
ଭୁବନେଶ୍ୱର, ୩।୭।୨୦୧୮: ପବିତ୍ର ରଥଯାତ୍ରା ଅବସରରେ ପୃଥିବୀର ବିଭିନ୍ନ କୋଣରୁ ହଜାର ହଜାର ଭକ୍ତ ଓ ପର୍ୟ୍ୟଟକ ପ୍ରତିବର୍ଷ ପୁରୀ ଆସିଥା’ନ୍ତି। ତେବେ ଅନେକ ଭକ୍ତ ପୁରୀ ଆସି ନ ପାରିଲେ ବିଭିନ୍ନ ଇଲେକ୍ଟ୍ରୋନିକ ମିଡିଆ ମାଧ୍ୟମରେ ଏହି ଯାତ୍ରା ଦେଖିବାର ସୁଯୋଗ ପାଇଥା’ନ୍ତି।
ତେଣୁ ଚଳିତ ରଥଯାତ୍ରା ଅବସରରେ ପୃଥିବୀର ବିଭିନ୍ନ କୋଣରେ ରହୁଥିବା ବିଭିନ୍ନ ଭାଷାଭାଷୀ ଭାରତୀୟଙ୍କ ପାଇଁ ଓଡ଼ିଶାଲାଇଭ୍ ପକ୍ଷରୁ ଏକ ହିନ୍ଦୀ ୱେବ ସିରିଜର ପ୍ରସାରଣ କରାଯାଉଛି।

ଭାରତରେ ଏବଂ ବିଦେଶରେ ହିନ୍ଦୀ ଭାଷା କହୁଥିବା ଓ ବୁଝୁଥିବା ଦର୍ଶକମାନଙ୍କୁ ଦୃଷ୍ଟିରେ ରଖି ଏହି ସିରିଜ ‘ଶ୍ରୀ ଜଗନ୍ନାଥ କଥା’ର ପ୍ରସାରଣ କରାଯାଇଛି। ଜଗନ୍ନାଥ ସଂସ୍କୃତି ବିଶାରଦ ଅଶୋକ ପାଣ୍ଡେ ଶ୍ରୀ ମନ୍ଦିର, ଶ୍ରୀ ଜଗନ୍ନାଥ ଏବଂ ଏହି ଅନନ୍ୟ ପରମ୍ପରାର ବିଭିନ୍ନ ଦିଗକୁ ନେଇ ୧୮ଟି ବିଷୟରେ ବର୍ଣ୍ଣନା କରିଛନ୍ତି।
ତା’ ମଧ୍ୟରେ ରହିଛି ଶ୍ରୀ ଜଗନ୍ନାଥ ସଂସ୍କୃତି, ରଥନିର୍ମାଣର ଇତିହାସ, ନବକଳେବର, ଶ୍ରୀ ଗୁଣ୍ଡିଚା ଯାତ୍ରା, କୋଇଲି ବୈକୁଣ୍ଠ ଆଦି ବିଷୟର ତାତ୍ପର୍ୟ୍ୟ। ଶ୍ରୀ ଜଗନ୍ନାଥଙ୍କ ଭକ୍ତ, ଗବେଷକ, ସାଧାରଣ ପାଠକ ଏବଂ ଗଣମାଧ୍ୟମ ସମସ୍ତଙ୍କ ପାଇଁ ଏହା ତଥ୍ୟଭିତ୍ତିକ ହୋଇପାରିବ।
ଏହି ଭିଡିଓଗୁଡ଼ିକ ଓଡ଼ିଶାଲାଇଭର ୟୁଟ୍ୟୁବ ଚ୍ୟାନେଲରେ ଉପସ୍ଥାପନ କରାଯିବା ସହ ଏହାର ବିଭିନ୍ନ ଅନଲାଇନ ଓ ସୋସିଆଲ ମିଡିଆରେ ପ୍ରସାରଣ ଫଳରେ ଓଡ଼ିଶା ବାହାରର ବହୁ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି।
“ଇଲେକ୍ଟ୍ରୋନିକ ମିଡିଆ ଧାରାରେ ଆଜି ଆମେ ଆଉ କେତେ ପାଦ ଆଗେଇ ଯାଇ ଡିଜିଟାଲ ଓ ମୋବାଇଲ ମିଡିଆ ଯୁଗରେ ପହଞ୍ଚିଛୁ। ଆମ ସମୟର ପାଠକ ଓ ଦର୍ଶକମାନଙ୍କ ହାତମୁଠାରେ ଥିବା ମୋବାଇଲ ପାଲଟିଛି ସବୁଠୁ ବଡ଼ ମାଧ୍ୟମ।

ତେଣୁ ଏହି ଡିଜିଟାଲ ମିଡିଆର ସୁଯୋଗ ନେଇ ହିନ୍ଦୀ ଭାଷାରେ ଜଗନ୍ନାଥଙ୍କ କଥା ପହଞ୍ଚାଇବା ପାଇଁ ଓଡ଼ିଶାଲାଇଭ ପକ୍ଷରୁ ଉଦ୍ୟମ କରାଯାଇଛି”, କହିଛନ୍ତି ଚ୍ୟାନେଲର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ।
ପ୍ରତିବର୍ଷ ଭଳି ଓଡ଼ିଶାଲାଇଭ ପକ୍ଷରୁ ରଥଯାତ୍ରାର ପ୍ରମୁଖ କାର୍ୟ୍ୟକ୍ରମର ଲାଇଭଷ୍ଟ୍ରିମିଂ କରାଯାଉଛି। ତା’ ମଧ୍ୟରେ ରହିଛି ଗୁଣ୍ଡିଚା ଯାତ୍ରା (୧୪ ଜୁଲାଇ), ବାହୁଡ଼ା ଯାତ୍ରା (୨୨ ଜୁଲାଇ), ସୁନାବେଶ (୨୩ ଜୁଲାଇ), ଅଧରନୀତି (୨୪ ଜୁଲାଇ) ଏବଂ ନୀଳାଦ୍ରିବିଜେ (୨୫ ଜୁଲାଇ)।
ଓଡ଼ିଶାଲାଇଭର ୟୁଟ୍ୟୁବ ଚ୍ୟାନେଲ ଏବଂ ନ୍ୟୁଜ ପୋର୍ଟାଲରେ ଏହି ଲାଇଭ୍ କାର୍ୟ୍ୟକ୍ରମ ପ୍ରସାରିତ ହେବ ବୋଲି ଚ୍ୟାନେଲର ମୁଖ୍ୟ କାର୍ୟ୍ୟନିର୍ବାହୀ ସୂଚନା ଦେଇଛନ୍ତି।
ଏହି (https://bit.ly/2MysrBT) ଲିଙ୍କରେ କ୍ଲିକ୍ କରି ଦର୍ଶକମାନେ ‘ଶ୍ରୀ ଜଗନ୍ନାଥ କଥା’ର ବିଭିନ୍ନ ଅଧ୍ୟାୟ ଦେଖିପାରିବେ।


ଦୀର୍ଘ ଶହଶହ ବର୍ଷର କାନ୍ଥ ଚିତ୍ରଗୁଡ଼ିକ ଅନାବଶ୍ୟକ ମନେକରି ସେ ମଧ୍ୟରେ ଥିବା ଏକ ସରକାରୀ କାର୍ଯ୍ୟାଳୟର କାର୍ଯ୍ୟକାରିତାରେ ବାଧା ଦେଇ ଜବରଦସ୍ତ ଭିତ୍ତି ଚିତ୍ରଗୁଡ଼ିକୁ ଲିଭାଇଦେବା ଏକ ଗର୍ହିତ କଥା ବୋଲି ପାରଳାର ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରନ୍ତି।





ଟ୍ରଷ୍ଟ ର ଏହି ମହୋତ୍ସବରେ ଓଡିଶା , ସୁଦୂର ମୁମ୍ବାଇ ଏବଂ ଭାରତର ଅନ୍ଯାନ୍ଯ ସ୍ଥାନରୁ ବ୍ୟକ୍ତି ମାନେ ଆସି ଯୋଗ ଦେଇଥିବା ଏହାର ସମ୍ପାଦକ ଅରିନ୍ଦମ ମିଶ୍ର ସୂଚନା ଦେଇଛନ୍ତି।
ଯେଉଁ ସମୟରେ ଓଡିଶାର ରାଜନୈତିକ ଅସ୍ତିତ୍ଵ ନାହିଁ, ଭାଷା ଓ ସଂସ୍କୃତିର ସ୍ଵୀକୃତି ନାହିଁ ଓ ଅର୍ଥନୈତିକ ମେରୁଦଣ୍ଡ ଏକପ୍ରକାର ଶକ୍ତିହୀନ, ସେତେବେଳେ ଓଡିଆ ମାନେ ପ୍ରଥମ କରି ଗୋଟେ ସମ୍ବାଦପତ୍ର ପ୍ରତିଷ୍ଠା କରିବାର ସ୍ଵପ୍ନ ଦେଖୁଛନ୍ତି ଓ ସଫଳ ହେଉଛନ୍ତି।
ଖବର ଟି ଥିଲା ଏମିତି- ‘ ସହର ମଝିରେ ଯେତେ ଅରକ୍ଷିତ ପିଲା ସରକାରୀ ସଡକ ଉପରେ ବୁଲୁଥିବାର ଦେଖାଯିବେ ସେମାନଂକୁ ସାହାଯ୍ୟ ମହକୁମାରୁ ନିଯୁକ୍ତ ଥିବା ଓଭରସିୟର ଆପଣା ଜିମା ନେଇ ତାହାଙ୍କର ଭରଣପୋଷଣ ଆଦି କରିବ।……….”
୩. ନୁଆ କରି ଓଡିଶାରେ ଗଢି ଉଠୁଥିବା ମୁଦ୍ରଣ ଶିଳ୍ପ ର ବିକାଶ ପାଇଁ ୧୮୬୪ ମସିହାରେ କଟକର ଦରଘା ବଜାରରେ କଟକ ପ୍ରିନଟିଂଗ୍ କମ୍ପାନୀ ନାମକ ଏକ କମ୍ପାନୀ ଗଠିତ ହୋଇଛି ।
୭. ଦୀପିକା ର ସମ୍ପାଦକୀୟ ମାନଦଣ୍ଡ ଓଡିଶାର ଗଣମାଧ୍ୟମର ଇତିହାସରେ ବିରଳ । ସବୁ ପ୍ରକାର ପକ୍ଷ ରଖିବାର ସୁଯୋଗ ଓ ସବୁ ମତକୁ ସମାନ ଭାବରେ ସମ୍ମାନ ଦେବାର ନୀତି ଦୀପିକାର ରହିଥିଲା ।



