• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଶୈବପୀଠ

ଶ୍ରାବଣର ପ୍ରଥମ ସୋମବାରରେ ଶୈବପୀଠରେ କାଉଡିଆଙ୍କ ଭିଡ

July 9, 2012 by admin

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୯ (ଓଡିଶା ଡଟ୍ କମ୍) ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ଜଳାଭିଷେକ ପାଇଁ ରାଜ୍ୟର ବିଭିନ୍ନ ଶୈବପୀଠ ଗୁଡିକରେ କାଉଡିଆଙ୍କ ଭିଡ ଲାଗିଛି ।

ମାନସିକ ପୂରଣ ଓ ଭକ୍ତିର ଅର୍ଘ୍ୟ ନିବେନ ଲାଗି ବିଭିନ୍ନ ଦେବପୀଠରୁ ରବିବାର ରାତିରୁ ଜଳଧରି ବୋଲ୍ବମ୍ ଭକ୍ତମାନେ ବହୁ ଦୁରଦୁରାନ୍ତରେ ଥିବା ଶୈବପୀଠ ଅଭିମୁଖେ ଯାଉଥିବା ପରିଲକ୍ଷିତ ହୋଇଛି ।

କଟକ ଭୁବନେଶ୍ୱର ଜାତୀୟ ରାଜପଥରେ ବୋଲବମ୍ ଭକ୍ତଙ୍କ ଲମ୍ବାଲାଇନ୍ ଦେଖିବାକୁ ମିଳିଛି । ସମସ୍ତଙ୍କ କାନ୍ଧରେ ରହିଛି ବାଉଁଙ୍ଗୀ ସହ କଳସୀ ଭରା ଜଳ, ହେରେ ଗେରୁଆ ବସ୍ତ୍ର ମୁହଁରେ ଶିବଙ୍କ ଭଜନ ।

କିଏ କଟକର ଗଡଗଡିଆ ଘାଟରୁ ଜଳ ନେଇ ଲିଙ୍ଗରାଜ ମନ୍ଦିରକୁ ଆସୁଥିବାବେଳେ ଆଉ କିଏ ପୁରୀର ଲୋକନାଥ ମନ୍ଦିରକୁ ଯାଉଛି । ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ୟାରିକେଡ୍ କରାଯାଇ ଭକ୍ତମାନଙ୍କୁ ମନ୍ଦିର ଭିତରକୁ ଛଡାଯାଉଛି ।

ସେହିପରି ପୁରୀର ଲୋକନାଥ, ଭଦ୍ରକର ଆରଡୀ, କଟକର ଧବଳେଶ୍ୱର,ବଲାଙ୍ଗୀରର ହରିଶଙ୍କର ଆଦି ପ୍ରସିଦ୍ଧ ଶୈବପୀଠ ଗୁଡିକରେ ଜଳାଭିଷେକ ପାଇଁ ଭକ୍ତମାନେ ଭିଡ ଜମାଇଛନ୍ତି ।

ଶ୍ରାବଣ ମାସରେ ମହାଦେବଙ୍କ ଜଳାଭିଷେକ କଲେ ମାନସିକ ପୂରଣ ହେବା ସହିତ ପୂଣ୍ୟ ଅର୍ଜ୍ଜନ ହୁଏ ବୋଲି ବିଶ୍ୱାସ
ରହିଛି । ବୋଲବମ୍ ଯାତ୍ରା ପରେ ମନରେ ଏକ ଅଦ୍ଭୁତ ଶାନ୍ତି ଆସେ ବୋଲି ଭକ୍ତମାନେ କୁହନ୍ତି । ବହୁତ ଦୁର ଚାଲିଲେ ବି ସେମାନଙ୍କ ମନରେ କ୍ଳାନ୍ତି ଆସେନାହିଁ ।

ପୂର୍ବରୁ କେବଳ ପୁରୁଷ ଭକ୍ତମାନେ ବୋଲବମ୍ ଯାତ୍ରା କରୁଥିବା ବେଳେ ଗତକିଛି ବର୍ଷ ଧରି ମହିଳା ଓ ଶିଶୁମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।

ସେହିପରି ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ଜଳ ଲାଗି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ଶାନ୍ତି ଶୃଙ୍ଖଳାର ସହ ଜଳ ଲାଗି କରିବା ନିମନ୍ତେ ବ୍ୟାରିକେଡ଼ କରାଯାଇଛି ।

ସେହିପରି ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ଜଳାଭିଷେକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ଶାନ୍ତି ଶୃଙ୍ଖଳାର ସହ ଜଳ ଲାଗି କରିବା ନିମନ୍ତେ ବ୍ୟାରିକେଡ଼ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଲିଙ୍ଗରାଜ ମନ୍ଦିର, ଶୈବପୀଠ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ