• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସାମ୍ବାଦିକତା

ବରେନ୍ଦ୍ରକୃଷ୍ଣ ଧଳ; ମୁକ୍ତ ବିଚାର ଓ ମୁକ୍ତ ସୃଜନର ମଣିଷ

August 11, 2016 by ଓଡିଶା ଡଟ କମ Leave a Comment

barendra2
କେଦାର ମିଶ୍ର

ସାମ୍ବାଦିକତାର ବିବିଧ ଦାୟିତ୍ଵ  ଭିତରୁ ଦୁଇଟି ପ୍ରମୁଖ ଦାୟିତ୍ଵ ହେଉଛି, ସତ୍ୟ ର ଅନୁସନ୍ଧାନ ଓ ମିଥ୍ୟା ବିରୋଧରେ ଜନମତର ନିର୍ମାଣ ।

ଏହି ଦାୟିତ୍ଵ ତୁଲାଇବାରେ ଆମ ସମୟର ବହୁ ସାମ୍ବାଦିକ ବିଫଳ। ତେବେ ସତ୍ୟ ପ୍ରତି ନିରନ୍ତର ଅନୁରକ୍ତ ରହି ନିଜର ଏକ ସ୍ପଷ୍ଟ ବିଚାର ନିର୍ମାଣ କରିବାରେ ଯେଉଁ କେତେ ଜଣ ସାମ୍ବାଦିକ ଓଡିଶାରେ ସଫଳ, ସେମାନଂକ ମଧ୍ୟରୁ ବରେନ୍ଦ୍ର କୃଷ୍ଣ ଧଳ ଅନ୍ୟତମ ।

ବରେନ୍ଦ୍ର ବାବୁ ଥିଲେ ମୂଳତଃ ବିଚାର ଓ ବିବେଚନା ର ସାମ୍ବାଦିକ। ସେ ହୁଏତ ରିପୋର୍ଟର୍ ନଥିଲେ, କିନ୍ତୁ ତାଂକର ମତ ଓ ବିଚାରରେ ଅନୁସନ୍ଧାନ ତଥା ଅନ୍ଵେଷଣ ର ତୀବ୍ର ପ୍ରଭାବ ରହିଥିଲା ।

ସାମ୍ବାଦିକତା ଓ ସାହିତ୍ୟର ସମନ୍ଵୟ ଘଟାଇବାର ଯେଉଁ ପରମ୍ପରା ଓଡିଶାରେ ସତ୍ୟବାଦୀ ବନ ବିଦ୍ୟାଳୟ ରୁ ସୃଷ୍ଟି ହୋଇଥିଲା, ବରେନ୍ଦ୍ର ବାବୁ ଥିଲେ ସେହି ପରମ୍ପରାର ଅନ୍ୟତମ ସାର୍ଥକ ଦାୟାଦ।barendra

ସେ ଥିଲେ ସାମ୍ବାଦିକ ଓ ସାହିତ୍ୟିକ। ତାଂକ ସମ୍ବାଦ ଓ ମତ ରଚନା ରେ ସୃଜନଶୀଳତା ର ପ୍ରଭାବ ରହିଥିବା ବେଳେ ତାଂକ ଗଳ୍ପ ରଚନା ରେ ସାମାଜିକ ବାସ୍ତବତା ର ନିଛକ ପ୍ରତିଫଳନ ଘଟୁଥିଲା। ତାଂକ ବ୍ୟକ୍ତିତ୍ଵ ନିର୍ମାଣରେ ସାହିତ୍ୟ ଓ ସାମ୍ବାଦିକତାର ଅବଦାନ ସମାନ।

୯, ଅଗଷ୍ଟ ସକାଳେ ଅକଷ୍ମାତ ମୃତ୍ୟୁ ବରଣ କରିଥିବା ଏହି ବିଶିଷ୍ଟ ସାମ୍ବାଦିକ ଓ ଲେଖକଂକ ସମ୍ପର୍କରେ କିଛି କଥା-

୧. କଟକ ଜିଲ୍ଲାର ବାଂକୀରେ ୧୬ ମାର୍ଚ୍ଚ ୧୯୩୯ରେ ଭୂମିଷ୍ଠ ହୋଇଥିବା ସ୍ୱର୍ଗତ ଧଳ ବାଇଶି ବର୍ଷ ବୟସରେ ନିଜର ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ। ପ୍ରଜାତନ୍ତ୍ର, ମାତୃଭୂମି ଓ ସ୍ଵରାଜ୍ୟ ସମ୍ବାଦ ପତ୍ର ସହ ତାଂକର ସମ୍ପୃକ୍ତି ରହିଥିଲା । ପ୍ରଥମେ ଲେଖକ ଓ ପରେ ସାମ୍ବାଦିକ ଭାବରେ ସେ ପ୍ରଜାତନ୍ତ୍ର ରେ ଯୋଗଦାନ କରିଥିଲେ।

ଷାଠିଏ ଦଶକରେ ପ୍ରଜାତନ୍ତ୍ର ଥିଲା ଓଡିଶାର ସାହିତ୍ୟ ଓ ସାମ୍ବାଦିକତା ପାଇଁ ମିଳନ ମଂଚ।

୨. ଓଡିଆ, ବଂଗଳା ଓ ଇଂରାଜୀ, ତିନୋଟି ଯାକ ଭାଷାରେ ସେ ସାମ୍ବାଦିକତା କରିଛନ୍ତି । ଦୀର୍ଘ ବର୍ଷ ଧରି “ନ୍ୟାସନାଲ ହେରାଲଡ୍” ସମ୍ବାଦ ପତ୍ରର ସେ ଥିଲେ ଓଡିଶା ପ୍ରତିନିଧି । ସେହିପରି ବଂଗଳା “ଆଜକଲ୍” ପାଇଁ ମଧ୍ୟ ସେ ଖବର ଯୋଗାଉ ଥିଲେ।

୩. ସାମ୍ବାଦିକତାର ପ୍ରାଥମିକ ଜୀବନରେ ଓଡିଆ ସିନେମା, ନାଟକ ଓ ନୃତ୍ୟ ସଂଗୀତ କୁ ନେଇ ଅନେକ ଚମତ୍କାର ଫିଚର ସେ ଲେଖିଥିଲେ । ଏହା ସହିତ ଅନେକ ସାଂସ୍କୃତିକ ଓ କ୍ରୀଡା ଅନୁଷ୍ଠାନ ସହ ମଧ୍ୟ ସେ ଜଡିତ ଥିଲେ ।
barendra-1

୪. ରିପୋର୍ଟର୍ ଓ ସମ୍ପାଦକ ଭାବରେ ତାଂକର ଦୀର୍ଘ ଦିନର ଅଭିଜ୍ଞତା ପରବର୍ତ୍ତୀ ଜୀବନରେ ତାଂକୁ ଜଣେ ସଫଳ ସ୍ତମ୍ଭକାର ଭାବରେ ପ୍ରତିଷ୍ଠା ଦେଇଥିଲା । ଗତ ତିରିଶ ବର୍ଷ ଧରି ଓଡିଶାର ପ୍ରମୁଖ ଖବର କାଗଜ ଗୁଡିକରେ “ମୁକ୍ତ ବିଚାର” ତଥା “ଖୋଲା ବିଚାର” ଶୀର୍ଷକରେ ତାଂକର ସ୍ତମ୍ଭ ରଚନା ଅବ୍ୟାହତ ରହିଥିଲା।

୫. ସ୍ତମ୍ଭ ରଚନାରେ ତାଂକ ଭାଷା ର ବ୍ୟବହାର ଅତ୍ୟନ୍ତ ସ୍ପଷ୍ଟ, ସରଳ ଓ ଶାଣିତ। ଅନେକ ସମୟରେ ତାଂକ ଭାଷାରେ ତୀର୍ୟକ ବ୍ୟଂଗ ମଧ୍ୟ ରହିଥାଏ । ନିଜ ସ୍ତମ୍ଭ ରଚନାରେ ସେ ଆମ ସମୟ ଓ ସମାଜର
ଗଭୀର ଅନୁଶୀଳନ କରିଛନ୍ତି । ଓଡିଶାର ରାଜନୀତି ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ତାଂକର ସତର୍କ ଦୃଷ୍ଟି ସବୁବେଳେ ରହିଥିଲା ।

ତେଣୁ ତାଂକର ଅଭିମତ ସବୁବେଳେ ତଥ୍ୟ ଭିତ୍ତିକ ଓ ଅକାଟ୍ୟ ଯୁକ୍ତିରେ ଭରପୂର। ତାଂକର ୧୯ ଟି ପ୍ରକାଶିତ ବହି ମଧ୍ୟରୁ ମୁକ୍ତ ବିଚାର ଓ ଖୋଲା ବିଚାର ର ଐତିହାସିକ ମୂଲ୍ୟ ସର୍ବାଧିକ।

୬. ସାମ୍ବାଦିକ ଓ ଲେଖକ ସଂଗଠନ କ୍ଷେତ୍ରରେ ସେ ଥିଲେ ଓଡିଶାର ସବୁଠୁ ଅଗ୍ରଣୀ ବ୍ୟକ୍ତିତ୍ଵ। ନବେ ଦଶକରେ ଜାତୀୟ ସାମ୍ବାଦିକ ସଂଘ ର ସଭାପତି ଭାବରେ ଦାୟିତ୍ଵ ନିର୍ବାହ କରିବାରେ ସେ ଥିଲେ ଏକ
ମାତ୍ର ଓଡିଆ।

ଓଡିଶା ସାମ୍ବାଦିକ ସଂଘ, ଓଡିଶା ଲେଖକ ସାମ୍ମୁଖ୍ୟ, ଓଡିଶା ଲେଖକ ସମବାୟ ସମିତି ଇତ୍ୟାଦି ପ୍ରତିଷ୍ଠା କରିବାରେ ତାଂକର ପ୍ରମୁଖ ଭୂମିକା ରହିଥିଲା ।

୭. ଜଣେ ସର୍ଜନଶୀଳ ଲେଖକ ଭାବରେ ସେ ୬ ଟି ଉପନ୍ୟାସ, ଅନେକ ଗଳ୍ପ, ଦୁଇଟି ଶିଶୁ ସାହିତ୍ୟ ଓ କେତୋଟି ଅନୁବାଦ ପୁସ୍ତକର ସେ ରଚୟିତା । ସମରେଶ୍ ବସୁଂକ ପ୍ରସିଦ୍ଧ ଉପନ୍ୟାସ “ଶାମ୍ବ” ର ଅନୁବାଦ ଲାଗି ତାଂକୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା।

ଓଡିଆ ଗଳ୍ପରେ କ୍ରୀଡା ଓ କ୍ରୀଡାବିତ୍ ନ୍କୁ ନେଇ ଅନେକ ପରୀକ୍ଷା ନିରୀକ୍ଷା ସେ କରିଥିଲେ । କ୍ରୀଡା ଭିତ୍ତିକ ଗଳ୍ପ ରଚନା ରେ ସେ ଥିଲେ ଏକମାତ୍ର ସାର୍ଥକ ଓଡିଆ ଗାଳ୍ପିକ।

୮. ଓଡିଶାରେ ସେ ଥିଲେ ବହି ମେଳା ର ଆଦି ପୁରୁଷ । ପଠନ ଅଭ୍ୟାସ କୁ ଏକ ଉତ୍ସବ ଭାବରେ ପାଳନ କରିବାକୁ ଅଶୀ ଦଶକରେ ସେ ଆରମ୍ଭ କରିଥିଲେ “ଭୁବନେଶ୍ବର ପୁସ୍ତକ ମେଳା” । ଓଡିଶାରେ ବହିର ଉତ୍ସବ ଆଜି ଯଦି ବ୍ୟାପକ ହୋଇଛି ତାର ସବୁ ଶ୍ରେୟ ବରେନ୍ଦ୍ର ବାବୁଂକର ।

ଭୁବନେଶର ପୁସ୍ତକ ମେଳା ଲେଖକ ମାନଂକ ଦ୍ବାରା ଆୟୋଜିତ ଏକମାତ୍ର ବଡ ଉତ୍ସବ ଭାବରେ ଆଜି ପର୍ଯନ୍ତ କାମ କରି ଆସିଛି ଓ ମୃତ୍ୟୁ ପର୍ଯନ୍ତ ବରେନ୍ଦ୍ର ବାବୁ ଥିଲେ ଏହାର ମହା ନାୟକ।
barendra4

୯. ସୃଜନ ହେଉ ବା ସଂଗଠନ, ସମ୍ବାଦିକତା ହେଉ ବା ସମ୍ପାଦନା, ସବୁ କ୍ଷେତ୍ରରେ ଏକ ଅପୂର୍ବ ଦାମ୍ଭିକତାର ସହ ସେ କାମ କରୁଥିଲେ। ଗୋଟେ ସମୟରେ କର୍କଟ ରୋଗ ସହ ଲଢି ସେ ବଂଚିବାର ନୂଆ ଅଧ୍ୟାୟ ଆରମ୍ଭ କରିଥିଲେ।

ନିଜ ରଚନାରେ ବହୁ ଲୋକଂକୁ ତୀବ୍ର ସମାଲୋଚନା କରିଥିବା ବରେନ୍ଦ୍ର ସବୁବେଳେ ନିର୍ଭୀକ ଓ ନିଜ ମତରେ ଅଟଳ।

୧୦. ହୁଏତ ବରେନ୍ଦ୍ର ଧଳ ଲେଖିଥିବା ଅଭିମତ ସହ କେହି ଦ୍ଵିମତ ହୋଇପାରେ, ହେଲେ ତାଂକ ଲେଖାକୁ ଅନଦେଖା କରିବା କଦାପି ସମ୍ଭବ ନୁହଁ। ତିରିଶ ବର୍ଷ ଧରି ପ୍ରତ୍ୟେକ ସପ୍ତାହ ରେ ସେ କୌଣସି ନା କୌଣସି ପ୍ରସଂଗରେ ନିଜର ମତ ରଖିଛନ୍ତି।

ତାଂକ କଲମର ପ୍ରହାରରେ ଅନେକ କ୍ଷମତାଶାଳୀ ଲୋକ ଆହତ କିମ୍ବା କ୍ଷୁବ୍ଧ ହୋଇଛନ୍ତି । ହେଲେ ବରେନ୍ଦ୍ର ବାବୁଂକ କଲମ କେବେବି ଚୁପ୍ ହୋଇ ବସି ରହିନାହିଁ ।

ଏହି ଚିରଂଜୀବୀ ସାମ୍ବାଦିକ ଓ ଗାଳ୍ପିକଙ୍କୁ ଆମର ବିନମ୍ର ଶ୍ରଦ୍ଧା ତର୍ପଣ ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସାହିତ୍ୟ Tagged With: ଅନୁସନ୍ଧାନ, ଜନମତ, ବରେନ୍ଦ୍ରକୃଷ୍ଣ ଧଳ; ସାମ୍ବାଦିକ, ମିଥ୍ୟା, ମୁକ୍ତ ବିଚାର, ସତ୍ୟ, ସାମ୍ବାଦିକତା, ସାହିତ୍ୟ

ସାମ୍ବାଦିକତା କ୍ଷେତ୍ରରେ ବିଜୁଙ୍କ ଅବଦାନ

March 5, 2016 by ନିଉଜ ଡେସ୍କ 1 Comment

ପ୍ରଶାନ୍ତ ପଟ୍ଟନାୟକ

ଜଣେ ଅତ୍ୟନ୍ତ ଦୁଃସାହସିକ, ବୈମାନିକ ଓ ଦୂରଦୃଷ୍ଟା ରାଷ୍ଟ୍ରନୀତିଜ୍ଞ ଭାବରେ ବିଜୁବାବୁଙ୍କୁ ସମସ୍ତେ ଜାଣନ୍ତି । କିନ୍ତୁ ସାମ୍ବାଦିକତା କ୍ଷେତ୍ରରେ ବିଜୁବାବୁଙ୍କର ଅବଦାନ ସମ୍ପର୍କ କେବେ ହେଲେ ଅ।ଲୋଚନା ହେଉନଥିବାରୁ ତାଙ୍କ ଜୀବନର ଏହି ଦିଗଟି ପ୍ରାୟ ଅନ୍ଧାରରେ ରହିଯାଇଛି ।

biju
ସାମ୍ବାଦିକ ପ୍ରଶାନ୍ତ ପଟନାୟକଙ୍କ ବାଇକରେ ବିଜୁ ପଟନାୟକ

ସ୍ୱାଧୀନତା ପୂର୍ବରୁ ଏବଂ ପରେ ପରେ ସମ୍ବାଦପତ୍ର ଗଣମାଧ୍ୟମ ଏକମାତ୍ର ଅସ୍ତ୍ର ରୂପେ ଥିବାରୁ ଏବଂ ଜନସାଧାରଣଙ୍କୁ ପ୍ରଭାବିତ କରିବା ଲାଗି ଅନ୍ୟ କୌଣସି ସମ୍ଭାବ୍ୟ ବିକଳ୍ପ ନଥିବାରୁ ବିଶିଷ୍ଟ ବାମପନ୍ଥୀ ନେତା ଓ ସାମ୍ବାଦିକ ଶ୍ରୀ ଏଡେଟାଟା ନାରାୟଣନ୍, ଡ. ଏଭି ବାଲିଗା, ଅରୁଣା ଅ।ସଫ ଅଲ୍ଲୀ ପ୍ରମୁଖ ଯେତେବେଳେ ଗୋଟିଏ ସପ୍ତାହିତ ସମ୍ବାଦପତ୍ର ପ୍ରକାଶ କରିବା ଲାଗି ଚିନ୍ତା କରିଥିଲେ, ସେମାନଙ୍କ ସହ ସାମିଲ ହୋଇଥିଲେ ବିଜୁ ପଟ୍ଟନାୟକ ।

ସେ ବ୍ରିଟିଶ ସରକାରଙ୍କ ଅଧିନସ୍ଥ ରୟାଲ ଇଣ୍ଡିଅ।ନ୍ ଏୟାରଫୋର୍ସରେ ପାଇଲଟ୍ ଥିବା ସମୟରେ ସ୍ୱାଧୀନତା ସଂଗ୍ରାମୀ ଜୟପ୍ରକାଶ ନାରାୟଣ,ରାମ ମନୋହର ଲୋହିଅ ।, ଅରୁଣା ଅ।ସଫ ଅଲ୍ଲୀ ପ୍ରମୁଖଙ୍କୁ ଗୋପନରେ ନିରାପଦ ସ୍ଥାନକୁ ନେବା ଆଣିବା କରି ବହୁ ବିପ୍ଳବୀଙ୍କର ଏକାନ୍ତ ଅ।ସ୍ଥାଭାଜନ ହୋଇସାରିଥିଲେ ।

ଏହା ସହ ପଢନ୍ତୁ 

ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବ : ବିଜୁ ପଟ୍ଟନାୟକ

ତେଣୁ ଶ୍ରୀମତି ଅ।ସଫ୍ ଅଲ୍ଲୀ, ଡ. ବାଲିଗା, ଶ୍ରୀ ନାରାୟଣନ୍ ପ୍ରମୁଖ ବିଜୁଙ୍କ ସହଯୋଗରେ ଦିଲ୍ଲୀର ଓଲଡ୍ ଥିଏଟର ରୋଡ୍ ସ୍ଥିତ ଏକ ଗୋଦାମ ଘରୁ ଦେଶର ପ୍ରଥମ ସମ୍ବାଦ ସାପ୍ତାହିକ ପତ୍ରିକା “ଲିଙ୍କ୍’ ପ୍ରକାଶ ପାଇବା ଲାଗି ବ୍ୟବସ୍ଥା ହୋଇଥିଲା । ସେତେବେଳେ ବିଜୁ ସବୁପ୍ରକାର ସହଯୋଗ କରିବା ସହ ଦିଲ୍ଲୀର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବହୁତଳ ପ୍ରାସାଦରୁ ଏହି ପତ୍ରିକାଟି ପ୍ରକାଶ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।

ତାଙ୍କ ପ୍ରସ୍ତାବ ଶୁଣି ଅରୁଣାଜୀ ଏବଂ ଅନ୍ୟମାନେ କହିଥିଲେ ” ତୁମର ଚେହେରା ଯେଭଳି ଉଚ୍ଚ ତୁମର ଚିନ୍ତାଧାରା ସେଭଳି ଉଚ୍ଚ, ମାତ୍ର ଏଥିପାଇଁ ଆବଶ୍ୟକ ଟଙ୍କା ଅ।ସିବ କେମିତି ?’ ବିଜୁ ସେତବେଳେ କହିଥିଲେ, “ଇଫ୍ ଦେୟାର ଇଜ୍ ଏ ଉଇଲ, ଦେୟାର ଉଇଲ ବି ଏ ୱେ’ ( ଅ।ମେ ଇଚ୍ଛା ଓ ଉଦ୍ୟମ କଲେ ପଇସାର ଅ।ଦୌ ଅଭାବ ରହିବ ନାହିଁ) ।

ସେତେବେଳେ ବିଜୁଙ୍କ ଦ୍ୱାରା ପ୍ରତିଷ୍ଠିତ କଳିଙ୍ଗ ଏୟାରଲାଇନ୍ସ ନେପାଳର କାଠମାଣ୍ଡୁ ସମେତ ବିଭିନ୍ନ ସ୍ଥାନକୁ ଯାତ୍ରୀ ଓ ମାଲ ପରିବହନ କରି ବେଶ୍ ଅ।ଦୃତ ହୋଇଥିଲା ।

ତେଣୁ ଏହି ଏୟାରଲାଇନ୍ସର ଯୋଗାଯୋଗ ଥିବାର ବ୍ୟକ୍ତିମାନଙ୍କ ଠାରୁ ପ୍ରସ୍ତାବିତ “ଲିଙ୍କ’ ପାଇଁ ସାହାଯ୍ୟ ଓ ସହଯୋଗ ଲୋଡାଯାଇଥିଲା । ସେତେବେଳେ କଳିଙ୍ଗ ଏୟାରଲାଇନ୍ସର ନେପାଳ ଅଫିସ ଦାୟିତ୍ୱରେ ଥିଲେ ଉଚ୍ଚ ଶିକ୍ଷିତ ଓଡିଅ। ଯୁବକ ବଙ୍କିମ ଚନ୍ଦ୍ର ଦାସ ।

ବିଜୁଙ୍କ ପ୍ରତି ତାଙ୍କର ପ୍ରଚଣ୍ଡ ଅନୁରୋକ୍ତି ଏବଂ ସାମ୍ବାଦିକତା ପ୍ରତି ବିଶେଷ ଶ୍ରଦ୍ଧା ଥିବା ହେତୁ ସେ ଏହି ପତ୍ରିକାଟି ପ୍ରକାଶ କରିବା ନିମନ୍ତେ ଗଠିତ ୟୁନାଇଟେଡ୍ ଇଣ୍ଡିଅ। ପିରିଅଡିକାଲସ୍ ପ୍ରା. ଲି.ର ଅଂଶଧନ ବିକ୍ରି କରିବା ଦିଗରେ ଉଦ୍ୟମ ଅ।ରମ୍ଭ କରିଥିଲେ । ନିଜେ ବିଜୁବାବୁ ଓ ତାଙ୍କର ବନ୍ଧୁମାନେ ମଧ୍ୟ ଏହାର ଅଂଶଧନ ବିକ୍ରିପାଇଁ ଲାଗି ପଡିଥିଲେ ।

ଏହି ଉଦ୍ୟମରେ ସଫଳ ହେବା ଫଳରେ ଲିଙ୍କ୍ ପତ୍ରିକାଟି ଅ।ତ୍ମପ୍ରକାଶ କରି କେବଳ ଭାରତରେ ନୁହେଁ ପୃଥିବୀର ଅନ୍ୟାନ୍ୟ ରାଷ୍ଟ୍ରରେ ମଧ୍ୟ ଅ।ଦୃତ ହୋଇଥିଲା । ଇତି ମଧ୍ୟରେ ଦିଲ୍ଲୀର ବାହାଦୂର ଶାହ ଜାଫର ମାର୍ଗଠାରେ ଏକ ଜମି ନେଇ “ଲିଙ୍କ୍ ହାଉସ୍’ ନିର୍ମାଣ କରାଯାଇ ସେହିଠାରୁ ଦୈନିକ “ପ୍ୟାଟ୍ରିୟଟ୍’ ସମ୍ବାଦପତ୍ର ପ୍ରକାଶ ପାଇଁ ମଧ୍ୟ ପଦକ୍ଷେପ ନିଅ।ଗଲା ।

ବିଜୁଙ୍କ ସହଧର୍ମିଣୀ ଶ୍ରୀମତି ଜ୍ଞାନ ପଟ୍ଟନାୟକ ସଂପୃକ୍ତ ପ୍ରକାଶନ ସଂସ୍ଥାର ଅନ୍ୟତମ ନିଦେ୍ର୍ଦଶିକା ଭାବରେ ରହିଲେ । ପଣ୍ଡିତ ଜବାହାରଲାଲ ନେହେରୁଙ୍କ ମନ୍ତ୍ରୀମଣ୍ଡଳର ଅନ୍ୟତମ ସଦସ୍ୟ ତଥା ଦେଶର ବୈଦେଶିକ ମନ୍ତ୍ରୀ ଭାବେ ସୁନାମ ଅର୍ଜନ କରିଥିବା ଭିକେ କ୍ରିଷ୍ଣାମେନନ୍, ସମାଜବାଦୀ ଚିନ୍ତାଧାରାକୁ ବିଶ୍ୱାସ କରୁଥିବା ବହୁ କଂଗ୍ରେସ ନେତା ଏହି ପ୍ରକାଶନ ସଂସ୍ଥାର ଶୁଭଚିନ୍ତକ ଥିଲେ ।

ଏଡେଟାଟା ନାରାୟଣନ୍ ପ୍ୟାଟ୍ରିୟଟ ଦୈନିକ ଓ ଲିଙ୍କ୍ ସାପ୍ତାହିକର ମୁଖ୍ୟ ସଂପାଦକ ଏବଂ ସୁପରିଚିତ ସମାଜବାଦୀ ସାମ୍ବାଦିକ ପି ବିଶ୍ୱନାଥ ଏହାର ସଂପାଦକ ଭାବରେ ଦାୟିତ୍ୱ ତୁଲାଇଥିଲେ । ଦେଶର ପ୍ରଗତି ଓ ସମାଜବାଦୀ ଚିନ୍ତାଧାରାର ବାର୍ତ୍ତାବହ ଭାବରେ ଏହି ସମ୍ବାଦପତ୍ର ଓ ସାପ୍ତାହିକ ପତ୍ରିକା ଦିଲ୍ଲୀର ରାଜନୀତିକୁ ପ୍ରଭାବିତ କରିବାରେ କେତେକ ପରିମାଣରେ ସଫଳ ହୋଇପାରିଥିଲା ।

ବିଜୁଙ୍କ “ଲିଙ୍କ୍ ହାଉସ୍’ ନିର୍ମାଣର ସ୍ୱପ୍ନକୁ ପ୍ରଥମେ ପ୍ରଥମେ ଅରୁଣାଜୀ ମଧ୍ୟ ବିରୋଧ କରିଥିଲେ । ସେ କହିଥିଲେ, ହାତରେ ଧନ ନଥିବା ସମୟରେ ଏତେବଡ ସ୍ୱପ୍ନ ଦେଖିବା ଉଚିତ ହେବ ନାହିଁ । ମାତ୍ର ବିଜୁ ତାଙ୍କ ସ୍ୱଭାବ ସୁଲଭ ଭଙ୍ଗୀରେ କହୁଥିଲେ, ” ଅରୁଣାଜୀ, ଅ ।ପଣା ଅ।ଦୌ ହତାଶ ହୁଅନ୍ତୁ ନାହିଁ, ନିଜ ଉପରେ ଓ ମୋ ଭଳି ଅ।ପଣଙ୍କ ସହ ଥିବା ପ୍ରତିଟି “ସୈନିକ’ ଉପରେ ଅ।ସ୍ଥା ରଖନ୍ତୁ, ନିଶ୍ଚିତ ଭାବରେ ଏହିଠାରେ “ଟାଇମ୍ସ ଅଫ୍ ଇଣ୍ଡିଅ।’, “ଇଣ୍ଡିଅ।ନ୍ ଏକ୍ସପ୍ରେସ୍’ ପ୍ରଭୃତି ସମ୍ବାଦପତ୍ରର କାର୍ଯ୍ୟାଳୟ ନିକଟରେ ଲିଙ୍କ୍ ହାଉସ୍ ମୁଣ୍ଡଟେକି ଛିଡାହେବ ।’

ଏହି ସାମ୍ବାଦିକ ୧୯୬୭ ମସିହା ଠାରୁ ଲିଙ୍କ ଓ ପ୍ୟାଟ୍ରିୟଟ୍ ସହ ସଂପୃକ୍ତ ହେବା ପରେ ଯେତେବେଳେ ଶ୍ରୀମତି ଅ।ସଫ୍ ଅଲ୍ଲୀଙ୍କ ସହ ଦେଖାହୁଏ ସେ ସବୁବେଳେ ଲିଙ୍କ୍ ହାଉସ୍ ନିର୍ମାଣରେ ବିଜୁଙ୍କ ଅବଦାନ ସଂପର୍କରେ ମନେ ପକାଇ ଏଥିପାଇଁ ତାଙ୍କୁ ପ୍ରଶଂସା କରିବା ସମୟରେ ଯଥେଷ୍ଟ ପରିମାଣରେ ଭାବପ୍ରବଣ ହୋଇଉଠିଥାନ୍ତି ।

ଏହା ତ ଗଲା ଇଂରାଜୀ ସାମ୍ବାଦିକତା କ୍ଷେତ୍ରରେ ବିଜୁଙ୍କ ଅବଦାନ । ଓଡିଅ। ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ମଧ୍ୟ ଅବିସ୍ମରଣୀୟ । ଓଡିଶାରୁ ପ୍ରକାଶ ପାଉଥିବା ସମାଜ, ପ୍ରଜାତନ୍ତ୍ର, ମାତୃଭୂମି, ଗଣତନ୍ତ୍ର ପ୍ରଭୃତି ସମ୍ବାଦପତ୍ରଗୁଡିକରେ ବହୁ ଉଚ୍ଚ ଶିକ୍ଷିତ ସାମ୍ବାଦିକ କାର୍ଯ୍ୟ କରୁଥିଲେ ମଧ୍ୟ ଏହି ପେଶା ପ୍ରତି ଶିକ୍ଷିତ ଯୁବକମାନଙ୍କୁ ଅ।କର୍ଷିତ କରିବା ଭଳି ଦରମା ମିଳୁନଥିବାରୁ ଅନେକ ଏଥିପ୍ରତି ଅ।ଗ୍ରହୀ ହେଉନଥିଲେ ।

ବହୁ କ୍ଷେତ୍ରରେ ଡ. ହରେକୃଷ୍ଣ ମହତାବ, ଡ. ରାଧାନାଥ ରଥ ପ୍ରମୁଖଙ୍କ ଅନୁଗାମୀମାନଙ୍କୁ ଏବଂ ଦଳୀୟ କର୍ମୀମାନଙ୍କୁ ସାମ୍ବାଦିକ ଭାବରେ କାର୍ଯ୍ୟ କରିବା ଲାଗି ସୁଯୋଗ ମିଳୁଥିଲା । ସେହି ଦୃଷ୍ଟିରୁ ସାମ୍ବାଦିକତାକୁ ପେଶା ଭାବରେ ଗ୍ରହଣ କରିବା ପାଇଁ ଶିକ୍ଷିତ ଯୁବକମାନଙ୍କ ମଧ୍ୟରେ ଅ।ଗ୍ରହ ପ୍ରକାଶ ପାଉନଥିଲା ।

ମାତ୍ର, ବିଜୁବାବୁ ଯେତବେଳେ “କଳିଙ୍ଗ’ ସମ୍ବାଦପତ୍ରଟି ପ୍ରକାଶ କରିବା ଲାଗି ସ୍ଥିର କଲେ ସେତେବେଳେ ରାଜ୍ୟର ଜଣାଶୁଣା କବି ଓ ସାହିତି୍ୟକ ତଥା ବାମପନ୍ଥୀ ନେତା ଶ୍ରୀ ମନମୋହନ ମିଶ୍ରଙ୍କୁ ଏହାର ସଂପାଦକ ଭାବରେ ନିଯୁକ୍ତି ଦେବା ସହ ବିଶିଷ୍ଟ କମୁ୍ୟନିଷ୍ଟ ନେତା ଶ୍ରୀ ବୈଦନାଥ ରଥଙ୍କୁ ଏହାର ଜେନେରାଲ ମ୍ୟାଜେନର ଭାବରେ ନିଯୁକ୍ତି ଦେଇଥିଲେ ।

ଏହି ସମ୍ବାଦପତ୍ରରେ ପ୍ରଖ୍ୟାତ କବି ଶ୍ରୀ ଜ୍ଞାନେନ୍ଦ୍ର ବର୍ମା, ଶ୍ରୀ ଭାନୁଜୀ ରାଓଙ୍କୁ ମଧ୍ୟ ସମ୍ମାନର ସହ ନିଯୁକ୍ତି ଦିଅ ।ଯାଇଥିଲା । ପରବର୍ତ୍ତୀ କାଳରେ ବିଶିଷ୍ଟ ଔପନାସିକ ଶ୍ରୀ ସୁରେନ୍ଦ୍ର ମହାନ୍ତି ଏହାର ସଂପାଦକ ଭାବରେ ଯୋଗ ଦେଇଥିଲେ । ସେ ସମୟରେ ଘରୋଇ କଲେଜର ଅଧ୍ୟାପକମାନଙ୍କ ଦରମା ମାତ୍ର ଦୁଇଶହ ଷାଠିଏ ଟଙ୍କା ଓ ସରକାରୀ କଲେଜର ଅଧ୍ୟାପକମାନଙ୍କ ଦରମା ଦୁଇଶହ ନବେ ଟଙ୍କାରୁ ଅ।ରମ୍ଭ ହେଉଥିଲା ।

ମାତ୍ର ଯେଉଁ ଉଚ୍ଚ ଶିକ୍ଷିତ ଯୁବକମାନେ କଳିଙ୍ଗରେ ସହ ସଂପାଦକ ଭାବରେ ଯୋଗ ଦେଇଥିଲେ ସେମାନଙ୍କୁ ସର୍ବନିମ୍ନ ତିନିଶହ ପଚାଶ ଟଙ୍କା ଦରମା ମିଳିବାରୁ ଶ୍ରୀ ଦୀପକ ମିଶ୍ର, ଶ୍ରୀ କୃଷ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ ବହୁ ଉଚ୍ଚ ଶିକ୍ଷିତ ଯୁବକ ଅଧ୍ୟାପନାରୁ ଇସ୍ତଫା ଦେଇ କଳିଙ୍ଗ ସମ୍ବାଦପତ୍ରରେ ଯୋଗ ଦେଇଥିଲେ ।

କେବଳ ସେତିକି ନୁହେଁ, “କଳିଙ୍ଗ’କୁ ଏକ ସୁଦୃଶ୍ୟ ଓ ରୁଚିସୁଲଭ ସମ୍ବାଦପତ୍ର ଭାବେ ପ୍ରକାଶ କରିବା ଲାଗି ସେ ସର୍ବଦା ଚେଷ୍ଟିତ ଥିଲେ । ଫଳରେ କଳିଙ୍ଗ ଏକାଧିକବାର ସୁଦୃଶ୍ୟ ସମ୍ବାଦପତ୍ର ଭାବରେ ଜାତୀୟ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଥିଲା । ସାମ୍ବାଦିକ ମାନଙ୍କୁ ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ଦେବା ଲାଗି ବିଜୁ କେବେ ହେଲେ କୁଣ୍ଠିତ ନଥିଲେ । ସମ୍ବାଦିକ ସମ୍ମିଳନୀ ସମୟରେ ସେ ରୁଚିଶୀଳ ଖାଦ୍ୟପେୟ ପରିବେଷଣ କରିବା ଲାଗି ବ୍ୟବସ୍ଥା କରୁଥିଲେ ।

ସାମ୍ବାଦିକମାନେ ବିପଦ ଅ।ପଦର ସମ୍ମୁଖୀନ ହେଲେ ବିଜୁ ସେମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବା ଲାଗି ତତ୍ପର ହୋଇଉଠିଥିଲେ । ତାଙ୍କରି ଶାସନ କାଳରେ କୌଣସି ସାମ୍ବାଦିକ ସରକାରୀ ଦଳ ବା ସରକାରୀ କଳର ଅ।କ୍ରୋଶର ଶିକାର ହୋଇନଥିଲା । ପରବର୍ତ୍ତୀ  କାଳରେ ଯେତେବେଳେ ସାମ୍ବାଦିକମାନେ ଅ।କ୍ରୋଶର ଶିକାର ହୋଇଥିଲେ ସେତେବେଳେ ଖୋଦ୍ ବିଜୁବାବୁ ସେମାନଙ୍କ ନିରାପତ୍ତା ଦାବି କରିବା ଲାଗି ପଶ୍ଚାତ୍ପଦ ଦେଉନଥିଲେ ।

ସେ ଥିଲେ ସାମ୍ବାଦିକମାନଙ୍କ ପାଇଁ ଅସରନ୍ତି ପ୍ରେରଣା ଉତ୍ସ  ।

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ବିଜୁ ଜନ୍ମ ଶତବାର୍ଷିକୀ Tagged With: ବିଜୁ ଜନ୍ମ ଶତବାର୍ଷିକୀ, ସାମ୍ବାଦିକତା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ