• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଶୋଭାଯାତ୍ରା

ଭୂକମ୍ପ-ମୃତାହତଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ସଭା, ଶୋଭାଯାତ୍ରା

April 27, 2015 by News Bureau Leave a Comment

ଭଦ୍ରକ, ଏପ୍ରିଲ ୨୭ (ଓଡିଶା ଡଟ କମ) ଗତ ଦୁଇଦିନ ତଳେ ଘଟିଯାଇଥିବା ପ୍ରଳୟଙ୍କରୀ ଭୂକମ୍ପରେ ଭାରତ ତଥା ନେପାଳର ମୃତାହତଙ୍କ ଉଦ୍ଦେଶ୍ୟରେ ଭଦ୍ରକ ଜିଲା ସାମ୍ବାଦିକଙ୍କ ପକ୍ଷରୁ ସୋମବାର ଏକ ସଭା କରାଯିବା ସହ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଏହି ଭୂକମ୍ପରେ ନେପାଳରେ ସର୍ବାଧିକ କ୍ଷୟକ୍ଷତି ହୋଇ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଭାରତରେ ମଧ୍ୟ ଏହି ପ୍ରାକୃତିକ ବିପର୍ଯ୍ୟୟରେ ଧନଜନ ନଷ୍ଟ ହୋଇଛି । ଏହି ଦୁଃଖଦ ଘଟଣା ପ୍ରତି ସମବେଦନା ଜଣାଇ ସାମ୍ବାଦିକ ମାନଙ୍କ ପକ୍ଷରୁ ଏକ ଶୋକସଭା ସ୍ଥାନୀୟ ବାଲଟୋ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା ।

Candel Sobhayatraସାମ୍ବାଦିକ ଅଶୋକ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ଭୂମିକମ୍ପରେ ମୃତ୍ୟୁ ଘଟିଥିବା ଲୋକମାନଙ୍କ ପାଇଁ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

ଆହତ ହୋଇଥିବା ବ୍ୟକ୍ତିମାନଙ୍କର ଆଶୁ ଆରୋଗ୍ୟ କାମନା କରି ଈଶ୍ୱରଙ୍କ ଠାରେ ପ୍ରାର୍ଥନା କରାଯାଇଥିଲା ।

ଏହି ଦୁଃଖଦ ସମ୍ବାଦକୁ ଗଣମାଧ୍ୟମ ବହୁ ମାତ୍ରାରେ ପ୍ରଚାର ପ୍ରସାର କରିବା ସହିତ ସମସ୍ତେ ନିଜ କ୍ଷମତା ମୁତାବକ ସହଯୋଗ କରିବା ଉଚିତ ବୋଲି ସାମ୍ବାଦିକମାନେ ମତାମତ ଦେଇଥିଲେ । ଏହି ଅବସରରେ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଯଥାସମ୍ଭବ ଅର୍ଥରାଶି ସହାୟତା କରିବାକୁ ସର୍ବସମ୍ମତି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

ଏହି ଶୋକସଭାରେ ସାମ୍ବାଦିକ ଭଜ ଗୋବିନ୍ଦ ଜେନା, ନିହାର ଦାସ, ପ୍ରମୋଦ ରାୟ, ପ୍ରତାପ ଦାସ, ଡ.ହରିହର ନାୟକ, ତପନ ମିଶ୍ର, ସ୍ମୃତି ରଞ୍ଜନ ସାହୁ, ଅତିଶ ବେହେରା, ବିଭୁପ୍ରସାଦ ବେହେରା, ଚାରୁଦ ନାୟକ,ପ୍ରିୟ ଦର୍ଶନ ବୋଇତି, ଉମାକଲ୍ୟାଣ ମହାପାତ୍ର, ଜ୍ଞାନ ପ୍ରକାଶ ପାଣି, ଅବିନାଶ ପଣ୍ଡା, ସମ୍ବିତ ନାୟକ, ରୂପକ ରାୟ, ଲାଲା ପ୍ରମୋଦ ରାୟ,ଶୈଳେନ୍ଦ୍ର ପଲେଇ,ପାର୍ଥ ସାରଥି ନାୟକ,ସର୍ବେଶ୍ୱର ନାଥ, ଗୌରହରି ନାୟକ,ନରେନ୍ଦ୍ର ସାମଲ,ରବିନାରାୟଣ ଖିଲାର, ଜଗନ୍ନାଥ ମଲ୍ଲିକ, ଲକ୍ଷ୍ମୀକାନ୍ତ ନାଥ, ରବିନାରାୟଣ ସାହୁ, ରାଜେନ୍ଦ୍ର ପ୍ରସାଦ ଜେନା,ଶ୍ରୀକାନ୍ତ ତ୍ରିପାଠୀ, ଶୁଭେନ୍ଦୁ ଧଳ, ମନୋଜ ପଣ୍ଡା, ସ୍ନିଗ୍ଧା ରାୟ, ପ୍ରିୟଙ୍କା ପଣ୍ଡା, ସିପ୍ରା ରାୟ, ଅପୂର୍ବ ରଂଜନ ବେହେରା, ମହେଶ ମିଶ୍ର, ନବକିଶୋର ସ୍ୱାଇଁ, ତପନ ସ୍ୱାଇଁ, ଉଦ୍ଧବ ଚରଣ ମିଶ୍ର, ଶାନ୍ତନୁ ପଣ୍ଡା, ଆଶିଷ ଅମିତାଭ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ମୃତାହତ ବ୍ୟକ୍ତି ମାନଙ୍କ ପ୍ରତି ଶ୍ରଦ୍ଧାଞଳି ଜଣାଇ ସନ୍ଧ୍ୟାରେ ଏକ ମହମବତୀ ଶୋଭାଯାତ୍ରା ଜିଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରିଥିଲା ।
ଓଡିଶା ଡଟ କମ

News Bureau
News Bureau

Filed Under: ସଭା ସମିତି Tagged With: ନେପାଳ, ଭୂକମ୍ପ, ମହମବତୀ, ଶୋଭାଯାତ୍ରା, ଶ୍ରନ୍ଧାଞ୍ଜଳି

କଟକଣା ସତ୍ଵେ ଶୋଭାଯାତ୍ରାରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ

April 15, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ସମ୍ବଲପୁର, ଏପ୍ରିଲ ୧୫ (ଓଡିଶା ଡଟ କମ) ପ୍ରଶାସନର କଟକଣା ସତ୍ୱେ ମଙ୍ଗଳବାର ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଭାଗ ନେଇଥିବା କେତେକ ନେତା ଓ କାର୍ଯ୍ୟକର୍ତା ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିଛନ୍ତି ।

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ଶୋଭାଯାତ୍ରାରେ ବିଭିନ୍ନ ସ୍ଥାନରେ ଖଣ୍ଡା ପ୍ରଦର୍ଶନ କରି ଥିବା କୁହା ଯାଉଛି । ଶୋଭାଯାତ୍ରାରେ କେତେକ ସ୍ଥାନରେ ପ୍ରଦର୍ଶନକାରୀ ମାନେ ପ୍ରଶାସନ କୁ ବିରୋଧକରି ଟିଉବ ଲାଇଟ ଭାଙ୍ଗିଛନ୍ତି । କେତେକ ସ୍ଥାନରେ ଅନ୍ୟ କେତେକ ଶୋଭାଯାତ୍ରାକାରୀ ମଧ୍ୟ ଖଣ୍ଡା ପ୍ରଦର୍ଶନ କରିଛନ୍ତି ।

ପୁଲିସ କେତେକ ଖଣ୍ଡାକୁ ଜବତ କରିଛି । ହନୁମାନ ଜୟନ୍ତୀ ଅବସରରେ ସହରର ମନ୍ଦିର ମାନଙ୍କରେ ବିଶେଷ ପୂଜା ଅର୍ଚନା କର ଯାଇଥିଲା । ଶୋଭାଯାତ୍ରା ସମୟରେ ବୃକସ ହିଲର ହନୁମାନ ମନ୍ଦିରରୁ ଚାରୋଟି ଖଣ୍ଡା ବାହାର କରି ପୂଜା ଅର୍ଚନା କର ଯାଇଥିଲା । ଶୋଭାଯାତ୍ରାରେ ଶହ ଶହ ହନୁମାନ ଭକ୍ତ ଅଂଶ ଗ୍ରହଣ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଧାର୍ମିକ କାର୍ଯ୍ୟକ୍ରମ ମାନଙ୍କରେ ଶାନ୍ତି ଭଙ୍ଗ ଆଶଙ୍କା କରି ଭାରତୀୟ ପିଙ୍ଗଳକୋଡ ଧାରା ୧୪୪-ଏ ଅନୁସାରେ ପ୍ରଶାସନ ସହରରେ କଟକଣା ଜାରି କରିଛି । ଏହି କଟକଣା ଅନୁସାରେ କୌଣସି ଶୋଭାଯାତ୍ରାରେ କେହି ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରି ପାରିବେ ନାହିଁ।

ଏହି କଟକଣା ତିନିମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ଓ ପରେ ଏହାର ଅବଧିକୁ ବଢାଯିବ ବୋଲି ଜିଲ୍ଲା ପୁଲିସ ମୁଖ୍ୟ ଅଖିଳେଶ୍ଵର ସିଂହ କହିଥିଲେ । ସମ୍ବଲପୁର ସହରରେ ଅତୀତରେ ଧାର୍ମିକ ଶୋଭାଯାତ୍ରାରେ ଅସ୍ତ୍ରଶସ୍ତ୍ର ଧାରଣକୁ କେନ୍ଦ୍ର କରି ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଥିବାରୁ ଏହି କଟକଣା ଜାରି କରାଯାଇଛି ।

ପୁଲିସ ଶୋଭାଯାତ୍ରାର ଭିଡିଓ ରେକର୍ଡିଂ କରିଛି ଓ ରେକର୍ଡ କରାଯାଇଥିବା ଫୁଟେଜ ଯାଞ୍ଚ କରୁଥିବା କୁହା ଯାଇଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଅସ୍ତ୍ରଶସ୍ତ୍ର, ଶୋଭାଯାତ୍ରା, ସମ୍ବଲପୁର, ହନୁମାନ ଜୟନ୍ତୀ

ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କଟକଣାକୁ ନେଇ ପ୍ରଶାସନ, କର୍ମକର୍ତ୍ତା ମୁହାଁମୁହିଁ

April 10, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦଦାତା

ସମ୍ବଲପୁର, ଏପ୍ରିଲ ୧୦ (ଓଡିଶା ଡଟକମ) ଚାରିଦିନ ପରେ ହେବାକୁ ଥିବା ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ଉପରେ କଟକଣାକୁ କେନ୍ଦ୍ର କରି ସମ୍ବଲପୁର ସହରରେ ଜିଲା ପ୍ରଶାସନ ଓ ଜୟନ୍ତୀର କର୍ମକର୍ତ୍ତା ମାନେ ମୁହାଁମୁହିଁ ହୋଇଛନ୍ତି ।

ଗୋଟିଏ ପଟେ ଜୟନ୍ତୀ ଆୟୋଜକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିବା ଜିଦରେ ଅଟଳ ଥିବା ବେଳେ ପ୍ରଶାସନ ସେମାନଙ୍କୁ ଅନୁମତି ଦେବା ପାଇଁ ସ୍ପଷ୍ଟ ମନା କରିଦେଇଛି ।

ବିଚାର ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବାପାଇଁ ପ୍ରଶାସନ ତରଫରୁ ଜୟନ୍ତୀ ଆୟୋଜକଙ୍କ ସହ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ତେବେ ଦୁଇ ପକ୍ଷ ପରସ୍ପର ଜିଦରେ କାଏମ ରହିବାରୁ ଏହା ବିଫଳ ହୋଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଧାର୍ମିକ କାର୍ଯ୍ୟକ୍ରମ ମାନଙ୍କରେ ଶାନ୍ତି ଭଙ୍ଗ ଆଶଙ୍କା କରି ଭାରତୀୟ ପିଙ୍ଗଳକୋଡ ଧାରା ୧୪୪-ଏ ଅନୁସାରେ ପ୍ରଶାସନ ସହରରେ ନିକଟରେ ଏହି କଟକଣା ଜାରି କରିଛି ।

ଏହି କଟକଣା ତିନିମାସ ପର୍ଯ୍ୟନ୍ତ ବଳବତ୍ତର ରହିବା ଓ ପରେ ଏହାର ଅବଧିକୁ ବଢାଯିବ ବୋଲି ଜିଲ୍ଲା ପୁଲିସ ମୁଖ୍ୟ ଅଖିଳେଶ୍ଵର ସିଂହ କହିଛନ୍ତି ।

ସମ୍ବଲପୁର ସହରରେ ଅତୀତରେ ଧାର୍ମିକ ଶୋଭାଯାତ୍ରାରେ ଅସ୍ତ୍ରଶସ୍ତ୍ର ଧାରଣକୁ କେନ୍ଦ୍ର କରି ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଥିବାରୁ ଏହି କଟକଣା ଜାରି କରାଯାଇଥିବା ସେ କହିଛନ୍ତି ।

“ତେବେ ସହରରେ ଶୋଭାଯାତ୍ରା ପାଇଁ ସ୍ଵାଭାବିକ ଅନୁମତି ଦିଆଯାଉଛି । ଶୋଭାଯାତ୍ରା ଉପରେ କୌଣସି ବାରଣ କରାଯାଇନାହିଁ “, ସେ କହିଛନ୍ତି ।

ଅନ୍ୟ ପକ୍ଷରେ ଜୟନ୍ତୀ କର୍ମକର୍ତ୍ତା ଅଭିଯୋଗ କରିଛନ୍ତି ଯେ ତାଙ୍କସହ ଆଲୋଚନା ନ କରି ପ୍ରଶାସନ ଏକ ଚାଟିଆ ଭାବେ ଏହି ପଦକ୍ଷେପ ନେଇଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଅସ୍ତ୍ରଶସ୍ତ୍ର, କର୍ମକର୍ତ୍ତା, ପ୍ରଶାସନ, ଶୋଭାଯାତ୍ରା, ସମ୍ବଲପୁର

ସମ୍ବଲପୁର: ଅସ୍ତ୍ର ଧରି ଶୋଭାଯାତ୍ରାରେ ଭାଗନେବା ଉପରେ କଟକଣା

April 7, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦଦାତା

ସମ୍ବଲପୁର, ଏପ୍ରିଲ ୭ (ଓଡିଶା ଡଟକମ) ଅସ୍ତ୍ରଶସ୍ତ୍ର ଧରି ସମ୍ବଲପୁରରେ ଶୋଭାଯାତ୍ରାରେ କେହି ଭାଗ ନେଇପାରିବେ ନାହିଁ , ଜିଲା ପ୍ରଶାସନ ଆଗାମୀ ୧୪ ତାରିଖରେ ପଡୁଥିବା ହନୁମାନ ଜୟନ୍ତୀ ଅବସରରେ ସହରରେ ହେବାକୁଥିବା କାର୍ଯ୍ୟକ୍ରମକୁ ଆଖିଆଗରେ ରଖି ଏହି ନିର୍ଦେଶନାମା ଜାରି କରିଛି।

କାର୍ଯ୍ୟକ୍ରମ ମାନଙ୍କରେ ଶାନ୍ତି ଭଙ୍ଗ ଆଶଙ୍କା କରି ଭାରତୀୟ ପିଙ୍ଗଳକୋଡ ଧାରା ୧୪୪-ଏ ଅନୁସାରେ ଏହି କଟକଣା ଜାରି କରାଯାଇଥିବା ଜିଲ୍ଲା ପୁଲିସ ମୁଖ୍ୟ ଅଖିଳେଶ୍ଵର ସିଂହ ଓଡିଶା ଡଟ କମକୁ କହିଛନ୍ତି। ସହରରେ ଶୋଭାଯାତ୍ରା ପାଇଁ ସ୍ଵାଭାବିକ ଅନୁମତି ଦିଆଯାଉଛି । ଶୋଭାଯାତ୍ରା ଉପରେ କୌଣସି ବାରଣ କରାଯାଇନାହିଁ, ସେ କହିଛନ୍ତି ।

ଅସ୍ତ୍ରଶସ୍ତ୍ର ଧାରଣ କରି କେହି ଶୋଭାଯାତ୍ରାରେ ଭାଗନେଇ ପାରିବେ ନାହିଁ । ଏହି କଟକଣା ତିନିମାସ ପର୍ଯ୍ୟନ୍ତ ବଳବତ୍ତର ରହିବା। ପରେ ଏହାର ଅବଧିକୁ ବଢାଯିବ, ସେ କହିଛନ୍ତି । ସମ୍ବଲପୁର ସହରରେ ଅତୀତରେ ଧାର୍ମିକ ଶୋଭାଯାତ୍ରାରେ ଅସ୍ତ୍ରଶସ୍ତ୍ର ଧାରଣକୁ କେନ୍ଦ୍ର କରି ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଥିଲା।

ହନୁମାନ ଜୟନ୍ତୀ ଆୟୋଜନ କମିଟି ଚଳିତ ବର୍ଷ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରା ବାହାର କରିବା ଜିଦରେ ଅଟଳ ଥିବାରୁ ପ୍ରଶାସନ ଏହି ପଦକ୍ଷେପ ନେଇଥିବା କୁହା ଯାଇଛି।

ଓଡିଶା ଡଟକମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଅସ୍ତ୍ରଶସ୍ତ୍ର, କଟକଣା, ଶୋଭାଯାତ୍ରା, ସମ୍ବଲପୁର, ହନୁମାନ ଜୟନ୍ତୀ

କଟକରେ ବିଜେପିର ପ୍ରତିବାଦ ଶୋଭାଯାତ୍ରା

January 31, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ, ଜାନୁଆରୀ ୩୧(ଓଡିଶା ଡଟ୍ କମ୍)-ଓଡିଶାରେ ପାକିସ୍ତାନ ମହିଳା ଦଳ ବିଶ୍ୱକପ୍ କ୍ରିକେଟ ମ୍ୟାଚ ଖେଳିବାକୁ ବିଭିନ୍ନ ମହଲରେ ବିରୋଧ କରାଯାଇ ଆସୁଥିବାବେଳେ ବିଜେପି ବିରୋଧ ପ୍ରଦର୍ଶନ ପୂର୍ବକ ରାସ୍ତାକୁ ଓହ୍ଲାଇଛି ।

bjp

ଓଡିଶା ମାଟିରୁ ପାକିସ୍ତାନ ଦଳ ଫେରିଯାଅ । ପାକିସ୍ତାନ ଗୋବ୍ୟାକର ସ୍ଲୋଗାନ ଦେଇ ବିଜେପି ପକ୍ଷରୁ ସ୍ଥାନୀୟ ବକ୍ସିବଜାର ସ୍ଥିତ ଗୋପବନ୍ଧୁ ପାର୍କ ନିକଟରୁ ଏକ ଶୋଭାଯାତ୍ରା ଷ୍ଟାଡିୟମ ଅଭିମୁଖେ ଅଗ୍ରସର ହେଉଥିବା ବେଳେ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିଲା ।

କମିଶନରେଟ ପୋଲିସ ପକ୍ଷରୁ ୨ ହଜାରରୁ ଅଧିକ ବିଜେପି କର୍ମୀଙ୍କୁ ଗିରଫ କରାଯାଇଛି । ବିଜେପି ନେତା ଅଶୋକ ସାହୁ ଓ ବିଜେପି ରାଜ୍ୟ ସଂପାଦକ ନୟନ କିଶୋର ମହାନ୍ତିଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ଓଡିଶାରେ ପାକିସ୍ତାନ କ୍ରିକେଟ ଦଳ ଖେଳିବାକୁ ତୀବ୍ର ବିରୋଧ କରିଥିଲେ ।

ଷ୍ଟାଡିୟମକୁ ସଂପୂର୍ଣ୍ଣ ସୁରକ୍ଷା ବଳୟରେ ରଖାଯାଇଥିବାରୁ ଗୁରୁବାର ବିଜେପି ପକ୍ଷରୁ ଅନୁଷ୍ଠିତ ଶୋଭାଯାତ୍ରାକୁ ପ୍ରତିହତ କରିବା ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ବିଜେପି ନେତା ନୟନ କିଶୋର ମହାନ୍ତି କହିଥିଲେ ଯେ ଆମେ ବିଶ୍ୱକପକୁ ବିରୋଧ କରୁ ନାହୁଁ କିନ୍ତୁ ପାକିସ୍ତାନ ଦଳ ଏଠାରେ ମ୍ୟାଚ ଖେଳିବାକୁ ତୀବ୍ର ବିରୋଧ କରୁଛୁ । ପାକିସ୍ତାନ ସେନା ଭାରତୀୟ ଜବାନଙ୍କ ମୁଣ୍ଡ କାଟ କରିବ । ଘଟଣା ନିନ୍ଦନୀୟ । ଏହାସତ୍ୱେ ପାକିସ୍ତାନ ସହ କ୍ରିକେଟ ସଂପର୍କକୁ ବିଜେପି ପକ୍ଷରୁ ଗୁରୁବାର ଏଠାରେ ବିରୋଧ କରାଯାଇଛି ।

ବିଜେପି ନେତା ଅଶୋକ ସାହୁ କହିଛନ୍ତି ଯେ ମହାରାଷ୍ଟ୍ରରେ ସରକାର ଖେଳ କରିନଥିବା ବେଳେ ଓଡିଶାରେ ପାକିସ୍ତାନ ଦଳକୁ ଖେଳିବାକୁ ରାଜ୍ୟ ସରକାର ସୁରକ୍ଷା ଯୋଗାଇବା ଦୁର୍ଭାଗ୍ୟ ଜନକ । ପାକିସ୍ତାନ ଦଳ ଏହି ମାଟିରୁ ଫେରିଯାଉ ବୋଲି ଶ୍ରୀ ସାହୁ କହିଛନ୍ତି ।

ଓଡିଶା ଡଟ୍କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: କଟକ, ପୋଲିସ ଫୋର୍ସ, ବକ୍ସିବଜାର, ବିଜେପି, ଶୋଭାଯାତ୍ରା, ଷ୍ଟାଡିୟମ

ଦିଲ୍ଲୀ ଗଣଧର୍ଷଣ ପ୍ରତିବାଦରେ ଭୁବନେଶ୍ୱରରେ ଶୋଭାଯାତ୍ରା

December 20, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୦(ଓଡିଶା ଡଟ୍ କମ୍)- ଦିଲ୍ଲୀଠାରେ ପାରା ମେଡ଼ିକାଲ ଛାତ୍ରୀକୁ ଚଳନ୍ତା ବସ ଭିତରେ ଲୋମହର୍ଷଣକାରୀ ଗଣଧର୍ଷଣ ପ୍ରତିବାଦ କରି ଆଜି ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନ୍ ଠାରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ନୀରବ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ବିଧାୟିକା ତଥା ବିଜୁ ମହିଳା ଜନତା ଦଳ ସଭାନେତ୍ରି ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତା ଓ ୭୦୦ରୁ ଉର୍ଦ୍ଧ୍ଵ ମହିଳା କର୍ମୀ ଏକତ୍ରିତ ହୋଇ କ୍ୟାଣ୍ଡେଲ ଜଳାଇ ନୀରବ ଶୋଭାଯାତ୍ରା କରିଥିଲେ ।

ସ୍ୱାଧୀନତାର ୬୬ ବର୍ଷ ପରେ ଆଜି ମହିଳା ସାମଜ ଦେଶର ରାଜଧାନୀ ଦିଲ୍ଲୀରେ ସୁରକ୍ଷିତ ନୁହଁନ୍ତି । ଏଭଳି ଅମାନୁଷିକ ଘଟଣା ଘଟାଇଥିବା ବ୍ୟକ୍ତିଙ୍କୁ ଭଦ୍ର ସମାଜରେ ବଞ୍ଚି ରହିବାର ଆଦୌ ଅଧିକାର ନାହିଁ । ବାରମ୍ବାର ଦିଲ୍ଲୀରେ ମହିଳାଙ୍କ ଉପରେ ଏଭଳି ଅତ୍ୟାଚାର ଓ ଧର୍ଷଣ ଭଳି ଲଜ୍ଜିତ ଘଟଣା ଘଟୁଥିବାର ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାରଙ୍କ ମହିଳାଙ୍କ ସୁରକ୍ଷା ପ୍ରତି କେତେ ଯତ୍ନବାନ ସ୍ପଷ୍ଟ ହୋଇଯାଇଛି ।

ଧର୍ଷିତା ହସ୍ପିଟାଲରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ବେଳେ ତାଙ୍କ ପରିବାରବର୍ଗଙ୍କର ମାନସିକତାକୁ ଦୃଷ୍ଟିରେ ରଖି ଦୋଷୀକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ କଲେ ଅନ୍ତତଃ ମହିଳା ସମାଜ ନିଜକୁ ସୁରକ୍ଷିତ ମଣନ୍ତେ ବୋଲି ଶ୍ରୀମତୀ ମଲ୍ଲିକ ନିଜର ପ୍ରତିକ୍ରିୟାରେ କହିଥିଲେ ।

ଏଭଳି ଘୃଣ୍ୟ ଘଟଣାକୁ ସମାଜର ସବୁ ସ୍ତରରେ ନିନ୍ଦା କରିବା ଉଚିତ୍ । ବିଜୁ ମହିଳା ଜନତା ଦଳର ଶତାଧିକ ମହିଳା “ନାରୀ ନିର୍ଯ୍ୟାତନା ବନ୍ଦ ହେଉ”, “ଧର୍ଷଣକାରୀଙ୍କୁ କଠୋର ଦଣ୍ଡ ମିଳୁ”, “ଗଣଧର୍ଷଣ ସଭ୍ୟ ସମାଜ ପାଇଁ କଳଙ୍କ”, “ଗଣଧର୍ଷଣ ନାରୀ ସମାଜ ପାଇଁ କଳଙ୍କ” ମାନ ପ୍ଲାକାର୍ଡ଼ ପ୍ରଦର୍ଶନ କରି ନୀବର ପ୍ରତିବାଦ କରିଥିଲେ ।

ଏହି ଶୋଭାଯାତ୍ରାରେ ବିଧାୟିକା ଅଞ୍ଜଳି ବେହେରା, ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାପତି ସଂଯୁକ୍ତା ମହାନ୍ତି, ରାଜ୍ୟ ଉପସଭାନେତ୍ରୀ ସନ୍ଧ୍ୟା ବିଶ୍ୱାଳ, ଗୀତା ବସ୍ତିଆ, ମିନତୀ ବେହେରା, ରମାଦେବୀ ମହିଳା ମହା ବିଦ୍ୟାଳୟର ସଭାନେତ୍ରୀ ପଲ୍ଲବୀ ମହାପାତ୍ର, ସାଧାରଣ ସମ୍ପାଦିକା ଅର୍ଜିତା ଅପରାଜିତା ବଡ଼ଜେନା ସମେତ ୭୦୦ରୁ ଉର୍ଦ୍ଧ୍ଵ ମହିଳା କର୍ମୀ ସାମିଲ ହୋଇଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଦିଲ୍ଲୀ ଗଣଧର୍ଷଣ, ମାଷ୍ଟରକ୍ୟାଣ୍ଟିନ୍, ଶୋଭାଯାତ୍ରା

ବନ୍ଦ: ଭଦ୍ରକରେ ତିନୋଟି ଅଫିସ ଭଙ୍ଗାରୁଜା, ୯୭ ଗିରଫ

September 10, 2012 by admin

ଓଡ଼ିଶା ଡ଼ଟ୍ କମ୍: ସ୍ନିଗଧା ରାୟ

ଭଦ୍ରକ,ସେପ୍ଟେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍)- ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡ଼ାକରା ଭଦ୍ରକରେ ଯଦିଓ ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଛି, ତେବେ ଜିଲା ଶିକ୍ଷାମଣ୍ଡାଳାଧିଶ, ଉଠା ଜଳସେଚନ ବିଭାଗ ଏବଂ ଜିଲା ଜଳ ଓ ପରିମଳ ବିଭାଗ କାର୍ଯ୍ୟାଳୟ ଖୋଲାଯିବାକୁ ନେଇ କେତେକ କଂଗ୍ରେସ କର୍ମୀ ଆସବାବପତ୍ର ଭଂଗାରୁଜା କରିଥିବାର ଜଣାପଡ଼ିଛି ।

ଏହି ବନ୍ଦ ପାଳନ ବେଳେ ଭଦ୍ରକ ରେଳବାଇ ପୁଲିସ ପକ୍ଷରୁ ୨୫ଜଣ ଓ ଟାଉନଥାନା ପକ୍ଷରୁ ୭୨ଜଣ ନେତା ଓ କର୍ମୀଙ୍କୁଦିନ ପ୍ରାୟ ୧ଟା ସମୟରେ ଗିରଫ କରାଯାଇ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିିଆଯାଇଛି ।

ଯଦିଓ ଏହି ବନ୍ଦ ପାଳନ ଜିଲା କଂଗ୍ରେସ କମିଟି ପକ୍ଷରୁ କରାଯାଉଥିବା ବିଷୟ ପ୍ରଚାର ହେଉଥିଲା, କିନ୍ତୁ ବାସ୍ତବରେ ସହର ତମାମ ବିଭିନ୍ନ ପ୍ରତିବାଦ ସଭା ଓ ଶୋଭାଯାତ୍ରାକୁ ଲକ୍ଷ୍ୟ କଲେ ପୂର୍ବରୁ ଜିଲା କଂଗ୍ରେସରେ ଥିବା ଅନନ୍ତ ଓ ନରେନ ଗୋଷ୍ଠୀଙ୍କ ଅନ୍ତ୍ୱର୍ନ୍ଦ୍ୱ ସ୍ପଷ୍ଟ ବାରିହୋଇ ପଡ଼ିଥିଲା ।

ଏହି ବନ୍ଦ ସମୟରେ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀଙ୍କ ଅନୁଗାମୀ ମାନେ ଚରମ୍ପା ରେଳ ଷ୍ଟେସନଠାରୁ ଆରମ୍ଭ କରି ଭଦ୍ରକ ସହରର ବନ୍ତ ଛକ, କଚେରୀ ବଜାର ଏବଂ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରି ଗିରଫ ହୋଇଥିଲେ ।

ଅନୁରୁପ ଅନନ୍ତ ସେଠୀଙ୍କ ପ୍ରତିପକ୍ଷ ଗୋଷ୍ଠୀ ଭାବେ ପରିଚିତ ପୂର୍ବତନ ବିଧାୟକ ନରେନ ପଲେଇଙ୍କ ନେତୃତ୍ୱରେ ଶତାଧିକ ନେତା ଓ କର୍ମୀ ଉପରୋକ୍ତ ସ୍ଥାନ ମାନଙ୍କରେ ବିକ୍ଷୋଭ ଓ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭାମାନ କରିଥିଲେ ।

ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ବର୍ଣ୍ଣାର୍ଢ଼୍ୟ ମୋଟର ସାଇକେଲ ଶୋଭାଯାତ୍ରାମାନ ପୃଥକ ପୃଥକ ଭାବେ ବାହାରି ବନ୍ତ ଛକ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମବେତ ହୋଇଥିଲେ ।

ଏହି ବନ୍ଦ ବେଳେ ଚରମ୍ପା ରେଳ ଷ୍ଟେସନଠାରେ ସିକନ୍ଦରାବା-ଗୌହାଟି, ଡ଼ିଏମୟୁ ସମେତ ଗୋଟିଏ ମାଲବାହୀ ଟ୍ରେନ ଅଟକି ରହିଥିଲା । ଜାତୀୟ ରାଜପଥରେ ସମସ୍ତ ଯାନବାହନ ସମେତ ଘରୋଇ ବସ ଓ ଟ୍ରେକର ଚଳାଚଳ ବନ୍ଦ ରହିଥିବାବେଳେ ଜିଲାର ସଦର ମହକୁମାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ପ୍ତର, କୋର୍ଟ-କଚେରୀ, ସ୍କୁଲ, କଲେଜ, ବ୍ୟବସାୟ ପ୍ରତିଷ୍ଠାନ ଓ ରାଷ୍ଟ୍ରାୟତ୍ତବ୍ୟାଙ୍କଗୁଡ଼ିକ ସ୍ୱତଃ ବନ୍ଦ ରହିଥିଲା ।

ମାତ୍ର ଜିଲା ଶିକ୍ଷାମଣ୍ଡାଳାଧିଶଙ୍କ କାର୍ଯ୍ୟାଳୟ, ଉଠା ଜଳସେଚନ ବିଭାଗ ଓ ଜିଲା ଜଳ ଓ ପରିମଳ ବିଭାଗ ତିନୋଟି ଖୋଲାଥିବାରୁ କେତେକ କଂଗ୍ରେସ କର୍ମୀ ଉତକ୍ଷିପ୍ତ ହୋଇ ସେଠାରେ ଟେବୁଲ ଚେୟାର ଭଳି ଆସବାବପତ୍ରମାନ ଭଂଗାରୁଜା କରିଥିବାର ଜଣାପଡ଼ିଛି ।

ଯଦିଓ ଏହି ବନ୍ଦ ପାଳନ ବେଳେ କଂଗ୍ରେସର ଦୁଇ ଗୋଷ୍ଠୀଙ୍କର ପ୍ରଭେଦ ଆଖିୃଦୃର୍ଶିଆ ହୋଇଥିଲା, ତେବେ ଉଭୟ ଗୋଷ୍ଠୀର ନେତା ପରସ୍ପର ପ୍ରତି କୌଣସି ଆକ୍ଷେପମୂଳକ ମନ୍ତବ୍ୟ ନଦେଇ ଏହା ଶାସକଦଳ ବିରୁଦ୍ଧରେ ତାଙ୍କ ଦଳର ପୁଞ୍ଜିଭୁତ ବେନାର ପ୍ରତିଫଳନ ବୋଲି ଗଣମାଧ୍ୟମକୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କଂଗ୍ରେସ, ବନ୍ଦ ପାଳନ, ଭଦ୍ରକ, ରେଳବାଇ ପୁଲିସ, ଶୋଭାଯାତ୍ରା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ