• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସରକାର

ସ୍ଥାୟୀ ନିଯୁକ୍ତି ଦାବୀରେ ଗଣଶିକ୍ଷକଙ୍କ ରାଜଧାନୀରେ ବିକ୍ଷୋଭ

December 10, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୦(ଓଡିଶା ଡଟ୍ କମ୍)-ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କ ପରେ ସୋମବାର ଦିନ ଗଣଶିକ୍ଷକ କରିଛନ୍ତି ରାଜଧାନୀରେ ରଣହୁଙ୍କାର । ସ୍ଥାୟୀ ନିଯୁକ୍ତି ଦାବୀରେ ଆନ୍ଦୋଳନ କରିଆସୁଥିବା ଗଣ ଶିକ୍ଷକମାନେ ରାଜଧାନୀରେ ବିଶାଳ ଶୋଭାଯାତ୍ରା ସହ ବିକ୍ଷୋଭ କରିଛନ୍ତି ।

ଦାବୀ ପୁରଣ ନହେବା ପର୍ଯ୍ୟନ୍ତ ସ୍କୁଲକୁ ଫେରିବେ ନାହିଁ ବୋଲି ଧମକ ଦେଇଛନ୍ତି । ଆଲୋଚନା ମାଧ୍ୟମରେ ଦାବୀ ପୁରଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।

ରାଜ୍ୟ ଗଣଶିକ୍ଷକ ମହାସଂଘର ଉପସଭାପତି ଶରତ ଚନ୍ଦ୍ର ନାୟକ ଅଭିଯୋଗ କରିଛନ୍ତି ଯେ,ଗଣଶିକ୍ଷକଙ୍କୁ ସ୍ଥାୟୀ କରିବା ପାଇଁ ସରକାର ପ୍ରତିଶ୍ରୁତି ଦେଇଥିବା ବେଳେ ଏ ଯାଏଁ ତାହା ପୂରଣ ନକରି ଠକି ଚାଲିଛନ୍ତି । ଦାବୀ ପୂରଣ ନହେଲା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି ସେ ପ୍ରକାଶ କରିିଛନ୍ତି ।

“ସରକାରଙ୍କ ଦାବୀ ମୂତାବକ ଆମକୁ ଗଣଶିକ୍ଷକ ନିଯୁକ୍ତିର ୩ ବର୍ଷ ଭିତରେ ନିୟମିତ ଶିକ୍ଷକ ଘୋଷଣା କରନ୍ତୁ । ଏବଂ ତାହାର ନିଦେ୍ର୍ଧଶନାମା ପ୍ରକାଶ କରନ୍ତୁ । ଯଦି ଏହା ନକରିବେ ସେତେଦିନ ପର୍ଯ୍ୟନ୍ତ ଏ ରାଜରାସ୍ତାରେ ୨୪ ଘଣ୍ଟା ବସିରହିବୁ “।

ରାଜ୍ୟ ଗଣଶିକ୍ଷକ ମହାସଂଘର ସମ୍ପାଦକ ବୁଲୁ ବେହେରା କହିଛନ୍ତି ଯେ,ସରକାର ଆମକୁ ବାରମ୍ବାର ପ୍ରତିଶ୍ରୃତି ଦେଇଛନ୍ତି , ବିଧାନସଭାରେ ଘୋଷଣା କରିଛନ୍ତି । ଏପରିକି ମୁଖ୍ୟ ଶାସନ ସଚିବ ଆମକୁ ଡାକି ଆଲୋଚନା କରି ସୁଦ୍ଧା ପ୍ରତିଶ୍ରୃତି ପାଳନ କରିନାହାଁନ୍ତି ।

ଗଣଶିକ୍ଷା ମନ୍ତ୍ରୀ ରବି ନାରାୟଣ ନନ୍ଦ ପ୍ରତିଶ୍ରୃତି ଦେଇଛନ୍ତ ଯେ ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କ ଭଳି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯିିବ । ମୁଖ୍ୟମନ୍ତ୍ରୀ ଏ ବିଷୟରେ ସମାଧାନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ସେ କହିଲେ ଆନ୍ଦୋଳନକାରୀମାନେ ହେଉଛନ୍ତି ଆମ ପରିବାର ଲୋକ । ଅଳି କରିବାର ଅଧିକାର ସେମାନଙ୍କର ଅଛି । ସେମାନଙ୍କର ଦାବୀ ଉପରେ ଆମେ ବିଚାର କରୁଛୁ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଗଣଶିକ୍ଷକ, ବିଧାନସଭା, ରାଜଧାନୀ, ସରକାର

କାମରେ ଯୋଗଦେଲେ ବ୍ଲକ ଗ୍ରାଣ୍ଟ ସ୍କୁଲ ଶିକ୍ଷକ, କର୍ମଚାରୀ

December 8, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୮(ଓଡିଶା ଡଟ୍ କମ୍)-୨୦୧୩-୧୪ଶିକ୍ଷାବର୍ଷରୁ ବ୍ଲକ ଗ୍ରାଣ୍ଟ ପରିବର୍ତେ ପ୍ରତ୍ୟକ୍ଷ ଅନୁଦାନ ବ୍ୟବସ୍ଥା ଲାଗୁ କରିବାକୁ ସରକାର ସମ୍ମତି ପ୍ରଦାନ କରିବାପରେ ଆଜିଠାରୁ କାମରେ ଯୋଗ ଦେଇଛନ୍ତି ରାଜ୍ୟ ବ୍ଲକ ଗ୍ରାଣ୍ଟ ସ୍କୁଲର ଶିକ୍ଷକ ଓ କର୍ମଚାରୀ ।

ବ୍ଲକ ଗ୍ରାଣ୍ଟ ବ୍ୟବସ୍ଥାକୁ ଉଠାଇ ପ୍ରତ୍ୟକ୍ଷ ଅନୁଦାନ ବ୍ୟବସ୍ଥା ଲାଗୁ କରିବାକୁ ସରକାର ନୀତିଗତ ନିଷ୍ପତି ନେଇଛନ୍ତି ବୋଲି ବିଧାନସଭାରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ରବିନାରାୟଣ ନନ୍ଦ ସୂଚନା ଦେଇଛନ୍ତି ।

ଏ ସଂର୍ପକରେ ମନ୍ତ୍ରୀ ଶ୍ରୀ ନନ୍ଦ ଶୁକ୍ରବାର ଦିନ ବିଧାନସଭାରେ କହିଛନ୍ତି,ଏହି ପରିପ୍ରେକ୍ଷୀରେ ଗତ ନଭେମ୍ବର ୨୩ତାରିଖରେ ହୋଇଥିବା କ୍ୟାବିନେଟ ନିଷ୍ପତିର ପୁନର୍ବିଚାର କରାଯିବାକୁ ନିଷ୍ପତି ନିଆଯାଇଛି ।

ସରକାରଙ୍କ ଏହି ନିଷ୍ପତି ଫଳରେ ରାଜ୍ୟରେ ଥିବା ୧୯୮୨ଟି ବ୍ଲକ ଗ୍ରାଣ୍ଟ ସ୍କୁଲର ୨୫ହଜାରରୁ ଅଧିକ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ । ୨୦୧୩ ଫେବୃଆରୀ ମାସ ସୁଦ୍ଧା କାବିନେଟରେ ଏହି ନୂତନ ବ୍ୟବସ୍ଥାକୁ ଉପସ୍ଥାପନ କରିବା ପାଇଁ ନିଷ୍ପତି ନିଆଯାଇଛି ।

ଏହି ନୂତନ ବ୍ୟବସ୍ଥାକୁ ରୂପାୟନ କରିବା ପାଇଁ ଦୁଇ ମାସ ସମୟ ଧାର୍ଯ୍ୟ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୮ବର୍ଷ ଧରି ବ୍ଲକ ଗ୍ରାଣ୍ଟ ପାଇ ଆସୁଥିବା ବିଦ୍ୟାଳୟର ଶିକ୍ଷକ କର୍ମଚାରୀମାନଙ୍କୁ ପ୍ରତ୍ୟକ୍ଷ ଅନୁଦାନ ବ୍ୟବସ୍ଥାର ପରିସରକୁ ଅଣାଯିବ । ସରକାରଙ୍କ ଏହି ଘୋଷଣାକୁ ଶିକ୍ଷକ ସଂଘ ସ୍ୱାଗତ କରିଛି ।

ସୂଚନାଯୋଗ୍ୟ, ଗତ ନଭେମ୍ବର ୨୩ତାରିଖର କ୍ୟାବିନେଟ ନିଷ୍ପତିକୁ ବିରୋଧ କରି ଶିକ୍ଷକ ସଂଘ ପକ୍ଷରୁ ଗତ୨୯ରେ ଆଇନ ଅମାନ୍ୟ ଆନ୍ଦୋଳନ କରାଯାଇଥିଲା । ଏହାସହ ୩୦ ଓ ୩୧ ତାରିଖରେ ସମସ୍ତ ବିଧାୟକଙ୍କ ସରକାରୀ ବାସଭବନ ଘେରାଉ କରାଯାଇଥିଲା । ଦାବି ପୂରଣ ପାଇଁ ଡିସେମ୍ବର ୧୦ ତାରିଖରେ ରାଜଧାନୀରେ ବିଶାଳ ସମାବେଶ କରାଯିବାକୁ ସଂଘ ନିଷ୍ପତି ନେଇଥିଲା ।

ବ୍ଲକ ଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀ ସଂଘର ସଭାପତି ପ୍ରଶାନ୍ତ ମହାପାତ୍ର କହିଛନ୍ତି ଯେ ଏଥିପାଇଁ ଆମେ ସରକାରଙ୍କୁ ଧନ୍ୟବାଦ ଦେଉଛୁ । ଆଜି ଠାରୁ ସମସ୍ତ ବିଦ୍ୟାଳୟରେ ପାଠ ପଢାଇବା ସହ କାମରେ ଯୋଗଦେବା ପାଇଁ ମୁଁ ଆମର ସସସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ଅନୁରୋଧ କରୁଛି । ମାଟ୍ରିକ ପରୀକ୍ଷା ଓ ଟେଷ୍ଟ ପରୀକ୍ଷା କିପରି ସଫଳ ହେବ ସେଥିପାଇଁ ଶିକ୍ଷକମାନେ ଧ୍ୟାନଦିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ବିଦ୍ୟାଳୟ, ବିଧାନସଭା, ମାଟ୍ରିକ ପରୀକ୍ଷା, ରାଜଧାନୀ, ଶିକ୍ଷକ, ସରକାର

ସାଇକେଲ ଯୋଜନା କମାଉଛି ସ୍କୁଲ ଡ୍ରପଆଉଟ୍ : ସରକାର

December 6, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୬(ଓଡିଶା ଡଟ୍ କମ୍ )-ସ୍କୁଲସ୍ତରରେ ଡ୍ରପଆଉଟ୍ ରୋକିବା ପାଇଁ ସରକାର ମାଗଣା ପୋଷାକ ଯୋଜନା ଆପଣାଇଛନ୍ତି ଓ ଏହାଦ୍ୱାରା ସ୍କୁଲରେ ଉପସ୍ଥାନ ସଂଖ୍ୟା ବଢାଇଛି ଗଣଶିକ୍ଷାମନ୍ତ୍ରୀ ରବିନାରାୟଣ ନନ୍ଦ ଗୁରୁବାର ଦିନ ବିଧାନ ସଭାରେ ପ୍ରକାଶ କରିଛନ୍ତି ।

ସମାନଭାବେ ଦଶମ ଶ୍ରେଣୀରେ ମାଗଣା ସାଇକେଲ ଦିଆଯିବା ଦ୍ୱାରାଡ୍ରପଆଉଟ କମିଛି ବୋଲି ଗଣଶିକ୍ଷାମନ୍ତ୍ରୀ ନନ୍ଦ ପ୍ରକାଶ କରିଛନ୍ତି ।

୨୦୧୧-୧୨ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଥିବା ମାଗଣା ସାଇକେଲ ଯୋଜନାରେ ସରକାର ଏଯାବତ୍ ୧୯୩ କୋଟି ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏଥିରେ ୭ ଲକ୍ଷ ୩୪ ହଜାର ୬୯୨ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି ।

ସର୍ବଶିକ୍ଷା ଅଭିଯାନ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫି ପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ କରାଯାଉନି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବିରୋଧୀ ଦଳ ଏହାକୁ ଏକ ଭୋଟବ୍ୟାଙ୍କ ଯୋଜନା ବୋଲି ଅଭିହିତ କରିବା ସହ ଏହାକୁ ସବୁ ସ୍କୁଲ ଓ ସବୁ ଦଳଙ୍କ ପ୍ରତି କାର୍ଯ୍ୟକାରୀ କରାଇବାକୁ ଅନୁରୋଧ କରିଛନ୍ତି ।

ସ୍ୱାଧୀନ ବିଧାୟକ ପ୍ରତାପ ଷଡଙ୍ଗୀ, ପ୍ରଫୁଲ ମାଝି, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଭୀମସେନ ଚୌଧୁରୀ, ଦେବୀ ଚାନ୍ଦ, ପ୍ରମୋଦ କୁମାର ମଲ୍ଲିକ ଓ କନକ ବର୍ଦ୍ଧନ ସିଂଦେଓ ପ୍ରମୁଖ ଏହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଗଣଶିକ୍ଷାମନ୍ତ୍ରୀ, ଛାତ୍ରଛାତ୍ରୀ, ବିଧାନସଭା, ମାଗଣା ସାଇକେଲ ଯୋଜନା, ମୁଖ୍ୟମନ୍ତ୍ରୀ, ସରକାର, ସର୍ବଶିକ୍ଷା ଅଭିଯାନ

ଜେଲରେ ଅନଶନ କଲେ ଦଣ୍ଡପାଣିଙ୍କ ପୁଅ

December 6, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ପାରଳାଖେମୁଣ୍ଡି,ଡିସେମ୍ବର ୬(ଓଡିଶା ଡଟ୍ କମ୍)-ମାଓବାଦୀଙ୍କ ସହିତ ସମ୍ପର୍କ ରଖିଥିବା ତଥା ମାଓବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଅଭିଯୋଗରେ ମୋହନା ପୁଲିସ ଗିରଫ କରିଥିବା ଦମନ ପ୍ରତିରୋଧ ମଞ୍ଚର ଆବାହକ ତଥା ମାଓବାଦୀ-ସରକାରଙ୍କ ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତିଙ୍କ ପୁଅ ସଂଗ୍ରାମକେଶରୀ ମହାନ୍ତି ଓ ତାଙ୍କ ସାଥିଙ୍କୁ ଜେଏମ୍ସି କୋର୍ଟରେ ହାଜର କରିବା ପରେ ଆର ଉଦୟଗିରି ଜେଲକୁ ପଠାଇ ଦିଆଯାଇଛି ।

ସେମାନଙ୍କର ଜାମିନ ଆବେଦନ ଗୁରୁବାର ଦିନ କୋର୍ଟରେ ଖାରଜ ହୋଇ ଯାଇଛି । ତେବେ ଜେଲ୍ ଭିତରେ ସେହି ଦୁଇଜଣ ଅନଶନରେ ବସିଥିବାର ଜଣାପଡିଛି ।

ସେମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଆକ୍ରୋଶ ମୂଳକ ଭାବେ ପୋଲିସ ଗିରଫ କରିଛି । ମାଓବାଦୀଙ୍କ ସହ ସେମାନଙ୍କର କୌଣସି ସମ୍ପର୍କନାହିଁ । ଏହାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବୀ କରିଛନ୍ତି ।

କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ପର୍ଯ୍ୟନ୍ତ ସେମାନେ ଖାଦ୍ୟ ଗ୍ରହଣ କରିବେ ନାହିଁ । ସେ ନକସଲ କାର୍ଯ୍ୟରେ ବିଶ୍ୱାସ କରନ୍ତି ନାହିଁ ବୋଲି ସଂଗ୍ରାମ କହିଛନ୍ତି । ଗତକାଲି ରାତିରେ ସଂଗ୍ରାମକୁ ମୋହନାରୁ ଆର ଉଦୟଗିରିକୁ ସ୍ଥାନାନ୍ତରିତ କରାଯାଇଥିଲା ।

ବୁଧବାର ପୂର୍ବାହ୍ନରେ ମୋହନା ବ୍ଲକ ଅନ୍ତର୍ଗତ କମଳାପୁର ଗେଟ ନିକଟରେ ସଂଗ୍ରାମଙ୍କୁ ଗିରଫ କରାଯାଇଥିଲା । ସଂଗ୍ରାମ କିଛି ମାଓପୁସ୍ତିକା, ବିସ୍ଫୋରକ ଦ୍ରବ୍ୟ ଓ ବିଭିନ୍ନ ସାମଗ୍ରୀ କୈଳାସ ମଣ୍ଡଳ ନାମକ ଜଣେ ଯୁବକଙ୍କୁ ଦେବା ସମୟରେ ମୋହନା ପୁଲିସ ତାଙ୍କୁ ଗିରଫ କରିଥିବା ଦାବି କରିଥିଲା ।

ମାଓ ମଧ୍ୟସ୍ଥି ଦଣ୍ଡପାଣି ପ୍ରାୟ ଏକ ବର୍ଷ ହେଲା ଚର୍ଚ୍ଚାରେ ରହିଥିଲେ । କିଛି ମାସ ତଳେ ଦୁଇ ଇଟାଲି ପର୍ଯ୍ୟଟକଙ୍କୁ ମାଓବାଦୀ ଅପହରଣ କରି ନେବା ପରେ ଦଣ୍ଡପାଣି ମାଓବାଦୀ ଓ ସରକାରଙ୍କ ମଧ୍ୟରେ ମଧ୍ୟସ୍ଥି ଦାୟିତ୍ୱ ନିର୍ବାହ କରିଥିଲେ । ପୂର୍ବରୁ ତତ୍କାଳୀନ ମାଲକାନଗିରି ଜିଲାପାଳ ଭିନିଲ କ୍ରିଷ୍ଣାଙ୍କ ଅପହରଣ ସମୟରେ ଦଣ୍ଡପାଣି ମଧ୍ୟସ୍ଥି ରୂପେ କାର୍ଯ୍ୟ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଜିଲାପାଳ ଭିନିଲ କ୍ରିଷ୍ଣା, ପୋଲିସ, ମାଓବାଦୀ, ସରକାର

ଜନଅଧିକାର ମଞ୍ଚର ଆବାହକ ଦଣ୍ଡପାଣି ମହାନ୍ତିଙ୍କ ପୁଅ ଗିରଫ

December 5, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୫(ଓଡିଶା ଡଟ୍ କମ୍)-ଜନଅଧିକାର ମଞ୍ଚର ଆବାହକ ତଥା ନକ୍ସଲ ସମର୍ଥକ ଭାବେ ପରିଚିତ ଓ ମାଓ ମଧ୍ୟସ୍ଥ ଦଣ୍ଡପାଣି ମହାନ୍ତିଙ୍କ ପୁଅ ସଂଗ୍ରାମ କେଶରୀ ମହାନ୍ତିଙ୍କୁ ବ୍ରହ୍ମପୁରରେ ଗିରଫ କରାଯାଇଥିବା ପୋଲିସ କହିଛି ।

ଗୁଇନ୍ଦା ଖବର ଆଧାରରେ ପୋଲିସ ସଂଗ୍ରାମ ଓ ତାଙ୍କ ସହଯୋଗି କୈଳାସଙ୍କୁ ମୋହନାର କମାଳାପୁର ଅଞ୍ଚଳରୁ ଗିରଫ କରିବାସହ ସେମାନଙ୍କ ଠାରୁ ଦୁଇଟି ପିସ୍ତଲ,ପ୍ରାୟ ୯୫ ରାଉଣ୍ଡ ଗୁଳି, ମୋବାଇଲ,ମାଓ ପ୍ରଚାର ପତ୍ର,ଖାଦ୍ୟ ପଦାର୍ଥ ଜବତ କରାଯାଇ ପୋଲିସ ଦାବି କରିଛି ।

ବୈଦ୍ୟନାଥ ଥାନା,ବ୍ରହ୍ମପରୁରେ ପାଲଟା ଅଭିଯୋଗ ଆଣିଛନ୍ତି ଦଣ୍ଡପାଣି ମହାନ୍ତି । ସେ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ପୁଅକୁ ପୋଲିସ ଅପହରଣ କରିନେଇଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ନଭେମ୍ବର ୩୦ରେ ଭୁବନେଶ୍ୱରରେ ଦଣ୍ଡପାଣିଙ୍କ ନେତୃତ୍ୱରେ ଅପରେସନ ସବ୍ୟସାଚୀ ବନ୍ଦ କରିବାପାଇଁ ଆନ୍ଦୋଳନ କରାଯାଇଥିଲା । ଭାଲିଆଗୁଡା ଏନ୍କାଉଁଟରରେ ନିରିହ ଆଦିବାସୀ ନିହତ ହୋଇଥିଲେ ବୋଲି କହିଥିଲେ ଦଣ୍ଡପାଣି । ଏଥିସହିତ ସେ ସରକାର ଓ ମାଓବାଦୀଙ୍କ ମଧ୍ୟରେ ଅନେକ ଥର ମଧ୍ୟସ୍ଥତା କରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ପୋଲିସ, ମାଓବାଦୀ, ସରକାର

ବନ୍ଦ ହେଲା ବେଦାନ୍ତ ଆଲୁମିନା ରିଫାଇନାରି

December 5, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭବାନିପାଟଣା, ଡିସେମ୍ବର ୫(ଓଡିଶା ଡଟ୍ କମ୍)-ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଆଲୁମିନିୟମ ବିଶୋଧନାଗାର ବୁଧବାର ଠାରୁ ବନ୍ଦ ହୋଇଛି । ବକ୍ସାଇଟ ଅଭାବ କାରଣରୁ ଗତ ତିନିମାସ ଧରି ସୃଷ୍ଟି ହୋଇଥିବା ସଙ୍କଟରୁ କମ୍ପାନୀକୁ ଉଦ୍ଧାର କରିବା ଓ ଏହାକୁ ଚଳାଇ ରଖିବା ପାଇଁ କରାଯାଉଥିବା ସମସ୍ତ ଉଦ୍ୟମ ବିଫଳ ହେବା ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଏହାର ମୁଖ୍ୟ ପରିଚାଳନା ଅଧିକାରୀ ମୁକେଶ କୁମାର କହିଛନ୍ତି ।

ବେଦାନ୍ତର ମାଲିକ ଅନୀଲ ଅଗ୍ରୱାଲ, ସିଇଓ, କର୍ମଚାରୀ ଓ ସ୍ଥାନୀୟ ଜନତା କମ୍ପାନୀ ଚାଲୁ କରିବା ଦାବିରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଥିଲେ ଏବଂ ସରକାର ଏ ସମ୍ପର୍କରେ ଶୀଘ୍ର ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ।

ରାଜ୍ୟ ଖଣି ମନ୍ତ୍ରୀ ରଜନୀକାନ୍ତ ସିଂହ କହିଛନ୍ତି ଯେ ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଓ ସେମାନଙ୍କ ନିଷ୍ପତି ଉପରେ ବେଦାନ୍ତର ଭାଗ୍ୟ ନିର୍ଭରକରେ । ମନ୍ତ୍ରୀସ୍ତରୀୟ ଗୋଷ୍ଠୀର ସୁପାରିଶ ମିଳିବା ପାଇଁ ଦୁଇ ବା ତିନି ମାସ ସମୟ ଲାଗିପାରେ ବୋଲି ସେ କହିଛନ୍ତି ।

ଗତ ତିନିଦିନ ହେଲା ପ୍ଳାଣ୍ଟ ଏହାର ପୂର୍ଣ୍ଣ କ୍ଷମତାର ମାତ୍ର ୨୦ପ୍ରତିଶତ କାର୍ଯ୍ୟକ୍ଷମ ଥିଲା । ପୂର୍ବରୁ ବେଦାନ୍ତ କର୍ତୃପକ୍ଷ ଡିସେମ୍ବର ୫ରୁ କମ୍ପାନୀ ବନ୍ଦ କରିବେ ବୋଲି ରାଜ୍ୟ ସରକାରଙ୍କୁ ସେପ୍ଟେମ୍ବର ମାସରେ ତିନିମାସିଆ ନୋଟିସ ଜାରି କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ବେଦାନ୍ତ, ସରକାର

ଭିନ୍ନକ୍ଷମ ଶିଶୁଙ୍କ ଚିକିତ୍ସା, ଯତ୍ନ ପାଇଁ ସରକାରଙ୍କ ବୁଝାମଣା

December 5, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୫(ଓଡିଶା ଡଟ୍ କମ୍)- ବଙ୍କା ପାଦଗୋଡ ନେଇ ଭିନ୍ନକ୍ଷମ ହୋଇ ଜନ୍ମ ଗ୍ରହଣ କରୁଥିବା ଶିଶୁ ମାନଙ୍କୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରାଇ ସେମାନଙ୍କୁ ଭବିଷ୍ୟତରେ ସାଧାରଣ ମଣିଷ ଭାବେ ସକ୍ଷମ ଜୀବନ ଯାପନ କରିବା ପାଇଁ ସକ୍ଷମ କରିବାକୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଉଦ୍ୟମ ଆରମ୍ଭ ହୋଇଛି ।

ସରକାରୀ-ବେସରକାରୀ ସହଭାଗୀତାରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ପାଇଁ ଆଜି ସ୍ୱାସ୍ଥ୍ୟ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ କିୟୋର ଇଣ୍ଟରନାସନାଲ ଇଣ୍ଡିଆ ସଂସ୍ଥା ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର , ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଆରତୀ ଆହୁଜା ଏବଂ କିୟୋର ଇଣ୍ଟରନାସନାଲ ଇଣ୍ଡିଆ ସଂସ୍ଥାର ନିର୍ଦ୍ଦେଶକ ସନ୍ତୋଷ ଜର୍ଜ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି ।

ଏହି ଅବସରରେ ସ୍ୱାସ୍ଥ୍ୟ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ ଏହିପରି ଭିନ୍ନକ୍ଷମ ହୋଇ ଜନ୍ମ ଗ୍ରହଣ କରୁଥିବା ପ୍ରତ୍ୟେକ ଶିଶୁକୁ ମାଗଣାରେ ଚିକିତ୍ସା ବ୍ୟବସ୍ଥା କରାଇ ସେମାନଙ୍କୁ ସକ୍ଷମ କରି ସ।ଧାରଣ ଜୀବନ ଯାପନ କରିବା ଦିଗରେ ସହାୟତା ପାଇଁ ରାଜ୍ୟ ସରକାରଙ୍କ ପ୍ରତିଶୃତି ବଦ୍ଧତ୍ତାକୁ ବିଭାଗ ତରଫରୁ କାର୍ଯ୍ୟକାରୀ କରାଇବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ।

ଏ ବାବଦରେ ବର୍ଷକୁ ପ୍ରାୟ ୩୦ ରୁ ୩୫ ଲକ୍ଷ ଟଙ୍କା ଆବଶ୍ୟକ ପଡିବ ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ କଟକସ୍ଥିତ ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲ , ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସପିଟାଲ , ବୁର୍ଲ୍ଳା ମେଡିକାଲ କଲେଜ ଓ ହସପିଟାଲ , ରାଉରକେଲା ସରକାରୀ ଡାକ୍ତରଖାନା (ଆର୍.ଜି.ଏଚ୍ ) ଏବଂ କୋରାପୁଟ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ସାପ୍ତାହୀକ କ୍ଲବ୍-ଫୁଟ କ୍ଲିନିକ୍ ଖୋଲାଯାଇ ଏହି ଭଳି ପିଲାମାନଙ୍କୁ ଚିକିତ୍ସା କରାଯିବ ।

ମହିଳା ଓ ଶିଶୁ ବିକାଶ ବିଭାଗ ପାଖରେ ରାଜ୍ୟର ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ଵ ଏହି ଭଳି ଭିନ୍ନକ୍ଷମ ଜନ୍ମିତ ଶିଶୁଙ୍କର ତାଲିକା ରହିଛି । ସେମାନେ ସମସ୍ତେ ଚିକିତ୍ସା ଅପେକ୍ଷାରେ ରହିଛନ୍ତି । ବର୍ତ୍ତମାନ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ଦ୍ୱାରାସେହି ସମସ୍ତ ଶିଶୁ ନିଶ୍ଚିତ ଭାବେ ଉପକୃତ ହୋଇ ପାରିବେ ବୋଲି ସଚିବ ଆହୁଜା ପ୍ରକାଶ କରିଥିଲେ ।

କିୟୋର ଇଣ୍ଡିଆର ନିର୍ଦ୍ଦେଶକ ଶ୍ରୀ ଜର୍ଜ କହିଥିଲେ କି ଦେଶରେ ପ୍ରତି ୫୦୦ ରୁ ୭୫୦ ଜନ୍ମିତ ଶିଶୁଙ୍କ ମଧ୍ୟରୁ ଜଣେ ଶିଶୁ ଏଭି ଭଳି ଭିନ୍ନକ୍ଷମ ହୋଇ ଜନ୍ମ ଗ୍ରହଣ କରିଥିବା ଆକଳନ କରାଯାଇଛି । ସେହି ଦୃଷ୍ଟିରୁ ଓଡିଶାର ୪ କୋଟି ଜନସଂଖ୍ୟାରେ ପ୍ରତି ବର୍ଷ ପ୍ରାୟତଃ ୨୦୦୦ ଶିଶୁ ଏହି ଭଳି ଭିନ୍ନକ୍ଷମ ହୋଇ ଜନ୍ମ ଗ୍ରହଣ କରୁଥାଇ ପାରନ୍ତି ।

ବର୍ତ୍ତମାନ ତାଙ୍କର ସଂସ୍ଥା ଦେଶର ୧୨ ଟି ରାଜ୍ୟରେ ପିପିପି ମୋଡରେ ଏହି ଚିକିତ୍ସାସେବା ଯୋଗାଇ ଦେଉଛି । ବର୍ତ୍ତମାନ ଓଡିଶାରେ ପ୍ରଥମ କରି ଦୁଇଟି ବିଭାଗ ଏକାଠି ହୋଇ ଏହି କାର୍ଯ୍ୟକ୍ରମ ଆଗେଇ ନେବା ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବବୁଝାମଣା ପତ୍ର ସ୍ୱାକ୍ଷରିତ ସମୟରେ ବିଭାଗର ସ୍ୱତନ୍ତ୍ର ସଚିବ ଡାଃ ତ୍ରିବିକ୍ରମ ପଣ୍ଡା , ଅତିରିକ୍ତ ସଚିବ ଶିବବ୍ରତ ଦାସ , ପି.ଏଲ୍.ବେହେରା , ଉପଶାସନ ସଚିବ କୁଳମଣି ମିଶ୍ର ,ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶକ ଡାଃ ଏନ୍.କେ.ଦାସ ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାଃ ବି.ଏନ୍.ଦାସଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଏସ୍.ସି.ବି ମେଡିକାଲ, ଚିକିତ୍ସା, ଭିନ୍ନକ୍ଷମ ଶିଶୁ, ସରକାର

ଟେଲିଫୋନ ଟ୍ୟାପିଂକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧି

November 25, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨୫(ଓଡିଶା ଡଟ୍ କମ୍)-୨୦୦୮ ଡିସେମ୍ବର ୨୯ ତାରିଖରୁ ୨୦୧୨ ସେପ୍ଟେମ୍ବର ୧୨ ତାରିଖ ମଧ୍ୟରେ ରାଜ୍ୟ ସରକାର ୪୬୨୦ ଜଣଙ୍କ ଟେଲିଫୋନ ଟ୍ୟାପିଂ କରିଛନ୍ତି । ଘରୋଇ ବିଭାଗରୁ ସୂଚନା ଅଧିକାର ବଳରେ ମାନବାଧିକାର କର୍ମୀ ବିଶ୍ୱପ୍ରୀୟ କାନୁନଗୋ ଏହି ତଥ୍ୟ ହାସଲ କରିଛନ୍ତି ।

ତାଙ୍କୁ ମିଳିଥିବା ତଥ୍ୟ ଅନୁସାରେ ୨୦୦୦ରୁ ୨୦୦୮ ମଧ୍ୟରେ ୪୧୭ ଜଣଙ୍କର ଟେଲିଫୋନ ଟ୍ୟାପିଂ କରାଯାଇଛି । ଏହା ଦ୍ୱାରାବ୍ୟକ୍ତିଙ୍କର ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଛି କହି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧିଦଳ ।

ରାଜ୍ୟରେ ସେଭଳି କୌଣସି ଜରୁରୀ କାଳୀନ ପରିସ୍ଥିତି ସୃଷ୍ଟି ହୋଇନାହିଁ ସରକାର କାହିଁକି ଏତେ ସଂଖ୍ୟାର ଫୋନ ଟ୍ୟାପିଂକଲେ ତାହାର ବିଚାର ବିଭାଗୀୟ ତଦନ୍ତ କରାଯାଉ, ବିଜେପି ବରିଷ୍ଠନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି ।

ଶ୍ରୀ କାନୁନ୍ ଗୋ କହିଛନ୍ତି କେବଳ ଜରୁରୀ କାଳୀନ ପରିସ୍ଥିତି ଏବଂ ଜନସାଧାରଣଙ୍କ ସୁରକ୍ଷା ବିପଦଗ୍ରସ୍ତ ହେଲେ ସାମୟିକ ଭାବେ ଫୋନ ଟ୍ୟାପିଂ କରାଯାଇ ପାରିବ । ମାତ୍ର ସରକାର ତାହା ନକରି ମନଇଛା ଟ୍ୟାପିଂ କରି ଚାଲିଛନ୍ତି ।

ପିସିସି ସାଧାରଣ ସଂପାଦକ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ମନ୍ତ୍ରୀ ହୋଇଥିବାରୁ ସେ ଏଥିପାଇଁ ଦାୟୀ । ଏହି ଚାରି ବର୍ଷମଧ୍ୟରେ ସାଧାରଣ ନିର୍ବାଚନ ହୋଇଥିଲା । ନିର୍ବାଚନକୁ ଆଖିଆଗରେ ରଖି ମୁଖ୍ୟମନ୍ତ୍ରୀ ରାଜ୍ୟର ବିରୋଧି ଦଳର ନେତା, ସାମ୍ବାଦିକ ଓ ବିଭିନ୍ନ ଆନ୍ଦୋଳନକାରୀଙ୍କ ବାର୍ତାଳାପକୁ ଟ୍ୟାପିଂ କରିବା ସଂପୂର୍ଣ୍ଣ ଅଗଣତାନ୍ତ୍ରୀକ ଓ ଅସାମ୍ବିଧାନିକ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: ଟେଲିଫୋନ ଟ୍ୟାପିଂ, ବିରୋଧିଦଳ, ମୁଖ୍ୟମନ୍ତ୍ରୀ, ସରକାର

ଅତିରିକ୍ତ ସିକ୍ୟୁରିଟୀ ଜମାନେଇ ଗ୍ରାହକ ଅସନ୍ତୋଷ

November 25, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨୫(ଓଡିଶା ଡଟ୍ କମ୍)- ଦରବୃଦ୍ଧି ଆଉ ଗ୍ୟାସ କଟକଣା ପରେ ଏବେ ରାଜ୍ୟବାସୀଙ୍କୁ ଘାରିଛି ବିଜୁଳିର ଚିନ୍ତା । ମହଙ୍ଗା ବଜାରରେ ଘରଚଳାକୁ ନେଇ ଲୋକେ ନାକେଦମ ହୋଇ ଯାଉଥିବା ବେଳେ ‘ସେସୁ’ ର ବର୍ଦ୍ଧିତ ଶୁଳ୍କ ପାଇଁ ସିକ୍ୟୁରିଟୀ ଜମା ଗ୍ରାହକଙ୍କୁ ଏବେ ବଡ ଚିନ୍ତାରେ ପକାଇଛି ।

ସେସୁର ଏହି ନିସ୍ପତି ଉପରେ ପୂର୍ବତନ ଶକ୍ତିମନ୍ତ୍ରୀ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଏହା ଯୁକ୍ତିଯୁକ୍ତ ନୁହେଁ । ଗ୍ରାହକଙ୍କ ପ୍ରତି ଅନ୍ୟାୟ ହେଉଛି । ଏବେ ତ ଅନ୍ୟାୟରେ ପିଛିଲା ଟଙ୍କା ଆଦାୟ କରୁଛନ୍ତି । ପୁଣି ବର୍ଦ୍ଧିତ ଶୁଳ୍କ ପାଇଁ ସିକ୍ୟୁରିଟୀ ମାଗୁଛନ୍ତି । ଏହା ସାଧାରଣ ଗ୍ରାହକଙ୍କୁ ବାଧିବ ।

ସେସୁର ନିସ୍ପତିକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଥିବା ବେଳେ ଶକ୍ତିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ଆଜି ଯେଉଁ ପରିସ୍ଥିତି ଉପୁଜିଛି ସେ ସଂପର୍କରେ ବିଦ୍ୟୁତ ବିଭାଗ ଓ ଶକ୍ତି ବିଭାଗ ଆସନ୍ତା କାଲି ଏହାର ସମୀକ୍ଷା କରିବ । ଏହାର ସମୀକ୍ଷା ସରିଲାପରେ ସରକାର କିଛି ନା କିଛି ପଦକ୍ଷେପ ନେବେ ।

ରାଜ୍ୟର ୯ଟି ରାଜସ୍ୱ ଜିଲାରେ ବିଦ୍ୟୁତ ବଣ୍ଟନ ଦାୟିତ୍ୱ ସମ୍ଭାଳିଥିବା ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁନିଟ(ସେସୁ) ତା’ର ଗ୍ରାହକଙ୍କ ମୁଣ୍ଡରେ ଆଉ ଏକ ବୋଝ ଲଦିଛି । ‘ସେସୁ’ ଏବେ ପୁଣି ବର୍ଦ୍ଧିତ ଶୁଳ୍କ ପାଇଁ ସିକ୍ୟୁରିଟୀ ଜମା କରିବାକୁ ଗ୍ରାହକଙ୍କୁ ନୋଟିସ ଜାରି କରିଛି ।

ନୋଟିସ ଦିଆଯିବାର ୩୦ଦିନ ମଧ୍ୟରେ ସିକ୍ୟୁରିଟୀ ଜମା ନକଲେ ବିଦ୍ୟୁତ ବିଲ ପରିମାଣ ଉପରେ ୧୫ପ୍ରତିଶତ ସରଚାର୍ଯ୍ୟ ଭିଡ଼ାଯିବ ଏବଂ ଆବଶ୍ୟକସ୍ଥଳେ ବିଦ୍ୟୁତ ସଂଯୋଗ କାଟି ଦିଆଯିବ ବୋଲି ‘ସେସୁ’ ଏହି ନୋଟିସରେ ଉଲ୍ଲେଖ କରିଛି ।

ସେସୁର ଏହି ନୋଟିସ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଦ୍ୟୁତ ଗ୍ରାହକମାନେ ଅଦାଲତର ଆଶ୍ରୟ ନେବାକୁ ଧମକ ଦେଇଛନ୍ତି । ଆରମ୍ଭରୁ ବିଦ୍ୟୁତ ସଂଯୋଗ ସମୟରେ ସିକ୍ୟୁରିଟୀ ଜମା ଦିଆଯାଇଥିବା ବେଳେ ବର୍ଦ୍ଧିତ ଶୁଳ୍କ ପାଇଁ ପୁଣି ଥରେ ଅତିରିକ୍ତ ସିକ୍ୟୁରିଟୀ ଜମା ବେଆଇନ ବୋଲି ଗ୍ରାହକଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ବିଦ୍ୟୁତ ବିଭାଗ, ସରକାର, ସେସୁ

ମାଧବୀ ମୃତ୍ୟ ମାମଲା :ଏଡିଜି,କ୍ରାଇମ ବ୍ରାଞ୍ଚଙ୍କ ଅନୁଧ୍ୟାନ

November 17, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ପୁରୀ,ନଭେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍)-କ୍ରାଇମ ବ୍ରାଞ୍ଚ ଏଡିିଜି ବିଜୟ କୁମାର ଶର୍ମା ଆଜି ପୁରୀ ଗସ୍ତକରି ମାଧବୀ ମୃତ୍ୟ ଘଟଣାର ତଦନ୍ତ ଅନୁଧ୍ୟାନ କରିଛନ୍ତି ।

ହାଇକୋର୍ଟଙ୍କ ନିଦେ୍ର୍ଧଶ ଅନୁସାରେ ଆସନ୍ତା ସପ୍ତାହରେ ସରକାର ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିବେ । ଆୟୁଷ ଡାକ୍ତର ମୃତ ମାଧବୀଙ୍କ ମୋବାଇଲକୁ ମଧ୍ୟ ପୋଲିସ ଉଦ୍ଧାର କରିପାରି ନାହିଁ ।

ପ୍ରତ୍ୟେକ୍ଷ ସାକ୍ଷୀମାନଙ୍କୁ ପଚରା ଯାଇଛି । ତଦନ୍ତ ଆହୁରି କିଛି ଦିନ ସମୟ ଲାଗିବ ଓ ତଦନ୍ତରେ କଣ ପୋଗ୍ରେସ ହୋଇଛି ସେ ରିଭୁ୍ୟ କରୁଥିଲେ ବୋଲି ଶର୍ମାି କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଏଡିଜି, କ୍ରାଇମ ବ୍ରାଞ୍ଚ, ସରକାର, ହାଇକୋର୍ଟ

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Page 5
  • Page 6
  • Interim pages omitted …
  • Page 8
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ