• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଶିଶୁ ଶ୍ରମିକ

‘ସଚେତନତା, ଗୁଣାତ୍ମକ ଶିକ୍ଷା ଦ୍ୱାରା ଶିଶୁ ଶ୍ରମିକ ବିଲୋପ ସମ୍ଭବ’

June 12, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର,୧୨ ଜୁନ (ଓଡିଶା ଡଟ କମ) : ସଚେତନତା ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦ୍ଵାରା ସମାଜରେ ଶିଶୁ ଶ୍ରମିକ ବିଲୋପ ସମ୍ଭବ ବୋଲି ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍) ଦ୍ୱାରା ଭୁବନେଶ୍ଵରରେ ଶୁକ୍ରବାର ଆୟୋଜିତ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ବକ୍ତା ମାନେ ମତପ୍ରକାଶ କରିଛନ୍ତି।

DSC01215ବଞ୍ଚିବାର ରାହା ପାଉ ନଥିବା ଏବଂ ଜୀବିକା ପାଇଁ ସଂଘର୍ଷ କରୁଥିବା ପରିବାରର ପିଲା ଶିଶୁ ଶ୍ରମିକ ହେବାକୁ ବାଧ୍ୟ ହେଉଛି । ବାଳ ଶ୍ରମିକ ପ୍ରଥା ଦିନକୁ ଦିନ ଭୟଙ୍କର ରୂପ ନେଉଛି । ଗଣତି ଭିତରକୁ ଆସୁଥିବା ସଂଖ୍ୟାଠାରୁ ବାହାରେ ରହିଯାଉଥିବା ଶିଶୁ ଶ୍ରମିକଙ୍କ ସଂଖ୍ୟା ଅଧିକ ।

ଏହାର କାରଣ ଖୋଜିବା, ନିରାକରଣ ବାହାର କରିବା ସହିତ ଥଇଥାନ ଦିଗରେ ନିଆଯାଉଥିବା ପଦକ୍ଷେପର ମୂଲ୍ୟାୟନ କରାଯିବା ଆବଶ୍ୟକ । ବିଶେଷ କରି ଜନସଚେତନା ସୃଷ୍ଟି ଦ୍ୱାରା ଆଗାମୀ ଦିନରେ ଶିଶୁ ଶ୍ରମିକ ବିଲୋପ ଅଭିଯାନ ସଫଳ ହେବ ବୋଲି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ ମତବ୍ୟକ୍ତ କରିଛନ୍ତି ।

କାର୍ଯ୍ୟକ୍ରମରେ ଯୋଗଦେଇ ଓପେପା ପ୍ରକଳ୍ପ ନିର୍ଦେଶକ ମହେନ୍ଦ୍ର ମଲ୍ଲିକ କହିଥିଲେ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଶୁଙ୍କ ସୁରକ୍ଷା ପାଇଁ ଶିଶୁ ସୁରକ୍ଷା ଅଧିକାରୀ, ଶ୍ରମ ଅଧିକାରୀ, ପୁଲିସ୍, ଓପେପା ଅଧିକାରୀଙ୍କୁ ନେଇ ସ୍କ୍ୱାଡ଼ ଗଠନ କରାଯାଇଛି ।

ତେବେ ଉଦ୍ଧାର ଓ ଥଇଥାନ ଦିଗରେ ଅଭିଭାବକଙ୍କ ସହଯୋଗର ଆବଶ୍ୟକତା ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୦୪ ଟି ସିଜନାଲ ହଷ୍ଟେଲରେ ୮ହଜାର ଛାତ୍ରଛାତ୍ରୀଙ୍କୁ ରଖାଯାଇପାରିଛି ।

ଗୋଟିଏ ଜିଲାରୁ ଅନ୍ୟ ଜିଲାକୁ କାମ ପାଇଁ ଯାଉଥିବା ଶିଶୁଙ୍କ ପିଲା ଏହି ହଷ୍ଟେଲରେ ରହି ସାଧାରଣ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି । ସହକାରୀ ଶ୍ରମ କମିଶନର ପ୍ରଦୀପ କୁମାର ମହାପାତ୍ର ଶିଶୁ ଶ୍ରମିକଙ୍କୁ ଉଦ୍ଧାର ପରେ ଥଇଥାନ ଦିଗରେ ଦେଖାଦେଉଥିବା ସମସ୍ୟା ନେଇ ଉଦବେଗ ପ୍ରକାଶ କରିଥିଲେ ।

ପିଲାଙ୍କୁ ଉଦ୍ଧାର ପରେ ପିତାମାତା ପ୍ରତିରୋଧ କରୁଥିବା ଦେଖିବାକୁ ମିଳୁଛି । ଶିଶୁ ଶ୍ରମିକ ତଦାରଖ ବ୍ୟବସ୍ଥା ଠିକଣା ଭାବେ କାର୍ଯ୍ୟକାରୀ କରାଯିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ରାଜଲକ୍ଷ୍ମୀ ଦାସ କହିଥିଲେ ଯେ ଶିଶୁ ମାନଙ୍କୁ ଶ୍ରମିକ ଭାବେରେ ନିଯୁକ୍ତି ଦେବା ଏକ ଘୃଣ୍ୟ ପ୍ରଥା । ସଂପ୍ରତି କମିଶନ୍ ଶିକ୍ଷା ଅଧିକାର ଆଇନ୍ କୁ ତଦାରଖ କରିବାପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ।

ଶ୍ରମିକ ନେତା ସୌରୀବନ୍ଧୁ କର କହିଥିଲେ ଯେ ସମସ୍ତ ପ୍ରକ୍ରିୟା ଓ କ୍ଷେତ୍ରରେ ୧୮ ବର୍ଷ ପର୍ଯ୍ୟନ୍ତ ଶିଶୁ ଶ୍ରମକୁ ସଂପୂର୍ଣ୍ଣ ରୁପେ ନିଷେଧ କରିବା ପାଇଁ ଆଇନରେ ବ୍ୟାପକ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି ।

ଏହି ଅବସରରେ ଗୁଣାତ୍ମକ ଶିକ୍ଷା ଜରିଆରେ ଶିଶୁ ଶ୍ରମିକ ଉଚ୍ଛେଦ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ନ୍ୟାସନାଲ ସେଣ୍ଟର ଫର ଚାଇଲ୍ଡ ରାଇଟ୍ସର ନିର୍ଦ୍ଦେଶକ ପ୍ରଫେସର ପ୍ରବୀର ପଟ୍ଟନାୟକ କହିଥିଲେ ଯେ ପିଲାଙ୍କ କଥା ଭାବିବାକୁ କାହାରି ବେଳ ନାହିଁ, ଶିଶୁ ଶ୍ରମ ଉଚ୍ଛେଦ ସମସ୍ତଙ୍କର ଦାଇତ୍ୱ ।

ଏସ.ସି.ଇ.ଆର.ଟି ର ପୂର୍ବତନ ନିର୍ଦେଶକ ପ୍ରଫେସର ଏସ.ଏଲ ଜେନା ବିଦ୍ୟାଳୟଗୁଡ଼ିକ ଶିଶୁର ପସନ୍ଦ ଅନୁସାରେ ଶିକ୍ଷାଦାନ କରିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ ।

ଆଲୋଚନାରେ ଭାଗ ନେଇ ପ୍ରଫେସର ବିଜୟ ବହିଦାର କହିଥିଲେ ଯେ ରାଜନୈତିକ ଇଚ୍ଛାଶକ୍ତି ବିନା ଶିଶୁ ଶ୍ରମିକ ବିଲୋପ ସମ୍ଭବ ନୁହେଁ । ଗୋଟିଏ ପ୍ରକାର ଶିକ୍ଷା ବ୍ୟବସ୍ଥା, ସ୍ୱୟଂସମ୍ପୂର୍ଣ୍ଣ ବିଦ୍ୟାଳୟ ଶିକ୍ଷକ ସମସ୍ୟା ଦୂର ହେଲେ ଗୁଣାତ୍ମକ ଶିକ୍ଷା ସମ୍ଭବ ହେବ ।

କାର୍ଯ୍ୟକ୍ରମରେ କ୍ଲାପ୍ ର ଆଡ଼ଭୋକେଟ ବିକାଶ ଦାସ, ବି.ଜି.ଭି.ଏସ୍ ର ଉଷାରାଣୀ ବେହେରା, ଓପେପାର ଶ୍ରୀବତ୍ସ ପଟେଲ, ପିକକ୍ର ଅଧ୍ୟକ୍ଷା ଆଦରମଣୀ ବରାଳ ପ୍ରମୁଖ ଯୋଗଦେଇଥିଲେ ।

ପିକକର ସମ୍ପାଦକ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିବାବେଳେ କାର୍ଯ୍ୟନିର୍ବହୀ ନିର୍ଦେଶିକା ଅନୁରାଧା ମହାନ୍ତି ସଙ୍ଗଠନ ପକ୍ଷରୁ ଶିଶୁ ଉଦ୍ଧାର, ଥଇଥାନ ଓ ଶିକ୍ଷାଦାନ ଦିଗରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ ।

ବାଙ୍ଗୁରିଗାଁର ପୁରସ୍କାରପ୍ରାପ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତାପଚନ୍ଦ୍ର ସ୍ୱାଇଁ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ବିଜୟ କୁମାର ପ୍ରଧାନ ଗୁଣାତ୍ମକ ଶିକ୍ଷା ଉପରେ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ । ସଙ୍ଗଠନ ପକ୍ଷରୁ ଜ୍ୟୋତି ମହାପାତ୍ର, ସୁନନ୍ଦା ବିଶ୍ୱାଳ ଏବଂ ଜ୍ୟୋତିଶଙ୍କର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଓଡିଶା ଡଟ କମ

News Bureau
News Bureau

Filed Under: ସଭା ସମିତି Tagged With: ପିକକ୍, ରଞ୍ଜନ ମହାନ୍ତି, ଶିଶୁ ଶ୍ରମିକ

ଶିଶୁ ଶ୍ରମିକଙ୍କ ମୁକ୍ତି ଓ ଥଇଥାନ ସଂପର୍କରେ ରିପୋର୍ଟ ତଲବ

January 9, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୯(ଓଡିଶା ଡଟ୍ କମ୍)-ରାଜ୍ୟର ୩୦ଟି ଜିଲ୍ଲାର ବିଭିନ୍ନ ଇଟାଭାଟିରେ କାମ କରୁଥିବା ଦାଦନ ଶ୍ରମିକ ବିଶେଷ କରି ଶିଶୁଶ୍ରମିକମାନଙ୍କ ମୁକ୍ତି ଓ ଥଇଥାନ ଲାଗି କ’ଣ ସବୁ ପଦକ୍ଷେପ ନିଆଯାଇଛି ସେ ସଂପର୍କରେ ସବିଶେଷ ରିପୋର୍ଟ ଦେବାକୁ ଜାତୀୟ ମାନବାଧିକାର କମିସନ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।

ଗଂଜାମ ଜିଲ୍ଲା କେ.ନୂଆଗାଁର ଏକ ଇଟାଭାଟିରେ କାମ କରୁଥିବା ଦୁଇ ଦାଦନ ଶିଶୁ ଶ୍ରମିକଙ୍କ ନିଅାଁରେ ପୋଡି ମୃତ୍ୟୁ ଘଟଣାର ଶୁଣାଣୀ କରି ମାନ୍ୟବର କମିସନ ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି ।

ମାନବାଧିକାର ସଂଗଠନ ‘ଇଣ୍ଡିଆ ମିଡିଆ ସେଂଟର’ର ମ୍ୟାନେଜିଂ ଟ୍ରଷ୍ଟି ତଥା ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କ ପକ୍ଷରୁ କମିସନଙ୍କ ନିକଟରେ ହୋଇଥିବା ପିଟିସନରେ ଅଭିଯୋଗ କରାଯାଇଥିଲା ଯେ ଗତବର୍ଷ ଜାନୁୟାରୀ ୨୦ ତାରିଖରେ କେ.ନୂଆ ଗାଁ ସ୍ଥିତ ଦୁର୍ଗା ବ୍ରିକ୍ ଇଣ୍ଡଷ୍ଟ୍ରିଜ୍ରେ ନିଆଁ ଲାଗି ଦଦୁଇ ଜଣ ଶିଶୁ ଶ୍ରମିକ ଭଗବାନ ବରିହାଙ୍କ ବଡଝିଅ ଦୀପା ବରିହା(୧୦) ଓ ବଡ ପୁଅ ଅମିତ ବରିହା(୮)ଙ୍କ ମୃତ୍ୟୁ ହୋଇଥିଲା ।

ଭଗବାନ ସ୍ତ୍ରୀ ପିଲାଛୁଆଙ୍କ ସହ ଏହି ଇଟାଭାଟିରେ କାମ କରୁଥିଲେ । ଏହି ଘଟଣାରେ ଭଗବାନଙ୍କ ଆଉ ଦୁଇଟି ଛୋଟ ଛୁଆ ମଧ୍ୟ ଆହତ ହୋଇଥିଲା । ଏଭଳି ଏକ ଘଟଣାକୁ ବର୍ଷେ ବିତିବାକୁ ବସିଥିଲେ ବି ସ୍ଥାନୀୟ ପ୍ରଶାସନ କିମ୍ବା ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ କଲେ ନାହିଁ ।

ଏଇ ଇଟାଭାଟିରେ ବେନିୟମ ଭାବେ ଚାଲିଥିଲେ ମଧ୍ୟ ତାହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ଅଭିଯୋଗକାରୀ ଦର୍ଶାଇଥିଲେ ଏମିତି ଘଟଣା ରାଜ୍ୟର ୩୦ଟି ଜିଲ୍ଲାରେ ଘଟୁଛି । ସପରିବାର ସହ ଲୋକେ ଏଠାରେ ଦାଦନ ଭାବେ କାମ କରୁଛନ୍ତି । ସେମାନଙ୍କ ପିଲାମାନେ ପାଠପଢାରୁ ବଞ୍ଚିତ ହେବା ସହ ସେଠାରେ ଶିଶୁ ଶ୍ରମିକ ଭାବେ କାମ କରନ୍ତି । ଇଟାଭାଟି ମାଲିକମାନେ ଏହି ଦାଦନ ଶ୍ରମିକଙ୍କୁ ପାଇବା ପାଇଁ ଅନେକ ଦଲାଲ ନିଯୁକ୍ତ କରିଛନ୍ତି ।

ଶ୍ରମିକମାନଙ୍କୁ କେତୋଟି ଇଟା ଗଢିବାକୁ ହେବ, ତାହାର ଟାର୍ଗେଟ୍ ଦିଆଯାଇଥାଏ । ତାହା ନକରି ପାରିଲେ ପାରିଶ୍ରମିକ ମଧ୍ୟ କାଟ୍ ହୁଏ । କିନ୍ତୁ ଏମାନଙ୍କୁ ସେଠାରୁ ମୁକ୍ତକରି ଥଇଥାନ କରିବା ଲାଗି ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ଗୋତି ଶ୍ରମିକ ପ୍ରଥା ଉଠିଯାଇଥିଲେ ସୁଦ୍ଧା ଏବେ ବି ଇଟାଭାଟିରେ ପୀଢି ପରେ ପୀଢି ଗୋଟିଏ ପରିବାର ଗୋତି ଖଟି ଆସୁଛି ।

କମିସନ୍ ଏହି ମାମଲାର ଶୁଣାଣୀ କରି ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବ ଓ ଗୃହ ବିଭାଗ ପ୍ରମୁଖ ସଚିବଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ରିପୋର୍ଟ ଦାଖଲ ନ କଲେ ନିୟମ ଅନୁସାରେ କମିଶନ ଯାହା ଉଚିତ ମନେ ହେବ, ସେହି ରାୟ ଶୁଣାଇବେ । ଆବେଦନକାରୀଙ୍କ ପକ୍ଷରୁ ଆଡ୍ଭେକେଟ୍ ନିଶିକାନ୍ତ ମିଶ୍ର ମକଦ୍ଧମା ପରିଚାଳନ କରୁଛନ୍ତି ।

କେ.ନୂଆଗାଁ ଘଟଣାରେ ମୃତଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ , ଦୋଷୀ ଇଟାଭାଟି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ କମିସନଙ୍କ ନିକଟରେ ନିବେଦନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ମାନବାଧିକାର କମିସନ, ଶିଶୁ ଶ୍ରମିକ, ସରକାର

ଶିଶୁ ଶ୍ରମିକଙ୍କ ସହାୟତା ପାଇଁ ହେଲ୍ପଲାଇନ

December 18, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡ଼ିସେମ୍ବର୧୮(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଶିଶୁ ଶ୍ରମିକଙ୍କ ସହାୟତା ପାଇଁ ସରକାର ହେଲ୍ପ ଲାଇନ ଖୋଲିବାକୁ ବିଚାର କରୁଛନ୍ତି ବୋଲି ଶ୍ରମ କମିଶନର ଅଲେଖ ଚନ୍ଦ୍ର ପଢିହାରୀ ରବିବାର ଏକ ଆଲୋଚନା ଚକ୍ରରେ କହିଛନ୍ତି ।

ସ୍ୱେଛାସେବୀ ସଂଗଠନ ସେଭ୍ ଦି ଚିଲଡ଼୍ରେନ ସହାୟତାରେ ପିକକ୍, ଆଇନା, ସିସିଡ଼ବ୍ଲ୍ୟୁଡ଼ି, ରେଆର୍ ଓ ଶୋଭା ଦ୍ୱାରାଶିଶୁମାନଙ୍କ ଉପରେ ଆୟୋଜିତଦୁଇିନିଆ ଆଲୋଚନାଚକ୍ରର ଉଦ୍ୟପନୀ ସମାରୋହରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶିଶୁମାନଙ୍କ ପ୍ରଶ୍ନର ଉତରରେ ସେ ଏହା କହିଛନ୍ତି ।

“”ବାପା ମା ଛେଉଣ୍ଡ ଓ ଅନାଥ ଶିଶୁଙ୍କ ଲାଳନ ପାଳନ ପାଇଁ ସରକାର ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଶିଶୁଗୃହ ପ୍ରତିଷ୍ଠା କରିବା ସହିତ ଶିଶୁ ଶ୍ରମିକଙ୍କ ପାଠପଢା ପାଇଁ ୨୪ଟି ଜିଲ୍ଲାରେ ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପ ବ୍ୟିାଳୟ ଖୋଲିଛନ୍ତି”ସେ କହିଛନ୍ତି ।

“”ଜୀବନରେ ସର୍ବା ନିଜର ବଡ଼ପଣିଆ ଜାହିର କରିବା ଉଚିତ୍”ସେ କହିଥିଲେ । ଏହି ଅବସରରେ ଶିଶୁମାନେ ସେମାନଙ୍କ ଅଂଚଳରୁ ଦ।ନ ଖଟିବାକୁ ଯାଉଥିବା ଲୋକଙ୍କୁ କିଭଳି ରୋକାଯାଇ ପାରିବ ତାହା ଉପରେ ପ୍ରଶ୍ନମାନ ପଚାରିଥିଲେ ।

ବ୍ୟିାଳୟରେ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସରକାର ଅଧିକରୁ ଅଧିକ ଯତ୍ନବାନ ହେବା ସହିତ ଆଗାମୀଦିନରେ ବ୍ୟିାଳୟରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଏଥିରେ ଯୋଗେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଉପେନ୍ଦ୍ର କୁମାର ସାହୁ ସୂଚନା   ଦେଇଛନ୍ତି ।

ଉପସ୍ଥିତ ଶିଶୁମାନେ ଓøଷଧ କିଣା, ପାନୀୟ ଜଳ ଯୋଗାଣରେ ଅନିୟମିତତା, ବ୍ୟିାଳୟରେ ଶିଶୁଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ପାଇଖାନା ନିର୍ମାଣ ଓ ପରିଷ୍କାର ପରିବେଶରେ ମଧ୍ୟାହ୍ନ ଭୋଜନ ସେବନର ଉପରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ବିଭିନ୍ନ ପ୍ରଶ୍ନମାନ ପଚାରିଥିଲେ ।

ଶିଶୁଙ୍କ ସୁରକ୍ଷା ଲାଗି ପ୍ରତି ଜିଲ୍ଲାରେ ମହିଳା ଓ ଶିଶୁ ଡ଼େସ୍କ ପ୍ରତିଷ୍ଠା କରାଯାଇଛି । କୌଣସି ସମୟରେ ସମସ୍ୟାର ସମ୍ମୁଖୀନ ହେଉଥିବା ଶିଶୁମାନେ ସାହସ ସଂଚୟ କରି ଏଠାରେ ଅଭିଯୋଗ କରିବା ପାଇଁ ରାଜ୍ୟ ମଙ୍ଗଳ ବୋର୍ଡ଼ର ଅଧ୍ୟକ୍ଷା ସୁଲତା ଦେଓ ଆହ୍ୱାନ ଦେଇଛନ୍ତି ।

ଏହି କର୍ମଶାଳାରେ ପିକକ୍ର ସଂପାଦକ ରଂଜନ କୁମାର ମହାନ୍ତି,ବରିଷ୍ଠ ସାମ୍ବାଦିକ ଯତୀନ୍ଦ୍ର ଦ।ଶ, ଡ଼ାକ୍ତର ସେବା ମହାପାତ୍ର, ମଣିପ୍ମ ଜେନା, ୱାଟର ଏଡ଼୍ର ବିକାଶ ପତି, ସେଭ୍ ଚିଲଡ଼୍ରେନର ଭାରତୀ ଚକ୍ର, ସିସିଡ଼ବ୍ଲ୍ୟୁଡ଼ିର ସଂପାଦକ ସଦାଶିବ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

କେନ୍ଦୁଝର,କୋରାପୁଟ,ସୋନପୁର,କନ୍ଧମାଳ ଓ ଖୋର୍ଧା ଜିଲ୍ଲାରୁ ଆସିଥିବା ଶିଶୁ ପ୍ରତିନିଧିମାନେ ଉପସ୍ଥିତ ଅଧିକାରୀ,ସାମ୍ବଦିକ ଓ ସ୍ୱେଛାସେବୀ ସଂଗଠନର ପ୍ରତିନିଧି ମାନଙ୍କ ସହିତ ସିଧାସଳଖ ମତ ବିନିମୟ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଶିଶୁ ଶ୍ରମିକ, ହେଲ୍ପ ଲାଇନ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ