• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସାଙ୍ଗମା

ମୁଁ ବିଜେଡ଼ିର ରାଷ୍ଟ୍ରପତି ପ୍ରାର୍ଥୀ: ସାଙ୍ଗମା

July 15, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର ଜୁଲାଇ ୧୫(ଓଡ଼ିଶା ଡ଼ଟ୍ କମ୍) ମୁଁ ବିଜୁ ଜନତା ଳ(ବିଜେଡ଼ି)ର ରାଷ୍ଟ୍ରପତି ପ୍ରାର୍ଥୀ ଓ ପ୍ରଥମେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ନାଁ ପ୍ରସ୍ତାବ ଦେଇଥିଲେ ବୋଲି ରାଷ୍ଟ୍ରପତି ପ୍ରାର୍ଥୀ ପି.ଏ.ସାଙ୍ଗମା ଭୁବନେଶ୍ୱରରେ କହିଛନ୍ତି ।

“ମୁଁ ଆପଣମାନଙ୍କର ପ୍ରାର୍ଥୀ , ବିଜେଡିର ପ୍ରାର୍ଥୀ । ଜଣେ ଆଦିବାସୀ ବ୍ୟକ୍ତି ପୂର୍ବରୁ କେବେ ରାଷ୍ଟ୍ରପତି ପଦବୀ ପାଇନାହାନ୍ତି । ଏଥର ଏହି ପରେ ଜଣେ ଆଦିବାସୀଙ୍କୁ ବସାଇବା ପାଇଁ ସମ୍ପ୍ରଦାୟ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ମୋ’ ନାମ ଘୋଷଣା କରି ଆଦିବାସୀ ସମ୍ପ୍ରଦାୟ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ” ସାଙ୍ଗମା କହିଥିଲେ ।

ବର୍ତମାନ ସୁଦ୍ଧା ବିଜେଡି, ବିଜେପି, ଓଜିପି, ଅକାଳୀଦଳକୁ ମିଶାଇ ତାଙ୍କୁ ୧୮ଟି ଦଳ ସମର୍ଥନ କରୁଛନ୍ତି । ଆଉ କେତେକ ଦଳ ଖୁବ୍ ଶୀଘ୍ର ସେମାନଙ୍କର ସମର୍ଥନ ଘୋଷଣା କରିବେ ବୋଲି ସେ କହିଥିଲେ ।

ଓଡ଼ିଶାରୁ ପ୍ରଥମେ ତାଙ୍କ ପ୍ରାର୍ଥିତ୍ୱ ସମ୍ପର୍କରେ ଘୋଷଣା ହୋଇଥିବାରୁ ସେ ଆନନ୍ଦ ପ୍ରକାଶ କରିଛନ୍ତି । ବିଜେଡ଼ି କାର୍ଯ୍ୟାଳୟରେ ଆୟୋଜିତ ସଭାରେ ଯୋଗେଇ ସାଙ୍ଗମା ଦଳର ବିଧାୟକ, ସାଂସଦ ଏବଂ ମନ୍ତ୍ରୀ ମାନଙ୍କୁ ସମ୍ବୋଧନ କରିଥିଲେ ଏବଂ ପରେ ବିଜେପି କାର୍ଯ୍ୟାଳୟରେ ମଧ୍ୟ ବିଧାୟକ ମାନଙ୍କ ସହ ଆଲୋଚନା କରିଥିଲେ ।

ବିଜେଡି ଓ ବିଜେପି ପକ୍ଷରୁ ପୃଥକ୍ ଭାବେ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଉଭୟ ଦଳର ସାଂସଦ ଓ ବିଧାୟକମାନେ ତାଙ୍କୁ ସମର୍ଥନ ଜଣାଇଛନ୍ତି ।

ସାଙ୍ଗମା ବିମାନବନ୍ଦରରେ ପହଞ୍ଚିବା ପରେ ଶାସକ ଦଳର ମୁଖ୍ୟ ସଚେତକ ରବି ପାଣି ଓ ଅନ୍ୟମାନେ ତାଙ୍କୁ ସ୍ୱାଗତ କରିଥିଲେ । ସାଙ୍ଗମା ବିମାନ ବନ୍ଦରରୁ ସିଧା ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ବିଜେଡ଼ି କାର୍ଯ୍ୟାଳୟରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଦଳର ସାଂସଦ ଓ ବିଧାୟକ ମାନଙ୍କ ପାଖକୁ ଯାଇ ସାଙ୍ଗମାଙ୍କ ପରିଚୟ କରାଇଥିଲେ ।

ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସଭାପତି ଜୁଏଲ ଓରାମ, ବିଧାୟକ ଦଳର ନେତା କନକବର୍ଦ୍ଧନ ସିଂହଦେଓ ଓ ଅନ୍ୟମାନେ ସାଙ୍ଗମାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଓଡ଼ିଶାର ସମସ୍ତ ବିଜେପି ବିଧାୟକ ତାଙ୍କୁ ସମର୍ଥନ କରିବେ ବୋଲି କନକ ଘୋଷଣା କରିଥିଲେ । ବିଜେପି ତାଙ୍କୁ ସମର୍ଥନ କରିବା ପରେ କଂଗ୍ରେସ ଆତଙ୍କିତ ହୋଇଛି ବୋଲି ଏହି ଅବସରରେ ସାଙ୍ଗମା କହିଥିଲେ । ।

ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଲୋକେ ଜାଣିବାକୁ ପାଉନଥିଲେ କିନ୍ତୁ ୨୦୧୨ ରାଷ୍ଟ୍ରପତି ନିର୍ବାଚନ ପାଇଁଗାଁରୁ ସହର ଯାଏଁ ଚର୍ଚ୍ଚା ଚାଲିଛି, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ବିଜେଡ଼ି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ସାଙ୍ଗମା

ସାଙ୍ଗମାନଙ୍କ ପ୍ରାର୍ଥୀତ୍ୱକୁ ବିଜେଡ଼ି ସମର୍ଥନ କରିବ: ନବୀନ

May 17, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୧୭(ଓଡ଼ିଶା ଡ଼ଟ୍ କମ୍) ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ପୂର୍ବତନ ଲୋକସଭା ବାଚସ୍ପତି ପି.ଏ.ସାଙ୍ଗମାଙ୍କ ପ୍ରାର୍ଥୀତ୍ୱକୁ ଦଳ ସମର୍ଥନ କରିବ ବୋଲି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କହିଛନ୍ତି ।

ସାଙ୍ଗମା ସବୁଠାରୁ ଉପଯୁକ୍ତ ପ୍ରାର୍ଥୀ ଏବଂ ଏସଂପର୍କରେ ଦଳର ନେତା ମାନଙ୍କ ସହ ଆଲୋଚନା କରିଛି ବୋଲି ସେ କହିଛନ୍ତି । ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସହ ମଧ୍ୟ ଆଲୋଚନା କରିଥିବା ସେ କହିଛନ୍ତି ।

ଆଠଥର ଲୋକସଭାକୁ ନିର୍ବାଚିତ ହୋଇଥିବା ସାଙ୍ଗମା ୧୯୯୯ରେ କଂଗ୍ରେସ ଦଳରୁ ଇସ୍ତଫା ଦେଇ
ଶରଦ ପାୱାରଙ୍କ ରାଷ୍ଟ୍ରବାଦି କଂଗ୍ରେସ ପାର୍ଟି(ଏନ୍ସିପି)ରେ ଯୋଗ ଦେଇଥିଲେ ।

ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ଜୁଲାଇରେ ହେବାକୁ ଥିବା ବେଳେ ଏଥିପାଇଁ ତାରିଖ ଘୋଷଣା ହୋଇନାହିଁ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନବୀନ, ରାଷ୍ଟ୍ରପତି ନିର୍ବାଚନ, ସାଙ୍ଗମା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ