• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସର୍ବ ଶିକ୍ଷା ଅଭିଯାନ

ବିନା ପ୍ରଶ୍ନପତ୍ରରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ

December 6, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ସମସ୍ତ ଶିଶୁଙ୍କୁ ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷାନୁଷ୍ଠାନ ପାଇଁ ସର୍ବ ଶିକ୍ଷା ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ବିନା ପ୍ରଶ୍ନପତ୍ରରେ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଥିବାରୁ ଏ ନେଇ ଏହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କ ଠାରୁ କୌଣସି ପରୀକ୍ଷା ଫି ଆଦାୟ ନକରିବାକୁ ସରକାର ନେଇଥିବା ନିଷ୍ପତ୍ତି ଯୋଗୁଁ ସ୍କୁଲ ଗୁଡ଼ିକରେ ପରୀକ୍ଷା କରିବା ନେଇ ଅସୁବିଧା ଦେଖାଦେଇଛି |

ତେବେ ପଇସା ଅଭାବରୁ କେତେକ ସ୍କୁଲରେ ଏହି ପରୀକ୍ଷା କରାଯାଉନାହିଁ ଓ ଅନ୍ୟ କେତେକ ସ୍କୁଲରେ ବ୍ଲାକବୋର୍ଡ଼ରେ ପ୍ରଶ୍ନ ଲେଖାଯାଇ ପରୀକ୍ଷା ପରିଚାଳନା କରାଯାଉଛି । ବଜାରରୁ ଉତ୍ତରଖାତା କିଣି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯାଉଛି ।

ଛାତ୍ରଛାତ୍ରୀଙ୍କ ଠାରୁ କୌଣସି ପରୀକ୍ଷା ଫି ଅ।ଦାୟ ନକରିବାକୁ ଶିକ୍ଷା ବିଭାଗ ଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ପରୀକ୍ଷା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇନଥିବାରୁ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅବିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ପୂର୍ବରୁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଠାରୁ ପାଞ୍ଚରୁ ଦଶ ଟଙ୍କା ଲେଖାଏଁ ପରୀକ୍ଷା ଫି ଅ।ଦାୟ କରାଯାଉଥିଲା । ପରୀକ୍ଷା ପ୍ରଶ୍ନପତ୍ର ଓ ଉତ୍ତର ଖାତା ଯୋଗାଇବା ପାଇଁ ଏହି ଟଙ୍କା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ନିକଟରେ ଜମା ରହୁଥିଲା ।

ଉଲ୍ଲେଖଯୋଗ୍ୟ ଯେ ସ୍କୁଲ ଗୁଡ଼ିକରେ ପ୍ରତ୍ୟେକ ବର୍ଷ ୟୁନିଟ୍ ପରୀକ୍ଷା ସହ ଛଅ ମାସିକିଆ ପରୀକ୍ଷା ଓ ବାର୍ଷିକ ପରୀକ୍ଷା କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସମସ୍ତ ୟୁନିଟ୍ ପରୀକ୍ଷା ଓ ଛଅ ମାସିକିଆ ପରୀକ୍ଷା ପାଇଁ ହେଉଥିବା ଖର୍ଚ୍ଚ ଛାତ୍ରଛାତ୍ରୀ ବହନ କରିବାକୁ ଥିବା ବେଳେ ବାର୍ଷିକ ପରୀକ୍ଷା ଖର୍ଚ୍ଚ ସର୍ବଶିକ୍ଷା ଅଭିଯାନ ବହନ କରିବ ।

ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତି ଯୋଗୁଁ ସେମାନଙ୍କ ଶିଶୁଙ୍କୁ ଅନ୍ୟତ୍ର ଘରୋଇ ସ୍କୁଲରେ ପାଠ ପଢାଇବାକୁଅବିଭାବକମାନେ ଇଚ୍ଛା ପ୍ରକାଶ କରିଛନ୍ତି ।

ପରୀକ୍ଷା ପାଇଁ ଆବଶ୍ୟକ ପ୍ରଶ୍ନପତ୍ର ଛପାଇବା ଓ ଉତ୍ତର ପତ୍ର ପାଇଁ ସ୍କୁଲ ଉନ୍ନୟନ ପାଣ୍ଠିରୁ ଖର୍ଚ୍ଚ କରିବା ନିମନ୍ତେ କୌଣସି ନିୟମ ନାହିଁ । ତେବେ ଅଧିକାଂଶ ସ୍କୁଲ ଶିକ୍ଷକ ପରୀକ୍ଷା ପାଇଁ ବ୍ଲାକବୋର୍ଡ଼ରେ ପ୍ରଶ୍ନ ଲେଖୁଛନ୍ତି ବୋଲି ସର୍ବଶିକ୍ଷା ଅଭିଯାନ ଜିଲ୍ଲା ସଂଯୋଜକ ନିର୍ମଳ ଚନ୍ଦ୍ର ଦ।ସ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ମୁଖ୍ୟ ଖବର, ଶିକ୍ଷା, ସର୍ବ ଶିକ୍ଷା ଅଭିଯାନ, ସ୍କୁଲ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ