ଓଡିଶା ଡଟ୍ କମ୍: ସଦାଶିବ ଶତପଥୀ
ଭୁବନେଶ୍ୱର, ଅକ୍ଟୋବର ୧(ଓଡ଼ିଶା ଡ଼ଟ୍ କମ୍) -ବିଜେଡିରୁ ନିଲମ୍ବିତ ହୋଇଥିବା ସାଂସଦ ପ୍ୟାରୀ ମୋହନ ମହାପାତ୍ର ଓଡିଶା ଜନମୋର୍ଚ୍ଚା ନାମରେ ଏକ ସଂଗଠନ ଗଠନ କରିଛନ୍ତି ।
ଏହା ଦ୍ୱାରାତାଙ୍କୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଓଡିଶା ଜନମୋର୍ଚା ଭବିଷ୍ୟତ କାର୍ଯ୍ୟ ପନ୍ଥା ସଂପର୍କରେ ଶ୍ରୀ ମହାପାତ୍ର ଅକ୍ଟୋବର ୧୯ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିବେ ବୋଲି ଓଡିଶା ଜନମୋର୍ଚ୍ଚା ମୁଖପାତ୍ର ଭାବେ ନିଯୁକ୍ତି ପାଇଥିବା ବିଜେଡି ନେତା ଯଜ୍ଞେଶ୍ୱର ବାବୁ ଓଡିଶା ଡଟ୍ କମ୍ କୁ କହିଛନ୍ତି ।
ପ୍ୟାରୀଙ୍କର ଏହି ମଂଚ ଗଠନ ସଂପର୍କରେ କଂଗ୍ରେସ, ବିଜେଡି ଏବଂ ବିଜେପ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଯଦି ରାଜ୍ୟର ଭଲପାଇଁ ଏହି ମୋର୍ଚ୍ଚା ଗଠନ କରାଯାଇଛି ତେବେ ତାହା ସ୍ୱାଗତଯୋଗ୍ୟ ବୋଲି ରାଜ୍ୟ କଂଗ୍ରେସ ମୁଖ୍ୟ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।
ଏହି ମୋର୍ଚ୍ଚା ଗଠନ ଦ୍ୱାରାବିଜେଡିର ଅର୍ନ୍ତକଳହ ପଦାକୁ ଆସିଛି ବୋଲି ବିଜେପି ର ରାଜ୍ୟ ସଭାପତି ଜୁଏଲ ଓରାମ କହିଛନ୍ତି । ବରିଷ୍ଠ ବିଜେଡି ନେତା ଡଃ ଦାମୋଦର ରାଉତ କହିଛନ୍ତି ଏହା ତାଂକ ପାର୍ଟିରେ କୌାଣସି ପ୍ରଭାବ ପକାଇବ ନାହିଁ ।
ଏଠାରେ ଉଲ୍ଲେଖଯୋଗ୍ୟଯେ ସାଂସଦ ପ୍ୟାରୀ ମୋହନ ମହାପାତ୍ର ମେ ୨୯ ତାରିଖରେ କରିଥିବା ‘ଗୁପ୍ତ ବୈଠକ’ ଯୋଗୁଁ ବିଜେଡି ରୁ ନିଲମ୍ବିତ ହୋଇଥିଲେ । ଫଳରେ ଦୀର୍ଘ ୧୨ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ସହିତ ତାଂକ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା ।
ଓଡିଶା ଡଟ୍ କମ୍