• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଶ୍ରୀଜଗନ୍ନାଥ

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିମଳ ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଉ (ଚିଠି ପତ୍ର)

February 10, 2018 by ଓଡିଶା ଡଟ କମ Leave a Comment

ମହାଶୟ

ମୁ ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଗତ ସପ୍ତାହରେ ଦର୍ଶନ କରିବାକୁ ଯାଇଥିଲି । ବଡ ଠାକୁରଙ୍କୁ ଦର୍ଶନ କରି ଅପୂର ଆନନ୍ଦ ଲାଭ କଲି । ପୁରୀ ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ । ସାରା ବିଶ୍ୱରୁ ଲକ୍ଷ ଲକ୍ଷ ଭକ୍ତ ପୁରୀ ଆସିଥାନ୍ତି । ତେବେ ମନ୍ଦିରର ପରିମଳ ବ୍ୟବସ୍ଥା ପ୍ରତି ଅଧିକ ଧ୍ୟାନ ଦେବାର ଆବଶ୍ୟକ ରହିଛି ।

ଶ୍ରୀମନ୍ଦିରର ସିଂହଦ୍ୱାର ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ବୁଢିଆଣୀ ଓ ବାଦୁଡ଼ି ଓ ଚେମିଣୀ ମାନଙ୍କ ଜାଲ ଓହଳିଥିବା ମୁ ଦେଖିଥିଲି। ଠିକ ସେହି ପରି କେତେକ ସ୍ଥାନରେ ପାରା ମଳତ୍ୟାଗ କରିଥିବା ଦେଖିବାକୁ ପାଇଥିଲି । ସେ ସବୁ ନିୟମିତ ସଫା କରିବାର ଆବଶ୍ୟକତା ରହିଛି ।

ତାସହିତ କେତେକ ପଣ୍ଡା ଦର୍ଶନ ପାଇଁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଭଲ ବ୍ୟବହାର କରୁନଥିବା ଦେଖିଥିଲି । ଉଭୟ ରାଜ୍ୟ ସରକାର ଓ ମନ୍ଦିର ପ୍ରଶାସନ ଯଦି ଏ ବିଷୟଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତେ ,ତେବେ ପ୍ରତିଦିନ ଶ୍ରୀଜିଉଙ୍କ ଦର୍ଶନ ଲାଗି ଆସୁଥିବା ଲକ୍ଷ ଲକ୍ଷ ଭକ୍ତ ଉପକୃତ ହୋଇପାରନ୍ତେ ।

ଡ଼ାକ୍ତର .କେ.ଦୁଆ
ପ୍ରଫେସର ଭେଟେନାରୀ ମେଡ଼ିସିନ
ଗୁରୁ ଅଙ୍ଗଦଦେବ ଭେଟେନାରୀ ଆଣ୍ଡ୍ ଆନିମଲ୍ ସାଇନସେସ୍ ୟୁନିର୍ଭସିଟି,ଲୁଧିଆନା

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଚିଠି ପତ୍ର Tagged With: ପରିମଳ, ପୁରୀ, ମନ୍ଦିର, ଶ୍ରୀଜଗନ୍ନାଥ

ଅଣସର, ଅନବସର ଓ ପଟି ଦିଅ; କେତୋଟି ମରମ କଥା

June 28, 2016 by ଓଡିଶା ଡଟ କମ Leave a Comment

image

 

କେଦାର ମିଶ୍ର

ମହାପ୍ରଭୁ ଶ୍ରୀଜଗନ୍ନାଥ ଲୋକ ଜୀବନର ମହାଦେବତା ।ତାଂକର ପୂଜା ବିଧାନ ଓ ଉପଚାରରେ ଲୋକ ଜୀବନର ପ୍ରଭାବ ପ୍ରଛନ୍ନ ଭାବେ ଦେଖିବାକୁ ମିଳେ।

ସ୍ନାନ ପୂର୍ଣିମା ପରେ ମହାପ୍ରଭୁଂକ ଶ୍ରୀଅଂଗ ରେ ବାଧା ହୁଏ।ଲୋକାଚାର ରେ ଏହି ସମୟରେ ମହାପ୍ରଭୁନ୍କୁ ଜ୍ବର ହୁଏ।

ଓଡିଶାର ଜନଜୀବନରେ ଏହା ଅଣସର ସମୟ।ଗ୍ରୀଷ୍ମ ପରେ ବର୍ଷା ଆସୁଥିବାରୁ ପ୍ରଚଣ୍ଡ ଗୁଳୁଗୁଳି ସମୟ ।ସ୍ନାନ ମଣ୍ଡପରୁ ମହାସ୍ନାନ ସାରି ହାତୀ ବେଶରେ ଦର୍ଶନ ଦେବା ପରେ ଚତୁର୍ଦ୍ଧା ମୂର୍ତୀ ଆଉ ରତ୍ନ ସିଂହାସନକୁ ନ ଫେରି ଅଣସର ଘର କୁ ବିଜେ କରନ୍ତି ।

ଅଣସର ବିଧି ପ୍ରାୟ ଗୋପନ। ଶ୍ରୀମନ୍ଦିରର ମୂଳ ସେବକ ଦଇତା ଓ ପତି ସେବକ ମାନେ ଏହି ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଂକ ଶ୍ରୀଅଂଗ ଫିଟା ଓ ନବ ଯୌବନ ଲାଗି କରାଇଥାନ୍ତି ।

ଅଣସର ସମୟରେ ଖାଲି ଥିବା ରତ୍ନ ସିଂହାସନରେ ପଟି ଦିଅ ଓ ଦଶାବତାର ଠାକୁର ପୂଜା ପାଆନ୍ତି।ମନ୍ଦିର ବେଢା ଭିତରେ ଚାଲିଥିବା ଏହି ରହସ୍ୟମୟ ନୀତି ସମ୍ପର୍କରେ ଶ୍ରୀମନ୍ଦିର ସ୍ବତ୍ବଲିପି ଯେଉଁ ବର୍ନନା କରିଛି, ତହିଁରୁ କେତୋଟି ପ୍ରମୁଖ କଥା-

୧. ଜେଷ୍ଠ ପୂର୍ଣିମା ରାତିରୁ ଆଷାଢ଼ ଅମାବାସ୍ୟା ରାତି ଯାଏ ଅଣସର ବିଧାନ ଚାଲେ।ସ୍ନାନ ମଣ୍ଡପରୁ ଠାକୁରମାନେ ଅଣସର ଘରକୁ ଆସିଲେ ପରେ ଶ୍ରୀଜଗନ୍ନାଥଂକ ହୀରା ଚିତା, ଶ୍ରୀବଳଭଦ୍ରଂକ ନୀଳା ଚିତା ଓ ମା ସୁଭଦ୍ରାଂକ ମାଣିକ୍ୟ ଚିତାକୁ ଓହ୍ଲାଇ ଦିଆଯାଏ।

କୋଠ ସୁଆଁସିଆ ମାନେ ଗୋଟେ ଦୁଆର ଅଳ୍ପ ଖୋଲା ରଖି ଅଣସର ପିଢ ଚାରିପଟେ ବାଉଁଶ ତାଟି ବେଢେଇ ଦିଅନ୍ତି । ସେଠି ପତି ଓ ଦଇତା ସେବକ ମାନେ ପନ୍ଦରଦିନ ବ୍ୟାପୀ ଅଣସର ଉପଚାର କରନ୍ତି ।

image
୨. ଏପଟେ ଖାଲି ଥିବା ରତ୍ନ ସିଂହାସନକୁ ଚିତ୍ରକର ସେବାୟତଂକ ଘରୁ ପଟି ରେ ଅଂକା ଚିତ୍ରପଟ ଠାକୁରଂକୁ ବିଜେ କରାଯାଏ ।

ବଳଭଦ୍ରଂକ ପୀଠରେ ବାସୁଦେବ, ସୁଭଦ୍ରାଂକ ପୀଠରେ ଭୁବନେଶ୍ବରୀ ଓ ଜଗନ୍ନାଥନ୍କ ପୀଠରେ ନାରାୟଣ ଚିତ୍ରପଟ ରୂପେ ବିରାଜମାନ ହୁଅନ୍ତି।

ତାଂକ ସହ ରତ୍ନ ସିଂହାସନରେ ଦଶାବତାର ଠାକୁର ରୂପେ ଦୋଳଗୋବିନ୍ଦ, ରାମ, ନୃସିଂହ, ଲକ୍ଷ୍ମୀ,ସରସ୍ବତୀ, କୃଷ୍ଣ ଓ ମଦନ ମୋହନ ପୂଜିତ ହୁଅନ୍ତି ।

୩. ଅଣସର ଘରକୁ ଦଇତା ଓ ପତି ସେବକଂକ ବ୍ୟତୀତ ଅନ୍ୟ କେହି ପ୍ରବେଶ କରି ପାରିବେ ନାହିଁ । ଏହି ସମୟରେ ପଣା ଓ ଚକଟା ଭୋଗ କରାଯାଏ ।

କେବଳ ଧଳା ଫୁଲ ଛଡା ଅନ୍ୟକିଛି ଲାଗି କରାଯାଏ ନାହିଁ ।ଚକଟା ଭୋଗରେ ଧୁଆ ମୁଗ ଓ ପଣସ ଲାଗି ହୁଏ ।
୪. କୃଷ୍ଣ ପଂଚମୀ ତିଥିରେ ଫୁଲରୀ ଲାଗି ହୁଏ । ୧୫ ସେର ରାଶି ତେଲରେ ଚୁଆ, କର୍ପୁର ଗୋଳେଇ ଔଷଧି ରୂପେ ଫୁଲରୀ ଲାଗି ହୁଏ।ଓଡିଆ ମଠ ଓ ମନ୍ଦିର ପ୍ରଶାସନ ତେଲ ଯୋଗାଉଥିବା ବେଳେ ଭଣ୍ଡାର ମେକାପ ଚୁଆ କର୍ପୂର ଇତ୍ୟାଦି ଦିଅନ୍ତି।
୫. ଦଶମୀ ତିଥିରେ ଅଣସର ଚକା ଉପରେ ଠାକୁର ମାନେ ବିଜେ କରନ୍ତି। ତିନୋଟି କାଠ ଚକା ଦଇତା ମାନେ ଅଣସର ପିଠ କୁ ଆଣି ଟା ଉପରେ ମୂର୍ତୀମାନଂକୁ ବସାଯାଏ । ଏହା ଚକା ଦଶମୀ ବା ଅଣସର ଚକା ବିଜେ ନାମରେ ବିଖ୍ୟାତ ।
୬. ଏକାଦଶୀ ଦିନ ୧୫ ସେର ଚନ୍ଦନ କାଠ ଘୋରା ହୋଇ ଘଟୁଆରୀମାନେ ପ୍ରସ୍ତୁତ କରନ୍ତି ।ଏହି ଚନ୍ଦନ କାଠ ରାଘବଦାସ ମଠ ଓ ମନ୍ଦିର ପ୍ରଶାସନ ଯୋଗାନ୍ତି ।ଚାରି ଦିନ ଧରି ଘତୁଆରୀ ମାନେ ଚନ୍ଦନ ଘୋରୀ ରଖିଥାନ୍ତି।

ଏକାଦଶୀ ଦିନ ଏହା ମନ୍ଦିରକୁ ଆସେ।ଚନ୍ଦନରେ କର୍ପୂର ଓ କେଶର ବଟା ହୋଇ ଗୋଳା ଯାଏ । ଶ୍ରୀଅଂଗରେ ଏହି ଚନ୍ଦନ ଲାଗି ପରେ ରାଘବଦାସ ମଠ ଖଇ,କୋରା,କଦଳୀ,ପଣସ ଓ ଆମ୍ବ ଭୋଗ ଲାଗି କରାନ୍ତି ।
୭. ଅଣସର ଦ୍ବାଦଶୀ ରେ ରାଜଭୋଗ ହୁଏ। ଗଜପତିଂକ କୁଟୁମ୍ବରେ ଯେତିକି ଲୋକ ସେତିକିଟି ରୂପା ଥାଳି ମନ୍ଦିରକୁ ଆସେ।ସେଥିରେ ମହାପ୍ରଭୁଂକ ଚନ୍ଦନ ଓ ପାଟ ଡୋର ନେଇ ଦଇତା ସେବକ ମାନେ ଗଜପତିଂକ ପ୍ରାସାଦକୁ ଯାନ୍ତି। ଏହାକୁ ରାଜଭୋଗ ଦ୍ବାଦଶୀ କୁହାଯାଏ।
୮. ଅଣସର ତ୍ରୟୋଦଶୀ ଦିନ ଖଡୀ ଓ ଖଳି ଲାଗି ହୁଏ। ବର୍ଷେ ବ୍ୟବଧାନରେ ଏହା ଜଗନ୍ନାଥ ଓ ବଳଭଦ୍ର ଲାଗି ହୁଅନ୍ତି। ତେବେ ଦେବୀ ସୁଭଦ୍ରାଂକ ଅଂଗରେ ଏହା ପ୍ରତି ବର୍ଷ ଲାଗି ହୁଏ ।

ଏହାକୁ ଶ୍ରୀ ପୟର ପୂଜା ବୋଲି ମଧ୍ୟ କୁହନ୍ତି।ଦୁଇ ମହଣ ଗହମ ଚୁରା ହୋଇ ଖଲି ପ୍ରସାଦ ତିଆରି ହୁଏ ।
୯. ଚତୁର୍ଦଶୀ ରାତ୍ରରେ ଚତୁର୍ଦ୍ଧା ମୂର୍ତୀ ନବ ଯୌବନ ବେଶ ଧାରଣ କରି ନେତ୍ରୋତ୍ସବ ଲାଗି ବିଜେ ହୁଅନ୍ତି । ଗତ ପନ୍ଦର ଦିନ ଧରି ରତ୍ନ ସିଂହାସନରେ ପୂଜା ପାଉଥିବା ପଟି ଦିଅ ଓ ଦଶାବତାର ଠାକୁର ମାନେ ନିଜ ନିଜ ସ୍ଥାନ କୁ ଫେରି ଆସନ୍ତି।

ରଥଯାତ୍ରା ପୂର୍ବ ରୁ ଅଣସର ପରେ ଏହାକୁ ନବଯୌବନ ଦର୍ଶନ ବା ନେତ୍ରୋତ୍ସବ ବୋଲି କୁହାଯାଏ ।
୧୦. ପ୍ରତିବର୍ଷ ଅଣସର ୧୫ ଦିନ ଲାଗି ହେଉଥିବା ବେଳେ ନବ କଳେବର ବିଧାନ ସମୟରେ ଏହା ୪୫ ଦିନ ବ୍ୟାପୀ ହୋଇଥାଏ ।

ଏହି ଅବସରରେ ନୁଆ ଦାରୁବିଗ୍ରହ ଅଣସର ଘରେ ନିର୍ମିତ ହୁଅନ୍ତି ଓ ପୁରୁଣା ବିଗ୍ରହ୍ଂକୁ ପାତାଳୀ କରାଯାଏ । ଏହା ପ୍ରତି ୧୪ ବା ୧୯ ବର୍ଷରେ ଥରେ ଅନୁଷ୍ଠିତ ହୁଏ।

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଜଣା ଅଜଣା, ମୁଖ୍ୟ ଖବର Tagged With: ଅଣସର, ଦଶାବତାର, ନବ ଯୌବନ, ପଟି ଦିଅ, ମହାପ୍ରଭୁ, ରତ୍ନ ସିଂହାସନ, ଶ୍ରୀଅଂଗ ଫିଟା, ଶ୍ରୀଜଗନ୍ନାଥ

ବ୍ରହ୍ମ ପରିବର୍ତନ ରାଜନୀତି: କିଏ ସାତ କିଏ ସତର

June 19, 2015 by News Bureau Leave a Comment

କେଦାର ମିଶ୍ର

ଭୁବନେଶ୍ଵର, ଜୁନ ୧୯ (ଓଡିଶା ଡଟ୍ କମ୍): ରାଜନୀତି ମୈଦାନ ରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏକ ପ୍ରକାର ମୂକ ଖେଳନା ପାଲଟି ଯାଇଛନ୍ତି । ନବକଳେବର ବିଧାନର ସର୍ବଶ୍ରେଷ୍ଠ ଓ ଗୋପନତମ ସେବା ବ୍ରହ୍ମ ପରିବର୍ତନ ର ସମୟ ଓ ଏଥିରେ ଦଇତାପତିଙ୍କ ଭୂମିକା ଏବେ ସାରା ଦେଶ ର ଧାର୍ମିକ ଜନତାଙ୍କ ମନରେ ଗଭୀର କ୍ଷ୍ୟତ ସୃଷ୍ଟି କରିଛି।

ଅର୍ଦ୍ଧ ରାତ୍ରିରେ ଯେଉଁ ବ୍ରହ୍ମ ପରିବର୍ତନ ବିଧି ଗୋପନରେ ହେବା କଥା ତାହା ୧୬ ତାରିଖ ସୂର୍ଯ୍ୟାଲୋକରେ ସମ୍ପନ୍ନ ହୋଇଚି । ଏହି ଘଟଣା ରେ କେବଳ ନୀତି ବିଭ୍ରାଟ ଘଟିଚି ତାହା ନୁହଁ , ଏଥିରେ ଓଡ଼ିଶା ରାଜନୀତି ର କଦର୍ଯ୍ୟ ଚେହେରା ଫୁଟି ଦିଶୁଚି ।

ଦଇତା ସେବକ ମାନେ ଯେଉଁ ଗୋପନ ବିଧି କୁ ଶହ ଶହ ବର୍ଷ ଧରି ରହସ୍ୟ ଅନ୍ତରାଳରେ ରଖି ଆସିଥିଲେ, ସେ ରହସ୍ୟ ଆଜି ଲୋକହସା ହେଇ ଦାଣ୍ଡରେ ଦିଶୁଚି । କେହି କେହି ଗର୍ବର ସହ ନିଜ ମୋବାଇଲ୍ ରେ ବ୍ରହ୍ମ ପରିବର୍ତନ ର ଫଟୋ ଦେଖୁଥିବା ବେଳେ ଆଉ କେହି ବ୍ରହ୍ମ ଚୋରୀ ହେଇ ଯାଇଥିବାର ସଂଗୀନ୍ ଆରୋପ ଲଗାଉଛନ୍ତି ।

ସମୁଦାୟ ଘଟଣାକ୍ରମରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମହିମା ଓ ଗୌରବ ର ପ୍ରତିଷ୍ଠିତ ପରମ୍ପରା ଆହତ ହୋଇଚି ।

ରାଜ୍ୟ ବିଜେଡି ରାଜନୀତିର ଦୁଇଜଣ ତୁଂଗ ନେତା ଯିଏକି ଦଇତା ସେବକ ମଧ୍ୟ ଅଟନ୍ତି ସେମାନଙ୍କ ଜିଦ୍ ଯୋଗୁଁ ବ୍ରହ୍ମ ପରିବର୍ତନ ସମୟ ରେ ବିଳମ୍ବ ଘଟିଥିଲା ବୋଲି ଦଳପତି ତଥା ବଳଭଦ୍ରଙ୍କ ବାଡଗ୍ରାହୀ ହଳଧର ଦାସ ମହାପାତ୍ର ସୂଚନା ଦେଇଚନ୍ତି ।

ତେବେ ହଳଧରଙ୍କ ବିରୋଧରେ ପ୍ରତ୍ୟାରୋପ କରିଛନ୍ତି ଯୁବ ଦଇତାପତି ତଥା ବିଜେଡି ନେତା ଜୟକୃଷ୍ଣ ଦାଶ ମହାପାତ୍ର ।

ଏହି ଆରୋପ ପ୍ରତ୍ୟାରୋପ ରାଜନୀତି ରେ ସାଧାରଣ ଭକ୍ତ ର ଆସ୍ଥା ଦୋହଲି ଯାଉଛି । ଏହାକୁ ନେଇ ରାଜନୈତିକ ଦଳ ଗୁଡିକ ମଧ୍ୟ ଗୋଳିଆ ପାଣିରୁ ଲାଭ ଉଠାଇବାକୁ ଚେଷ୍ଟା କରୁଛନ୍ତି । ରାଜ୍ୟ ରାଜନୀତି ରେ ଏହି ଘଟଣା ବିଶ୍ଵାସ ଭାଙ୍ଗିବାର ଏକ ଭୟାନକ ପରିସ୍ଥିତି ସୃଷ୍ଟି କରିଛି ।

ଏହି ଘଟଣା ରେ କିଏ ସତ କିଏ ମିଛ , କିଏ ନାୟକ କିଏ ଖଳ ନାୟକ ତାହା ସମୟ କହିବ । କିନ୍ତୁ ଏହା ଓଡିଆ ଜାତି ର ଇଷ୍ଟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଘୋର ଅପମାନ। ଯେଉଁ ମାନେ ଜଗନ୍ନାଥ ସଂସ୍କୃତିର ରକ୍ଷକ ସେମାନେ ନିଜ ଛୋଟ ସ୍ଵାର୍ଥ ଲାଗି ମହାପ୍ରଭୁଙ୍କୁ ଅପମାନିତ କରିଛନ୍ତି ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ଧର୍ମ Tagged With: ଶ୍ରୀଜଗନ୍ନାଥ

ଲଣ୍ଡନରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତାବ

May 28, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୮(ଓଡ଼ିଶା ଡ଼ଟ୍ କମ୍) ଲଣ୍ଡନରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଏବଂ ଓଡ଼ିଶାରେ ପ୍ରବାସୀ ଭାରତୀୟ ସେଲ୍ ଖୋଲିବାକୁ ସେଠାକାର ଓଡ଼ିଆ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦିଆଯାଇଛି ।

ଲଣ୍ଡନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ରବିବାର ଓଡ଼ିଆ ସମାଜ ସଭାପତି ଡ଼. କଳ୍ପନା ମିଶ୍ରଙ୍କ ଅଧ୍ୟକ୍ଷତାରେ ପଟଲ୍ଲି ରେଷ୍ଟୁରାଣ୍ଟ ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି ।

ଏହି ଅବସରରେ ନବୀନ ଓଡ଼ିଆ ଛାତ୍ର ସଂଘର ସଦସ୍ୟ ମାନଙ୍କୁ ଭେଟି ସେମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଛାତ୍ର ବୃତ୍ତି ତଥା ଭିସା ନିୟମ ନେଇ ସେମାନେ ସମ୍ମୁଖିନ ହେଉଥିବା ସମସ୍ୟା ସଂପର୍କରେ ସଂଘ ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଓଡ଼ିଶାର ହସ୍ତକଳା ହସ୍ତଶିଳ୍ପ ତଥା ହସ୍ତତନ୍ତ ବିଶେରେ ଓଡ଼ିଶାର ଗୌରବ ବଢାଇଛି । ଇଂଲଣ୍ଡରେ ରହୁଥିବା ଓଡ଼ିଆ ଭାଇଭଉଣୀମାନେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ମହାନ୍ ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସଂପର୍କରେ ପ୍ରଚାର କରୁଥିବା ଆନନ୍ଦର ବିଷୟ ବୋଲି ଏହି ଅବସରରେ ନବୀନ କହିଥିଲେ ।

ଓଡ଼ିଶା ସଂପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ସ୍ୱାସ୍ଥ୍ୟ ତଥା ସାମାଜିକ କ୍ଷେତ୍ର ଏବଂ ଅନୁସୂଚିତ ଜନଜାତି ଲୋକମାନଙ୍କ କଲ୍ୟାଣ ପାଇଁ ସରକାର ଗ୍ରହଣ କରିଥିବା ବିଭିନ୍ନ ପକ୍ଷେପ ସଂର୍କରେ ସେ ସୂଚନା ଦେଇଥିଲେ ।

ଉତ୍ସବରେ ମନ୍ତ୍ରୀ ଉଷା ଦେବୀ ଓ ରମେଶ ଚନ୍ଦ୍ର ମାଝୀଙ୍କ ସମେତ ଓଡ଼ିଆ ସମାଜର ସଦସ୍ୟମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଇଂଲଣ୍ଡ, ଓଡ଼ିଆ ସମାଜ, ଛାତ୍ର ବୃତ୍ତି, ଶ୍ରୀଜଗନ୍ନାଥ

ଶ୍ରୀଜଗନ୍ନାଥ ଦର୍ଶନ ସମିତିର “ନେତ ଉତ୍ସବ-୨୦୧୨’

January 2, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୨(ଓଡ଼ିଶା ଡ଼ଟ୍ କମ୍) ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତ ପକ୍ଷରୁ ତ୍ରୟୋଶ ବାର୍ଷିକ ଉତ୍ସବ ଓ ନେତ ଉଡାଣ ଉତ୍ସବ ଦୁଇଦିନ ବ୍ୟାପୀ ମହା ସମାରୋହରେ ଅନୁଷ୍ଠିତ
ହୋଇଯାଇଛି ।

ସନ୍ଥିଆ ଗ୍ରାମବାସୀଙ୍କ ସହଯୋଗରେ ବିଗତ ୪ବର୍ଷ ଧରି ବାଇପାସ୍ ଶ୍ରୀଜଗନ୍ନାଥ ମନ୍ଦିର ପରିସରରୁ ସନ୍ଥଦିଆଡି ସ୍ଥିତ ଶ୍ରୀଜଗନ୍ନାଥ ଗୌଡିୟ ମଠ ପରିସରକୁ ସ୍ଥାନାନ୍ତରିତ କରାଯାଇ ଏହି ଉତ୍ସବ ପାଳନ କରାଯାଇଥିଲା ।

ବର୍ଷର ଶେଷ ଦିବସରେ ସମିତିର ମୁଖ୍ୟ ସଂଯୋଜକ ପଣ୍ଡିତ ଭାଗିରଥି ନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ସେବକ ମିଳନ ମଂଚ ଅନୁଷ୍ଠିତ ହୋଇଥିଲା ।

ମଂଚ ଉଦଘାଟକ ଭାବରେ ସନ୍ଥିଆ ମନମୋହନ ଜୀୟୁ ମଠର ମଠାଧୀଶ ଆଶିଷ ଗୋସ୍ୱାମୀ ଯୋଗାନ କରି ଶ୍ରୀଜଗନ୍ନାଥଙ୍କ ତଥ୍ୟ ଉପରେ ବକ୍ତବ୍ୟ ରଖିଥିଲେ ।

ପରେ ପରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା ।ଉତ୍ସବରଦ୍ୱିତୀୟ ିବସରେ ଷୋଡଶୋପଚାର ପୂଜା ସହ ଯଜ୍ଞ କାର୍ଯ୍ୟକ୍ରମ ସମିତିର ଉପଷ୍ଟୋ ନିଶାକର ସାହୁଙ୍କ ଯଜମାନତ୍ୱରେ ସଂପନ୍ନ ହୋଇଥିଲା ।

ବିଶ୍ୱଶାନ୍ତି ଭ୍ରାତୃପ୍ରେମ ସଂକୀର୍ତନ ପଯାତ୍ରା ଗୌଡିୟ ମଠର ମହନ୍ତ ସିଦ୍ଧାନ୍ତୀ ମହାରାଜଙ୍କ ନେତୃତ୍ୱରେ ବାଇପାସସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ବାହାରି ଭଦ୍ରକ ସହର ପରିକ୍ରମା କରି ସନ୍ଥିଆସ୍ଥିତ ଶ୍ରୀଜଗନ୍ନାଥ ଗୌଡିୟ ମଠରେ ପହଂଚିଥିଲା ।

ଏହି ପଟୁଆରରେ ପ୍ରଚାର ସମିତିର ଶାଖା ମଣ୍ଡଳୀ ବାଲେଶ୍ୱର, ଜଳା, କେନ୍ଦ୍ରାପଡା ସହ ସ୍ଥାନୀୟ
ଅର୍ଣ୍ଣପାଳ, ଅପର୍ତିବିନ୍ଧା, ଗୁଜିରଡା ଗ୍ରାମରୁ ବହୁ ମହିଳା ପୁରୁଷ ସହଯୋଗ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଶ୍ରୀଜଗନ୍ନାଥ, ସନ୍ଥିଆ

୧ ଜାନୁୟାରୀ, ୨୦୧୨ ରବିବାର ନବବର୍ଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

January 1, 2012 by ଓଡିଶା ଡଟ କମ

୧ ଜାନୁୟାରୀ, ୨୦୧୨ ରବିବାର ନବବର୍ଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନବବର୍ଷ, ଶ୍ରୀଜଗନ୍ନାଥ

ଶ୍ରୀଜଗନ୍ନାଥଙ୍କ ମର୍ଯ୍ୟ।ଦ। ରକ୍ଷା ପାଇଁ ସ୍ୱାଭିମାନ ଯାତ୍ରା

November 10, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ନଭେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଆ ଜାତିର ଗର୍ବ ଓ ଗୌରବ ଶ୍ରୀଜଗନ୍ନାଥଙ୍କ ମର୍ଯ୍ୟ।ଦ। ରକ୍ଷା ପାଇଁ ଶ୍ରୀଜଗନ୍ନାଥ ସୁରକ୍ଷା ଅଭିଯାନ ପକ୍ଷରୁ ଗୁରୁବାର ସ୍ୱାଭିମାନ ଯାତ୍ରାର ଆରମ୍ଭ କରାଯାଇଛି ।

ଶ୍ରୀମନ୍ଦିରରୁ ଆଜ୍ଞାମାଳ ଗ୍ରହଣ ଏବଂ ସଂକୀର୍ତନ ମଣ୍ଡଳି ସହ ମନ୍ଦିର ପରିକ୍ରମା ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।

ସରକାରଙ୍କ କମ୍ପାନୀ ପ୍ରୀତି ଆଜି ଓଡ଼ିଆଙ୍କ ଆରାଧ୍ୟ ତଥା ସ୍ୱାଭିମାନର ପ୍ରତୀକ ଶ୍ରୀଜଗନ୍ନାଥଙ୍କ ସ୍ଥିତିକୁ ସଂକଟାପନ୍ନ କରିଛି, ତାଙ୍କ ମର୍ଯ୍ୟ।ଦ। ରକ୍ଷା ପାଇଁ ପ୍ରତ୍ୟେକ ଓଡ଼ିଆ ପ୍ରତିଜ୍ଞାବଦ୍ଧ ହେବାକୁ ଏହି ଅବସରରେ ଉପସ୍ଥିତ ବକ୍ତାମାନେ ଆହ୍ୱାନ ଦେଇଛନ୍ତି ।

ସରକାର ଜଗନ୍ନାଥଙ୍କ ଅମୃତ ମଣୋହୀ ଜମିକୁ ଉପଯୁକ୍ତ ବିନିଯୋଗ କରିବା ପରିବର୍ତେ ଏକ ଘରୋଇ କମ୍ପାନୀକୁ ବିକ୍ରିକରି ସେଥିରୁ ମିଳିଥିବା ଅର୍ଥର ସୁଧରେ ମହାପ୍ରଭୁଙ୍କ ସର୍ବାଙ୍ଗିନ ଉନ୍ନତି ତଥା ପୂଜାପାଠ କରାଯିବା, ଏହାଠାରୁ ଓଡ଼ିଆ ଜାତି ପାଇଁ ଆଉ ଅଧିକ ଲଜ୍ୟାକର ବିଷୟ ହୋଇନପାରେ ବୋଲି ସେମାନେ କହିଛନ୍ତି ।

ଏହି ସ୍ୱାଭିମାନ ଯାତ୍ରା ସମସ୍ତ ୩୦ଟି ଜିଲ୍ଲାକୁ ଯିବ ବୋଲି ଶ୍ରୀଜଗନ୍ନାଥ ସୁରକ୍ଷା ଅଭିଯାନର ଆବାହକ ଉମାବଲ୍ଲଭ ରଥ ଏକ ବିଜ୍ଞପ୍ତିରେ କହିଛନ୍ତି । ଶୁକ୍ରବାର ଏହି ଯାତ୍ରା ନିଆଳି ଫୁଲନଖରା ସାଲେପୁର ଦେଇ କେନ୍ଦ୍ରାପଡ଼ାରେ ପହଂଚିବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଓଡିଆ ଜାତି, ମର୍ଯ୍ୟ।ଦ।, ଶ୍ରୀଜଗନ୍ନାଥ, ସ୍ୱାଭିମାନ

ସୁରକ୍ଷା ସତ୍ୱେ ଶ୍ରୀମନ୍ଦିରରେ ବିଦେଶୀ ପର୍ଯ୍ୟଟକ

November 8, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ନଭେମ୍ବର ୯(ଓଡ଼ିଶା ଡ଼ଟ୍ କମ୍) ବ୍ୟାପକ ସୁରକ୍ଷା ସତ୍ୱେ ପୁରୀ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦରକୁ ପୁଣି ଜଣେ ବିଦେଶୀ ପର୍ଯ୍ୟଟକ ପ୍ରବେଶ କରିଥିବା ବେଳେ ତାଙ୍କୁ ଅଟକ ପରେ ଛାଡ଼ି ଦିଆଯାଇଛି ।

ମଙ୍ଗଳବାର ସନ୍ଧ୍ୟାରେ ଦକ୍ଷିଣ ଆଫ୍ରିକା କେପ୍ଟାଉନର କ୍ରିସେନ୍ ସିଂହଦ୍ୱାରା ସୁରକ୍ଷା ବଳୟ ଡେଇଁ ଜଗମୋହନ ପର୍ଯ୍ୟନ୍ତ ଯିବା ପରେ ସେଠାରେ ସେବାୟତମାନେ ତାଙ୍କୁ ଧରିଥିଲେ, ପୋଲିସ ବୁଧବାର କହିଛି ।

ତୁରନ୍ତ ତାଙ୍କୁ ସିଂହ୍ୱାର ଥାନାରେ ଅଟକ ରଖାଯାଇଥିଲା । ପୋଲିସ ତାଙ୍କୁ ପଚରା ଉଚରା କରିବା ପରେ ସେ ଅଜ୍ଞାତ ବଶତଃ ମନ୍ଦିରରେ ପଶିଥିବା କହିଥିଲେ ଓ ପୋଲିସ ତାଙ୍କୁ ଛାଡ଼ି ଦେଇଥିଲା ।

ତେବେ କାର୍ତିକ ମାସ ଅବସରରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ କିଭଳି ଜଣେ ବିଦେଶୀ ପର୍ଯ୍ୟଟକ ଏହାମଧ୍ୟକୁ ପ୍ରବେଶ କରିପାରିଲେ ତାହା ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ପୁରୀ, ଶ୍ରୀଜଗନ୍ନାଥ

ଶ୍ରୀମନ୍ଦିରରୁ ପଥର ଖସି ଭକ୍ତ ଆହତ,ମୁଖ୍ୟମନ୍ତ୍ରୀଙ୍କ ଉ୍ବେଗ

November 1, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ନଭେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ପୁରୀ ସ୍ଥିତ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରର ପଶ୍ଚିମଦ୍ୱାରରେ ଥିବା ଗୁମୁଟରୁ ମଙ୍ଗଳବାର ପଥର ଖସି ଜଣେ ଭକ୍ତ ଆହତ ହୋଇଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦେଗ ପ୍ରକାଶ କରିଛନ୍ତି ।

ପଥରର ଓଜନ ପ୍ରାୟ ଏକ ଟନ୍ ହେବ ବୋଲି ଜଣାପଡ଼ିଛି । ଘଟଣା ପରେ ପଶ୍ଚିମ ଦ୍ୱାରକୁ ବନ୍ଦ
କରିିଆଯାଇଛି ।

ପୂର୍ବରୁ ମଧ୍ୟ ଏଭଳି ମନ୍ଦିରରୁ ପଥର ଖସିଥିବା ବେଳେ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ସୁରକ୍ଷା ପ୍ରତି କୌଣସି ଧ୍ୟାନ ଦେଉନଥିବାରୁ ସାଧାରଣରେ ଉଦେଗ ପ୍ରକାଶ ପାଇଛି ।

ତେବେ ପଥର ପଡ଼ିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ଦିରର ଉପଯୁକ୍ତ ସଂରକ୍ଷଣ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ବୋକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କୁମାରୀ ଶୈଳଜାଙ୍କୁ ପତ୍ର ଲେଖିଛନ୍ତି ।

ଶ୍ରୀଜଗନ୍ନାଥ ମନ୍ଦିର କେବଳ ଓଡ଼ିଶାର ପ୍ରତୀକ ନୁହେଁ ଏହା ସମଗ୍ର ବିଶ୍ୱର ହିନ୍ଦୁ ଭକ୍ତି ଓ ଭାବନାର ପ୍ରତୀକ । ବର୍ତ୍ତମାନ କାର୍ତିକ ମାସ ଚାଲିଥିବା ବେଳେ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିରହୁଛି । ଏଭଳି ସମୟରେ ପଥର ଖସିବା ଭକ୍ତ ମାନଙ୍କ ଭାବାବେଗକୁ ଆଘାତ କରିଛି ବୋଲି ମୁଖ୍ୟମନ୍ତ୍ରୀ ପତ୍ରରେ ର୍ଶାଇଛନ୍ତି ।

୧୯୭୫ ମସିହାରୁ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ ସଂସ୍ଥା ଉପରେ ନ୍ୟସ୍ତ ଥିବାରୁ ଏହାର ଉପଯୁକ୍ତ ସଂରକ୍ଷଣ ପାଇଁ ସଂପୃକ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପୁରୀ, ଶ୍ରୀଜଗନ୍ନାଥ

ବୋତଲ ଉପରେ ଜଗନ୍ନାଥଙ୍କ ଛବିକୁ ନେଇ ବିକ୍ଷୋଭ

February 9, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଫେବୃୟାରୀ ୭(ଓଡ଼ିଶା ଡ଼ଟ୍ କମ୍) ବୋତଲ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଛବି ଥିବା ଘଟଣାକୁ ନେଇ ସୋମବାର ଶ୍ରୀମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ମନ୍ଦିର ସେବାୟତମାନେ ଓ ଜଗନ୍ନାଥ ସେନାର କର୍ମୀମାନେ ହାତରେ ବ୍ୟାନର, ପ୍ଲାକାର୍ଡ଼ ଧରି ସ୍ଲୋଗାନ ଦେଇ ଏହାର ପ୍ରତିବାଦ କରିଛନ୍ତି । ଅନ୍ୟ ବୋତଲ ସହ ମଦ ବୋତଲରେ ପଟ୍ଟଚିତ୍ର କଳାକାରଙ୍କ ଦ୍ୱାରା କରାଯାଇଥିବା ଜଗନ୍ନାଥଙ୍କ ଚିତ୍ର ନିନ୍ଦନୀୟ ବୋଲି ସେମାନେ କହିଛନ୍ତି ।

ଏହା ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି ବୋଲି ସେମାନେ କହିଛନ୍ତି । ଜଗନ୍ନାଥ ସେନା ପକ୍ଷରୁ ଏ ସଂପର୍କରେ ଚନ୍ଦନପୁର ଥାନାରେ ମାମଲା ରୁଜୁ କରାଯିବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।

ଚିତ୍ରକଳା ଓ ପଟ୍ଟଚିତ୍ରର ଗାଁ ରଘୁରାଜପୁରରେ ବୋତଲ ଉପରେ ଜଗନ୍ନାଥଙ୍କ ଫଟୋଚିତ୍ର କରାଯାଉଥିଲା ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପୁରୀ, ମଦ ବୋତଲ, ମୁଖ୍ୟ ଖବର, ଶ୍ରୀଜଗନ୍ନାଥ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ