• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସାଂସଦ

ବାବା ସାହେବଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଓରାମଙ୍କ ଆହ୍ଵାନ

April 15, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ୱର, ଏପ୍ରିଲ ୧୫ (ଓଡିଶା ଡଟ କମ) ବୁଧବାର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଭୁବନେଶ୍ୱରର ଲୋୟର ପି.ଏମ.ଜି. ଠାରେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ସମ୍ଭିଧାନ ପ୍ରଣେତା ଭାରତରତ୍ନ ଡ଼ଃ. ବାବା ସାହେବଙ୍କ ୧୨୪ ତମ ଜନ୍ମଜୟନ୍ତୀରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ଵାନ ଦେଇଛନ୍ତି ।

ନିଜ ଉଦବୋଧନରେ ଓରାମ କହିଲେ ଯେ ଡ଼ଃ. ଆମ୍ବେଦକରଜୀ ଜଣେ ଅନନ୍ୟ ରାଜନୀତିଜ୍ଞ ଓ ସମାଜ ସୁଧାରକ ଥିଲେ । ଭାରତର ଏହି ମହାନ ବରପୁତ୍ରଙ୍କର ସାମୁହୀକ ବିକାଶର ମନ୍ତ୍ର ଆଜିchandaka ମଧ୍ୟ ସାରା ବିଶ୍ୱରେ ଏକ ଆଲୋକର କିରଣ ରୂପେ କାର୍ଯ୍ୟ କରୁଛି ।

ଆଜିର ଦିନରେ ବାବା ସାହେବଙ୍କର ମାନବିକତା, ଶାନ୍ତି ଓ ଭାତୃଭାବର ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ସମସ୍ତେ ପ୍ରତିଶୃତିବଦ୍ଧ ହେବା ଉଚିତ ବୋଲି ଓରାମ କହିଥିଲେ ।

ରାଷ୍ଟ୍ରୀୟ ଦଳିତ ମହାସଭା ଦ୍ୱାରା ଆୟୋଜିତ ଏହି ଜନ୍ମଜୟନ୍ତୀରେ ସଭାରେ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡ଼ା,ବିଧାୟକ କୃଷ୍ଣଚନ୍ଦ୍ର ସାଗରିଆ, ଅଶୋcuttackକ ଭାରତୀ, ଅଶୋକ ମଲ୍ଲିକ, ବସନ୍ତ କର ଏବଂ ସୁକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ କଟକ ଜିଲ୍ଲା ଓଲଟପୁର ଠାରେ ଥିବା ସ୍ୱାମୀ ବିବେକାନନ୍ଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ରିହାବିଲିଟେସନ୍ ଟ୍ରେନିଂ ଆଣ୍ଡ ରିସର୍ଚ୍ଚର ୧୯ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ଛାତ୍ର ସଂସଦର ସଭାପତି ଅଂଶୁମାnirtar1ନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ଡ଼ଃ.ପ୍ରମୋଦ ମଲ୍ଲିକ, ସ୍ୱାମୀ ବିବେକାନନ୍ଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ରିହାବିଲିଟେସନ୍ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଡ଼ାଇରେକ୍ଟରଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ପ୍ରମୁଖ ଯୋଗଦେଇଥିଲେ ।

ଓରାମଙ୍କ ଯିବା ବାଟରେ କଟକ ଜିଲ୍ଲା ବିଜେପି ତରଫରୁ କଂଟାପଡ଼ା ଠାରେ ତାଙ୍କୁ ଭବ୍ୟ ସମ୍ବର୍ନ୍ଧନା ମଧ୍ୟ ଦିଆଯାଇଥିଲା । ଏଥିରେ ସ୍ଥାନୀୟ ବିଜେପି ନେତା ସୁଶାନ୍ତ ମଲ୍ଲିକ, ଲଲାଟେନ୍ଦୁ ବଡ଼ୁ, ରବି ନାରାୟଣ ମହାପାତ୍ର, ନମିତା ମିଶ୍ର ଏବଂ ପ୍ରଭାତ ମହାପାତ୍ରଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ ।nirtar 3

ପରେ ସଂଧ୍ୟାରେ ଓରାମ ଭୁବନେଶ୍ୱରର ଚନ୍ଦକା ଶିଳ୍ପାଂଚଳସ୍ଥ ପ୍ରଶାନ୍ତି ବିହାର ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବରେ ଯୋଗଦେଇ ଆଜିର ଶିକ୍ଷା ବ୍ୟବସ୍ଥାରେ ଶିକ୍ଷାବିକାଶ ସମିତି ଦ୍ୱାରା ପରିଚାଳିତ ଶିଶୁ ମନ୍ଦିରର ବ୍ୟବସ୍ଥା ଓ ଭୂମିକା ସମ୍ପର୍କରେ ବିଶଦ୍ ଭାବେ ବର୍ଣ୍ଣନା କରିଥିଲେ ।

ଏଥିରେ ବିଜେପି ନେତା ଗୋଲକ ମହାପାତ୍ର, ଅଭୟ କୁମାର ସାମନ୍ତରାୟ, ଶିଶୁ ବିଦ୍ୟା ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଏବଂ ସମ୍ପାଦକ, ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସଭା ସମିତି Tagged With: ଆଦିବାସୀ, ଜୁଏଲ ଓରାମ, ସାଂସଦ

ଗ୍ରାମ ସଭା ଦ୍ୱାରାପ୍ରସ୍ତାବିତ ପ୍ରକଳ୍ପ ବାହାରେ କାର୍ଯ୍ୟ ଗ୍ରହଣ କରାଯିବ ନାହିଁ : ମନ୍ତ୍ରୀ

January 22, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୨(ଓଡିଶା ଡଟ୍ କମ୍)- ଗ୍ରାମସଭାର ନିଷ୍ପତି ଚୂଡ଼ାନ୍ତ । କୌଣସି ପରିସ୍ଥିତିରେ ଗ୍ରାମ ସଭା ଦଦ୍ୱାରାପ୍ରସ୍ତାବିତ ପ୍ରକଳ୍ପ ବାହାରେ କାର୍ଯ୍ୟ ଗ୍ରହଣ କରାଯିବ ନାହିଁ ବୋଲି ପଞ୍ଚାୟତିରାଜ ବିଭାଗର ନୂଆ ନିୟମାବଳୀ ତିଆରି ହୋଇଛି ।

ସାଂସଦ, ବିଧାୟକ ଚାହିଁଲେ ବି ଗ୍ରାମ ସଭାରୁ ଆସିଥିବା ପ୍ରକଳ୍ପ ତାଲିକାରେ ପରିବର୍ତନ ହେବ ନାହିଁ । ଏକ୍ଷେତ୍ରରେ ଯଦି ଅନ୍ୟ କୌଣସି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଆବଶ୍ୟକ ହୁଏ ତେବେ ସେଥିପାଇଁ ପଞ୍ଚାୟତିରାଜ ବିଭାଗର ଅନୁମୋଦନ ନେବାକୁ ପଡ଼ିବ ।

ପଞ୍ଚାୟତିରାଜ ମନ୍ତ୍ରୀ କଳ୍ପତରୁ ଦାସ କହିଛନ୍ତି ଯେ ପୂର୍ବରୁ ଯେକୌଣସି ସ୍ଥିରିକୃତ ପ୍ରକଳ୍ପ ନିମନ୍ତେ କାର୍ଯ୍ୟାଦେଶ ଦେବାକୁ ମାସ ମାସ ସମୟ ଲାଗୁଥିଲା । ଏଥିରେ ପରିବର୍ତନ ଆଣିବା ପାଇଁ ୨୦୧୩-୧୪ ଆର୍ଥିକ ବର୍ଷର ପ୍ରକଳ୍ପ ପାଇଁ ଏପ୍ରିଲ ୧୯ ତାରିଖ ସୁଦ୍ଧା ତାଲିକା ପ୍ରସ୍ତୁତ କରାଯିବ ।

ଏପ୍ରିଲ ମାସ ୨୦ ତାରିଖରୁ ମଇ ମାସ ୨୦ ତାରିଖ ମଧ୍ୟରେ କାର୍ଯ୍ୟାଦେଶ ଦେବାକୁ ନିର୍ଦେଶ ଦିଆଯାଇଛି । ଆକ୍ସନ ପ୍ଲାନଗୁଡ଼ିକ ବିଭିନ୍ନସ୍ତରରେ ଅନୁମୋଦନ କରି ଏପ୍ରିଲ ୨୫ ତାରିଖ ସୁଦ୍ଧା ସଂପୃକ୍ତ ଅଧିକାରୀଙ୍କ ନିକଟକୁ ପଠାଯିବା ବ୍ୟବସ୍ଥା ରହିଛି ।

ଏସଂକ୍ରାନ୍ତ ବ୍ୟୟ ଅଟ୍ଟକଳ, ବୈଷୟିକ ମଞ୍ଜୁରୀ ଏବଂ ଗ୍ରାମଶ୍ରମିକ ନେତା ନିଯୁକ୍ତି କାର୍ଯ୍ୟ ଏପ୍ରିଲ ୧୯ ତାରିଖ ସୁଦ୍ଧା ଶେଷ ହେବ । ୨୦୧୨-୧୩ ଆର୍ଥିକ ବର୍ଷ ପାଇଁ ବିଭିନ୍ନ ଯୋଜନାରେ ଦିଆଯାଇଥିବା ଅର୍ଥରୁ କିଛି ବଳକା ରହିଛି ।

ମାର୍ଚ୍ଚ ୩୧ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ଗୃହିତ ହେବା ପରେ ୨୦୧୨-୧୩ର କାର୍ଯ୍ୟାଦେଶ ମେଳା ମାଧ୍ୟମରେ ଦିଆଯିବ । ମେ ମାସ ୨୧ ସୁଦ୍ଧା ତାରିଖ ସୁଦ୍ଧା ଇନ୍ଦିରା ଆବାସ ଓ ମୋ କୁଡ଼ିଆ ପାଇଁ କାର୍ଯ୍ୟାଦେଶ ଦିଆଯିବ ।

ସମୟସୀମା ମଧ୍ୟରେ ପ୍ରକଳ୍ପକୁ ବୈଷୟିକ ମଞ୍ଜୁରୀ ନମିଳିଲେ ତାକୁ ମଞ୍ଜୁରୀ ପ୍ରାପ୍ତ ବୋଲି ଧରିନିଆଯିବ । ସିମେଂଟ କଂକ୍ରିଟ ରୋଡ଼ ତାଲିକା ଚୂଡ଼ାନ୍ତ ବେଳେ ବିଡିଓ, ସରପଂଚ, ସମିତି ସଭ୍ୟ ଜିଲା ପରିଷଦ ସଦସ୍ୟ ଏବଂ ସାଂସଦ ଓ ବିଧାୟକଙ୍କ ପ୍ରତିନିଧି ଉପସ୍ଥିତ ରହିବେ ।

ବିଭାଗୀୟ ସଚିବ ଅପରାଜିତା ଷଡ଼ଙ୍ଗୀ କହିଥିଲେ ଯେ, ବିଡିଓମାନଙ୍କୁ ବ୍ଲକ ହେଡକ୍ୱାର୍ଟରରେ ରହିବାକୁ ନିର୍ଦେଶ ଦିଆଯାଇଛି । ଜିଲାପାଳମାନେ ଏସମ୍ପର୍କରେ ରିପୋର୍ଟ ଦେବେ । ଆବଶ୍ୟକ ପଡ଼ିଲେ ହେଡକ୍ୱାର୍ଟରରେ ରହୁନଥିବା ବିଡିଓମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କ ଦରମା ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଇନ୍ଦିରା ଆବାସ, ପଞ୍ଚାୟତିରାଜ, ବିଧାୟକ, ମୋ କୁଡ଼ିଆ, ସାଂସଦ

ସାଂସଦ ପ୍ୟାରୀମୋହନ ମହାପାତ୍ର ବିଜେଡ଼ିରୁ ନିଲମ୍ବିତ

June 1, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁନ୍ ୧(ଓଡ଼ିଶା ଡ଼ଟ୍ କମ୍) ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଜ୍ୟସଭା ସାଂସଦ ପ୍ୟାରୀମୋହନ ମହାପାତ୍ର ଏବଂ ଦୁଇ ଜଣ ବିଧାୟକଙ୍କୁ ଦଳରୁ ନିଲମ୍ବନ କରିବା ସହ ଦୁଇ ଜଣ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବହିସ୍କାର କରିଛନ୍ତି ।

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅଞ୍ଜଳି ବେହେରା ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ସଂଜୀବ ସାହୁଙ୍କୁ ବହିସ୍କାର କରିବାକୁ ନବୀନ ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି ।

ସେହିପରି ବିଧାୟକ ପ୍ରଭାତ ବିଶ୍ୱାଳ ଓ ବିଭୂତି ବଳବନ୍ତରାୟଙ୍କୁ ମଧ୍ୟ ନିଲମ୍ବନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଗାଦିଚ୍ୟୁତ କରିବା ପାଇଁ ସାଂସଦ ପ୍ୟାରୀମୋହନ ମହାପାତ୍ର ମଙ୍ଗଳବାର ରାତିରେ ତାଙ୍କ ବାସଭବନରେ କେତେକ ବିଧାୟକଙ୍କ ସହ ଆଲୋଚନା କରିଥିବା ନବୀନଙ୍କ ସମର୍ଥକମାନେ ଅଭିଯୋଗ କରିଥିଲେ ।

ଗତକାଲି ମୁଖ୍ୟମନ୍ତ୍ରୀ ଲଣ୍ଡନରୁ ଭୁବନେଶ୍ୱରରେ ପହଞ୍ଚିବା ପରେ ଆଜିଦିନ ତମାମ ଦଳର ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା କରିଥିଲେ ।

“ଦଳ ତଥା ନବୀନଙ୍କ ପାଇଁ ୧୨ ବର୍ଷ କଠିନ ପରିଶ୍ରମ କରିଛି । କୁଚକ୍ରୀ ଗୋଷ୍ଠୀର ଶିକାର ହେଲି ଏବଂ ରାଜ୍ୟବାସୀ ଏହାର ବିଚାର କରିବେ” ନିଲମ୍ବନ ପରେ ପ୍ୟାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ରାଜନୀତି Tagged With: ବିଧାୟକ, ମୁଖ୍ୟମନ୍ତ୍ରୀ, ସାମ୍ବାଦିକ ସମ୍ମିଳନୀ, ସାଂସଦ, ସାଂସଦ ପ୍ୟାରୀମୋହନ ମହାପାତ୍ର

ପୂର୍ବତନ ସାଂସଦ ପତିତପାବନ ପ୍ରଧାନଙ୍କ ପରଲୋକ

May 6, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସମ୍ବଲପୁର, ମଇ ୬(ଓଡ଼ିଶା ଡ଼ଟ୍ କମ୍) ପୂର୍ବତନ ରାଜ୍ୟସଭା ସଦସ୍ୟ ପତିତପାବନ ପ୍ରଧାନଙ୍କର ରବିବାର ୭୯ ବର୍ଷ ବୟସରେ ପରଲୋକ ହୋଇଯାଇଛି ।

ସେ ତାଙ୍କ ସାକ୍ଷୀପଡ଼ା ବୃକ୍ସହିଲ ସ୍ଥିତ ବାସ ଭବନରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ଦିର୍ଘଦିନ ହେଲା ଶଯ୍ୟାଶାୟୀ ଥିଲେ ।

ମୃତ୍ୟୁ ଖବର ପାଇ ତାଙ୍କ ଶେଷ ଦର୍ଶନ ସକାଶେ ତାଙ୍କ ବାସ ଭବନକୁ ସହରର ବହୁତ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ବନ୍ଧୁ ପରିଜନଙ୍କ ସୁଅ ଛୁଟିଛି ।

ଜନସାଧାରଣଙ୍କ ଶେଷ ଦର୍ଶନ ନିମନ୍ତେ ତାଙ୍କ ମର ଶରୀରକୁ ଆସନ୍ତାକାଲି ପର୍ଯ୍ୟନ୍ତ ତାଙ୍କ ବାସ ଭବନରେ ରଖାଯିବ । ସୋମବାର ସ୍ଥାନୀୟ ରାଜଘାଟରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ ।

ପ୍ରଧାନ ପିଲାଦିନରୁ ଜଣେ ମେଧାବୀଛାତ୍ର ଥିଲେ । ସମାଜବାୀନେତା ରାମ ମନୋହର ଲୋହିଆଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ରାଜନୀତିରେ ଯୋଗ ଦେଇଥିଲେ ।

ସେ ଜୟ ପ୍ରକାଶ ନାରାୟଣଙ୍କ ସପୂର୍ଣ୍ଣ କ୍ରାନ୍ତିରେ ସକ୍ରିୟ ଭୂମିକା ଗ୍ରହଣ କରି କାରାବରଣ କରିଥିଲେ । ଦୀର୍ଘ ୧୯ ମାସ କାରାବରଣ କରି ଜେଲରୁ ଫେରି ତତ୍କାଳୀନ ଜନତାଦଳ ସରକାର ସମୟରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ ।

ସେ ୧୯୮୨ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ । ସେ କିଛିିଦିନ ପାଇଁ ସମ୍ବଲପୁରରୁ ପ୍ରକାଶିତ ଦୈନିକ ହୀରାଖଣ୍ଡର ସଂପାଦନା ଦାୟିତ୍ୱରେ ରହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ସମ୍ବଲପୁର, ସାଂସଦ

ବିଧାୟକଙ୍କ ମୁକ୍ତି ପାଇଁ ବିଜେଡି ସାଂସଦଙ୍କ ନିବେଦନ

April 25, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆଦିଲ୍ଲୀ, ଅପ୍ରେଲ ୨୫(ଓଡ଼ିଶା ଡ଼ଟ୍ କମ୍) ଅପହୃତ ଲକ୍ଷ୍ମୀପୁର ବିଧାୟକ ଝିନ୍ନ ହିକକାଙ୍କ ନିରାପଦ ମୁକ୍ତି ପାଇଁ ବୁଧବାର ବିଜେଡି ସାଂସଦମାନେ ସଂସଦ ପରିସରରେ ଥିବା ଗାନ୍ଧୀମୂର୍ତି ସମ୍ମୁଖରେ ଏକତ୍ରିତ ହୋଇ ମାଓବାଦୀଙ୍କୁ ନିବେଦନ କରିଛନ୍ତି ।

ହିକ୍କାଙ୍କ ଫଟୋ ଥିବା ପ୍ଲାକାର୍ଡ଼ ଧରି ସେମାନେ ମାଓବାଦୀମାନେ ଏଭଳି କାର୍ଯ୍ୟ ନକରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ବୋଲି କହିଛନ୍ତି ।

ବର୍ତମାନ ମାଓବାଦୀମାନେ ବରିଷ୍ଠ ଅଧିକାରୀ ଓ ବିଧାୟକଙ୍କୁ ଅପହରଣ କରୁଛନ୍ତି । ଏହା କେବଳ ଓଡ଼ିଶାର ନୁହେଁ ସମଗ୍ର ଦେଶର ସମସ୍ୟା ହୋଇଥିବାରୁ କେନ୍ଦ୍ର ସରକାର ଏହାକୁ ଗୁରୁତର ସହ ବିଚାର କରିବାକୁ ସେମାନେ କହିଛନ୍ତି ।

ଏଥିରେ ସାଂସଦ ପ୍ୟାରୀମୋହନ ମହାପାତ୍ର, ବୈଜୟନ୍ତ ପଣ୍ଡା, ଅର୍ଜୁନ ଚରଣ ସେଠୀ, ବୈଷ୍ଣବ ଚରଣ ପରିଡ଼ା, ଶଶିଭୂଷଣ ବେହେରା, ପିନାକୀ ମିଶ୍ର, ଭତୃୃହରି ମହତାବ, ପ୍ରସନ୍ନ ପାଟ୍ଟଶାଣୀ, ମୋହନ ଜେନା, କଳିକେଶ ସିଂହେଓ, ଦିଲ୍ଲୀପ ତିର୍କୀ ଓ ମଙ୍ଗଳା କିଷାନ ପ୍ରମୁଖ ଯୋଗ ଦେଇଥିଲେ ।

ସେହିପରି ଭୁବନେଶ୍ୱର ସ୍ଥିତ ଗାନ୍ଧୀ ପାର୍କ ଠାରେ ବିଜେଡ଼ି ବିଧାୟକ, କର୍ମୀମାନେ ବିଭିନ୍ନ ପ୍ଲାକାର୍ଡ଼ ଧରି ଧାରଣା ଦେବା ସହ ବିଧାୟକଙ୍କ ମୁକ୍ତି ପାଇଁ ନିବେଦନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଝିନ୍ନ ହିକକା, ବିଧାୟକ, ମାଓବାଦୀ, ସାଂସଦ

ରାଜ୍ୟସଭା ସଦସ୍ୟ ଭାବେ ଓଡ଼ିଆ ସାଂସଦଙ୍କ ଶପଥ

April 24, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆଦିଲ୍ଲୀ, ଅପ୍ରେଲ ୨୪(ଓଡ଼ିଶା ଡ଼ଟ୍ କମ୍) ନବ ନିର୍ବାଚିତ ଚାରି ଜଣ ଓଡ଼ିଆ ସାଂସଦ ମଙ୍ଗଳବାର ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି ।

ବିଜେଡ଼ିର ଦିଲୀପ ତିର୍କି, ରବି ନାରାୟଣ ମହାପାତ୍ର ଏବଂ ଏ.ଭି.ସ୍ୱାମୀ ଓଡ଼ିଆରେ ଶପଥ ଗ୍ରହଣ କରିଥିବା ବେଳେ ବିହାରରୁ ନିର୍ବାଚିତ ବିଜେପିର ଧର୍ମେନ୍ଦ୍ର ପ୍ରଧାନ ହିନ୍ଦୀରେ ଶପଥ ଗ୍ରହଣ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ରାଜନୀତି Tagged With: ନବ ନିର୍ବାଚିତ, ସାଂସଦ

ସାଂସଦ ପ୍ରତିନିଧିଙ୍କ ହତ୍ୟା ଘଟଣାରେ ପୁଣି ୨ଗିରଫ

March 11, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ମାର୍ଚ୍ଚ ୧୧(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲା ଆସ୍କା ସାଂସଦଙ୍କ ପ୍ରତିନିଧିଙ୍କୁ ହତ୍ୟା ଘଟଣାରେ ରବିବାର ପୁଣି ଦୁଇ ଜଣଙ୍କୁ ଗିରଫ କରିଥିବା ପୋଲିସ କହିଛି ।

ହତ୍ୟା ଘଟଣାରେ ସଂପୃକ୍ତି ଅଭିଯୋଗରେ ବଡ଼ଗଡ଼ ଏବଂ କ୍ରାଇମବ୍ରାଂଚ ପୋଲିସ ମିଳିତ ଭାବରେ ବିଭିନ୍ନ ସ୍ଥାନରେ ଚଢାଉ କରି ହରିପୁର ଗ୍ରାମର ଶତୃଘ୍ନ ସ୍ୱାଇଁ ଓ ରଂଜନ ସ୍ୱାଇଁଙ୍କୁ ଗିରଫ କରିଛନ୍ତି ।

ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶତୃଘ୍ନକୁ ତପ୍ତପାଣି ଅଂଚଳରୁ ଏବଂ ରଂଜନକୁ ବାଲୁଗାଁରୁ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ପଂଚାୟତ ନିର୍ବାଚନ ପୂର୍ବରୁ ଗତ ଜାନୁୟାରୀ ୫ରେ ସାଂସଦ ନିତ୍ୟାନନ୍ଦ ପ୍ରଧାନଙ୍କ ପ୍ରତିନିଧି ତଥା ବିଜେଡ଼ି ନେତା କଂଗ୍ରେସ ନାୟକଙ୍କୁ ହରିପୁର ଠାରେ କେତେକ ଦୁର୍ବୃତ ହତ୍ୟା କରିଥିଲେ ।

ଏହି ଦୁଇ ଜଣଙ୍କ ଗିରଫ ପରେ ଘଟଣାରେ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ପାଂଚରେ ପହଂଚିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କ୍ରାଇମବ୍ରାଂଚ, ଗଞ୍ଜାମ ଜିଲ୍ଲା, ସାଂସଦ

ସୁଦର୍ଶନ ପଟ୍ଟନାୟକ ଇଟିଭି ପ୍ରିୟ ଓଡ଼ିଆ -୨୦୧୧

January 28, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୨୯(ଓଡ଼ିଶା ଡ଼ଟ୍ କମ୍) ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଇଟିଭି ପ୍ରିୟ ଓଡ଼ିଆ-୨୦୧୧ ସମ୍ମାନ ପ୍ରଦାନ କରାଯାଇଛି ।

ଶନିବାର ସଂଧ୍ୟାରେ ଆୟୋଜିତ ଏକ ରଙ୍ଗାରଙ୍ଗ ଉତ୍ସବରେ ସାଂସଦ ପ୍ରସନ୍ନ ପାଟ୍ଟସାଣୀ ତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ସ୍ୱରୂପ ଉପଢୌକନ ଓ ସ୍ମୃତି ଫଳକ ପ୍ରଦାନ କରାଯାଇଛି।

ବିଦେଶରେ ବାଲୁକା କଳା ପ୍ରଦର୍ଶନ କରି ସୁଦର୍ଶନ ଦେଶ ତଥା ରାଜ୍ୟ ପାଇଁ ଗୌରବ ବଢାଇଥିଲେ ।
ଫଳରେ ଓଡ଼ିଶାବାସୀଙ୍କ ବିପୁଳ ଭୋଟ୍ ପାଇ ସେ ପ୍ରିୟ ଓଡ଼ିଆ ହୋଇପାରିଛନ୍ତି । ରାଜ୍ୟବାସୀ ଦେଇଥିବା ଭୋଟ୍ ଏସ୍ଏମ୍ଏସ୍ ଜରିଆରେ ଏହି ଚୟନ କରାଯାଇଛି ।

ସୁଦର୍ଶନଙ୍କ ସହ ଏହି ଦୌଡ଼ରେ ପଦ୍ମିନୀ ରାଉତ, ନନ୍ଦିତା ଦାସ, ପ୍ରଜ୍ଞାନ ଓଝା ଓ ସସ୍ମିତା ମଲ୍ଲିକ ପ୍ରମୁଖ ଥିଲେ । ୨୦୦୫ରୁ ପ୍ରତିବର୍ଷ ଇଟିଭି ପକ୍ଷରୁ ଜଣେ ଓଡ଼ିଆଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ବାଲୁକାଶିଳ୍ପୀ, ସାଂସଦ

ଓଡ଼ିଶାକୁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଦେବାକୁ ଦାବି

December 13, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆିଲ୍ଲୀ, ଡ଼ିସେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାକୁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଦେବାକୁ ବିଜେପି ସାଂସଦ ର୍ରୁ ନାରାୟଣ ପାଣି ରାଜ୍ୟସଭାରେ ଦାବି କରିଛନ୍ତି ।

ମଙ୍ଗଳବାର ରାଜ୍ୟସଭାରେ ଅତିରିକ୍ତ ବ୍ୟୟ ଦାବି ଉପରେ ଆଲୋଚନା ଚାଲିଥିବା ବେଳେ ସେ କେନ୍ଦ୍ର
ଅର୍ଥମନ୍ତ୍ରୀ ପ୍ରଣବ ମୁଖାର୍ଜୀଙ୍କୁ ଅନୁରୋଧ କରିଛନ୍ତି ।

ସେହିପରି କର୍ମଚାରୀ ଭବିଷ୍ୟନିଧି ବା ଇପିଏଫ୍ ସୁଧହାର ନକମାଇବାକୁ ସେ ଅନୁରୋଧ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଓଡିଶା, ସାଂସଦ

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦ।ବି: ନୂଆଦିଲ୍ଲୀ, ଭୁବନେଶ୍ୱରରେ ବିକ୍ଷୋଭ

November 24, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆଦିଲ୍ଲୀ, ନଭେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦ।ବିରେ ଗୁରୁବାର ନୂଆଦିଲ୍ଲୀରେ ବିଜେଡ଼ି ସାଂସଦ୍ରମାନେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସାଂସଦମାନେ ସଂସଦ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଛିଡ଼ା ହୋଇ ହାତରେ ପ୍ଲାକାର୍ଡ଼ ଧରି ବିଭିନ୍ନ ସ୍ଲୋଗାନ ଦେଇଛନ୍ତି ।

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇବା ପାଇଁ ଓଡ଼ିଶାର ସମସ୍ତ ଯୋଗ୍ୟତା ଅଛି ବୋଲି ସାଂସଦମାନେ କହିଛନ୍ତି । କେନ୍ଦ୍ର ଯୋଜନା ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦ।ବି ଉପରେ ଦେଇଥିବା ମନ୍ତବ୍ୟକୁ ସେମାନେ ବିରୋଧ କରିବା ସହ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା
ଦେବାକୁ ଦ।ବି କରିଛନ୍ତି ।

ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇବାକୁ ଯୋଗ୍ୟ ନୁହେଁ ବୋଲି ଅଶ୍ୱିନୀ କୁମାର ବୁଧବାର  ଲୋକସଭାରେ କହିଥିଲେ ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବିଜୁ ଯୁବ ଜନତା ଳର ନେତା ଓ କର୍ମୀମାନେ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି ।

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇବାକୁ ଓଡ଼ିଶାର ଯୋଗ୍ୟତା ରହିଛି ଏବଂ ଏହି ଦ।ବି ହାସଲ ପାଇଁ ଗାଁ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ଉପସ୍ଥିତ ନେତାମାନେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବିଜେଡ଼ି, ସାଂସଦ

  • Go to page 1
  • Go to page 2
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ