• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଶିମିଳିପାଳ

ଶିମିଳିପାଳ ଅଂଚଳରୁ ବାଘ ଚମଡ଼ା ଜବତ, ଦୁଇ ଗିରଫ

May 23, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଶୁକାନ୍ତ ସାହୁ

ବାରିପଦା, ମଇ ୨୩(ଓଡ଼ିଶା ଡ଼ଟ୍ କମ୍) ଶିମିଳିପାଳ ଅନ୍ତର୍ଗତ ବଲିଆଡ଼ିହ ଗ୍ରାମରୁ ପୋଲିସ ଏବଂ ଜଙ୍ଗଲ ଅଧିକାରୀମାନେ ବୁଧବାର ବାଘ ଚମଡ଼ା ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛନ୍ତି ।

ଗିରଫ ବ୍ୟକ୍ତିମାନେ ହେଲେ କରୁଣାକର ମୁର୍ମୁ ଏବଂ ଲକ୍ଷ୍ମଣ ହେମ୍ବ୍ରମ । ଉଭୟେ ବେଆଇନ ଭାବେ ବାଘ ଚମଡ଼ା ବିକ୍ରୀ ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ ବୋଲି ଜଣେ ଜଙ୍ଗଲ ଅଧିକାରୀ କହିଛନ୍ତି ।

ଏହି ବାଘ ଚମଡ଼ା ଜବତ କରିବାକୁ ବାରିପଦା ଡ଼ିଏଫ୍ଓ ବିଜୟ କୁମାର ପଣ୍ଡା, ପରିବେଶବିତ୍ ଭାନୁ ମିତ୍ର ଆଚାର୍ଯ୍ୟ ଓ ଜଙ୍ଗଲ ଅଧିକାରୀମାନେ ସତର୍କତାର ସହ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲେ ।

ଚାରି ବର୍ଷ ବୟସ୍କ ବାଘର ଚମଡ଼ାକୁ ଅଭିଯୁକ୍ତ ଦ୍ଵୟ ୩୦ ହଜାର ଟଙ୍କାରେ ବିକ୍ରୀ କରିବାକୁ କଥାବାର୍ତା ହୋଇଥିଲେ । ଗତ ଚାରି ମାସ ଧରି ଆମେ ସମସ୍ତେ ଏହି ଲୋକଙ୍କ ଗତିବିଧି ଉପରେ ନଜର ରଖିଥିଲୁ ବୋଲି ପଣ୍ଡା କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ବାଘ, ଶିମିଳିପାଳ

ଶିମିଳିପାଳ ହାତୀ ମୃତ୍ୟୁ ଘଟଣାରେ ରେଞ୍ଜ ଅଫିସର ନିଲମ୍ବିତ

May 10, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାରିପଦା, ମଇ ୧୦(ଓଡ଼ିଶା ଡ଼ଟ୍ କମ୍) ଶିମିଳିପାଳରେ ପାଞ୍ଚଟି ହାତୀଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ଘଟଣାରେ ସରକାର ସ୍ଥାନୀୟ ରେଞ୍ଜ ଅଫିସରଙ୍କୁ ଗୁରୁବାର ନିଲମ୍ବିତ କରିଛନ୍ତି ।

ରାଜ୍ୟ ମୁଖ୍ୟ ବନ ସଂରକ୍ଷକ ଜେଡି ଶର୍ମା ନଅଣା ରେଞ୍ଜ ଅଫିସର ଉଗ୍ରସେନ ଜେନାଙ୍କୁ କର୍ତ୍ତବ୍ୟରେ ଅବହେଳା ଲାଗି କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।

ଗତ ପାଞ୍ଚ ତାରିଖରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନଅଣା ରେଞ୍ଜ ଡ଼ୁବୁରୁଚମ୍ପା ଅନ୍ତର୍ଗତ ଏକ ନାଳ ନିକଟରୁ ପାଞ୍ଚଟି ହାତୀର କଙ୍କାଳ ଉଦ୍ଧାର କରାଯାଇଥିଲା । ଶିକାରୀମାନେ ହାତୀ ମାନଙ୍କୁ ବିଷ ଦେଇ ମାରିବା ପରେ ଶବଗୁଡ଼ିକୁ ପୋତି ପତ୍ରରେ ଘୋଡାଇ ଦେଇଥିଲେ ।

ଏହାର ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ମୁଖ୍ୟ ବନ ସଂରକ୍ଷକଙ୍କୁ ନିର୍ଦ୍ଦେଶ ଦେବାପରେ ସେ ଶିମିଳିପାଳ ଗସ୍ତକରି ସରକାରଙ୍କୁ ରିପୋର୍ଟ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଶିମିଳିପାଳ, ହାତୀ

ଶିମିଳିପାଳରୁ ଚାରି ହାତୀ କଙ୍କାଳ ଉଦ୍ଧାର

May 6, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାରିପଦା, ମଇ ୭(ଓଡ଼ିଶା ଡ଼ଟ୍ କମ୍) ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ବନ୍ୟଜନ୍ତୁ ଅଭୟାରଣ୍ୟରୁ ୪ ହାତୀଙ୍କ କଙ୍କାଳ ଉଦ୍ଧାର କରାଯାଇଥିବା ଜଣେ ଅଧିକାରୀ ସୋମବାର କହିଛନ୍ତି ।

ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନଅଣା ରେଞ୍ଜ ଡ଼ୁବୁରୁଚମ୍ପା ଅନ୍ତର୍ଗତ ଏକ ନାଳ ନିକଟରୁ ରବିବାର ଏହି ହାତୀ କଙ୍କାଳ ମିଳିଥିବା ବ୍ୟାଘ୍ର ସଂରକ୍ଷିତ କ୍ଷେତ୍ରର ଉପନିର୍ଦ୍ଦେଶକ ଗଣମାଧ୍ୟମକୁ କହିଛନ୍ତି ।

ଶିକାରୀମାନେ ହାତୀ ମାନଙ୍କୁ ବିଷ ଦେଇ ମାରିବା ପରେ ଶବଗୁଡ଼ିକୁ ପୋତିଦେଇ ପତ୍ରରେ ଘୋଡାଇ ଦେଇଥିଲେ ବୋଲି ସେ କହିଛନ୍ତି । ଏହି ଖବର ପାଇବା ପରେ ବନ କର୍ମଚାରୀମାନେ ସେଠାକୁ ଯାଇ ହାତୀ କଙ୍କାଳ ଉଦ୍ଧାର କରିଛନ୍ତି ।

ମିଳିଥିବା କଙ୍କାଳ ଗୁଡ଼ିକର ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି । ଏହି ଘଟଣା ଲୋକଲୋଚନକୁ ଆସିବା ପରେ ପରିବେଶବିତ୍ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ବାରିପଦା, ମୟୁରଭଞ୍ଜ, ଶିମିଳିପାଳ, ହାତୀ

ଶିମିଳିପାଳରେ ଶିକାର କରି ୩୬ ଗିରଫ

February 25, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାରିପା,ଫେବଢୟାରୀ ୨୫(ଓଡ଼ିଶା ଡ଼ଟ୍ କମ୍) ମୟୁରଭଂଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ବେଆଇନ ଭାବେ ବନ୍ୟଜନ୍ତୁ ଶିକାର କରିବା ଅଭିଯୋଗ ସ୍ଥାନୀୟ ବନ ବିଭାଗ ୩୬ ଜଣଙ୍କୁ ଗିରଫ କରିଥିବା ଜଣେ ଅଧିକାରୀ ଶନିବାର କହିଛନ୍ତି ।

ଅଭୟାରଣ୍ୟର ନିକଟସ୍ଥ ନାଉବୁଡ଼ା ଗ୍ରାମ ନିକଟରରେ ଶୁକ୍ରବାର ଏହି ବ୍ୟକ୍ତିମାନେ ଶିକାର କରି ଫେରୁଥିବା ବେଳେ ଚଢାଉ କରି ସେମାନଙ୍କୁ ଗିରଫ କରିବା ସହ ଦେଶୀ ବନ୍ଧୁକ, ଧନୁ, ତୀର ଓ ମାସ ଜବତ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଗିରଫ ଶିକାରୀମାନେ ନିକଟସ୍ଥ ଅଂଚଳର ହୋଇଥିବା ବେଳେ ଗତ ଗୁରୁବାର ଶତାଧିକ ଲୋକ ଶିମିଳିପାଳରେ ପ୍ରବେଶ କରିଥିଲେ । ଏହି ଖବର ଜାଣିବା ପରେ ବନ ବିଭାଗ ଅଧିକାରୀମାନେ ବିଭିନ୍ନ ସ୍ଥାନରେ ଜଗି ରହିଥିଲେ ।

ଗତ ତିନିଦିନ ଧରି ଶିକାରୀମାନେ ଅଭୟାରଣ୍ୟରେ ବିଭିନ୍ନ ବନ୍ୟଜନ୍ତୁଙ୍କ ଶିକାର କରିବା ପରେ ଶୁକ୍ରବାର ନିଜନିଜ ଗ୍ରାମକୁ ଫେରୁଥିବା ବେଳେ ପୂର୍ବରୁ ଜଗିରହିଥିବା ଅଧିକାରୀମାନେ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ବନ୍ୟଜନ୍ତୁ ଶିକାର, ଶିମିଳିପାଳ

ଶିମିଳିପାଳରେ ରାତ୍ରୀଯାପନ ପାଇଁ ପର୍ଯ୍ୟଟକଙ୍କୁ ଅନୁମତି

November 14, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାରିପଦା, ନଭେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀ ଆକ୍ରମଣର ଦୁଇ ବର୍ଷ ପରେ ମୟୁରଭଂଜ ଜିଲ୍ଲାରେ ଥିବା ଶିମିଳିପାଳ ଅଭୟାରଣ୍ୟ ଗେଷ୍ଟ ହାଉସ୍ରେ ଯାତ୍ରୀଯାପନ ପାଇଁ ପର୍ଯ୍ୟଟକଙ୍କୁ ଅନୁମତି ଦିଆଯାଇଛି ।

ଗୁଡ଼ୁଗୁଡ଼ିଆ ସ୍ଥିତ ଗେଷ୍ଟହାଉସ୍ରେ ପର୍ଯ୍ୟଟକମାନେ ରାତିରେ ରହିପାରିବେ ଏବଂ ସୋମବାର ଠାରୁ ଏହି ଅନୁମତିିଆଯାଇଥିବା ବେଳେ ଦୈନିକ ୬୦ଟି ଗାଡ଼ି ଅଭୟାରଣ୍ୟ ଭିତରକୁ ଯିବା ପାଇଁ ବ୍ୟବସ୍ଥା କରାଯାଇଛି ।

ମାଓବାଦୀ ଆକ୍ରମଣ ପରେ ଗତ ୨୮ ମାର୍ଚ୍ଚ ୨୦୦୯ରୁ ଏହା ବନ୍ଦ ରହିଥିଲା ଏବଂ ଡ଼ିସେମ୍ବର ୨୦୧୦ରେ
ପୁଣି ଖୋଲିଥିଲା । କିନ୍ତୁ ଅଭୟାରଣ୍ୟରେ ରାତ୍ରୀ ଯାପନ ଉପରେ କଟକଣା ଜାରି କରାଯାଇଥିଲା ।

ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୁଡ଼ୁଗୁଡ଼ିଆ ତଥା ଆଖପାଖ ଅଂଚଳରେ ଶସସ୍ତ୍ର ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ମାଓବାଦୀ, ଶିମିଳିପାଳ

ଶିମିଳିପାଳରେ ତିନି ହାତୀଙ୍କୁ ହତ୍ୟା

November 5, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାରିପା, ନଭେମ୍ବର ୫(ଓଡ଼ିଶା ଡ଼ଟ୍ କମ୍) ମୟୁରଭଂଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ତିନୋଟି ହାତୀଙ୍କୁ ହତ୍ୟା କରାଯାଇଥିବା ବେଳେ ଶନିବାର ସେମାନଙ୍କର ଶବ ଉଦ୍ଧାର କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି ।

ଦନ୍ତାହାତୀ ଓ ଶାବକ ସହ ତିନୋଟି ହାତୀକୁ ବିଷେଇ ହତ୍ୟା କରାଯାଇଥିବା ଜଣାପଡ଼ିଛି । କରଞ୍ଜିଆ ବନ କର୍ମଚାରୀମାନେ ଶିମିଳିପାଳ କାଂଟକଣା କୁଲେଇତୁମ୍ବା ନିକଟ ଏକ ଝରଣା ପାଖରେ ହାତୀ ମାନଙ୍କର ଶବ ଠାବ କରିଛନ୍ତି ।

ମୃତ ଦନ୍ତା ହାତୀର ବୟସ ପ୍ରାୟ ୩୦ବର୍ଷ, ମାଈହାତୀର ବୟସ ୨୫ ବର୍ଷ ଓ ଶାବକର ବୟସ ପ୍ରାୟ ୩
ବର୍ଷ ହେବ | ଶିକାରୀମାନେ ହାତୀପଲକୁ ଠାବକରି ସେମାନଙ୍କ ଗତିବିଧି ଦେଖି ଖାଦ୍ୟରେ ବିଷପ୍ରୟୋଗ କରି ସେମାନଙ୍କ ହତ୍ୟା କରିବା ସହ ଦାନ୍ତ କାଟି ନେଇଥିବା ଜଣାପଡ଼ିଛି ।

ଶିମିଳିପାଳ ଅଭୟାରଣ୍ୟରେ ଗତ ଦୁଇ ବର୍ଷ ମଧ୍ୟରେ ୨୫ରୁ ଊଦ୍ଧ୍ୱର୍ ହାତୀଙ୍କୁ ହତ୍ୟା କରାଯାଇଥିବା
ବେସରକାରୀ ଭାବେ ଜଣାପଡ଼ିଛି । ଶିମିଳିପାଳରେ ହାତୀମୃତ୍ୟୁ ଘଟଣାର ତଦନ୍ତ ପାଇଁ ଗତବର୍ଷ କେନ୍ଦ୍ରସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ଏକ ତିନି ଜଣିଆ ପ୍ରତିନିଧି ସଂପୃକ୍ତ ଅଂଚଳ ଗସ୍ତ କରିଥିଲେ ।

ତେବେ ହାତୀଙ୍କ ସୁରକ୍ଷା ନେଇ ପରିବେଶବିତ୍ମାଦନେ ଉଦ୍ୟୋଗ ପ୍ରକାଶ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ମୟୁରଭଂଜ, ଶିମିଳିପାଳ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ