• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଷ୍ଟେସନ

ଭଦ୍ରକ: ଷ୍ଟେସନ ରାସ୍ତା ସମ୍ପ୍ରସାରଣ ନେଇ ଜନଆନ୍ଦୋଳନ

June 14, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜୁନ୍ ୧୪(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଚରମ୍ପା ଛକ ଠାରୁ ଭଦ୍ରକ ରେଳ ଷ୍ଟେସନ ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ନିୟମାନୁଯାୟୀ ଓସାରିଆ କରିବା ଦାବିରେ ଜନଆନ୍ଦୋଳନ ଦେଖାଦେଇଛି ।

ଏ ନେଇ ଗୁରୁବାର ବିଜୁ ଛାତ୍ର ଜନତା ଦଳର ସଭାପତି ରାକେଶ ପଣ୍ଡାଙ୍କ ନେତୃତ୍ୱରେ ସ୍ଥାନୀୟ ଅଞ୍ଚଳର ବହୁ ସରପଞ୍ଚ ଓ ସାଧାରଣ ଲୋକ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।

ଚରମ୍ପା ଠାରୁ ଭଦ୍ରକ ଷ୍ଟେସନ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ସମ୍ପ୍ରସାରଣ ନିମନ୍ତେ ଭଦ୍ରକ ସ୍ଥିତ ପୂର୍ତ ଓ ଗୃହ ନିର୍ମାଣ ବିଭାଗ ଏକ ଟେଣ୍ଡର ଆହ୍ୱାନ କରିଥିଲା ।

ଉକ୍ତ ରାସ୍ତାଟି ଦୀର୍ଘଦିନରୁ ଅତି ସଂକୀର୍ଣ୍ଣ ଏବଂ ଜନଗହଳି ପୂର୍ଣ୍ଣ ହୋଇଥିଲା । ରେଳ ଷ୍ଟେସନ ଠାରେ ସିମେଣ୍ଟ ଠାରୁ ଆରମ୍ଭ କରି ବହୁ ଗୋଦାମ ଘର ଥିବାରୁ ଉକ୍ତ ରାସ୍ତା ଦେଇ ଦୁଇ ଶହରୁ ତିନି ଶହ ପର୍ଯ୍ୟନ୍ତ ଟ୍ରକ ଗୋଦାମ ଗୁଡ଼ିକରୁ ବିଭିନ୍ନ ଜିଲ୍ଲାକୁ ମାଲ ପରବହନ କରିଥାନ୍ତି ।

କିନ୍ତୁ ରାସ୍ତାକୁ ଚଉଡ଼ା କରାଇ ନଦେବା ପାଇଁ କେତେକ ବ୍ୟକ୍ତି ନିଜର ସ୍ୱାର୍ଥ ସାଧନ ଉଦ୍ଦେଶ୍ୟରେ ଚକ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି । ତେଣୁ ସେମାନେ ଏହି ରାସ୍ତା ମଝିରେ ଏକ ମେଡ଼ିଆନ ନିର୍ମାଣ କରି ଗୋଟିଏ ପାର୍ଶ୍ଵ ରାସ୍ତାକୁ ୨୨ଫୁଟ ରଖି ପରେ ନିର୍ମାଣ ପାଇଁ ଦାବି କରିଛନ୍ତି ।

ଯଦି ଅଳ୍ପ କେତେକ ବ୍ୟକ୍ତିଙ୍କ ଚକ୍ରାନ୍ତରେ ଉକ୍ତ ରାସ୍ତାକୁ ପୂର୍ବ ନିର୍ଦ୍ଧାରିତ ମାପ ଅନୁଯାୟୀ କରାନଯାଏ ତେବେ ଗଣଧାରଣା ଓ ରାସ୍ତାରୋକ ପରି ଆନ୍ଦୋଳନାତ୍ମକ ପନ୍ଥାର ଆଶ୍ରୟ ନଦିଆଯିବ ବୋଲି ସେମାନେ କହିଛନ୍ତି ।

ସୂଚନାଯୋଗ୍ୟ ଚରମ୍ପା ବଜାର ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ଏଥିରେ ସୁଧାର ଆଣିବା ନିମନ୍ତେ ପରିବହନ ବିଭାଗର ଅଧିକାରୀମାନେ ଚରମ୍ପା ଛକ ଠାରୁ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତାର ସଂପ୍ରସାରଣ ଓ ଏକ ପାଖିଆ ରାସ୍ତା ନିର୍ମାଣ ପାଇଁ ସର୍ଭେ କରିଥିଲେ ।

ବିଭାଗୀୟ ଅଧିକାରୀଙ୍କ ରିପୋର୍ଟ ଭିତ୍ତିରେ ଏହାର କାର୍ଯ୍ୟକାରୀତା ପାଇଁ ରାଜ୍ୟ ସରକାର ଡ଼୍ରେନ ନିର୍ମାଣ ବାବଦରେ ୯୨ଲକ୍ଷ ଏବଂ ରାସ୍ତା ନିର୍ମାଣ ପାଇଁ ୨୬ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ ।

ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚରମ୍ପା ଛକ ଠାରୁ ଷ୍ଟେସନ ପର୍ଯ୍ୟନ୍ତ ମୋଟ ୪ଶହ ମିଟର ଦୈର୍ଘ୍ୟର ଏହି ରାସ୍ତାର ଉଭୟ ପାର୍ଶ୍ଵ ୧୮ଫୁଟ, ଡ଼ିଭାଇଡ଼ର ୨ଫୁଟ, ଉଭୟ ପାର୍ଶ୍ଵରେ ଡ଼୍ରେନ ନିର୍ମାଣ ପାଇଁ ୫ ଫୁଟ୍ ଏହିପରି ମୋଟ ୪୮ଫୁଟର ରାସ୍ତା ପାଇଁ ଟେଣ୍ଡର ହୋଇଥିଲା ।

ଉକ୍ତ ରାସ୍ତା ନିର୍ମାଣ ବାବଦକୁ ୩୬ ଓ ଡ଼୍ରେନ ନିର୍ମାଣ ପାଇଁ ୯୨ଲକ୍ଷ ଏହିପରି ମୋଟ ୧୨୮ ଲକ୍ଷ ଟଙ୍କାର ଟେଣ୍ଡର ହୋଇ କାର୍ଯ୍ୟାରମ୍ଭ ହେବାକୁ ସ୍ଥିର ହୋଇଛି । ମାତ୍ର ସଂପୃକ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ସରକାରୀ ଜମିକୁ ନିଜ ଖଲରେ ରଖି କେତେକ ବ୍ୟକ୍ତି ବ୍ୟବସାୟ ଚଳାଇଛନ୍ତି ଯେଉଁମାନଙ୍କୁ ଉଚ୍ଛେଦ କରି ଥଇଥାନ କରିବାର ଯୋଜନା ଅଛି ।

ଚରମ୍ପା ଛକ ଠାରୁ ଡ଼ାହାଣିଗଡ଼ିଆ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ଗଢ଼ି ଉଠିଥିବା ଗ୍ୟାରେଜ ଗୁଡ଼ିକୁ ଉଚ୍ଛେଦ କରିବା, ସାଧାରଣ ଜନତାଙ୍କ ଯାତାୟାତରେ ସୁବିଧା ପାଇଁ ଟ୍ରାଫିକ ସମସ୍ୟାରେ ସୁଧାର ଆଣିବା ଆଦି ଉଲ୍ଲେଖ କରି ସେମାନେ ଦାବିପତ୍ରର ନକଲ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଭଦ୍ରକ ସାଂସଦ, ବିଧାୟକ, ଜିଲା ପରିଷଦ ସଭାପତି ଓ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଭଦ୍ରକ, ଷ୍ଟେସନ

ଭୁବନେଶ୍ୱର: ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

January 18, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ସ୍ଥିତ ମଂଚେଶ୍ୱର ଷ୍ଟେସନରେ ବୁଧବାର ଏକ ମାଲବାହୀ ଟ୍ରେନ୍ ଲାଇଚ୍ୟୁତ ହୋଇଥିବା ବେଳେ ଏଥିରେ କେହି ମୃତାହତ ହୋଇନାହାନ୍ତି ।

ଆନ୍ଧ୍ରପ୍ରଦେଶରୁ ଆସୁଥିବା ଏହି ସିମେଂଟ ବୋଝେଇ ଟ୍ରେନ୍ଟି ଟ୍ରାକ୍ ପରିବର୍ତନ କରୁଥିବା ବେଳେ ଏହାରଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା ।

ଫଳରେ କଟକ-ଭୁବନେଶ୍ୱର ଲାଇନରେ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଥିଲା । ଲାଇନ ଠିକ୍ ହେବା
ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିବା ରେଳବାଇର ଜଣେ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଭୁବନେଶ୍ୱର, ଷ୍ଟେସନ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ