• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଶିଶୁ

ବିଦ୍ୟାଳୟରେ ସୁରକ୍ଷା ଓ ନିରାପତ୍ତା

May 14, 2018 by ଘାସିରାମ ପଣ୍ଡା Leave a Comment

ନିକଟରେ ଗୁରଗାଓଁର ଏକ ବେସରକାରୀ ବିଦ୍ୟାଳୟରେ ଘଟିଯାଇଥିବା ଛାତ୍ର ମୃତ୍ୟୁ ଘଟଣାକୁ ନେଇ ଗଣମାଧ୍ୟମର ସକ୍ରିୟତା ପ୍ରଶାସନକୁ କ୍ରିୟାଶିଳ ହେବାକୁ ବାଧ୍ୟ କରିଛି । ଫଳସ୍ୱରୂପ ସିବିଏସଇ, ଦିଲ୍ଲୀ ପୋଲିସ ଓ ଆମ ଗଣ ଶିକ୍ଷା ବିଭାଗ ସମସ୍ତେ ବିଦ୍ୟାଳୟରେ ସୁରକ୍ଷା ଓ ନିରାପତ୍ତାକୁ ନେଇ ସାନି ଦିଶା ନିର୍ଦ୍ଦେଶ ଜାରି କରିଛନ୍ତି । ଏପରି ଏକ ଘଟଣା ପ୍ରଥମ ଥର ପାଇଁ ଘଟିନାହିଁ ।

ପାଠକେ ମନେ ପକାନ୍ତୁ ପାଚେରି ଭାଙ୍ଗି ଛାତ୍ରୀ ମୃତ, ଘରମ ପେଜ ପଡି ଆହତ, ଗଛରୁ ପଡି ହାତ କଟା, ପରିସ୍ରା କରିବାକୁ ଯାଇ ଛାତ୍ରୀ ଅସାଦାଚରଣର ଶିକାର, ଛାତ୍ରୀବାସରେ ଯୌନ ନିର୍ଯ୍ୟାତନା ଓ କୁମାରୀ ମାତୃତ୍ୱ ପ୍ରଭୃତି ଅନେକ ଘଟଣା ଓଡିଶାର ଗଣ ମାଧ୍ୟମ ବିଭିନ୍ନ ସମୟରେ ଲୋକଲୋଚନକୁ ଆଣିଛି । ପିଲା ଘରୁ ବାହାରି ବିଦ୍ୟାଳୟକୁ ଯିବା ଓ ପୁଣି ଘରକୁ ଫେରିବା ପର୍ଯ୍ୟନ୍ତ ନିରାପତ୍ତା ସୁନିଶ୍ଚିତ କରିବା ନିମନ୍ତେ ପୂର୍ବରୁ ଯଥେଷ୍ଟ ଦିଶା ନିର୍ଦ୍ଦେଶ ରହିଛି ।

ତଦାରଖ ଓ ଉତ୍ତରଦାୟୀତ୍ୱବୋଧ ଅଭାବରୁ ଏଗୁଡିକ କାର୍ଯକାରୀ ହୋଇ ପାରୁନଥିବା ବେଳେ ଆଉ ଏକ ସାନି ନିର୍ଦ୍ଦେଶାବଳୀ କେବଳ ନିଜ ମୁଣ୍ଡରୁ ଦୋଶ ଖସେଇବା ପାଇଁ ଉଦ୍ଦିଷ୍ଟ । ହିଂସା, ନିର୍ଯ୍ୟାତନା ଏବଂ ଅବହେଳାରୁ ପ୍ରତି ମୁହୁର୍ତ୍ତରେ ସୁରକ୍ଷିତ ରହିବା ପ୍ରତ୍ୟେକ ଶିଶୁର ଅଧିକାର । ଏଥିପାଇଁ ପରିବାର, ପଡୋଶି ବା ସମାଜ ଯେତିକି ଉତ୍ତରଦାୟୀ, ଶିଶୁଟି ଯତ୍ନ ଅବା ପାଠ ପଢିବା ପାଇଁ ଯେଉଁଠିକି ଯାଉଛି, ସେହି ଅନ୍ୟୁନର ମଧ୍ୟ ସମପରିମାଣର ଉତ୍ତର ଦାୟୀତ୍ୱ ରହିଛି ।

ଯେଉଁ ଅନୁ ।ନରେ ଶିଶୁ ପଢୁଛି ବା ରହୁଛି ସେ ସମସ୍ତ ସ୍ଥଳିରେ ଶିଶୁ ପାଇଁ ସୁରକ୍ଷିତ ପରିବେଶ ଯୋଗେଇ ଦେବାପାଇଁ ୨୦୧୪ ମସିହା ଅଗଷ୍ଟ ୨୩ ତାରିଖରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଦିଶା ନିର୍ଦ୍ଦେଶ ଜାରୀ କରାଯାଇଥିଲା । ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ଅନ୍ୟୁନର ପରିସର ଅବା ବାହାରେଅନ୍ୟୁନ ଦ୍ୱାରା ଯୋଗେଇ ଦିଆଯାଉ ଥିବା ସମସ୍ତ ସେବା ଯେପରିକି ଗ୍ରୀଷ୍ମ ଶିବିର, ବସ ସେବା, ଆନ୍ତଃ ବିଦ୍ୟାଳୟ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା, ପରିଭ୍ରମଣ, ବଣଭୋଜି ପ୍ରଭୃତି ସମସ୍ତ ଜାଗାରେ ଶିଶୁର ସୁରକ୍ଷା ସୁନିଶ୍ଚିତ କରିବା ସେହି ନିର୍ଦ୍ଦିଷ୍ଟ ଅନ୍ୟୁନର ଦାୟୀତ୍ୱ ।

ଏହା ଉଭୟ ସରକାରୀ ଓ ଘରୋଇ ଅନ୍ୟୁନମାନଙ୍କ ପାଇଁ ଲାଗୁ । ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରତ୍ୟେକ ଅନୁ ।ନ ନିଜର ଏକ ଶିଶୁ ସୁରକ୍ଷା ପ୍ରଟୋକଲ ପ୍ରସ୍ତୁତ କରି ବା ସହ ର ମୂଖ୍ୟଙ୍କୁ ଶିଶୁ ସୁରକ୍ଷା ଅଧିକାରୀ ଭାବେ ଘୋଷଣା କରିବ ।ମାନେ ଶିଶୁ ମାନଙ୍କ ପାଇଁ କ’ଣ କ୍ଷତି ଭୟ ରହିଛି ତାର ଆକଳନ କରି ଏକ ରିପୋର୍ଟ ପ୍ରସ୍ତୁତ କରିବେ ଓ ସେହି ଅନୁସାରେ ମୁକାବିଲା ଯୋଜନା ମଧ୍ୟ ତିଆରି କରିବେ ।

ଅନ୍ୟୁନରେ କାର୍ଯ୍ୟରତ ପ୍ରତ୍ୟେକ କର୍ମଚାରୀଙ୍କୁ ଶିଶୁ ଅଧିକାର ସମ୍ବନ୍ଧରେ ସଚେତନ କରାଯିବ ଓ ସେମାନେ ଏହାକୁ ପାଳନ କରିବା ନେଇ ଅଙ୍ଗିକାରବଦ୍ଧ ହେବେ । ପିଲାଙ୍କୁ ନେବା ଆଣିବା କରୁଥିବା ବସରେ ଅନ୍ୟୁନର ନିୟମିତ କର୍ମଚାରୀ ରହିବା ଉପରେ ମଧ୍ୟ ଏଥିରେ ଗୁରୁତ୍ୱ ଦିଆଯାଇଛି । ହେଲେ ପ୍ରକୃତ ପକ୍ଷେ ନା ସରକାରୀ ନା ବେସରକାରୀ କୌଣସି ବି ଅନୁ ।ନ ଏହି ସବୁ ନିର୍ଦ୍ଦେଶର ପାଳନ କରୁନାହାନ୍ତି ।

ଶିଶୁଙ୍କ ସୁରକ୍ଷା ଓ ନିରାପତ୍ତା ଆଧାରିତ କ୍ଷତି ଭୟର ଆକଳନ କଲାବେଳକୁ ବିଦ୍ୟାଳୟ ଗୃହ, ପାଚେରି, ଶ୍ରେଣୀଗୃହ, ଶୌଚାଳୟ ପ୍ରଭୃତିର ଅବସ୍ଥିତି ଓ ସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏ କ୍ଷେତ୍ରରେ ଆମ ସରକାରୀ ବିଦ୍ୟାଳୟମାନଙ୍କର ସ୍ଥିତି କ’ଣ ରହିଛି ଆଲୋଚନା କରିବା । ଓଡିଶା ପ୍ରାଥମିକ ଶିକ୍ଷା ପ୍ରକଳ୍ପ ୱବସାଇଟରେ ୨୦୧୫ – ୧୬ ପର୍ଯ୍ୟନ୍ତ ତଥ୍ୟ ଉପଲବ୍ଧ ।

ସରକାରଙ୍କ ଏହି ତଥ୍ୟ ଅନୁଯାୟୀ ରାଜ୍ୟର ମୋଟ ୫୮୨୬୯ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭିତରୁ ୧୮୭୭୪ରେ ସର୍ବସାଧାରଣ ଶୌଚାଳୟ ନଥିବା ବେଳେ ୧୯୦୨୦ରେ ବାଳିକାଙ୍କ ପାଇଁ ଶୌଚାଳୟ ନାହିଁ । ୪୪୪୭୦ ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ନାହିଁ ଓ ୪୩୫୧୪ରେ ଖେଳପଡିଆ ନାହିଁ । ସେହିପରି ୨୩୪୯୧ ବିଦ୍ୟାଳୟରେ ଭିନ୍ନକ୍ଷମଙ୍କ ଯାତାୟତ ପାଇଁ ର୍ୟାମ୍ପ ନାହିଁ ଓ ୩୭୫୯୬ରେ ରୋଶେଇ ଘର ନାହିଁ ।

୨୯୯୫ ବିଦ୍ୟାଳୟର ଘର ନାହିଁ ଓ ୧୯୩୫୮ର ପାଚେରି ନଥିବା ବେଳେ ୧୧୨୭୭ ବିଦ୍ୟାଳୟରେ ପାଚେରି ଅସମ୍ପୁର୍ଣ୍ଣ ହୋଇ ପଡିରହିଛି । ହୁଏତ ଗୋଟିଏ ବର୍ଷ ଭିତରେ ସ୍ଥିତିରେ ସାମାନ୍ୟ ଉନ୍ନତି ଘଟିଥାଇପାରେ ବୋଲି ଧରି ନେଲେ ବି ଆମ ପିଲାମାନେ ବିଦ୍ୟାଳୟରେ କେତେ ସୁରକ୍ଷିତ ଓ ନିରାପଦ ତାହା ଅନୁମେୟ । ଘରୋଇ ପରିଚାଳନାରେ ଥିବା ବିଦ୍ୟାଳୟରେ ପଢୁଥିବା ପିଲା ଯେ ସୁରକ୍ଷିତ ଏକଥା ବି କହି ହେବ ନାହିଁ ।

ଗତ କିଛି ବର୍ଷ ଭିତରେ ରାଜ୍ୟରେ ଘରୋଇ ବିଦ୍ୟାଳୟ ସଂଖ୍ୟା ବଢିଛି ଓ ସେହି ଅନୁସାରେ ଏଥିରେ ପଢୁଥିବା ପିଲାଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଅଥଚ ଏହି ସବୁ ବିଦ୍ୟାଳୟଗୁଡିକୁ ସରକାର ତାଲିକା ଓ ତଦାରଖ ପରିସରକୁ ଆଣିବାରେ ବିଫଳ ହୋଇଛନ୍ତି । ଶିକ୍ଷା ଅଧିକାର ଆଇନରେ ଏହି ସବୁ ବିଦ୍ୟାଳୟମାନଙ୍କ ପାଇଁ ମାନ ଓ ନିତୀ ଧାର୍ଯ୍ୟ କରାଯାଇଛି ।

ତାରି ଆଧାରରେ ଗଣ ଶିକ୍ଷା ବିଭାଗ ଏମାନଙ୍କୁ ସ୍ୱିକୃତି ପ୍ରମାଣ ପତ୍ର ଦେଲା ପରେ ଯାଇ ଘରୋଇ ବିଦ୍ୟାଳୟ ପରିଚାଳିତ ହୋଇ ପାରିବ । ମାନ ଓ ନିତୀ ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରିବା ଏବଂ ପିଲାଙ୍କ ସୁରକ୍ଷା ଆଧାରେ ପ୍ରସ୍ତୁତ କରାଯାଇଛି । ବିନା ସ୍ୱିକୃତି ପ୍ରମାଣ ପତ୍ରରେ ପରିଚାଳିତ ବିଦ୍ୟାଳୟକୁ ଶିକ୍ଷା ବିଭାଗ ଅଧିକାରୀ ବନ୍ଦ କରିଦେଇ ପାରିବେ ଓ ଏକ ଲକ୍ଷ ଟଙ୍କା ଜୋରିମାନା ଜାରୀ କରିପାରିବେ । ହେଲେ ଏପରି ହେଉ ନାହିଁ ।

କାଁ ଭାଁ କାହାକୁ ଛାଡି ଦେଲେ କୌଣସି ଘରୋଇ ବିଦ୍ୟାଳୟ ଏହି ମାନ ଓ ନିତୀକୁ ପୁରଣ କରୁ ନାହିନ୍ତି ଓ ବିନା ସ୍ୱିକୃତି ପ୍ରମାଣ ପତ୍ରରେ ବିଦ୍ୟାଳୟ ପରିଚାଳନା କରୁଛନ୍ତି । ଏଣୁ ଏହି ସବୁ ବିଦ୍ୟାଳୟରେ ପଢୁଥିବା ପିଲା ମାନେ ସମ୍ପୁର୍ଣ୍ଣ ଅସୁରକ୍ଷିତ ବୋଲି ଧରି ନେବାକୁ ହେବ । ଏତେ ସବୁ ଆଇନ, ଦିଶାନିର୍ଦ୍ଦେଶ ଥିବା ସତ୍ୱେ ପିଲାଙ୍କ ସୁରକ୍ଷା ଓ ନିରାପତ୍ତା ବିପର୍ଣ୍ଣ ହେଉଛି ।

କିଛି ଗୋଟିଏ ଘଟିଗଲା ପାରେ ଆମର ଗଣମାଧ୍ୟମ ସାମୟିକ ତୁମ୍ବିତୋଫାନ କରି ପୁଣି ନିରବି ଯିବାର ଧାରାରେ ଅଧିକାରୀମାନେ ମଧ୍ୟ ତାଳ ଦେଇ ସାମୟିକ ତତ୍ପରତା ପରେ ପୁଣି ‘ପୁଃର୍ନ ମୁସିକ ଭବ’ ଅଭ୍ୟାସରେ ପରିଣତ ହୋଇଗଲାଣି । ମନରେ ପ୍ରଶ୍ନ ଉଠେ ଶିଶୁ ସୁରକ୍ଷା ପ୍ରଟୋକଲ, ଶିଶୁ ମାନଙ୍କ କ୍ଷତି ଭୟର ଆକଳନ ରିପୋର୍ଟକୁ ଏତେ ଗୁରୁତ୍ୱ ଦିଆଯାଇଛି ।

ହେଲେ ଆମ ଅଙ୍ଗନୱାଡି କେନ୍ଦ୍ର, ବିଦ୍ୟାଳୟ, ଆଶ୍ରମ ସ୍କୁଲ, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ବେସରକାରୀ କ୍ରେଚ, ଘରୋଇ ଶିକ୍ଷା ଅନୁ ।ନ କେଉଁଠିବି ଏସବୁ ଉପଲବ୍ଧ କି? ଯଦି ନାହିଁ ତା ପାଇଁ ଆମେ ପ୍ରୟାସ କରିଛେ କି? ଆମ ଅଧିକାରୀ ମାନେ ପରିଦର୍ଶନରେ ଗଲାବେଳେ ଏହାକୁ କେବେ ଅନୁଧ୍ୟାନ କରିଛନ୍ତି କି ? ଦୁର୍ଘଟଣା ପରବର୍ତ୍ତି ସାମୟିକ ପ୍ରତିକ୍ରିୟା ଅପେକ୍ଷା ପ୍ରକ୍ରିୟା ଉପରେ ଗୁରୁତ୍ୱ ଦେଲେ ବ୍ୟବସ୍ଥାରେ ସୁଧାର ଆସିବ । କେବଳ ଦିଶା ନିର୍ଦ୍ଦେଶ ଜାରି କରିଦେଲେ ଉଦ୍ଦେଶ୍ୟ ସାଧିତ ହେବ ନାହିଁ ।

Filed Under: ଶିକ୍ଷା Tagged With: ପ୍ରାଥମିକ ବିଦ୍ୟାଳୟ, ବିଦ୍ୟାଳୟ, ଶିଶୁ

ଶିଶୁକୁ କୁକୁର ଖାଇଥିବା ଅଭିଯୋଗ ଉପରେ ସାନି ତଦନ୍ତ ନିର୍ଦେଶ

May 18, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ପୁରୀ, ମଇ ୧୮ (ଓଡିଶା ଡଟ କମ) ଗତ ବର୍ଷ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣେ ସଦ୍ୟଜାତ ଶିଶୁକୁ କୁକୁରୁ ଖାଇଥିବା ଅଭିଯୋଗ ଉପରେ ଜାତୀୟ ମାନବାଧିକାର କମିଶନ ଜିଲ୍ଲା ପ୍ରଶାସନକୁ ସାନି ତଦନ୍ତ ନିର୍ଦେଶ ଦେଇଥିବା ଜଣେ ମାନବଧୀକାର କର୍ମୀ ସୋମବାର କହିଛନ୍ତି ।

୧୧ଅପ୍ରେଲ ୨୦୧୪ ପୂର୍ବାହ୍ନ ପ୍ରାୟ ସାଢେ ଏଗାରଟାରେ ଚିକିତ୍ସାଳୟ ପରିସର ମଧ୍ୟରେ ଏକ ସଦ୍ୟଜାତ ଶିଶୁକୁ କୁକୁର ଖାଉଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ସେମାନେ ମେଡିକାଲ ଅଧିକାରୀମାନଙ୍କୁ ଖବର ଦେଇଥିଲେ । କିନ୍ତୁ ଏହାକୁ ଅତି ହାଲୁକା ଭାବେ ନେଇ ମୃତ ଶିଶୁଟିକୁ କୁକୁର ମୁହଁରୁ ଆଣି କୁଆଡେ ଫୋପାଡି ଦିଆଯାଇଥିବା ଅଭିଯୋଗ ହୋଇଥିଲା ।

ଏହି ଶିଶୁଟି କାହାର ଓ କୁକୁର ଆକ୍ରମଣରେ ଏହାର ମୃତ୍ୟୁ ଘଟିଛି କି ନାହିଁ ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନଥିଲା । ଏଭଳି ଘଟଣା ମାନବିକ ଅଧିକାରର ଖୋଲା ଉଲଂଘନ ବୋଲି ଦର୍ଶାଇ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ  ସେହି ମାସ ୧୪ ତାରିଖରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । କମିଶନଙ୍କ ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ସଚିବ ଏ ଘଟଣାରେ ଏନଏଚଆରସିଙ୍କ ନିକଟରେ ରିପୋର୍ଟ ଦାଖଲ କରିଛନ୍ତି ।

ସେ ସିଧାସଳଖ ଏହି ଘଟଣାକୁ ଅସ୍ୱୀକାର ନ କରି ଘଟଣା ଦିନ କୌଣସି ନବଜାତ ଶିଶୁର ମୃତ୍ୟୁ ଘଟିନାହିଁ ବୋଲି ରିପୋର୍ଟରେ ଦର୍ଶାଇଥିଲେ। କମିଶନ ଏହା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ଅଭିଯୋଗ କଥାକୁ ଏହି ରିପୋର୍ଟରେ ଅସ୍ୱୀକାର କରାଯାଇନାହିଁ । ତେଣୁ ଯଦି ଏଭଳି ଘଟଣା ଘଟିଥାଏ, ତେବେ ଏହି ଶିଶୁଟି କାହାର ? ଏହି ଶିଶୁର ଶବ କିପରି କୁକୁର ହାବୁଡରେ ପଡିଲା ?

ଏ ସମ୍ପର୍କରେ ପୁଲିସକୁ ଖବର ଦିଆଗଲା ନାହିଁ କାହିଁକି ? କେହି ପିଲାଟିକୁ ସେଠାରେ ଛାଡି ଚାଲି ଯାଇ ନଥିଲା ତ ? ତେଣୁ ସ୍ୱାସ୍ଥ୍ୟ ସଚିବଙ୍କ ରିପୋର୍ଟ ଉପରେ ଭରସା ନକରି ଏହି ଘଟଣାର ସଂପୂର୍ଣ ତଦନ୍ତ କରିବା ଲାଗି କମିଶନ ପୁରୀ ଏସ୍.ପି.ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ତଦନ୍ତ ବେଳେ କମିଶନ ଉଠାଇଥିବା ପ୍ରଶ୍ନଗୁଡିକ ପ୍ରତି ଧ୍ୟାନ ଦେବାକୁ ଏସ୍.ପି.ଙ୍କୁ କୁହାଯାଇଛି । ଘଟଣାକୁ ଚାପି ଦେବାକୁ ଚେଷ୍ଟା କରି କମିଶନଙ୍କ ନିକଟରେ ସ୍ୱାସ୍ଥ୍ୟ ବିଭାଗ ମିଥ୍ୟା ରିପୋର୍ଟ ଦାଖଲ କରିଛି ବୋଲି ଆବେଦନକାରୀ ଅଖଣ୍ଡ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ଓଡିଶା ଡଟ କମ

Filed Under: ମାନବାଧିକାର Tagged With: ଅଖଣ୍ଡ, କୁକୁର, ପୁରୀ, ମାନବାଧିକାର, ଶିଶୁ

ଶିଶୁମାନଙ୍କର ଅଧିକାରକୁ ସାବ୍ୟସ୍ତ କରିବାର ସମୟ: ଆଲୋଚନାଚକ୍ର

December 27, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୭(ଓଡିଶା ଡଟ୍ କମ୍ )-“ଭାରତରେ ପ୍ରତି ୮ଜଣରେ ଜଣେ ଶିଶୁ ବସ୍ତିରେ ରୁହେ, ଏବେ ଆମେ ସୁରକ୍ଷିତ ବାସସ୍ଥାନ, ଉପଯୁକ୍ତ ପରିମଳ ବ୍ୟବସ୍ଥା, ପାନୀୟ ଜଳ, ଖେଳକୁଦ ପାଇଁ ଉପଯୁକ୍ତ ଯାଗା ପରି କେତେକ ବିଷୟରେ ଶିଶୁମାନଙ୍କର ଅଧିକାରକୁ ସାବ୍ୟସ୍ତ କରିବାର ସମୟ ଉପନୀତ”ଏହା କହିଛନ୍ତି ବଣ୍ଣାର୍ଡ ଭାନ ଲିୟର ଫାଉଣ୍ଡେସନ(ବିଭିଏଲ୍ଏଫ୍)ର ଭାରତ ପ୍ରତିନିଧି ଶ୍ରୀମତୀ ଧରିତ୍ରୀ ପଟନାୟକ ।

ସହରକୁ ପ୍ରତିଦିନ ଶହ ଶହ ଲୋକ କାମ ଧନ୍ଧା ସଂନ୍ଧାନରେ ଆସୁଥିବାରୁ ସହରଞ୍ଛଳରେ ବସ୍ତିମାନଙ୍କର ସଂଖ୍ୟା ବଢ଼ୁଛି । ସେ ପରିପ୍ରେକ୍ଷୀରେ କମ ବ୍ୟୟରେ ସୁସ୍ଥ ଶୈଶବ ଲାଗି ବୈଷୟିକ କୈାଶଳର ପ୍ରୟୋଗ ବଳରେ ଆଦର୍ଶ ବସ୍ତି ଗଠନ ଶୀର୍ଷକରେ ଆୟୋଜିତ ଆଲୋଚନା ଚକ୍ରରେ ଶ୍ରୀମତୀ ପଟନାୟକ ଏହା କହିଛନ୍ତି ।

ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଭୁବନେଶ୍ୱର ମ୍ୟୁନିସିପାଲଟିର କମିଶନର ସଂଞ୍ଜୀବ କୁମାର ମିଶ୍ର କହିଥିଲେ ଯେ ବୈଷୟିକ ଶକ୍ତିର ଉପଯୁକ୍ତ ବଂଟନ ତଥା ବ୍ୟବହାର କରାଯାଇପାରିଲେ ଏଠାରେ ଅନୁଷ୍ଠିତ ବସ୍ତି ବାସିନ୍ଦାଙ୍କ ବିଭିନ୍ନ ସମସ୍ୟା ତଥା ବିଶେଷକରି ଶିଶୁ ମାନଙ୍କର ସୁସ୍ଥ ତଥା ନିରାପଦ ଶୈଶବ ସୁରକ୍ଷିତ ହୋଇପାରିବ ।

ସହରାଂଚଳ ବସ୍ତିର ପିଲାମାନଙ୍କୁ ସୁସ୍ଥ ଓ ସୁରକ୍ଷିତ ବାତାବରଣ ପ୍ରଦାନ କରିବାର ଚେଷ୍ଟା କରୁଥିବା ହମାରା ବଚପନ କ୍ୟାମ୍ପେନକୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରାକ୍ଟିକାଲ ଆକ୍ସନ ଓ ରୁଚିକା ସାମାଜିକ ସେବା ସଂଗଠନ ଦ୍ୱାରାଆୟୋଜନ କରାଯାଇଥିବା ଏହି ଆଲୋଚନା ଚକ୍ରରେ ଭରତପୂର ବସ୍ତି ବାସିନ୍ଦା ଦେବାଶିଷ ନାୟକ କୁହନ୍ତି, “କେବଳ ଯେ ଗୁଡାଏ ଯୋଜନାର ପ୍ରଣୟନରେ ବସ୍ତିର ପିଲାଙ୍କ ସମସ୍ୟା ସମାଧାନ ହେବନି ବରଂ ଏକ ଦିର୍ଘସ୍ଥାୟୀ ସମାଧାନର ପନ୍ଥାର ଆବଶ୍ୟକତା ରହିଛି ।”

ସ୍ଥାନୀୟ ସଂଗଠନ ରୁଚିକା ସହାୟତାରେ ଆର୍ନ୍ତଜାତୀୟ ଅନୁଷ୍ଠାନ ପ୍ରାକ୍ଟିକାଲ ଆକ୍ସନ ଓ ସହଯୋଗର ହାତ ବଢ଼ାଇଥିବା (ବିଭିଏଲ୍ଏଫ୍) ଦଦ୍ୱାରାଅଗାମୀ ଦିନରେ ରାଜଧାନୀର ବିଭିନ୍ନ ବସ୍ତିରେ ପରୀକ୍ଷାମୂଳକ ଭାବେ କମ୍ ବ୍ୟୟରେ ବୈଷୟିକ କୈାଶଳ ମାଧ୍ୟମରେ ପାନୀୟ ଜଳ ତଥା ପରିମଳ ବ୍ୟବସ୍ଥାର ସୁଧାର ଆଣିବା ଦିଗରେ କାର୍ଯ୍ୟକରିବେ । ପ୍ରାଥମିକ ଭାବେ ତିନୋଟି ବସ୍ତି ଯଥା ଭରତପୁର ବସ୍ତି, ଡୁୂମଡୁମା ରଘୁନାଥ ବସ୍ତି ଓ ଡୁମଡୁମା ଶାସ୍ତ୍ରୀ ବସ୍ତିରେ କାର୍ଯ୍ୟ ଆରମ୍ଭ କରାଯିବ ।

“ହମାରା ବଚପନ” କ୍ୟାମ୍ପେନ୍ରେ ଆମେ ସହରାଚଂଳ ବସ୍ତିରେ ଶିଶୁ ମାନଙ୍କ ଚଳପ୍ରଚଳ ଲାଗି ଉପଯୋଗୀ ବାତାବରଣର ଆବଶ୍ୟକତା ତଥା ପାନୀୟ ଜଳ, ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା ଆଦିରେ ଶିଶୁମାନଙ୍କ ସ୍ୱାସ୍ଥ୍ୟଗତ ବିଷୟକୁ ଧ୍ୟାନ ଦିଆଯାଇ ସଚେତନତା କରାଯାଉଛି ।

ଏହା ଦଦ୍ୱାରା୪୦ % ଜଳଜନିତ ରୋଗକୁ ଦୂର କରାଯାଇପାରିବ ବୋଲି ହମାରା ବଚପନର କ୍ୟମ୍ପେନ ମୁଖ୍ୟ ମିହିର ମହାନ୍ତି କହିଛନ୍ତି । ଆଜିର ଆଲୋଚନା ଚକ୍ରରେ ପ୍ରାକ୍ଟିକାଲ ଆକ୍ସନର ଭାରତ ମୁଖ୍ୟ ଶିଖା ଶ୍ରିବାସ୍ତବ, ନେପାଳ ମୁଖ୍ୟ ଶିରିଶ ସିଂ ତଥା ବିନୟ ରାଜ ଶ୍ରେଷ୍ଠା ପ୍ରମୁଖ ଯୋଗ ଦେଇ ପ୍ରାକ୍ଟିକାଲ ଆକ୍ସନର ନେପାଳ ଓ ଅନ୍ୟାନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ସେହିପରି ରୁଚିକାର ବରିଷ୍ଠ ଅଧିକାରୀ ପ୍ରଫେସର ନାରାୟଣ ରାଓ ମଧ୍ୟ ନିଜ ମତପୋଷଣ କରିଥିଲେ ।

ଓଡିଶା ଡଟ୍ କମ୍

Filed Under: ଓଡିଶା ଖବର Tagged With: ରୁଚିକା ସାମାଜିକ ସେବା ସଂଗଠନ, ଶିଶୁ, ହମାରା ବଚପନ କ୍ୟାମ୍ପେନ୍

କଟକ: ପୁଣି ଶିଶୁ କନ୍ୟା ଉଦ୍ଧାର

November 7, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ନଭେମ୍ବର ୮(ଓଡ଼ିଶା ଡ଼ଟ୍ କମ୍) କଟକ ସ୍ଥିତ ରେଳ ଷ୍ଟେସନରୁ ଦୁଇଟି ନବଜାତ ଶିଶୁ କନ୍ୟା ଉଦ୍ଧାର ହେବାର ଦୁଇଦିନ ପରେ ବଡ଼ ଡ଼ାକ୍ତରଖାନା ନିକଟରୁ ପୁଣି ଏକ କନ୍ୟା ସନ୍ତାନକୁ ଉଦ୍ଧାର କରାଯାଇଛି ।

କର୍କଟ ରୋଗକେନ୍ଦ୍ର ନିକଟରେ ଥିବା କ୍ୟାବିନ ନିକଟରେ ଗାମୁଛା ଗୋଡ଼ାଇ ହୋଇଥିବା ବେଳେ ସୋମବାର ସଂଧ୍ୟାରେ ଶିଶୁଟିକୁ ଉଦ୍ଧାର କରାଯାଇଥିବା ପୋଲିସ ମଙ୍ଗଳବାର କହିଛି ।

ଶିଶୁଟି କାନ୍ଦିବାରୁ ନିକଟରେ ଠିଆ ହୋଇଥିବା ଜଣେ ଯୁବକ ପୋଲିସକୁ ଖବର ଦେଇଥିଲେ । ପରେ ତାକୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଗତ ଶନିବାର କଟକ ରେଳଷ୍ଟେସନର ୧ନମ୍ବର ପ୍ଲାଟଫର୍ମରେ ଯମଜ ଶିଶୁ କନ୍ୟାକୁ କେହି ଏକ ପେଟିରେ
ଭର୍ତିକରି ଛାଡ଼ିଦେଇଥିଲା । ପରେ ଖବର ପାଇ ପୋଲିସ ସେମାନଙ୍କୁ ଉଦ୍ଧାର କରିଥିଲା । ବର୍ତମାନ ଶିଶୁଦୁଇଟି ଡ଼ାକ୍ତରଖାନାରେ ଅଛନ୍ତି ।

ବାରମ୍ବାର ଏଭଳି ଘଟଣା ଘଟିବା ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଅପରାଧ, ଶିଶୁ

Primary Sidebar

ପୁରୀ ସ୍ନାନ ଯାତ୍ରା ଲାଇଭ

https://youtu.be/aDHujOQM1p8

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ