• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସଂବଲପୁର

ଭଗବାନ ଶିବଙ୍କ ନିର୍ବନ୍ଧ ସହ ସମ୍ବଲପୁରରେ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ

May 19, 2015 by ନିଉଜ ଡେସ୍କ 1 Comment

ଓଡିଶା ଡଟ କମ: ଶାନ୍ତନୁ ବିଶ୍ଵାଳ

ସମ୍ବଲପୁର, ମଇ ୧୯ (ଓଡିଶା ଡଟ କମ) ଭଗବାନ ଶିବ ଓ ମା ପାର୍ବତୀଙ୍କ ବିବାହ ଉପରେ ଆଧାରିତ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପଶ୍ଚିମ ଓଡିଶାର ପ୍ରାଣ କେନ୍ଦ୍ର ସମ୍ବଲପୁର ଠାରେ ବ୍ୟାପକ ଜନ ସମାଗମ ସହ ଆରମ୍ଭ ହୋଇଥିବା ଯାତ୍ରା ର ଜଣେ ଆୟୋଜକ ମଙ୍ଗଳବାର କହିଛନ୍ତି ।

ସୋମବାର ସହରର ନନ୍ଦପଡାରେ ଥିବା ବାଲୁଙ୍କେଶ୍ଵର ବାବାଙ୍କ ମନ୍ଦିରରେ ପୂଜା ଅର୍ଚନା ହୋଇଥିଲା ।

ଏହାପରେ ଚଳିତ ବର୍ଷ ବର ପିତା ମାତାଙ୍କ ଭୂମିକା ତୁଲାଉଥିବା ମୁରାରୀ ମିଶ୍ରଙ୍କ ପରିବାର ଦଳବଳ ସହ କନ୍ୟା ଅନ୍ଵେଷଣରେ ବାହାରି କନ୍ୟା ପିତାମାତାଙ୍କ ଭୂମିକା ତୁଲାଉଥିବା ସହରରୁ ଦଶ କିଲୋମିଟର ଦୂରରେ ଥିବା ଶାସନ ସ୍ଥିତ ଡାକ୍ତର ଅଶୋକ ନନ୍ଦ ଓ ତାଙ୍କ ପତ୍ନୀଙ୍କ ବାସ ଭବନରେ ପାରମ୍ପରିକ ରୀତିନୀତି ସହ ପହଞ୍ଚି ଥିଲେ ।

ଏହାପରେ ବରପିତା କନ୍ୟାପିତାଙ୍କୁ ସରଗି ପତ୍ର ଦେଇ ନିର୍ବନ୍ଧ କାର୍ଯ୍ୟ ତୁଲାଇଥିଲେ । ନନ୍ଦ ପରିବାର ସରଗି ପତ୍ର ଗ୍ରହଣ କରି ମାତା ପାର୍ବତୀଙ୍କ କନ୍ୟାଦାନ କରିବାକୁ ସଂକଳ୍ପ କରିଥିଲେ ।

ପ୍ରାୟ ଦେଢଲକ୍ଷ ଜନସଂଖ୍ୟା ବିଶିଷ୍ଟ ସମ୍ବଲପୁର ସହରରେ ପ୍ରତିବର୍ଷ ଆୟୋଜିତ ହେଉଥିବା ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କର ବିବାହୋତ୍ସବ ଦେଖିବାକୁ ପ୍ରାୟ ସାତ ରୁ ଆଠ ଲକ୍ଷ ଲୋକ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଅଂଚଳରୁ ଆସିଥାନ୍ତି ।

ଜ୍ୟୈଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ଏହି ବିବାହ ଉତ୍ସବ ଏବଂ ତା ପରଦିନ ଶୀତଳଷଷ୍ଠୀ ଯାତ୍ରା ପାଳନ କରାଯାଇଥାଏ । ସହରର ଦୁଇଟି ପରିବାର ଭଗବାନ ଶିବଙ୍କ ପରିବାର ଓ ଦେବୀ ପାର୍ବତୀଙ୍କ ପରିବାରର ଭୁମିକା ତୁଲାଇ ପାରମ୍ପରିକ ଭାବେ ସେମାନଙ୍କର ବିବାହୋତ୍ସବର ଆୟୋଜନ କରିଥାନ୍ତି ।

ସହରର ବାସିନ୍ଦାମାନେ ମଧ୍ୟ ଅନୂରୁପ ଉଭୟ ପକ୍ଷର ଲୋକଭାବେ ନିଜକୁ ଚିହ୍ନଟ କରି ଉକ୍ତ ଉତ୍ସବରେ ଯୋଗଦେଇଥାନ୍ତି । ଅନ୍ୟ ହିନ୍ଦୁ ବିବାହ ଭଳି ନିର୍ବନ୍ଧ ଠାରୁ ଆରମ୍ଭ କରି ବରଯାତ୍ରୀ ଯିବା,ହାତ ଗଣ୍ଠି ପଡ଼ିବା ଇତ୍ୟାଦି ସମସ୍ତ ପାରମ୍ପାରିକ ବୈଦିକ ରୀତିନୀତିକୁ ଏହି ଉତ୍ସବରେ ଅନୁକରଣ କରାଯାଇଥାଏ ।

ଏହି ପର୍ବ ରାଜ୍ୟର ଅନ୍ୟ କେତେକ ସ୍ଥାନରେ ମଧ୍ୟ ଆୟୋଜିତ ହୋଇଥାଏ ,ତେବେ ତାହା ଏତେ ବ୍ୟାପକ ଆକାରରେ ନୁହେଁ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ଉତ୍ସବରେ ଶହଶହ ମାଇଚିଆ ( ହିଞ୍ଜଡା) ଆସି ପହଂଚିଥିବାରୁ ଯାତ୍ରାର ଆକର୍ଷଣ ଦ୍ୱିଗୁଣିତ ହୋଇଛି ।

କୌଣସି ପୂଜାର୍ଚ୍ଚନା ମାଧ୍ୟମରେ ନୁହେଁ ବରଂ ନୃତ୍ୟଗୀତ ମାଧ୍ୟମରେ ମହାଦେବ ଠାକୁରଙ୍କ ସେବା କରିବା ଲାଗି ଏହି ମାଇଚିଆମାନେ ଏଠାକୁ ଆସିଥାନ୍ତି ଏବଂ କାର୍ଯ୍ୟକ୍ରମ ସରିବା ପର୍ଯ୍ୟନ୍ତ ଅବସ୍ଥାନ କରିଥାନ୍ତି ବୋଲି ଜଣେ କାର୍ଯ୍ୟକ୍ରମ ଆୟୋଜକ କହିଛନ୍ତି ।

ମୁଖ୍ୟତଃ ରାଜ୍ୟର ବଲାଙ୍ଗୀର, ଟିଟିଲାଗଡ, ବୌଦ, ସୋନପୁର, ବରଗଡ, ପୁରୀ, ଅନୁଗୁଳ, ଢେଙ୍କାନାଳ ଓ ପଡେଶୀ ବିଳାସପୁରରୁ ଆସୁଥିବା ଏହି ମାଇଚିଆମାନଙ୍କ ଲାଗି ଯାତ୍ରା କମିଟି ଖାଦ୍ୟପେୟ ଓ ସାମୟିକ ରହଣୀର ବ୍ୟବସ୍ଥା କରୁଥିଲେ ମଧ୍ୟ ନିର୍ଦ୍ଧିଷ୍ଟଭାବେ କୌଣସି ପାରିଶ୍ରମିକ ଦେଇନଥାଏ ବୋଲି ସେ କହିଛନ୍ତି ।

ବିଗତ କିଛି ବର୍ଷ ହେଲା କେକେତ ଉଚ୍ଚ ଶିକ୍ଷିତ ମାଇଚିଆ ମଧ୍ୟ ଯାତ୍ରାରେ ସାମିଲ ହେଉଥିବାର ଦେଖିବାକୁ ମିଳୁଛି ।

ଭଗବାନ ଶିବ-ପାର୍ବତୀଙ୍କ ବିବାହୋତ୍ସବରେ ନୃତ୍ୟଗୀତ କରି ସେବାକଲେ ସେମାନଙ୍କ ଜୀବନର ସାଥର୍କ ଅଛି ଓ ମୋକ୍ଷପ୍ରାପ୍ତି ମିଳିବ । ତେଣୁ ପରବର୍ତ୍ତୀ ଜୀବନରେ ସେମାନେ ଆଉ ଏଭଳି ବିତସ୍ପୃହ ଜୀବନ ପାଇବେ ନାହିଁ ବୋଲି ବିଶ୍ୱାସ ରହିଥିବାରୁ ପ୍ରତିବର୍ଷ ଯାତ୍ରାବେଳେ ଶହ ଶହ ସଂଖ୍ୟାରେ ମାଇଚିଆ ଏଠାକୁ ଆସିଥାନ୍ତି ବୋଲି ସେ କହିଛନ୍ତି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଧର୍ମ Tagged With: ୨୦୧୫, ଶୀତଳ ଷଷ୍ଠୀ, ସଂବଲପୁର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ