• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସରକାର

କେନ୍ଦ୍ର , ରାଜ୍ୟ ବଜେଟ୍ ନିର୍ବାଚନୀମୂଳକ: ଆଲୋଚନାଚକ୍ର

March 7, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ ୬ (ଓଡ଼ିଶା ଡ଼ଟ୍ କମ୍) ସ୍ଥାନୀୟ ଭାରତୀୟ ବିଦ୍ୟାଭବନ ପରିସରରେ ସ୍ୱଦେଶୀ ଜାଗରଣ ମଞ୍ଚ ତରଫରୁ ‘ପରିଚର୍ଚ୍ଚା : ବଜେଟ୍ ୨୦୧୩-୧୪’ ଶୀର୍ଷକ ଏକ ଆଲୋଚନାଚକ୍ର ପ୍ରାନ୍ତ ବି·ର ପ୍ରମୁଖ ଶିକ୍ଷାବିତ୍ ଡକ୍ଟର ଧିରେନ୍ଦ୍ର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ମଞ୍ଚର ରାଷ୍ଟ୍ର୍ରୀୟ ସଂଯୋଜକ ଅର୍ଥନୀତିଜ୍ଞ ଅରୁଣ ଓଝା ବେଦପାଠ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଆନୁଷ୍ଠାନିକ ଉଦ୍ଘାଟନ କରିବା ପରେ ଅଧ୍ୟକ୍ଷ ଡଃ ନନ୍ଦ ଅତିଥି ପରିଚୟ ପ୍ରଦାନ କରିବା ସହ ବକ୍ତାମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ।

ପ୍ରାରମ୍ଭରେ ମଞ୍ଚର ଅଖିଳ ଭାରତୀୟ ସଂଘର୍ଷ ବାହିନୀ ସହପ୍ରମୁଖ ଅନ୍ନଦା ଶଙ୍କର ପାଣିଗ୍ରାହୀ କାର୍ଯ୍ୟକ୍ରମର ପ୍ରସ୍ତାବନା ରଖି କହିଲେ ଏ ବର୍ଷର ବଜେଟରେ ସରକାର କୃଷି, କୃଷକ, ମହିଳା, ଗରିବ, ଯୁବକ ଭଳି କେବଳ କେତେଗୁଡିଏ ଶବ୍ଦ ଗୁଡିକୁ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ବାରମ୍ବାର ପ୍ରୟୋଗ କରିଛନ୍ତି ।

ମଞ୍ଚ ଦୀର୍ଘ ବର୍ଷ ଧରି ଦାବି କରିଆସୁଥିବା ସ୍ୱତନ୍ତ୍ର କୃଷି ବଜେଟ୍ କୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଥିବାରୁ ସରକାରଙ୍କୁ ସେ ସାଧୁବାଦ ଜଣାଇଥିଲେ । ଓଡିଶା କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ ଡିନ୍ କୃଷି ଅର୍ଥନୀତିଜ୍ଞ ଡଃ.ଦିବାକର ନାୟକ କହିଲେ, ସରକାରଙ୍କ କୃଷି ବଜେଟରେ ସେଭଳି କିଛି ସ୍ୱତନ୍ତ୍ର ନୂତନତା ନାହିଁ ।

ଭାରତ ବର୍ଷ ଏକ କୃଷି ପ୍ରଧାନ ଦେଶ ହୋଇଥିବାରୁ କୃଷିକ୍ଷେତ୍ର ଏବଂ କୃଷକ ମାନଙ୍କର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ମଧ୍ୟ ତାଙ୍କ ବଜେଟ୍ ରେ କୃଷି କ୍ଷେତ୍ରକୁ ସ୍ୱତନ୍ତ୍ର ସ୍ଥାନ ଦେବା ଉଚିତ୍ ବୋଲି ସେ ମତ ଦେଇଥିଲେ ।

ଓଡିଶାର ପୂର୍ବତନ ଅର୍ଥମନ୍ତ୍ରୀ ବିଶିଷ୍ଟ ଅର୍ଥନୀତିଜ୍ଞ ପଞ୍ଚାନନ କାନୁନଗୋ ତାଙ୍କ ବକ୍ତବ୍ୟରେ କହିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବଜେଟ୍ ହେଉଛି କାଳ୍ପନିକ ଏବଂ ରାଜନୈତିକ ଅଭିସନ୍ଧି ମୂଳକ ।

ନିର୍ବାଚନୀ ବର୍ଷରେ କୌଣସି ସରକାରଙ୍କ ବଜେଟ୍ ଅର୍ଥନୀତିଜ୍ଞ ବା ରାଷ୍ଟ୍ରନାୟକମାନେ କରନ୍ତି ନାହିଁ । ଏହି ବଜେଟରେ ଗଣିତ, ବ୍ୟାକରଣ ଏବଂ କୌଣସି ଦର୍ଶନ ମଧ୍ୟ କାମ କରେନି ବୋଲି ସେ ବହୁ ଉଦାହରଣ ମାଧ୍ୟମରେ ବୁଝାଇ ଥିଲେ ।

ରାଜ୍ୟ ସରକାରଙ୍କର ‘ସ୍ୱତନ୍ତ୍ର କୃଷି ବଜେଟ୍’ ପୂର୍ବଭଳି ସେହି ୯% ରେ ସୀମିତ ଥିଲେ ମଧ୍ୟ ଏହାକୁ ନାମକୁ ମାତ୍ର ‘ସ୍ୱତନ୍ତ୍ର କୃଷି ବଜେଟ୍’ ଭାବରେ ଘୋଷଣା କରିଛନ୍ତି । ମାତ୍ର ୯%ର ବଜେଟ୍ ପାଇଁ ଅର୍ଥମନ୍ତ୍ରୀ ତାଙ୍କ ଭାଷଣର ମୋଟ ସମୟର ୬୪% ସମୟ ନେବା ଏକ ହାସ୍ୟାଷ୍ପଦ କଥା ।

ସେ ପୁଣି କହିଲେ ଦେଶର ୫୭% ଲୋକଙ୍କର ଦିନକୁ ୧୯ଟଙ୍କା ଖର୍ଚ୍ଚ କରିବାର ଦକ୍ଷତା ନଥିବା ବେଳେ ସରକାର ସେମାନଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପରିବର୍ତ୍ତେ ଏକ ଟଙ୍କିଆ ଚାଉଳ ନାମରେ କେଜି ପ୍ରତି ୩୪ଟଙ୍କା ସବ୍ସିଡ଼ି ଦେବା ଅତ୍ୟନ୍ତ ଦୁଃଖର ବିଷୟ ।

ଏହାଦ୍ୱାରା ଦେଶ ତଥା ରାଜ୍ୟର ଅର୍ଥନୀତି ଭୁଷୁଡ଼ି ପଡ଼ିବ । ମୁଖ୍ୟବକ୍ତା ଭାବରେ ମଞ୍ଚର ରାଷ୍ଟ୍ରୀୟ ସଂଯୋଜକ ଶ୍ରୀଯୁକ୍ତ ଓଝା କେନ୍ଦ୍ର ବଜେଟ୍ କୁ ସମାଲୋଚନା କରି କହିଲେ ସରକାର ଆସନ୍ତା ନିର୍ବାଚନକୁ ଆଖି ଆଗରେ ରଖି ଆମ୍ ଆଦମୀ ବୁଝି ନପାରିବା ଭଳି ଏକ ଅପୂର୍ଣ୍ଣାଙ୍ଗ ବଜେଟ୍ ମାଧ୍ୟମରେ କେବଳ ଏକ ହିସାବ ଦେଇଛନ୍ତି ।

ବିକାଶର ମାନଦଣ୍ଡ କେବଳ ଉପଭୋକ୍ତାବାଦରେ ସୀମିତ ରହିଯାଇଛି । ଦେଶର ୪୦% ପିଲା କୁପୋଷଣର ଶୀକାର ହେଉଥିବାବେଳେ ସେଥିପାଇଁ ସରକାର ଆଖିବୁଜି ଦେଇଛନ୍ତି । ୧୯୯୧ରେ ଦେଶର ଅବସ୍ଥା ଯାହା ଥିଲା ଏବେ ୨୦୧୩ରେ ମଧ୍ୟ ଦେଶରେ ସେଭଳି ଅବସ୍ଥା ଲାଗିରହିଛି ।

ଏହି ବଜେଟ୍ ସଂପୂର୍ଣ୍ଣ ମନଗଢ଼ା ଏବଂ କାଳ୍ପନିକ ହୋଇଥିବାରୁ ସରକାର ଦରଦାମ ବୃଦ୍ଧି ରୋକିବାରେ ବିଫଳ ହେବେ ଏବଂ ଏହାଦ୍ୱାରା ଟଙ୍କାର ଅବମୂଲ୍ୟାୟନ ହେବା ସହିତ ବେରୋଜଗାରୀ ମଧ୍ୟ ବଢ଼ିବ ।

ସାମ୍ପ୍ରଦାୟିକତା ନାମରେ ସଂଖ୍ୟାଲଘୁ ସମ୍ପ୍ରଦାୟମାନଙ୍କ ପାଇଁ ପୂର୍ବ ବଜେଟ୍ ତୁଳନାରେ ୬୦% ବ୍ୟୟ ବୃଦ୍ଧି କରିବା ଦର୍ଶାଉଛି ଯେ ଏହି ବଜେଟ୍ ଭୋଟ୍ବ୍ୟାଙ୍କ ରାଜନୀତି ପାଇଁ କରାଯାଇଛି ।

ରେଳ ବଜେଟ୍ ସମ୍ବନ୍ଧରେ ସେ କହିଲେ ସରକାର ‘କ୍ୟାନ୍ସର ଟ୍ରେନ୍’ ନାମରେ ଟ୍ରେନ୍ ପ୍ରଚଳନ କରିବା ଅତ୍ୟନ୍ତ ନିନ୍ଦନୀୟ କଥା ।

ଶ୍ରୀ ଓଝା ଉଦ୍ଦବେଗ ପ୍ରକାଶ କରି କହିଲେ ଦେଶରେ କୃଷି ଓ କୃଷକର ସମସ୍ୟାକୁ ଦୂର କରାଯିବାର ରାସ୍ତା ବାହାର ନକରି ବିଦେଶୀ ପୁଞ୍ଜିକୁ ଗୁରୁତ୍ୱ ଦେଇ ପ୍ରୋତ୍ସାହନ ଦେବା ଏବଂ ଜିଏମ୍ ଫୁଡ଼୍କୁ ପ୍ରୋତ୍ସାହନ ଦେଇ ବିଦେଶୀ ବିହନ କମ୍ପାନୀମାନଙ୍କୁ ଆମନ୍ତ୍ରଣ କରିବାଦ୍ୱାରା ଦେଶର ଖାଦ୍ୟ ସୁରକ୍ଷା ଉପରେ ବିପଦ ଦେଖାଦେଇଛି ।

ଏହି ଆଲୋଚନା ଚକ୍ରରେ ସ୍ତମ୍ଭ ଲେଖକ ନଟବର ଖୁଣ୍ଟିଆ, ଅର୍ଥନୀତିଜ୍ଞ ସୁବାସ ଦାଶ, ଚାଟାର୍ଡ଼ ଆକାଉଣ୍ଟାଣ୍ଟ୍ ଅଖିଳ ପାଢ଼ୀ, ଭାରତୀୟ ମଜଦୁର୍ ସଂଘର ମୁକ୍ତିକାନ୍ତ ଶତପଥୀ, ସ୍ୱଦେଶୀ ଜାଗରଣ ମଞ୍ଚର ପ୍ରାନ୍ତ କୃଷକ ପଞ୍ଚାୟତ ପ୍ରମୁଖ ବିରଞ୍ଚି ନାରାୟଣ ପଣ୍ଡା ଓ ନୀଳାଦ୍ରୀ ନାଥ ଜଗଦେବ ପ୍ରମୁଖ ଭାଗନେଇ କହିଲେ କେନ୍ଦ୍ର ଓ ରାଜ୍ୟ ସରକାର ବଜେଟ୍ ମାଧ୍ୟମରେ ସାଧାରଣ ଲୋକଙ୍କୁ ଭେଳିକି ଦେଖାଉଛନ୍ତି ।

ଏହାଦ୍ୱାରା ଦେଶର ଆର୍ଥିକ ବିକାଶ ହୋଇପାରିବ ନାହିଁ କାରଣ ଏହି ବଜେଟ୍ ଫିସିକାଲ ଡ଼େଫିସିଟ୍, କରେଣ୍ଟ ଡ଼େଫିସିଟ୍, ବେକାରୀ, ମୁଦ୍ରାଷ୍ପିତି ଆଦି ଅନ୍ୟାନ୍ୟ ଚ୍ୟାଲେଞ୍ଜକୁ ମୁକାବିଲା କରିପାରିବ ନାହିଁ ।

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମୂଲ୍ୟବୋଧ ଭିତ୍ତିକ ଶିକ୍ଷାର ପ୍ରସାର ପାଇଁ ବଜେଟ୍ ରେ ସେପରି କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନଥିବାର ସୂଚନା ଦେଇ ଅଧ୍ୟକ୍ଷ ଡ଼କ୍ଟର ନନ୍ଦ କହିଲେ ଏହାଦ୍ୱାରା ଦେଶରେ ଅରାଜକତା, ଦୁର୍ନୀତି ଓ ଭ୍ରଷ୍ଟାଚାର ବଢ଼ି ବଢ଼ି ଚାଲିବ ।

ପରିଶେଷରେ ମଞ୍ଚର ପ୍ରାନ୍ତ ସଂପର୍କ ପ୍ରମୁଖ ନିର୍ମଳ ଚନ୍ଦ୍ର ଷଡ଼ଙ୍ଗୀ ଧନ୍ୟବାଦ ଦେବାପରେ ମୁକ୍ତିକାନ୍ତ ଶତପଥୀ ବନ୍ଦେ ମାତରମ୍ ଗାନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଅରାଜକତା, ଅର୍ଥନୀତିଜ୍ଞ, କୁପୋଷଣ, କୃଷି ବିଶ୍ୱବିଦ୍ୟାଳୟ, କ୍ୟାନ୍ସର ଟ୍ରେନ୍, ଦୁର୍ନୀତି ଓ ଭ୍ରଷ୍ଟାଚାର, ବଜେଟ୍, ସରକାର

ଲିଜ୍ ଜମି ୩ ବର୍ଷ ପଡିରହିଲେ ଫେରାଇ ଆଣିବେ ସରକାର

February 1, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃଆରୀ ୧(ଓଡିଶା ଡଟ୍ କମ୍)-ଯେଉଁମାନଙ୍କୁ ସରକାରୀ ଜମି ଲିଜରେ ଦିଆଯାଇଛି ସେମାନେ ସେହି ଜମିକୁ ବ୍ୟବହାର ନକିର ପଡିଆ ରଖିଲେ ୩ ବର୍ଷ ପରେ ସରକାର ଜମି ଫେରସ୍ତ ନେବେ । ଏଥିପାଇଁ ସରକାରୀ ଜମି ବନ୍ଦୋବସ୍ତ ଆଇନ ୧୯୬୨ର ଧାରା-୩(ବି)ରେ ସଂଶୋଧନ କରାଯିବ ।

ଭୂମିହୀନ ଓ ବାସହୀନ ଲୋକଙ୍କୁ ଜମି ଦିଆଯାଇଥିଲେ ସେମାନଙ୍କ କ୍ଷେତ୍ରରେ ଏହି ଆଇନ ଲାଗୁହେବନାହିଁ ବୋଲି ଆଜି କ୍ୟାବିନେଟରେ ନିଷ୍ପତି ନିଆଯାଇଛି ବୋଲି ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି ।

ଶୁକ୍ରବାରବାର ଦିନ ରାଜ୍ୟ କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବାର ସୂଚନା ମିଳିଛି ।

ଗ୍ରୁପ-ସି,ଡି ପଦରେ ଠିକା ନିଯୁକ୍ତି ନିଷିଦ୍ଧ, ୬ ବର୍ଷ କାମ କରିଥିଲେ ଠିକା କର୍ମଚାରୀ ନିୟମିତ ହେବେ । ସର୍ଭିସପ୍ରୋଭାଇଡର ଦେଇଥିବା କର୍ମଚାରୀକୁ ପରୀକ୍ଷା ଦେବାକୁ ପଡିବ ।

ରେଂଜର ନିଯୁକ୍ତିରେ ଫରେଷ୍ଟ୍ରି ପିଲାଙ୍କ ସଂରକ୍ଷଣ,ଜନ୍ମ-ମୃତ୍ୟୁ ପ୍ରମାଣ ପତ୍ରରେ ମାଆଙ୍କ ନାମ ବାଧ୍ୟତାମୂଳକ ।

ଟ୍ରାଫିକ ପୋଲିସଙ୍କ ଲାଗି ସ୍ୱତନ୍ତ୍ର ଚାକିରି ନିୟମାବଳୀ,ସରକାରୀ ଜମି ବନ୍ଦୋବସ୍ତ ଆଇନ ୧୯୬୨ରେ ସଂଶୋଧନ, ଏମ୍ସକୁ ୦.୬୪୨ ଡିସିମିଲ ଜମି ପ୍ରଦାନ ଆଦି ବିଷୟରେ କ୍ୟାବିନେଟ ବୈଠକରେ ଆଲୋଚନା ହୋଇଯାଇଛି ।

ଓଡିଶା ଡଟ୍କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କ୍ୟାବିନେଟ, ଜନ୍ମ-ମୃତ୍ୟୁ ପ୍ରମାଣ ପତ୍ର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ଲିଜ୍ ଜମି, ସରକାର

କେନ୍ଦ୍ରୀୟ ବିକ୍ରି କର କ୍ଷତି କେନ୍ଦ୍ର ଭରିବ

January 29, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୯(ଓଡିଶା ଡଟ୍ କମ୍)-କେନ୍ଦ୍ର ସରକାରଙ୍କକ ପକ୍ଷରୁ ସାମଗ୍ରୀ ଓ ସେବା ଟିକସ ଲାଗୁ ପୂର୍ବରୁ ପର୍ଯ୍ୟାୟକ୍ରମେ ଉଚ୍ଛେଦ ଲାଗି ନିଆଯାଇଥିବା ପଦକ୍ଷେପ ଦଦ୍ୱାରାରାଜ୍ୟ ଗୁଡିକ ବିପୁଳ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି ।

ଏହି କ୍ଷତି ଭରଣା ପାଇଁ ପ୍ରତିଶ୍ରୁତି ଦେଇ କେନ୍ଦ୍ର ସରକାର ପରବର୍ତୀ ସମୟରେ ପଛଘୁଞ୍ଚା ଦେବାରୁ ରାଜ୍ୟ ଗୁଡିକମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଫଳରେ ଏବେ କେନ୍ଦ୍ର ସରକାର ଗତ ୩ ବର୍ଷ ହେଲା ବନ୍ଦ ରଖିଥିବା ଏ ସମ୍ପର୍କିତ କ୍ଷତି ଭରଣାକୁ ପ୍ରଦାନ କରିବା ପାଇଁ ସହମତି ପ୍ରଦାନ କରିଛନ୍ତି ।

ଏ ବାବଦରେ ପ୍ରାୟ ରାଜ୍ୟ ଗୁଡିକ ପକ୍ଷରୁ ୩୪ କୋଟି ଟଙ୍କା କ୍ଷତି ସହିଥିବା ବିଷୟ ଦର୍ଶାଯାଇଛି ବୋଲି ଦେଶର ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କୁ ନେଇ ଗଠିତ କ୍ଷମତା ସମ୍ପନ୍ନ କମିଟିର ଅଧ୍ୟକ୍ଷ ସୁଶିଲ ମୋଦି କହିଛନ୍ତି ।

କେନ୍ଦ୍ର ସରକାର ଜିଏସ୍ଟି ଲାଗୁ କରିବା ପାଇଁ ଏବଂ ଏ ସଂପର୍କିତ କ୍ଷତି ଭରଣା ଉପରେ ଅନୁଧ୍ୟାନ ଲାଗି ଏହି କ୍ଷମତା ସଂପନ୍ନ କମିଟି ଗଠନ କରିଛନ୍ତି । ଏଥିରେ ବିହାର ଅର୍ଥମନ୍ତ୍ରୀ ସୁଶିଲ ମୋଦି ଅଧ୍ୟକ୍ଷ ଅଛନ୍ତି ।

ସୋମବାର ଠାରୁ ଭୁବନେଶ୍ୱରରେ ଦୁଇ ଦିନିଆ ଅର୍ଥମନ୍ତ୍ରୀ ସମ୍ମିଳନୀ ଆରମ୍ଭ ହୋଇଛି । ପ୍ରଥମ ଦିନ ବୈଠକପରେ ସୁଶିଲ ଗଣମାଧ୍ୟମକୁ କହିଥିଲେ ଯେ ୨୦୦୦ ମସିହାରେ ସବୁ ରାଜ୍ୟରୁ ବିକ୍ରି ଟିକସ ଉଚ୍ଛେଦ କରାଯାଇ ଭାଟ୍ ବ୍ୟବସ୍ଥା ଲାଗୁ କରାଯାଇଛି ।

ଏହାପରେ ୨୦୦୮ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଏସ୍ଟି ଲାଗୁ କରିବା ପାଇଁ ପଦକ୍ଷେପ ନିଆଯାଇଛି । ପୃଥିବୀର ୧୫୦ଟି ଦେଶରେ ଏହା ଲାଗୁ ହୋଇଛି । ଏଥିପାଇଁ କାର୍ଯ୍ୟକ୍ରମ ଖସଡା ପ୍ରସ୍ତୁତ କରିବା ଓ କାର୍ଯକାରୀ କରିବା ଦିଗରେ ୧୩ଟି ରାଜ୍ୟର ଅର୍ଥମନ୍ତ୍ରୀ ଓ ଅଫିସରକୁ ନେଇ କମିଟି ଗଠନ କରାଯାଇଛି ।

ଏହି ବୈଠକରେ ୧୩ ଜଣ ଅର୍ଥମନ୍ତ୍ରୀଙ୍କ ସହ ସବୁ ରାଜ୍ୟର ଅର୍ଥସଚିବ,ବାଣିଜ୍ୟକର କମିସନର,କେନ୍ଦ୍ର ସରକାରଙ୍କ ଅର୍ଥ ବିଭାଗ ଅଧିକାରୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଅର୍ଥମନ୍ତ୍ରୀ, ଅର୍ଥସଚିବ, କେନ୍ଦ୍ର ସରକାର, ଗଣମାଧ୍ୟମ, ବାଣିଜ୍ୟକର, ସରକାର

ବଜରଙ୍ଗ ଦଳର କଟକ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ

January 24, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ, ଜାନୁଆରୀ ୨୪(ଓଡିଶା ଡଟ୍ କମ୍)- ବଜରଙ୍ଗ ଦଳ ପକ୍ଷରୁ ମହିଳା ପାକିସ୍ଥାନ କ୍ରିକେଟ ଟିମ ଗସ୍ତକୁ ବିରୋଧ କରି ଗୁରୁବାର ୧୨ଘଣ୍ଟିଆ କଟକ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବନ୍ଦପାଳନରେ ହିନ୍ଦୁ ଜାଗରଣ ସାମ୍ମୁଖ୍ୟ, ବଜରଙ୍ଗଦଳ, ରାଷ୍ଟ୍ର ସୁରକ୍ଷା ମଞ୍ଚ, ଉତ୍କଳ ଭାରତ ଆଦି ସଂଗଠନ ସାମିଲ ହୋଇ ଟାୟାର ଜାଳି ବିକ୍ଷୋଭ କରିଥିଲେ । ଏହି ବନ୍ଦ ପାଳନ ବେଳେ ଦୋକାନ ବଜାର ବନ୍ଦ ରହିବା ସହିତ,ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବା ସହିତ ଜନଜୀବନ ଉପରେ ବ୍ୟାପକ ପ୍ରଭାବ ପଡିଥିଲା । ପିକେଟିଂକରି ବଜରଙ୍ଗ ଦଳର ଶହଶହ କର୍ମୀ ଗିରଫ ହୋଇଥିଲେ ।

ବଜରଙ୍କ ଦଳ ତରୁଫରୁ କୁହାଯାଇଛି ପାକିସ୍ତାନ କ୍ରିକେଟ ଟିମକୁ ଭାରତ ମାଟିରେ ଖେଳାଇ ନ ଦେବା ପାଇଁ କଟକ ବାସୀ ସରକାରକୁ ଜଣାଇ ଦେଇଛନ୍ତି । ସକାଳ ସାତଟାରୁ ସନ୍ଧ୍ୟା ୭ଟା ଯାଏ ବନ୍ଦ କଟକ ସହରକୁ ବନ୍ଦକରି ଏହା ପ୍ରମାଣିତ କରିଦେଇଛନ୍ତି ।

ନିକଟରେ ଭାରତୀୟ ଜବାନଙ୍କ ମୁଣ୍ଡକାଟି ନେବା ପରେ ଏହାର ପ୍ରତିବାଦରେ ପାକିସ୍ତାନ ଖେଳାଳିଙ୍କୁ ଭାରତରେ ପ୍ରବେଶ ପାଇଁ ଦଳ ବିରୋଧ କରୁଛି । ରାଜ୍ୟ ସରକାର ସେମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଯୋଗାଇଦେବା ସହିତ କଟକ ବାରବାଟୀ ଷ୍ଟାଡିୟମରେ ଖେଳିବାକୁ ଅନୁମତି ଦେଇଛନ୍ତି । ଏହି ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି କଟକ ବାସୀ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଟକ, ବଜରଙ୍ଗ ଦଳ, ବାରବାଟୀ ଷ୍ଟାଡିୟମ, ସରକାର

ଓଇଆରସି ରେଗୁଲେସନ ପ୍ରସ୍ତୁତ କର- ହାଇକୋର୍ଟ

January 15, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ, ଜାନୁଆରୀ ୧୫(ଓଡିଶା ଡଟ୍ କମ୍)-ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ନିୟାମକ (ରେଗୁଲେସନ) ପ୍ରସ୍ତୁତ କରିବାକୁ ସୋମବାର ଦିନ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ।

ତତ୍କାଳୀନ ମୁଖ୍ୟ ବିଚାରପତି ଭି.ଗୋପାଳଗୌଡ଼ ଓ ବିଚାରପତି ବିଶ୍ୱନାଥ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀ ଧୋବେଇ ସାହୁଙ୍କ ପକ୍ଷରୁ ଆଗତ ମାମଲାର ବିଚାର କରି ଉପରୋକ୍ତ ଆଦେଶ ଦେଇଛନ୍ତି ।

ସେହିପରି ୨୦୦୩ରେ ଲାଗୁ ହୋଇଥିବା ନୂତନ ବିଦ୍ୟୁତ ଆଇନର ନିୟମ (ରୁଲ) ପ୍ରଣୟନ କରିବାକୁ ମଧ୍ୟ ଖଣ୍ଡପୀଠ ଆଦେଶ ଦେଇଛନ୍ତି । ଯଦି ଆୟୋଗ ତାହା ନକରିବ ତେବେ ଆଇନ କାର୍ଯ୍ୟକାରି ସମୟରେ ଆବେଦନକାରୀଙ୍କ ମତାମତ ଲୋଡିବ ବୋଲି ଖଣ୍ଡପୀଠ ଆଦେଶନାମାରେ ସ୍ପଷ୍ଟ କରିଛନ୍ତି ।

ଆବେଦନକାରୀଙ୍କ ପକ୍ଷରୁ ଆଡଭୋକେଟ କେଦାରନାଥ ଜେନା ଓ ଦିଲ୍ଲୀପ କୁମାର ମହାପାତ୍ର ମୋକଦ୍ଧମା ପରିଚାଳନା କରୁଥିଲେ ।ଏହି ମାମଲାରେ ଆବେଦନକାରୀ ରାଜ୍ୟ ଶକ୍ତି ବିଭାଗକୁ ପକ୍ଷଭୁକ୍ତ କରିବା ସହ ଓଇଆରସି, ବଟକୃଷ୍ଣ ଲେଙ୍କା ଓ ସେସୁକୁ ପକ୍ଷଭୁକ୍ତ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଓଇଆରସି ରେଗୁଲେସନ, ସରକାର, ହାଇକୋର୍ଟ

ଶିଶୁ ଶ୍ରମିକଙ୍କ ମୁକ୍ତି ଓ ଥଇଥାନ ସଂପର୍କରେ ରିପୋର୍ଟ ତଲବ

January 9, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୯(ଓଡିଶା ଡଟ୍ କମ୍)-ରାଜ୍ୟର ୩୦ଟି ଜିଲ୍ଲାର ବିଭିନ୍ନ ଇଟାଭାଟିରେ କାମ କରୁଥିବା ଦାଦନ ଶ୍ରମିକ ବିଶେଷ କରି ଶିଶୁଶ୍ରମିକମାନଙ୍କ ମୁକ୍ତି ଓ ଥଇଥାନ ଲାଗି କ’ଣ ସବୁ ପଦକ୍ଷେପ ନିଆଯାଇଛି ସେ ସଂପର୍କରେ ସବିଶେଷ ରିପୋର୍ଟ ଦେବାକୁ ଜାତୀୟ ମାନବାଧିକାର କମିସନ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।

ଗଂଜାମ ଜିଲ୍ଲା କେ.ନୂଆଗାଁର ଏକ ଇଟାଭାଟିରେ କାମ କରୁଥିବା ଦୁଇ ଦାଦନ ଶିଶୁ ଶ୍ରମିକଙ୍କ ନିଅାଁରେ ପୋଡି ମୃତ୍ୟୁ ଘଟଣାର ଶୁଣାଣୀ କରି ମାନ୍ୟବର କମିସନ ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି ।

ମାନବାଧିକାର ସଂଗଠନ ‘ଇଣ୍ଡିଆ ମିଡିଆ ସେଂଟର’ର ମ୍ୟାନେଜିଂ ଟ୍ରଷ୍ଟି ତଥା ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କ ପକ୍ଷରୁ କମିସନଙ୍କ ନିକଟରେ ହୋଇଥିବା ପିଟିସନରେ ଅଭିଯୋଗ କରାଯାଇଥିଲା ଯେ ଗତବର୍ଷ ଜାନୁୟାରୀ ୨୦ ତାରିଖରେ କେ.ନୂଆ ଗାଁ ସ୍ଥିତ ଦୁର୍ଗା ବ୍ରିକ୍ ଇଣ୍ଡଷ୍ଟ୍ରିଜ୍ରେ ନିଆଁ ଲାଗି ଦଦୁଇ ଜଣ ଶିଶୁ ଶ୍ରମିକ ଭଗବାନ ବରିହାଙ୍କ ବଡଝିଅ ଦୀପା ବରିହା(୧୦) ଓ ବଡ ପୁଅ ଅମିତ ବରିହା(୮)ଙ୍କ ମୃତ୍ୟୁ ହୋଇଥିଲା ।

ଭଗବାନ ସ୍ତ୍ରୀ ପିଲାଛୁଆଙ୍କ ସହ ଏହି ଇଟାଭାଟିରେ କାମ କରୁଥିଲେ । ଏହି ଘଟଣାରେ ଭଗବାନଙ୍କ ଆଉ ଦୁଇଟି ଛୋଟ ଛୁଆ ମଧ୍ୟ ଆହତ ହୋଇଥିଲା । ଏଭଳି ଏକ ଘଟଣାକୁ ବର୍ଷେ ବିତିବାକୁ ବସିଥିଲେ ବି ସ୍ଥାନୀୟ ପ୍ରଶାସନ କିମ୍ବା ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ କଲେ ନାହିଁ ।

ଏଇ ଇଟାଭାଟିରେ ବେନିୟମ ଭାବେ ଚାଲିଥିଲେ ମଧ୍ୟ ତାହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ଅଭିଯୋଗକାରୀ ଦର୍ଶାଇଥିଲେ ଏମିତି ଘଟଣା ରାଜ୍ୟର ୩୦ଟି ଜିଲ୍ଲାରେ ଘଟୁଛି । ସପରିବାର ସହ ଲୋକେ ଏଠାରେ ଦାଦନ ଭାବେ କାମ କରୁଛନ୍ତି । ସେମାନଙ୍କ ପିଲାମାନେ ପାଠପଢାରୁ ବଞ୍ଚିତ ହେବା ସହ ସେଠାରେ ଶିଶୁ ଶ୍ରମିକ ଭାବେ କାମ କରନ୍ତି । ଇଟାଭାଟି ମାଲିକମାନେ ଏହି ଦାଦନ ଶ୍ରମିକଙ୍କୁ ପାଇବା ପାଇଁ ଅନେକ ଦଲାଲ ନିଯୁକ୍ତ କରିଛନ୍ତି ।

ଶ୍ରମିକମାନଙ୍କୁ କେତୋଟି ଇଟା ଗଢିବାକୁ ହେବ, ତାହାର ଟାର୍ଗେଟ୍ ଦିଆଯାଇଥାଏ । ତାହା ନକରି ପାରିଲେ ପାରିଶ୍ରମିକ ମଧ୍ୟ କାଟ୍ ହୁଏ । କିନ୍ତୁ ଏମାନଙ୍କୁ ସେଠାରୁ ମୁକ୍ତକରି ଥଇଥାନ କରିବା ଲାଗି ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ଗୋତି ଶ୍ରମିକ ପ୍ରଥା ଉଠିଯାଇଥିଲେ ସୁଦ୍ଧା ଏବେ ବି ଇଟାଭାଟିରେ ପୀଢି ପରେ ପୀଢି ଗୋଟିଏ ପରିବାର ଗୋତି ଖଟି ଆସୁଛି ।

କମିସନ୍ ଏହି ମାମଲାର ଶୁଣାଣୀ କରି ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବ ଓ ଗୃହ ବିଭାଗ ପ୍ରମୁଖ ସଚିବଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ରିପୋର୍ଟ ଦାଖଲ ନ କଲେ ନିୟମ ଅନୁସାରେ କମିଶନ ଯାହା ଉଚିତ ମନେ ହେବ, ସେହି ରାୟ ଶୁଣାଇବେ । ଆବେଦନକାରୀଙ୍କ ପକ୍ଷରୁ ଆଡ୍ଭେକେଟ୍ ନିଶିକାନ୍ତ ମିଶ୍ର ମକଦ୍ଧମା ପରିଚାଳନ କରୁଛନ୍ତି ।

କେ.ନୂଆଗାଁ ଘଟଣାରେ ମୃତଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ , ଦୋଷୀ ଇଟାଭାଟି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ କମିସନଙ୍କ ନିକଟରେ ନିବେଦନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ମାନବାଧିକାର କମିସନ, ଶିଶୁ ଶ୍ରମିକ, ସରକାର

ସୁକତେଲ ପ୍ରକଳ୍ପ ସଂକ୍ରାନ୍ତ ଉଚ୍ଚସ୍ତରୀୟ ବୈଠକ ଆଜି

December 22, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୨(ଓଡିଶା ଡଟ୍ କମ୍)-ବଲାଙ୍ଗିର ଜିଲାର ସୁକତେଲ ପ୍ରକଳ୍ପ ସଂକ୍ରାନ୍ତ ସମସା ସମାଧାନ ପାଇଁ ବିଧାନସଭାରେ ଘୋଷଣା ମୁତାବକ ଏକ ଉଚ୍ଚସ୍ତରୀୟ ବୈଠକ ଆଜି ସଚିବାଳୟଠାରେ ଅନୁଷ୍ଠିତ ହେବ ।

ମୁଖ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ବଲାଙ୍ଗିର ଜିଲାପାଳଙ୍କ ସହ ୬ଜଣିଆ ସୁକତେଲ କ୍ରିୟାନୁଷ୍ଠାନ କମିଟି ଓ ବିସ୍ତାପିତଙ୍କ ପ୍ରତିନିଧିମାନେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

କମିଟିର ଆବାହକ, ତିନି ଜଣ ବରିଷ୍ଠ ଉପଦେଷ୍ଟା ,ଯୁବ ସଂଗଠନର ସଭାପତିଙ୍କ ସମେତ ଦୁଇ ଜଣ ବିସ୍ଥାପିତଙ୍କୁ ନେଇ ଗଠିତ ହୋଇଛି ୬ ଜଣିଆ କମିଟି । କିନ୍ତୁ ଏବେବେ ନିଜ ଜିଦ୍ ରେ ଅଡି ବସିଛି ସଂଗ୍ରାମ ପରିଶଦ ।

ସଂଗ୍ରାମ ପରିଷଦର ବରିଷ୍ଠ ଉପଦେଷ୍ଟା ପବିତ୍ର ବାଡତିଆ କହିଛନ୍ତି ଯେ, ଆମେ ତ୍ରିପାକ୍ଷିକ ଆଲୋଚନାକୁ ପ୍ରତ୍ୟାଖାନ କରିଛୁ । ସିଧାସଳଖ ସରକାରଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛୁ । ସଂଗ୍ରାମ ପରିଷଦ ଏହି ଆଲୋଚନାରେ ଭାଗନେଇ ନାହଁ ।

ଗତ ୧୧ଦିନ ହେଲା ବଲାଙ୍ଗିରରେ ଚାଲିଛି ଲୋୟର ସୁକତେଲ ଆନେ୍ଦାଳନ । ପ୍ରକଳ୍ପ ଆରମ୍ଭ କରିବା ଦାବିରେ ରିଲେ ଅନଶନ ବି ଚାଲିଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ବିଧାନସଭା, ସଚିବାଳୟ, ସରକାର, ସୁକତେଲ ପ୍ରକଳ୍ପ

କେବିକେ ଜିଲ୍ଲାରେ କାର୍ଯ୍ୟରତ ଡାକ୍ତରଙ୍କୁ ଆର୍ଥିକ ପ୍ରୋତ୍ସାହନ ମିଆଦ ବୃଦ୍ଧି

December 17, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୭(ଓଡିଶା ଡଟ୍ କମ୍)-କେବିକେ ଜିଲ୍ଲାରେ କାର୍ଯ୍ୟରତ ଡାକ୍ତରଙ୍କୁ ଆର୍ଥିକ ପ୍ରୋତ୍ସାହନ ମିଆଦ ବୃଦ୍ଧି ବ୍ୟବସ୍ଥାକୁ ଆଉ ଏକ ବର୍ଷ ପାଇଁ ବୃଦ୍ଧି କରିଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାଃ ଦାମୋଦରରାଉତ ସୂଚନା ଦେଇଛନ୍ତି ।

ସ୍ୱତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ ବ୍ୟବସ୍ଥାରେ କେବିକେ ଏବଂ କେବିକେ ପ୍ଲସ୍ ଭଳି କୋରାପୁଟ , ମାଲକାନଗିରି , ନବରଙ୍ଗପୁର , ରାୟଗଡା , ବଲୀଙ୍ଗିର , ସୁବର୍ଣ୍ଣୁର , କଳାହାଣ୍ଡି , ନୂଆପଡା , ବୌଦ୍ଧ , କନ୍ଧମାଳ ଏବଂ ଗଜପତି ଭଳି ୧୧ଟି ଜିଲ୍ଲାରେ ନିଯୁକ୍ତି ପାଉଥିବା କାର୍ଯ୍ୟ କରୁଥିବା ସମସ୍ତ ବର୍ଗର ଡାକ୍ତରଙ୍କୁ ସ୍ୱତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ସୁବିଧା ପ୍ରଦାନ କରାଯାଉଛି ।

ଜିଲ୍ଲା ଏବଂ ଉପଖଣ୍ଡ ଚିକିତ୍ସାଳୟ ଏବଂ ପୌରପରିଷଦ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ବା ଚିକିତ୍ସାଳୟରେ ନିଯୁକ୍ତ ଡାକ୍ତରଙ୍କୁ ମାସିକ ୪ ହଜାର ଏବଂ ଅନ୍ୟ ଅଞ୍ଚଳରେ ଡାକ୍ତରଙ୍କୁ ମାସିକ ୮ ହଜାର ଟଙ୍କା ସ୍ୱତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଉଛି ।

ଏଥିରେ ସେହିସବୁ ଅଞ୍ଚଳରେ ଚିକିତ୍ସା ସେବାରେ ନିୟୋଜିତ ପ୍ରଶାସନିକ ଗ୍ରେଡ୍ର ଯୁଗ୍ମ ନିଦେ୍ର୍ଧଶକ ଲେବୁଲ୍ ୧ ଏବଂ ୨, ବରିଷ୍ଠ ପ୍ରଥମ ଶ୍ରେଣୀ ଏବଂ କନିଷ୍ଠ ପ୍ରଥମ ଶ୍ରେଣୀ ସମେତ ଅନ୍ୟ ସମସ୍ତ ଡାକ୍ତରଙ୍କୁ ଏହା ପ୍ରଦାନ କରାଯାଉଛି ।

ସ୍ୱତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇ ଏହି ସମସ୍ତ ଜିଲ୍ଲାର ମୁଖ୍ୟଚିକିତ୍ସାଳୟ ଠାରୁ ଆରମ୍ଭ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର , ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ( ନୂତନ )ରେ କାର୍ଯ୍ୟ କରୁଥିବା ସମସ୍ତ ବର୍ଗର ଡାକ୍ତରଙ୍କୁ ଉପରୋକ୍ତ ସୁବିଧା ପ୍ରଦାନ କରାଯାଉଛି ।

ରାଉତ କହିଛନ୍ତି ସରକାର ଏହି ଆର୍ଥିକ ପ୍ରୋତ୍ସାହନ ବ୍ୟବସ୍ଥା କରିଥିବାରୁ ସେହି ସବୁ ଅଞ୍ଚଳରେ ଡାକ୍ତର ପଦବି ପୁରଣ ଦିଗରେ ଯଥେଷ୍ଟ ସହାୟକ ହୋଇପାରିଛି । ତାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସରକାର ଅର୍ଥ ବିଭାଗର ସହମତି କ୍ରମେ ସେହି ବ୍ୟବସ୍ଥାକୁ ଆଉ ଏକ ବର୍ଷ ପାଇଁ ,ଆସନ୍ତା ୩୧.୦୭.୨୦୧୩ ପର୍ଯ୍ୟନ୍ତ ବଢେଇଛନ୍ତି ।

ପରବର୍ତ୍ତି ସମୟରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ । ଫଳରେ ଉକ୍ତ ୧୧ ଟି ଜିଲ୍ଲାରେ କାର୍ଯ୍ୟରତ ପ୍ରାୟ ୧୫୦୦ରୁ ଉଦ୍ଧ୍ୱର୍ ଡାକ୍ତର ଉପକୃତ ହେବେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆର୍ଥିକ ପ୍ରୋତ୍ସାହନ, ଚିକିତ୍ସାଳୟ, ଡ଼ାକ୍ତର, ସରକାର

ସରକାର-ମାଓବାଦୀ ସଂପର୍କ ଅଭିଯୋଗ: ଏନ୍ଆଇଏ ତଦନ୍ତ ଦାବିକଲା କଂଗ୍ରେସ

December 16, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୬(ଓଡିଶା ଡଟ୍ କମ୍)-ସରକାର ଓ ମାଓବାଦୀଙ୍କ ମଧ୍ୟରେ ଥିବା ସଂପର୍କ ଅଭିଯୋଗ ଏନ୍ଆଇଏ ଦ୍ୱାରାତଦନ୍ତ କରାଯାଉ ବୋଲି କଂଗ୍ରେସ ତରଫରୁ ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି ।

ଭୁବନେଶ୍ୱରରେ ଆୟୋଜିତ ଏହି ସମ୍ମିଳନୀରେ ବିରୋଧୀଦଳର ନେତା ଭୂପିନ୍ଦର ସିଂହ ଓ ମୁଖ୍ୟ ସଚେତକ ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ ମାଲକାନଗୀରିର ତତ୍କାଳିନ ଜିଲ୍ଲପାଳ ଭିନିଲ୍ କ୍ରିଷ୍ଣାଙ୍କ ପାଇଁ ୪କୋଟି ଟଙ୍କା ଓ ବିଧାୟକ ଝିନ୍ନହିକ୍କାଙ୍କୁ ମାଓବାଦୀଙ୍କ କବଳରୁ ମୁକ୍ତ କରିବାକୁ ୨କୋଟି ଟଙ୍କା କାରବାର ଅଭିଯୋଗ ହୋଇଛି ।

ଏଘଟଣାର ତଦନ୍ତ ଦାବୀକରି କଂଗ୍ରେସ ତରଫରୁ ଏନଆଇଏକୁ ଚିଠି ଲେଖାଯିବ ବୋଲି କହିଛନ୍ତି ।

ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ, ବନ୍ଦର ପ୍ରତିଷ୍ଠା ନେଇ ସରକାର କରିଥିବା ଏମ୍ୟୁରେ ଦୁର୍ନୀତି ଭରି ରହିଛି । ସିଏଜି ରିପୋର୍ଟ ପରିପ୍ରେକ୍ଷିରେ ସେ ଏହି ଅଭିଯୋଗ ଆଣିଛନ୍ତି । ଏ ରିପୋର୍ଟରେ ଯାହା ଅଛି ତାହାଠାରୁ ଆହୁରି ବ୍ୟାପକ ଦୁର୍ନୀତି ହୋଇଛି ।

ବନ୍ଦର ଦୁର୍ନୀତି ନେଇ ଆହୁରି ତଥ୍ୟ ଅଛି,ଗୃହରେ ଖୁଲାସା କରିବୁ । ଯେଉଁ ଚାରୋଟି ବନ୍ଦର କଥା ଉଲ୍ଲେଖ ଅଛି ସେଥିରେ ମାତ୍ର ୪ ବର୍ଷର ଦୁର୍ନୀତି କଥା ଉଲ୍ଲେଖ ଅଛି । ସିଏଜିଙ୍କତ ବାରଣ ନଥିଲା ୩୪ ବର୍ଷର ରିପୋର୍ଟ ପ୍ରକାଶ କରିବାକୁ । ଟୁ-ଜି,କୋଲ ଗେଟ୍ ଦୁର୍ନୀତି ଭଳି କ୍ଷତିର ପୂରା ତଥ୍ୟ ଦିଆଯାଇନାହିଁ ।

ଡାଲି,ଚାଉଳ,ଆଇଏପି,ବନ୍ଦର ଦୁର୍ନୀତିକଥା ଆମେ ଆଗରୁ ଉଠାଇଛୁ । ସରକାର କହୁଥିଲେ ଏହା ବିରୋଧୀଦଳଙ୍କ ସବୁଦିନିଆ କଥା । ବିରୋଧୀଦଳ ଏହାକୁ ଘୋଷା କରିଛନ୍ତି ଏବଂ ସଦାବେଳେ କହୁଛନ୍ତି । ସିଏଜି ରିପୋର୍ଟ ଆସିବାପରେ ଏହା ସିଦ୍ଧ ହୋଇଯାଇଛି । ବନ୍ଦର ଦୁର୍ନୀତିର ସିଏଜି ରିପୋର୍ଟରେ ପାତର ଅନ୍ତର କରାଯାଇଛି ବୋଲି ହରିଚନ୍ଦନ ପ୍ରକାଶ କରିଛନ୍ତି ।

ବିଜେଡି ପକ୍ଷରୁ ସଫେଇ ଦିଆଯାଇ କୁହାଯାଇଛି କଂଗ୍ରେସ ତରଫରୁ ଯାହା ସବୁ ଅଭିଯୋଗ ହେଉଛି ସଂପୂର୍ଣ୍ଣ ଭିତିହିନ ଓ କପୋଳ କଳ୍ପିତ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: କଂଗ୍ରେସ, ଜିଲ୍ଲପାଳ ଭିନିଲ୍ କ୍ରିଷ୍ଣା, ବନ୍ଦର ଦୁର୍ନୀତି, ବିଧାୟକ ଝିନ୍ନହିକ୍କା, ମାଓବାଦୀ, ମାଲକାନଗୀରି, ସରକାର

ସିଏଜି ରିପୋର୍ଟକୁ ନେଇ ଗୃହରେ ଝଡ

December 14, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୪(ଓଡିଶା ଡଟ୍ କମ୍)-ବିନିଯୋଗ ପ୍ରମାଣ ପତ୍ର ଦେଲେ ନାହିଁ ରାଜ୍ୟ ସରକାର । ଯେଉଁଥିପାଇଁ ୧୮୨ କୋଟିରୁ ଅଧିକ ଟଙ୍କା କେନ୍ଦ୍ରକୁ ଫେରିଗଲା । କଣ୍ଟ୍ରୋଲର ଓ ଅଡିଟର ଜେନେରାଲ(ସିଏଜି)ଙ୍କ ରିପୋର୍ଟର ଏହି ତଥ୍ୟକୁ ନେଇ ଶୁକ୍ରବାର ଦିନ ବିଧାନସଭାରେ ଝଡ ଉଠିଛି ।

ବିଭିନ୍ନ ବିଭାଗର ଖର୍ଚ୍ଚକୁ ନେଇ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । ହେଲେ ଏସବୁକୁ ଅତି ହାଲକା ଭାବେ ନେଇଛନ୍ତି ସରକାର । ଗତକାଲି ବିଧାନସଭାରେ ଅର୍ଥମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଆଜି କଟ୍ରୋଲର ଓ ଅଡିଟର ଜେନେରାଲ(ସିଏଜି)ଙ୍କ ରିପୋର୍ଟ ଉପସ୍ଥାପନ କରିଥିଲେ ।

ଏଥିରେ ଗତ ଆର୍ଥିକ ବର୍ଷ ମାର୍ଚ୍ଚ ସୁଦ୍ଧା ରାଜ୍ୟ ସରକାରଙ୍କ ଆର୍ଥିକ ସ୍ଥିତି ଓ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରାଯିବା ସହ କେତେକ ସ୍ଥଳରେ ସରକାରଙ୍କ କାର୍ଯ୍ୟକଳାପର ସମାଲୋଚନା କରାଯାଇଛି । ଏହାକୁ ନେଇ ଆଜି ବିଧାନସଭାରେ ବିରୋଧୀ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ବିରୋଧୀଦଳ ନେତା ଭୂପିନ୍ଦର ସିଂହ କହିଛନ୍ତି ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତିି ଯେ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ରାଜ୍ୟରେ ଖର୍ଚ୍ଚ ହେଉଥିବା ଅର୍ଥରୁ ୨୭ହଜାର ୬୨୮କୋଟି ଟଙ୍କାର ବିନିଯୋଗ ପତ୍ର(ୟୁସି) ବିଭିନ୍ନ ବିଭାଗ ଦାଖଲ କରିବାରେ ବିଳମ୍ବ କରିଥିବା ଯୋଗୁଁ ରାଜ୍ୟ ସରକାର ୨୦୧୨-୧୨ ଆର୍ଥିକ ବର୍ଷରେ ୧୮୨.୪୮ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ହରାଇଛନ୍ତି ।

ରାଜ୍ୟ ସରକାର କେନ୍ଦ୍ରର ଅବହେଳା ନେଇ ସଦାବେଳେ ଅଭିଯୋଗ କରିଆସୁଛନ୍ତି । ହେଲ ଏବେ ଟଙ୍କା ଫେରିଯିବା ଘଟଣା ସରକାରଙ୍କ ଅଯୋଗ୍ୟତାକୁ ପ୍ରମାଣ କରିଛି ।

ରାଜ୍ୟ ସରକାରଙ୍କ ପାଖରେ ବହୁ ପରିମାଣର ବଳକା ଧନ ରହିଛି; କିନ୍ତୁ ତାହା ରିଜର୍ଭ ବ୍ୟାଙ୍କରେ ଭାରତ ସରକାରଙ୍କ କମ ସୁଧ ଥିବା ଟ୍ରେଜେରୀ ବିଲରେ ବିନିଯୋଗ କରାଯାଇଛି ।

୫୬୦୭ କୋଟି ଟଙ୍କାର ବଳକା ରାଜସ୍ୱ ଏବଂ ବିତୀୟ ସମ୍ବନ୍ଧୀୟ ୬୨୨ କୋଟି ଟଙ୍କାର ବଳକା ଅବଶେଷ ଅଧିକ ପୁଞ୍ଜି ସୃଷ୍ଟି ଓ ସମ୍ବଳ ସୃଷ୍ଟିରେ ଏହି ଅର୍ଥକୁ ବିନିଯୋଗ କରାଯାଇପାରିଥାନ୍ତା ବୋଲି ସିଏଜି ରିପୋର୍ଟରେ ମତ ଦିଆଯାଇଛି ।

ସରକାରୀ-ବେସରକାରୀ ସହଭାଗିତା ନୀତି (ପିପିପି) ଗଠନ କରିଛନ୍ତି । ୨୦୦୭-୧୨ ମଧ୍ୟରେ ଅର୍ଥ ବ୍ୟବସ୍ଥାରେ ୧୯ଟି ସେକ୍ଟରରେ ଭିତିି ସ୍ଥାପନ କରି ସର୍ବାଧିକ ସମ୍ବଳ ଉତ୍ପାଦନ କରିବା ପାଇଁ ଏହା ଉଦ୍ଧିଷ୍ଟ ଥିଲା ।

କିନ୍ତୁ ଏହି ସମୟ ମଧ୍ୟରେ ସମ୍ବଳ ସଂଗ୍ରହ ଅତି ନଗଣ୍ୟ ଥିଲା । କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ଫଳପ୍ରଦ ପଦକ୍ଷେପ ନେବାକୁ ସିଏଜି ପରାମର୍ଶ ଦେଇଛନ୍ତି ।

ସଂସଦୀୟ ବ୍ୟାପାରମନ୍ତ୍ରୀ କଳ୍ପତରୁ ଦାସ କହିଛନ୍ତି ନିଜ ଏକାଉଂଟସରେ ନୁହେଁ ବିଭାଗର ଏକାଉଂଟସରେ ରହିଛି । ବର୍ଷଶେଷରେ ସେହି ଅର୍ଥ ଆସିଥିବାରୁ ଆସନ୍ତା ବର୍ଷ ଏହି ଅର୍ଥ ଖର୍ଚ୍ଚ କରାଯିବ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ବିଧାନସଭା, ବିରୋଧୀଦଳ, ସରକାର, ସିଏଜି ରିପୋର୍ଟ

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Page 5
  • Interim pages omitted …
  • Page 8
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ