• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସମ୍ବଲପୁର

ସମ୍ବଲପୁର: ବୋମା ଓ ଗୁଳି ସହ ୬ ଗିରଫ

February 28, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସମ୍ବଲପୁର, ଫେବୃୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ସମ୍ବଲପୁର ଜିଲ୍ଲାରେ ମଙ୍ଗଳବାର ପୋଲିସ ବିଭିନ୍ନ
ସ୍ଥାନରେ ଚଢ଼ାଉ କରି ବୋମା ଓ ଗୁଳି ସହ ୬ ଜଣଙ୍କୁ ଗିରଫ କରିଛି ।

ଝାରସୁଗୁଡ଼ା ଜିଲ୍ଲାରୁ ୨ ଜଣଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୪ଟି ବୋମା ଜବତ କରିଥିବା ବେଳେ ରେଙ୍ଗାଲି ଅଂଚଳରୁ ଗିରଫ କରିଥିବା ୪ ଜଣଙ୍କଠାରୁ ୬ ରାଉଣ୍ଡ ଜୀବନ୍ତ ଗୁଳୁ ଜବତ କରିଛି ।

ଓଏସ୍ଏପିଦ୍ୱିତୀୟ ବାଟାଲିୟନ୍ ଫାୟାରିଂ ରେଞ୍ଜ ନିକଟରେ ଥିବା ଗୋଟିଏ ଘରୁ ପୋଲିସ ଚାରୋଟି ହାତ ତିଆରି ଜୀବନ୍ତ ବୋମା ଉଦ୍ଧାର କରିବା ସହ ଏଠାରେ ରହୁଥିବା ଦୁଇ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ।

ଓଡ଼ିଶା ଲିବରେସନ୍ ଟାଇଗର ବ୍ୟାନରରେ ବେଆଇନ୍ କାର୍ଯ୍ୟରେ ଲିପ୍ତ ଥିବା ଏହି ଯୁବକମାନେ ଡକାୟତି ମାମଲାରେ ସଂପୃକ୍ତ ବୋଲି ପୋଲିସ କହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପୋଲିସ, ସମ୍ବଲପୁର

ପରୀକ୍ଷାଫଳ ପ୍ରକାଶରେ ବିଳମ୍ବ ଯୋଗୁଁ ଅସନ୍ତୋଷ

November 28, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବୁର୍ଲା଼, ନଭେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) ସମ୍ବଲପୁର ବିଶ୍ୱବ୍ୟିାଳୟର ଯୁକ୍ତ ୩ଦ୍ୱିତୀୟ ବର୍ଷ ପ୍ରାଇଭେଟ୍ ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ପରୀକ୍ଷା ହେବାର ଦୀର୍ଘ ଛଅ ମାସ ପରେ ମଧ୍ୟ ଫଳ ପ୍ରକାଶ ହୋଇପାରିନଥିବାରୁ ଏହା ବିଶ୍ୱବ୍ୟିାଳୟର ଅସାମର୍ଥ୍ୟତା ବ୍ୟତୀତ କିଛି ନୁହେଁ ବୋଲି ସେମାନେ କହିଛନ୍ତି ।

ପରୀକ୍ଷା ସଂପର୍କୀତ ବିବରଣୀ(ପ୍ରସ୍ପେକ୍ଟସ୍)ରେ ୪୫ଦିନ ମଧ୍ୟରେ ଫଳ ପ୍ରକାଶ ପାଇବ ବୋଲି ଉଲ୍ଲେଖ କରାଯାଇଥିବା ବେଳେ ଏହା ବର୍ତମାନ ମିଛ ପ୍ରମାଣିତ ହୋଇଛି, ସେମାନେ କହିଛନ୍ତି ।

ପରୀକ୍ଷାର୍ଥୀମାନେ ଫଳାଫଳକୁ ଅପେକ୍ଷା କରି ଆଶା ରଖିଦିନ ଗଣି ଚାଲିଛନ୍ତି କିନ୍ତୁ ଫଳ ପ୍ରକାଶରେ ବିଳମ୍ବ ତା’ର ସବୁ ଆଶା ଓ ଆକାଙ୍କ୍ଷାକୁ ଧୂଳିସାତ କରିେଇଛି ।

ଶତାଧିକ ପରୀକ୍ଷାର୍ଥୀ ଅର୍ଥ ସଂକଟରେ ଥାଇ ମଧ୍ୟ ଫର୍ମ ପୂରଣ କରୁଛନ୍ତି କିନ୍ତୁ ପରୀକ୍ଷା ଫଳ ବାହାରିବାରେ ବିଳମ୍ବ ଯୋଗୁଁ ତାଙ୍କର ଭବିଷ୍ୟତ ଯୋଜନା ନଷ୍ଟ ହୋଇଯାଉଛି ।

ବିଶ୍ୱବ୍ୟିାଳୟର ପ୍ରାଇଭେଟ୍ ସେଲରେ ଥିବା ଅଧିକାରୀମାନେ ଏହି ସମସ୍ୟା ପାଇଁ ସଂପୂର୍ଣ୍ଣ ଭାବେ ଉତରାୟୀ ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଏହି ବିଷୟରେ ବିହିତ ପଦକ୍ଷେପ ନେଇ ଫଳାଫଳା ପ୍ରକାଶ କରିବାକୁ ସେମାନେ ଦ।ବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବୁର୍ଲା, ସମ୍ବଲପୁର

ଇଣ୍ଟରସିଟି ଟ୍ରେନ-ଟ୍ରକ୍ ମଧ୍ୟରେ ଧକ୍କା, ୧ ଗୁରୁତର

November 7, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ନଭେମ୍ବର ୭(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲାରେ ସୋମବାର ଭୁବନେଶ୍ୱର ବଲାଙ୍ଗୀର ଇଣ୍ଟରସିଟି ଟ୍ରେନ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ପୋଲିସ କହିଛି ।

ବରଗଡ଼ ସମ୍ବଲପୁର ରେଳ ଲାଇନର କୁର୍ଲା ସ୍ଥିତ ଜଗୁଆଳି ବିହୀନ ଫାଟକରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଟ୍ରକ୍ ଡ଼୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅପରାଧ, ଇଣ୍ଟରସିଟି, ଟ୍ରେନ, ବରଗଡ଼, ସମ୍ବଲପୁର

ପ୍ରଥମ ଥର ପାଇଁ ବରଗଡରେ ‘ଇନ୍ସପାୟର ଇନ୍ଟରଶିପ କ୍ୟାମ୍ପ’

April 23, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଅପ୍ରେଲ ୨୩(ଓଡ଼ିଶା ଡ଼ଟ୍ କମ୍) ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ସଂଲଗ୍ନ ଗବେଷଣାକୁ ନିଜର କ୍ୟାରିୟର ଭାବରେ ନେବାକୁ ଉତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଆନୁକୁଲ୍ୟରେ ସମ୍ବଲପୁର ବିଶ୍ୱବ୍ୟିାଳୟ ଏକ ‘ଇନ୍ସପାୟର୍ ଇନ୍ଟରଶିପ କ୍ୟାମ୍ପ’ ଆୟୋଜିତ କରୁଛି ।

ବରଗଡ ସ୍ଥିତ ବିକାଶ ଜୁନିଅର କଲେଜ ପରିସରରେ ଆସନ୍ତା ଅପ୍ରେଲ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ ।

ସମ୍ବଲପୁର ବିଶ୍ୱବ୍ୟିାଳୟର କୁଳପତି ଅରୁଣ କୁମାର ପୂଜାରୀଙ୍କ ତତ୍ୱାବଧାନରେ ହେଉଥିବା ଏହି କ୍ୟାମ୍ପରେ ଶେର ବହୁ ବିଶିଷ୍ଟ ତଥା ପୁରସ୍କାର ବିଜେତା ବୈଜ୍ଞାନିକମାନେ ଯୋଜନା ଦେବାର କାର୍ଯ୍ୟକ୍ରମ ରହିଛି ।

ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର ବିଜେତା ପ୍ରଫେସର କେ.ଭଟ୍ଟାଚାର୍ଯ୍ୟ, ଡାଇରେକ୍ଟର, ଇଣ୍ଡିଆନ ଏସୋସିଏସନ ଅଫ୍ କଲ୍ଟିଭେସନ ଅଫ୍ ସାଇନ୍ସ, କୋଲକାତା, ପ୍ରଫେସର ପି. ପାଣିଗ୍ରାହୀ, ଇସର, କୋଲକାତା, ଶାନ୍ତି ସ୍ୱରୂପ ପୁରସ୍କାର ବିଜେତା ପ୍ରଫେସର ସଂଜୟ ପୁରୀ, ସ୍କୁଲ ଅଫ୍ ଫିଜିକାଲ ସାଇନ୍ସ, ଜବାହରଲାଲ ନେହେରୁ ବିଶ୍ୱବ୍ୟିାଳୟ, ନୂଆଦିଲ୍ଲୀ, ପ୍ରଫେସର ଅମିତାଭ ମୁଖୋପାଧ୍ୟାୟ ।

ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇମୁନୋଲୋଜି, ନୂଆ ଦିଲ୍ଲୀ, ପ୍ରଫେସର ଟି. ବାଲାକ୍ରିଷ୍ଣା , ରସାୟାନ ବିଜ୍ଞାନ ବିଭାଗ, ମାଡ୍ରାସ ବିଶ୍ୱବ୍ୟିାଳୟ, ଡ଼. ପି. ଜୟଶଙ୍କର, ଫିସ୍ ଜେନେଟିକ୍ ଓ ବାଓଟେକ୍ନୋଲୋଜି ଡିଭିଜନ, ଭୂବନେଶ୍ୱର, ଡ଼ ଭି.ମୁରୁଗାମଣ୍ଡଲମ, ଗଣିତ ବିଜ୍ଞାନ ବିଭାଗ, ନିସାର, ଭୁବନେଶ୍ୱର, କର୍ଣ୍ଣଲ ଏସ୍.କେ. ସାମନ୍ତରାୟ ।

ଡି.ଆର୍.ଡି.ଓ ଚାନ୍ଦିପୁର ଓ ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର ବିଜେତା ପ୍ରଫେସର କାର୍ମେଶୁ ପଟେଲ, ସ୍କୁଲ ଅଫ୍ କମ୍ପୁଟର ଏବଂ ସିଷ୍ଟମ ସାଇନ୍ସ, ଜବାହରଲାଲ ନେହେରୁ ବିଶ୍ୱବ୍ୟିାଳୟ, ନୂଆଦିଲ୍ଲୀରୁ ଆସି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଓ ପ୍ରଶିକ୍ଷଣ ଦେବେ ।

ଏହି କ୍ୟାମ୍ପରେ ଗତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୮୨ ପ୍ରତିଶତ ଓ ତାଠାରୁ ଉର୍ଦ୍ଧ ମାର୍କ ରଖିଥିବା ୧୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ । ସମ୍ବଲପୁର ବିଶ୍ୱବ୍ୟିାଳୟର ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ବିଜୟ କୁମାର ମିଶ୍ର ଏହି କ୍ୟାମ୍ପର ସଂଯୋଜକ ତଥା ବିକାଶ ଜୁନିଅର କଲେଜର ଅଧ୍ୟକ୍ଷ ସମରେନ୍ଦ୍ର ପଣ୍ଡା ସହ ସଂଯୋଜକ ଅଛନ୍ତି ।

ବରଗଡ ଜିଲ୍ଲାରେ ପ୍ରଥମ ଥର ପାଇଁ ଏଭଳି ଏକ କ୍ୟାମ୍ପର ଆୟୋଜନର ସୁଯୋଗ େଇଥିବାରୁ ବିକାଶର ଅଧ୍ୟକ୍ଷ ଡି ମୁରଲୀ କ୍ରିଷ୍ଣା ସମ୍ବଲପୁର ବିଶ୍ୱବ୍ୟିାଳୟକୁ ଧନ୍ୟବାଦ ଜଣାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଛାତ୍ରଛାତ୍ରୀ, ବିଜ୍ଞାନ, ମୁଖ୍ୟ ଖବର, ସମ୍ବଲପୁର

କଳାକାରଙ୍କୁ ନେଇ ଯାଉଥିବା ଟ୍ରକ୍ ଦୁର୍ଘଟଣାଗ୍ରସ୍ତ, ଚାରି ମୃତ

January 15, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

ସମ୍ବଲପୁର, ଜାନୁୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ସମ୍ବଲପୁର ଜିଲ୍ଲାର ଏକ ସ୍ଥାନରେ ଯାତ୍ରାପାର୍ଟି କଳାକାରଙ୍କୁ ନେଇ ଯାଉଥିବା ଟ୍ରକ୍ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହେବାରୁ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି ।

ବିଜେପୁର ନିକଟସ୍ଥ ସାଧୁପାଲିରୁ ଟ୍ରକ୍ଟି କୁଚିଣ୍ଡା ଯାଉଥିବା ବେଳେ ଏକ ମଟର ସାଇକେଲକୁ ଧକ୍କା ଦେବାରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଘଟଣା ସ୍ଥଳରେ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି ।

ଆହତଙ୍କ ମଧ୍ୟରୁ ଗୁରୁତର ଦୁଇ ଜଣଙ୍କୁ ବୁର୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କଳାକାର, ଦୁର୍ଘଟଣାଗ୍ରସ୍ତ, ମୁଖ୍ୟ ଖବର, ସମ୍ବଲପୁର

ଜନତା ହାତରେ ଅଛି ବିକାଶର ଚାବିକାଠି

September 26, 2005 by ନିଉଜ ଡେସ୍କ Leave a Comment

ସମ୍ବଲପୁର, ସେପ୍ଟେମ୍ବର ୨୬ (ଓଡ଼ିଶା ଡ଼ଟ୍ କମ୍), ଖାଉଟିଙ୍କ ପାଇଁ ପ୍ରାୟ ୨୦୦ଟି ଷ୍ଟେଟ୍ ଫୋରମ୍ ଏବଂ ପ୍ରାୟ ୫୦ଟି ନ୍ୟାସ୍ନାଲ୍ ଫୋରମ୍ ରେ ୫୦୦ରୁ ଅଧିକ ଜନସ୍ୱାର୍ଥ ମାମଲା ଲଢ଼ିଥିବା ସମ୍ବଲପୁରର ଗୋବିନ୍ଦ ନାରାୟଣ ଅଗ୍ରୱାଲ୍ ।

ସତୁରୀ ରୁ ଅଶୀ ଦଶକରେ ସମ୍ବଲପୁର ସହରର ସେ ଜଣେ ଜଣାଶୁଣା ଓକିଲ ଥିଲେ ।

ରେଳ ଷ୍ଟେସନ ପ୍ଲାଟ୍ଫର୍ମରେ ଜିନିଷଗୁଡ଼ିକ ଅଧିକ ଦାମ୍ ରେ ବିକ୍ରି ହେଉଥିବା ନେଇ ସେ ଏକ କେଶ୍ ଲଢ଼ିଥିଲେ । ପରେ ଷ୍ଟଲ୍ ଗୁଡ଼ିକରେ ମିଳୁଥିବା ଅନେକ ଜିନିଷଗୁଡ଼ିକ ଉପରେ ଲିଖିତ ଦାମ୍ ଅନୁସାରେ ମୂଲ୍ୟ ଗ୍ରହଣ କରିବାକୁ ରେଳ ବିଭାଗ ନିର୍ଦ୍ଦେଶ ଦେଇଥିଲେ ।

ଆଗରୁ ଥଣ୍ଡାପାନୀୟ ବୋତଲଗୁଡ଼ିକ ଉପରେ ଦାମ୍ ଲେଖାଯାଉ ନ ଥିଲା । ପ୍ରାୟ ତିନି ବର୍ଷ ତଳେ ସେ ଏକ କେଶ୍ ଲଢ଼ିବା ପରେ ଥଣ୍ଡାପାନୀୟ ବୋତଲଗୁଡ଼ିକ ଉପରେ ଦାମ୍ ଲେଖାଯାଇଥିଲା ।

ସମ୍ବଲପୁର ସହରର ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କର ସେ “ଗୋବିନ୍ଦ ଚାଚା” । ସାଇକେଲଟିଏ ଧରି ବୁଲୁଥାନ୍ତି ସହର ସାରା । ବୋଧ ହୁଏ ନିଃସ୍ୱାର୍ଥପରଭାବେ ସହରର ମଙ୍ଗଳକାମନା କରୁଥିବା ସେ ହେଉଛନ୍ତି ଜଣେ ମାତ୍ର ଲୋକ ।

କୌଣସି ସଭା ହେଉ ଅବା ବିରୋଧ ପ୍ରଦର୍ଶନ ସ୍ଥଳ ତାଙ୍କୁ ସବୁଠାରେ ଦେଖିବାକୁ ମିଳେ ।

ବର୍ତ୍ତମାନ ସବୁକିଛି ତ୍ୟାଗ କରି ସନ୍ୟାସୀଙ୍କ ଭଳି ସେ ଜୀବନଯାପନ କରୁଛନ୍ତି ।

ତାଙ୍କର ନା ଅଛି ପରିବାର, ନା ସାଙ୍ଗସାଥୀ, ନା ଅଛନ୍ତି କେହି ଶତ୍ରୁ । ପାରିବାରିକ ଜୀବନ ତାଙ୍କର ବିପର୍ଯ୍ୟସ୍ତ । ଏ ସବୁ ପାଇଁ ତାଙ୍କ ମନରେ କେବେ ବି ବିଶାଦ ଦେଖିବାକୁ ମିଳେ ନା ।

ଭଗବାନ ତାଙ୍କଠାରୁ ସବୁ କିଛି ନେଇ ଯାଇଥିଲେ ମଧ୍ୟ ବଦଳରେ ଦେଇଛନ୍ତି ପ୍ରଖର ସ୍ମରଣ ଶକ୍ତି । ସମ୍ବଲପୁର ସହରର ତାଙ୍କୁ ଏକ ବିଶ୍ୱକୋଷ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

କୌଣସି ବିଷୟରେ ତାଙ୍କର କହିବା ଆରମ୍ଭ ହେଲେ ଜଣେ ଆଶ୍ଚର୍ଯ୍ୟ ନ ହୋଇ ରହିପାରିବ ନାହିଁ ।

ବୟସ ତାଙ୍କୁ ଷାଠିଏରୁ ଅଧିକ ହେଲାଣି । ତଥାପି ଜଣେ ଯୁବକ ଭଳି ସେ ଚଳଚଞ୍ଚଳ । ପଶ୍ଚିମ ଓଡ଼ିଶାର ଉନ୍ନତି ସଂପର୍କରେ ତାଙ୍କର ମତାମତ ଜାଣିବା ପାଇଁ ଓଡ଼ିଶା ଡଟ୍ କମ୍ ପ୍ରତିନିଧି ଅଜିତ ନାୟକ ଅଗ୍ରୱାଲଙ୍କ ସହ କରିଥିବା ଅନ୍ତରଙ୍ଗ ଆଳାପର କିୟଦଂଶ………………

ଆପଣଙ୍କ ଜୀବନରେ ଏତେ ସବୁ ବାଧା ବିଘ୍ନ ସତ୍ତ୍ୱେ ଆପଣ ସେଗୁଡ଼ିକର ସାମ୍ନା କିପରି କରନ୍ତି ?

ଏହା ଅତ୍ୟନ୍ତ ସ୍ୱାଭାବିକ । ସାଧାରଣ ଚଳଣି, ଉଚ୍ଚ ଚିନ୍ତାଧାରା । ଜଣେ ବ୍ୟକ୍ତିକୁ ତାର ପାରିପାଶ୍ୱିର୍କ ପରିବେଶ ଅନୁସାରେ ଚଳିବାକୁ ହୋଇଥାଏ । ଜୀବନ ଏକ ରଙ୍ଗ ମଞ୍ଚ । ଆମକୁ କେବଳ ଅଭିନୟ କରିବାକୁ ହୁଏ ।

ଆପଣଙ୍କ ଜୀବନରେ ଯାହା ସବୁ ଘଟୁଛି, ସେଥିପାଇଁ ଆପଣ କାହାକୁ ଦାୟୀ କରୁଛନ୍ତି ?

ଦଇବ ଦଉଡ଼ି, ମଣିଷ ଗାଈ । ଏହାର ସତ୍ୟତା ବିଶ୍ୱସନୀୟ । ମଣିଷ ମାତ୍ରେ ହିଁ ଭୁଲ୍ କରିଥାଏ । ସବୁବେଳେ ସଠିକ୍ ନିଷ୍ପତ୍ତି ନେବା ତା ପକ୍ଷରେ ସମ୍ଭବ ହୋଇ ନ ଥାଏ । ଏପରିକି ବେଳେବେଳେ ଗୁରୁଜନମାନେ ମଧ୍ୟ ଉପଯୁକ୍ତ ଦିଗ୍ଦର୍ଶନ ଦେଇପାରି ନଥାନ୍ତି ।

ମୁଁ ଏଥି ପାଇଁ କାହାକୁ ଦାୟୀ କରୁ ନି । ଏହା କେବଳ ମୋ ନିଜର ଭାଗ୍ୟ ଅଟେ । ଭାଗବତରେ କୁହାଯାଇଛି “ଆପଣା କର୍ମ ମାନ, ମଲାରୁ ଥିବ ସାବଧାନ” । ଏହା ସବୁବେଳେ ମୋ ମନରେ ରହିଥାଏ ।

ଆପଣ ଭାଗ୍ୟ ଉପରେ ବିଶ୍ୱାସ କରନ୍ତି କି ?

ହଁ ମୁଁ ଭାଗ୍ୟରେ ବିଶ୍ୱାସ କରେ । କିନ୍ତୁ ସବୁ କଥା ଭାଗ୍ୟ ଉପରେ ଛାଡ଼ି ଦେବା ଉଚିତ ନୁହେଁ । ତେବେ ବଞ୍ଚିବା ପାଇଁ ଜଣକୁ ବିଶ୍ୱାସ କରିବାକୁ ପଡ଼ିବ ।

ଆପଣଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ କିଛି କହିବେ କି?

ଆପଣ ଜାଣିଥିବେ ଯେ, ମୋର ବର୍ତ୍ତମାନ କୌଣସି ବ୍ୟକ୍ତିଗତ ଜୀବନ ନାହିଁ । ଦିନ ଥିଲା ମୁଁ ବି ଅନ୍ୟମାନଙ୍କଭଳି ସୁଖୀ ପାରିବାରିକ ଜୀବନ ବିତାଉ ଥିଲି । କିନ୍ତୁ କିଛି ବିବାଦ ସୃଷ୍ଟି ହେଲା ଏବଂ ସବୁ ଶେଷ ହୋଇଗଲା । ବର୍ତ୍ତମାନ ସେହି ଅତୀତକୁ ମୁଁ ମନେପକାଇବାକୁ ଚାହୁଁନି ।

ଆପଣଙ୍କର କୌଣସି ସ୍ୱପ୍ନ ଅଛି, ଯାହାକୁ ଆପଣ ପୂରା କରିବାକୁ ଚାହାନ୍ତି ?

ହଁ ଏକ ସ୍ୱଚ୍ଛ, ସୁନ୍ଦର ଭାରତ ହେଉଛି ମୋର ସ୍ୱପ୍ନ । ଯେଉଁଠାରେ କି, ମନରେ ଭାତୃଭାବ, ବନ୍ଧୁତ୍ୱ ନେଇ ସମସ୍ତେ ଶାନ୍ତିରେ ରହୁଥିବେ ।

ସମ୍ବଲପୁର ସହରର ଜନତାଙ୍କ ସହ ବିତାଇଥିବା ଜୀବନର ପଚାଶ ବର୍ଷ ମଧ୍ୟରେ ଆପଣ ଏଠାରେ କ’ଣ ସବୁ ପରିବର୍ତ୍ତନ ଲକ୍ଷ୍ୟ କରିଛନ୍ତି?

ଆପଣ ଜାଣିଥିବେ ଇତିହାସର ପୁନରାବୃତ୍ତି ହୁଏ । ବିଶେଷ କରି ସମ୍ବଲପୁର ଏବଂ ପଶ୍ଚିମ ଓଡ଼ିଶା କ୍ଷେତ୍ରରେ ଏହାର ସତ୍ୟତା ପ୍ରମାଣିତ ହୋଇଛି ।

ପଶ୍ଚିମ ଓଡ଼ିଶା ଏବଂ ଏହାର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ମହାଭାରତ ସମୟରୁ ଆଜି ଯାଏ ଲୁଣ୍ଠିତ ହେବା ପରିସ୍ଥିତି ସୃଷ୍ଟି ହୋଇ ଆସୁଛି । ପଚାଶ ଶତକରେ ଧାର୍ଯ୍ୟ କରାଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ କୌଣସି ଉନ୍ନତିମୂଳକ କାର୍ଯ୍ୟ କରାଯାଇନାହିଁ । ଫଳରେ ଲୋକମାନଙ୍କର ଦୁଃଖ ଦୁର୍ଦ୍ଧଶା ବଢ଼ିଯାଇଛି ।

ବିଦ୍ୟୁତ୍ ସଂଯୋଗର ଉଦାହରଣ ନିଆଯାଉ । ସାରା ଦେଶରେ ଯୋଜନାବଦ୍ଧଭାବେ ବିଦ୍ୟୁତ୍ ସଂଯୋଗୀକରଣ ପାଇଁ ଆମ ପାଖରେ ଆବଶ୍ୟକ ମୁତାବକ ଗ୍ରୀଡ୍ ନାହିଁ ।

ହୀରାକୁଦ ଶକ୍ତି ଯୋଗାଣ ବ୍ୟବସ୍ଥା କିମ୍ବା ବନହରପାଲି ଗ୍ରୀଡ୍ ରେ ଯଦି କୌଣସି ବିଘ୍ନ ସୃଷ୍ଟି ହୁଏ ତେବେ ସାରା ରାଜ୍ୟ ପ୍ରଭାବିତ ହେବ ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକା ପ୍ରକାର ଅବ୍ୟବସ୍ଥା ଦେଖାଯାଇଛି । ବୁର୍ଲାରେ ଥିବା ବୀର ସୁରେନ୍ଦ୍ରସାଏ ହସ୍ପିଟାଲ୍ ସ୍ୱାଧିନତା ସଂଗ୍ରାମୀଙ୍କ ନାମରେ ନାମିତ ହୋଇଛି । ମେଡିକାଲ କଲେଜରେ ପଢୁଥିବା ଛାତ୍ରମାନଙ୍କ ପିଛା ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ହେଲେ ସ୍ୱାସ୍ଥ୍ୟସେବା ଆଜି ଯାଏ ମଧ୍ୟ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପହଞ୍ଚି ପାରିନି ।

ବିଧାନ ସଭାରେ ବାରମ୍ବାର ଅଭିଯୋଗ ହେବା ସତ୍ତ୍ୱେ ହସ୍ପିଟାଲର ସେବାରେ ଆଖିଦୃଶିଆ ଉନ୍ନତି ଦେଖାଯାଇନାହିଁ ।

ରେଳସେବା ଏବଂ କୋଇଲାଖଣି ଆଦି ଶିଳ୍ପାଞ୍ଚଳରେ ମଧ୍ୟ ଅବ୍ୟବସ୍ଥା ହୋଇଛି । ଶିକ୍ଷା କ୍ଷେତ୍ରରେ କିଛି ନ କହିବା ଭଲ ।

ଏହି ଅଞ୍ଚଳର ଗାଁମାନଙ୍କୁ ପ୍ରାଥମିକ ଶିକ୍ଷା ନ ପହଞ୍ଚିଥିବାବେଳେ ଉଚ୍ଚଶିକ୍ଷାର ପରିସ୍ଥିତି ଅନୁମେୟ । ଯୁବପୀଢ଼ିକୁ ଶିକ୍ଷା ପ୍ରଦାନ ଲାଗି ୧୯୫୭ରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ହୋଇଥିଲା ।

ଏଠାରେ ଆମ ନିଜ ସମ୍ବଲପୁରୀ ଭାଷାର କୌଣସି ପ୍ରାଧାନ୍ୟତା ନ ଥିବାବେଳେ ରାଜନୈତିକ ନେତାମାନଙ୍କୁ ଖୁସି କରିବା ପାଇଁ ଅନ୍ୟ ଭାଷାରେ ଶିକ୍ଷାଦାନ ହେଉଛି ।

ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି ଉପରେ ଆପଣଙ୍କ ମତ କ’ଣ ?

କୋଶଳ ଅଯୋଧ୍ୟା ବା ଅବଧରୁ ଆସିଥିବା ଏକ ଶବ୍ଦ । ସମଗ୍ର ବର୍ମା, ଶିଲଂ ଏବଂ କୈକେୟ ଅଞ୍ଚଳ(ଗାନ୍ଧାରରୁ ତିବ୍ବତ ପର୍ଯ୍ୟନ୍ତ) ରାମଚନ୍ଦ୍ରଙ୍କ ଭାରତ ଥିଲା । ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଏକ ଗବେଷଣା ଅନୁଯାୟୀ ପଶ୍ଚିମ ଓଡ଼ିଶା ଦକ୍ଷିଣ କୋଶଳର ଏକ ଅଂଶ ।

ଅତୀତରେ ଉତ୍ତମ ଶାସନ ପାଇଁ ଏହି ଅଞ୍ଚଳ ପ୍ରସିଦ୍ଧ ଥିଲା । ବ୍ରିଟିଶ ଶାସନ ସମୟରେ ଏହା ସେଣ୍ଟ୍ରାଲପ୍ରୋଭିନ୍ସ ସହ ମିଶିଥିଲା ଏବଂ ପରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶରେ ମିଶିଛି ।

ଯେତେବେଳେ କେନ୍ଦ୍ର ସରକାର ଝାଡ଼ଖଣ୍ଡ, ଛତିଶଗଡ଼, ଉତ୍ତରାଞ୍ଚଳ ପ୍ରଦେଶ ଗଠନ କଲେ ସେତେବେଳେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିକୁ ମଞ୍ଜୁର ନ କରିବାର କୌଣସି କାରଣ ନ ଥିଲା ।

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଆସୁଥିବା ଅଞ୍ଚଳଗୁଡ଼ିକ ଏବଂ ଏଠାକାର ଅଧିବାସୀ ବିଭିନ୍ନ ସମୟରେ ସବୁ ଦିଗରୁ ଉପେକ୍ଷିତ ହେଉଛନ୍ତି । କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ବିଚାର କରିବା ଉଚିତ ।

ଯେହେତୁ ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ ଏ ଦିଗରେ କାର୍ଯ୍ୟ କରିବା ପାଇଁ ସକ୍ଷମ ହୋଇ ପାରିନାହିଁ ସମ୍ବଲପୁର କିମ୍ବା ହୀରାଖଣ୍ଡ ନାମରେ ଏକ ଅଲଗା ରାଜ୍ୟ ଗଠନ ହେବାର ସମୟ ଉପନୀତ ହୋଇଛି । ରାଜ୍ୟର ନାମ କୋଶଳ ରଖାଯିବା ଠିକ୍ ହେବ ନାହିଁ କାରଣ ପୂର୍ବରୁ ଏହା କୋଶଳର ଏକ ଅଂଶ ଥିଲା ।

ପଶ୍ଚିମ ଓଡ଼ିଶାର ସାଂପ୍ରତିକ ପରିସ୍ଥିତି ପାଇଁ ଆପଣ କାହାକୁ ଦାୟୀ କରୁଛନ୍ତି ?

ନିଶ୍ଚିତଭାବେ ରାଜନୈତିକ ନେତାମାନଙ୍କୁ । ସେମାନଙ୍କର କୌଣସି ଦୂର ଦୃଷ୍ଟି ନାହିଁ । ଅନ୍ୟମାନଙ୍କଠାରୁ କିଛି ଶିଖିବାର ଆଗ୍ରହ ମଧ୍ୟ ନାହିଁ ।

ଦଳ ଟିକେଟ୍ ହରାଇବା ଭୟରେ ସେମାନେ ଅନ୍ୟ ବଡ଼ ନେତାମାନଙ୍କର ଚାମ୍ଚା ହେବାକୁ ପସନ୍ଦ କରନ୍ତି ।

ଯଦିବା କେତେବେଳେ କେହି ସ୍ୱର ଉଠାନ୍ତି ସେମାନେ ଜନସ୍ୱାର୍ଥ ବଦଳରେ ନିଜ ସ୍ୱାର୍ଥ ପାଇଁ ତାହା କରୁଥିବାରୁ ଅଧିକାଂଶ ସମୟରେ ବିଫଳ ହୋଇଥାନ୍ତି ।

ଅବସ୍ଥାର ଉନ୍ନତିର କୌଣସି ସମ୍ଭାବନା ଆପଣ ଦେଖୁଛନ୍ତି କି ?

ଲୋକମାନଙ୍କୁ ସେମାନଙ୍କ ନିଜର ଶକ୍ତି ବିଷୟରେ ସଚେତନ ହେବାକୁ ପଡ଼ିବ । ସେମାନେ ବୋଧେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ପରାମର୍ଶକୁ ଭୁଲି ନ ଥିବେ ।

ଲୁଣ୍ଠନ ଏବଂ ବନ୍ଧନରୁ ମୁକ୍ତି ପାଇବା ପାଇଁ ଜନତା ତାର ବ୍ରହ୍ମଶକ୍ତିର ଉପଯୋଗ ନିଶ୍ଚୟ କରିବ । ଧନ୍ୟବାଦ ।

(ଓଡ଼ିଶା ଡ଼ଟ୍ କମ୍)

 

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଗୋବିନ୍ଦ ନାରାୟଣ ଅଗ୍ରୱାଲ୍, ସମ୍ବଲପୁର, ସାକ୍ଷାତକାର

ଆତଙ୍କ ସୃଷ୍ଟି କରିବାଲାଗି ମାଓବାଦୀ ଚଳାଇଛନ୍ତି ନରସଂହାର (ସାକ୍ଷାତକାର)

July 14, 2005 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ : ଅଜିତ ନାୟକ

ସମ୍ବଲପୁର, ଜୁଲାଇ ୧୪ (ଓଡିଶା ଡଟ୍ କମ୍), ଓଡିଶାର ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଯୁଜୁମୁରା ଥାନା ଇଲାକା ଗୁଡିକରେ ସମ୍ପ୍ରତି ମାଓବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ପୋଲିସର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ସରଳ ନିରୀହ ଗ୍ରାମବାସୀମାନେ ମାଓବାଦୀଙ୍କ ଆକ୍ରମଣର ଶିକାର ହେଉଛନ୍ତି ।

ବିଗତ ଦୁଇ ମାସ ମଧ୍ୟରେ ଉକ୍ତ ଅଞ୍ଚଳରେ ଦୁଇଟି ବଡଧରଣର ଅତି ବିଭତ୍ସ ଗଣହତ୍ୟା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗତ ମେ’ ମାସ ୨୭ ତାରିଖରେ ମାଓବାଦୀମାନେ ଜିଲ୍ଲାର ବୁରୁଦା ଗ୍ରାମରେ ତିନି ଜଣଙ୍କୁ ହତ୍ୟା କରିଥିଲେ ।

ଏହାପରେ ଗତ ଜୁଲାଇ ୭ ତାରିଖ ଦିନ ଭୋରବେଳା ସେହି ଅଞ୍ଚଳରେ ଥିବା ତିନି ଖଣ୍ଡ ଗାଁର ଅନ୍ୟ ପାଞ୍ଚ ଜଣଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ । ରାଜ୍ୟ ପୋଲିସ ବାହିନୀ ନିମନ୍ତେ ମାଓବାଦୀଙ୍କ ଏହି ଜଘନ୍ୟକାଣ୍ଡ ଏକ ଖୋଲା ଚାଲେଞ୍ଜ ବୋଲି ତଥ୍ୟାଭିଜ୍ଞ ମହଲ ବିବେଚନା କରୁଛନ୍ତି ।

ଅନ୍ୟପକ୍ଷରେ ପୋଲିସ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଥିବାରୁ ନିନ୍ଦାର ପାତ୍ର ହୋଇଛି । ଆତଙ୍କିତ ଗ୍ରାମବାସୀମାନେ ନିଜର ଭିଟାମାଟି ଛାଡି ଅନ୍ୟତ୍ର ଆଶ୍ରୟ ନେଉଛନ୍ତି ।

ଏଭଳି ଅଭାବନୀୟ ପରିସ୍ଥିତିରେ ଜିଲ୍ଲାର ପ୍ରକୃତ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଅବଗତ ହେବା ଲାଗି ଆମ ପ୍ରତିନିଧି ସାକ୍ଷାତ କରିଥିଲେ ସମ୍ବଲପୁର ଜିଲ୍ଲା ପୋଲିସ ମୁଖ୍ୟ ସୁଶାନ୍ତ କୁମାର ନାଥଙ୍କୁ । ସେହି ସାକ୍ଷାତକାରର କିୟଦଂଶ………

ଜିଲ୍ଲାର ମାଓବାଦୀ ଉପଦ୍ରୁତ ଇଲାକା ଗୁଡିକ ସମ୍ପର୍କରେ କିଛି କହିବେ କି ?

ଛାମୁଣ୍ଡା ଓ ମେଘପାଳ ପଞ୍ଚାୟତର ଜଙ୍ଗଲ ଘେରା ଦୁର୍ଗମ ପାହାଡିଆ ଅଞ୍ଚଳରେ ମାଓବାଦୀମାନେ ସକ୍ରିୟ ଅଛନ୍ତି । ଏହି ଉଭୟ ସ୍ଥାନ ଯୁଜୁମୁରା ଥାନା ଅଧିନରେ ଅଛି । ପୂର୍ବରୁ ମାଓବାଦୀମାନେ ସେମାନଙ୍କର କାର୍ଯ୍ୟକଳାପ ସମ୍ବଲପୁର ତଥା ଦେବଗଡ ଜିଲ୍ଲାର ସୀମାବର୍ତ୍ତୀ ଗ୍ରାମ ଗୁଡିକରେ ଜାରୀ ରଖିଥିଲେ ।

ତେବେ ପୋଲିସର ଦୃଢ କାର୍ଯ୍ୟାନୁଷ୍ଠାନ ଯୋଗୁଁ ବର୍ତ୍ତମାନ ସେମାନେ ଜଙ୍ଗଲ ଆଖପାଖ ଅଞ୍ଚଳରେ ନିଜ ପ୍ରଭାବକୁ ସୀମିତ ରଖିଛନ୍ତି ।

ମାଓବାଦୀମାନଙ୍କ ଉପସ୍ଥିତି ସମ୍ପର୍କରେ ଆପଣଙ୍କ ବିଭାଗକୁ କେବେ ଆଭାସ ମିଳିଲା ଏବଂ ସମସ୍ୟାର ସମାଧାନ ଲାଗି ଆପଣଙ୍କ ବିଭାଗ ପକ୍ଷରୁ କଣ ସବୁ ପଦକ୍ଷେପ ନିଆଯାଇଛି?

୨୦୦୩ ମସିହାରେ ମେଘପାଳର ପୂର୍ବତନ ସରପଞ୍ଚ କାଦାର ସିଂହଙ୍କ ହତ୍ୟାକାଣ୍ଡ ପରେ ପ୍ରଥମେ ଆମକୁ ମାଓବାଦୀମାନଙ୍କ ଉପସ୍ଥିତି ନେଇ ସୁରାକ ମିଳିଥିଲା । ପରେ ଘଟଣାରେ ସଂଶ୍ଲିଷ୍ଟ କେତେକ ସନ୍ଦିଗ୍ଧ ମାଓବାଦୀଙ୍କୁ ପୋଲିସ ଗିରଫ ମଧ୍ୟ କରିଥିଲା ।

ଯେଉଁମାନେ କୌଶଳରେ ଆତ୍ମଗୋପନ କରିଥିଲେ, ସେମାନଙ୍କୁ ବି ଗିରଫ କରାଯାଇଥିଲା । ପ୍ରଥମେ ପ୍ରଥମେ ସେମାନେ ପୋଲିସର ବିଷଦୃଷ୍ଟିଠାରୁ ନିରାପଦ ଦୂରତ୍ୱ ବଜାୟ ରଖି କେତେକ ଗ୍ରାମବାସୀଙ୍କ ସହଯୋଗରେ ବଣଜଙ୍ଗଲରେ ନିଜର କାର୍ଯ୍ୟକଳାପକୁ ବୃଦ୍ଧି କରିବାକୁ ସକ୍ଷମ ହୋଇଥିଲେ ।

ପୋଲିସକୁ ଏହାର ସୁରାକ ମିଳିବାପରେ ଖାନତଲାସୀ ଅଭିଯାନ ଚଳାଇ ଅନେକଙ୍କୁ ଠାବ କରିବାରେ କୌଣସି ହେଳା କରାଯାଇନଥିଲା ।

ବିଗତ ଦୁଇ ବର୍ଷ ମଧ୍ୟରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓବାଦୀ କାର୍ଯ୍ୟକଳାପ ଦ୍ୱିଗୁଣିତ ହୋଇଛି ଏବଂ ସେମାନଙ୍କର ଶକ୍ତି ସମ୍ପର୍କରେ ପୋଲିସର ଗୁଇନ୍ଦା ବିଭାଗ ସାମାନ୍ୟତମ ଟେର୍ ମଧ୍ୟ ପାଇ ପାରୁନି । ଏହାକୁ ଆପଣ ପୋଲିସର ବିଫଳତା ବୋଲି ସ୍ୱୀକାର କରୁଛନ୍ତି କି?

ଆପଣଙ୍କ ଏହି ପ୍ରଶ୍ନ ସହ ମୁଁ କଦାପି ଏକମତ ହୋଇପାରିବି ନାହିଁ । ମାଓବାଦୀ କାର୍ଯ୍ୟକଳାପ ପ୍ରତିହତ କରିବା ଲାଗି ଜିଲ୍ଲା ପୋଲିସ ବାହିନୀ ସର୍ବଦା ସକ୍ରିୟ ଓ ସତର୍କ ରହିଛି । ଆମ କର୍ମଚାରୀମାନେ ସମ୍ମିଳିତଭାବେ ସେମାନଙ୍କର ଗତିରୋଧ କରିବା ନିମିତ୍ତ ସବୁମନ୍ତେ ଉଦ୍ୟମ ଚଳାଇ ଆସୁଛନ୍ତି ।

ଆମେ ସେମାନଙ୍କ ଗୋଷ୍ଠୀର ଅନେକ ପୋଖତ ଏବଂ ଅଭିଜ୍ଞ ସଦସ୍ୟଙ୍କ ସମେତ ପ୍ରାୟ ୬୦ରୁ ଅଧିକ ମାଓବାଦୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛୁ । ଅପରପକ୍ଷରେ କେତେକ ସ୍ଥାନରେ ସ୍ଥାନୀୟ ଯୁବକମାନେ ମାଓବାଦୀମାନଙ୍କୁ ଅଦୃଶ୍ୟ ଭାବରେ ସାହାଯ୍ୟ କରୁଛନ୍ତି ।

ଏହାଛଡା ବିଭିନ୍ନ ଗଭୀର ନାଳ, ଖାଲ, ଢିପ ଭରା ଘଞ୍ଚ ଜଙ୍ଗଲରେ ସେମାନେ ନିଜର ଆସ୍ଥାନ ଜମାଇ ଥିବାରୁ ଖାନତଲାସୀ ଅଭିଯାନରେ ନାନା ବାଧା ଉପୁଜୁଛି ଏବଂ ପୋଲିସ ଆସିବାର ସୁରାକ ପାଇ ସେମାନେ ଆତ୍ମଗୋପନ କରିବାକୁ ବେଶ୍ ସକ୍ଷମ ହୋଇପାରୁଛନ୍ତି ।

ସରଳ, ନିରୀହ ଲୋକମାନେ ପୋଲିସକୁ ଖବର ଦେଉଥିବାର ସନ୍ଦେହକରି ମାଓବାଦୀମାନେ ସେମାନଙ୍କୁ ଏଭଳି ହତ୍ୟା କରୁଛନ୍ତି କି?

କାରଣ, ବୋଧହୁଏ ସେୟା ନୁହେଁ । ମୁଁ’ ଏମିତି ହେଉଥିବ ବୋଲି ମଧ୍ୟ ଭାବି ପାରୁନାହିଁ । ପ୍ରଥମେ ପ୍ରଥମେ ସେମାନେ ଭବିଥିଲେ ଯେ, ଭୟବଶତଃ ବହୁ ସଂଖ୍ୟକ ଲୋକ ସେମାନଙ୍କ ନିର୍ଦ୍ଦେଶନାମାକୁ ମାନିବେ । ସେମାନଙ୍କର ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିବା ଲାଗି ଅନେକ ଯୁବକଙ୍କୁ ଦଳରେ ସାମିଲ କରିବାରେ ସଫଳ ହୋଇଥିଲେ ।

ତେବେ ପୋଲିସ ଏବଂ ସ୍ଥାନୀୟ ଜନସାଧାରଣଙ୍କ ପ୍ରବଳ ବିରୋଧ ଯୋଗୁଁ ସେମାନେ ଅଧିକ ପ୍ରଚାର କରିପାରିନଥିଲେ । ନିଜ କାର୍ଯ୍ୟକଳାପ ସମ୍ପର୍କରେ ନିଜେ ସନ୍ଦିହାନ ହୋଇପଡିଥିଲେ ଏବଂ ନିରୀହ ଲୋକମାନଙ୍କ ସଂହାର ଆରମ୍ଭ କରି ଦେଇଥିଲେ ।

ଏହାର ଅନ୍ୟତମ ଲୁକାୟିତ କାରଣ ହେଲା, ପୋଲିସ ଓ ପ୍ରଶାସନ ବିରୁଦ୍ଧରେ ଜନମତ ସୃଷ୍ଟି କରିବା । ତେବେ ଜନସାଧାରଣ ଯେଉଁଭଳି ଢଙ୍ଗରେ ଏହାର ମୁକାବିଲା କରିବାକୁ ଆଗେଇ ଆସିଲେ ତାହା ମାଓବାଦୀମାନଙ୍କ ଦୁଶ୍ଚିନ୍ତାକୁ ବଢାଇ ଦେଇଥିଲା ।

ନିକଟରେ ତିନୋଟି ଗାଁରେ ହୋଇଥିବା ହତ୍ୟାକାଣ୍ଡକୁ ସୁକ୍ଷ୍ମଭାବେ ଅନୁଧ୍ୟାନ କଲେ ଏହା ପଛରେ ରହିଥିବା ପ୍ରକୃତ ଉଦ୍ଦେଶ୍ୟ ଜାଣିବାରେ କୌଣସି ସମସ୍ୟା ରହିବ ନାହିଁ । ସବୁ ପୀଡିତମାନେ ସେମାନଙ୍କର ଆଗରେ ମଥାନତ କରିନଥିଲେ । ମାଓବାଦୀମାନେ ସେମାନଙ୍କୁ ପ୍ରଭାବିତ କରିବା ଲାଗି ସବୁମନ୍ତେ ଉଦ୍ୟମ କରି ଶେଷରେ ବିଫଳ ହୋଇଥିଲେ ।

ଅପରପକ୍ଷରେ ପୋଲିସ ସେମାନଙ୍କର ଛାଉଣୀ ଠାବ କରି ବହୁ ଅସ୍ତ୍ରଶସ୍ତ୍ର ଜବତ କରିଛି । ସ୍ଥାନୀୟ ଯୁବକମାନଙ୍କୁ ଦୁଇଟି କାରଣରୁ ସେମାନେ ହତ୍ୟା କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ପ୍ରଥମତଃ ଥରେ ସେମାନେ ଦଳସହ ସାମିଲ ହୋଇଗଲା ପରେ ସାଧାରଣ ଜୀବନଶୈଳୀକୁ ଫେରିବା ଯୁବପିଢୀ ନିମନ୍ତେ କାଠିକର ପାଠ ହୋଇଯିବ ।

ଦ୍ୱିତୀୟତଃ ନିଜର ଲୋକମାନଙ୍କୁ ହତ୍ୟା କରିବା ଦ୍ୱାରା ସେମାନଙ୍କ ମନରେ ନିଷ୍ଠୁରତା ବସା ବାନ୍ଧିବ ।

ସମସ୍ୟାର ସମାଧାନ ଲାଗି ପୋଲିସର ବିକଳ୍ପ ପନ୍ଥା କଣ ? ଅନୁରୂପ ଘଟଣାର ପୁନରାବୃତ୍ତି ଲାଗି ଉଦ୍ୟମ ହେଲେ ଆପଣଙ୍କ ବିଭାଗ ତାହାକୁ ରୋକିବାକୁ ସଫଳ ହେବ ତ ?

ବର୍ତ୍ତମାନ ୧୦ଟି ସ୍ଥାନରେ ପୋଲିସ ଶିବିର ମାନ ଖୋଲାଯାଇଛି । ଗୋଟିଏ କମ୍ପାନୀ ସିଆର୍ପିଏଫ୍ ଫୋର୍ସ, ନଅ ପ୍ଲାଟୁନ୍ ଓଏସ୍ଏପି ଫୋର୍ସ ଏବଂ ଅନ୍ୟାନ୍ୟ ପୋଲିସ ଅଫିସରମାନଙ୍କୁ ନେଇ ଜୋରସୋରରେ ତଲାସୀ ଅଭିଯାନ ଅବ୍ୟାହତ ରହିଛି ।

ତେବେ ପୋଲିସର ସକ୍ରିୟତା ସତ୍ତ୍ୱେ ହଠାତ୍ ମାଓବାଦୀମାନେ ଦବି ଯିବେ ବୋଲି ମୁଁ କାହିଁକି ଭାବୁନାହିଁ । ବରଂ ପୋଲିସ ଅଧିକ ମାତ୍ରାରେ ସକ୍ରିୟ ଥିବାରୁ ସେମାନେ ଏଭଳି ହୀନ କାର୍ଯ୍ୟକଳାପ ମାଧ୍ୟମରେ ସେମାନଙ୍କୁ ସର୍ବସାଧାରଣରେ ନିନ୍ଦିତ କରିବା ପାଇଁ ଚକ୍ରାନ୍ତ ଚଳାଇଛନ୍ତି ।

ଏତଦ୍ଭିନ୍ନ ପୋଲିସକୁ ବିଚଳିତ କରିବାସହ ଜନସାଧାରଣଙ୍କୁ ଦିଗଭ୍ରଷ୍ଟ ମଧ୍ୟ କରୁଛନ୍ତି । ଆମ ବିଭାଗ ଏ ବିଷୟରେ ସଂପୂର୍ଣ୍ଣ ସଜାଗ ରହିଛି । ଆଇଜି ଅପରେସନରେ ଫଳାଫଳ ଆପଣମାନେ ଖୁବଶିଘ୍ର ଜାଣିପାରିବେ ।

ସୁରକ୍ଷା ଦୃଷ୍ଟିକୋଣରୁ ମୁଁ ବର୍ତ୍ତମାନ ଆପଣଙ୍କ ନିକଟରେ ପୋଲିସର ରଣନୀତିକୁ ପ୍ରକାଶ କରୁନାହିଁ । ତେବେ ଏକଥା ଧ୍ରୁବ ସତ୍ୟ ଯେ, ହତ୍ୟାକାଣ୍ଡ ପରେ ମାଓବାଦୀ ଦଳରେ ବିଭାଜନ ହୋଇଛି । ପୋଲିସ କାର୍ଯ୍ୟାନୁଷ୍ଠାନ ଦ୍ୱାରା ସେମାନେ ବିଚଳିତ ହୋଇ ନିକଟ ଭବିଷ୍ୟତରେ ନିଶ୍ଚିତଭାବେ ଏଭଳି କୌଣସି ତ୍ରୁଟି କରିବେ ଯାହାକୁ ପୁଞ୍ଜିକରି ଆମେ ସେମାନଙ୍କର ଦଳକୁ ନିପାତ କରିବୁ ।

ମାଓବାଦୀ ଉପଦ୍ରୁତ ଇଲାକାର ଲୋକମାନେ ପୋଲିସ ଉପରୁ ଆସ୍ଥା ତୁଟାଇ ନିଜ ନିଜର ଘର ଛାଡି ପଳାଇ ଯାଉଛନ୍ତି । ଏ ସମ୍ପର୍କରେ ଆପଣଙ୍କ ମତ କଣ?

ମାଓବାଦୀମାନେ ଠିକ୍ ଏହା ହିଁ ଚାହୁଁଛନ୍ତି । କିନ୍ତୁ ଆପଣଙ୍କ ଜାଣିବା ଲାଗି କହୁଛି ଯେ, ଲୋକମାନେ ଗାଁ ଛାଡି ଯିବାକୁ ଚାହୁଁ ନାହାନ୍ତି । କେବଳ ଆପଣଙ୍କ ଗଣମାଧ୍ୟମ ଗୁଡିକ ହିଁ ଏଭଳି ପ୍ରଚାର ଚଳାଇଛନ୍ତି । ଅବଶ୍ୟ ସେମାନେ ଭୟଭୀତ ହୋଇଯାଇଛନ୍ତି ।

ଅନ୍ୟପକ୍ଷରେ ଲୋକମାନେ ନିଜର ଭିଟାମାଟି ଛାଡି ଯିବେ କୁଆଡେ? ପୋଲିସ ଲୋକମାନଙ୍କ ବିଶ୍ୱାସ ଫେରାଇ ଆଣିବାକୁ ସବୁମନ୍ତେ ଉଦ୍ୟମ ଚଳାଇଛି । ଯଦି ସେମାନେ ପୋଲିସ ଉପରୁ ବିଶ୍ୱାସ ହରାଇଛନ୍ତି, ତାହାହେଲେ ପୋଲିସ ସୁରକ୍ଷା ପାଇଁ ଦାବି କରୁଛନ୍ତି କାହିଁକି?

ତେଣୁ ଏଭଳି ମିଥ୍ୟା ଖବର ଦ୍ୱାରା ଲୋକମାନଙ୍କୁ ପ୍ରଭାବିତ ନକରିବା ନିମନ୍ତେ ନିବେଦନ କରୁଛି ।

ବିରୋଧୀ ଦଳର ଦାବି ବିଷୟରେ କଣ କହିବେ ? ସେମାନେ ଆପଣଙ୍କ ବଦଳି କାହିଁକି ଚାହୁଁଛନ୍ତି ?

ମୁଁ ଏ ବିଷୟରେ କେମିତି କହିବି ? ସେମାନେ ସେମାନଙ୍କ କାମ କରୁଛନ୍ତି । ମୋତେ ସମ୍ବଲପୁର ଜିଲ୍ଲା ପୋଲିସ ବାହିନୀର ଦାୟିତ୍ୱ ଦିଆଯାଇଛି । ତେଣୁ ସରକାର ଯଦି ବଦଳି ଆଦେଶ ଦିଅନ୍ତି, ଏଠାରୁ ଚାଲିଯିବି । ବଦଳି ଆଦେଶ ନପାଇବା ପର୍ଯ୍ୟନ୍ତ ନିଷ୍ଠାର ସହ ମୋ କର୍ତ୍ତବ୍ୟ କରିବି ।

ଓଡ଼ିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଅଜିତ ନାୟକ, ମାଓବାଦୀ, ସମ୍ବଲପୁର, ସାକ୍ଷାତକାର

ଓଡ଼ିଶା ପାଇଁ ସମ୍ବେଦନଶୀଳ ହୃଦୟମାନଙ୍କର ଆବଶ୍ୟକତା ରହିଛି

February 17, 2005 by News Bureau Leave a Comment

ୟୁନିଭରସିଟି ଅଫ୍ ଟେକ୍ସାସ ହେଲଥ ସାଇନ୍ସ ସେଣ୍ଟର, ଟେକ୍ସାସ , ଆମେରିକାରେ ଜୈବ ରସାୟନ ବିଜ୍ଞାନ ବିଭାଗରେ ବରିଷ୍ଠ ଗବେଷକ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲ୍ଲାର ମାର୍କଣ୍ଡେଶ୍ୱର ପଣ୍ଡା ଙ୍କ ସହ ସାକ୍ଷାତକାର …

ଗଞ୍ଜାମ, ୧୭ ଫେବୁଆରୀ (ଓଡ଼ିଶା ଡ଼ଟ୍ କମ୍), ଗଞ୍ଜାମ ଜିଲ୍ଲାର ଅନ୍ୟତମ ଛୋଟିଆ ସହର ଖଲିକୋଟ ହେଊଛି ମାର୍କଣ୍ଡେଶ୍ୱର ପଣ୍ଡାଙ୍କ ଗ୍ରାମ । ଟେକ୍ସାସରେ ରହନ୍ତି । ପତ୍ନି ବାଇଶ ବର୍ଷର ପୁଅ ଚଉଦ ବର୍ଷର ଝିଅକୁ ନେଇ ତାଙ୍କର ଛୋଟ ପରିବାର ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ରସାୟନ ବିଜ୍ଞାନ (କେମିଷ୍ଟ୍ରି)ରେ ପି.ଏଚ.ଡ଼ି ହାସଲ କରିବା ସହିତ ଓଡ଼ିଶା ଲୋକ ସେବା ଆୟୋଗ (ଓଡ଼ିଶା ପବ୍ଲିକ ସର୍ଭିସ କମିଶନ)ର ସେବା ପାଇଁ ୧୯୮୦ ମସିହାରେ ଯୋଗ୍ୟ ବିବେଚିତ ।

୧୯୮୦-୮୧ମସିହାରେ ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ଅଧ୍ୟାପକ ।

୧୯୮୧ ମସିହାରେ ଜଣେ ପି.ଏଚ.ଡ଼ି ଛାତ୍ର ହିସାବରେ ତାଙ୍କର ଗସ୍ତ ହୁଏ ଯୁକ୍ତରାଷ୍ଟ୍ର ଆମେରିକା ତା’ପୂର୍ବରୁ ଅବଶ୍ୟ ସେ ୧୯୮୧-୮୭ ମସହା ପର୍ଯ୍ୟନ୍ତ ଆମେରିକାର ସାନ୍ତାକ୍ରୁଜ ସ୍ଥିତ କାଲିଫୋର୍ନିଆ ବିଶ୍ୱବିଦ୍ୟାଳୟରେ ଉଭୟ ଅଧ୍ୟୟନ ଏବଂ ଅଧ୍ୟାପନା କରିଛନ୍ତି ।

ରସାୟନ ବିଜ୍ଞାନରେ ଦ୍ୱିତୀୟ ଥର ପାଇଁ ପି.ଏଚ.ଡ଼ି ଲାଭ । ଓହିଓ ଅନ୍ତର୍ଗତ ଅକ୍ସଫୋର୍ଡ଼ସ୍ଥିତ ମିଆମି ବିଶ୍ୱବିଦ୍ୟାଳୟରେ “ପୋଷ୍ଟଡ଼କ୍ଟରାଲ”କାର୍ଯ୍ୟ ସମାପ୍ତ କରିବା ପରେ ୧୯୮୯ମସିହାରେ ଜୈବ ରସାୟନ ବିଜ୍ଞାନ (ବାଇଓ-କେମିଷ୍ଟ୍ରି) ବିଭାଗକୁ ସ୍ଥାନାନ୍ତରିତ ।

ଏବେ ୟୁନିଭରସିଟି ଅଫ୍ ଟେକ୍ସାସ ହେଲଥ ସାଇନ୍ସ ସେଣ୍ଟର,ସାନ ଅଣ୍ଟୋନିଓ (ୟୁ.ଟି.ଏଚ.ଏସ.ସି.ଏସ.ଏ)ଟେକସାସ ବାଇଓକେମିଷ୍ଟ୍ରି ଡ଼ିପାର୍ଟମେଣ୍ଟରେ ଜଣେ ବରିଷ୍ଠ ଗବେଷକ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଛନ୍ତିି । ଏହା ଚିକିତ୍ସା ବିଜ୍ଞାନ (ମେଡ଼ିକାଲ ସାଇନ୍ସ) କ୍ଷେତ୍ରରେ ପି.ଏଚ.ଡ଼ି ଏବଂ ଏମ.ଡ଼ି ଡ଼ିଗ୍ରୀ କାର୍ଯ୍ୟକ୍ରମ ଥିବା ଏକ ଗବେଷଣା ବିଶ୍ୱବିଦ୍ୟାଳୟ ଅଟେ ।

ପଣ୍ଡା କାଲିଫର୍ଣ୍ଣିଆ ,ଓହିଓରେ ରହିବା ପରେ ଶେଷରେ ବର୍ତ୍ତମାନ ଟେକ୍ସାସରେ ଅବସ୍ଥାନ କରୁଛନ୍ତି ।

ମଣିଷ ରୋଗ ସମ୍ବଦ୍ଧୀୟ ବିଭିନ୍ନ ବିଷୟ ବସ୍ତୁକୁ କେନ୍ଦ୍ରିତ କରି ଏଠାରେ ଅଧିକାଂଶ ଗବେଷଣା ଚାଲୁ ରହିଛି । “ଓଡ଼ିଶା ପାଇଁ ନାମୀଦାମୀ ନେତା ତଥା ପ୍ରଶାସକ ଙ୍କ ଅପେକ୍ଷା ସଚ୍ଚୋଟ ଏବଂ ସମ୍ବେଦନଶୀଳ ହୃଦୟ ମାନଙ୍କର ଆବଶ୍ୟକତା ଅଛି ” ଏଠାରେ ଗତ ପନ୍ଦର ବର୍ଷ ଧରି ବାଇକେମିଷ୍ଟ୍ରି ଡ଼ିପାର୍ଟମେଣ୍ଟରେ ଜଣେ ସ୍ଥାୟୀ ଗବେଷକ ହିସାବରେ କାର୍ଯ୍ୟ ସଂପାଦନ କରିଆସୁଥିବା ପଣ୍ଡା କହନ୍ତିି ।

ଆପଣ ବର୍ଷକୁ କେତେଥର ଓଡ଼ିଶା ଆସନ୍ତି ଓ ତାହା କେଉଁ ଉଦ୍ଦେଶ୍ୟରେ ?

ଗବେଷଣାରେ ମୋର ଜୀବନ ପ୍ରକୃତରେ ବ୍ୟସ୍ତବହୁଳ ରହୁଛି ଏବଂ ପ୍ରତି ବର୍ଷେ କିମ୍ବା ଦୁଇ ବର୍ଷରେ ଗବେଷଣାଗାର (ପରୀକ୍ଷାଗାର) ପରିତ୍ୟାଗ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ।

ଗତ ୨୦୦୦ ମସିହାରେ ମୁଁ ଶେଷ ଥର ଲାଗି ଓଡ଼ିଶା ଗସ୍ତରେ ଯାଇଥିଲି । ଆସନ୍ତା ମେ-ଜୁନ ମାସରେ ଓଡ଼ିଶା ଯିବା ପାଇଁ ଯୋଜନା କରିଛି ।

ସବୁଥର ଭଳି ବନ୍ଧୁବାନ୍ଧବ,ସାଙ୍ଗସାଥୀଙ୍କୁ ସାକ୍ଷାତ କରିବା ସହିତ ଓଡ଼ିଶାରେ ଜୀବନ ଓ ସଂସ୍କୃତି ସହିତ ପିଲାମାନଙ୍କୁ ପରିଚିତ କରାଇବା ମଧ୍ୟ ଏଥର ଓଡ଼ିଶା ଗସ୍ତର ଉଦ୍ଦେଶ୍ୟ । ତେବେ ଏହା କୌଣସି ପ୍ରକାରର ଆଦୌ ବ୍ୟବସାୟିକ ଗସ୍ତ ନୁହଁ ।

ଆପଣ କୌଣସି ପ୍ରକାରରେ ଓଡ଼ିଶାର ବିକାଶ ସାଧନରେ ସହଭାଗୀ ହୋଇଛନ୍ତି କି ? ଯଦି ହଁ,ତେବେ କିଭଳି ଭାବରେ ବା କେଉଁ କ୍ଷେତ୍ରରେ ?

ଓଡ଼ିଶା ସବୁବେଳେ ମୋ ମନରେ ରହିଛି । ସତ କହିବାକୁ ଗଲେ , ଓଡ଼ିଶାର ବିକାଶ ବା ଉନ୍ନୟନ ଲାଗି ମୁଁ ବିଶେଷ କିଛି କରିପାରିନାହିଁ ।

କାଲିଫୋର୍ନିଆ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିବା ପରେ ମୁଁ ଓଡ଼ିଶା ଫେରିଯିବାକୁ ଯୋଜନା କରିଥିଲି । ତେବେ ଜଣେ ଶିକ୍ଷାବିତ ବା ଗବେଷକ ବୈଜ୍ଞାନିକଙ୍କ ଅବଦାନ ସର୍ବଦା ଅଦୃଶ୍ୟ ବା ଦୃଶ୍ୟମାନ ହୋଇନଥାଏ ।

କିନ୍ତୁ ଓଡ଼ିଶାରେ ଗବେଷଣା ଲାଗି ସୁବିଧାସୁଯୋଗର ସ୍ତର ଆଦୌ ଉତ୍ସାହଜନକ ନୁହେଁ । ସମ୍ଭବତଃ ବାଇଓ-ଟେକ୍ନୋଲୋଜି ପାଇଁ ସେଠାରେ ସୁଯୋଗ ରହିଛି । ମାତ୍ର ସେ ସଂପର୍କରେ ଏକ କମ୍ପାନୀ ଖୋଲିବା ଇଚ୍ଛା ମୋର ନାହିଁ ।

ଜୀବନର ସମସ୍ତ କ୍ଷେତ୍ରର ଲୋକମାନେ ଓଡ଼ିଶାର ବିକାଶ ପାଇଁ ସହଯୋଗ କରିପାରିବେ । ସେଥିମଧ୍ୟରୁ କିଛି ପଦ୍ଧତି ସ୍ୱିକୃତି ଓ ଅନ୍ୟ କିଛି ଅଣ-ସ୍ୱିକୃତି । କିନ୍ତୁ ମୋ ଭଳି ତାଲିମପ୍ରାପ୍ତ ବ୍ୟକ୍ତିମାନେ ରାଜନୀତି,ପ୍ରଶାସନ କିମ୍ବା ବ୍ୟବସାୟ ପାଇଁ ଅନୁପଯୁକ୍ତ ।

ମୁଁ କହିବାକୁ ଚାହେଁ ନାହିଁ ଯେ,ମୁଁ ଓଡ଼ିଶାର ଗୋଟିଏ ବିଶ୍ୱବିଦ୍ୟାଳୟର ପ୍ରଫେସର କିମ୍ବା ନିର୍ଦ୍ଦେଶକ ଭାବେ ଯିବାକୁ ଚାହେଁ । କିନ୍ତୁ ମୁଁ ସେଠାରେ ଥିଲେ ,ମୋ ମନରେ ଜୀବ ବିଜ୍ଞାନ ସଂପର୍କିତ ଗବେଷଣା ପ୍ରତି ଥିବା ଐକାନ୍ତିକ ଆଗ୍ରହ ବର୍ତ୍ତମାନ ମରି ଯାଇଥାଆନ୍ତି ।

ଓଡ଼ିଶାର ବର୍ତ୍ତମାନ ଶୋଚନୀୟ ପରିସ୍ଥିତି ସଂପର୍କରେ ଆପଣ କିଛି କହିବେ କି ? ଏଥି ନିମନ୍ତେ ଆପଣ କାହାକୁ ଦାୟୀ କରିବେ ?

ଓଡ଼ିଶା ଦୁସ୍ଥିତି ଭିତରେ ଅଛି ବୋଲି ମୁଁ ବିଚାର କରୁନାହିଁ । ଏହା ସତ କଥାଯେ,ମୁଁ ଭାରତର ଅନ୍ୟତମ ଦରିଦ୍ରତମ ରାଜ୍ୟର ଅଧିବାସୀ । ମାତ୍ର ବର୍ତ୍ତମାନ ସେଠାରେ ଯେଭଳି ଉନ୍ନୟନ ବା ବିକାଶ ଘଟୁଛି ।

ତାହା ମୋତେ ବିସ୍ମିତ କରୁଛି । ମୁଁ ଛାତ୍ର ଥିବା ବେଳେ ବ୍ୟକ୍ତିଗତ (ଘରୋଇ ଟେଲିଫୋନ) , କାର, ମୋବାଇଲ ଫୋନ, କମ୍ପ୍ୟୁଟର ଓ ଟିଭି ପ୍ରଭୁତି ବିଳାସ ସାମଗ୍ରୀ ଥିଲା ।

ଏବେ ଓଡ଼ିଶା ଗସ୍ତରେ ଯିବାବେଳେ ମୁଁ ସେଗୁଡ଼ିକୁ ଏପରିକି ସୁଦୂର ଦୁର୍ଗମ ଅଞ୍ଚଳରେ ମଧ୍ୟ ଦେଖିବାକୁ ପାଉଛି । ଅବଶ୍ୟ ସେଥିନେଇ ସମଗ୍ର ରାଜ୍ୟ ଆର୍ଥିକ କିମ୍ବା ପ୍ରଯୁକ୍ତି ବିଦ୍ୟା ଦୃଷ୍ଟିରୁ ବିକଶିତ ହୋଇଛି ବୋଲି କହିବାର ସାହସ ମୋର ନାହିଁ ।

ତଥାପି ରାଜନେତା ବା ରାଜନୈତିକ ବ୍ୟକ୍ତିମାନେ ଆଗ୍ରହ ପ୍ରକାଶ କଲେ ,ଏପରକି ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇପାରିବ ।

ଯଦି ଆଜି ରାଜ୍ୟର ଶିକ୍ଷା, ବିଜ୍ଞାନ, ଜଳସେଚନ, ବ୍ୟାକିଂଙ୍ଗ କିମ୍ବା ଅନ୍ୟ କୋଣସି କ୍ଷେତ୍ରରେ ପ୍ରଗତିରେ ସ୍ଥାଣୁତ୍ୱ ପରିଦୃଶ୍ୟ ହୋଇଛି , ସେଥିନିମନ୍ତେ ମୁଖ୍ୟତଃ ସରକାରୀ ନିଷ୍କ୍ରିୟତା ଊପରେହିଁ ଦୋଷାରୋପ କରିବା ଉଚିତ ।

ଓଡ଼ିଶା ସରକାରକୁ ଶିକ୍ଷିତ ଓ ବିଚାରବୁଦ୍ଧି ସମ୍ପନ୍ନ ବ୍ୟକ୍ତିମାନେ ନିୟନ୍ତ୍ରଣ କରିବେ ବୋଲି ମୋର ସ୍ୱପ୍ନ ରହିଛି ।

ତେବେ ଓଡ଼ିଶାର ବିକାଶ ସଚ୍ଚୋଟ ରାଜନୈତିକ ଏବଂ ପ୍ରଶାସକଙ୍କ ଉପରେ ନିର୍ଭରଶୀଳ । ଅନେକ ପ୍ରବାସୀ ଓଡ଼ିଆ ଅଛନ୍ତି ,ଯେଉଁମାନେ ବିଚାର କରୁଛନ୍ତି ସେମାନେ ବ୍ୟବସାୟ ,କ୍ଷୁଦ୍ର ସ୍ୱେଚ୍ଛାସେବୀ ପ୍ରକଳ୍ପ ଆଦି କ୍ଷେତ୍ରରେ ବଡ଼ କାମ କରି କାରିଗରୀ କୋଶଳ(ଟେକ୍ନୋଲୋଜି) ସ୍ଥାନାନ୍ତରରେ ସହାୟତା କରୁଛନ୍ତି ।

ମାତ୍ର ଆମେ ସମସ୍ତେ ଜାଣିଛନ୍ତି ଯେ,ଓଡ଼ିଶା ଜନସଂଖ୍ୟାର ବିପୁଳ ଭାଗ ଦରିଦ୍ର ଏବଂ ରାଜ୍ୟ ବ୍ୟାପକ ଉନ୍ନତି ଆବଶ୍ୟକ କରେ ।

ଓଡ଼ିଶାର ବିକାଶ ପ୍ରକିୟାରେ କୋଣସି ସ୍ତରରେ ଆପଣ ସଂଶ୍ଲିଷ୍ଟ ହୋଇଛନ୍ତି କି ? ସେଥିରେ ସଫଳତା ମିଳିଛି କି ?

ମୋର ବୃତ୍ତି ବା ପେଶା ଦୃଷ୍ଟିରୁ ମୁଁ ପ୍ରତ୍ୟକ୍ଷ ଭାବେ ଓଡ଼ିଶାର ବିକାଶ ପ୍ରକିୟାରେ ସାମିଲ ହୋଇପାରିନାହିଁ । ତେବେ ମୁଁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ମାଧ୍ୟମରେ ଭିନ୍ନ ଭିନ୍ନ କ୍ଷୁଦ୍ର ପ୍ରକଳ୍ପ ପାଇଁ ଆର୍ଥିକ ସହୟତା ଯୋଗାଇ ଦେବାକୁ ଚେଷ୍ଟା କରିଛି ।

ଯଦି ଓ ତାହା ପର୍ଯ୍ୟାପ୍ତ ନୁହେଁ ,ତଥାପି ବର୍ତ୍ତମାନ ପରିପ୍ରେକ୍ଷୀରେ ମୁଁ ସେତିକି ହିଁ କରିପାରିବି । ହୁଏତ ଅବସର ଗ୍ରହଣ କରିବା ପରେ ମୁଁ ଓଡ଼ିଶାର କେତେକ କ୍ଷେତ୍ରର ପରିସ୍ଥିତିରେ ଉନ୍ନତି ଆଣିବା ଲାଗି ଉଭୟ ଅର୍ଥ ଓ ସମୟ ଦାନ କରିପାରିବି ।

ବର୍ତ୍ତମାନର ପ୍ରଶାସନିକ ବ୍ୟବସ୍ଥାରେ ଓଡ଼ିଶାର ପ୍ରଗତି ନା ଅଧୋଗତି ଘଟୁଛି ବୋଲି ଆପଣ ବିଚାର କରୁୁଛନ୍ତି ? ପ୍ରଶାସନିକ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନର ଆବଶ୍ୟକତା ଅଛି ବୋଲି ଆପଣ ଭାବୁଛନ୍ତି କି?

ସର୍ବଦା ବା ସବୁସମୟରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ସାଧାରଣ ଲୋକମାନେ ସେମାନଙ୍କ ସାମ୍ନାକୁ ଆସୁଥିବା ସମସ୍ୟାଗୁଡ଼ିକୁ ପ୍ରଶାସକ ଏବଂ ରାଜନୈତିକ ନେତା (ରାଜନେତା) ମାନେ ଅନୁକମ୍ପା ଓ ନିଷ୍ଠାର ସହିତ ବୁଝିବା ଦରକାର ।

ମୁଁ କହୁନାହିଁ ଯେ, ସମସ୍ତ ପ୍ରଶାସକ କିମ୍ବା ରାଜନେତାମାନେ ଖରାପ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ସର୍ବାଧିକ ଘୃଣ୍ୟ ବ୍ୟକ୍ତିମାନେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ସବୁଠାରୁ ଅଧିକ ମାତ୍ରାରେ ନିୟନ୍ତ୍ରଣ କରୁଛନ୍ତି ।

ଆପଣଙ୍କ ମତରେ ଓଡ଼ିଶାର ବିକାଶ ପଥରେ ମୁଖ୍ୟ ପ୍ରତିବନ୍ଧକ କଣ ?

ଯେତେବେଳେ ପ୍ରତ୍ୟେକ ନିଜ ନିଜର ଜୀବନକୁ ଯେକୌଣସି ଉପାୟରେ ସୁରକ୍ଷିତ ବା ନିରାପଦ ରଖିବାକୁ ଚାହାନ୍ତି, ସେତେବେଳେ ସେମାନେ କେତେକ ଉପାୟରେ ଅନ୍ୟ କିଛି ଲୋକଙ୍କ ପ୍ରଗତିରେ ବାଧା ଉପୁଜାଇଥାଆନ୍ତି ।

ମୁଁ ଭାବୁନାହିଁ ପୃଥିବୀର ଅନ୍ୟକୌଣସି ଲୋକଙ୍କ ଠାରୁ ଓଡ଼ିଆମାନେ ଅଧିକ ଅଳସୁଆ । ଗୋଟିଏ ଗରିବ ଲୋକ ବା ମହିଳାଙ୍କୁ ଗୋଟିଏ ସୁଯୋଗ ଦେଲେ ,ସେ ଯାଦୁବିଦ୍ୟା(ମେଜିକ) ସୃଷ୍ଟି କରିଦେବ ।

ଓଡ଼ିଶାରେ ଆର୍ଥିକ ଦୃଷ୍ଟିରୁ ଅନେକ ସ୍ୱଚ୍ଛଳ ବ୍ୟକ୍ତିବିଶେଷ ଅଛନ୍ତି । ଯଦି ସେମାନେ ତାଙ୍କର ଜଣେ କିମ୍ବା ଦୁଇଜଣ ପଡ଼ୋଶୀଙ୍କ ଉତ୍ଥାନରେ ସହାୟକ ହେବେ,ତେବେ ସମାଜ ଉପରେ ତାର ଗଭୀର ପ୍ରଭାବ ପଡ଼ିବ ।

ଉତ୍ତମ ଶିକ୍ଷା ପାଇଁ ଚିକିତ୍ସାର , ପ୍ରତ୍ୟେକ ସମସ୍ୟାର ଦୂରୀକରଣ ଲାଗି ସଂଗ୍ରାମ ଏବଂ ନୈତିକ ମୂଲ୍ୟବୋଧ ସଂପର୍କରେ ପ୍ରବଚନ ଦ୍ୱାରା ବିଶେଷ କରିଛି ସୁଫଳ ମିଳିବ ନାହିଁ । ଯଦି ନିଃସହାୟ ବ୍ୟକ୍ତିମାନଙ୍କୁ ଉପଯୁକ୍ତ ଦାନ ଦେବା ପାଇଁ ଆମ ହାତ ଉନ୍ମୁକ୍ତ ନରହିବ ।

ପ୍ରବାସୀ ଓଡ଼ିଆମାନେ ଓଡ଼ିଶାର ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିପାରିବେ? ଯଦି ହଁ ,ତେବେ ସେମାନେ ବର୍ତ୍ତମାନ ସୁଦ୍ଧା ସେ ଦିଗରେ କାହିଁକି ବିଫଳ ହୋଇଛନ୍ତି ? କିଭଳି ସୁଯୋଗ କିମ୍ବା ପ୍ରଣାଳୀ ଅନୁସରଣ କଲେ ପ୍ରବାସୀ ଓଡ଼ିଆମାନେ ରାଜ୍ୟର ବିକାଶଧାରାରେ ଅଗ୍ରଣୀ ଭୂମିକା ନିର୍ବାହ କରିପାରିବେ ?

ନିଶ୍ଚିତ ଭାବରେ ପ୍ରବାସୀ ଓଡ଼ିଆମାନେ ଅନେକ କିଛି କରିପାରିବେ ଏବଂ ସେମାନଙ୍କ ଭିତରୁ ଅନେକ ଓଡ଼ିଶାରେ ଉନ୍ନତି ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ମଧ୍ୟ ଗ୍ରହଣ କରୁଛନ୍ତି । ଅନ୍ୟପକ୍ଷରେ ଏ ଦିଗରେ ପ୍ରବାସୀ ଓଡ଼ିଆମାନଙ୍କ ଅସୁବିଧାକୁ ମଧ୍ୟ ହୃଦୟଙ୍ଗମ କରାଯିବା ଆବଶ୍ୟକ ।

ସାଧାରଣରେ ଗୋଟିଏ ଧାରଣା ରହିଛି ଯେ, ସମସ୍ତ ପ୍ରବାସୀ ଓଡ଼ିଆ ଧନୀ, ସୁପ୍ରତିଷ୍ଠିତ ଏବଂ ସେମାନଙ୍କ ହାତରେ ପ୍ରଚୁର ସମୟ ଅଛି । ମାତ୍ର ଏହା ସତ୍ୟ ନୁହେଁ ।

ମାସକୁ ହଜାର ହଜାର ଡ଼ଲାର ରୋଜଗାର କରୁଥିବା ଜଣେ ସାଧାରଣ ବୃତ୍ତିୟଧାରୀ ବା ପେଶାଦାର ପ୍ରବାସୀ ଓଡ଼ିଆଙ୍କ ପାଇଁ ପୃଥିବୀର ବଡ଼ ବଡ଼ ମହାନଗରୀରେ ବସବାସ କରିବା ଲାଗି ମଧ୍ୟ ଯଥେଷ୍ଟ ନୁହେଁ ।

ତଥାପି ସେମାନେ ବିଫଳ ହୋଇନାହାନ୍ତି ବୋଲି ମୁ କହିବି । କାରଣ ବିଦେଶରେ କିଛି ଧନୀ ଓଡ଼ିଆ ଅଛନ୍ତି ,ଯେଉଁମାନେ ବି ବିପୁଳ ପରିମାଣର ଅର୍ଥ ଦାନ କରୁଛନ୍ତି ।

ମାତ୍ର ସେମାନେ ସମସ୍ତ ଜାଗତିକ ସମ୍ପତ୍ତି ପରିତ୍ୟାଗ କରି ଓଡ଼ିଶାରେ ବସବାସ କରୁଥିବା ଶିଳ୍ପପତି ଏବଂ ରାଜନେତାଙ୍କ ଭଳି ଆଚରଣ ପ୍ରଦର୍ଶନ କରନ୍ତୁ ବୋଲି ଆଶା କରିବା ଠିକ୍ ନୁହେଁ ।

ଆପଣ ଓଡ଼ିଶା ଛାଡ଼ିବା ଏବଂ ବର୍ତ୍ତମାନ ପରିଭ୍ରମଣ କରିବା ଭିତରେ ଓଡ଼ିଶାର କିଭଳି ପରିବର୍ତ୍ତନ ଲକ୍ଷ୍ୟ କରୁଛନ୍ତି ?

ମୁଁ ଯେତେବେଳେ ଓଡ଼ିଶା ଗସ୍ତ କରିଛି ,ସେତେବେଳେ ଏଠିକାର ଜୀବନଧାରଣର ପ୍ରତ୍ୟେକ ପାହ୍ୟାରେ ଉନ୍ନତି ପରିଦୃଶ୍ୟ କରିଛି । ଧନୀ,ମଧ୍ୟବିତ୍ତ ଏବଂ ଗରୀବ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ଗୋଟିଏ କୌତୁହଳ ବିଷୟ ହେଊଛି ,ଅଧିକାଂଶ ଲୋକ ଚାଲା୍କ ବୋଲି ଜଣାପଡ଼ନ୍ତି । ମାତ୍ର ସେମାନେ ନିଜ ଜୀବନ ସଂପର୍କରେ ମଧ୍ୟ ଅଜ୍ଞାତ । ନୈତିକ ମୂଲ୍ୟବୋଧ ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି ।

ଓଡ଼ିଶାର ସାମାଜିକ -ଅର୍ଥନୈତିକ ସମୃଦ୍ଧି ଲାଗି ଆପଣଙ୍କ ମତରେ କେଉଁ ପ୍ରସଂଗ ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ  ?

ସମସ୍ତଙ୍କ ପାଇଁ ଖାଦ୍ୟ ହେଉଛି ,ମୋର ପ୍ରଧାନ ଚିନ୍ତା । ତେଣୁ କୋଣସି ଜଣେ ହେଲେ ବ୍ୟକ୍ତି ଉପବାସ ନରହନ୍ତୁ ବୋଲି ପ୍ରତ୍ୟେକ ରାତିରେ ମୁଁ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥାଏ । ତା ପରେ ହେଉଛି ,ସ୍ୱାସ୍ଥ୍ୟ ସେବା । ତୃତୀୟ ହେଉଛି ପୋଲିସ ଓ ପ୍ରଶାସକଙ୍କ ଭଳି ତଥାକଥିତ ସୁରକ୍ଷାକାରୀମାନଙ୍କ ନିକଟରୁ ନ୍ୟାୟ ବିଚାର ।

ଏହି କୃଷ୍ଣ ଗର୍ତ୍ତରୁ ଉଦ୍ଧାର ପାଇଁ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଥିବା ବ୍ୟକ୍ତି ଓ ରାଜନେତା ମାନଙ୍କୁ ଆପଣ କି ସନ୍ଦେଶ ଦେବେ ?

ଦୁର୍ନୀତି ଠାରୁ ସଂପୂର୍ଣ୍ଣଭାବେ ଦୂରରେ ରହିବା । ଦୟାକରି ଭାବନ୍ତୁ ନାହିଁ ଯେ ଯେତେବେଳେ ଏହା କରୁଛନ୍ତି ମୁ ଏକା ସଚ୍ଚୋଟ ରହିଲେ କଣ ହେବ । ମୃତ୍ୟୁ ବେଳେ କେହି ଟଙ୍କା ନେଇ ଯାଏ ନାହିଁ ।

ଯଦି ଆପଣ ଭାବନ୍ତି ସାରା ରାଜ୍ୟର ବିକାଶ ରେ ଆପଣ ଯୋଗଦାନ ଦେଇ ପାରିବେ ନାହିଁ ତେବେ ନିଜର ସହର,ଜିଲ୍ଲାର ବିକାଶରେ ସହଯୋଗ କରନ୍ତୁ । ତାହା ଆପଣ କରିପାରିବେ ।

ଓଡ଼ିଶା ଜରୁରୀ କାଳୀନ ଭିତ୍ତିରେ କଣ ଆବଶ୍ୟକ କରେ ବୋଲି ଆପଣ ଭାବୁଛନ୍ତି ?

ଓଡ଼ିଶା ପାଇଁ ନାମୀଦାମୀ ନେତା ତଥା ପ୍ରଶାସକ ଙ୍କ ଅପେକ୍ଷା ସଚ୍ଚୋଟ ଏବଂ ସମ୍ବେଦନଶୀଳ ହୃଦୟ ମାନଙ୍କର ଆବଶ୍ୟକତା ଅଛି ।

ଓଡ଼ିଶା କୁ ବିକାଶ କରିବା ପାଇଁ ଆପଣ କିଭଳି ଚିନ୍ତାଧାରା ରଖିଛନ୍ତି ?

ବାଲ୍ୟ କାଳରୁ ରାଜନୈତିକ ନେତା ମାନଙ୍କର ପ୍ରତିଶୃତି ଗୁଡ଼ିକ ମୁ ଶୁଣି ଆସୁଛି । ମାତ୍ର ଓଡ଼ିଆ ଲୋକଙ୍କର ବିକାଶର ମୁଖ୍ୟ ଚାବିକାଠି ରହିଛି ତାଙ୍କ ଗ୍ରାମରେ ,ସହରରେ ତାଙ୍କ ପଡ଼ୋଷୀଙ୍କ ପାଖରେ ।

ଗ୍ରାମର ନେତୃସ୍ଥାନୀୟ ବ୍ୟକ୍ତି ମାନଙ୍କ ହାତରେ ଅମଲାତନ୍ତ୍ରୀ ମାନଙ୍କ ଅପେକ୍ଷା ଅଧିକ କ୍ଷମତା ରହିବା ର ଆବଶ୍ୟକତା ଅଛି ।

ଓଡ଼ିଶା କୌଣସି ଦିଗରୁ ଅବହେଳିତ ବୋଲି ଆପଣ ବିଶ୍ୱାସ କରନ୍ତି କି ? ଯଦି ହଁ ତାହା କଣ?

ଓଡ଼ିଶା ଅବହେଳିତ ନୁହଁ । ଏହାର ନିଜର ଦାବୀ ହାସଲ କ୍ଷମତା ନାହିଁ । ଆମକୁ ଏଭଳି ସଚ୍ଚୋଟ ଏବଂ ଶିକ୍ଷିତ ରାଜନେତା ଦରକାର ଯେଉଁମାନେ ରାଜନୀତିକୁ କେବଳ ଉତ୍ତରାଧିକାରୀ ସୁତ୍ର ପ୍ରାପ୍ତ କରି ଆସି ନଥିବେ ।

ଠିକଣା

ଜୈବରସାୟନ ବିଜ୍ଞାନ ବିଭାଗ (ଡ଼ିପାର୍ଟମେଣ୍ଟ ଅଫ୍ ବାଇଓ-କେମିଷ୍ଟ୍ରି),

ଟେକ୍ସାସ ସ୍ୱାସ୍ଥ୍ୟ ବିଜ୍ଞାନ କେନ୍ଦ୍ର ବିଶ୍ୱବିଦ୍ୟାଳୟ (ୟୁନିଭରସିଟି ଅଫ୍ ଟେକ୍ସାସ ହେଲଥ ସାଇନ୍ସ ସେଣ୍ଟର) ,

୭୭୦୩ ଫ୍ଲୋରିଡ଼ କର୍ଲ ଡ଼୍ରାଇଭ ସାନ୍ ଆଣ୍ଟୋନିଓ ,ଟି.ଏକ୍ସ ୭୮୨୨୯-୩୯୦୦

ଓଡ଼ିଶା ଡ଼ଟ୍ କମ୍

News Bureau
News Bureau

Filed Under: ସାକ୍ଷାତକାର Tagged With: ଗଞ୍ଜାମ, ଗବେଷଣା, ମହାବିଦ୍ୟାଳୟ, ୟୁନିଭରସିଟି, ସମ୍ବଲପୁର

  • « Go to Previous Page
  • Page 1
  • Page 2
  • Page 3
  • Page 4

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ