• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଶ୍ରୀରାମ ନିଗମେଶ୍ୱର ମନ୍ଦିର

ଦିବ୍ୟ ଜୀବନ ସଂଘ ସମ୍ମିଳନୀ:ହରିଓଁ ଶବ୍ଦରେ ସଭାସ୍ଥଳୀ

January 18, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୧୮(ଓଡିଶା ଡଟ୍ କମ୍)- ଯିଏ ଗୁୁରୁ ସେ ହିଁ ଭଗବାନ । ଯିଏ ଭଗବାନ ସେ ହିଁ ଗୁରୁ । ସମସ୍ତଙ୍କ ଶରୀରରେ ଭଗବାନ ବିଦ୍ୟମାନ । ଯେ ପର୍ଯ୍ୟନ୍ତନିଜେ ନିଜକୁ ସେବକ ବୋଲି ନ ଭାବିଛି, ଅନ୍ୟଙ୍କୁ ଗୁରୁ ବା ସେବକ ବୋଲି ନମଣିଛି, ସେ ଭଲ ବ୍ୟକ୍ତି ହୋଇପାରିବ ନାହିଁ ।

ତେଣୁ ଜପତପ ଓ ହରିନାମ ବଳରେ ନିଜକୁ ଶୁଦ୍ଧକର ଏକଥା କହିଛନ୍ତି କଟକ ଶ୍ରୀରାମ ନିଗମେଶ୍ୱର ମନ୍ଦିରର ସାଧୁ ସ୍ୱାମୀ ଅସୀମାନନ୍ଦ ସରସ୍ୱତୀ ମହାରାଜ । ସେ କହିଛନ୍ତି ଭକ୍ତିରେ ମଜିଯାଇ ହଜିଗଲେ ଆତ୍ମଜ୍ଞାନ ପ୍ରକଟିତ ହେବ । ଆତ୍ମଜ୍ଞାନ ହିଁ ପ୍ରକୃତ ଜ୍ଞାନ ।

IMG_1625

ଶୁକ୍ରବାର ସ୍ଥାନୀୟ ଜନତା ମଇଦାନ ଠାରେ ନିଖିଳ ଉତ୍କଳ ଦିବ୍ୟଜୀବନ ସଂଘର ୩୫ତମ ଆଧ୍ୟାତ୍ମିକ ସମ୍ମିଳନୀର ୨ୟ ଦିବସରେ ସ୍ୱାମୀ ଅସୀମାନନ୍ଦ ସରସ୍ୱତୀ ମହାରାଜଙ୍କ ସମେତ ସ୍ୱାମୀ ଦେବଭକ୍ତାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ନିର୍ଲିପ୍ତାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ଧର୍ମନିଷ୍ଠାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ସଦାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ଆନନ୍ଦସ୍ୱରୂପାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ପ୍ରେମାନନ୍ଦ ସରସ୍ୱତୀ ମହାରାଜ ପ୍ରମୁଖ ଭକ୍ତମାନଙ୍କୁ ଗୁରୁ ସ୍ତ୍ରୋତ୍ର, ପ୍ରାତଃସ୍ମରଣ, ଶାନ୍ତିପାଠ, ଧ୍ୟାନ, ଯୋଗାସନ ଓ ପ୍ରାଣାୟାମ ଉପରେ ଆଦର୍ଶୀବଚନ ପ୍ରଦାନ କରିଥିଲେ ।

ଭୁବନେଶ୍ୱର ଚିନ୍ମୟ ମିଶନର ସ୍ୱାମୀ ସଦାନନ୍ଦ ସରସ୍ୱତୀ ମହାରାଜ ଗୀତାର ଦଶ ଅଧ୍ୟାୟର ବାଖ୍ୟା କରିବା ଅବସରରେ କହିଥିଲେ ଯେ, ଭଗବାନ ସବୁ ପ୍ରାଣୀର ହୃଦୟରେ ଅନ୍ତର୍ଯ୍ୟାମୀ ରୁପରେ ଅବସ୍ଥିତ ଏବଂ ସେ ବେଦ ଦ୍ୱାରାଜାଣିବାର ଯୋଗ୍ୟ ।

ଯେଉଁମାନେ ଆତ୍ମାକୁ ତତ୍ୱତଃ ଜାଣିଛନ୍ତି ସେମାନେ ହିଁ ଯୋଗୀ । ଅନ୍ତଃକରଣ ସୁଦ୍ଧିଃ ବିହୀନ ବ୍ୟକ୍ତିମାନେ ଆତ୍ମାକୁ ଜାଣିପାରିବେ ନାହିଁ । ସ୍ୱାମୀ ଅସୀମାନନ୍ଦ ସରସ୍ୱତୀ ମହାରାଜ ତାଙ୍କ ଆର୍ଶୀବଚନ ରେ କହିଥିଲେ ଯେ ଜୀବନ ଦୁର୍ଲଭ ।

ନର ରୂପରେ ଏହି ଜୀବନ ଅନ୍ୟକୁ ଚିହ୍ନାଇ ଦେବା ପାଇଁ ଭଗବାନଙ୍କ ସୃଷ୍ଟି । ଭଗବାନ ସମସ୍ତ ଶରୀରରେ ବିଦ୍ୟମାନ । ବାସ୍-ମତ୍ -ଛୋଡ଼ୋ – ବାସନା ଛୋଡ଼ୋ । ଭକ୍ତ ମାନଙ୍କ ଉଦେ୍ଧଶ୍ୟରେ ସେ କହିିଥିଲେ ଯେ ଘର ବା ବାସ ଛାଡ଼ ନାହିଁ ।

ବାସନା ତ୍ୟାଗକର, ଅର୍ଥାତ୍ ଛାଡ଼ । ସେ ଭକ୍ତ ମାନଙ୍କୁ ଇଶ୍ୱରଙ୍କ ନିକଟତର ହେବାକୁ ହେଲେ ଚାରୋଟି ମାଧ୍ୟମ ବିଷୟରେ ବାଖ୍ୟା କରିଥିଲେ । ଇଶ୍ୱରବାଦ, ଗୁରୁବାଦ, ଶାସ୍ତ୍ରବାଦ ଓ ଜନ୍ମାନ୍ତବାଦ ।

କୈଳାଶ ଆଶ୍ରମ ଋଷିକେଶର ସାଧୁ ସ୍ୱାମୀ ଆନନ୍ଦସ୍ୱରୁପାନନ୍ଦ ସରସ୍ୱତୀ ମହାରାଜ, ଆଦି ଶଙ୍କରାଚାର୍ଯ୍ୟଙ୍କର ସାଧନା ଚତୁସ୍ଥୟାର ବାଖ୍ୟା କରି ଭକ୍ତମାନଙ୍କୁ କହିଥିଲେ ଯେ ଯେଉଁ ରୂପରେ ହେଉ ଭଗବାନଙ୍କୁ ଭକ୍ତି କର । ତାଙ୍କର ବାଣୀ ଗ୍ରହଣ କରି ସେବା ମନୋଭାବ ପୋଷଣ କଲେ ପୂଣ୍ୟଅର୍ଜନ କରିବ ।

ସେ କହିଲେ ଯେ ଜ୍ଞାନ ସହ କର୍ମକଲେ ଜୀବନର ପରିପୂର୍ଣ୍ଣତା ଆସିବ । ସେ କର୍ମଯୋଗ, ଜ୍ଞାନଯୋଗ, ଭକ୍ତିଯୋଗ ଓ ସମନ୍ୱୟଯୋଗ ଉପରେ ଆର୍ଶୀବଚନ ପ୍ରଦାନ କରିଥିଲେ । ସାନ୍ଧ୍ୟ ଅଧିବେଶନରେ ଋଷିକେଶ ଦିବ୍ୟଜୀବନ ସଂଘର ପରିଚାଳନା ସମିତି ସଭ୍ୟ ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ପଦ୍ମନାଭାନନ୍ଦ ସରସ୍ୱତୀ ମହାରାଜ ଏବଂ ମହାମଣ୍ଡଳେଶ୍ୱର ଅନନ୍ତ ଶ୍ରୀ ସ୍ୱାମୀ ଦିବ୍ୟାନନ୍ଦ ସରସ୍ୱତୀ ମହାରାଜ ଆଦର୍ଶୀବଚନ ପ୍ରଦାନ କରିଥିଲେ ।

ପ୍ରାତଃ ୬ଘଟିକାରୁ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ ରାତ୍ରୀ ୮ଘଟିକା ୩୦ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ଏହି କାର୍ଯ୍ୟକ୍ରମରେ ୧୦ହଜାରରୁ ଉର୍ଦ୍ଧ ଭକ୍ତ ଯୋଗଦେଇ ଶାନ୍ତିଶୃଙ୍ଖଳା ସହ ସାଧୁମାନଙ୍କର ଆଦର୍ଶୀବଚନ ଗ୍ରହଣ କରିଥିଲେ ।

ଏହାପରେ ଭଜନ ଓ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଦିବ୍ୟ ଜୀବନ ସଂଘର ସତ୍ୟେନ୍ଦ୍ରନାରାୟଣ ତ୍ରିପାଠୀ, ବିଶ୍ୱମୋହନ ପଟ୍ଟନାୟକ, ଜୟଚନ୍ଦ୍ର ନାୟକ, ଅଦୈତ ପ୍ରସାଦ ବିଶ୍ୱାଳ, ଜଗନ୍ନାଥ ପଟ୍ଟନାୟକ ଓ ଜ୍ୟୋତିରଂଜନ ଦାସ ପ୍ରମୁଖ ପରିଚାଳନା କରିଥିଲେ ।

ଶେଷରେ ଦିବ୍ୟ ଜୀବନ ସଂଘର ଉପସଭାପତି ସ୍ୱାମୀ ନିର୍ଲିପ୍ତାନନ୍ଦ ସରସ୍ୱତୀ ମହାରାଜ ଭକ୍ତମାନଙ୍କୁ ସେମାନଙ୍କର ଧେର୍ଯ୍ୟ ଓ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ । ଏହି ଆଧ୍ୟାତ୍ମିକ ସମ୍ମିଳନୀରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୧୦ହଜାର ପ୍ରତିନିଧି ଯୋଗଦେଇଥିଲେ । ଏହା ଆସନ୍ତା କାଲି ପର୍ଯ୍ୟନ୍ତ ଚାଲିବ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଜନତା ମଇଦାନ, ଶ୍ରୀରାମ ନିଗମେଶ୍ୱର ମନ୍ଦିର, ସାଧୁ ସ୍ୱାମୀ ଅସୀମାନନ୍ଦ ସରସ୍ୱତୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ