• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଶିଶୁ ମୃତ୍ୟୁହାର

ମା,ଶିଶୁ ସ୍ୱାସ୍ଥ୍ୟ ବିକାଶରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ

May 19, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟକମ ସଂବାଦ ଦାତା

ଫୁଲବାଣୀ, ମଇ ୧୯ (ଓଡିଶା ଡଟ କମ) ମା’ ନବଜାତ ଓ ଶିଶୁ ସ୍ୱାସ୍ଥ୍ୟ ବିକାଶରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଫୁଲବାଣୀରେ ମଙ୍ଗଳବାର ଆୟୋଜିତ ଏ ସଂପର୍କିତ ଏକ ଦିବସୀୟ କର୍ମଶାଳାରେ ବକ୍ତା ମାନେ ମତପ୍ରକାଶ କରିଛନ୍ତି ।

KANDHAMALଆଲୋଚନାରେ ଅଂଶଗ୍ରହଣ କରି ବହୁ ବିଶିଷ୍ଟ ବ୍ୟକ୍ତି ଶିଶୁ ମୃତ୍ୟୁହାର କନ୍ଧମାଳ ଜିଲ୍ଲାରେ ଅତି ଉଦବେଗଜନକ ଅବସ୍ଥାରେ ଅଛି ବୋଲି କହିବା ସହ ଏହାକୁ ଦୂର କରିବାକୁ ହେଲେ ଗଣମାଧ୍ୟମ ଜନସଚେତନା ସୃଷ୍ଟିକରିବା ଦିଗରେ ମହତ୍ଵ ପୂର୍ଣ ଭୂମିକା ନେବା ପାଇଁ ବକ୍ତା ମାନେ ଆହ୍ଵାନ ଦେଇଥିଲେ ।

କନ୍ଧମାଳ ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମୀଳନି କକ୍ଷରେ ୟୁନିସେଫ୍ ସହଯୋଗରେ ରାଜ୍ୟର ଅନ୍ୟତମ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପିପୁଲ୍ସ କଲଚରାଲ୍ ସେଣ୍ଟର (ପିକକ୍) ଏହି କର୍ମ ଶାଳାର ଆୟୋଜନ କରିଥିଲା ।

ପିକକର ସଂପାଦକ ରଂଜନ ମହାନ୍ତି ସଭାପତିତ୍ୱରେ ଏହି କର୍ଯ୍ୟକ୍ରମରେ ଅତିଥିଭାବେ କନ୍ଧମାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପ୍ରଦିପ୍ତ କୁମାର ସାହାଣି, ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଡ଼. ଜତିନ୍ଦ୍ର କୁମାର ପଟ୍ଟନାୟକ, ୟୁନିସେଫ୍ ର ଶ୍ରୀମତି ଅଳକା ଗୁପ୍ତା ଏବଂ ଡ଼. ମିନା ସୋମ୍ ଓ ବରିଷ୍ଠ ସାମ୍ବାଦିକ ଯତିନ୍ଦ୍ର ଦାଶ ଯୋଗ ଦେଇଥିଲେ ।

ପିକକ ସଂପାଦକ ରଂଜନ ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରି ଗଣମାଧ୍ୟମର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଉପରେ ଆଲୋକ ପାତ କରିଥିଲେ । ୟୁନିସେଫ୍ ର ଅଳକା ଗୁପ୍ତା ଏହି କର୍ମଶାଳାର ଉଦ୍ଦେଶ୍ୟ ସମ୍ବନ୍ଧରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅବଗତ କରିଥିଲେ । ଡ. ମିନା ସୋମ୍ ମା’ନବଜାତ ଶିଶୁ ଦେଶ, ରାଜ୍ୟ ତଥା କନ୍ଧମାଳ ଜିଲ୍ଲାର ସ୍ଥିତି ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ ।

ଆଲୋଚନାରେ ଅଂଶଗ୍ରହଣ କରି ବହୁ ବିଶିଷ୍ଟ ବ୍ୟକ୍ତି ଶିଶୁ ମୃତ୍ୟୁହାର କନ୍ଧମାଳ ଜିଲ୍ଲାରେ ଅତି ଉଦବେଗଜନକ ଅବସ୍ଥାରେ ଅଛି ବୋଲି ମତବ୍ୟକ୍ତ କରିଥିଲେ । ଏହାକୁ ଦୂର କରିବାକୁ ହେଲେ ଗଣମାଧ୍ୟମ ଜନସଚେତନା ସୃଷ୍ଟିକରିବା ଆବଶ୍ୟକ ବୋଲି କହିଥିଲେ ।

ଜିଲ୍ଲା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼. ଜତିନ୍ଦ୍ର କୁମାର ପଟ୍ଟନାୟକ ନିଜର ବକ୍ତବ୍ୟ ରଖି ମା ଓ ଶିଶୁ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସରକାରଙ୍କର କାର୍ଯ୍ୟକ୍ରମର ବିଭିନ୍ନ ସୂଚନା ଦେଇଥିଲେ । ସରକାରଙ୍କର ଏହି ଯୋଜନା ଗୁଡିକର ସଫଳ ରୂପାୟନ ପାଇଁ ତଥା ସ୍ୱାସ୍ଥ୍ୟ ସଂପର୍କିତ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ସେ ଗଣମାଧ୍ୟମର ସହଯୋଗ କାମନା କରିଥିଲେ ।

ବରିଷ୍ଠ ସାମ୍ବାଦିକ ଜତିନ୍ଦ୍ର ଦାଶ ତାଙ୍କର ବକ୍ତବ୍ୟ ରଖି କହିଥିଲେ ଯେ ଅନ୍ୟ ଖବର ସହ ସମାଜରେ ହେଉଥିବା ବିଭିନ୍ନ ସକରାତ୍ମକ ପରିବର୍ତ୍ତନକୁ ସମାଜର ସାମ୍ନାକୁ ଆଣିବା ପାଇଁ ମଧ୍ୟ ଗଣମାଧ୍ୟମ ସଦା ସର୍ବଦା ଚେଷ୍ଟା କରିବା ଆବଶ୍ୟକ ।

କନ୍ଧମାଳ ଜିଲ୍ଲାର ପ୍ରାୟ ୬୦ରୁ ଉଦ୍ଧ୍ୱର୍ ବିଭିନ୍ନ ଖବର କାଗଜ ଓ ବୈଦୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଏହି କାର୍ମଶାଳାରେ ଯୋଗ ଦେଇଥିଲେ । ଦୁଇଟି ଗାଁ ଯଥା ବଲସ୍କୁମ୍ପା ଓ ଅଡାବାଡି  ପରିଦର୍ଶନ କରି ଗ୍ରାମ୍ୟ ସ୍ତରର ବିଭିନ୍ନ ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନୱାଡି କର୍ମୀ, ମା’ ଓ ଶିଶୁ ମାନଙ୍କ ସହିତ ସେମାନେ ସିଧା ସଳଖ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ବୁଲୁ ନାଥ ସାହୁ , ଜିଲ୍ଲା ସୁଚନା ଅଧିକାରୀ ବସନ୍ତ କୁମାର ମହାନ୍ତି ପ୍ରମୁଖ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସୁକାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସଭା ସମିତି Tagged With: କର୍ମଶାଳା, ପିକକ, ଫୁଲବାଣୀ, ଶିଶୁ ମୃତ୍ୟୁହାର

ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୟୁନିସେଫ୍ ର ସହଯୋଗ ଜାରି ରହିବ

January 12, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୧୨(ଓଡିଶା ଡଟ୍ କମ୍)-ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ୟୁନିସେଫ୍ ର ସହଯୋଗ ଜାରି ରହିବ । ଏ ନେଇ ୟୁନିସେଫ୍ ର ଭାରତ ବର୍ଷ ପାଇଁ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ସେହି କାର୍ଯ୍ୟକ୍ରମ ଅନୁଯାୟୀ ଓଡିଶାରେ ୟୁନିସେଫ୍ ତରଫରୁ ପଦକ୍ଷେପ ଗ୍ରହଣ କରାଯିବ ।

ଓଡିଶାରେ ୟୁନିସେଫ୍ ତରଫରୁ ୨୦୧୩-୧୪ ବର୍ଷରେ ଗ୍ରହଣ କରାଯିବାକୁ ଥିବା କାର୍ଯ୍ୟକ୍ରମ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗତ କାଲି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୟୁନିସେଫ୍ ର ସହେଯାଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ୟୁନିସେଫ୍ ଓଡିଶା ମୁଖ୍ୟ ୟୁମି ବାଏ ଓଡିଶାରେ ତାଙ୍କର ସହେଯାଗ ସଂପର୍କରେ ଆଲୋକପାତ କରିଥିଲେ ।

ଓଡିଶାରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ପାଇଁ ୨୦୧୭ ମସିହା ସୁଦ୍ଧା ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ଲକ୍ଷ୍ୟ ପୁରଣ ଏବଂ ୨୦୧୫ ମସିହା ସୁଦ୍ଧା ମିଲେନିୟମ୍ ଡେଭଲପମେଣ୍ଟ ଲକ୍ଷ୍ୟର ୪,୫ ଓ ୬କୁ ହାସଲ କରାଯିବା ସହିତ ହାସଲ କରାଯାଇ ପାରିଥିବା ମିଲେନିୟମ୍ ଡେଭଲପମେଣ୍ଟ ଲକ୍ଷ୍ୟକୁ ୨୦୧୫ ମସିହା ପରେ ବଜାୟ ରଖିବା ଦିଗରେ କାର୍ଯ୍ୟ କରିବ ।

ବର୍ତ୍ତମାନ ରାଜ୍ୟରେ ଆନୁଷ୍ଠାନିକ ପ୍ରସବ ହାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଏକଦା ୩୦ ରୁ ୩୨ ପ୍ରତିଶତ ଥିବା ଆନୁଷ୍ଠାନିକ ପ୍ରସବ ହାର ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ବହୁ ବିଧ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସହିତ ଆଶା ମାନଙ୍କ ମୂତୟନ ଯୋଗୁଁ ପ୍ରାୟ ୯୦ ପ୍ରତିଶତ ଛୁଇଁବାକୁ ବସିଲାଣି ।

ସେହି ଦୃଷ୍ଟିରୁ ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କର ଲେବର ରୁମ୍ ଏବଂ ଓ.ଟି ଗୁଡିକୁ ଭାରତୀୟ ଜନସ୍ୱାସ୍ଥ୍ୟ ମାନକ ଅନୁଯାୟି କରାଯିବା ସହିତ ଅଧିସ୍ୱୀକୃତି କରାଯିବ । ଏହା କରାଗଲେ ଓଡିଶା ଏ ନେଇ ଦେଶର ପ୍ରଥମ ରାଜ୍ୟ ହେବ ।

ଆହୁରି ମଧ୍ୟ ଜନ୍ମରୁ ଏକ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ମୃତ୍ୟୁ ସଂପର୍କରେ ସମୀକ୍ଷା କରାଯାଇ କାରଣ ଓ ନିରାକରଣ ବାହର କରାଯିବ । ରାଜ୍ୟରେ ବିଭିନ୍ନ ଡାକ୍ତରଖାନା ମାନଙ୍କରେ ପ୍ରତିଷ୍ଠା କରାଯାଇଥିବା ଏସ୍.ଏନ୍.ସି.ୟୁ ଗୁଡିକ ନବଜାତ ଶିଶୁ ମୃତ୍ୟୁହାର ହ୍ରାସ ଦିଗରେ ଯଥେଷ୍ଟ ସହାୟକ ହୋଇ ପାରିଛି ।

ତେବେ ଏସ୍.ଏନ୍.ସି.ୟୁ ମାନଙ୍କରୁ ଚିକିତ୍ସା ପରେ ସୁସ୍ଥ ହୋଇ ଫେରୁଥିବା ଶିଶୁମାନଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା ।

ୟୁନିସେଫ୍ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁଣବତା ବୃଦ୍ଧି ଓ ବଜାୟ ରଖାଯିବା , ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମ ମଧ୍ୟମରେ ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନର ସୁବିଧା ସୁଯୋଗ ଆଦି ସହିତ ଏଚ୍.ଆଇ.ଭି-ଏଡସ୍ . ପୁଷ୍ଟୀ, ପାନୀୟ ଜଳ , ପରିମଳ ଏବଂ ଦୁର୍ଦଶା ଜନିତ ସମୟରେ ସ୍ୱାସ୍ଥ୍ୟସେବାର କ୍ଷୟକ୍ଷତି କମ୍ କରିବା ଦିଗରେ ତାର ସହଯୋଗ ଜାରି ରଖିବ ବୋଲି ୟୁନିସେଫ୍ ଓଡିଶା ମୁଖ୍ୟ ସୂଚନା ଦେଇଥିଲେ ।

ତେବ ୟୁନିସେଫ୍ ର ବାର୍ଷିକ ବ୍ୟୟବରାଦ କ୍ରମଶଃ ହ୍ରାସ ପାଇ ଚାଲିଥିବାରୁ ଏଥି ପ୍ରତି ଦୃଷ୍ଟି ଦେଇ ଅଧିକ ବ୍ୟୟବରାଦ କରିବା ପାଇଁ ସ୍ୱାସ୍ଥ୍ୟ ସଚିବ ଶ୍ରୀ ମହାପାତ୍ର କହିଥିଲେ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ଡାଃ ତ୍ରିବିକ୍ରମ ପଣ୍ଡା , ଅତିରିକ୍ତ ଶାସନ ସଚିବ ଶିବବ୍ରତ ଦାଶ , ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାଃ ବାଳକୃଷ୍ଣ ପଣ୍ଡା , ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାଃ ଏନ୍.କେ.ଦାସ , ୟୁନିସେଫର ଡାଃ ସେନ୍ ଏବଂ ଡାଃ ମିନାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଓଡିଶା, ୟୁନିସେଫ୍, ରାଜ୍ୟ ସ୍ୱାସ୍ଥ୍ୟସେବା, ଶିଶୁ ମୃତ୍ୟୁହାର

ଶିଶୁ ମୃତ୍ୟୁହାର: ଜାତୀୟ ହ୍ରାସ ଠାରୁ ଓଡିଶା ଆଗରେ

April 4, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅପ୍ରେଲ ୪(ଓଡ଼ିଶା ଡ଼ଟ୍ କମ୍) ପାଂଚ ବର୍ଷରୁ କମ୍ ବୟସର ଶିଶୁ ମୃତ୍ୟୁହାର ହ୍ରାସ
କ୍ଷେତ୍ରରେ ପ୍ରଥମ ଥର ପାଇଁ ଓଡିଶା ଜାତୀୟ ହାର ଠାରୁ ଆଗରେ ରହିଛି ।

୨୦୦୯ରେ ଏହି ହାର ୮୪ ପଏଂଟ ଥିବା ବେଳେ ୨୦୧୦ରେ ଏହା ୬ ପଏଂଟ ହ୍ରାସ ପାଇ ୭୮
ପଏଂଟ ହୋଇଛି । ଏହି ସମୟରେ ଜାତୀୟ ହ୍ରାସ ହାର ୫ ପଏଂଟ ହୋଇଥିବା ବେଳେ ଓଡିଶା ୬
ପଏଂଟ ହ୍ରାସ କରିବାରେ ସମର୍ଥ ହୋଇଛି ।

ଏ କ୍ଷେତ୍ରରେ ଓଡିଶା ଉପରକୁ ମଧ୍ୟପ୍ରଦେଶ ରହିଛି । ୧୯୯୮-୯୯ ରୁ ୨୦୦୫-୦୬ , ୭ ବର୍ଷ
ମଧ୍ୟରେ ଏହି ହାର ୧୩.୮ ପଏଂଟ ହ୍ରାସ ପାଇଥିବା ବେଳେ କେବଳ ୨୦୧୦ରେ ୬ ପଏଂଟ ହ୍ରାସ
ପାଇବା ଉଲ୍ଲେଖନୀୟ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଶିଶୁ ମୃତ୍ୟୁହାର, ସ୍ୱାସ୍ଥ୍ୟ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ