• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସାମାଜିକ କର୍ମୀ

ଡିଜିଟାଲ୍ ମିଡିଆର କଣ୍ଠରୁଦ୍ଧ ଉଦ୍ୟମ ନହେଉ: ସାମାଜିକ କର୍ମୀ

May 2, 2015 by News Bureau Leave a Comment

ଭୁବନେଶ୍ଵର , ମଇ ୨ (ଓଡିଶା ଡଟ କମ) ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ ଇଂଟରନେଟରେ ମତବ୍ୟକ୍ତ କରିବାର ଅଧିକାରକୁ ବାଧା ଦେଉଥିବା ଆଇନର ଏକ ଧାରାକୁ ରଦ୍ଧ କରିଦେଇଥିବା ବେଳେ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର ଏଭଳି କିଛି ନୂଆ ଆଇନ ଆଣିବା ଉଚିତ୍ ନୁହେଁ ବୋଲି ସାମାଜିକ କର୍ମୀମାନେ ଏଠାରେ ମତବ୍ୟକ୍ତ କରିଛନ୍ତି ।

Digital4ଭୁବନେଶ୍ୱରରେ ଜନତା ବିକାଶ ମଂଚ ଓ ସିଭିଲ ସୋସାଇଟି ଫୋରମ ଅନ୍ ହୁ୍ୟମାନ ରାଇଟ୍ସ ପକ୍ଷରୁ ମିଳିତ ଭାବେ ଆୟୋଜିତ ଡିଜିଟାଲ୍ ମିଡିଆ : ଆହ୍ୱାନ ଓ ସୁଯୋଗ ଶୀର୍ଷକ କର୍ମଶାଳାରେ ଏହି ମତ ପ୍ରକାଶ ପାଇଛି ।

ଏଠାରେ ଡିଜିଟାଲ୍ ଓଡିଶା ଗଠନ ପାଇଁ ଯୋଜନା ନାମରେ ଏକ ଡ୍ରାଫ୍ଟ ପେପର ପ୍ରକାଶ କରାଯାଇଥିଲା । ଏ ସମ୍ପର୍କରେ ଜନତା ବିକାଶ ମଂଚର ପ୍ରତିଷ୍ଠାତା ସାଇ ପ୍ରସନ କହିଥିଲେ ଯେ, କେନ୍ଦ୍ର ସରକାର ଇଂଟରନେଟରେ ମତ ବ୍ୟକ୍ତ କରିବାର ଅଧିକାର ଉପରେ କଟକଣା କରିବା ଲାଗି ଯୋଜନା କରୁଥିବା କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି ।

କିନ୍ତୁ ଡିଜିଟାଲ୍ ମିଡିଆ ହେଉଛି ଏମିତି ଏକ ଗଣମାଧ୍ୟମ ଯାହା ଲୋକମାନଙ୍କ ଦ୍ୱାରା ନିୟନ୍ତ୍ରିତ ହୁଏ । ତେଣୁ ଏହା ଉପରେ କିଛି କଟକଣା ଜନ ସ୍ୱାର୍ଥ ବିରୋଧୀ ହେବ । ସରକାର ଏହାକୁ ନେଇ ଆଇନ ଓ କଟକଣା ଲଗାଇବା ବଦଳରେ ଇଂଟରନେଟ୍ ବ୍ୟବହାରକାରୀମାନେ ସେମାନଙ୍କ ପାଇଁ ଆଚରଣ ସଂହିତା ଲାଗୁ କରନ୍ତୁ ।

ତେବେ ମତବ୍ୟକ୍ତ କରିବାର ସ୍ୱାଧିନତାର ଅର୍ଥ ନୁହେଁ ଯେ ଡିଜିଟାଲ ମିଡିଆରେ ମହିଳା ଓ ଝିଅମାନଙ୍କ ଚରିତ୍ର ସଂହାର କରିବା । ଏଭଳି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ସରକାର ଦୃଢ କାର୍ଯାନୁଷ୍ଠାନ ନେବା ଉଚିତ୍ ବୋଲି ସେ କହିଥିଲେ । ଡିଜିଟାଲ୍ ଓଡିଶା ଗଠନ ପାଇଁ ସରକାର କିଭଳି ପଦକ୍ଷେପ ନେବେ ତାହା ସିଭିଲ୍ ସୋସାଇଟି ସୁନିଶ୍ଚିତ କରିବେ ।

ଏହାର ସୁବିଧା କେବଳ ଉଚ୍ଚ ବର୍ଗର ଲୋକଙ୍କ ପାଇଁ ନୁହେଁ, ବଂର ଶ୍ରମିକ, ଚାଷୀ ଓ ଅନ୍ୟ ତଳସ୍ତରରେ ଥିବା ନାଗରିକମାନଙ୍କୁ କିପରି ମିଳିପାରିବ, ତାହା ଦେଖାଯିବା ଦରକାର । ଓଡିଶାରେ ଡିଜିଟାଲ୍ ମିଡିଆର ବିକାଶ ପାଇଁ ରାଜ୍ୟ ଆଇଟି ମନ୍ତ୍ରଣାଳୟ ଓ ଓଡିଶା କମ୍ପୁଟର ଆପ୍ଲିକେସନ୍ ସେଂଟରର ଭୂମିକା ଓ ଅବଦାନ ଉପରେ ମଧ୍ୟ ନଜର ରଖିବାକୁ ହେବ ।

????????????????????????????????????

ସାଇ ପ୍ରସନ ଆହୁରି କହିଥିଲେ ଯେ, ରାଜ୍ୟରେ ବିଦ୍ୟୁତ ନେଟୱାର୍କ ଓ ଇଂଟରନେଟ୍ ଅତ୍ୟନ୍ତ ଦୁର୍ବଳ । ଏହି ଦୁଇ କାରଣ ଯୋଗୁ ଆମ ରାଜ୍ୟର ଯୁବସମାଜ ଅନ୍ୟରାଜ୍ୟଙ୍କ ଠାରୁ ଚାକିରି, ଉଦ୍ୟୋଗ ସ୍ଥାପନ ଆଦି କ୍ଷେତ୍ରରେ ଏତେ ସୁବିଧା ପାଇ ପାରୁନାହନ୍ତି ।

ତେଣୁ ରାଜ୍ୟ ସରକାର ଏହି ଦୁଇ ପ୍ରସଙ୍ଗକୁ ଯୁଦ୍ଧ କାଳୀନ ଭିତିରେ ସମାଧାନ କରିବା ଉଚିତ୍ । ଆସନ୍ତା ଛଅମାସ ମଧ୍ୟରେ ଡ୍ରାଫ୍ଟ ପେପର ଉପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଶେଷ କରି ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡିଶାର ପଛୁଆ ଅଂଚଳରେ ସେମିନାର ଓ ୱର୍କସପ୍ ଜରିଆରେ ମତାମତ ଗ୍ରହଣ କରିବୁ ।

ଆସନ୍ତା ନଭେମ୍ବର ମାସରେ ଏହାକୁ ଏକ ପୁସ୍ତକ ଓ ଇ-ପୁସ୍ତକ ଆକାରରେ ପ୍ରକାଶ କରାଯିବ । ଇଂଟରନେଟ୍ ରେ ମତବ୍ୟକ୍ତ କରିବାର ସ୍ୱାଧିନତା ଉପରେ ସିଏସ୍ଏଫଏଚ୍ଆର୍ର ଆବାହକ ଧୀରେନ୍ଦ୍ର ପଣ୍ଡା କହିଲେ, ନିକଟରେ ସୁପ୍ରିମକୋର୍ଟ ଆଇଟି ଆକ୍ଟର ଧାରା ୬୬(କ)କୁ ରଦ୍ଧ କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଓ ଏଭଳି ସବୁ ବ୍ୟବସ୍ଥା ଥିବା ଅନ୍ୟ ଆଇନର ଧାରାକୁ ମଧ୍ୟ ରଦ୍ଧ କରାଯିବା ଉଚିତ୍ ।

କିଛି ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଇଂଟରନେଟ୍ ନିରପେକ୍ଷତାକୁ ନେଇ ସାଲିସ୍ କରିବା ଉଚିତ୍ ନୁହେଁ । କାରଣ ଏହା ହେଉଛି ଏମିତି ଏକ ସ୍ଥାନ ଯେଉଁଠାରେ ଯେ କୌଣସି ବ୍ୟକ୍ତି ବିନା ବାଧକରେ ତାର ଅଭିଜ୍ଞତା ପରିପ୍ରକାଶ କରେ ଓ ଅନ୍ୟଦ୍ୱାରା ଦିଆଯାଇଥିବା ସୂଚନାକୁ ଜାଣିପାରେ ।

ଡିଜିଟାଲ୍ ଓଡିଶା ଗଠନ କରିବା ଲାଗି ଜନତା ବିକାଶ ମଂଚର ଉଦ୍ୟମକୁ ପ୍ରଶଂସା କରି ନିର୍ମାଣ ସଂଗଠନର ନିର୍ଦ୍ଦେଶକ ପ୍ରଶାନ୍ତ ମହାନ୍ତି କହିଲେ, ରାଜ୍ୟରେ ଡିଜିଟାଲ୍ ବ୍ୟବସ୍ଥା ହେଲେ, ଏହା ସହରାଞ୍ଚଳ ଓ ଗ୍ରାମାଂଚଳକୁ ସଂଯୋଗ କରିପାରିବ । ଏହା ଗ୍ରାମାଂଚଳ ବିକାଶରେ ମଧ୍ୟ ସହାୟକ ହେବ । ଏହି ସେମିନାରଟିକୁ ସହଭାଗୀ ବିକାଶ ଅଭିଯାନ ଓ ନିର୍ମାଣ ଭଳି ଦୁଇଟି ସାମାଜିକ ସଂଗଠନ ସହଯୋଗ କରୁଥିଲୋ

ଓଡିଶା ଡଟ କମ

News Bureau
News Bureau

Filed Under: ସଭା ସମିତି Tagged With: ଡିଜିଟାଲ୍ ମିଡିଆ, ସାମାଜିକ କର୍ମୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ