ଓଡିଶା ଡଟ କମ ସଂବାଦ ଦାତା
ଭୁବନେଶ୍ଵର, ମଇ ୧୫ (ଓଡିଶା ଡଟ କମ) ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ସହ ରାଜ୍ୟରେ ସମାନ୍ତରାଳ ଭାବେ ଭଡା ବୃଦ୍ଧି ବ୍ୟବସ୍ଥା ନ ହେଲେ ଆସନ୍ତା ମାସ ପାଞ୍ଚ ତାରିଖରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ ଚଳାଚଳ ବନ୍ଦ ରଖିବାକୁ ଘରୋଇ ବସ ମାଲିକ ସଂଘ ଶୁକ୍ରବାର ଧମକ ଦେଇଛି ।
ତୈଳ କମ୍ପାନୀ ମାନେ ଶୁକ୍ରବାର ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ତିନି ଟଙ୍କା ତେର ପଇସା ଓ ଦୁଇ ଟଙ୍କା ଏକସ୍ତରି ପଇସା ବଢାଇଛନ୍ତି । ଏହି ଦର ମଧ୍ୟରାତ୍ରିରୁ ଲାଗୁ ହେବ ।
ତୈଳ କମ୍ପାନୀମାନେ ଚଳିତ ମାସରେ ଡିଜେଲ ଓ ପେଟ୍ରୋଲର ଏହାକୁ ମିଶାଇ ଦ୍ଵିତୀୟ ଥର ପାଇଁ ଦର ବୃଦ୍ଧି କରିଛନ୍ତି । ତେବେ ରାଜ୍ୟରେ ବସ ଭଡା ଅପରିବର୍ତ୍ତିତ ରହିଥିବା ବସ ମାଲିକ ସଂଘ କହିଛି ।
ବିଭିନ୍ନ ସମୟରେ ଡିଜେଲ ଓ ପେଟ୍ରୋଲ ଦରରେ ପରିବର୍ତ୍ତନ ହେଉଥିବାରୁ ସେହି ହାରରେ ବସ ଭଡା ମଧ୍ୟ ବୃଦ୍ଧିକରିବା ପାଇଁ ଏକ ବ୍ୟବସ୍ଥା ଲାଗୁ କରିବା ପାଇଁ ସେମାନେ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛନ୍ତି ।
ଯଦି ତାଙ୍କର ଦାବି ପୂରଣ ନ ହୁଏ ତେବେ ସେମାନେ ରାଜ୍ୟବ୍ୟାପୀ ବସ ଧର୍ମ ଘଟ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।
ଓଡିଶା ଡଟ କମ

ଏହା କମ୍ପାନୀର ୧୨୮୮.୬୨ କୋଟି ଟଙ୍କା ମୂଲ୍ୟର ପେଡ୍-ଅପ୍ ଇକ୍ୱିଟୀ କ୍ୟାପିଟାଲ୍ର ୨୫ ପ୍ରତିଶତ ଅଟେ । ସୋମବାର ନୂଆଦିଲ୍ଲୀଠାରେ ୨୬୦.୭୨ କୋଟି ଟଙ୍କା (ଡିଭିଡେଣ୍ଡର ୮୦.୯୩ ପ୍ରତିଶତ ଭାଗ) ମୂଲ୍ୟର ଏହି ଡିଭିଡେଣ୍ଡ୍, ଚେକ୍ ମାଧ୍ୟମରେ କେନ୍ଦ୍ର ଇସ୍ପାତ ଓ ଖଣି ରାଷ୍ଟ୍ର ରାଜ୍ୟ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ନାଲ୍କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଂଶୁମାନ ଦାସ ପ୍ରଦାନ କରିଥିଲେ ।
