• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଶ୍ରୀମନ୍ଦିର

ଶ୍ରୀମନ୍ଦିର ପରିଚାଳନା ଆଇନରେ ପରିବର୍ତ୍ତନ ପାଇଁ ବିଚାର

July 5, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ପୁରୀ,୬ ଜୁଲାଇ (ଓଡିଶା ଡଟ୍ କମ୍): ନବକଳେବର ପାଇଁ ଶ୍ରୀମନ୍ଦିରରେ ହୋଇଥିବା ଶ୍ରୀଜିଉଙ୍କର ବ୍ରହ୍ମ ପ୍ରବର୍ତ୍ତନରେ ବିଭ୍ରାଟକୁ ଲକ୍ଷ୍ୟକରି ଶ୍ରୀମନ୍ଦିର ପରିଚାଳନା ଆଇନରେ ପରିବର୍ତ୍ତନପାଇଁ ସରକାର ବିଚାର କରୁଛନ୍ତି।

ବିଭିନ୍ନ ମତାମତ କୁ ଭିତ୍ତି କରି ଏ ସଂକ୍ରାନ୍ତରେ ଏକ ଚିଠା ପ୍ରସ୍ତୁତ କରିବାପାଇଁ ଆଇନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସଂଶୋଧିତ ଆଇନ ପ୍ରସ୍ତାବ ଉପରେ ଆସନ୍ତା ଶୀତ ଅଧିବେଶନରେ ବିଚାର ବିମର୍ଶ ହେବାର ସମ୍ଭାବନା ରହିଛି ।

ଏହା ପୂର୍ବରୁ ୨୦୦୪ ମସିହାରେ ଗଜପତିଙ୍କ ପରାମର୍ଶ କ୍ରମେ ଶ୍ରୀମନ୍ଦିର ପରିଚାଳନା ଆଇନରେ ବ୍ୟାପକ ପରିବର୍ତ୍ତନ କରଯାଇଥିଲା।
ଓଡିଶା ଡଟ୍ କମ୍

News Bureau
News Bureau

Filed Under: ରାଜନୀତି Tagged With: ଶ୍ରୀମନ୍ଦିର

ଜଗତଗୁରୁ ଶଙ୍କରାଚ।ର୍ଯ୍ୟଙ୍କୁ ମନାଇବ ଶ୍ରୀମନ୍ଦିର ପ୍ରଶାସନ

May 25, 2015 by News Bureau Leave a Comment

ଓଡିଶା ଡଟ କମ ସମ୍ବାଦଦାତା

ପୁରୀ,ମଇ ୨୫ (ଓଡିଶା ଡଟ କମ) : ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବା ପାଇଁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଅନୁରୋଧ କରିବ ଶ୍ରୀମନ୍ଦିର ପ୍ରଶାସନ। ଖୋଦ ଗଜପତି ମହାରାଜ ଏଥିପାଇଁ ଜଗତଗୁରୁଙ୍କୁ ନିମତ୍ରଣ କରିବାକୁ ଯିବେ। ସ୍ନାନ ପୁର୍ଣିମାରେ ଶଙ୍କରାଚ।ର୍ଯ୍ୟଙ୍କ ଆଗମନକୁ ସ୍ଵାଗତ କରାଯିବ ବୋଲି ରବିବାର ଅନୁଷ୍ଠିତ ପରିଚାଳନା କମିଟିର ବୈଠକରେ ସ୍ଥିର ହୋଇଛି।

ଶଙ୍କରାଚ।ର୍ଯ୍ୟଙ୍କ ଉଦବେଗ ଜନିତ ମନ୍ତବ୍ୟ ନେଇ ବୈଠକରେ ୩ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନର ବିବାଦୀୟ ଚିଠି ଯୋଗୁଁ ଜଗତଗୁରୁ ଗତବର୍ଷ ରଥଯାତ୍ରାରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିନଥିଲେ। ତେଣୁ ଆଗାମୀ ରଥଯାତ୍ରାରେ ଜଗତଗୁରୁଙ୍କୁ ସମ୍ମାନର ସହ ନିମତ୍ରଣ କରିବାକୁ ମୁକ୍ତିମଣ୍ଡପ ପଣ୍ଡିତସଭାର ସଭ୍ୟ ପ୍ରସ୍ତାବ ଦେଇଥିଲେ। ସର୍ବସମ୍ମତି କ୍ରମେ ଏହାକୁ ଗ୍ରହଣ କରଯାଇଥିଲା।

ଜୁନ ୨ ରେ ଅନୁଷ୍ଠିତ ହେବାକୁଥିବା ସ୍ନାନଯାତ୍ରାରେ ୬ଜଣ ଶିଷ୍ୟଙ୍କ ସହ ଜଗତଗୁରୁ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ବିଜେ କରିବେ। ଗୋବର୍ଦ୍ଧନ ପୀଠର ଏହି ପ୍ରସ୍ତାବକୁ ପରିଚାଳନା କମିଟି ସ୍ଵାଗତ କରିଛି। ସ୍ନାନବେଦୀରେ ବିଜେ କରିଥିବାବେଳେ ମହାପ୍ରଭୁଙ୍କୁ କୌଣସି ଅଣସେବାୟତ ସ୍ପର୍ଶ କରିପାରିବ ନ।ହିଁ। ଛତିଶ ନିଯୋଗରା ଏହି ପ୍ରସ୍ତାବ ଉପରେ ପରିଚାଳନା କମିଟି ମୋହର ମାରିଛି।

ଏହାଛଡା ହାତୀବେଶ ସୁରକ୍ଷା ଦାୟିତ୍ଵରେ ୪ ଜଣ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯିବ ବୋଲି ସ୍ଥିର ହୋଇଛି। ଲକ୍ଷାଧିକ ଭକ୍ତ ବଡଦାଣ୍ଡରେ ଛିଡା ହୋଇ ମହାପ୍ରଭୁଙ୍କୁ ଦର୍ଶନ କରୁଥିବାରୁ ସ୍ନାନବେଦୀ ଆଗରେ କାହାକୁ ଛିଡାହେବାକୁ ଅନୁମତି ଦିଆଯିବନ।ହିଁ। ସ୍ନାନପୁର୍ଣିମାରା ନୀତି ନିର୍ଘଣ୍ଟ କୁ ବୈଠକରେ ଅନୁମୋଦନ କରାଯାଇଛି। ଏହାର ସେବାୟତଙ୍କ ପାଳିଆ ପୁରସ୍କାର ଦୁଇଗୁଣ ବୃଦ୍ଧି କରାଯାଇଛି।

ଗତ ଏପ୍ରିଲ ୧ ତାରିଖଠାରୁ ଏହା ଲାଗୁ କରାଯିବ। ସେବାୟତଙ୍କ ପାଇଁ ପ୍ରଧାନମନ୍ତ୍ରୀ ବୀମା ଯୋଜନା ଲାଗୁକରାଯିବା। ଏହାର ସମସ୍ତ ଖର୍ଚ୍ଚ ଶ୍ରୀମନ୍ଦିର ପ୍ରଶାସନ ବହନ କରିବ। ଏହାସହ ଦାରୁ ମିଳିଥିବା ଗାଁଗୁଡିକୁ ୫ଲକ୍ଷ ଟଙ୍କା
ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସ୍ଥିର ହୋଇଛି।

ଓଡିଶା ଡଟ କମ

News Bureau
News Bureau

Filed Under: ମୁଖ୍ୟ ଖବର Tagged With: ପ୍ରଶାସନ, ଶଙ୍କରାଚ।ର୍ଯ୍ୟ, ଶ୍ରୀମନ୍ଦିର

ଶ୍ରୀମନ୍ଦିର ପରିଚାଳନାରେ ସରକାରୀ ହସ୍ତକ୍ଷେପକୁ ଶଙ୍କରାଚାର୍ଯ୍ୟଙ୍କ ସମାଲୋଚନା

May 24, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ପୁରୀ, ମଇ ୨୪ (ଓଡିଶା ଡଟ କମ) ଶ୍ରୀମନ୍ଦିର ରୀତିନୀତି ଓ ପରିଚାଳନାରେ ବାରମ୍ବାର ଅଯଥା ହସ୍ତକ୍ଷେପ କରୁଥିବା ଅଭିଯୋଗ କରି ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ଵତୀ ଶନିବାର ସରକାରଙ୍କୁ ବ୍ୟାପକ ସମାଲୋଚନା କରିଛନ୍ତି।

ଏଭଳି ହସ୍ତକ୍ଷେପକୁ ନାପସନ୍ଦ କରି ସରକାର ତୁରନ୍ତ ଏହି ଜଘନ୍ୟ ଅପରାଧରୁ ଦୁରେଇ ରହନ୍ତୁ ଓ ଦଶ ଭିତରେ ସୁଧୁରି ଯାଆନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

ଆଧ୍ୟାତ୍ମିକ, ସାଂସ୍କୃତିକ ଧାର୍ମିକ ଏବଂ ମୋକ୍ଷର ସଂସ୍ଥାନ ହେଉଛି ଶ୍ରୀମନ୍ଦିର । ଅମଲାତନ୍ତ୍ରର ହସ୍ତକ୍ଷେପ ଫଳରେ ମହାପ୍ରଭୁଙ୍କ ସେବା ଓ ପୂଜାରେ ବାରମ୍ବାର ବ୍ୟାଘାତ ସ୍ତୃଷ୍ଟି ହେଉଥିବା ଗୋବର୍ଦ୍ଧନ ମଠରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି।

ଶ୍ରୀମନ୍ଦିର ପରିଚାଳନା ହାତକୁ ନେଇ ସରକାର ସୃଷ୍ଟି କରିଥିବା ମୁଖ୍ୟ ପ୍ରଶାସକ ପଦ ବେଆଇନ ଦର୍ଶାଇ ସେ କହିଛନ୍ତି ଉକ୍ତ ପଦବୀରେ ରହୁଥିବା ବ୍ୟକ୍ତି ବିଶେଷ ନିଜ ସୀମାରେଖା ତଳେ ସୀମାବଦ୍ଧ ନ ରହି ଅଯଥା ଧାର୍ମିକ ବ୍ୟବସ୍ଥାରେ ହସ୍ତକ୍ଷେପ କରୁଛନ୍ତି ।

ଠିକ ସେହି ପରି ଶ୍ରୀମନ୍ଦିର ପରିଚାଳନାରେ ଆମୂଳ ଚୁଳ ପରିବର୍ତ୍ତନ ଆବଶ୍ୟକ ବୋଲି ସେ କହିଛନ୍ତି। ଶଙ୍କରାଚାର୍ଯ୍ୟ ଜଣେ ବ୍ୟକ୍ତି ନୁହନ୍ତି । ସେ ଏକ ଅନୁଷ୍ଠାନ । ସେ ସନାତନ ତଥା ହିନ୍ଦୁ ଧର୍ମର ମୁଖ୍ୟ । ଶଙ୍କରାଚାର୍ଯ୍ୟଙ୍କ ପ୍ରତି ସରକାର ଜଣେ ବ୍ୟକ୍ତିଙ୍କ ଭଳି ଆଚରଣ କରୁଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି ।

ଶଙ୍କରାଚାର୍ଯ୍ୟଙ୍କୁ ଉପଦେଷ୍ଟା ଆଖ୍ୟା ଦେଇ ତାଙ୍କର ଅଧିକାରରେ ହସ୍ତକ୍ଷେପ କରିବାକୁ ରାଜ୍ୟ ସରକାର କିଏ ବୋଲି ସେ ପ୍ରଶ୍ନ କରିଛନ୍ତି । ଶଙ୍କରାଚାର୍ଯ୍ୟ ହେଉଛନ୍ତି ମାର୍ଗ ଦର୍ଶକ । ମାର୍ଗ ଦର୍ଶକ ଓ ଉପଦେଷ୍ଟା ସମାନ ନୁହେଁ ବୋଲି ସେ କହିଛନ୍ତି । ଠିକ ସେହିପରି ନବକଳେବର ସମ୍ପର୍କରେ ସରକାର ତାଙ୍କ ସହ ପରାମର୍ଶ କରୁନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ଧର୍ମ Tagged With: ଜଗନ୍ନାଥ, ଶଙ୍କରାଚାର୍ଯ୍ୟ, ଶ୍ରୀମନ୍ଦିର, ସରକାର

ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଡ ମାରି ସେବାୟତ ଗିରଫ

May 20, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ପୁରୀ, ମଇ ୨୦ (ଓଡିଶା ଡଟ କମ) ଶ୍ରୀମନ୍ଦିରରେ ଠାକୁରଙ୍କ ସାହାଣ ମେଳା ଦର୍ଶନ ବେଳେ ମଙ୍ଗଳବାର ଜଣେ ଭକ୍ତଙ୍କୁ ମାଡ ମାରିବା ଅଭିଯୋଗରେ ଜଣେ ସେବାୟତଙ୍କୁ ଗିରଫ କରିଥିବା ପୁଲିସ କହିଛି ।

ଭଦ୍ରକ ଜିଲ୍ଲାର ସନାତନ ନାୟକ ଓ ତାଙ୍କ ବନ୍ଧୁ ପରିବାର ସହ ସୋମବାର ସନ୍ଧ୍ୟାରେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ପୁରୀରେ ପହଞ୍ଚି ଥିଲେ।

ମଙ୍ଗଳବାର ସକାଳେ ଶ୍ରୀମନ୍ଦିରଙ୍କୁ ଯାଇ ଠାକୁରଙ୍କୁ ଦର୍ଶନ କରି ଫେରୁଥିବା ବେଳେ ଜଣେ ସେବାୟତ ତାଙ୍କୁ ଆକ୍ରମଣ କରି ମାଡ ମାରିଥିବା ସେ ଅଭିଯୋଗ କରିବା ପରେ, ସମ୍ପୃକ୍ତ ସେବାୟତଙ୍କୁ ଗିରଫ କରାଯାଇଥିବା ଜିଲ୍ଲା ପୁଲିସ ମୁଖ୍ୟ ଆଶିଷ କୁମାର ସିଂହ ଓଡିଶା ଡଟ କମକୁ କହିଛନ୍ତି।

ଗିରଫ ହୋଇଥିବା ସେବାୟତଙ୍କ ନାମ ଚନ୍ଦନ ଖୁଣ୍ଟିଆ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅପରାଧ, ଧର୍ମ Tagged With: ପୁରୀ, ଶ୍ରୀମନ୍ଦିର, ସେବାୟତ ଗିରଫ

ଶ୍ରୀମନ୍ଦିର ପ୍ରଶାସନ ଆୟବ୍ୟୟର ସ୍ଵତନ୍ତ୍ର ଅଡିଟ କରିବେ ଏଜି

May 11, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର,  ମଇ ୧୧ (ଓଡିଶା ଡ଼ଟ୍ କମ୍), ପୁରୀ ଶ୍ରୀମନ୍ଦିର ପ୍ରଶାସନର ଆୟବ୍ୟୟର ଏକ ସ୍ଵତନ୍ତ୍ର ଅଡିଟ କରିବାପାଇଁ ରାଜ୍ୟ ସରକାରଙ୍କୁ ମହାଲେଖାକାର (ସିଏଜି) ଚିଠି ଲେଖି ଜଣାଇଛନ୍ତି ।

୨୦୦୯ରୁ ୨୦୧୫ ମସିହା ମଧ୍ୟରେ ସରକାର ଶ୍ରୀମନ୍ଦିର ପ୍ରଶାସନକୁ ପ୍ରାୟ ୪୭.୦୪ କୋଟି ଟଙ୍କା ଅନୁଦାନ ଦେଇଛନ୍ତି ।ଏହା ବ୍ୟତୀତ ଚଳିତ ବର୍ଷ ହେବାକୁ ଯାଉଥିବା ନବ କଳେବରର ଆୟୋଜନ ପାଇଁ ସରକାର ଅତିରିକ୍ତ ତିରିଶ କୋଟି ଟଙ୍କା ଅନୁଦାନ ଦେଇ ସାରିଛନ୍ତି ।

ଯଦିଓ ପ୍ରତିବର୍ଷ ମନ୍ଦିର ପ୍ରଶାସନର ଆୟବ୍ୟୟ ଅଡିଟ ହେଉଛି, ଚଳିତ ବର୍ଷ ଏହାର ସ୍ଵତନ୍ତ୍ର ଅଡିଟ କରିବାପାଇଁ ସିଏଜି ପ୍ରସ୍ତାବ କହିଛି । ମନ୍ଦିର ପ୍ରଶାସନ ଏହି ଅଡିଟ ପାଇଁ ପ୍ରସ୍ତୁତ ଅଛନ୍ତି । ତେବେ ନବ କଳେବର ପାଇଁ ପ୍ରଶାସନ ବ୍ୟସ୍ତ ଥିବାରୁ ଜୁଲାଇ ମାସ ପରେ ଏହା କରିବା ପାଇଁ ସିଏଜିଙ୍କୁ ଜଣାଇ ଦିଆଯାଇଥିବା ମନ୍ଦିର ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି Tagged With: ଅଡିଟ, ଆୟବ୍ୟୟ, ଏଜି, ପ୍ରଶାସନ, ଶ୍ରୀମନ୍ଦିର

ନୂଆବର୍ଷରେ ଶ୍ରୀମନ୍ଦିରରେ ପହୁଡ ହେବନି

December 9, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୯(ଓଡିଶା ଡଟ୍ କମ୍)-୨୦୧୩ ନୂଆବର୍ଷ ପାଳନ ଅବସରରେ ଡିସେମ୍ବର ୩୧ ଏବଂ ଜାନୁଆରି ୧ ତାରିଖରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ବୃଦ୍ଧି ପାଉଥିବାରୁ ଏହି ଦଦୁଇ ଦିନ ମହାପ୍ରଭୁଙ୍କ ବଲ୍ଲଭଭୋଗ ପରେ ହେଉଥିବା ଭିତରକାଠ ପରିମାଣିକ ଟିକଟ ଦର୍ଶନକୁ ବନ୍ଦ ରଖାଯିବ ବୋଲି ନୀତି ସବ୍ କମିଟି ଏବଂ ଛତିଶା ନିଯୋଗ ବୈଠକରେ ନିଷ୍ପତି ନିଆଯାଇଛି ।

ସେହିଭଳି ଡିସେମ୍ବର ୩୧ ତାରିଖ ରାତିରେ ଭକ୍ତଙ୍କ ନବବର୍ଷ ଦର୍ଶନ ଭିଡ ଲାଗି ରହିବ ତେଣୁ ଏହି ରାତିରେ ମହାପ୍ରଭୁଙ୍କ ନିତ୍ୟ ରାତି ପହୁଡ ନୀତି ବନ୍ଦ ରଖାଯିବାକୁ ବୈଠକରେ ନିସ୍ପତି ହୋଇଛି ।

ଡିସେମ୍ବର ୧୫ରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି । ଏହି ନୀତି ଜାନୁଆରି ୧୩ ପର୍ଯ୍ୟନ୍ତ ବଳବତର ରହିବ । ଏହି ନୀତି ସଂପର୍କରେ ବୈଠକରେ ସବିଶେଷ ଆଲୋଚନା ହେବାପରେ ଛିତିଶାନିଯୋଗର ଅନୁମୋଦନ ମିଳିଥିଲା ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ନୂଆବର୍ଷ, ଶ୍ରୀମନ୍ଦିର

୧୯ ତାରିଖରେ ବରଗଡର ଅତାବିରାରେ ଏହି ପଦଯାତ୍ରା ଶେଷ ହେବ ।

November 13, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ,ନଭେମ୍ବର ୧୩(ଓଡ଼ିଶା ଡ଼ଟ୍ କମ୍)-ପବିତ୍ର ଦ୍ୱୀପାବଳୀରେ ପ୍ରୟାଶ୍ରାଦ୍ଧ ଦେବାପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଜନସମାଙ୍ଗମ । ପିତୃ ପୁରୁଷଙ୍କୁ ଶ୍ରାଦ୍ଧଦେବାପାଇଁ ଶ୍ରୀମନ୍ଦିର ବାଇଶୀ ପାହଚରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ହୋଇଥିଲା ।

ବଡବଡୁଆ ଅନ୍ଦାରରେ ଆସି ଆଲୁଅରେ ଯାଅ, ଶ୍ରୀମନ୍ଦିରରେ ମହାପ୍ରସାଦ ଖାଇ ବାଇଶୀ ପାହଚେ ଗଡଗଡଉଥାଅ । ଏମିତି କିଛି ଆଧ୍ୟାତ୍ମକକୁ ନେଇ ଆଜି ସିଂହ ଦ୍ୱାରରେ ଭକ୍ତମାନେ ବଡବଡୁଆଙ୍କୁ ଡାକିଥିଲେ । ଭୋଗ କରିବା ସହ ଦୀପ ଜାଳିଥିଲେ ।

ବିଶ୍ୱାସ କରାଯାଏ ବାଇଶୀ ପାହଚରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ ଏବଂ କାଉଁରିଆ ଧରି ବଡବଡୁଆଙ୍କୁ ଡାକିଲେ ପରିବାରରେ ସୁଖ ସମୃଦ୍ଧି ବଢେ । ବାଇଶୀ ପାହଚରେ ଶ୍ରାଦ୍ଧ ଦେବାପରେ ଭକ୍ତମାନେ ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠିଧରି ତାଦେହରେ ନିଆଁ ଲଗାଇ ବଡବଡୁଆକୁ ଡାକିଥିଲେ ।

ଲୋକଙ୍କ ସମାଗମ ଦେଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କାକୁଡିଖାଇ ଛକ, ଗାଣ୍ଡୁଆ ଚଉରା ଛକ ଏବଂ ଦୋଳଗୋବିନ୍ଦ ସାହି ଛକରୁ ୱାନୱେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ଯାନ ବାହାନ ଗୁଡିକୁ ମନ୍ଦିର ନିକଟକୁ ଛଡା ଯାଉନାହିଁ । ମାର୍କେଟ ଛକ ଠାରୁ ସହର ଭିତରୁକ ଯାନବାହନ ଚଳାଚଳ ବନ୍ଦ ରହିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କାଉଁରିଆ କାଠି, ଦ୍ୱୀପାବଳୀ, ବରଗଡ଼, ଶ୍ରୀମନ୍ଦିର

ଶ୍ରୀମନ୍ଦିରରେ ଚୂନପଥର ଖସି ସେବାୟତ ଆହତ

October 7, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍:ଜୁପିଟର ଦାସ

ପୁରୀ,ଅକ୍ଟୋବର ୭(ଓଡ଼ିଶା ଡ଼ଟ୍ କମ୍)-ପୁରୀ ଶ୍ରୀମନ୍ଦିର ପରିସରରେ ଏକ ଚୂନପଥର ଖସିପଡ଼ିବାରୁ ଜଣେ ସେବାୟତ ରବିବାର ଆହତ ହୋଇଛନ୍ତି ।

ପ୍ରାୟ ଏକ କିଲୋଗ୍ରାମ ଓଜନର ଏହି ଚୂନପଥର କେଉଁ ସ୍ଥାନରୁ ଖସିଛି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନଥିବା ମନ୍ଦିରର ସୂଚନା ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି । ତେବେ ମୂଖ୍ୟ ମନ୍ଦିରରୁ ଏହା ପଡ଼ିନାହିଁ ବୋଲି ସେ କହିଛନ୍ତି ।

ଦେବୀ ପ୍ରସାଦ ପଣ୍ଡା ନାମକ ସେବାୟତ ଏହି ଚୂନପଥର ଦ୍ୱାରାଆହତ ହୋଇ ମେଡିକାଲରେ ଭର୍ତି ହୋଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଶ୍ରୀମନ୍ଦିର, ସେବାୟତ ଆହତ

ସର୍ବସାଧାରଣଙ୍କ ପାଇଁ ପୁଣି ଶ୍ରୀମନ୍ଦିର ସିଂହଦ୍ୱାର ଖୋଲା

June 2, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଜୁନ୍ ୨(ଓଡ଼ିଶା ଡ଼ଟ୍ କମ୍) ମରାମତି କାର୍ଯ୍ୟ ଯୋଗୁଁ ଦୀର୍ଘ ଦୁଇ ସପ୍ତାହରୁ ଅଧିକଦିନ ଧରି ବନ୍ଦ ରହିଥିବା ଶ୍ରୀମନ୍ଦିରର ସିଂହଦ୍ୱାର ଶନିବାର ଠାରୁ ପୁଣି ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଛି ।

ଗୁମୁଟରେ ଖଞ୍ଜାଯାଇଥିବା ଲୁହା ପାଇପ ଖୋଲାଯାଇଥିବା ବେଳେ ଏଡି ବାଟ ଦେଇ ଭକ୍ତମାନେ ମନ୍ଦିରରେ ପ୍ରବେଶ ଓ ପ୍ରସ୍ଥାନ କରିଛନ୍ତି । ଗୁମୁଟ ଉପରେ ଥିବା ପଥରକୁ ଯୋଡ଼ାଇଯାଇ ସେଥିରେ ଲୁହା ସପୋର୍ଟ ଦିଆଯାଇଛି ।

ରଥଯାତ୍ରା ପୂର୍ବରୁ ଗୁମୁଟ ମରାମତି କାର୍ଯ୍ୟ ଶେଷ କରାଯିବ ଏବଂ ସିଂହଦ୍ୱାରକୁ ସର୍ବସାଧାରଣଙ୍କ ଯାତାୟତ ପାଇଁ ଉନ୍ମୁକ୍ତ କରାଯିବ ବୋଲି ଭାରତୀୟ ପ୍ରତନତତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ କୁହାଯାଇଥିଲା ।

ତେବେ ନୀତି ସଂପାଦନ ପାଇଁ ସିଂହଦ୍ୱାର ଦେଇ ଯାତାୟତ ଜରୁରୀ ହୋଇଥିବାରରୁ ଶ୍ରୀମନ୍ଦିର ପ୍ରଶାସନ ସିଂହଦ୍ୱାରକୁ ଉନ୍ମୁକ୍ତ କରିବା ପାଇଁ ନିଷ୍ପତି ନେଇଥିଲେ । ବୈଷୟିକ କମିଟିର ତାରଖରେ ଏସବୁ କାର୍ଯ୍ୟ କରାଯାଇ ସିଂହଦ୍ୱାରକୁ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଶ୍ରୀମନ୍ଦିର, ସିଂହଦ୍ୱାର

ମରାମତି ପାଇଁ ଶ୍ରୀମନ୍ଦିର ସିଂହଦ୍ଵାର ସାମୟିକ ବନ୍ଦ

May 16, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ମଇ ୧୬(ଓଡ଼ିଶା ଡ଼ଟ୍ କମ୍) ମରାମତି କାର୍ଯ୍ୟ ପାଇଁ ସାମୟିକ ଭାବେ ବୁଧବାର ଠାରୁ ଶ୍ରୀମନ୍ଦିର ସିଂହଦ୍ୱାରାେଇ ଭକ୍ତଙ୍କ ଯାତାୟାତ ବନ୍ଦ କରାଯାଇଛି ।

ଏହି ସମୟ ମଧ୍ୟରେ ସେମାନେ ଅନ୍ୟ ତିନି୍ଦ୍ଵାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଉଛି ।

ଦୀର୍ଘଦିନ ଧରି ସିଂହଦ୍ଵାର ଗୁମୁଟ ଦୁର୍ବଳ ଥିବାରୁ ସ୍କାଫୋଲଡ଼ିଂ କରାଯାଇ ଗୁମୁଟ ମରାମତି କାର୍ଯ୍ୟ ଜାରି ରହିଛି । ଭାରତୀୟ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ଆଜି ଠାରୁ ଗୁମୁଟ ଭିତରେ ପଥର ଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ।

ତେଣୁ ଏହି ରାସ୍ତା ଦେଇ ଭକ୍ତମାନେ ଯାତାୟତ କରିପାରିବେ ନାହିଁ । ତେବେ ମନ୍ଦିରର ନୀତି ଦୃଷ୍ଟିରୁ ପ୍ରତ୍ୟହ ସିଂହଦ୍ଵାର ଯଥାରୀତି ଖୋଲାଯିବ ଏବଂ ବନ୍ଦ ହେବ ବୋଲି କୁହାଯାଇଛି । ସ୍ନାନପୂର୍ଣ୍ଣିମା ପୂର୍ବରୁ ଏହି ମରାମତି କାର୍ଯ୍ୟ ଶେଷ ହୋଇଯିବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପୁରୀ, ଶ୍ରୀମନ୍ଦିର

  • Go to page 1
  • Go to page 2
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ