• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସମାବେଶ

ପୋସ୍କୋ ବିରୋଧୀଙ୍କ ମହାସମାବେଶ

December 9, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୯(ଓଡ଼ିଶା ଡ଼ଟ୍ କମ୍) ପୋସ୍କୋ ପ୍ରସ୍ତାବିତ ଅଞ୍ଚଳରେ ଶୁକ୍ରବାର ବିରୋଧୀମାନେ ମହାସମାବେଶର ଆୟୋଜନ କରିଥିବା ବେଳେ ଅଭୟ ସାହୁଙ୍କୁ ନିଃସର୍ତ ଜାମିନ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି ।

ଢିଙ୍କିଆ ନିକଟସ୍ଥ ବୋଷ କାଲିସ୍ ଠାରେ ଆୟୋଜିତ ସମାବେଶରେ କଂଗ୍ରେସ, ସିପିଆଇ, ସିପିଏମ୍, ଫରୱାର୍ଡ଼ବ୍ଲକ, ରାଷ୍ଟ୍ରୀୟଜନତା ଦଳ ଏବଂ ସମାଜବାୀ ପାର୍ଟି ନେତାମାନେ ଯୋଗ ଦେଇଥିଲେ ।

ପୋଲିସ ବଳ ପ୍ରୟୋଗ କରି ସରକାର ପ୍ରକଳ୍ପ ପାଇଁ ରାସ୍ତା କାମ ଏବଂ ଜମି ଅଧିଗ୍ରହଣ କରୁଥିବାରୁ
ସେମାନେ ଏହାକୁ ବିରୋଧ କରିଛନ୍ତି ।

ପୋସ୍କୋ ଆନ୍ଦୋଳନକୁ ଜାରି ରଖିବା ପାଇଁ ସେମାନେ ଗ୍ରାମବାସୀଙ୍କୁ ସମର୍ଥନ ଦେବାକୁ କହିଥିବା ବେଳେ କାମ ପାଇଁ ପୋଲିସ ବଳ ପ୍ରୟୋଗ କରାଗଲେ ପରିସ୍ଥିତି ଭୟାନକ ହେବ ବୋଲି ଧମକ ଦେଇଛନ୍ତି ।

ଅଭୟଙ୍କ ବିରୁଦ୍ଧରେ ଶତାଧିକ ମିଥ୍ୟା ମାମଲାର ଦାଏର କରାଯାଇଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ସେ
୪୦ରୁ ଉର୍ଦ୍ଧ୍ଵ ମାମଲାରେ ଜାମିନ ପାଇସାରିଛନ୍ତି ବୋଲି ରାଜନୈତିକ ଦଳର ନେତାମାନେ କହିଛନ୍ତି ।

ତେବେ ପୋସ୍କୋ ପ୍ରକଳ୍ପକୁ ବେଆଇନ ମଞ୍ଜୁର ନେଇ ଗ୍ରିନ ଟ୍ରିବ୍ୟୁନାଲ ଏବଂ ହାଇକୋର୍ଟରେ ମାମଲା ବିଚାରଧିନ ରହିଥିବା ସେମାନେ କହିଛନ୍ତି ।

“ମିଥ୍ୟା ମାମଲାରେ ସାହୁଙ୍କୁ ଗିରଫ କରାଯାଇଥିବାରୁ ଏହାକୁ ଆମେ ନିନ୍ଦା କରୁଛୁ ଏବଂ ତାଙ୍କ ବିରୁଦ୍ଧରେ ଥିବା ମିଥ୍ୟା ମାମଲା ପ୍ରତ୍ୟାହାର କରାଯାଉ” ସିପିଆଇ ରାଜ୍ୟ ସଂପାଦକ ଦିବାକର ନାୟକ କହିଛନ୍ତି ।

ଅଭୟଙ୍କୁ ନିଃସର୍ତରେ ଜାମିନରେ ଆଣିବା ପାଇଁ ରାସ୍ତା ବାହାର କରିବାକୁ ଗାଁସ୍ତରରେ ଏକ କୋର କମିଟି ଗଠନ କରାଯାଇଛି ।

ପ୍ରକଳ୍ପ କାର୍ଯ୍ୟ ପାଇଁ ଠିକା ସଂସ୍ଥା, କମ୍ପାନୀ ଅଧିକାରୀ ତଥା ସରକାରୀ ଅଧିକାରୀ ସଂପୃକ୍ତ ଅଞ୍ଚଳକୁ ଆସିଲେ ସେମାନଙ୍କୁ ବିରୋଧ କରାଯିବ ବୋଲି ବିରୋଧୀ ନେତା ଶିଶିର ମହାପାତ୍ର କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ପୋସ୍କୋ, ସମାବେଶ

ସରକାରଙ୍କ ବରଖାସ୍ତ ଦାବିରେ କଂଗ୍ରେସର ସମାବେଶ

December 14, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡ଼ିସେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ହାଇକୋର୍ଟ ଦେଇଥିବା ରାୟ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ବରଖାସ୍ତ ଦାବି କରି କଂଗ୍ରେସ ପକ୍ଷରୁ ମଙ୍ଗଳବାର ଭୁବନେଶ୍ୱରରେ ସମାବେଶର ଆୟୋଜନ କରାଯାଇଛି ।

ଏହି ସମାବେଶରେ ବରିଷ୍ଠ କଂଗ୍ରେସ ନେତା ତଥା କେନ୍ଦ୍ରମନ୍ତ୍ରୀ ଭି.ନାରାୟଣ ସ୍ୱାମୀ ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ହଜାର ହଜାର କର୍ମୀ, ନେତାମାନେ ଯୋଗ ଦେଇଛନ୍ତି ।

କର୍ମୀମାନେ ସାତଟି ସ୍ଥାନରୁ ର୍ୟାଲିରେ ବାହାରି ପିଏମ୍ଜି ଛକ ଠାରେ ଆୟୋଜିତ ସମାବେଶରେ ଏକତ୍ରିତ ହୋଇଥିଲେ । ଦଳୀୟ କର୍ମୀମାନେ ସରକାର ବିରୋଧି ସ୍ଲୋଗାନ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

ଉପସ୍ଥିତ ନେତାମାନେ ବେଦାନ୍ତ ପ୍ରସଙ୍ଗଠୁ ଆରମ୍ଭ କରି ସରକାର କିପରି ରାଜ୍ୟକୁ ଲୁଟୁଛନ୍ତି ସେ ସଂପର୍କରେ କର୍ମୀ ମାନଙ୍କୁ ଅବଗତ କରିବା ସହ ନବୀନ ହଟାଅ ଆନ୍ଦୋଳନ ଯୋରଦାର କରିବାକୁ ଆହ୍ୱାନ ଦେଇଥିଲେ ।

କେନ୍ଦ୍ର ସରକାର ଓଡ଼ିଶାକୁ ପର୍ଯ୍ୟାପ୍ତ ଅର୍ଥ ଦେଉଛନ୍ତି କିନ୍ତୁ ସରକାର ଅର୍ଥ ଖର୍ଚ୍ଚ କରିପାରୁ ନାହାନ୍ତି । ଅନ୍ୟ ପକ୍ଷରେ ଅର୍ଥର ବ୍ୟାପକ ହରିଲୁଟ କରୁଛନ୍ତି । ଏ ସଂପର୍କରେ ସୁପ୍ରିମକୋର୍ଟ ମଧ୍ୟ ସ୍ପଷ୍ଟ କରିଛନ୍ତି ବୋଲି ନାରାୟଣସ୍ୱାମୀ କହିଥିଲେ ।

କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ରାଜ୍ୟକୁ ଦେଉଥିବା ଅର୍ଥ ଖର୍ଚ୍ଚ ଉପରେ ତଦାରଖ କରିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଥିଲେ ।

ସରକାରଙ୍କୁ ହଟାଇବା ପାଇଁ ଆନ୍ଦୋଳନ ଯୋରଦାର କରାଯିବ । ଆଗାମୀ ନେତାଜୀ ଜୟନ୍ତୀ ଦିନ ଓଡ଼ିଶା ବନ୍ଦ ଡ଼ାକରା ପାଇଁ ବ୍ୟବସ୍ଥା କରାଯିବ ବୋଲି ପିସିସି ସଭାପତି କେ.ପି.ସିଂହଦେଓ କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ମୁଖ୍ୟ ଖବର, ସମାବେଶ, ହାଇକୋର୍ଟ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ