• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସରକାର

ଭଡା ବୃଦ୍ଧି ନ ହେଲେ ଜୁନ ପାଞ୍ଚରୁ ବସ ଧର୍ମଘଟ

May 15, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧୫ (ଓଡିଶା ଡଟ କମ) ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ସହ ରାଜ୍ୟରେ ସମାନ୍ତରାଳ ଭାବେ ଭଡା ବୃଦ୍ଧି ବ୍ୟବସ୍ଥା ନ ହେଲେ ଆସନ୍ତା ମାସ ପାଞ୍ଚ ତାରିଖରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ ଚଳାଚଳ ବନ୍ଦ ରଖିବାକୁ ଘରୋଇ ବସ ମାଲିକ ସଂଘ ଶୁକ୍ରବାର ଧମକ ଦେଇଛି ।

ତୈଳ କମ୍ପାନୀ ମାନେ ଶୁକ୍ରବାର ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ତିନି ଟଙ୍କା ତେର ପଇସା ଓ ଦୁଇ ଟଙ୍କା ଏକସ୍ତରି ପଇସା ବଢାଇଛନ୍ତି । ଏହି ଦର ମଧ୍ୟରାତ୍ରିରୁ ଲାଗୁ ହେବ ।

ତୈଳ କମ୍ପାନୀମାନେ ଚଳିତ ମାସରେ ଡିଜେଲ ଓ ପେଟ୍ରୋଲର ଏହାକୁ ମିଶାଇ ଦ୍ଵିତୀୟ ଥର ପାଇଁ ଦର ବୃଦ୍ଧି କରିଛନ୍ତି । ତେବେ ରାଜ୍ୟରେ ବସ ଭଡା ଅପରିବର୍ତ୍ତିତ ରହିଥିବା ବସ ମାଲିକ ସଂଘ କହିଛି ।

ବିଭିନ୍ନ ସମୟରେ ଡିଜେଲ ଓ ପେଟ୍ରୋଲ ଦରରେ ପରିବର୍ତ୍ତନ ହେଉଥିବାରୁ ସେହି ହାରରେ ବସ ଭଡା ମଧ୍ୟ ବୃଦ୍ଧିକରିବା ପାଇଁ ଏକ ବ୍ୟବସ୍ଥା ଲାଗୁ କରିବା ପାଇଁ ସେମାନେ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛନ୍ତି ।

ଯଦି ତାଙ୍କର ଦାବି ପୂରଣ ନ ହୁଏ ତେବେ ସେମାନେ ରାଜ୍ୟବ୍ୟାପୀ ବସ ଧର୍ମ ଘଟ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି Tagged With: ଜୁନ ପାଞ୍ଚ, ଡିଜେଲ, ପେଟ୍ରୋଲ, ବସ ଧର୍ମଘଟ, ବସ ମାଲିକ ସଂଘ, ସରକାର

୩୦ ଜଣ ପ୍ରତିଭାବାନ ଯୁବ କଳାକାରଙ୍କୁ ସରକାରଙ୍କ ଟ୍ରଫି ପ୍ରଦାନ

May 1, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧ (ଓଡିଶା ଡଟ କମ) ପ୍ରଦର୍ଶନ କଳା , ଅଭିନୟ ଓ ଦୃଶ୍ୟ କଳାରେ ଉଲ୍ଲେଖନୀୟ କୃତିତ୍ଵ ହାସଲ କରିଥିବା ରାଜ୍ୟର ୩୦ ଜଣ କଳାକାରଙ୍କୁ ସରକାର ଶୁକ୍ରବାର ‘ମୁଖ୍ୟମନ୍ତ୍ରୀଙ୍କ ଟ୍ରଫି’ ପ୍ରଦାନ କରିଛନ୍ତି ।

ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହି ଟ୍ରଫି ପ୍ରଦାନ କରିଛନ୍ତି ।
ଓଡିଶା ଡଟ କମ

News Bureau
News Bureau

Filed Under: ମନୋରଞ୍ଜନ Tagged With: ଅଭିନୟ, ଟ୍ରଫି, ମୁଖ୍ୟମନ୍ତ୍ରୀ, ରବୀନ୍ଦ୍ର ମଣ୍ଡପ, ସରକାର

ରାଜ୍ୟରେ ସର୍ବନିମ୍ନ ମଜୁରି ଦୁଇଶହ ଟଙ୍କାକୁ ବୃଦ୍ଧି

May 1, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମେ ୧ (ଓଡିଶା ଡଟ କମ) ଶ୍ରମିକ ମାନଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସର୍ବନିମ୍ନ ମଜୁରୀ ୨୦୦ ଟଙ୍କାକୁ ଶୁକ୍ରବାର ବୃଦ୍ଧି କରିଛନ୍ତି ।

ଜୟଦେବ ଭବନରେ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ଆୟୋଜିତି ରାଜ୍ୟସ୍ତରୀୟ ମଇ ଦିବସ ସମାରୋହକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମଜୁରୀ ବୃଦ୍ଧି ଘୋଷଣା କରିଛନ୍ତି।

ତଦନୁଯାୟୀ ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୨୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୨୨୦ ଟଙ୍କାକୁ, କୁଶଳୀ ଶ୍ରମିକଙ୍କ ମଜୁରୀ ୨୪୦ ଟଙ୍କାକୁ ଓ ଉଚ୍ଚ ଦକ୍ଷତା ସମ୍ପନ୍ନ କୁଶଳୀ ଶ୍ରମିକଙ୍କ ମଜୁରୀ ୨୬୦ ଟଙ୍କାକୁ ବୃଦ୍ଧି କରାଯାଇଛି,ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଶ୍ରମିକ ମାନଙ୍କୁ ବିକାଶର ସାରଥି ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଦେଶ ଗଠନରେ ସେମାନଙ୍କ ତ୍ୟାଗର ଉଚ୍ଚ ପ୍ରଶଂସା କରିଥିଲେ। ଶ୍ରମିକମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସହିତ ପଟ୍ଟନାୟକ ସମସ୍ତଙ୍କ ସହଯୋଗରେ ଶ୍ରମିକମାନଙ୍କ ପାଇଁ ଏକ ସୁସ୍ଥ ଓ ସୁନ୍ଦର ପରିବେଶ ସୃଷ୍ଟି କରାଯାଇପାରିବ ବୋଲି ଆଶାପୋଷଣ କରିଛନ୍ତି।

ରାଜ୍ୟରେ ଶିଶୁଶ୍ରମିକ ପ୍ରଥାର ବିଲୋପ ତଥା ଶ୍ରମିକମାନଙ୍କ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ସ୍ଟେଟ୍ ଆକ୍ସନ ପ୍ଳାନ ଯେପରି ସବୁସ୍ତରରେ ସମନ୍ନୟ ରକ୍ଷାକରି ଶ୍ରମିକମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବା ଉପରେ ମୁଖ୍ୟମନ୍ତ୍ରୀ ପୁନଶ୍ଚ ଆରୋପ କରିଥିଲେ।

ରାଜ୍ୟ ଶ୍ରମ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, କୋଠାବାଡ ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧକ୍ଷ ସୁବାସ ସିଂ, ବିଭାଗୀୟ ସଚିବ ଜି ଶ୍ରୀନିବାସ ପ୍ରମୁଖ ଉଦବୋଧନ ଦେଇଥିଲେ।

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି Tagged With: ମଜୁରି, ରାଜ୍ୟ, ଶ୍ରମିକ, ସରକାର

ନେପାଳରେ ରହୁଥିବା ଓଡିଆଙ୍କ ପାଇଁ ହେଲ୍ପ ଲାଇନ

April 28, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଏପ୍ରିଲ ୨୮ (ଓଡିଶା ଡଟ କମ) ଭୂକମ୍ପ ପିଡୀତ ନେପାଳରେ ରହୁଥିବା ଓଡିଆଙ୍କୁ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ ରାଜ୍ୟସରକାର ଦିଲ୍ଲୀରେ ଏକ ହେଲ୍ପଲାଇନ ଆରମ୍ଭ କରିବା ସହ ବିମାନ ବନ୍ଦରର ତିନି ନମ୍ବର ଟର୍ମିନାଲରେ ଏକ ହେଲ୍ପ ଡେସ୍କ ଆରମ୍ଭ କରିଛନ୍ତି ।

ସରକାରଙ୍କ ମୁଖ୍ୟ ରେସିଡେଣ୍ଟ କମିଶନରଙ୍କ କାର୍ୟାଳୟରେ ଆରମ୍ଭ କରାଯାଇଥିବା ଏହି ହେଲ୍ପଲାଇନର ନମ୍ବର ହେଲା ୦୧୧-୨୪୬୭୯୨୦୧ , ପିବିଏକ୍ସ ଏକ୍ସଟେନସନ -୦୪ ଓ ମୋବାଇଲ ନମ୍ବର ହେଲା ୦୭୮୦୩୮୫୦୦୦୫ ।

ନେପାଳରେ ଥିବା ଓଡିଆ ମାନଙ୍କୁ ଘରକୁ ସୁରକ୍ଷିତ ଫେରାଇଆଣିବା ପାଇଁ ସରକାରଙ୍କ ମୁଖ୍ୟ ରେସିଡେଣ୍ଟ କମିଶନର ସେଠାକାର କତୃପକ୍ଷଙ୍କ ସହ ନିୟମିତ ଯୋଗାଯୋଗ ରଖିଥିବା, ସ୍ପେଶାଲ ରିଲିଫ କମିଶନର ପ୍ରଦୀପ୍ତ ମହାପାତ୍ର ଏକ ବିବୃତି ରେ ଜଣାଇଛନ୍ତି ।

ଏୟାରପୋର୍ଟ ନିକଟରେ ଥିବା ଓଡିଶା ସଦନରେ ଦଶଟି କୋଠରି ରିଜର୍ଭ ରଖା ଯାଇଥିବା ବେଳେ ରେଳ କତ୍ତୃପକ୍ଷଙ୍କୁ ବିମାନ ବନ୍ଦରରେ ଏକ ସହାୟତା କେନ୍ଦ୍ର ଖୋଲିବା ପାଇଁ ଅନୁରୋଧ କରାଯାଇଛି ।

ନେପାଳରୁ ଆଠଜଣ ଓଡିଆ ସୁରକ୍ଷିତ ଭାବେ ସୋମବାର ନୂଆ ଦିଲ୍ଲୀ ରେ ପହଞ୍ଚିଥିବା ବେଳେ ସମସ୍ତେ ନିଜ ନିଜ ଘର ଅଭିମୁଖେ ଯାତ୍ରା କରିଛନ୍ତି ।

ସରକାରଙ୍କୁ ମିଳିଥିବା ସୂଚନା ଅନୁସାରେ ନେପାଳରେ କେନ୍ଦ୍ରପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଓ ଆଳି ବ୍ଲକର ୩୩୫ ଜଣ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ ଅରୁତମଣୋହୀ ଗ୍ରାମର ବୁଲୁ କୁମାର ସେଠୀ, କ୍ଷୀରୋଦ ବେହେରା, ମନୋଜ ବେହେରା ଓ ବଡାଙ୍କୋ ଗାଁର ମମତା ବେହେରା ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟମାନେ ସୁରକ୍ଷିତ ଅଛନ୍ତି ।

ମିଳିଥିବା ଅନ୍ୟ ଏକ ରିପୋର୍ଟ ଅନୁସାରେ ବଲାଙ୍ଗିର ଜିଲ୍ଲାର ବିଧୁଭୂଷଣ ମହାପାତ୍ର, ପ୍ର୍ଜ୍ଞା ପାରମିତା ଗୁରୁ ଓ ଅଦ୍ରିକା ମହାପାତ୍ର ଭୂମିକମ୍ପ ଦ୍ଵାରା ପ୍ରଭାବିତ ହୋଇ ଏଟିମୋର, ଲାଳିପୁର ନେପାଳରେ ଥିବା ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇ ଭାରତରୁ ପଠାଯାଇଥିବା ସାହାଯ୍ୟକୁ ଅପେକ୍ଷା କରିଛନ୍ତି ।

ସେହିପରି ଝାରସୁଗୁଡାରେ ଥିବା ରାଜ୍ୟ ଆର୍ମଡ ପୁଲିସ ବେଟାଲିୟନରେ କାର୍ଯ୍ୟରତ ନେପାଳର ୯୦୦ କର୍ମଚାରୀଙ୍କ ମଧ୍ୟରୁ ଦଶ ଜଣ ନିଜ ଘରକୁ ଯାଇଥିଲେ । ସେମାନେ ସମସ୍ତେ ସୁରକ୍ଷିତ ଥିବା ଖବର ମିଳିଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ପ୍ରବାସୀ ଓଡିଆ Tagged With: ଓଡିଆ, ନେପାଳ, ଭୂକମ୍ପ ପିଡୀତ, ସରକାର, ହେଲ୍ପଲାଇନ ନମ୍ବର

ବସରେ ଜିପିଏସ, ସିସିଟିଭି ଲଗାଇବା ବାଧ୍ୟତାମୂଳକ କରିବା ଯୋଜନା

April 28, 2015 by News Bureau Leave a Comment

ଭୁବନେଶ୍ଵର, ଏପ୍ରିଲ ୨୮ (ଓଡିଶା ଡଟ କମ) ରାଜ୍ୟରେ ଚଳାଚଳ କରୁଥିବା ବସ ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଜିପିଏସ ଓ ସିସି ଟିଭି ଲଗାଇବା ବାଧ୍ୟତାମୂଳକ କରିବାପାଇଁ ସରକାର ଯୋଜନା କରିଛନ୍ତି ।

ସଡକ ଓ ପରିବହନ ବିଭାଗ ଏକ ବିଜ୍ଞପ୍ତି ଜାରିକରି ଏ ସଂକ୍ରାନ୍ତରେ ଓଡିଶା ମୋଟର ଯାନ ନିୟମ ୧୯୯୩ରେ ଆବଶ୍ୟକୀୟ ସଂଶୋଧନ ପାଇଁ ସାଧାରଣ ଲୋକଙ୍କଠାରୁ ପରାମର୍ଶ ଓ ମତାମତ ଲୋଡିଛନ୍ତି । ବିଭାଗକୁ ମତାମତ ପଠାଇବାର ଶେଷ ତାରିଖ ମଇ ୨୩ ରଖା ଯାଇଛି ।

ରାଜ୍ୟ ଘରୋଇ ବସ ମାଲିକ ସଂଘ ସରକାରଙ୍କ ପ୍ରସ୍ତାବକୁ ସ୍ଵାଗତ କରିଛନ୍ତି । ସିସି ଟିଭି ଲଗାଇବା ସପକ୍ଷରେ ମତ ଦେଇଥିବା ବେଳେ ଯଦି ବସ ନିର୍ଧାରିତ ସମୟରେ ଚଳାଚଳ କରୁଛି କି ନାହିଁ ତାହା ଉପରେ ନଜର ରଖିବାକୁ ଜିପିଏସ ଲଗାଇବା ଯୋଜନା କରୁଥାନ୍ତି ତାହା ହେଲେ ଏହାର ଖରାପ ପ୍ରଭାବ ପଡ଼ିବ, ଜିପିଏସ ଲଗାଇବାକୁ ବିରୋଧ କରି ସଂଘ କହିଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି Tagged With: ଜିପିଏସ, ବସ ମାଲିକ ସଂଘ, ଯାତ୍ରୀ, ସରକାର, ସିସିଟିଭି

ଜମି ଅଧିଗ୍ରହଣ ବିଲକୁ ବିରୋଧ କରିବ ବିଜେଡି

April 27, 2015 by News Bureau Leave a Comment

ଭୁବନେଶ୍ଵର, ଏପ୍ରିଲ ୨୭ (ଓଡିଶା ଡଟ କମ) କେନ୍ଦ୍ର ସରକାର ପାର୍ଲିଆମେଣ୍ଟ ରେ ଆଗତକରିବାକୁ ଯାଉଥିବା ଜମି ଅଧିଗ୍ରହଣ ବିଲକୁ ବିଜେଡି ବିରୋଧ କରିବା ବୋଲି ଲୋକ ସଭାରେ ପାର୍ଟିର ମୁଖ୍ୟ ସଚେତକ ଭତ୍ତୃହରି ମହତାବ କହିଛନ୍ତି ।

ଆମେ ଏହି ଜମି ବିଲକୁ ଲୋକ ସଭାରେ ସ୍ଵାଗତ କରିଥିଲୁ ଏବଂ ଏହା ମଧ୍ୟ କହିଥିଲୁ ଯେ ଆମେ ଖୁସି ଅଛୁ । କିନ୍ତୁ ଖୁସି ଅଛୁ କହିବାର ଅର୍ଥ ନୁହେଁ ଆମେ ଏହି ବିଲ କୁ ସମର୍ଥନ କରିବୁ , ମହତାବ ହିନ୍ଦୁସ୍ତାନ ଟାଇମସ ଖବର କାଗଜକୁ କହିଛନ୍ତି ।

ପାର୍ଲିଆମେଣ୍ଟକୁ ଏହି ବିଲ ଆସିଲେ ଆମେ ଏହାର ବିରୋଧ କରିବୁ , ସେ କହିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟଯେ ବିଜେଡି ଏହି ବିଲରେ କେତୋଟି ସଂଶୋଧନ ପ୍ରସ୍ତାବ ଦେଇଥିଲା ଓ ସେମଧ୍ୟରୁ ଚାରୋଟି କେନ୍ଦ୍ର ସରକାର ଗ୍ରହଣ କରିଥିଲା ।

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି Tagged With: ଜମି ଅଧିଗ୍ରହଣ, ପାର୍ଲିଆମେଣ୍ଟ, ବିଜେଡ଼ି, ସରକାର

ନାଲକୋ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ମଧ୍ୟବର୍ତ୍ତୀକାଳୀନ ଡିଭିଡେଣ୍ଡ ପ୍ରଦାନ

April 27, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ଏପ୍ରିଲ ୨୭ (ଓଡିଶା ଡଟ କମ) କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନ୍ୟାସନାଲ୍‍ ଆଲୁମିନିୟମ୍‍ କମ୍ପାନୀ ଲିମିଟେଡ୍‍ (ନାଲ୍‍କୋ) ପକ୍ଷରୁ ୨୦୧୪-୧୫ ଆର୍ଥିକ ବର୍ଷ ପାଇଁ ପ୍ରତ୍ୟେକ ୫ ଟଙ୍କା ମୂଲ୍ୟ ବିଶିଷ୍ଟ ଶେୟାର୍‍ ପ୍ରତି ୧.୨୫ ଟଙ୍କା ହାରରେ ୩୨୨.୧୬ କୋଟି ଟଙ୍କା ଡିଭିଡେଣ୍ଡ ପ୍ରଦାନ କରାଯିବା ବିଷୟ ଷୋଷଣା କରାଯାଇଛି ।

DSC_0059ଏହା କମ୍ପାନୀର ୧୨୮୮.୬୨ କୋଟି ଟଙ୍କା ମୂଲ୍ୟର ପେଡ୍‍-ଅପ୍‍ ଇକ୍ୱିଟୀ କ୍ୟାପିଟାଲ୍‍ର ୨୫ ପ୍ରତିଶତ ଅଟେ । ସୋମବାର ନୂଆଦିଲ୍ଲୀଠାରେ ୨୬୦.୭୨ କୋଟି ଟଙ୍କା (ଡିଭିଡେଣ୍ଡର ୮୦.୯୩ ପ୍ରତିଶତ ଭାଗ) ମୂଲ୍ୟର ଏହି ଡିଭିଡେଣ୍ଡ୍‍, ଚେକ୍‍ ମାଧ୍ୟମରେ କେନ୍ଦ୍ର ଇସ୍ପାତ ଓ ଖଣି ରାଷ୍ଟ୍ର ରାଜ୍ୟ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ନାଲ୍‍କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଂଶୁମାନ ଦାସ ପ୍ରଦାନ କରିଥିଲେ ।

୨୦୧୪-୧୫ ମସିହାରେ ପ୍ରଦାନ କରାଯାଉଥିବା ୩୨୨.୧୫ କୋଟି ଟଙ୍କାର ଡିଭିଡେଣ୍ଡ୍‍, ୨୦୦୬-୦୭ ମସିହାରେ ପ୍ରଦତ୍ତ ସର୍ବାଧିକ ମଧ୍ୟବର୍ତ୍ତୀକାଳୀନ ଡିଭିଡେଣ୍ଡ ଅଟେ । ଏହି ଅବସରରେ, ଖଣି ମନ୍ତ୍ରଣାଳୟର ସଚିବ, ଡକ୍ଟର୍‍ ଅନୁପ କେ. ପୁଜାରୀ, ଅତିରିକ୍ତ ସଚିବ ଶ୍ରୀ ଆର୍‍. ଶ୍ରୀଧରନ, ଯୁଗ୍ମ ସଚିବ ଶ୍ରୀ ଅରୁଣ କୁମାର ଓ ଡକ୍ଟର୍‍ ନିରଞ୍ଜନ କୁମାର ସିଂ ଏବଂ ନାଲ୍‍କୋର ସମସ୍ତ ନିର୍ଦ୍ଦେଶକ ବୃନ୍ଦ ଉପସ୍ଥିତ ଥିଲେ ।

୧୯୮୭ ମସିହାରେ ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିଥିବା ନାଲକୋ, ୧୯୯୨ ମସିହା ପର ଠାରୁ ପ୍ରତି ଆର୍ଥିକ ବର୍ଷରେ ଡିଭିଡେଣ୍ଡ୍ ପ୍ରଦାନ କରିଆସୁଛି । ୨୦୧୩-୧୪ ଆର୍ଥିକ ବର୍ଷରେ କମ୍ପାନୀ ମୋଟ ୩୮୬.୫୯ କୋଟି ଟଙ୍କାର ଡ଼ିଭିଡ଼େଣ୍ଡ ଘୋଷଣା କରିଥିଲା ।

ନାଲକୋ ଏ ଯାବତ୍ ସମୁଦାୟ ୫୨୨୮ କୋଟି ଟଙ୍କା ଡ଼ିଭିଡ଼େଣ୍ଡ ଆକାରରେ ପ୍ରଦାନ କରିଛି, ସେଥି ମଧ୍ୟରୁ ୪୯୯୫ କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ଅର୍ଥ-ବ୍ୟବସାୟ Tagged With: ଆଲୁମିନିୟମ୍‍, କମ୍ପାନୀ, ଖଣି, ନାଲକୋ, ସରକାର

ଅବସର ବୟସ ସୀମା ବୃଦ୍ଧି ଦାବିରେ ଶିକ୍ଷକଙ୍କ ଧର୍ମଘଟ ଧମକ

April 18, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର ଏପ୍ରିଲ ୧୮ (ଓଡିଶା ଡଟ୍ କମ୍) ଅବସର ବୟସ ସୀମା ୬୦ରୁ ୬୫କୁ ବୃଦ୍ଧି ଦାବିକରି ବିଶ୍ୱବିଦ୍ୟାଳୟର ଶିକ୍ଷକମାନେ ଧର୍ମଘଟ କରିବେବୋଲି ସରକାରଙ୍କୁ ଧମକ ଦେଇଛନ୍ତି।

ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର ଶିକ୍ଷକ ସଂଘ କୁ ନେଇ ଗଠିତ “ଫେଡେରେସନ୍ ଅଫ୍ ଓଡିଶା ୟୁନିଭରସିଟିସ ଟିଚର୍ସ ଆସୋସିଏସନ୍”(ଏଫଓୟୁଟିଏ) କହିଛି ଯେ ଶିକ୍ଷକ ମାନେ ସେମାନଙ୍କ ଦାବି ବହୁବାର ରାଜ୍ୟ ସରକାରଙ୍କୁ ଜଣେଇଥିଲେ ବି କୋଣସି ସୁଫଳ ମିଳିପାରି ନ।ହିଁ ।

ୟୁଜିସି ର ଗାଇଡ଼୍ ଲାଇନ ଅନୁଯାୟୀ ବିଶ୍ଵବିଦ୍ୟାଳୟ ମାନଙ୍କରେ ‘ଲେକଚରର୍’ ଓ ‘ରିଡର୍’ ଥିବା ଶିକ୍ଷକମାନଙ୍କଙ୍କୁ ପଦୋନ୍ନତି ଦେଇ ‘ଆସିଷ୍ଟାଣ୍ଟ ପ୍ରଫେସର’ ଓ ‘ଆସୋସିଏଟ୍ ପ୍ରଫେସର’ କରାଯିବା କଥା ।

ତେବେ ଓଡିଶା କୁ ଛାଡି ଅନ୍ୟସବୁ ରାଜ୍ୟରେ ଏହା ଲାଗୁ ହୋଇ ସାରିଛି । ରାଜ୍ୟରେ ରେ ଫାଙ୍କା ଥିବା ୩୦ ପ୍ରତିଶତ ପଦବୀ ଓ ଶିକ୍ଷକମାନଙ୍କ ଯୋଗ୍ୟତା ଅନୁଯାୟୀ ନିର୍ଦିଷ୍ଟ ଦରମା ନିର୍ଧାରଣ ଆଦି କିଛି ପ୍ରସ୍ତାବ ଦାବିରେ ଏଫଓୟୁଟିଏ ତରଫରୁ ଅ।ସନ୍ତା ମଇ ୧ ରୁ ୭ ଯାଏ ସବୁ ଶିକ୍ଷକ କଳା ବ୍ୟାଚ ପିନ୍ଧି ଆନ୍ଦୋଳନରେ ଭାଗନେବେ ।

ଭୁବନେଶ୍ଵରର ‘ରାମମନ୍ଦିର ଛକ ଠାରୁ ପିଏମଜି’ ଯାଏ ମଇ ଆଠରେ ମହମବତୀ ଶୋଭାଯାତ୍ରା କରାଯିବ। ତାପରେ ବି ଯଦି ଦାବି ପୁରଣ ନ ହୁଏ ତେବେ ଆମରଣ ଅନଶନ କରାଯିବ, ବୋଲି ସଂଘ କହିଛି । ଏସବୁ ସତ୍ଵେ ଯଦି ଦାବି ପୁରଣ ନହୁଏ ତେବେ ଅସହଯୋଗ ଆନ୍ଦୋଳନ କରାଯିବା ବୋଲି ସଙ୍ଘ ଚେତାବନୀ ଦେଇଛି ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଶିକ୍ଷା Tagged With: ଆନ୍ଦୋଳନ, ପିଏମଜି, ବିଶ୍ୱବିଦ୍ୟାଳୟ, ରାମମନ୍ଦିର, ଶିକ୍ଷକଙ୍କ ଧର୍ମଘଟ, ସରକାର

ବ୍ୟବସାୟୀ ମହାସଂଘ ଧର୍ମଘଟ ପ୍ରତ୍ୟାହୃତ

April 13, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଏପ୍ରିଲ ୧୩ (ଓଡିଶା ଡଟ କମ) ଡାଲି ଓ ଗହମ ଜାତୀୟ ପଦାର୍ଥ ଉପରୁ ଭାଟ୍‍ ପ୍ରତ୍ୟାହାର ଦାବି କରି ଗତ କିଛି ଦିନ ଧରି ଧର୍ମଘଟ ଚଳାଇଥିବା ଓଡିଶା ବ୍ୟବସାୟୀ ମହାସଂଘ ସୋମବାର ଏହାକୁ ପ୍ରତ୍ୟାହାର କରିଛି ।

tradersସଂଘ ଓ ସରକାରଙ୍କ ପ୍ରତିନିଧି ମାନଙ୍କ ମଧ୍ୟରେ ଆଲୋଚନାପରେ ସଂଘ ଏହି ଘୋଷଣା କରିଛି । ଉଭୟ ପକ୍ଷକୁ ନେଇ ଏକ ସାତ ଜଣିଆ କମିଟି ଗଠନ ହେବ ଓ ଏହି କମିଟି ବ୍ୟବସାୟୀ ସଂଘ କରୁଥିବା ଦାବି ଉପରେ ଅନୁଧ୍ୟାନ କରି ସରକାରଙ୍କୁ ଆଗାମୀ ତିନି ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ ।

ଏହି ରିପୋର୍ଟ ଆଧାରରେ ସରକାର ତାଙ୍କ ନିଷ୍ପତ୍ତି ନେବେ । ଉଭୟ ପକ୍ଷ ଏହା ଉପରେ ସମ୍ମତି ଦେବ ପରେ ସଂଘ ତାର ଧର୍ମଘଟ ପ୍ରତ୍ୟାହାର କରିଥିବା ସଂଘ ର ଜଣେ କର୍ମକର୍ତା କହିଛନ୍ତି।

ଦେଶର ୨୪ଟି ରାଜ୍ୟରେ ଡାଲି ଓ ଗହମ ଜାତୀୟ ସାମଗ୍ରୀ ଉପରେ ଭାଟ୍‍(ମୂଲ୍ୟ ଭିତ୍ତିକ ଟିକସ) ବ୍ୟବସ୍ଥା ନ ଥିବାବେଳେ ଓଡିଶାରେ ଏହା ଲାଗୁ କରାଯାଇଥିବାରୁ ବ୍ୟବସାୟୀ ସଂଘ ଏହାର ବିରୋଧ କରିଆସୁଛି ।

ଭାଟ୍‍ ପ୍ରତ୍ୟାହାର କରି ଅତିରିକ୍ତ ପ୍ରବେଶ କର ଲାଗୁ କରାଗଲେ ସରକାର ଅଧିକ ଟିକସ ପାଇପାରିବେ ବୋଲି ମହାସଂଘ ଦର୍ଶାଇଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: ଧର୍ମଘଟ, ସରକାର

ଖଣି ଅଂଚଳର ବିକାଶ ପାଇଁ ଫାଉଣ୍ଡେସନ ଗଠନ ଯୋଜନା

April 4, 2015 by ନିଉଜ ଡେସ୍କ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଏପ୍ରିଲ୪(ଓଡ଼ଶା ଡ଼ଟ୍ କମ୍)ଖଣି ଅଂଚଳର ବିକାଶ ପାଇଁ ରାଜ୍ୟ ସରକାର ଜିଲା ସ୍ତରୀୟ ଡିସଟ୍ରିକ୍ଟ ମିନେରାଲ୍ ଫାଉଣ୍ଡେସନ ସ୍ଥାପନ କରିବ। ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

mining areaଆସନ୍ତା ଦୁଇ ମାସ ମଧ୍ୟରେ ଏହି ଫାଇଣ୍ଡେସନ କାର୍ଯ୍ୟକ୍ଷମ ହେବ ବୋଲି ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସୁଚନା ଦେଇଛନ୍ତି । ଏହି ଫାଉଣ୍ଡେସନ୍ ପାଇଁ ବିଭାଗ ପକ୍ଷରୁ ଚିଠା ପ୍ରସ୍ତୁତ ହୋଇସାରିଥିବା ମନ୍ତ୍ରୀ କହିଛନ୍ତି ।

ଏହି ଫାଉଣ୍ଡେସନ ସ୍ଥାପନ ହେଲେ ସରକାର ପ୍ରାୟ ଦୁଇହଜାର କୋଟି ଟଙ୍କା ରାଜ୍ୟର ଖଣି ଅଂଚଳରେ ବାସ କରୁଥିବା ଗରିବ ଆଦିବାସୀ ମାନଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରିବାପାଇଁ ସୁଯୋଗ ପାଇବେ ।

ପାର୍ଲିଆମେଣ୍ଟରେ ଖଣି ଓ ଖଣିଜ ସମ୍ପଦ ବିକାଶ ନିୟନ୍ତ୍ରଣ ସଂଶୋଧନ ଅଧିନିୟମ ସଂକ୍ରାନ୍ତ ବିଲ ଆଗତ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖଣି ଅଂଚଳର ଲୋକମାନଙ୍କ ବିକାଶ ପାଇଁ ଅତିରିକ୍ତ ପାଣ୍ଠି ନିମନ୍ତେ ଳଗାତାର ଭାବେ ଦାବି କରିଥିଲେ । ରୟାଲିଟି ସଂପର୍କିତ ଲେଭି ଅର୍ଥରୁ ଖଣି ଅଂଚଳରେ ବାସ କରୁଥିବା ଗରିବ ଆଦିବାସୀ ମାନଙ୍କ କଲ୍ୟାଣ ପାଇଁ ଖର୍ଚ କରିବାକୁ କେନ୍ଦ୍ର ସରକାର ରାଜ୍ୟକୁ ପ୍ରସ୍ତାବ ଦେଇଥିଲେ ।

ଓଡ଼ଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: ଖଣି, ଖଣିଜ ସମ୍ପଦ, ପାର୍ଲିଆମେଣ୍ଟ, ସରକାର

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Interim pages omitted …
  • Go to page 8
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ