• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଶୀତଳ ଷଷ୍ଠୀ

ଶୀତଳ ଷଷ୍ଠୀ ଯାତ୍ରା –ଯାହା ଆପଣ ଜାଣିବାକୁ ଚାହାନ୍ତି

June 10, 2016 by ନିଉଜ ଡେସ୍କ Leave a Comment

Sital_Sasthi - Mukha Nacha-pic Ramakanta pradhan-facebook
ଫଟୋ: ରମାକାନ୍ତ ପ୍ରଧାନ ଫେସବୁକ ପୋଷ୍ଟ

କେଦାର ମିଶ୍ର

ଶିବ ଓ ଶକ୍ତିଂକ ମିଳନ କୁ ମହା ଜାଗତିକ ଓ ଦିବ୍ୟ ମିଳନ ବୋଲି କୁହାଯାଇଥାଏ। ସୃଷ୍ଟି ତଥା ସଂହାରର କାରଣ ରୂପରେ ଶିବଂକୁ ଭାରତୀୟ ମାନେ ଆରାଧନା କରନ୍ତି। ତେବେ ଶକ୍ତିଂକ ବିନା ସହଯୋଗରେ ସୃଷ୍ଟି ପ୍ରକ୍ରିୟା ସମ୍ଭବ ହୁଏ ନାହିଁ।

ଶକ୍ତି ଶିବଂକ ପିଣ୍ଡରେ ମିଳିତ ନ ହେବା ପର୍ଯନ୍ତ ସର୍ଜନା ସଫଳ ହୁଏ ନାହିଁ। ତେଣୁ ଆବାହମାନ କାଳ ରୁ ଶକ୍ତି ଓ ଶିବଂକ ପରିଣୟ କୁ ଉତ୍ସବ ରୂପେ ଆମେ ପାଳନ କରିଥାଉ। ଭାରତୀୟ ଓ ଉତ୍କଳୀୟ ପରମ୍ପରାରେ ଶିବ ପାର୍ବତୀଂକ ବିବାହ କୁ ଶୀତଳ ଷଷ୍ଠୀ ଭାବରେ ପାଳନ ପାଳନ କରାଯାଇଥାଏ।

ବିଶେଷ କରି ସମ୍ବଲପୁର ସହର ଓ ପଶ୍ଚିମ ଓଡିଶାର ବିଭିନ୍ନ ଶୈବ ପୀଠ ମାନଂକରେ ଶୀତଳ ଷଷ୍ଠୀ ପର୍ବ ମହା ସମାରୋହରେ ପାଳିତ ହୋଇଥାଏ। ଏହି ଉତ୍ସବ କୁ ନେଇ କେତୋଟି ପ୍ରମୁଖ ବିନ୍ଦୁ କୁ ଆସନ୍ତୁ ଜାଣିବା।

୧. ଜ୍ୱେଷ୍ଠ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଶିବ ପାର୍ବତୀଂକ ବିବାହ ସମାପିତ ହୋଇଥିବାର ପୌରାଣିକ ମାନ୍ୟତା ରହିଥିବାରୁ ସେହି ଦିନ ଏହି ଦିବ୍ୟ ଦମ୍ପତ୍ତିଂକ ବିବାହ ଉତ୍ସବ ଆୟୋଜନ କରାଜାଇଥାଏ। ଶିବ ଓ ଶକ୍ତି ପୂଜା ସହିତ ଭାରତର ବୈଦିକ, ଦ୍ରାବିଡ ଓ ଶବର ପରମ୍ପରାର ସମନ୍ବୟ ଘଟିଥିବାରୁ ଶୀତଳ ଷଷ୍ଠୀ ଯାତ୍ରାରେ ବହୁ ସଂସ୍କୃତିର ମିଳନ ଦୃଶ୍ୟମାନ ହୁଏ।

୨. ତାରକାସୁର କୁ ବଧ କରିବାକୁ ଶିବ ବିବାହ ନିତାନ୍ତ ଆବଶ୍ୟକ ବୋଲି ଦେବତା ମାନେ ଜାଣିଥିଲେ। କିନ୍ତୁ ସେତେବେଳେ ଶିବ ନିଜ ପ୍ରଥମ ସ୍ତ୍ରୀ ଦକ୍ଷ କନ୍ୟା ସତୀଂକ ବିୟୋଗରେ ଗଭୀର ତପସ୍ୟା ରେ ନିମଗ୍ନ ରହିଥାଆନ୍ତି। ପୁଣି ଥରେ ଶିବଂକୁ ଆସକ୍ତ କରିବାକୁ ମହାଶକ୍ତି ହିମାଲୟଂକ କନ୍ୟା ରୂପେ ଜନ୍ମ ଗ୍ରହଣ କରନ୍ତି।

ପାର୍ବତୀଂକ କଠୋର ତପସ୍ୟା ଥିଲା ଶିବଂକୁ ବର ରୂପେ ବରଣ କରିବା ପାଇଁ। ପରିଶେଷ ରେ ପାର୍ବତୀଂକ ତପସ୍ୟା ରେ ସନ୍ତୁଷ୍ଟ ହୋଇ ଶିବ ପାର୍ବତୀଂକୁ ବିବାହ କରିଥିଲେ।

୩. ଶିବ ବିବାହ କୁ ନେଇ ବହୁ ଚମକପ୍ରଦ ଓ ଚର୍ଚିତ କାହାଣୀ ଶିବ ପୁରାଣ ସମେତ ଅନ୍ୟାନ୍ୟ ପୁରାଣ ରେ ରହିଛି। ବିବାହ ପୂର୍ବରୁ ପାର୍ବତୀଂକ ନିଷ୍ଠା ପରୀକ୍ଷା କରିବାକୁ ଯାଇ ଶିବ ଅତ୍ୟନ୍ତ ବିକୃତ ରୂପ ଗ୍ରହଣ କରି ବର ବେଶରେ ଆସିଥିଲେ। ତାଂକର ବିକୃତ ଓ ବିଭତ୍ସ ବେଶ ବର୍ନନା “କଳସା ଚୌତିଶା “ ରେ ଦେଖିବାକୁ ମିଳେ ।

୪. ବରଯାତ୍ରୀ ଭାବରେ ଶିବଗଣ ଅତ୍ୟନ୍ତ ଉଦ୍ଦଣ୍ଡ ଓ ଅଦ୍ଭୁତ ଭାବରେ ହିମାଲୟ ରେ ପ୍ରବେଶ କରିଥିଲେ। ଭୁତ, ପିଶାଚ, ଡାକିନୀ, ବେତାଳ, ନନ୍ଦୀ, ଭୃଂଗୀ, ଯକ୍ଷ ଓ କିନ୍ନର ମାନେ ବରଯାତ୍ରୀ ଭାବେ ଯାଇଥିବାରୁ ତାହା ଏକ ବିଚିତ୍ର ଶୋଭାଯାତ୍ରା ରେ ପରିଣତ ହୋଇଥିଲା। ସେହି ସ୍ମୃତିରେ ଆଜି ମଧ୍ୟ ଶିବ ବର ଯାତ୍ରା ରେ ଅଦ୍ଭୁତ ଚରିତ୍ର ଓ ବେଶ ଭୂଷା ର ଚରିତ୍ର ମାନଂକୁ ଦେଖିବାକୁ ମିଳେ ।

୫. ସମ୍ବଲପୁର୍ ଶୀତଳ ଷଷ୍ଠୀ ଯାତ୍ରାରେ ଲୋକ ପରମ୍ପରା ଓ ଶାସ୍ତ୍ରିୟ ପରମ୍ପରା ର ସୁନ୍ଦର ମିଶ୍ରଣ ଘଟିଥାଏ। ବିବାହ ଉତ୍ସବ ରେ ଲୌକିକ ପରମ୍ପରା ର ପ୍ରଭାବ ଏତେ ବେଶୀ ଯେ ଶିବ ଓ ପାର୍ବତୀ ସାଧାରଣ ବର କନ୍ୟା ପାଲଟି ଯାନ୍ତି।

୬. ୪୦୦ ବର୍ଷ ତଳେ ଚୌହାଣ ରାଜା ଅଜିତ ସିଂ ଏହି ପରମ୍ପରା ଆରମ୍ଭ କରିଥିଲେ ବୋଲି କୁହାଯାଏ। ଶିବ ଓ ଶକ୍ତି ପରମ୍ପରା ସହ ଆଦିବାସୀ ପରମ୍ପରାକୁ ସମନ୍ବିତ କରିବା ଉଦ୍ଦେଶ୍ୟରେ ଏହି ଯାତ୍ରାରେ ସବୁ ବର୍ଗ ଓ ଗୋଷ୍ଠୀ ର ପ୍ରତିନିଧିତ୍ଵ ରହିଛି। ଜାତି, ଧର୍ମ ଓ ଲିଂଗଗତ ବୈଷମ୍ୟ ଏହି ଯାତ୍ରା ରେ ବିଲକୁଲ୍ ଦେଖିବାକୁ ମିଳେ ନାହିଁ।

୭. ଶୀତଳ ଷଷ୍ଠୀ ଯାତ୍ରାରେ ତୃତୀୟ ଲିଂଗ ବା କିନ୍ନର ମାନେ ଶହ ଶହ ସଂଖ୍ୟାରେ ଯୋଗଦାନ କରିଥାନ୍ତି। ପଶିମ ଓଡିଶାରେ ଏହି କିନ୍ନର ମାନଂକୁ ରଂଗ ବୋଲି କୁହା ଯାଇଥାଏ। ବର ଯାତ୍ରା ଓ ବିବାହ ପରବର୍ତ୍ତୀ ଶୋଭାଯାତ୍ରା ରେ କିନ୍ନର ମାନେ ଅଂଶ ଗ୍ରହଣ କରିଥାନ୍ତି।

୮. ଶୀତଳ ଷଷ୍ଠୀ ଯାତ୍ରାରେ ସାଧାରଣ ବିବାହ ଉତ୍ସବ ପରି ଥାଳ ଉଠା, ଦେବ ନିମନ୍ତ୍ରଣ, ଗୁଆ ଗୁଣ୍ଡା , ପତରପେଣ୍ଡି, ମଂଗନ, ଗଣଶନ, ବରଯାତ୍ରା, ହାତ ଗନ୍ଥୀ, କନ୍ୟା ଦାନ ଓ ବିଦାୟୀ ପରି ଲୌକିକ ଆଚାର ଦେଖିବାକୁ ମିଳେ। ସମ୍ବଲପୁର୍ ର ନନ୍ଦ ପଡା ଓ ଝାଡୁଆ ପଡା ସମେତ ଓଡିଶାର ପୁର ପଲ୍ଲୀ ରେ ଏହି ଯାତ୍ରା ଅନୁଷ୍ଠିତ ହୁଏ।

ଲିଂଗରାଜ ମନ୍ଦିର ଓ ପୁରୀ ଶ୍ରୀ ମନ୍ଦିର ରେ ମଧ୍ୟ ଶୀତଳ ଷଷ୍ଠୀ ଯାତ୍ରା ଆୟୋଜିତ ହୋଇଥାଏ।

୯. ଶୀତଳ ଷଷ୍ଠୀ ଯାତ୍ରା ର ଶୋଭା ଯାତ୍ରା ତଥା ସୁଦୃଶ୍ୟ ପରଭା ଦେଖିବାକୁ ଲୋକ ଭିଡ ଜମିଥାଏ। ଲୋକ ନୃତ୍ୟ, ଲୋକ କଳା ଓ ବ୍ୟାବସାୟିକ କଳା ର ଅପୂର୍ବ ସମନ୍ବୟ ଫଳରେ ଏହି ଶୋଭା ଯାତ୍ରା ଅନୁପମ ଦିଶେ।

୧୦. ସମ୍ପ୍ରତି ନୁଆ ଓ ପୁରୁଣା ପରମ୍ପରା ର ସଂଗମ ଭାବରେ ଶୀତଳ ଷଷ୍ଠୀ ଯାତ୍ରାକୁ ଏକ ସାଂସ୍କୃତିକ ମହା ସଂଗମ ବୋଲି ଆମେ କହି ପାରିବା।

 

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମନୋରଞ୍ଜନ Tagged With: ପରମ୍ପରା, ମନୋରଞ୍ଜନ, ଶୀତଳ ଷଷ୍ଠୀ

ଭଗବାନ ଶିବଙ୍କ ନିର୍ବନ୍ଧ ସହ ସମ୍ବଲପୁରରେ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ

May 19, 2015 by ନିଉଜ ଡେସ୍କ 1 Comment

ଓଡିଶା ଡଟ କମ: ଶାନ୍ତନୁ ବିଶ୍ଵାଳ

ସମ୍ବଲପୁର, ମଇ ୧୯ (ଓଡିଶା ଡଟ କମ) ଭଗବାନ ଶିବ ଓ ମା ପାର୍ବତୀଙ୍କ ବିବାହ ଉପରେ ଆଧାରିତ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପଶ୍ଚିମ ଓଡିଶାର ପ୍ରାଣ କେନ୍ଦ୍ର ସମ୍ବଲପୁର ଠାରେ ବ୍ୟାପକ ଜନ ସମାଗମ ସହ ଆରମ୍ଭ ହୋଇଥିବା ଯାତ୍ରା ର ଜଣେ ଆୟୋଜକ ମଙ୍ଗଳବାର କହିଛନ୍ତି ।

ସୋମବାର ସହରର ନନ୍ଦପଡାରେ ଥିବା ବାଲୁଙ୍କେଶ୍ଵର ବାବାଙ୍କ ମନ୍ଦିରରେ ପୂଜା ଅର୍ଚନା ହୋଇଥିଲା ।

ଏହାପରେ ଚଳିତ ବର୍ଷ ବର ପିତା ମାତାଙ୍କ ଭୂମିକା ତୁଲାଉଥିବା ମୁରାରୀ ମିଶ୍ରଙ୍କ ପରିବାର ଦଳବଳ ସହ କନ୍ୟା ଅନ୍ଵେଷଣରେ ବାହାରି କନ୍ୟା ପିତାମାତାଙ୍କ ଭୂମିକା ତୁଲାଉଥିବା ସହରରୁ ଦଶ କିଲୋମିଟର ଦୂରରେ ଥିବା ଶାସନ ସ୍ଥିତ ଡାକ୍ତର ଅଶୋକ ନନ୍ଦ ଓ ତାଙ୍କ ପତ୍ନୀଙ୍କ ବାସ ଭବନରେ ପାରମ୍ପରିକ ରୀତିନୀତି ସହ ପହଞ୍ଚି ଥିଲେ ।

ଏହାପରେ ବରପିତା କନ୍ୟାପିତାଙ୍କୁ ସରଗି ପତ୍ର ଦେଇ ନିର୍ବନ୍ଧ କାର୍ଯ୍ୟ ତୁଲାଇଥିଲେ । ନନ୍ଦ ପରିବାର ସରଗି ପତ୍ର ଗ୍ରହଣ କରି ମାତା ପାର୍ବତୀଙ୍କ କନ୍ୟାଦାନ କରିବାକୁ ସଂକଳ୍ପ କରିଥିଲେ ।

ପ୍ରାୟ ଦେଢଲକ୍ଷ ଜନସଂଖ୍ୟା ବିଶିଷ୍ଟ ସମ୍ବଲପୁର ସହରରେ ପ୍ରତିବର୍ଷ ଆୟୋଜିତ ହେଉଥିବା ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କର ବିବାହୋତ୍ସବ ଦେଖିବାକୁ ପ୍ରାୟ ସାତ ରୁ ଆଠ ଲକ୍ଷ ଲୋକ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଅଂଚଳରୁ ଆସିଥାନ୍ତି ।

ଜ୍ୟୈଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ଏହି ବିବାହ ଉତ୍ସବ ଏବଂ ତା ପରଦିନ ଶୀତଳଷଷ୍ଠୀ ଯାତ୍ରା ପାଳନ କରାଯାଇଥାଏ । ସହରର ଦୁଇଟି ପରିବାର ଭଗବାନ ଶିବଙ୍କ ପରିବାର ଓ ଦେବୀ ପାର୍ବତୀଙ୍କ ପରିବାରର ଭୁମିକା ତୁଲାଇ ପାରମ୍ପରିକ ଭାବେ ସେମାନଙ୍କର ବିବାହୋତ୍ସବର ଆୟୋଜନ କରିଥାନ୍ତି ।

ସହରର ବାସିନ୍ଦାମାନେ ମଧ୍ୟ ଅନୂରୁପ ଉଭୟ ପକ୍ଷର ଲୋକଭାବେ ନିଜକୁ ଚିହ୍ନଟ କରି ଉକ୍ତ ଉତ୍ସବରେ ଯୋଗଦେଇଥାନ୍ତି । ଅନ୍ୟ ହିନ୍ଦୁ ବିବାହ ଭଳି ନିର୍ବନ୍ଧ ଠାରୁ ଆରମ୍ଭ କରି ବରଯାତ୍ରୀ ଯିବା,ହାତ ଗଣ୍ଠି ପଡ଼ିବା ଇତ୍ୟାଦି ସମସ୍ତ ପାରମ୍ପାରିକ ବୈଦିକ ରୀତିନୀତିକୁ ଏହି ଉତ୍ସବରେ ଅନୁକରଣ କରାଯାଇଥାଏ ।

ଏହି ପର୍ବ ରାଜ୍ୟର ଅନ୍ୟ କେତେକ ସ୍ଥାନରେ ମଧ୍ୟ ଆୟୋଜିତ ହୋଇଥାଏ ,ତେବେ ତାହା ଏତେ ବ୍ୟାପକ ଆକାରରେ ନୁହେଁ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ଉତ୍ସବରେ ଶହଶହ ମାଇଚିଆ ( ହିଞ୍ଜଡା) ଆସି ପହଂଚିଥିବାରୁ ଯାତ୍ରାର ଆକର୍ଷଣ ଦ୍ୱିଗୁଣିତ ହୋଇଛି ।

କୌଣସି ପୂଜାର୍ଚ୍ଚନା ମାଧ୍ୟମରେ ନୁହେଁ ବରଂ ନୃତ୍ୟଗୀତ ମାଧ୍ୟମରେ ମହାଦେବ ଠାକୁରଙ୍କ ସେବା କରିବା ଲାଗି ଏହି ମାଇଚିଆମାନେ ଏଠାକୁ ଆସିଥାନ୍ତି ଏବଂ କାର୍ଯ୍ୟକ୍ରମ ସରିବା ପର୍ଯ୍ୟନ୍ତ ଅବସ୍ଥାନ କରିଥାନ୍ତି ବୋଲି ଜଣେ କାର୍ଯ୍ୟକ୍ରମ ଆୟୋଜକ କହିଛନ୍ତି ।

ମୁଖ୍ୟତଃ ରାଜ୍ୟର ବଲାଙ୍ଗୀର, ଟିଟିଲାଗଡ, ବୌଦ, ସୋନପୁର, ବରଗଡ, ପୁରୀ, ଅନୁଗୁଳ, ଢେଙ୍କାନାଳ ଓ ପଡେଶୀ ବିଳାସପୁରରୁ ଆସୁଥିବା ଏହି ମାଇଚିଆମାନଙ୍କ ଲାଗି ଯାତ୍ରା କମିଟି ଖାଦ୍ୟପେୟ ଓ ସାମୟିକ ରହଣୀର ବ୍ୟବସ୍ଥା କରୁଥିଲେ ମଧ୍ୟ ନିର୍ଦ୍ଧିଷ୍ଟଭାବେ କୌଣସି ପାରିଶ୍ରମିକ ଦେଇନଥାଏ ବୋଲି ସେ କହିଛନ୍ତି ।

ବିଗତ କିଛି ବର୍ଷ ହେଲା କେକେତ ଉଚ୍ଚ ଶିକ୍ଷିତ ମାଇଚିଆ ମଧ୍ୟ ଯାତ୍ରାରେ ସାମିଲ ହେଉଥିବାର ଦେଖିବାକୁ ମିଳୁଛି ।

ଭଗବାନ ଶିବ-ପାର୍ବତୀଙ୍କ ବିବାହୋତ୍ସବରେ ନୃତ୍ୟଗୀତ କରି ସେବାକଲେ ସେମାନଙ୍କ ଜୀବନର ସାଥର୍କ ଅଛି ଓ ମୋକ୍ଷପ୍ରାପ୍ତି ମିଳିବ । ତେଣୁ ପରବର୍ତ୍ତୀ ଜୀବନରେ ସେମାନେ ଆଉ ଏଭଳି ବିତସ୍ପୃହ ଜୀବନ ପାଇବେ ନାହିଁ ବୋଲି ବିଶ୍ୱାସ ରହିଥିବାରୁ ପ୍ରତିବର୍ଷ ଯାତ୍ରାବେଳେ ଶହ ଶହ ସଂଖ୍ୟାରେ ମାଇଚିଆ ଏଠାକୁ ଆସିଥାନ୍ତି ବୋଲି ସେ କହିଛନ୍ତି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଧର୍ମ Tagged With: ୨୦୧୫, ଶୀତଳ ଷଷ୍ଠୀ, ସଂବଲପୁର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ