖଳାର ବିଚ୍ୟୁତି କେବେ ହୋଇ ନଥିବ, କିନ୍ତୁ ମଣିଷଙ୍କ ପାଖରେ ବାରମ୍ବାର ହୁଏ । ସଜାଡ଼ିବାକୁ ସହାବସ୍ଥାନ ଯୋଗାଡ଼ କଲାବେଳକୁ ବିଗାଡ଼ିବାକୁ ଯୁଦ୍ଧକ୍ଷେତ୍ର ତିଆରି ହୋଇଯାଏ । ସେତେବେଳେ ଶିବଙ୍କ ନାଁରେ ଢଗ ଉଠେ । କ’ଣ ନା, ‘ଶିବ ପଳେଇଲେ ଲଙ୍ଗଳା ହେଇ ।’

ରାଜ୍ୟ ଯୁବକଂଗ୍ରେସର ଅଧ୍ୟକ୍ଷ ପ୍ରଦୀପ ମାଝି (୩୫)ଙ୍କ କାର୍ଯ୍ୟକାଳ ନିକଟରେ ଶେଷ ହୋଇଛି । ସେ ପଦ କିଏ ଅକ୍ତିଆର କରିବ ସେଥିପାଇଁ ଦଳ ଭିତରେ ଧାଁ ଉଡ଼ ଆରମ୍ଭ ହୋଇ ଯାଇଛି । କଂଗ୍ରେସ ବା ଅନ୍ୟ କୌଣସି ଳ ପାଇଁ ଏହା ଏମିିତି କିଛି ଆକସ୍ମିକ ଖବର ନୁହେଁ ମଧ୍ୟ ।

‘ସେବା କଲେ କ୍ଷମତା ଆପେ ହାତକୁ ଆସେ’ – ଗାନ୍ଧି ଯୁଗର ଏ ଧାରଣା ବଳବତ୍ତର ଏକ ଆର୍ଶରେ ପରିଣତ ହେବ କ’ଣ, ସୋନିଆ ଗାନ୍ଧିଙ୍କ ଯୁଗ ବେଳକୁ ତା ଅର୍ଥ ବଳି ହୋଇଛି – ‘କ୍ଷମତା ନ ମିଳିଲେ ସେବା କରି ହୁଏନା’ ।

ପ୍ରଦୀପ ବାବୁଙ୍କ ପାରର୍ଶିତାରେ କି ଅଭାବ ଅଛି ବା ସେ ଆଉ ଥରେ କାହିଁକି ନ ରହିବେ? ସାଧ୍ୟମତେ ସେ ଅନେକ କାର୍ଯ୍ୟକ୍ରମ କରାଇଛନ୍ତି । ଆଉଆଉ କଥା ଦୂରକୁ ଥାଉ, ସେ ରାହୁଲ ଗାନ୍ଧିଙ୍କୁ ଆଣି ନିୟମଗିରିରେ ‘ସିପାହୀ’ କରି ତ ଠିଆ କରିେଲେ ।

ସେଥିଯୋଗୁଁ ଆଉ କିଛି ହେଉ କି ନ ହେଉ, ଓଡ଼ିଶାରେ ‘ବେଦାନ୍ତ ’ ଯୋଉ ଗତିରେ ଚାଲୁଥିଲା – କଳୀବଣରେ ପଶିଥିବା ଷଣ୍ଡକୁ କଂଣ୍ଟ୍ରୋଲ କରା ଯାଇଥା’ନ୍ତା କେମିତି? ସବୁ ତାଙ୍କ ସପକ୍ଷରେ ଯାଉଥିଲେ ବି, କଂଗ୍ରେସରେ ପଦ ରକ୍ଷା କରିବାକୁ ଏଗୁଡ଼ିକ ନିହାତି ‘ଏସେନ୍ସିଆଲ୍’ ବା ଅପରିହାର୍ଯ୍ୟ ନୁହେଁ ।

ମାଝିଙ୍କ ବିରୁଦ୍ଧରେ ଆଉ କିଛି ଖୋଲାମୁକୁଳା ଅଭିଯୋଗ ନାହିଁ । ଅବଶ୍ୟ ‘ଘୋଡ଼ାବେପାର’ ଅଡିଓ ଟେପ୍ ସଂପର୍କରେ ତୁଣ୍ଡ ଖୋଲିଥିବା ଯୋଗୁ କଂଗ୍ରେସ ସଂସ୍କୃତିରେ ତାଙ୍କୁ ବଳି ପକାଇବାରେ କୌଣସି ଅସ୍ୱାଭାବିକତା ନାହିଁ । କାରଣ, ଏଠି ଜନ-ନେତା ନ ଥା’ନ୍ତି ।

‘ଆପଏଣ୍ଟମେଣ୍ଟ’ (ମନୋନୟନ) ଛଡ଼ା ଅନ୍ୟ ଗତି ବି ନଥାଏ । ସେଠି ବି ଜନ-ନେତା ନାହାଁନ୍ତି, ମାତ୍ର ଏ ସମସ୍ୟା ବିଜୁ ଜନତା ଦଳରେ ନାହିଁ । ରେସ୍ ପାଇଁ ରେଡ୍ଡି ହେବା ଆଗରୁ ଆପଏଣ୍ଟମେଣ୍ଟ ଅଫର ପହଞ୍ଚି ଯାଏ । କାରବାର – ସିଙ୍ଗ୍ଲ ଉଇଣ୍ଡୋ । ବିରୋଧ କଲେ, ପରିଣତି ବୋଶିଷ ନାୟକ ବା ।ମୋର ରାଉତ ।

ପ୍ରଦୀପ ବାବୁଙ୍କୁ ଛାଡ଼ି ରେସ୍ରେ ଥିବା ଅନ୍ୟ ନାଁଗୁଡ଼ିକ ହେଲା – ପୂର୍ବତନ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ ଜେନା, ପୂର୍ବତନ ରାଜ୍ୟ ମହିଳା କଂଗ୍ରେସ ଅଧ୍ୟକ୍ଷା ଅସୀମା ମହାନନ୍ଦଙ୍କ ପୁଅ ଅଭିଷେକ ମହାନନ୍ଦ, ଗତ ନିର୍ବାଚନରେ ନିମାପଡ଼ାରୁ ହାରିଥିବା ବିଶ୍ୱଭୂଷଣ ଦାସ, ସନ୍ତୋଷ ମହାନ୍ତି ଏବଂ ଆଉ କେତେଜଣ ।

‘ବାପର ପୁଅ’ – ଦି ’ ଜଣଙ୍କର ଏ ଟ୍ୟାଗ ଅଛି । ରାହୁଲ ଗାନ୍ଧିଙ୍କ ସ୍ୱୀକୃତି ଉପରେ ଚୂଡ଼ାନ୍ତ ମନୋନୟନ ନିର୍ଭର କରିବ । କଂଗ୍ରେସ ଓ ପରିବାରବା – ଏଦୁଇଟିର ଚିତ୍ର ଏକକ ଏବଂ ଅଭ୍ୟେଦ । ଏହା ଜାଣି ସୁଦ୍ଧା, ଦିଗବିଜୟ ସିଂହଙ୍କ ଅକାରଣ ତେଲମରା ଯୋଗୁ ଦଳ ଏବେ ଦ୍ଵିଧାରେ ।

ରାହୁଲଙ୍କ ୪୧ତମ ଜନ୍ମଦିନ ଅବକାଶରେ ସିଂହ କହିଲେ, “ସେ ପ୍ରଧାନମନ୍ତ୍ରୀ ପାଇଁ ଯୋଗ୍ୟତମ । ତାଙ୍କୁ ପଦ ଦିଆଯାଉ ।” ୟା’ ମାନେ, ମନମୋହନ ସିଂହ କରିବେ କ’ଣ? ନିର୍ବାଚନ ତ ବହୁ ଦୂର ।

ଓଡ଼ିଶା ଯୁବକଂଗ୍ରେସ ପଦ ପାଇଁ ପ୍ରତିଯୋଗିତାର ଆଭିମୁଖ୍ୟ ଯି ସ୍ଥିତ ସରକାରର ଦୁର୍ନୀତି ଓ ଅପାରଗତା ବିରୁଦ୍ଧରେ ଲଢ଼ିବା ପାଇଁ ଉଦ୍ଦିଷ୍ଟ ହୁଅନ୍ତା, ଭଲ ଲାଗନ୍ତା । ମାତ୍ର ନିଅତ, ମତଲବ ଉଭୟ ଯି ଖରାପ ହୁଏ ଭଲ ଫଳଟିଏ ମିଳିବ କାହୁଁ?

ଏ ଅବସାରୁ ପାକୁ ବାହାରିବାକୁ ସାମଗ୍ରିକ ଭାବେ ସଂଗ୍ରାମ କରିବାକୁ କଂଗ୍ରେସ ପ୍ରସ୍ତୁତ କି ନା – ଏହା ଏକ ଆଧିନିଧି ପ୍ରଶ୍ନ । ସୋନିଆ ଗାନ୍ଧି ହଁ କହିଲେ ଏହାର ଉତତର ମିଳିବ । ନ ହେଲେ, ଓଡ଼ିଶା ପାଇଁ ଏପରି ପ୍ରତିଯୋଗିତାର କିଛି ମାନେ ନ ଥାଏ ।

ସମାପ୍ତ

(ବ୍ରିଦ : ଏହି ସ୍ତମ୍ଭରେ ସ୍ଥାନିତ ବିଚାର ଲେଖକଙ୍କ ନିଜସ୍ୱ ମତ)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଭୁଜଗ, ର୍ରୁଦ୍ର, ଶିବ

Primary Sidebar

RSS LATEST

  • ମଦୁଆ ଗାଡ଼ି ଚାଳକଙ୍କୁ କୋର୍ଟ ଚାଲାଣ
  • ଝାରସୁଗୁଡାରେ ଆଜିକାର ତାପମାତ୍ରା ୩୯ ଡିଗ୍ରୀ
  • ହୀରାକୁଦରେ ଆଜିକାର ତାପମାତ୍ରା ୩୯.୧ ଡିଗ୍ରୀ
  • ଭବାନୀପାଟଣାରେ ଆଜିକାର ତାପମାତ୍ରା ୪୧ ଡିଗ୍ରୀ
  • ଟିଟିଲାଗଡ଼ରେ ଆଜିକାର ତାପମାତ୍ରା ୪୧ ଡିଗ୍ରୀ
  • ସୋନପୁରରେ ଆଜିକାର ତାପମାତ୍ରା ୪୦.୩ ଡିଗ୍ରୀ
  • ନୟାଗଡରେ ଆଜିକାର ତାପମାତ୍ରା ୪୦ ଡିଗ୍ରୀ
  • ସୁନ୍ଦରଗଡ଼ରେ ଆଜିକାର ତାପମାତ୍ରା ୪୨ ଡିଗ୍ରୀ
  • ଭୁବନେଶ୍ୱରରେ ଆଜିକାର ତାପମାତ୍ରା ୩୫.୫ ଡିଗ୍ରୀ
  • ଜାନୁଆରୀ ଦରମା ନ ମିଳିବାରୁ ସୁରକ୍ଷା କର୍ମୀଙ୍କ ଧାରଣା