• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଶ୍ରଦ୍ଧାଞ୍ଜଳି

ଲୁଲୁ ମହାପାତ୍ର ; ଜୀବନ ଓ ରାଜନୀତିକୁ ନେଇ କିଛି କଥା

November 8, 2016 by ନିଉଜ ଡେସ୍କ 1 Comment

1390462_443376125767543_280703817_n

କେଦାର ମିଶ୍ର

ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ନାଁ ଟି ସହିତ ଗତ ୩୫ ବର୍ଷର ଓଡିଆ ଜନଜୀବନ ଓ ଗଣମାଧ୍ୟମ ବେଶ୍ ଅଭ୍ୟସ୍ତ। ମାତ୍ର ୫୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା ଲୁଲୁ (ଲଲାଟେନ୍ଦୁ ଅପେକ୍ଷା ଏ ନାଁ ଟି ସହ ଓଡିଶା ବାସୀ ବେଶୀ ପରିଚିତ) ଓଡିଶାର ଗାଁ ଗାଁ ରେ ଜଣେ ଯୁବ ନେତା ଓ ସଂଗଠକ ଭାବେ ପରିଚିତ ଥିଲେ ।

ଠୋ ଠୋ କଥା ଓ ଅପ୍ରମିତ ସାହସର ପ୍ରତୀକ ଭାବରେ ତାଂକୁ ଓଡିଶା ବାସୀ ଜାଣିଥିଲେ। ୨୦୧୫ ରେ ଓଡିଶା ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲାଖୋଲି ଆହ୍ବାନ ଦେବାର ସାହସକୁ ନେଇ ଚର୍ଚା ଥମିନଥିବା ବେଳେ ଲୁଲୁ ଆରପାରିକୁ ଚାଲିଗଲେ।

ଅଶୀ ଦଶକରେ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଲୁଲୁ ଥିଲେ ସବୁଠୁ ଅଲ୍ପବୟସ୍କ କିନ୍ତୁ ସବୁଠୁ ପ୍ରଭାବଶାଳୀ ରାଜନେତା। କଂଗ୍ରେସ ରାଜନୀତିରେ ମହା ମହା ନେତାଂକୁ ବେଖାତିର କରି ଲୁଲୁ ନିଜର ପତିଆରା ତିଆରି କରିଥିଲେ।

ତାଂକର ଦାମ୍ଭିକତା, ନିର୍ଭୀକତା , ଅପ୍ରିୟ ସତ କହିବାର ସାହସ ଓ ରାଜନୀତିରେ ଦୁଃସାହସିକତା ପ୍ରଦର୍ଶନ କରିବାର ପ୍ରବଣତା ତାଂକୁ ଅନନ୍ୟ ନେତାର ଗୌରବ ପ୍ରଦାନ କରିଥିଲା ।

ରାଜନୀତିରେ ସେ ବହୁ ଶତ୍ରୁ ତିଆରି କରିଛନ୍ତି, ବହୁ ଲୋକଂକର ଶତ୍ରୁ ସାଜିଛନ୍ତି , କିନ୍ତୁ ଶତ୍ରୁତା ନିଭାଇବାବେଳେ ରାଜନୈତିକ ଫାଇଦାବାଜିକୁ ସେ ଗୁରୁତ୍ବ ଦେଇ ନାହାନ୍ତି।

ତାଂକ ଆଗରେ ହୁଏତ ଅନ୍ୟ ଦଳକୁ ଯାଇ କ୍ଷମତା ଦଖଲ କରିବାର ଅନେକ ମୌକା ଥିଲା, ସେ କିନ୍ତୁ କଂଗ୍ରେସ ଦଳକୁ ଛାଡ଼ି ନାହାନ୍ତି । ଏହି ଲୋକପ୍ରିୟ ଯୁବ ନେତା ଲୁଲୁ ମହାପାତ୍ର, ତାଂକ ଜୀବନ ଓ ରାଜନୀତିକୁ ନେଇ କିଛି କଥା-

୧. ଲୁଲୁ ମହାପାତ୍ର ଏକ ଐତିହାସିକ ପରିବାରର ଦାୟାଦ। ପାଇକ ବିଦ୍ରୋହ ର ମହାନାୟକ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ବଂଶର ଉତ୍ତର ପୁରୁଷ ଭାବରେ ବ୍ରହ୍ମଗିରି ର ଗଡ ରାଢନ୍ଗ ଗାଁ ରେ ତାଂକର ଜନ୍ମ ୧୪ ଫେବୃଆରୀ ୧୯୬୪ ମସିହାରେ ।

୨. ବିଜେବି କଲେଜ ରେ ପଢିବା ସମୟରୁ ତାଂକର ରାଜନୈତିକ ଜୀବନ ଆରମ୍ଭ ହୁଏ । ଅଶୀ ଦଶକରେ ଛାତ୍ର କଂଗ୍ରେସ ର ନେତୃତ୍ବ ନେଇ ସେ କଂଗ୍ରେସ ଦଳ ଲାଗି ଏକ ବଡ ସମର୍ଥକ ଗୋଷ୍ଠୀ ତିଆରି କରିଥିଲେ । ଓଡିଶାର ସବୁ ମହାବିଦ୍ୟାଳୟ ଓ ବିଶ୍ଵ ବିଦ୍ୟାଳୟରେ ଲୁଲୁଂକ ସମର୍ଥକ ଓ ଅନୁଗାମୀ ରହିଥିଲେ।

୩. ଲୁଲୁଂକ ପରେ ବହୁ ଛାତ୍ର ନେତା ଆସିଛନ୍ତି ଓ ଯାଇଛନ୍ତି । କିନ୍ତୁ ଲୁଲୁଂକ ପରି ଲୋକପ୍ରିୟ ତଥା ପ୍ରଭାବଶାଳୀ ହେବାରେ ତାଂକ ତୁଳନୀୟ କେହି ନାହାନ୍ତି। ଜୀବନର ଅନ୍ତିମ ମୁହୁର୍ତ୍ତ ପର୍ଯନ୍ତ ତାଂକ ଆଗରେ ଓ ପଛରେ ହଜାର ହଜାର ଛାତ୍ର ଓ ଯୁବକ ରହିଥିଲେ ।

୪. ଅଶୀ ଦଶକର ଲୁଲୁ ଥିଲେ ଦୁର୍ଦ୍ଧର୍ଷ ଛାତ୍ରନେତା । ତାଂକର କାହାକୁ ଡର ନଥିଲା ବା ଖାତିର ନଥିଲା । ଜାନକୀ ବାବୁଂକ ଶାସନରେ ସେ ଆଖି ଉଠେଇଲେ ପ୍ରଶାସନ ଥରୁଥିଲା ବୋଲି ଆଜି ବି ବିଶ୍ଵାସ କରାଯାଏ ।

୫. ଅଥଚ କୌଣସି ସମୟରେ ସେ କ୍ଷମତାରେ ନଥିଲେ । ୧୯୯୫ ରୁ ୨୦୦୦ ଜାନକୀ ବାବୁଂକ ତୃତୀୟ ପାଳିରେ ସେ ପ୍ରଥମ ଥର ପାଇଁ ବିଧାୟକ ଭାବେ ବ୍ରହ୍ମଗିରି ରୁ ନିର୍ବାଚିତ ହୋଇ ବିଧାନସଭାକୁ ଆସିଲେ । ତେବେ ପ୍ରତିଷ୍ଠା ଓ ପତିଆରା ଲାଗି ତାଂକୁ ପଦ ପଦବୀର ଆବଶ୍ୟକତା ନଥିଲା ।

୬. ୨୦୦୦ ରୁ ୨୦୦୯ ପର୍ଯନ୍ତ ବିଧାନସଭାରେ ବିରୋଧୀ ଦଳର ବିଧାୟକ ଭାବେ ତାଂକର ଭୂମିକା ଥିଲା ବେଶ୍ ପ୍ରଭାବଶାଳୀ । ବିଜେଡି-ବିଜେପି ମେଣ୍ଟ ସରକାରକୁ ବିଧାନସଭା ଭିତରେ ଓ ବାହାରେ ହଲାପଟା କରିବାରେ ତାଂକର ଭୂମିକା ବେଶ ଅଗ୍ରଣୀ ଥିଲା ।

୭. କଂଗ୍ରେସ ରାଜନୀତିରେ ସେ ଥିଲେ ସବୁଠୁ ପ୍ରଭାବଶାଳୀ ନେତା କିନ୍ତୁ ତାଂକ ନେତୃତ୍ଵ ଉପରେ କଂଗ୍ରେସ ର କେନ୍ଦ୍ରୀୟ ନେତୃତ୍ଵ ଭରସା କରି ପାରିନଥିଲେ।

ଲୁଲୁ ଛାତ୍ର ଓ ଯୁବ କଂଗ୍ରେସ ର ସଭାପତି ରହିବା ସହ ପ୍ରଦେଶ କଂଗ୍ରେସର କାର୍ୟକାରୀ ସଭାପତି ଓ ଉପ ସଭାପତି ରହିଥିଲେ। ହେଲେ ଶେଷ ଯାଏଁ ତାଂକୁ ପିସିସି ସଭାପତି ଦାୟିତ୍ଵ ମିଳି ପାରିଲା ନାହିଁ ।

୮. ଗତ କିଛି ବର୍ଷ ଧରି ବିଜେଡି ସରକାର ବିରୋଧରେ ତୀବ୍ର ସଂଗଠନ ଓ ଜନମତ ତିଆରି କରିବା ଲାଗି ତାଂକର ପ୍ରୟାସକୁ କଂଗ୍ରେସ ସମର୍ଥନ କରୁନଥିଲା । ଅନେକ ସମୟରେ ତାଂକର ଦୃଢ ଓ ଆକ୍ରମକ ରାଜନୀତିକୁ କଂଗ୍ରେସ ନେତୃତ୍ଵ ଡରି ଯାଉଥିଲେ।

୯. କଂଗ୍ରେସ ସମର୍ଥନ କରୁ ବା ନକରୁ ନିଜସ୍ବ ସଂଗଠନ ଜରିଆରେ ସେ ବିଜେଡି ନେତୃତ୍ବକୁ ସବୁବେଳେ ଅସୁବିଧାରେ ପକାଇ ଆସିଛନ୍ତି। ଅଂଡାମାଡ ରାଜନୀତିକୁ ନେଇ ଗତ ବର୍ଷ ଯେଉଁ ହଟ ଚମଟ ସୃଷ୍ଟି ହୋଇଥିଲା, ସେଥିରେ ଏକୁଟିଆ ପଡି ଯାଇଥିଲେ ମଧ୍ୟ ଲୁଲୁ ନିଜ ମତ ବଦଳାଇ ନଥିଲେ।

୧୦. ରାଜନୀତିରେ ବହୁ ନେତା ଆସିବେ ଓ ଯିବେ। ହେଲେ ସବୁ ଦଳ ଭିତରେ ନିଜର ବନ୍ଧୁ ସୃଷ୍ଟି କରି ପାରିଲା ପରି ଓ ଦରକାର ପଡିଲେ ଶତୃକୁ ବି ସାହାଯ୍ୟ କରିପାରିବା ପରି ଲୁଲୁ ମହାପାତ୍ରଂକ ଭଳି ନେତା ବିରଳ ହୋଇ ରହିବେ ।

ଗତ ୬ ନଭେମ୍ବର ସନ୍ଧ୍ୟା ରେ ଦିଲ୍ଲୀରେ ମେଦାନ୍ତ ହସପିଟାଲ୍ ରେ ତାଂକର ପରଲୋକ ଓଡିଶାର ଯୁବ ନେତୃତ୍ଵ କ୍ଷେତ୍ରରେ ଏକ ବିରାଟ ଶୁନ୍ୟସ୍ଥାନ ସୃଷ୍ଟି କରିଛି।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଓଡିଶା, କଂଗ୍ରେସ, ରାଜନୀତି, ଲୁଲୁ ମହାପାତ୍ର, ଶ୍ରଦ୍ଧାଞ୍ଜଳି

ବାଲୁକା କଳା ମାଧ୍ୟମରେ ଭୂପେନ ହଜାରିକାଙ୍କୁ ଶ୍ରଦ୍ଧାଞ୍ଜଳି

November 6, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା, ନଭେମ୍ବର ୬(ଓଡ଼ିଶା ଡ଼ଟ୍ କମ୍) ବିଶିଷ୍ଟ ସଂଗୀତଜ୍ଞ, ଗୀତିକାର ଭୂପେନ ହଜାରିକାଙ୍କ ପରଲୋକରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ରବିବାର ରାଉରକେଲା ଠାରେ ବାଲୁକାକଳା ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

“ସେ ଜଣେ ବିଶିଷ୍ଟ ଗୀତିକାର । ତାଙ୍କର ପରଲୋକ ଦେଶ ପାଇଁ ବଡ଼ କ୍ଷତି । ଜଣେ ଶିଳ୍ପୀ ଭାବରେ ମୁଁ ବାଲୁକା କଳା ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି” ଏନ୍ଆଇଟି ପରିସରରେ କଳାକୃତି କରିବା ଅବସରରେ ସୁଦର୍ଶନ କହିଛନ୍ତି ।

ହଜାରିକାଙ୍କ ଚାରି ଫୁଟ୍ ଉଚ୍ଚର ଏହି କଳାକୃତି କରିବାକୁ ତାଙ୍କୁ ତିନି ଘନ୍ଟା ସମୟ ଲାଗିଥିବା ବେଳେ ତାଙ୍କ ବାଲୁକା କଳା ଶିକ୍ଷାନୁଷ୍ଠାର ଛାତ୍ରଛାତ୍ରୀମାନେ ଏଥିରେ ସହଯୋଗ କରିଥିଲେ । ଏନ୍ଆଇଟିର ବହୁତ ଛାତ୍ରଛାତ୍ରୀ ହଜାରେଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଶ୍ରଦ୍ଧାଞ୍ଜଳି, ସଂଗୀତଜ୍ଞ

ଶ୍ରାଦ୍ଧ ଦିବସରେ ରାଜ୍ୟବ୍ୟାପୀ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

April 20, 2011 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧୭ (ଓଡିଶା ଡଟ୍ କମ୍) ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଚତୁର୍ଦ୍ଦଶ ଶ୍ରାଦ୍ଧବାର୍ଷିକୀରେ ରବିବାର ତାଙ୍କୁ ରାଜ୍ୟବ୍ୟାପୀ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

ସକାଳୁ ସ୍ଥାନୀୟ ବିନ୍ଦୁ ସାଗରରେ ବିଜୁ ଜନତା ଦଳର ବିଧାୟକ ଓ ନେତାମାନେ ତିଳତର୍ପଣ କରିଥିଲେ । ଏହି  ଅବସରରେ ବିଭିନ୍ନ ସ୍ଥାନରେ ସ୍ମୃତିସଭା ଓ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କଟକ ଆନନ୍ଦ ଭବନରେ ମଧ୍ୟ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ସ୍ଥାନୀୟ ବିଜୁପଟ୍ଟନାୟକ ପାର୍କ ଏବଂ ବିଧାନସଭା ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଛନ୍ତି ।

ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ସମସ୍ତେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର କର୍ମୀ ମାନଙ୍କୁ ଆହ୍ୱାନ େଇଛନ୍ତି । ତାଙ୍କ ସ୍ୱପ୍ନ ପୂରଣ ପାଇଁ ବିଜୁ ଜନତା ଦଳ କାର୍ଯ୍ୟ ଜାରି ରଖିଛି ବୋଲି ସେ କହିଛନ୍ତି ।

ଏହା ସହିତ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ଏକ ସ୍ମୃତିସଭାର ଆୟୋଜନ କରାଯାଇ ବିଜୁବାବୁଙ୍କ ସ୍ମୃତିଚାରଣ  କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଓଡିଶା, ବିଜୁ ପଟ୍ଟନାୟକ, ମୁଖ୍ୟ ଖବର, ଶ୍ରଦ୍ଧାଞ୍ଜଳି

ବାଲୁକା କଳା ମାଧ୍ୟମରେ ପଣ୍ଡିତ ଭୀମସେନ ଯୋଶୀଙ୍କୁ ଶ୍ରଦ୍ଧାଞ୍ଜଳି

January 25, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

ପୁରୀ, ଜାନୁୟାରୀ ୨୪(ଓଡ଼ିଶା ଡ଼ଟ୍ କମ୍) ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଭାରତରତ୍ନ ପଣ୍ଡିତ ଭୀମସେନ ଯୋଶୀଙ୍କ ଦେହାନ୍ତରେ ସଙ୍ଗୀତ ଦୁନିଆର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିବା ବେଳେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ସେ ପୁରୀ ବେଳାଭୂମିରେ ବାଲିରେ ସୀତାର ସହ ଯୋଶୀଙ୍କ ଚାରି ଫୁଟ୍ ଉଚ୍ଚତା ବିଶିଷ୍ଟ ଏକ କଳାକୃତି ତିଆରି କରିଛନ୍ତି । ତାଙ୍କର ନିଧନ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ପାଇଁ ଅପୂରଣୀୟ କ୍ଷତି, ସୁର୍ଶନ କହିଛନ୍ତି ।

ସୁର୍ଶନ ୪୦ରୁ ଅଧିକ ଜାତୀୟ ଓ ଅର୍ନ୍ତଜାତୀୟ ବାଲୁକା କଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବହୁ ପୁରସ୍କାର ବିଜୟ ଲାଭ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପଣ୍ଡିତ ଭୀମସେନ ଯୋଶୀ, ବାଲୁକା କଳା, ମୁଖ୍ୟ ଖବର, ଶ୍ରଦ୍ଧାଞ୍ଜଳି

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ