• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସବ୍ୟସାଚୀ ମହାପାତ୍ର

କିଷାନ ଭାଷାର ଚଳଚିତ୍ର ‘ହେଏଲୁ’କୁ ପ୍ରଶଂସା

December 3, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସମ୍ବାଦ ଦାତା

ନୂଆ ଦିଲ୍ଲୀ, ଡିସେମ୍ବର ୩ (ଓଡିଶା ଡଟ କମ) ନିକଟରେ ଦେଶ ଓ ବିଦେଶରେ ଚଳଚିତ୍ର ଉତ୍ସବ ମାନଙ୍କରେ ପ୍ରଦର୍ଶିତ ହୋଇଥିବା କିଷାନ ଭାଷାରେ ନିର୍ମିତ ଚଳଚିତ୍ର ହେଏଲୁ ଦର୍ଶକଙ୍କ ଦ୍ଵାରା ବ୍ୟାପକ ପ୍ରଶଂସିତ ହୋଇଛି ।

film-2ଦୀର୍ଘ ଚାରି ବର୍ଷର ପରିଶ୍ରମ ର ଫଳ ସ୍ୱରୂପ ଭୁବନେଶ୍ୱରର ପିକେ. ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ତଥା ଓଡିଶାର ଶ୍ରୀ ଅଶୋକଙ୍କ କଥାବସ୍ତୁ ଉପରେ ଆଧାରିତ ଏହି ଚଳଚିତ୍ର ଏକ ଛୋଟ ପ୍ରେମ କାହାଣୀ ଉପରେ ଆଧାରିତ ।

ଏହାର ପ୍ରଯୋଜକ ହେଉଛନ୍ତି ଶ୍ରୀପତି ଶ୍ରୀଚନ୍ଦନ ଓ ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀ ଅଶୋକ । ସ୍ୱର ସଂଯାଜନା ଓ ଗୀତ ରଚନା କରିଛନ୍ତି ରଙ୍ଗବତୀ ଗୀତର ଜଣାଶୁଣା ଗୀତିକାର ପ୍ରଭୁଦତ୍ତ ପ୍ରଧାନ ଓ ମିତ୍ରଭାନୁ ଗୌନ୍ତିଆ ।

ଓଡ଼ିଶାର ଆଦିମ ଜନଜାତି ମାନଙ୍କର ସାଂସ୍କୃତିକ ପରମ୍ପରା ତଥା ଭାଷା ଉପରେ ଅନେକ ଗବେଷକଙ୍କ ଗୌରବପୂର୍ଣ୍ଣ ମତ ରହିଆସିଛି । ବଣ ଜଙ୍ଗଲ ଘେରା ପ୍ରାକୃତିକ ପରିବେଶ ଭିତରେ ସେମାନଙ୍କର ଆର୍ଥିକ ଓ ସାମାଜିକ ଉନ୍ନତି ହୋଇଛି ।

ସମ୍ବଲପୁର,  ଝାରସୁଗୁଡ଼ା, ଦେବଗଡ଼ ଓ ସୁନ୍ଦରଗଡ଼ ଆଦି ଅଞ୍ଚଳରେ ବାସ କରନ୍ତି କିଷାନ ଜନଜାତି । ଏହି ଜନଜାତି ବ୍ୟବହାର କରୁଥିବା ମାଦଲକୁ ହେଏଲୁ କୁହାଯାଏ ।ସେମାନଙ୍କ ସାମାଜିକ ଚାଲିଚଳଣି ଏବଂ ଭାଷାରେ ଅଛି ଅପୂର୍ବ ମଧୁରତା ।

ସେମାନଙ୍କ ଭାଷା ଓ ସଂସ୍କୃତିକୁ ଆଧାରକରି ତିଆରି ହୋଇଥିବା ଏହି ଚଳଚିତ୍ର ନୋଇଡା ଠାରେ ଚଳିତ ବର୍ଷ ଆୟୋଜିତ ଗ୍ଳୋବାଲ ଚଳଚିତ୍ର ମହୋତ୍ସବରେ ଏସିଆନ ଏକାଡେମୀ ଅଫ୍ ଫିଲ୍ମ ଏବଂ ଟେଲିଭିଜନ ପରିସରରେ ପ୍ରଦର୍ଶିତ ହୋଇଥିଲା ।film3 film4 film-5

ଏହି ଉତ୍ସବରେ ଯୋଗ ଦେଇଥିଲେ ବିଶିଷ୍ଟ ଚଳଚିତ୍ର ନିଦେ୍ର୍ଧଶକ – ମୁକେଶ ଭଟ୍ଟ , ପଙ୍କଜ ପରାଶର, ବିବେକ ଅଗ୍ନିହୋତ୍ରି, କେତନ ମେହେତା ଓ ଉତ୍ସବର ଚେୟାରମ୍ୟାନ ସନ୍ଦିପ ମାରୱା ।

ଏହି ଉତ୍ସବରେ ଶ୍ରେଷ୍ଠ ନିଦେ୍ର୍ଧଶକ ଭାବେ ହେଏଲୁର ନିର୍ଦ୍ଦେଶକ ଶ୍ରୀ ଅଶୋକଙ୍କୁ ପୁରସ୍କାର ସହ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା ।ଯେତେବେଳେ ହେଏଲୁ ଏହି ଉତ୍ସବରେ ପ୍ରଦର୍ଶିତ ହେଲା, ସେତେବେଳେ ଦର୍ଶକମାନଙ୍କ କରତାଳିରେ ପ୍ରେକ୍ଷାଳୟଟି ପ୍ରକମ୍ପିତ ହୋଇ  ଉଠିଥିଲା ।

ଶ୍ରୀ ଅଶୋକ କହିଛନ୍ତି  ଅଷ୍ଟମ ଗ୍ଳୋବାଲ ଚଳଚିତ୍ର ମହୋତ୍ସବରେ କିଶାନ ଭାଷାର  ଏକ ଚଳଚିତ୍ର ପ୍ରଶଂସା ପାଇବା ଓ ନିର୍ଦ୍ଦେଶକଙ୍କୁ ପୁରଷ୍କୃତ କରାଯିବା ସାରା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ଉତ୍ସବରେ ୩୫ଟି ଦେଶର ଚଳଚିତ୍ର ଭାଗନେଇଥିବା ସେ କହିଛନ୍ତି।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମନୋରଞ୍ଜନ Tagged With: ଅନୁସୂଚିତ ଜନଜାତି ମୋର୍ଚା, ଆଦିବାସୀ, କିଷାନ, ଚଳଚିତ୍ର, ଭୁଖା, ଶ୍ରୀ ଅଶୋକ, ସବ୍ୟସାଚୀ ମହାପାତ୍ର, ହେଏଲୁ

‘ଆଦିମ ବିଚାର’ର ବିଚାର

May 4, 2015 by News Bureau 2 Comments

କେଦାର ମିଶ୍ର

ମୌଳିକ ସିନେମାର ଅଭାବୀ ସମୟରେ ସବ୍ୟସାଚୀ ମହାପାତ୍ରଙ୍କ ବହୁଚର୍ଚ୍ଚିତ ଓ ପୁରସ୍କୃତ ସିନେମା ‘ଆଦିମ ବିଚାର’ ଓଡିଶାର ସିନେମା
କ୍ଷେତ୍ରରେ ଏକ ନୂଆ ଉତ୍ସାହ ସୃଷ୍ଟି କରିଛି । ଗତ  କିଛି ବର୍ଷ ଧରି ଓଡିଆ ସିନେମା ନାଁରେ ଆମେ ତେଲୁଗୁ କିମ୍ବା ତାମିଲ୍‍ ସିନେମାର ଅବିକଳ କପିକୁ ଦେଖି ଚାଲିଛୁ ।

Director Sabyasachi Mohapatra 3 ଓଡିଆ କାହାଣୀ, ଚରିତ୍ର, ଓଡିଆ ଜନଜୀବନର ସଂଘର୍ଷ ଓ ଘଟଣାକୁ ନେଇ ସିନେମା କରିବା ଉତ୍ସାହ ବା ସାହସ ସତେ ଯେମିତି ଆମର ମରିଯାଇଛି । କା’, ମାଟିର ମଣିଷ କିମ୍ବା ସ୍କୁଲ୍‍ ମାଷ୍ଟର ଭଳି ସିନେମା କରିବା ପାଇଁ ଆଜି ଆମ ପାଖରେ ଆଗ୍ରହ ନାହିଁ ।

ସେହି ପୃଷ୍ଠଭୂମିରେ ସବ୍ୟସାଚୀମହାପାତ୍ର ଗୋଟିଏ ପରେ ଗୋଟିଏ ମୌଳିକ ଚଳଚ୍ଚିତ୍ର ନିର୍ମାଣ କରି ସିନେମାରେ ଆମ ସାଂସ୍କୃତିକ ଜୀବନକୁ ବଞ୍ଚାଇ ରଖିଛନ୍ତି । ତିନୋଟି ଦୃଷ୍ଟିରୁ ସବ୍ୟସାଚୀ ମହାପାତ୍ରଙ୍କ ଅବଦାନ ଓଡିଶାର ସିନେମାଜଗତ ପାଇଁ ଅତୁଳନୀୟ ।

ପ୍ରଥମତଃ ସେ ଓଡିଆ ଭାଷା ଅପେକ୍ଷା ପଶ୍ଚିମାଞ୍ଚଳର କୋଶଳୀ ଲଗାତାର ସିନେମା କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଭୁଖା,
ଶଲାବୁଢ଼ା ଓ ଆଦିମ ବିଚାର ଏହି କ୍ରମରେ ତିନୋଟି ମାଇଲ୍‍ଖୁଣ୍ଟ । ଦ୍ୱିତୀୟ କଥା ହେଉଛି ସିନେମାର ଦେଶୀ ସାଂସ୍କୃତିକ ପୃଷ୍ଠଭୂମି ।

ତାଙ୍କର ପ୍ରତ୍ୟେକ ସିନେମାରେ ଓଡିଶାର ଜନଜୀବନ ଓ ଅନାଲୋଚିତ ସାଂସ୍କୃତିକ ଦିଗଗୁଡିକ ନୂଆ ରୂପ ପାଇଥାନ୍ତି ।
ତୃତୀୟ କଥା ହେଉଛି ସିନେମାରେ ଓଡିଶାର ଲୋକକଳା ଓ ସଙ୍ଗୀତକୁ ନୂଆ କରି ଆବିଷ୍କାର କରିବାର ନିଶା ।

ସବ୍ୟସାଚୀ ମହାପାତ୍ର ପଶ୍ଚିମ ଓଡିଶାର ସାଂସ୍କୃତିକ ଜୀବନବୋଧକୁ ନେଇ ଏକପ୍ରକାର ନିଶାଗ୍ରସ୍ତ । ସେହି ନିଶାରୁ ତାଙ୍କର ସିନେମା ସୃଷ୍ଟି ହୁଏ ।
ସେଥିପାଇଁ ପ୍ରତ୍ୟେକ ସିନେମାରେ ଏକ ନିଶାଗ୍ରସ୍ତ ମଣିଷର ଭାବପ୍ରବଣ ସମ୍ପୃକ୍ତି ବାରି ହୋଇପଡିବ ।

ଆଦିମ ବିଚାର ଗତ ସପ୍ତାହରେ ଶ୍ରେଷ୍ଠ ଓଡିଆ ସିନେମା ଭାବରେ ରାଷ୍ଟ୍ରପତିଙ୍କ ‘ରଜତ କମଳ’ ପୁରସ୍କାର ପାଇଛି । ପ୍ରାୟ ୯ ବର୍ଷ ପରେ ଓଡିଆ
ସିନେମା ଜାତୀୟ ସ୍ତରFIlm Still ADIM VICHAR 1ରେ ପୁରସ୍କୃତ ହୋଇଛି । ହୁଏତ ଏହାକୁ ସିନେମାର ଏକ ସଫଳତା ବୋଲି ଆମେ କହିପାରିବା ।

ତେବେ ପୁରସ୍କାରଠୁ ବଡ ସଫଳତା ହେଉଛି ଆଦିମ ବିଚାରକୁ ନେଇ ଦର୍ଶକ ତଥା ଆଲୋଚକ ମହଲରେ ଉତ୍ସାହ ।
କାହାଣୀ ଦୃଷ୍ଟିରୁ ଦେଖିଲେ‘ଆଦିମ ବିଚାର’ ଏକ ସହଜ ଓ ସରଳ କାହାଣୀ ଦେଇ ଗତି କରୁଛି ।

ପୁରାତନ ଗାଁର ଜଣେ ପୁରୁଖା କନ୍ଧ ବୁଢ଼ା ।ଲୋକବିଦ୍ୟାରେ ଧୁରନ୍ଧର କନ୍ଧ ବୁଢ଼ା ତା ଜୀବନରେ ସତ୍ୟ, ନ୍ୟାୟ ଓ ସାମାଜିକ ମୂଲ୍ୟବୋଧ ପାଇଁ ନିଜସ୍ୱ ମୌଳିକ ବିଚାର ରଖିଛି ।

ଯୌଥ ପରିବାରର ହସଖୁସିକୁ ନେଇ କାହାଣୀ । ସେଠି ଗୀତ ଅଛି, ନାଚ ଅଛି, ହାସ୍ୟ ଓ ବ୍ୟଙ୍ଗ ଅଛି, ଘର ଭାଙ୍ଗିବାର ଯନ୍ତ୍ରଣା ଅଛିତା ସାଙ୍ଗକୁ ରହିଛି ଏସବୁକୁ ସାମ୍ନା କରିବାର ଏକ ପାହାଡି ସାହସ ।

ଓଡିଆରେ ନିର୍ମାଣ ହେଇଥିବା ତିନୋଟି ମହାନ ଚଳଚ୍ଚିତ୍ର, ଯାହାକି ଓଡିଶାର ଯୌଥ ପରିବାରକୁ ନେଇ ନିର୍ମିତ – ମୃଣାଳ ସେନ୍‍ଙ୍କ ‘ମାଟିର ମଣିଷ’, ନିରଦ ମହାପାତ୍ରଙ୍କ ‘ମାୟାମିରିଗ’ ସହ ଆଦିମ ବିଚାରକୁ ତୁଳନା କରି ଦେଖା ଯାଇପାରେ ।

‘ମାଟିର ମଣିଷ’ର ଏକ ଆଦିବାସୀ ରୂପକଳ୍ପ ‘ଆଦିମ ବିଚାର’ରେ ରହିଛି । ତେବେ ମୃଣାଳ ସେନ୍‍ ଗାଁରୁ ସହରକୁ ଯାଉଥିବା ବରଜୁ
ଭିତରେ ଭାଙ୍ଗି ଯାଉଥିବା ଗ୍ରାମ୍ୟଜୀବନର କଥା କହିଥିବା ବେଳେ ସବ୍ୟସାଚୀ ମହାପାତ୍ର ସହର ଆଗରେ କନ୍ଧ ବୁଢ଼ାର ଦୃଢ଼ ଓ ଅବିଚଳ ବିଚାରକୁ ବିଜୟୀ କରି ଛିଡା କରାଇଛନ୍ତି ।

ସିନେମାର ଆଲୋଚନା କଲାବେଳେ ତିନୋଟି ଦିଗକୁ ଅଧିକ ତାରିଫ କରିବାକୁ ପଡିବ । ‘ଆଦିମ ବିଚାର’ର ସଙ୍ଗୀତ ମୌଳିକ, ଅତ୍ୟନ୍ତ ପ୍ରଭାବଶାଳୀ ଓ ଏକ ଚିରସ୍ଥାୟୀ ପରମ୍ପରାର ମୂର୍ଚ୍ଛନାକୁ ନୂଆ ରୂପ ଦେବାରେ ସଫଳ । ଘାସିରାମ ମିଶ୍ର ଓ ପଙ୍କଜ ଜାଲ୍‍ଙ୍କ ସଙ୍ଗୀତରେ ରହିଛି ଅପୂର୍ବ ଯାଦୁକରୀ ।

ଉଭୟ ପ୍ରଚ୍ଛଦ ସଙ୍ଗୀତ ଓ ପୃଷ୍ଠଭୂମି ସଙ୍ଗୀତରେ ଏହା ନିଜସ୍ୱ ସଫଳତା ଅଙ୍କନ କରିଛି । ଦ୍ୱିତୀୟରେ ଆଦିମ ବିଚାରର ଗଢ଼ଣ, ପୃଷ୍ଠଭୂମି, ଲ୍ୟାଣ୍ଡସ୍କେପ୍‍ ଓ ଚିତ୍ରତ୍ତୋଳନରେ ଅପୂର୍ବ କାରିଗରୀର ସଙ୍କେତ ରହିଛି । ତୃତୀୟ ଏବଂ ସବୁଠୁ ବଡ ଅନୁଭବ ହେଉଛି, ବଳିଷ୍ଠ ଅଭିନୟ ।

ବର୍ଷୀଆନ୍‍ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ କାନ୍ଧରେ ଭାରା ଦେଇ ସିନେମାଟି ଠିଆ ହୋଇଛି । ଅଶୀ ବର୍ଷ ପରେ ମଧ୍ୟ
ଅଟଳ ବିହାରୀ ପଣ୍ଡାଙ୍କ ଅଭିନୟରେ ରହିଛି ନବଯୁବକର ଉତ୍ସାହ । ଅଭିନୟରେ ସ୍ୱାଭାବିକ ଓ ସହଜ ଅଭିବ୍ୟକ୍ତି ତାଙ୍କୁ ଜଣେ ନିଆରା
ଅଭିନେତାର ମର୍ଯ୍ୟାଦା ଆଣି ଦେଇଛି ।

କନ୍ଧବୁଢ଼ାର ଜୀବନ ଓ ସଂସ୍କୃତି ଅଟଳ ବାବୁଙ୍କ ଅଙ୍ଗଭଙ୍ଗୀରେ ଏତେ ସହଜରେ ଫୁଟି ଉଠିଛି ଯେ ସେଠି ଅଭିନୟ ବୋଲି କିଛି ନାହିଁ ।

ଅଶୀ ବର୍ଷ ବୟସର ଏହି ନିଷ୍ଠାପର ବ୍ରାହ୍ମଣଜଣଙ୍କ ଅତି ସ୍ୱାଭାବିକ ଓ ସହଜ ରୀତିରେ ଆଦିବାସୀ ଚରିତ୍ର ପାଲଟି ଯାଇଛନ୍ତି । ତାଙ୍କ ସହ ତାଳ ଦେଇ ତପସ୍ୱିନୀ ଗୁରୁ, ଜଗଦାନନ୍ଦ ଛୁରିଆ, ଘାସିରାମ ମିଶ୍ର, ଗଦାଧର ବାରିକ, ପୁରୁଷୋତ୍ତମ, ପ୍ରଦ୍ୟୁମ୍ନ, ଲୋଚନୀ, ସସ୍ମିତା ପ୍ରମୁଖ ନିଜର ଅଭିନୟ ପରାକାଷ୍ଠା ଦେଖାଇଛନ୍ତି ।

ଏସବୁର ବାହାରେ ଆଉ ଏକ ଦିଗ ଯାହାକି ସିନେମାଟିକୁ ଅଧିକ ପ୍ରଭାବଶାଳୀ କରିଛି, ତାହା ହେଉଛି ସିନେମାର ସଂଳାପ । ନିଚ୍ଛକ, ପ୍ରାଣସ୍ପର୍ଶୀ
ଓ ଭାଷାର ଲାଳିତ୍ୟକୁ ବ୍ୟକ୍ତ କରୁଥିବା ଏହି ସବୁ ସଂଳାପର ଲେଖକ ଭାବରେ ଅଟଳ ବିହାରୀ ପଣ୍ଡାଙ୍କୁ ଯେତେ ପ୍ରଶଂସା କଲେ ବି କମ୍‍ ହେବ ।

ଓଡିଆ ସିନେମାର ଧାରାରେ ସବ୍ୟସାଚୀ ମହାପାତ୍ର ଅନେକ କିଛି ନୂଆ କରିଛନ୍ତି । ସିନେମା ତିଆରି କଲା ବେଳେ ଗୋଷ୍ଠୀ ଜୀବନର ଅନୁଭବକୁ ସେ କାମରେ ଲଗାଇଛନ୍ତି । ତାଙ୍କ ସିନେମା ବ୍ୟାବସାୟିକ ପ୍ରଯୋଜନା ନୁହେଁ, ତାହା ଗୋଷ୍ଠୀର ଗଣତନ୍ତ୍ର ଦ୍ୱାରା ପରିଚାଳିତ ଏକ କଳାତ୍ମକ ପ୍ରକ୍ରିୟା ।

ସିନେମାର ପ୍ରଯୋଜକ, ନିର୍ଦ୍ଦେଶକ, ଟେକନିସିଆନ୍‍, ଅଭିନେତା ଅଭିନେତ୍ରୀ, ସେଟ୍‍ ଡିଜାଇନ୍‍ର, ସ୍ପଟ୍‍ ବୟ, ଲାଇଟ୍‍ ବୟ, କ୍ୟାମେରାମ୍ୟାନ୍‍ ଓ ପୋଷ୍ଟ ପ୍ରଡକ୍‍ସନ୍‍ ଟେକ୍ନିସିଆନ୍‍- ସମସ୍ତେ ଗୋଟିଏ ପରିବାରର ଅଂଶବିଶେଷ । ସିନେମା ପାଇଁ ସବ୍ୟସାଚୀ ମହାପାତ୍ରଙ୍କର ଏକ ନିର୍ଦ୍ଧିଷ୍ଟ କାର୍ଯ୍ୟଶୈଳୀ ରହିଛି ।

ତେବେ ସିନେମା ନିର୍ମାଣରେ ଗୋଷ୍ଠୀର ଗଣତନ୍ତ୍ର ବା କମୁ୍ୟନିଟି ଡେମୋକ୍ରାସି ଆଣିବାରେ ତାଙ୍କର ଭୂମିକା ତାଙ୍କ ନିଜ ସିନେମାର କନ୍ଧ ବୁଢ଼ା ପରି । ସେ ନିର୍ଦ୍ଦେଶକ ଅପେକ୍ଷା ମୁରବୀ ବେଶି । ଏହା ହିଁ ‘ଆଦିମ ବିଚାର’ର ବୌଦ୍ଧିକ ଓ ବୈଚାରିକ ସଫଳତା ।

ଫୋନ୍‍ : ୯୪୩୭୧୫୪୪୪୫

News Bureau
News Bureau

Filed Under: ମନୋରଞ୍ଜନ, ରୋକ ଠୋକ Tagged With: ଆଦିମ ବିଚାର, ପଶ୍ଚିମାଞ୍ଚଳ, ଶଲାବୁଢ଼ା, ସବ୍ୟସାଚୀ ମହାପାତ୍ର

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଆଦିମ ବିଚାର’କୁ ଜାତୀୟ ପୁରସ୍କାର

May 4, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ନୂଆଦିଲ୍ଲୀ, ମଇ ୪ (ଓଡିଶା ଡଟ କମ), ଆଦିବାସୀଙ୍କ ସରଳ ଜୀବନକୁ ନେଇ ପ୍ରଯୋଜକ ସୁଶାନ୍ତ କୁମାର ମହାପାତ୍ରଙ୍କ ନିର୍ମିତ ଓ ସବ୍ୟସାଚୀ ମହାପାତ୍ର ଙ୍କ ନିର୍ଦ୍ଦେଶିତ ”ଆଦିମ ବିଚାର” ଚଳଚ୍ଚିତ୍ରକୁ ରବିବାର ନୂଆ ଦିଲ୍ଲୀରେ ଶ୍ରେଷ୍ଠ ଓଡିଆ ଚଳଚିତ୍ର ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି ।FIlm Still ADIM VICHAR 1

Director Sabyasachi Mohapatra 3ବିଜ୍ଞାନ ଭବନରେ ଅନୁଷ୍ଠିତ ୬୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ୨୦୧୪ ର ଶ୍ରେଷ୍ଠ ଚଳଚ୍ଚିତ୍ର ନିର୍ମାଣ କରିଥିବା ବ୍ୟକ୍ତିମାନଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଠାରୁ ପୁରସ୍କାର ସ୍ୱରୂପ ଆଦିମ ବିଚାରର ଉଭୟ ପ୍ରଯୋଜକ ଓ ନିର୍ଦ୍ଦେଶକ ଏକ ଲକ୍ଷ ଟଙ୍କା ଲେଖାଏ ଅର୍ଥ ରାଶି, ମାନପତ୍ର ଓ ରଜତ କମଳ ଟ୍ରଫି ଗ୍ରହଣ କରିଥିଲେ ।

”ଆଦିମ ବିଚାର” କୁ ଶ୍ରେଷ୍ଠ କଳାତ୍ମକ ଓଡିଆ ଫିଚର ଫିଲ୍ମ ଭାବେ ସ୍ଵତନ୍ତ୍ର ବିଚାରକ ମଣ୍ଡଳୀ ମାର୍ଚ ୨୪ ତାରିଖରେ ପୁରସ୍କାର ପାଇଁ ଘୋଷଣା କରିଥିଲେ ।ଏହି ଚଳଚ୍ଚିତ୍ର ଜାତୀୟ ପୁରସ୍କାର ପାଇବା ପୂର୍ବରୁ ବହୁ ଆନ୍ତର୍ଜାତୀୟ ସମାରୋହରେ ମଧ୍ୟ ପୁରସ୍କୃତ ହୋଇଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ମନୋରଞ୍ଜନ Tagged With: ଆଦିବାସୀଙ୍କ, ଆଦିମ ବିଚାର, ପଶ୍ଚିମାଞ୍ଚଳ, ଶଲାବୁଢ଼ା, ସବ୍ୟସାଚୀ ମହାପାତ୍ର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ