• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସାଧାରଣତନ୍ତ୍ର ଦିବସ

ଗଣରାଜ୍ୟ ଦିବସ ସାରା ରାଜ୍ୟରେ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ

January 27, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦାତା

ଭୁବନେଶ୍ୱର, ଜାନୁଆରୀ ୨୬(ଓଡିଶା ଡଟ୍ କମ୍ )-ଶାନ୍ତି ଶୃଙ୍ଖଳାର ସହ ଆଜି ସାରା ରାଜ୍ୟରେ ପାଳିତ ହୋଇଛି ୬୪ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଉତ୍ସବ ମୁଖର ହୋଇ ଉଠିଥିଲା ସାରା ରାଜ୍ୟ । ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ପ୍ୟାରେଡରେ ରାଜ୍ୟପାଳ ଶ୍ରୀ ମୁରଲୀଧର ଚନ୍ଦ୍ରକାନ୍ତେ ଭଣ୍ଡାରେ ମୁଖ୍ୟଅତିଥିରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

ଭୁବନେଶ୍ୱରରେ ରାଜ୍ୟପାଳ ଜାତୀୟ ପତାକା ଉତ୍ତୋଳନ କରିସାରିବା ପରେ ଆରମ୍ଭ ହୋଇଥିଲା ପ୍ୟାରେଡ । ବାଦ୍ୟର ତାଳେ ତାଳେ ହାତକୁ ହାତ ହଲେଇ ପାଦକୁ ପାଦ ମିଳାଇ ସଂଚଳନରେ ଭାଗନେଇଥିଲେ ୮୫ଟି ଦଳ । ଏଥିସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ବେଶ୍ ଆକର୍ଷଣୀୟ ଥିଲା । ପ୍ରଜ୍ଞାପନ ମେଢ ରାଜ୍ୟସ୍ତରୀୟ ପ୍ୟାରେଡରେ ମଧ୍ୟ ସ୍ଥାନ ପାଇଥିଲା ।

ସେହିପରି ନକ୍ସଲ ଉପଦ୍ରୁତ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହିତ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି । ଓଡିଶା ମାଓବାଦୀ ପାର୍ଟିର ବନ୍ଦ ଡାକରା ସତ୍ୱେ ଉତ୍ସବରେ ମଳିନ ପଡିନଥିଲା । କୋରାପୁଟରେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର,ରାୟଗଡାରେ ରବି ନାରାୟଣ ନନ୍ଦ,ପାରଳାଖେମୁଣ୍ଡିରେ ଉଷା ପାଢୀ ଓ ମାଲାକାନାଗିରିରେ ସୁବ୍ରତ ତରାଇ ତ୍ରୀରଙ୍ଗା ଉତ୍ତୋଳନ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଗଣରାଜ୍ୟ ଦିବସ, ତ୍ରୀରଙ୍ଗା, ପ୍ୟାରେଡ, ମାଲାକାନାଗିରି, ସାଧାରଣତନ୍ତ୍ର ଦିବସ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ନିର୍ବାଚନୀ ଚାଲ-ବିରୋଧୀ

January 27, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୬(ଓଡିଶା ଡଟ୍ କମ୍ )-ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବ ପରିବାରକୁ ୧ ଟଙ୍କାରେ ଚାଉଳ ଯୋଗାଇ ଦେବାକୁ ଘୋଷଣା କରିବାପରେ ବିରୋଧୀ ସମାଲୋଚନା କରିଛନ୍ତି ।

କଂଗ୍ରେସ କହିଛି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସଂପୂର୍ଣ୍ଣ ନିର୍ବାଚନୀ ଚାଲ । ଖାଦ୍ୟ ସୁରକ୍ଷା ବିଲ୍ ଗୃହୀତ ହେବାପରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ସାଧାରଣ ବଣ୍ଟନ ସାମଗ୍ରୀକ ଭାବରେ ଅନେକ ରିହାତି ଦେଉଛନ୍ତି । ଏଥିରେ ରାଜ୍ୟର କିଛି ବାହାଦୁରି ନାହିଁ । କେବଳ ଘୋଷଣା କରି ଭୋଟ ରାଜନୀତି କରୁଛନ୍ତି ମୁଖ୍ୟମନ୍ତ୍ରୀ ।

ପିସିସି ସଭାପତି ଶ୍ରୀ ନିରଂଜନ ପଟ୍ଟନାୟକ କହିଛନ୍ତି ୨୦୦୯ ନିର୍ବାଚନରୁ ଏହି ଯୋଜନା କଂଗ୍ରେସ ଇସ୍ତାହାରରେ ରହିଥିଲା । ୨୦୧୪ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଏହାକୁ ଆପଣେଇଛନ୍ତି । ନବୀନ ବାବୁ ଏହା କହିବାର ଉଦ୍ଦେଶ୍ୟ ହେଲା ସେ ନିର୍ବାଚନ ପାଇଁ ଭୟଭିତ ହୋଇ ଯାଇଛନ୍ତି ।

ଏହାଛଡା ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ ହେବାପରେ କେନ୍ଦ୍ର ସରକାର ଗରୀବ ପରିବାରକୁ ଚାଉଳ କିଲୋ ପିଛା ୩ଟଙ୍କାରେ ଦେବାକୁ ଯୋଜନା କରିଥିଲେ । ଏବେ ରାଜ୍ୟ ସରକାର କିଲୋପିଛା ଏକ ଟଙ୍କା ଦେଲେ ସେଥିରେ କିଛି ବାହାଦୁରି ନାହିଁ ।

ବିଜେପି ମଧ୍ୟ କଂଗ୍ରେସ ସ୍ୱରରେ ସ୍ୱର ମିଳାଇଛି । ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି ରାଜ୍ୟର ୪୪ ଲକ୍ଷ ଗରିବ ପରିବାର ଭୋଟ ହାତେଇବା ପାଇଁ ସାଧାରଣତନ୍ତ୍ର ଦିବସରେ ଏପରି ଅସାଧରଣ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଭିନ୍ନ ରାଜନୈତିକ ବିଶେଷଜ୍ଞଙ୍କ ମତହେଲା ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ସାଧାରଣ ଜନତାଙ୍କ ଉନ୍ନତି ହେବ ନାହିଁ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଆଗାମୀ ଦିନରେ ମଧ୍ୟ ମାଗଣାରେ ଚାଉଳ ମିଳି ପାରିବ ।

ସାଧାରଣ ବଣ୍ଟନ ନିୟମରେ ବିପିଏଲ ପରିବାରକୁ ପ୍ରତିକିଲୋ ଚାଉଳ ପିଛା କେନ୍ଦ୍ର ସରକାର ଦେଉଛନ୍ତି ୧୬ ଟଙ୍କା ରିହାତି । ରାଜ୍ୟ ସରକାର କେନ୍ଦ୍ର ସରକାର ଠାରୁ ଚାଉଳ କିଣୁଛନ୍ତି କିଲୋ ପିଛା ୬ ଟଙ୍କା ଦରରେ । ସେଥିରେ ୫ଟଙ୍କା ରିହାତି ଦେଇ କିଲୋ ପିଛା ଏକଟଙ୍କା ଦରରେ ଚାଉଳ ଯୋଗାଇ ଦେବାକୁ ସ୍ଥିର କରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ୧ ଟଙ୍କାରେ ଚାଉଳ, କଂଗ୍ରେସ, ନିର୍ବାଚନ, ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର, ସାଧାରଣତନ୍ତ୍ର ଦିବସ

ଫେବୃୟାରୀରୁ ବିପିଏଲ ପରିବାରଙ୍କୁ ଏକ ଟଙ୍କାରେ କିଲେ ଚାଉଳ-ମୁଖ୍ୟମନ୍ତ୍ରୀ

January 27, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ, ଜାନୁଆରୀ ୨୬(ଓଡିଶା ଡଟ୍ କମ୍)-ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା । ଏଣିକି ବିପିଏଲ ପରିବାରକୁ ୨ ଟଙ୍କା ନୁହେଁ ୧ ଟଙ୍କାରେ ଚାଉଳ ଯୋଗାଇ ଦିଆଯିବ । ଆଜି ବାରବାଟୀ ଷ୍ଟାଡିୟମରେ ସାଧାରଣତନ୍ତ୍ର ଦିବସରେ ଏ ବିଷୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

19-1-2013=3naveen

ଶନିବାର ଦିନ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ପାଳିତ ହୋଇଛି ୬୪ତମ ସାଧାରଣତନ୍ତ୍ର ଦିବସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆସନ୍ତା ଫେବୃୟାରୀ ପହିଲାରୁ ସାରା ରାଜ୍ୟରେ ଥିବା ବିପିଏଲ ପରିବାରକୁ କିଲୋ ପିଛା ୧ଟଙ୍କାରେ ଚାଉଳ ଯୋଗାଇ ଦେବାକୁ ଘୋଷଣା କରିଥିଲେ । କେବଳ ବିପିଏଲ ପରିବାର ନୁହଁନ୍ତି କେବିକେ ଅଞ୍ଚଳର ଏପିଏଲ ପରିବାରକୁ ମଧ୍ୟ ୧ ଟଙ୍କାରେ କିଲୋ ହିସାବରେ ଚାଉଳ ଯୋଗାଇ ଦିଆଯିବ ।

ଅନ୍ତ୍ୟୋଦୟ ହିତାଧିକାରୀ,ଭିନ୍ନକ୍ଷମ ଏବଂ ଅନୁସେଚିତ ଜାତି ଓ ଜନଜାତି ଛାତ୍ରାବାସ ଏହି ଯୋଜନାରେ ସାମିଲ ହେବ । ରାଜ୍ୟର ୫୮ ଲକ୍ଷ ଉପଭୋକ୍ତା ଏହା ଦ୍ୱାରାଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ରାଜ୍ୟର ଅଭିବୃଦ୍ଧିହାର ଜାତୀୟ ଅଭିବୃଦ୍ଧିହାର ଠାରୁ ଆଗରେ ଅଛି । ରାଜ୍ୟରେ ପୃଷ୍ଠିହୀନତା ରୋକିବାରେ କାର୍ଯ୍ୟକ୍ରମ ସଫଳ ହୋଇଛି । ପ୍ରତି ଗାଁକୁ ବିଜୁଳି,ସଡକ ଓ ପାଣି ଯୋଗାଇ ଦେବାକୁ ସରକାର ବଦ୍ଧ ପରିକର ଅଛନ୍ତି ।

ଆଗକୁ ଉଦ୍ୟାନ କୃଷିର ବିକାଶ ସହିତ କୃଷି ଶିଳ୍ପକୁ ପ୍ରୋତ୍ସାହନ କରିବାକୁ ରାଜ୍ୟ ସରକାର ଖୁବ୍ ଶୀଘ୍ର ଏକ ଖାଦ୍ୟ ପ୍ରକ୍ରୀୟା କରଣ ନୀତି ପାଳନ କରିବାକୁ ଯାଉଛନ୍ତି । ଏଥିସହିତ କେନ୍ଦୁପତ୍ର ତୋଳାଳି,ବୁଣାକାର ଓ କାରୀଗରମାନଙ୍କର ସ୍ୱାର୍ଥରକ୍ଷା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତି ହେଉଥିବା ନବୀନ ସୂଚନା ଦେଇଛନ୍ତି ।

ଏଥର ସାଧାରଣତନ୍ତ୍ର ପ୍ୟାରେଡରେ ୫୬ଟି ଦଳ ଅଂଶଗ୍ରହଣ କରିଥିଲେ । ଉତ୍ସବ ଶେଷରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଦଳ ସହିତ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: ୧ ଟଙ୍କାରେ ଚାଉଳ, ଉଦ୍ୟାନ କୃଷି, ପ୍ୟାରେଡ, ବାରବାଟୀ ଷ୍ଟାଡିୟମ, ମୁଖ୍ୟମନ୍ତ୍ରୀ, ସାଧାରଣତନ୍ତ୍ର ଦିବସ

ସାଧାରଣତନ୍ତ୍ର ଦିବସରେ ବିକାଶରେ ନିଆରା ପରମ୍ପରା

January 26, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଜାନୁୟାରୀ ୨୬(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲା ବିକାଶ ଶିକ୍ଷାନୁଷ୍ଠାନ ପରିସରରେ ୬୩ ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି ।

ଗଂଗାଧର ମେହେର ସ୍ୱୟଂଶାସିତ କଲେଜର ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର ଡ଼.ରାଜନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତାକା ଉତୋଳନ କରିଥିଲେ ।

ଏହି ଅବସରରେ ଉଭୟ ସ୍କୁଲ ଓ କଲେଜର ଚାରୋଟି ହାଉସର ଛାତ୍ରଛାତ୍ରୀ ସହ ଇଂଜିନିୟରିଂ କଲେଜର ଛାତ୍ରୀମାନେ ପ୍ୟାରେଡ ପ୍ରର୍ଶନ କରିଥିଲେ । ପରେ ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

ଏହି ଅବସରରେ ବରଗଡ଼ ଶାରୀରିକ ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସମ୍ବଲପୁରୀ, ଘୁଡ଼କା, ଘୁମରା ଆଦି ନୃତ୍ୟ ଗୀତ ପରିବେଷଣ କରି ପରିବେଶକୁ ମୁଖରିତ କରିଥିଲେ ।

ପରିଶେଷରେ ସେମାନଙ୍କୁ ବିକାଶ ସ୍କୁଲର ଛାତ୍ରଛାତ୍ରୀମାନେ ଉପହାର ସ୍ୱରୂପ ପେନ୍, ପେନ୍ସିଲ, ରବର, ବ୍ରସ ପ୍ରଦାନ କରି ଉତ୍ସାହିତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଅଧ୍ୟକ୍ଷ ଡି ମୁରଳୀ କ୍ରୀଷ୍ଣା, କଲେଜ ଅଧ୍ୟକ୍ଷ ସମରେନ୍ଦ୍ର ପଣ୍ଡା, ସ୍କୁଲ
ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ ପ୍ରମୁଖ ମଞ୍ଚାସୀନ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ବରଗଡ଼, ବିକାଶ, ସାଧାରଣତନ୍ତ୍ର ଦିବସ

ସାଧାରଣତନ୍ତ୍ର ଦିବସ ପାଇଁ ତ୍ରିସ୍ତରୀୟ ସୁରକ୍ଷା

January 24, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୨୫(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଦୁଇଦିନ ପୂର୍ବରୁ ସହରର ପ୍ରବେଶପଥ ଗୁଡ଼ିକୁ ସିଲ୍ କରିିଆଯିବା ସହ ହୋଟେଲ ଏବଂ ଲଜ୍ ଗୁଡ଼ିକରେ ବ୍ୟାପକ ଯାଂଚ କରାଯାଇଛି ।

ପ୍ୟାରେଡ଼ ସମୟରେ ସୁରକ୍ଷା ପାଇଁ ୨୦ ପ୍ଲାଟୁନ୍ ଓଏସ୍ଏପି, ଦୁଇ ୟୁନିଟ୍ ଏସ୍ଓଜି ଏବଂ ୫୦ ଜଣ ଏପିଆର୍ଙ୍କୁ ନିୟୋଜିତ କରାଯାଇଥିବା ରାଜ୍ୟ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ସେହିପରି ସୁରକ୍ଷା ବ୍ୟବସ୍ଥା ପରିଚାଳନା ପାଇଁ ଚାରି ଜଣ ଅତିରିକ୍ତ ଡ଼ିସିପି, ତିନି ଜଣ ଡ଼ିସିପି, ୧୨ ଜଣ ଏସିପି, ୨୦ ଜଣ ଇନ୍ସପେକ୍ଟର ଏବଂ ଶହେରୁ ଉଦ୍ଧ୍ୱର୍ ଏସ୍ଆଇ ଏଏସ୍ଆଇଙ୍କୁ ନିୟୋଜିତ କରାଯାଇଛି ।

ଏହାବ୍ୟତୀତ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୭୮ ଜଣ ଟ୍ରାଫିକ୍ କନ୍ଷ୍ଟେବଲ, ୫୦ ଜଣ ମହିଳା କନ୍ଷ୍ଟେବଲ ଏବଂ ଶହେଜଣ ଗୃହରକ୍ଷୀଙ୍କୁ ନିୟୋଜିତ କରାଯାଇଥିବା ସେ କହିଛନ୍ତି ।

ସାଧାରଣତନ୍ତ୍ର ଦିବସଦିନ ସକାଳ ୬ଟାରୁ ପ୍ୟାରେଡ଼ ଶେଷ ହେବା ପର୍ଯ୍ୟନ୍ତ ରାଜମହଲ ରାମମନ୍ଦିରରୁ ମାଷ୍ଟରକ୍ୟାନ୍ଟିନ୍ ମଧ୍ୟରେ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଭୁବନେଶ୍ୱର, ସାଧାରଣତନ୍ତ୍ର ଦିବସ

ଶାନ୍ତିଶୃଙ୍ଖଳାର ସହ ସାଧାରଣତନ୍ତ୍ର ଦିବସ ପାଳିତ

January 26, 2011 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବ।ଦଦାତା

ଭୁବନେଶ୍ୱର, ଜାନୁୟାରୀ ୨୬ (ଓଡିଶା ଡଟ୍ କମ୍) ରାଜ୍ୟର ବିଭିନ୍ନ ସ୍ଥାନରେ ବୁଧବାର ଶାନ୍ତିଶୃଙ୍ଖଳାର ସହିତ ୬୨ତମ  ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି ।

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ରାଜ୍ୟସ୍ତରୀୟ   ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିବା ବେଳେ କଟକ ବାରବାଟୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ଼୍ରେ ଅଭିବାଦନ ଗ୍ରହଣ କରିଛନ୍ତି ।

ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ଉପରେ ପଦକ୍ଷେପ ଗ୍ରହଣ କରାଯାଉଛି । ସବୁ ଆଦିବାସୀ ଓ ମହିଳାଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ।

ପଛୁଆ ଜାତି, ଆଦିବାସୀ, ଗରିବ, ଓ ମହିଳା ମାନଙ୍କ ଉନ୍ନତି ଏବଂ ଶିଳ୍ପର ବିକାଶ ପାଇଁ ପଦକ୍ଷେପ ଗ୍ରହଣ   କରାଯାଉଛି । ମାଓବାଦୀମାନେ ରାଜ୍ୟର ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରିଛନ୍ତି । ସମାଜର ମୁଖ୍ୟ ସ୍ରୋତକୁ ଫେରିଆସିବା ପାଇଁ ସେମାନଙ୍କୁ ବହୁବାର ଆହ୍ୱାନ କରାଯାଇଛି ବୋଲି ସେ କହିଛନ୍ତି ।

କଟକର ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ଏଠାରେ ପ୍ୟାରେଡ୍ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା   କଡାକଡି କରାଯାଇଥିଲା । ସେହିପରି ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ପ୍ୟାରେଡ୍ରେରେ ଅଂଶ ଗ୍ରହଣ କରିଥିଲେ ।

ବିଭିନ୍ନ ପ୍ରଜ୍ଞାପନ ମେଢ଼ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରମାନେ ସାଂସ୍କୃତିକ  କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ମାଓ ଉପ୍ରୁତ ମାଲକାନଗିରି, ରାୟଗଡା, କନ୍ଧମାଳ, ଗଜପତି, ନବରଙ୍ଗପୁର ଆଦି ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା  ଗ୍ରହଣ କରାଯାଇଥିଲା । ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ ଆନନ୍ଦ ଉଲ୍ଲାସର ସହିତ ସାଧାରଣତନ୍ତ୍ର ଦିବସ ପାଳନ  କରାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପ୍ୟାରେଡ୍, ମୁଖ୍ୟ ଖବର, ସାଧାରଣତନ୍ତ୍ର ଦିବସ

ସାଧାରଣତନ୍ତ୍ର ଦିବସରେ ସ୍ୱତନ୍ତ୍ର ଗ୍ରାମସଭା

January 4, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

ଭୁବନେଶ୍ୱର, ଜାନୁୟାରୀ ୪(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ସମସ୍ତ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭାର ଆୟୋଜନ ନିମନ୍ତେ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

୨୦୧୧ ଜନଗଣନା ପାଇଁ ଫେବୃୟାରୀ ୯ ତାରିଖରୁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ଜନଗଣନାକାରୀ ଘରଘର ବୁଲି ପିଲାଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ, ପୁରୁଷ ଓ ସ୍ତ୍ରୀ ପ୍ରତ୍ୟେକ ବ୍ୟକ୍ତିଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିବା ପାଇଁ ଚୂଡ଼ାନ୍ତ ହୋଇଛି ।

କୌଣସି ବ୍ୟକ୍ତିଙ୍କ ନାମ ଏହି ତାଲିକାରୁ ବାଦ ନ ପଡ଼ିବା ତଥା ଯେପରି ନାମ ଦୁଇ ଥର ଉଲ୍ଲେଖ ନହୁଏ ସେ ସଂପର୍କରେ  ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜନଗଣନା ନିର୍ଦ୍ଦେଶକଙ୍କ ଅନୁରୋଧକ୍ରମେ ପଞ୍ଚାୟତିରାଜ ବିଭାଗ  ପକ୍ଷରୁ ଏହି ଗ୍ରାମସଭା କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ନିର୍ଭୁଲ ଜନଗଣନା ପାଇଁ ଜନଗଣନାକାରୀଙ୍କୁ ସହଯୋଗ କରିବା, ସଠିକ୍ ତଥ୍ୟ ପ୍ରଦାନ କରିବା ଇତ୍ୟାିଦି ଗୁରୁତ୍ୱପୂର୍ଣ୍ଣ  ବିଷୟରେ ଗ୍ରାମସଭାରେ ଆଲୋଚନା କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଗ୍ରାମସଭା, ମୁଖ୍ୟ ଖବର, ସାଧାରଣତନ୍ତ୍ର ଦିବସ

ଓଡ଼ିଶୀ ନୃତ୍ୟର ଭବିଷ୍ୟତ ଉଜ୍ଜ୍ୱଳ (ସାକ୍ଷାତକାର)

February 1, 2006 by ନିଉଜ ଡେସ୍କ Leave a Comment

ଓଡ଼ିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧(ଓଡ଼ିଶା ଡଟ୍ କମ୍) “ଓଡ଼ିଶୀ ନୃତ୍ୟର ଭବିଷ୍ୟତ ଉଜ୍ଜ୍ୱଳ” କହନ୍ତି ଓଡ଼ିଶୀ ନୃତ୍ୟ କଳାକୁ ତାଙ୍କର ଅବଦାନ ଯୋଗୁଁ ନିକଟରେ ପଦ୍ମଶ୍ରୀ ଉପାଧି ପାଇଁ ଓଡ଼ିଶାରୁ ମନୋନୀତ ହୋଇଥିବା ଇଟାଲୀର ଇଲିଆନା ସିତାରିଷ୍ଟି ।

ପ୍ରାୟ ଦୁଇ ଦଶନ୍ଧି ଧରି ଓଡ଼ିଶାରେ ରହି ଆସୁଥିବା ସିତାରିଷ୍ଟି ଓଡ଼ିଶୀ ନୃତ୍ୟର ପ୍ରସାର ପାଇଁ ଭୁବନେଶ୍ୱରର ବିନ୍ଦୁ ସାଗର ନିକଟରେ ଖୋଲିଛନ୍ତି “ଆର୍ଟ ଭିଜନ୍” ଡ୍ୟାନ୍ସ ସ୍କୁଲ । ୧୯୯୫ରେ ସେ ପ୍ରତିଷ୍ଠା କରିଥିବା ଏହି ସ୍କୁଲରେ ଦେଶ ବିଦେଶର ଶତାଧିକ ଛାତ୍ରଛାତ୍ରୀଙ୍କୁ ଓଡ଼ିଶୀ ଶିକ୍ଷା ଦେଇ ଆସୁଛନ୍ତି ।

ଉତ୍ତର ଇଟାଲୀର ବରଗାମୋରେ ନିଜ ଘରେ ଅସୁସ୍ଥ ବାପାଙ୍କୁ ଭେଟି ଭୁବନେଶ୍ୱର ଫେରିବା ପରେ ଭାରତର ଏହି ସମ୍ମାନ ସଂପର୍କୀତ ଖବର ଶୁଣି ସେ ଖୁସିରେ ଅଭିଭୂତ ହୋଇ ଯାଇଥିଲେ । ତେବେ ସେ ଅଧିକ ଖୁସି ହୋଇଥିଲେ ତାଙ୍କ ନାଁ ପାଖରେ ଇଟାଲୀ ବଦଳରେ ଓଡ଼ିଶା ଲେଖା ହେବା ନେଇ ।

“ମୁଁ ଏକ ଭିନ୍ନ ସଂସ୍କୃତିରୁ ଆସିଥିଲେ ମଧ୍ୟ ଏହି ସମ୍ମାନ ପ୍ରଦାନ କରି ଭାରତ ସରକାର ମୋତେ ତାଙ୍କ ଦେଶର ଜଣେ ସ୍ୱୀକୃତିପ୍ରାପ୍ତ କଳାକାରଭାବେ ଗ୍ରହଣ କରିଛନ୍ତି” । ଗତ ଗୁରୁବାର ୫୭ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ସମ୍ମାନଜନକ ଉପାଧି ଲାଭ କରିବା ପାଇଁ ମନୋନୀତ ହୋଇଥିବା ଇଲିଆନା ଓଡ଼ିଶା ଡଟ୍ କମ୍ କୁ ଏକ ସାକ୍ଷାତକାରରେ କହନ୍ତି ।

“ନିଜ ଲକ୍ଷ୍ୟ ପଥରେ ଆଗେଇବା ପାଇଁ ଏହିଭଳି ସମ୍ମାନସବୁ ଜଣକୁ ପ୍ରେରଣା ଯୋଗାଇଥାଏ” । ସମଗ୍ର ବିଶ୍ୱରେ ଓଡ଼ିଶୀ ନୃତ୍ୟର ପ୍ରସାର ହେଉଛି ବିଦେଶରୁ ଆସି ନିଜକୁ ଉତ୍କଳୀୟ ଭାବଧାରାରେ ଉଦ୍ବୁଦ୍ଧ କରିଥିବା ଏହି ଅବିବାହିତା ମହିଳାଙ୍କ ଜୀବନର ଲକ୍ଷ୍ୟ ।

୧୯୬୦ ମସିହାରେ ଚାଲିଥିବା ଫ୍ଲାୱାର ପାୱାର ଆନ୍ଦୋଳନରେ ସେ ଅଂଶ ଗ୍ରହଣ କରିଥିବା ଇଲିଆନା ପୂର୍ବରୁ ଜଣେ ଥିଏଟର କଳାକାର ଥିଲେ ।

ପ୍ରାୟ ୨୭ ବର୍ଷ ତଳେ ନିଜ ଦେଶ ଛାଡି ଭାରତ ଆସିବା ପରେ ସେ କେରଳରେ କଥକଳୀ ଶିକ୍ଷା କରିଥିଲେ । ପରେ ନୃତ୍ୟ ଉପରେ ଅଧିକ ଜିଜ୍ଞାସା ତାଙ୍କୁ ଓଡ଼ିଶା ଆଣିଥିଲା ।

୧୯୭୯ ମସିହାରେ ସେ କଟକରେ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ଭେଟିଥିଲେ ।

“ମାତ୍ର ଗୋଟିଏ ବର୍ଷ ତାଙ୍କଠାରୁ କେତେକ ଅଙ୍ଗଭଙ୍ଗୀ ଶିଖିବା ପରେ ମୁଁ ଫେରିଯିବି ବୋଲି ଭାବିଥିଲି । କିନ୍ତୁ ଏଇଠି ଯେ, ମୋର ଭାଗ୍ୟ ନିର୍ଣ୍ଣୟ ହେବ ବୋଲି ସେତେବେଳ ମୁଁ ଜାଣି ନ ଥିଲି । ଓଡ଼ିଶୀ ବିଷୟରେ ଅଧିକରୁ ଅଧିକ ଶିକ୍ଷା କରିବାରେ ମୋର ଆଗ୍ରହ ମୋତେ ଏଇଠି ବାନ୍ଧି ରଖିଲା” ।

ପିଲାବେଳେ କ୍ଲାସିକାଲ ବାଲେଟ୍ ଡ୍ୟାନ୍ସ ଶିଖୁଥିଲେ ମଧ୍ୟ ବାପା ମାଆଙ୍କ ଋଢିବାଦୀ ଚିନ୍ତାଧାରା ଯୋଗୁଁ ସେ ନୃତ୍ୟ ପାଇଁ ସମୟ ଦେଇ ପାରି ନ ଥିଲେ ।

ତେବେ ୧୬ ବର୍ଷ ବୟସରେ ସେମାନଙ୍କ ବିରୁଦ୍ଧରେ ଇଲିଆନା ସ୍ୱର ଉତ୍ତୋଳନ କରିଥିଲେ । ତାଙ୍କ ବାପା ଜଣେ ପ୍ରକାଶକ ଏବଂ ରାଜନୈତିକ । ତାଙ୍କର ଗୋଟିଏ ଭାଇ ଏବଂ ଗୋଟିଏ ଭଉଣୀ ଅଛନ୍ତି ।

ସିତାରିଷ୍ଟି ତାଙ୍କର ଇଟାଲୀୟ ନାଗରିକତ୍ୱ ତ୍ୟାଗ କରି ନାହାନ୍ତି । ତେବେ ସେ ପ୍ରାଞ୍ଜଳଭାବେ ଓଡ଼ିଆ ଭାଷା କହି ପାରୁଛନ୍ତି ଏବଂ ସ୍ଥାନୀୟ ଖାଦ୍ୟରେ ମଧ୍ୟ ରୁଚି ରଖନ୍ତି ।

ଜଣେ ବିଦେଶୀନିଭାବେ ପ୍ରଥମେ ପ୍ରଥମେ ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଆଜିକାଲି କିନ୍ତୁ ପୃଥିବୀର ଯେ କୌଣସି ସ୍ଥାନରେ ଜଣେ ଭାରତୀୟ କଳାକାରଭାବେ ନୃତ୍ୟ ପ୍ରଦର୍ଶନ କରିବାରେ ନିଜକୁ ଖାପ ଖୁଆଇ ସାରିଲେଣି ବୋଲି ସେ କହିଛନ୍ତି ।

ଆମେରିକା, ଆର୍ଜେଣ୍ଟିନା, ଇଟାଲୀ, ଫ୍ରାନ୍ସ, ଡେନ୍ମାର୍କ, ପୋଲାଣ୍ଡ, ମାଲେସିୟା ଆଦି ଦେଶରେ ସେ ତାଙ୍କର ନୃତ୍ୟ ପ୍ରଦର୍ଶନ କରିଛନ୍ତି ।

ଅନ୍ୟ ବିଦେଶୀ ରାଷ୍ଟ୍ରଗୁଡିକ ଭଳି ଇଟାଲୀରେ ମଧ୍ୟ ଓଡ଼ିଶୀର ଚାହିଦା ରହିଛି । ନୃତ୍ୟର ଭାବକୁ ପୂରାପୂରି ବୁଝି ନ ପାରିଲେ ମଧ୍ୟ ସେଠାକାର ଲୋକମାନେ ଏହାକୁ ଦେଖିବା ପାଇଁ ପସନ୍ଦ କରନ୍ତି ବୋଲି ସେ କହିଛନ୍ତି ।

ତାଙ୍କ ଦେଶରେ ଦର୍ଶନ ଶାସ୍ତ୍ରରେ ଡକ୍ଟରେଟ୍ ଲାଭ କରିଥିବା ସିତାରିଷ୍ଟ କଟକ ସହରରେ ବାର ବର୍ଷ ରହିବା ପରେ ଭୁବନେଶ୍ୱରରେ ଆସିଥିଲେ ।

ଓଡ଼ିଶୀ ବ୍ୟତୀତ ମୟୂରଭଞ୍ଜ ଜିଲ୍ଲାର ଛଉ ନୃତ୍ୟରେ ମଧ୍ୟ ସେ ନିପୂଣା । ଆବଶ୍ୟକସ୍ଥଳେ ଛାତ୍ରଛାତ୍ରୀମାନଙ୍କୁ ଛଉ ମଧ୍ୟ ଶିକ୍ଷା ଦିଅନ୍ତି ।

ଶିକ୍ଷାଦାନ ବ୍ୟତୀତ ସିତାରିଷ୍ଟି ଭାରତର ଆଦିବାସୀ ନୃତ୍ୟ ଉପରେ ଭାରତୀୟ ଏବଂ ବିଦେଶରେ ପ୍ରକାଶିତ ପତ୍ରିକା ଗୁଡିକରେ ଲେଖୁଛନ୍ତି ।

କଟକ ଦୂର ଦର୍ଶନରେ ଜଣେ “ଏ” ଗ୍ରେଡ କଳାକାରର ମାନ୍ୟତା ପାଇଥିବା ସିତାରିଷ୍ଟି ୧୯୯୨ରେ ଇଟାଲୀରେ ସମ୍ମାନଜନକ “ଲିଓନାଡ ମାସିନ ଫର୍ ଦି ଆର୍ଟ ଅଫ୍ଡ୍ୟାନ୍ସ” ପୁରସ୍କାର ପାଇବା ସହ ୧୯୯୪ ମସିହା ଡିସେମ୍ବରରେ ମୁମ୍ବାଇର ସୁର ସିଙ୍ଗର ସଂସଦ ପକ୍ଷରୁ ରାସେଶ୍ୱର ଉପାଧି ଲାଭ କରିଛନ୍ତି ।

ବଙ୍ଗଳା ସିନେମା “ୟୁଗାନ୍ତ” ରେ ନୃତ୍ୟ ନିର୍ଦ୍ଧେଶନା ପାଇଁ ମେ ୧୯୯୬ରେ ସେ ଜାତୀୟ ପୁରସ୍କାର ଲାଭ କରିଥିବା ଏହି କଳାକାର ସେହି ବର୍ଷ ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଏକ ଫେଲୋଶିପ୍ ପାଇ ସେ “ଦି ମେକିଂ ଅଫ୍ ଏ ଗୁରୁ” ପୁସ୍ତକ ଲେଖିଥିଲେ ।

୧୯୯୧ ମସିହାରେ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ସେଣ୍ଟର ଫର ଦି ଆର୍ଟସର ତତ୍ତ୍ୱାବଧାନରେ ଓଡ଼ିଶାର ସାମରିକ କଳା(ମାର୍ଶାଲ ଆର୍ଟସ) ଉପରେ ଗବେଷଣା କରିଛନ୍ତି ।

ଅଧାରୁ ନୃତ୍ୟଶିକ୍ଷା ଛାଡୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସେ ଦୁଃଖିତ ଥିବା କହିଛନ୍ତି । ତାଙ୍କ ମତରେ ମନରେ ସମର୍ପଣ ଭାବ ନେଇ ନୃତ୍ୟ ପ୍ରଦର୍ଶନ କଲେ ଅଭିନୟ ଜୀବନ୍ତ ଏବଂ ହୃଦୟସ୍ପର୍ଶୀ ହୋଇଥାଏ ।

ଓଡ଼ିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଇଲିଆନା ସିତାରିଷ୍ଟି, ଓଡିଶା, ପଦ୍ମଶ୍ରୀ ଉପାଧି, ସାକ୍ଷାତକାର, ସାଧାରଣତନ୍ତ୍ର ଦିବସ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ