• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସଂସଦ

ଜମି ଅଧିଗ୍ରହଣ ବିଲକୁ ବିରୋଧ କରିବ ବିଜେଡ଼ି

July 20, 2015 by ନିଉଜ ଡେସ୍କ Leave a Comment

ଜମି ଅଧିଗ୍ରହଣ ବିଲକୁ ବିରୋଧ କରିବ ବିଜେଡ଼ି

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୨୦ ଜୁଲାଇ (ଓଡିଶା ଡଟ୍ କମ୍): ଜୁଲାଇ ୨୧ ରେ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ବିଜେପିର ଜମି ଅଧିଗ୍ରହଣ ବିଲକୁ ବିରୋଧ କରିବ ବିଜେଡ଼ି । ରବିବାର ନବୀନ ନିବାସରେ ଅନୁଷ୍ଠିତ ମୌସୁମୀ ଅଧିବେଶନର ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ପ୍ରକଳ୍ପ ପାଇଁ ଜମି ହରାଉଥିବା ବ୍ୟକ୍ତିଙ୍କୁ ଏଥିରେ ଅଂଶୀଦାର କରିବାକୁ ବିଜେଡି ପକ୍ଷରୁ ପୂର୍ବରୁ ବାରମ୍ବାର କରାଯାଉଥିବା ଦାବିକୁ ଏଥର ଅଧିବେଶନରେ ପୁଣି ଦୋହରାଯିବ। ଏହା ସହ ବ୍ୟାପମ ଦୁର୍ନୀତି ଓ ପୋସ୍କୋ ପ୍ରସଙ୍ଗରେ କେନ୍ଦ୍ରଠାରୁ ଜବାବ ମଗାଯିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ଅନୁଷ୍ଠିତ ବୈଠକରେ ଲୋକସଭା ଓ ରାଜ୍ୟ ସଭାର ସମସ୍ତ ସାଂସଦମାନଙ୍କୁ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସାଂସଦ କଳ୍ପତରୁ ଦାସ, ସରୋଜିନୀ ହେମ୍ୱ୍ରମ, ସିଦ୍ଧାନ୍ତ ମହାପାତ୍ର ଓ ଅନୁଭବ ମହାନ୍ତି ପ୍ରମୁଖ ଅନୁପସ୍ଥିତ ରହିଥିଲେ ।

ସେହିପରି ରାଜ୍ୟସଭା ସାଂସଦ ବୈଷ୍ଣବ ଚରଣ ପରିଡା ଭାଷା ସମ୍ମିଳନୀ ବୈଠକରେ ଯୋଗଦେବା ପାଇଁ ଆଲୋଚନା ଆରମ୍ଭ ହେବା ପୂର୍ବରୁ ଚାଲିଆସିଥିଲେ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଜମି ଅଧିଗ୍ରହଣ, ସଂସଦ

ସିଏଜି ବିନୋଦ ରାୟ ଭୁବନେଶ୍ୱରରେ

January 20, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ,୨୦(ଓଡିଶା ଡଟ୍ କମ୍)-ସଂସଦରେ ଆଗତ ହେବାପୂର୍ବରୁ ସିଏଜି ରିପୋର୍ଟ ପ୍ରଘଟ ହେବା ଘଟଣାକୁ ଖଣ୍ଡନ କରିଛନ୍ତି କଂଟ୍ରୋଲ ଆଣ୍ଡ ଅଡିଟର ଜେନେରାଲ ସିଏଜି ବିନୋଦ ରାୟ ।

କେତେକ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ଦଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଶ୍ରୀ ରାୟ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ୨୨ ତାରିଖ ପର୍ଯ୍ୟନ୍ତ ଏଠାରେ ରହିବେ । ସେ କହିଛନ୍ତି ସୂଚନା ଆଇନ ଅଧିକାର ବଳରେ ଯେତେବେଳେ ଯିଏ ଯାହା ମାଗିବ ତାକୁ ତଥ୍ୟ ପ୍ରଦାନ କରାଯିବ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: ସଂସଦ, ସିଏଜି ବିନୋଦ ରାୟ

ସାଧାରଣ ବଜେଟ୍ରେ ଓଡ଼ିଶା ପାଇଁ କିଛି ନାହିଁ: ନବୀନ

March 16, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୬(ଓଡ଼ିଶା ଡ଼ଟ୍ କମ୍) ୨୦୧୨-୧୩ ଆର୍ଥିକ ବର୍ଷ ପାଇଁ ଶୁକ୍ରବାର ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ ହୋଇଥିବା ବେଳେ ଏଥିରେ ଓଡ଼ିଶା ନିମନ୍ତେ କିଛି ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଅନ୍ୟ ରାଜ୍ୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଓଡ଼ିଶାର ହଜାର ହଜାର ଗରିବ ଲୋକଙ୍କ
ସ୍ୱାର୍ଥକୁ ପୁଣିଥରେ ଅଣଦେଖା କରାଯାଇଛି, ସେ କହିଛନ୍ତି । ଓଡ଼ିଶାର ବିକାଶ ହେବା ଭଳି କୌଣସି ବ୍ୟବସ୍ଥା ବଜେଟ୍ରେ ନାହିଁ ।

ବଜେଟ୍ରେ ମୁଦ୍ରାସ୍ତିତି ରୋକିବାକୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ସାଧାରଣ ବଂଟନ ବ୍ୟବସ୍ଥା ଏବଂ ନୂତନ ଯୋଜନା ପାଇଁ ମଧ୍ୟ କୌଣସି ବ୍ୟବସ୍ଥା କରାଯାଇ ନାହିଁ ବୋଲି ନବୀନ କହିଛନ୍ତି ।

ଦେଶବାସୀଙ୍କ ଉପରେ ଅତିରିକ୍ତ ୪୫ ହଜାର କୋଟି ଟଙ୍କାର ଅତିରିକ୍ତ କର ବୋଝ ଲଦି ଦିଆଯାଇଛି, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମୁଖ୍ୟମନ୍ତ୍ରୀ, ସଂସଦ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ