• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସାମ୍ବାଦିକମାନେ

ସ୍ପେସ୍ ଆପ୍ଲିକେସନ୍ ଭାରତ ରୋଲ୍ ମଡେଲ୍:ଇସ୍ରୋ ଅଧ୍ୟକ୍ଷ

January 23, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୩(ଓଡିଶା ଡଟ କମ୍)-ଅତ୍ୟାଧୁନିକ ଢ଼ଙ୍ଗରେ ଅନ୍ତରୀକ୍ଷ ଗବେଷଣା ଜାରି ରଖି ସ୍ପେସ୍ ଆପ୍ଲିକେସନ୍ ଭାରତ ବିଶ୍ୱର ଏକ ରୋଲ ମଡ଼େଲ୍ ଭାବେ ପ୍ରତିପାଦିତ ହୋଇପାରିଛି ବୋଲି କହିଛନ୍ତି । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. କେ. ରାଧାକ୍ରିଷ୍ଣନ ।

କିଟ୍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ବକ୍ତବ୍ୟ ଦେଇ ସେ କହିଲେ, ପୃଥିବୀର ଜୀବର କ୍ରମବିକାଶ ପାଇଁ ମଙ୍ଗଳ ଗ୍ରହର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଭାରତ ଭବିଷ୍ୟତରେ ମଙ୍ଗଳ ଗ୍ରହ ଉପରେ ଅଧିକ ଗବେଷଣା କରିବ ।

ଇସ୍ରୋର ଆଭିମୁଖ୍ୟ ଉପରେ ସୂଚନା ଦେଇ ରାଧାକ୍ରିଷ୍ଣନ କହିଲେ, ଇସ୍ରୋ କୃତ୍ରିମ ଉପଗ୍ରହର ବିକାଶ ଓ ମହାକାଶକୁ ପ୍ରେରଣ ନିମନ୍ତେ ଉନ୍ନତ୍ତ ଯାନ ପ୍ରସ୍ତୁତ କରିବା ଦିଗରେ ସଂପ୍ରତି ଧ୍ୟାନ ଦେଉଛି ।

ନାଭିଗେସନ୍ ଉପଗ୍ରହ ସଂପର୍କରେ ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଲେ ଚଳିତବର୍ଷ ଜୁନ୍ ଶେଷ ସୁଦ୍ଧା ଭାରତ ନାଭିଗେସନ ଉପଗ୍ରହ ପ୍ରେରଣ କରିବା ପାଇଁ ଯୋଜନା ରଖିଥିବା ବେଳେ ରିଜିଓନାଲ୍ ନାଭିଗେସନ୍ ସାଟେଲାଇଟ ନାମକ ଏକ ନାଭିଗେସନ୍ ସାଟେଲାଇଟ ସିଷ୍ଟମ୍ ଆରମ୍ଭ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଇସ୍ରୋର ପରବର୍ତ୍ତୀ ମୁଖ୍ୟ କାର୍ଯ୍ୟକ୍ରମ ହେବ ଜିଏସ୍ଏଲ୍ଭି ରକେଟ୍ ପ୍ରେରଣ । ୨୦୧୩ ଏପ୍ରିଲ ଶେଷ କିମ୍ବା ମେ ମାସ ପ୍ରଥମାର୍ଦ୍ଧରେ ଏହା ପ୍ରେରଣ କରାଯିବ ବୋଲି ସେ ସୂଚନା ଦେଇଥିଲେ ।

ଉନ୍ନତ୍ତ ମହାକାଶ ଗବେଷଣା ଉପରେ ସୂଚନା ଦେଇ ସେ କହିଲେ, ବହୁ ଗବେଷଣା ପ୍ରତିଷ୍ଠାନ ଓ ବିଜ୍ଞାନଗାର ଜୀବନ ଓ ମାନବ କ୍ରମବିକାଶ ଉପରେ ଗବେଷଣା ଦିଗରେ ଆଗ୍ରହ ପ୍ରକାଶ କରୁଛନ୍ତି ।

ଏହି ପରିପ୍ରେକ୍ଷୀରେ ମଙ୍ଗଳ ଗ୍ରହ ଉପରେ ଗବେଷଣାକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି । ଇସ୍ରୋ ମଧ୍ୟ ଚନ୍ଦ୍ର, ମଙ୍ଗଳ ଓ ସୂର୍ଯ୍ୟ ଉପରେ ଗବେଷଣା ପାଇଁ ଗୁରୁତ୍ୱାରୋପ କରୁଛି ।

ଭବିଷ୍ୟତରେ ଚନ୍ଦ୍ର ଓ ମଙ୍ଗଳରେ ଥିବା ପରିବେଶ ଉପରେ ଅଧିକ ଗବେଷଣା କରାଯିବା ଲକ୍ଷ୍ୟ ରହିଛି ବୋଲି ସୂଚନା ଦେଇ ସେ କହିଲେ, ୨୦୩୦ରୁ ୪୦ ମଧ୍ୟରେ ମଙ୍ଗଳ ଅଭିଯାନ ସଫଳତା ପାଇଁ ଚନ୍ଦ୍ରକୁ ମଧ୍ୟବର୍ତ୍ତି ସ୍ପେସ୍ ଷ୍ଟେସନ୍ ଭାବେ ପ୍ରତିଷ୍ଠା କରାଯାଇସାରିଥିବ ।

ମହାକାଶକୁ ଉପଗ୍ରହ ମାଧ୍ୟମରେ ବ୍ୟବହାର କରି ସର୍ବାଧିକ ବ୍ୟବସାୟିକ କାରବାର ଚାଲୁଥିବା ବେଳେ ୨୦୧୨-୧୩ ବର୍ଷରେ ୧୭୭ କୋଟି ଆମେରିକୀୟ ଡଲାର କାରବାର ହୋଇଥିଲା ।

ଆମେରିକା, ଋଷ୍ ଓ ଚୀନ ଭଳି ରାଷ୍ଟ୍ର ମହାକାଶ ଗବେଷଣା ଦିଗରେ ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର କରୁଥିବା ବେଳେ ଭାରତରେ ଶିକ୍ଷା, ଦାରିଦ୍ର୍ୟ ଓ ପ୍ରାକୃତିକ ଦୁର୍ବିପାକ ଭଳି ସମସ୍ୟା ଯୋଗୁଁ ଅଧିକ ଉନ୍ନତି ହୋଇପାରୁନାହିଁ ବୋଲି ସେ କହିଥିଲେ ।

ତଥାପି ଭାରତ ସମେତ ଆମେରିକା, ଇଉରୋପିଆନ୍ କମ୍ୟୁନିଟି, ଜାପାନ ଓ ଚୀନ ଭଳି ଛ’ଟି ଦେଶ ମହାକାଶ ଗବେଷଣାରେ ଆଗରେ ଅଛନ୍ତି । ଏଥିପାଇଁ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି କିଟ୍ ଛାତ୍ରଛାତ୍ରୀଙ୍କୁ ସୂଚନା ଦେଇ ମହାକାଶ ଉପରେ ଅଧିକ ଶିକ୍ଷାଗତ ଯୋଗ୍ୟତା ହାସଲ ପାଇଁ ବିଭିନ୍ନ ଅନୁଷ୍ଠାନ ପାଠ୍ୟକ୍ରମ ଆରମ୍ଭ କରୁଥିବା ସୂଚନା ଦେଇଥିଲେ ।

କିଟ୍ ପରିଦର୍ଶନ ପରେ ଏହାକୁ ଏକ ଜାତୀୟସ୍ତରର ବିଶ୍ୱବିଦ୍ୟାଳୟ ଭାବେ ଅଭିହିତ କରାଯାଇଥିବା, ତାଙ୍କର ମନେ ରହିବ ବୋଲି କହିଥିଲେ । ସେହିପରି କିସ୍ ଜରିଆରେ ଏଠାରେ ଏକ ସାମାଜିକ ବିପ୍ଳବ ସୃଷ୍ଟି କରାଯାଇପାରିଛି ବୋଲି ସେ କହିଥିଲେ ।

ଓଡିଶା ଡଟ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମନୋରଞ୍ଜନ Tagged With: କିଟ୍ ବିଶ୍ୱବିଦ୍ୟାଳୟ, ଗବେଷଣା, ମଙ୍ଗଳ ଗ୍ରହ, ସାମ୍ବାଦିକମାନେ

କଂଗ୍ରେସ କିମ୍ବା ବିଜେପି ସହିତ ବୁଝାମଣାର ସମ୍ଭାବନା ନାହିିଁ :ନବୀନ

January 20, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୦(ଓଡିଶା ଡଟ୍ କମ୍)- ଆଗାମୀ ନିର୍ବାଚନରେ କଂଗ୍ରେସ କିମ୍ବା ବିଜେପି ସହିତ କୌଣସି ପ୍ରକାର ବୁଝାମଣାର ସମ୍ଭାବନା ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

19-1-2013=3naveen

କଂଗ୍ରେସ ବିଜେଡି ଏବଂ ଜେଡି(ୟୁ) ଭଳି ସମଭାବାପନ୍ନ ଦଳ ସହିତ କଥାବାର୍ତା ପାଇଁ ଦ୍ୱାର ଉନ୍ମୁକ୍ତ ରହିଛି ବୋଲି ଜୟପୁରଠାରେ ଅନୁଷ୍ଠିତ କଂଗ୍ରେସର ଚିନ୍ତନ ଶିବିରରେ ଯୋଗଦେବା ଅବସରରେ କେନ୍ଦ୍ର ମନ୍ତ୍ରୀ କମଳନାଥ ଗଣମାଧ୍ୟମକୁ ବିବୃତି ଦେଇଥିଲେ ।

ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ପୂର୍ବରୁ ଏ ସମ୍ପର୍କରେ ସ୍ପଷ୍ଟ ମତରଖିସାରିଛନ୍ତି । ତେଣୁ କଂଗ୍ରେସ କିମ୍ବା ବିଜେପି ସହିତ କୌଣସି ପ୍ରକାର ବୁଝାମଣାର ସମ୍ଭାବନା ନାହିଁ ବୋଲି ଶ୍ରୀ ପଟ୍ଟନାୟକ ସାମ୍ବାଦିକମାନଙ୍କୁ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: କଂଗ୍ରେସ, ନିର୍ବାଚନ, ବିଜେପି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ସାମ୍ବାଦିକମାନେ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ