• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସଂଘର୍ଷ

ମାଛଧରାକୁ କେନ୍ଦ୍ର କରି ଆକ୍ରମଣ, ୩ ଗୁରୁତର ୧ ନିଖୋଜ

June 8, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜୁନ୍ ୮(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲାରେ ଶୁକ୍ରବାର ମାଛ ଧରାକୁ କେନ୍ଦ୍ର କରି ଗୋଟିଏ ପରିବାରର ଦୁଇ ଭାଇ ମଧ୍ୟରେ ସଂଘର୍ଷ ହେବାରୁ ଏଥିରେ ଜଣେ ପୁରୁଷ ଓ ଦୁଇ ଜଣ ମହିଳାଙ୍କ ସମେତ ତିନି ଜଣ ଆହତ ହୋଇଥିବା ବେଳେ ଅନ୍ୟଜଣେ ମହିଳା ନିଖୋଜ ଅଛନ୍ତି ।

ଅଗରପଡ଼ା ଥାନା ଅଧିନସ୍ଥ ବୋଡ଼କ ପାଟଣା ଗ୍ରାମରେ ଏକ ପୋଖରୀରେ ଉକ୍ତ ଗ୍ରାମର ଲକ୍ଷ୍ମଣ ରାଉତଙ୍କ ପୁତ୍ର ରମେଶ ରାଉତ, ରାଜକିଶୋର ରାଉତ ଓ ଚକ୍ରଧର ରାଉତ ପମ୍ପ ଲଗାଇ ମାଛ ଧରୁଥିବା ବେଳେ ଏହା ଯୌଥ ସମ୍ପତି ହୋଇଥିବାରୁ ଶ୍ରୀଧର ଏହାକୁ ବିରୋଧ କରିଥିଲେ ।

ଏଥିରେ ଉତକ୍ଷିପ୍ତ ହୋଇ ଉପରୋକ୍ତ ବ୍ୟକ୍ତିମାନେ ଶ୍ରୀଧର ସମେତ ତାଙ୍କ ପରିବାର ଉପରେ ମାରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣରେ ଶ୍ରୀଧର ଓ ତାଙ୍କ ଦୁଇ କନ୍ୟା ଆହତ ହୋଇଥିଲେ ।

ତେବେ ଉକ୍ତ ଲୋକମାନେ ଶ୍ରୀଧରଙ୍କ ପତ୍ନୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ତେବେ ଶ୍ରୀଧର ଏନେଇ ଥାନାକୁ ଯିବାକୁ ଚାହିଁବାରୁ ସଂପୃକ୍ତ ଅଭିଯୁକ୍ତ ମାନେ ତାଙ୍କୁ ଥାନାକୁ ଯିବାକୁ କିମ୍ବା ଆହତଙ୍କୁ ଡ଼ାକ୍ତରଖାନା ଯିବାକୁ ଦେଇନଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଭଦ୍ରକ, ସଂଘର୍ଷ

ପୋସ୍କୋ ଅଞ୍ଚଳରେ ସଂଘର୍ଷ, ୧ମୃତ, ୨୫ ଆହତ

December 14, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ପୋସ୍କୋ ଅଞ୍ଚଳରେ ଚାଲିଥିବା ରାସ୍ତା କାମକୁ ନେଇ ବୁଧବାର ସଂଘର୍ଷ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି ।

ରାସ୍ତା କାମକୁ ବିରୋଧ କରି ଆଜି ବିରୋଧୀମାନେ ଢିଙ୍କିଆ ସୀମାରେ ଧାରଣାରେ ବସିଥିବା ବେଳେ ଏହି କାମ କରୁଥିବା ଠିକାଦାରଙ୍କ ଲୋକମାନେ ସେଠାକୁ ଆସିଥିଲେ ।

ତେବେ କାମ ନକରି ସେଠାରୁ ଚାଲିଯିବାକୁ ବିରୋଧୀମାନେ ସେମାନଙ୍କୁ କହିଥିଲେ ଏବଂ ଠିକାଦାରଙ୍କ ଲୋକମାନେ ଚାଲିଯାଇଥିଲେ ।

ପରେ କିଛି ସମୟ ପରେ ସଂପୃକ୍ତ ଠିକାଦାରଙ୍କ ଲୋକମାନେ ପୁଣି ସେଠାକୁ ଆସିଥିବା ବେଳେ ଉଭୟ ପକ୍ଷରୁ ବୋମାମାଡ଼ ଓ ଢେଲାମାଡ଼ ହୋଇଥିଲା ଏବଂ ଏହି ବୋମାମାଡ଼ରେ ସାମଗୋଲା ଗ୍ରାମର ୪୦ ବର୍ଷ ବୟସ୍କ ଦିଜ୍ୱବର ସ୍ୱାଇଁଙ୍କ ମୃତ୍ୟୁ ହୋଇଛି ।

ତେବେ ଘଟଣାସ୍ଥଳରୁ ପ୍ରକଳ୍ପ ବିରୋଧୀମାନେ ନହରଣ ଗ୍ରାମର ରଞ୍ଜନ ଦାସ ଏବଂ ତାଙ୍କ ସହଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ନେଇଯାଇଥିବା ଅଭିଯୋଗ ହୋଇଛି ।

ସକାଳୁ ସଂପୃକ୍ତ ନିର୍ମାଣ କମ୍ପାନୀର କେତେକ ଲୋକ ଢିଙ୍କିଆ ସୀମାରେ ପହଞ୍ଚି ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କଲେ ଅସୁବିଧା ହେବ କହି ଧାରଣାରତ ଲୋକଙ୍କୁ ଧମକ ଦେଇଥିଲେ ବୋଲି ପୋସ୍କୋ ବିରୋଧି ନେତା ବାବୁଲି ରାଉତ କହିଛନ୍ତି ।

ତେବେ ଉକ୍ତ କମ୍ପାନୀର ପ୍ରାୟ ଦୁଇ ଶହ ଯୁବକ ବୋଷକାଲିସ୍ ନିକଟରେ ପହଞ୍ଚି ଧାରଣା ଦେଇଥିବା
ଲୋକଙ୍କୁ ଆକ୍ରମଣ କରିଥିଲେ ଏବଂ ପରେ ଏହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା ବୋଲି ଚାଷୀ ଆନ୍ଦୋଳନ ନେତା ପିତାମ୍ବର ତରାଇ କହିଛନ୍ତି ।

ବୋମା ମାଡ଼ରେ ଢିଙ୍କିଆ ଅଞ୍ଚଳର ଆଠ ଜଣ ଆହତ ହୋଇଥିବା ବେଳେ ଅଟକ ଥିବା ନିର୍ମାଣ କମ୍ପାନୀର ଦୁଇ ଜଣ କର୍ମଚାରୀଙ୍କୁ ଛାଡ଼ି ଦିଆଯାଇଛି ବୋଲି ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ସଂପଦକ ଶିଶିର ମହାପାତ୍ର କହିଛନ୍ତି ।

ଜିଲ୍ଲା ପ୍ରଶାସନର ଖାମଖିଆଲି ତଥା ସଂପୃକ୍ତ ଅଞ୍ଚଳରେ ପୋଲିସ ମୁତୟନ କରାଯାଇନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଏର୍ସମା ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି ।

ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ସେଠାରେ ଛଅ ପ୍ଲାଟୁନ୍
ପୋଲିସ ଫୋର୍ସ ମୁତୟନ କରାଯାଇଛି ବୋଲି ଜିଲ୍ଲା ପୋଲିସ ମୁଖ୍ୟ ଏସ୍.ବେତ ସିଂହ କହିଛନ୍ତି ।

ରାସ୍ତା ନିର୍ମାଣ ପାଇଁ କିଛିଦିନ ପୂର୍ବରୁ ଶୁଭ ଦିଆଯାଇଥିବା ବେଳେ ବିରୋଧୀଙ୍କ ବିରୋଧ ଯୋଗୁ କାର୍ଯ୍ୟ ଆରମ୍ଭ ହୋଇପାରିନଥିଲା ଓ ମଙ୍ଗଳବାର କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପୋସ୍କୋ, ସଂଘର୍ଷ

ସରକାର କ୍ଷମତାରେ ରହିବା ନୈତିକତା ହରାଇଛନ୍ତି: ସଂଘର୍ଷ ସମିତି

May 6, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦ ଦାତା

ପୁରୀ, ମଇ ୫(ଓଡ଼ିଶା ଡ଼ଟ୍ କମ୍) ବେଦାନ୍ତ ବିଶ୍ୱବ୍ୟିାଳୟ ସଂପର୍କରେ ଲୋକପାଳଙ୍କ ମନ୍ତବ୍ୟ ପରେ ରାଜ୍ୟ ନବୀନ ସରକାର କ୍ଷମତାରେ ରହିବାର ନୈତିକତା ହରାଇଛନ୍ତି ବୋଲି ବିଶ୍ୱବ୍ୟିାଳୟ ବିରୋଧି ସଂଘର୍ଷ ସମିତି ପକ୍ଷରୁ ଗୁରୁବାର କୁହାଯାଇଛି ।

ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବେଆଇନ ବୋଲି ଦର୍ଶାଇ ଲୋକପାଳ କାର୍ଯ୍ୟାନଷ୍ଠାନ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ନେଇଥିଲେ । ମାତ୍ର ସରକାର କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନଥିବା ଦର୍ଶାଇଥିଲେ । ତେଣୁ ବୋଧହୁଏ ଆଇନ ସଂପର୍କରେ ଏ ସରକାର ଅଜ୍ଞ ବୋଲି ସମିତିର ପରାମର୍ଶ ଦ।ତା ଉମାବଲ୍ଲଭ ରଥ ଏକ ସାମ୍ବାଦକ ସମ୍ମିଳନୀରେ କହିଛନ୍ତି ।

ଆଇନ ମୁତାବକ ଲୋକପାଳ ଗତ ସପ୍ତାହରେ ତିନି ପୃଷ୍ଠାର ଏକ ସ୍ୱତନ୍ତ୍ର ରିପୋର୍ଟ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି । ସରକାର ଲୋକପାଳଙ୍କ ନିର୍ଦ୍ଦେଶକୁ ଦାବି ଖାତିର ନକରିବା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ ବୋଲି ସଂଘର୍ଷ ସମିତି ପକ୍ଷରୁ କୁହାଯାଇଛି ।

ସମାଜସେବୀ ଦ୍ୱାରିକା ମୋହନ ମିଶ୍ରଙ୍କ ପିଟିସନ୍ର ବିଚାର କରି ଲୋକପାଳ ଗତ ୨୦୧୦ ମାର୍ଚ୍ଚ ୯ରେ ରାୟ ଦେଇଥିଲେ । ଉକ୍ତ ରାୟରେ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଏଭଳି ବେଆଇନ କାର୍ଯ୍ୟର ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ ।

ସରକାର ଲୋକପାଳ ଦେଇଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିନାହାନ୍ତି ଏବଂ ଏଭଳି ବେଆଇନ କାର୍ଯ୍ୟକୁ ଯୁକ୍ତିଯୁକ୍ତ କହିବା ଲୋକପାଳଙ୍କୁ ଅବଜ୍ଞା ଛଡ଼ା ଅନ୍ୟ କିଛି ନୁହେଁ ବୋଲି ସମିତି ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବେଦାନ୍ତ, ମୁଖ୍ୟ ଖବର, ସଂଘର୍ଷ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ