• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସଚିବାଳୟ

ସପ୍ତାହ ଆରମ୍ଭରୁ ଜିଲ୍ଲାପାଳ ଶୁଣିବେ ଅଭିଯୋଗ

September 28, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) –ଗୁରୁବାର ଦିନ ସଚିବାଳୟରେ ଜିଲାପାଳମାନଙ୍କ ଦିନିକିଆ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଶନିବାର ପରିବେ ସୋମବାର ଦିନ ଜିଲାପାଳ ଓ ଏସପି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଯୁଗ୍ମ ଶୁଣାଣି କରିବେ ।

ଜନସାଧାରଣଙ୍କ କଲ୍ୟାଣ, ସେମାନଙ୍କ ଅଭିଯୋଗର ଶୁଣାଣି ଏବଂ ଏହାର ସମାଧାନ ଉପରେ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ତେଣୁ ସପ୍ତାହର ପ୍ରଥମ ବାର(ସୋମବାର) ଅଭିଯୋଗର ଶୁଣାଣି ହେବା ଦ୍ୱାରାଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଅଧିକ ତ୍ୱରାନ୍ୱିତ ଭାବେ କରାଯାଇପାରିବ ।

ଜିଲାସ୍ତର ବ୍ୟତୀତ ବ୍ଲକ ଓ ତହସିଲ ସ୍ତରରେ ଅଭିଯୋଗର ଣୁଣାଣିକୁ ପ୍ରାଥମିକତା ଦେବା ନେଇ ପଦକ୍ଷେପ ନେବାକୁ ସେ ଜିଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ।

କେ.ଜି.ଦୁଇଟଙ୍କାରେ ଚାଉଳ, ଗରିବ ଲୋକଙ୍କ ଚିକିତ୍ସା ସୁବିଧା ପାଇଁ ଓଡ଼ିଶା ଚିକିତ୍ସା ପାଣ୍ଠି, ମମତା ଯୋଜନା, ଭିନ୍ନକ୍ଷମଙ୍କ କଲ୍ୟାଣ, ଅନୁସୂଚିତ ଜାତି ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣ, ଗରିବ ପରିବାରର ଛାତ୍ରଛାତ୍ରୀଙ୍କୁ ସାଇକେଲ ଯୋଗାଣ, ସିମେଣ୍ଟ କଂକ୍ରିଟ ରାସ୍ତା, ବିଜୁ ସେତୁ ଯୋଜନା, ସ୍କୁଲରେ ବିଭିନ୍ନ ପ୍ରମାଣପତ୍ର ପ୍ରଦାନ ଆଦି କାର୍ଯ୍ୟକ୍ରମକୁ ଜିଲ୍ଲାପାଳମାନେ ଜିଲାର ଜନସାଧାରଣଙ୍କ ସହ ସମ୍ପର୍କ ରଖି ଏହିସବୁ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ଉପରେ ଧ୍ୟାନ ଦେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଜିଲାପାଳ ସମ୍ମିଳନୀରେ ରାଜସ୍ୱ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ରଘୁନାଥ ମହାନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ାକ୍ତର ଦାମୋଦର ରାଉତ, ମୁଖ୍ୟ ଶାସନ ସଚିବ ବିଜୟକୁମାର ପଟ୍ଟନାୟକ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ସଚିବାଳୟ

ଆଦିବାସୀ ଜିଲ୍ଲାମାନଙ୍କରେ ଜଳସେଚନ ସୁବିଧାଉପରେ ଗୁରୁତ୍ୱ

September 27, 2012 by admin 1 Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୭(ଓଡ଼ିଶା ଡ଼ଟ୍ କମ୍)-କେ.ବି.କେ ତଥା ଅନ୍ୟ ଆଦିବାସୀ ଜିଲ୍ଲାମାନଙ୍କରେ ଜଳସେଚନ ସୁବିଧାର ସଂପ୍ରସାରଣ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଛନ୍ତି ।

ଆଜି ସନ୍ଧ୍ୟାରେ ସଚିବାଳୟରେ ପଟ୍ଟନାୟକ କେ.ବି.କେ, କନ୍ଧମାଳ, ଗଜପତି, ସୁନ୍ଦରଗଡ, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହିତ ସେମାନଙ୍କ ଜିଳ୍ଲାରେ ଜଳସେଚନ ବ୍ୟବସ୍ଥାର ବିକାଶ ସଂପର୍କରେ ଆଲୋଚନା କରିଥିଲେ ।

ଉପରୋକ୍ତ ଜିଲ୍ଲାମାନଙ୍କରେ ଥିବା ଜଳସେଚନ ସମ୍ଭାବନାର ଉପଯୋଗ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଯଥା ଚେକ୍ଡ୍ୟାମ, ଡିପ୍ ବୋରୱେଲ ତଥା ବୃହତ୍ ଉଠାଜଳସେଚନ ଯୋଜନାର କାର୍ଯ୍ୟକାରୀତା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

କୃଷି ତଥା ଉଦ୍ୟାନ କୃଷିର ବିକାଶ ପାଇଁ ସେହି ସବୁ ଅଞ୍ଚଳରେ ଏହା ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଥିଲେ । ଏଥିପାଇଁ ନିୟମିତ କ୍ଷେତ୍ର ପରିଦର୍ଶନ ସହିତ ଅଗ୍ରଗତି ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଉପରୋକ୍ତ ଜଳସେଚନ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରୀତା ପାଇଁ ଜିଲ୍ଲାସ୍ତରରେ ଏସ୍.ପି , ଏମ୍.ଏଲ୍.ଏ ମାନଙ୍କୁ ନେଇ ଏକ କମିଟି ଗଠନ କରି ପ୍ରତି ତିନିମାସରେ ଅଗ୍ରଗତିର ସମୀକ୍ଷା କରିବାପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଏତଦ୍ୱ୍ୟତୀତ କ୍ଷୁଦ୍ରଜଳସେଚନ ପ୍ରକଳ୍ପ ଗୁଡିକର ମରାମତି ଓ ପୁନରୁଦ୍ଧାର କରିବା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା ।

ବିଭିନ୍ନ ଉଠା ଜଳସେଚନ ପ୍ରକଳ୍ପର ବିଦ୍ୟୁତତୀକ କାର୍ଯ୍ୟ ଆଗାମୀ ଦୁଇମାସ ମଧ୍ୟରେ ଶେଷ କରିବା ସହିତ ପାଣି ପଞ୍ଚାୟତ ଜରିଆରେ ଏହାର ପରିଚାଳନା ଏବଂ ସେଗୁଡିକର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ସ୍ଥାନୀୟ ଯୁବକ ମାନଙ୍କୁ ନିକଟସ୍ଥ ଆଇ.ଟି.ଆଇ ଓ ଆଇ.ଟି.ସି ରେ ସ୍ୱତନ୍ତ୍ର ତାଲିମର ବ୍ୟବସ୍ଥା କରିବା ପାଇଁ ମଧ୍ୟ ବୈଠକରେ ସ୍ଥିର କରାଯାଇଥିଲା ।

୩୫ ଭାଗରୁ କମ୍ ଜଳସେଚନ ସୁବିଧାଥିବା ବ୍ଲକ୍ ମାନଙ୍କୁ ପ୍ରାଥମିକତା ଦେବାପାଇଁ ସ୍ଥିର ହୋଇଥିଲା । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗ ଓ ଜଳସେଚନ ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ଥିଲେ ।

ଓଡିଶା ଡଟ୍ କମ୍

admin
admin

Filed Under: ଓଡିଶା ଖବର Tagged With: ଆଦିବାସୀ, ଜଳସେଚନ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ସଚିବାଳୟ

ନବରଙ୍ଗପୁର ଜିଲ୍ଲାରେ ଝାଡାବାନ୍ତିରେ ୬ ମୃତ, ୨୭୧ ଆକ୍ରାନ୍ତ

September 17, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍)-ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ ଜୁଲାଇ ମାସ ୨୭ ତାରିଖରୁ ଆଜି ପର୍ଯ୍ୟନ୍ତ ମୋଟ ୨୭୧ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣ ମୃତ୍ୟୁ ବରଣ କରିଛନ୍ତି ।

ଏ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାଃ ଦାମୋଦର ରାଉତ ସମୀକ୍ଷା କରି କହିଛନ୍ତି ଯେ ଅଗଷ୍ଟ ମାସରେ ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚଳିତ ମାସରେ ୨ ଜଣଙ୍କର ମୃତ୍ୟୁ ଘଟିଛି ।

ସେଥିରୁ ଚନ୍ଦାହାଣ୍ଡି ବ୍ଲକରେ ୨ ଜଣ , ଝରିଗାଁ ବ୍ଲକରେ ୩ ଜଣ ଏବଂ ଉମରକୋଟ ବ୍ଲକରେ ଜଣଙ୍କର ମୃତ୍ୟୁ ହୋଇଥିବା ସମୀକ୍ଷାରୁ ପ୍ରକାଶ । ଏହି ଜିଲ୍ଲାର ଉମରକୋଟ, ଚନ୍ଦାହାଣ୍ଡି, କୋସମଗୁମୁଡା ଏବଂ ଝରିଗାଁ ବ୍ଲକ୍ ରେ ୭୧ ଟି ଗ୍ରାମରେ ଲୋକମାନେ ପ୍ରଭାବିତ ହେଉଥିବା ବେଳେ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ କାଁ ଭାଁ ଲୋକମାନେ ଆକ୍ରାନ୍ତ ହେଉଛନ୍ତି ।

ଏହି ଜିଲ୍ଲାର କୌଣସି ସ୍ଥାନରେ କଲେରା ବା ହଇଜା ମହାମାରୀ ରୂପ ନେଇନାହିଁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏକ ଡାକ୍ତରୀଳ ସହିତ ସଂପୃକ୍ତ ଅଞ୍ଚଳ ଗସ୍ତକରୁଛନ୍ତି ଏବଂ ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସପିଟାଲରୁ ଡାକ୍ତରୀ ଦଳ ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ମୁତୟନ ହୋଇଛନ୍ତି ।

ଆକ୍ରାନ୍ତଙ୍କୁ ତୁରନ୍ତ ଆବଶ୍ୟକୀୟ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଯଥେଷ୍ଟ ପରିମାଣର ଆବଶ୍ୟକ ଔଷଧ , ଓ.ଆର୍.ଏସ୍ , ହାଲୋଜେନ ବଟିକା ଏବଂ ସାଲାଇନ ଆଦି ମହଜୁଦ ରହିଛି ।

ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖା ଯାଇଛି । ରାତ୍ରୀ କାଳୀନ ତଦାରଖ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜିଲ୍ଲାରେ ଖାଲିଥିବା ଡାକ୍ତର ପଦବି ପୁରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ।

ତେବେ ଚନ୍ଦାହାଣ୍ଡି ବ୍ଲକର ଫଟାମୁଣ୍ଡା , ଗୋଧିପାଣି ଏବଂ ସିମେଳିପାଣି ଓ ଝରିଗାଁ ବ୍ଲକର କୁନିନାଳ ଗ୍ରାମରେ ପାଣି ଓ କେତେକ ଆକ୍ରାନ୍ତଙ୍କ ମଳ ନମୂନାରେ ଭିବ୍ରୋ କଲେରା ଜୀବାଣୁ ଥିବା ପରୀକ୍ଷାରୁ ଜଣା ପଡିବା ପରେ ପ୍ରତିଶେଧକ ଓ ତାରଖ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ନିତ କରାଯିବା ସହିତ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସଚେତନ କରିବା ନିମନ୍ତେ ସ୍ୱାସ୍ଥ୍ୟ ଶିକ୍ଷା ସୂଚନା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି ।

ଜିଲ୍ଲା ପ୍ରଶାସନ ତରଫରୁ ପରିସ୍ଥିତି ଉପରେ ମଧ୍ୟ ସତର୍କ ଦୃଷ୍ଟି ରଖାଯାଇଛି ଆବଶ୍ୟକତା ଅନୁଯାୟି ପଦକ୍ଷେପ ନିଆଯାଇଛି । ଏ ପର୍ଯ୍ୟନ୍ତ କଲେରା ବା ହଇଜା କୌଣସି ସ୍ଥାନରେ ମହାମାରୀ ରୂପ ନେଇ ନାହିଁ କିମ୍ବା ହଇଜାରେ ଆକ୍ରାନ୍ତ ହୋଇ କେହି ମୃତ୍ୟୁ ବରଣ କରିନାହାଁନ୍ତି ।

ତେବେ ଚଳିତ ବର୍ଷ ଜାନୁୟାରୀ ମାସରୁ ଏ ପର୍ଯ୍ୟନ୍ତ ଝରିଗାଁ , କୋସମଗୁଡା ଏବଂ ଚନ୍ଦାହାଣ୍ଡି ବ୍ଲକରେ ମୋଟ ୬୧ ଜଣଙ୍କର ଅନ୍ୟାନ୍ୟ କାରଣରୁ ମୃତ୍ୟୁ ହୋଇଛି । ସେମାନଙ୍କ ମୃତ୍ୟୁ କଲେରା ବା ଡାଏରିଆ ଯୋଗୁ ହୋଇଥିବା ଯାହା ଅଭିଯୋଗ ହେଉଛି ତାହା ଆଦୌ ସତ୍ୟ ନୁହେଁ ।

କାରଣ ସେମାନେ ବାର୍ଦ୍ଧକ୍ୟ ଜନିତ , ରେନାଲ ଫେଲିୟୋର , ହୃ୍ଦଘାତ , ରକ୍ତବାନ୍ତି ଆଦି ବିଭିନ୍ନ କାରଣରୁ ମୃତ୍ୟୁ ବରଣ କରିଛନ୍ତି । ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ନିୟନ୍ତ୍ରଣ କକ୍ଷରୁ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇ ପ୍ରତିଶେଧକ ଏବଂ ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ନିତ କରାଯାଉଛି ।

ତେବେ ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱଭାବିକ ହେବା ପର୍ଯ୍ୟନ୍ତ ଗ୍ରହଣ କରାଯାଇଥିବା ସମସ୍ତ ପ୍ରକାର ପଦକ୍ଷେପକୁ ବଜାୟ ରଖିବା ସହିତ ତଦାରଖ ବ୍ୟବସ୍ଥାକୁ ଅଧିକ କଡାକଡି କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡାଃ ରାଉତ ନିର୍ଦେଶ ଦେଇଛନ୍ତି ।

ସଚିବାଳୟଠାରେ ଅନୁଷ୍ଠିତ ଉକ୍ତ ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏବଂ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାଃ ତ୍ରିବିକ୍ରମ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପାଧିକାରୀମାନେ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଲେରା, ଝାଡାବାନ୍ତି, ନବରଙ୍ଗପୁର, ମହାମାରୀ, ସଚିବାଳୟ, ହଇଜା

୨୦୧୪ ମାର୍ଚ୍ଚ ସୁଦ୍ଧା ପ୍ରତ୍ୟେକ ପଞ୍ଚାୟତକୁ ପାଇପ ପାନୀୟ ଜଳ

September 11, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୧(ଓଡ଼ିଶା ଡ଼ଟ୍ କମ୍)- ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବିନ ପଟ୍ଟନାୟକ ସଚିବାଳୟଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ପାଇପ ଜଳ ଯୋଗାଣ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ।

ବୈଠକରେ ହୋଇଥିବା ନିଷ୍ପତିି ଅନୁଯାୟୀ, ପ୍ରତ୍ୟେକ ପଞ୍ଚାୟତ ମୁଖ୍ୟାଳୟ ଗ୍ରାମକୁ ୨୦୧୪ ମାର୍ଚ୍ଚ ସୁଦ୍ଧା ପାଇପ ଜଳ ଯୋଗାଣର ବ୍ୟବସ୍ଥା କରାଯିବ ।

ଏହି ଯୋଜନାରେ ଓଭରହେଡ୍ ଟ୍ୟାଙ୍କର ବ୍ୟବସ୍ଥା ମଧ୍ୟ କରିବାକୁ ନିଷ୍ପତିି କରାଯାଇଛି । ୨୦୧୨ରେ ୮୫୦ ପଞ୍ଚାୟତରେ ପାଇପ ଜଳ ଯୋଗାଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି ।

ବୈଠକରେ ସୁଚନା ଦିଆଯାଇଥିଲା ଯେ ରାଜ୍ୟରେ ପ୍ରତୈକ ବ୍ୟକ୍ତିକୁ ଦୈନିକ ୫୫ ଲିଟର ପାନୀୟ ଜଳ ଯୋଗାଇ ଦେବାକୁ ନୀତି ନିର୍ଦ୍ଧାରିତ ହୋଇଛି । ଏହି ସୁବିଧା ପରିବାରର (ହାଉସ୍ହୋଲ୍ଡ ) ୨୫୦ ମିଟର ଦୁରତ୍ୱ ମଧ୍ୟରେ ଯୋଗାଇ ଦେବାକୁ ନିଷ୍ପତିି ହୋଇଛି ।

ଏହି ନୀତିକୁ ସଫଳ ଭାବରେ କାର୍ଯ୍ୟକାରୀ କରିବାପାଇଁ ବିଭିନ୍ନ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ନିତ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ନୂଆପଡା ଜିଲ୍ଲାର ଫ୍ଲୋରୋସିସ୍ ରୋଗ ପ୍ରତିକାର ପାଇଁ ଚାଲୁଥିବା କାର୍ଯ୍ୟକ୍ରମ ସଂପର୍କରେ ସୁଚନା ଦିଆଯାଇଥିଲା ଯେ ସମୁଦାୟ ୧୬୧୨ ଗାଁ ମଧ୍ୟରୁ ୧୩୦୧ ଟି ଗ୍ରାମକୁ ନିରାପଦ ପାନୀୟ ଜଳର ବ୍ୟବସ୍ଥା କରାଯାଇ ଥିବାବେଳେ, ୨୦୧୨-୧୩ ରେ ୩୧୧ ଟି ଗ୍ରାମକୁ ପାନୀୟ ଜଳଯୋଗାଣ କାର୍ଯ୍ୟକ୍ରମ ଚାଲୁରହିଛିା

ବୈଠକରେ ଗ୍ରାମସଭା ସଶକ୍ତିକରଣ କାର୍ଯ୍ୟକ୍ରମ ଜରିଆରେ ନିର୍ମଳ ଭାରତ ଅଭିଯାନ ଓ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମକୁ ସଫଳ କରିବା ସଂପର୍କରେ ଆଲୋଚନା ହୋଇଥିଲା ।

ଏହି ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ଶବିକ୍ରମ କେଶରୀ ଆରୁଖ, ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ, ଅର୍ଥ ବିଭାଗ ପ୍ରମୁଖ ସଚିବ ଯୁଗଳ କିଶୋର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ଏସ୍.ଏନ୍.ତ୍ରିପାଠୀ, ପଞ୍ଚାୟତିରାଜ ବିଭାଗ ସଚିବ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗେଇଥିଲେ ।

ଓଡିଶା ଡଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପାଇପ ଜଳ ଯୋଗାଣ, ମୁଖ୍ୟମନ୍ତ୍ରୀ ଶ୍ରୀ ନବିନ ପଟ୍ଟନାୟକ, ସଚିବାଳୟ

ବିଧାନସଭା ଶେଷ ପରେ ସଚିବାଳୟ ମନ୍ତ୍ରୀ ଶୂନ୍ୟ

December 24, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) ଚଳିତ ଚତୁର୍ଦ୍ଧଶ ବିଧାନସଭାର ପଞ୍ଚମ ତଥା ଶୀତକାଳୀନ ଅଧିବେଶନ ବୁଧବାର ସମାପ୍ତ ହେବା ପରେ ମନ୍ତ୍ରୀମାନେ ସଚିବାଳୟ ଆସିନଥିବାରୁ ଗୁରୁବାର ମନ୍ତ୍ରୀ କରିଡ଼ର ଖାଁଖାଁ ଲାଗିଛି ।

କେବଳ ମନ୍ତ୍ରୀ ନୁହନ୍ତି ସେମାନଙ୍କ ଅଧସ୍ତନ କର୍ମଚାରୀମାନେ ମଧ୍ୟ ସଚିବାଳୟ ଆସିବାକୁ ପସନ୍ଦ କରିନାହାନ୍ତି । ମିଳିଥିବା ଖବର ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ସେ ପ୍ରତିବର୍ଷ ଦିଲ୍ଲୀରେ ବଡ଼ିନ କଟାଇଥାନ୍ତି ।

ସେହିପରି ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ରାଜ୍ୟ ବାହାରକୁ ଯାଇଛନ୍ତି । ତ୍ରିପୁରାରେ ଅର୍ଥମନ୍ତ୍ରୀ ସମ୍ମିଳନୀରେ ଯୋଗ ଦେବାକୁ ସେ ଯାଇଛନ୍ତି । ବୟନଶିଳ୍ପ ମନ୍ତ୍ରୀ ଅଞ୍ଜଳୀ ବେହେରା ନିଜ ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଇଥିବା ବେଳେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଶାରା ନାୟକ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଯାଇଛନ୍ତି ।

ଶକ୍ତି ମନ୍ତ୍ରୀ ଅତନୁ ନାୟକ ନିଜ ନିର୍ବାଚନ ମଣ୍ଡଳୀ ଯାଇଥିବା ବେଳେ ବିଜ୍ଞାନ କାରିଗରୀ ମନ୍ତ୍ରୀ ରମେଶ ମାଝୀ ମଧ୍ୟ ତାଙ୍କ ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଇଛନ୍ତି ।

ଶିଳ୍ପ ମନ୍ତ୍ରୀ ରଘୁନାଥ ମହାନ୍ତି ବାଲେଶ୍ୱର ଜିଲ୍ଲା ଯାଇଥିବା ବେଳେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଞ୍ଝାରପୁର, ଶ୍ରମ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହେଓ ନିଜ ନିର୍ବାଚନ ମଣ୍ଡଳୀ, ଯୋଜନା ଓ ସମନ୍ୱୟ ମନ୍ତ୍ରୀ ଅନଙ୍ଗ ଉୟ ସିଂଦେଓ ବଲାଙ୍ଗୀର ଗସ୍ତରେ ଯାଇଛନ୍ତି ।

କେବଳ ମନ୍ତ୍ରୀ ନୁହନ୍ତି ରାଜଧାନୀରେ ବିଧାୟକଙ୍କୁ ମଧ୍ୟ ଦେଖିବାକୁ ମିଳୁନାହିଁ । ସମସ୍ତେ ପ୍ରାୟ ନିଜ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଇଛନ୍ତି କିମ୍ବା ପ୍ରମୋଦ ଗସ୍ତରେ ଯାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବିଧାନସଭା, ବିଧାୟକ, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ସଚିବାଳୟ

ସଚିବାଳୟରୁ ଗାଏବ୍ ହୋଇଥିବା ଖଣି ଫାଇଲ ଠାବ

December 19, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସଚିବାଳୟରୁ ଗାଏବ୍ ହୋଇଯାଇଥିବା ବହୁ ଚର୍ଚ୍ଚିତ ଖଣି ସଂପର୍କୀତ ଫାଇଲକୁ ଶନିବାର ଖଣି ବିଭାଗର ଜେରକ୍ସ ରୁମ୍ ର ଏକ ଆଲମାରୀ ଉପରୁ ଠାବ କରାଯାଇଛି ।

ସୂଚନାଯୋଗ୍ୟ ଯେ ଏସ୍ଏନ୍ ଦାସ ମହାପାତ୍ରଙ୍କୁ ଦିଆଯାଇଥିବା ମାଙ୍ଗାନିଜ ଖଣି ଲିଜ୍ ଫାଇଲ ହଜି ଯାଇଥିବା ବିଭାଗୀୟ ଅନୁଶାସନ ସଚିବ ଚଳିତ ମାସ ଚାରି ତାରିଖରେ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ ।

ସଂପୃକ୍ତ ଫାଇଲ ମିଳିବା ପରେ ଖଣି ବିଭାଗ ପକ୍ଷରୁ ଥାନାକୁ ଜଣାଇ ଦିଆଯାଇଛି ।

ଏହି ଗୁରୁତ୍ୱପୂର୍ଣ୍ଣ ଫାଇଲ ତିନି ମାସ ତଳେ କୁଆଡ଼େ ଉଭାନ ହୋଇଯାଇଥିଲା । ଏହାକୁ ନେଇ ଗତକାଲି ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା ।

ଏହାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ବିଧାନସଭା ସରଗରମ ହୋଇଥିଲା ଓ ବିରୋଧି ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପ୍ତରକୁ ଅଙ୍ଗୁଳି ନିଦେ୍ର୍ଧଶ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଖଣି, ଫାଇଲ, ମୁଖ୍ୟ ଖବର, ସଚିବାଳୟ

  • « Go to Previous Page
  • Page 1
  • Page 2

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ