• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସାମ୍ବାଦିକ ସମ୍ମିଳନୀ

ନବୀନ ବିଜେଡିର ସଭାପତି ନାହାନ୍ତି: ପ୍ୟାରୀମୋହନ

October 19, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକୋ୍ଟବର ୧୯(ଓଡ଼ିଶା ଡ଼ଟ୍ କମ୍) – ନବୀନ ପଟ୍ଟନାୟକ ବିଜେଡିର ସଭାପତି ନାହାଁନ୍ତି । ଦଳୀୟ ସମ୍ବିଧାନ ଅନୁଯାୟୀ ସେ କାର୍ଯ୍ୟ କରୁନାହାଁନ୍ତି । ତେଣୁ ତାଙ୍କର କୌଣସି ଆଦେଶ,ନିର୍ଦ୍ଦେଶ ଦଳୀୟ ସମ୍ବିଧାନ ସମ୍ମତ ନୁହେଁ ,ତେଣୁ ବହିଷ୍କାର କରିବା ଆଦେଶ କାହାରିବି ନାହିଁ ବୋଲି ସାଂସଦ ପ୍ୟାରୀମୋହନ ମହାପାତ୍ର କହିଛନ୍ତି ।

ସାଂସଦ ମହାପାତ୍ର ‘ଓଡିଶା ଜନମୋର୍ଚ୍ଚା’ର ଆଭିମୁଖ୍ୟ ଭବଷ୍ୟତ କାର୍ଯ୍ୟକ୍ରମ ସଂର୍ପକରେ ସୂଚନା ଦେବାପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଉତ୍କଳମଣି ଗୋପବନ୍ଧୁଙ୍କ ତ୍ୟାଗ, ଉତ୍କଳଗୌରବ ମଧୁସୂଦନ ଦାସଙ୍କ ସ୍ୱାଭିମାନ ଓ ବିଜୁବାବୁଙ୍କ ସାହସକୁ ଆୟୁଧ କରାଯାଇ ମୋର୍ଚ୍ଚା ଗଠନ କରା ଯାଇଛି ।

ବିଜେଡି ଏବେ ସମ୍ବିଧାନ ଅନୁଯାୟୀ ଚାଲୁନାହିଁ । ତିନିବର୍ଷ ହେଲାଣି ସମ୍ବିଧାନ ଅନୁଯାୟୀ ଥରଟିଏ ହେଲେ କାଯ୍ୟକାରିଣୀ ବୈଠକ ହୋଇ ନାହିଁ । ତେଣୁ ମୋର୍ଚ୍ଚା ବିଜେଡିକୁ ଶକ୍ତିଶାଳୀ କରିବା ସହ ଦଳର ଆଭ୍ୟନ୍ତରୀଣ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିବ ।

ସରକାର କହିଲେ ମନ୍ତ୍ରୀମାନଙ୍କୁ ବୁଝାଯାଏ,ସଚିବଙ୍କୁ ନୁହେଁ । ମାତ୍ର ସଚିବମାନେ ଏଠି ସର୍ବେସର୍ବା ପାଲଟିଛନ୍ତି । ତୃଣମୂଳ ସ୍ତରରେ ଦୁର୍ନୀତି ୨୫ରୁ ୩୦ ପ୍ରତିଶତ ବଢିଛି ।

୨୦୧୦ ଜାନୁଆରୀ ମାସରେ ଅନୁଷ୍ଠିତ ଦଳୀୟ କାର୍ଯ୍ୟକାରିଣୀରେ ଏହି ପ୍ରସଙ୍ଗ ଉଠାଇବାରୁ ନବୀନଙ୍କ ସହିତ ତାଙ୍କର ମତଭେଦ ହୋଇଛି ବୋଲି ମହାପାତ୍ର ପ୍ରକାଶ କରିଛନ୍ତି ।

ନୀତି ନିର୍ଦ୍ଧାରଣ ସମୟରେ ତାଙ୍କ ପରାମର୍ଶ ନିଆଯାଏ । ମାତ୍ର ପ୍ରଶାସନିକ ନିଷ୍ପତି ନବୀନ ପଟ୍ଟନାୟକ ତାଙ୍କ ସଚିବଙ୍କ ଦ୍ୱାରାନେଇଥାନ୍ତି ।

କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତିନିବର୍ଷ ଲାଗିଲା । ଏହି ବିଭାଗ ଦ୍ୱାରାଓଡିଶାର ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରିହୁଅନ୍ତା ।

ପ୍ରାୟ ୧୨ ଲକ୍ଷ ବେକାରଙ୍କୁ ନିଯୁକ୍ତିଦେବାପାଇଁ ଦଳର ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦିଆ ଯାଇଥିଲା । ମାତ୍ର ତାହା କାର୍ଯ୍ୟକାରୀ ହୋଇନାହିଁ ବୋଲି ମହାପାତ୍ର ପ୍ରକାଶ କରିଛନ୍ତ ।

ଏହି ସାମ୍ବାଦିକ ସମ୍ମିଳନୀରେ ଯଜ୍ଞେଶ୍ୱର ବାବୁ, ଡ.ଶରତ ଚନ୍ଦ୍ର ମିଶ୍ର, ସ୍ୱରୁପ ପାତ୍ର, ରାଜେନ୍ଦ୍ର କୁମାର ସିଂ, ବାସୁଦେବ ପାତ୍ର, ଅଭିମନ୍ୟୁକେଶରୀ, ଶେଷଦେବ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଗଣତନ୍ତ୍ର ପ୍ରତିଷ୍ଠା, ଜନମୋର୍ଚା, ନବୀନ ପଟ୍ଟନାୟକ, ପ୍ୟାରୀମୋହନ ମହାପାତ୍ର, ସାମ୍ବାଦିକ ସମ୍ମିଳନୀ

୧୯ରେ ବ୍ରହ୍ମପୁରରେ ବିଜେଡିର ସମାବେଶ

October 16, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୧୬(ଓଡ଼ିଶା ଡ଼ଟ୍ କମ୍) – ୧୯ ଅକ୍ଟୋବରରେ ବିଜେଡି ତରଫରୁ ବ୍ରହ୍ମପୁରରେ ଏକ ସମାବେଶ କରାଯିବ ବୋଲି ଦଳ ତରଫରୁ ମଙ୍ଗଳବାର କୁହାଯାଇଛି ।

ଉକ୍ତ ଦିନ ବିଜେଡିରୁ ନିଲମ୍ବିତ ସାଂସଦ ପ୍ୟାରୀମୋହନ ମହାପାତ୍ର ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ ପୂର୍ବରୁ ଘୋଷଣା କରିଥିବାରୁ ଏହି ରାଲି ତାଙ୍କୁ ପ୍ରତିହତ କରିବା ପାଇଁ କରାଯାଉଥିବା ରାଜନୈତିକ ପର୍ଯ୍ୟବେକ୍ଷକମାନେ ଅନୁମାନ କରିଛନ୍ତି ।

ଓଡଶା ଜନମୋର୍ଚ୍ଚା ଗଠନ କରିଥିବା ମହାପାତ୍ର ଚଳିତମାସ ୨୯ରେ ପ୍ରାୟ ପଚାଶହଜାର ଲୋକଙ୍କର ଏକ ରାଲି ଭୁବନେଶ୍ୱରରେ କରିବାକୁ ଯାଉଥିବା ବେଳେ ଏହା ପୂର୍ବରୁ ହେଉଥିବା ବିଜେଡ଼ିର ରାଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଏକ ଶକ୍ତିପରୀକ୍ଷା ବୋଲି ସେମାନେ କହିଛନ୍ତି ।

ବ୍ରହ୍ମପୁରର ଏହି ସମାବେଶରେ ପ୍ରାୟ ୫୦ ହଜାର କର୍ମୀ,ସମର୍ଥକ ଓ ସାଧାରଣ ଜନତା ଉପସ୍ଥିତ ରହିବେ ବୋଲି ବିଜେଡି ତରଫରୁ ଆକଳନ କରାଯାଇଛି ।

ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,୩ ଜଣ କ୍ୟାବିନେଟ ମନ୍ତ୍ରୀ ଓ ସମସ୍ତ ବିଧାୟକ ବିଧାୟିକା ଏହି ମହାସମାବେଶରେ ଯୋଗଦେବେ । ଏହାର ପ୍ରସ୍ତୁତି ପର୍ବ ଯୁଦ୍ଧକାଳୀନ ଭିତିରେ ଚାଲଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଜନମୋର୍ଚ୍ଚା, ପ୍ୟାରିମୋହନ ମହାପାତ୍ର, ବିଜେଡ଼ି, ବ୍ରହ୍ମପୁର, ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ସାମ୍ବାଦିକ ସମ୍ମିଳନୀ

ଧାନର ସହାୟକ ମୂଲ୍ୟ ଉପରେ ବୋନସ ଦିଅ :କଂଗ୍ରେସ

October 11, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୧୧ (ଓଡିଶା ଡଟ୍ କମ୍)-ରାଜ୍ୟରେ ମରୁଡ଼ିଜନିତ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଚାଷୀମାନଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଧାନର ସହାୟକ ମୂଲ୍ୟ ଉପରେ କ୍ଵିଣ୍ଟାଲ ପିଛା ୩୦୦ ଟଙ୍କା ବୋନସ ଦେବା ପାଇଁ କଂଗ୍ରେସ ଗୁରୁବାର ଦାବି କରିଛି ।

ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,ଚଳିତବର୍ଷ ଅଦିନିଆ ବର୍ଷା ଏବଂ ସାରର ଅଭାବ ଯୋଗୁଁ ଚାଷୀମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ।

ଚାଷୀ ଗତବର୍ଷ ଚାଷରେ ଯେତିକି ଅର୍ଥ ବିନିଯୋଗ କରିଥିଲା ଏଥର ଚଢାଦରରେ ସାର କିଣି ଦୁଇଗୁଣା ଅର୍ଥ ବିନିଯୋଗ କରିଛି । ଚାଷୀର ଅଧିକ ବିନିଯୋଗ ଦୃଷ୍ଟିରୁ ଧାନର ସହାୟକ ମୂଲ୍ୟ ଉପରେ ଅଧିକ ବୋନସ ଦିଆଯିବା ଆବଶ୍ୟକ ।

ପଡୋଶୀ ଆନ୍ଦ୍ରପ୍ରଦେଶ, ଛତିଶଗଡ ଏବଂ ଅନ୍ୟ ରାଜ୍ୟ ସରକାରୀମାନେ ଧାନର ସହାୟକ ମୂଲ୍ୟ ଉପରେ ବୋନସ ଘୋଷଣା କରିଛନ୍ତି ।

ଓଡିଶାର ଚାଷୀଙ୍କୁ ସହାୟତା ସ୍ୱରୂପ ରାଜ୍ୟ ସରକାର ସର୍ବାଧିକ ୫୦୦ଟଙ୍କା ନଚେତ ସର୍ବନିମ୍ନ ୩୦୦ଟଙ୍କା ବୋନସ ଘୋଷଣା କରିବା ଦରକାର ବୋଲି ସେ କହିଛନ୍ତି ।

ରାଜ୍ୟ ସରକାର ଏହା ନକଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଉପସଭାପତି କିଶୋର ପଟେଲ,ଶିବାନନ୍ଦ ରାୟ,ଗୁରୁପଦ ନନ୍ଦ,ସାଧାରଣ ସମ୍ପାଦକ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଗଣେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଅଦିନିଆ ବର୍ଷା, କଂଗ୍ରେସ, ଧାନ, ସରକାରୀ, ସାମ୍ବାଦିକ ସମ୍ମିଳନୀ

କଂଗ୍ରେସର ପରିବର୍ତନ ପଦଯାତ୍ରା ଉଦ୍ୟାପିତ

October 10, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ସାକ୍ଷୀଗୋପାଳ,ଅକ୍ଟୋବର ୧୦ (ଓଡିଶା ଡଟ୍ କମ୍)- ପବିତ୍ର ଗାନ୍ଧି ଜୟନ୍ତୀରୁ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କରିଥିଲେ ପଦଯାତ୍ରା ରାଜନୀତି ।

ବିଜେଡିର ଜନସଂପର୍କ ପଦଯାତ୍ରାକୁ କଂଗ୍ରେସର ପରିବର୍ତନ ପଦଯାତ୍ରା । ବିରୋଧୀ କଂଗ୍ରେସ ପକ୍ଷରୁ ଦୁର୍ନୀତିଗ୍ରସ୍ତ ବିଜେଡି ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ‘ପରିବର୍ତନ ଆହ୍ୱାନ’ ଡାକରା ଦିଆଯାଇ କଟକର ସ୍ୱରାଜ ଆଶ୍ରମରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ମଙ୍ଗଳବାର ଦିନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ସୁଆଣ୍ଡୋରେ ଉଦଯାପିତ ହୋଇଛି ।

ସତ୍ୟବାଦୀର ବକୁଳବନଠାରେ କଂଗ୍ରେସର ପରିବର୍ତନ ପଦଯାତ୍ରାର ଉଦ୍ୟାପିତ ସମାବେଶରେ କଂଗ୍ରେସର ବହୁ ବରିଷ୍ଠ ନେତା ଯୋଗଦେଇ ଦୁର୍ନୀତିଗ୍ରସ୍ତ ନବୀନ ସରକାରକୁ ହଟାଇବାକୁ ଆହ୍ୱାନ ଦେଇଥିଲେ ।

ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତାକରି କହିଥିଲେ ଯେ ଆଇନ ଶୃଙ୍ଖଳା ରକ୍ଷା କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଜ୍ୟ କୃଷକ ମାନଙ୍କ ସ୍ୱାର୍ଥ ରକ୍ଷା କରିବାରେ ସରକାର ଅସମର୍ଥ ହୋଇଥିବାରୁ ଆଗାମୀ ଦିନରେ ଓଡିଶାବାକସୀ ଏହାର ଜବାବ ଦେବେ ।

ଭ୍ରଷ୍ଟାଚାର, ଅନୀତି ଓ ଦୁର୍ନୀତି ଏ ରାଜ୍ୟର ଆଭୂଷଣ ହୋଇଛି । ଏ ସବୁ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଦାୟୀ । କିନ୍ତୁ ସେ ଚତୁରତାର ସହ ଅନ୍ୟମାନଙ୍କ ନାମରେ ଅପଯଶ ବୋଳି ଖସିଯିବାକୁ ଅପଚେଷ୍ଟା କରୁଛନ୍ତି । କଂଗ୍ରେସ ଦଳ ଓଡ଼ିଶାବାସୀଙ୍କ ପାଖରେ ବିଜେଡି ସରକାରଙ୍କ ପ୍ରକୃତ ସ୍ୱରୂପ ଖୋଲିଦେବା ପାଇଁ ଏହି ପଦ ଯାତ୍ରା ଅନୁଷ୍ଠିତ ହୋଇଥିଲା ।

ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ତଥା ଓଡିଶା କଂଗ୍ରେସ ଦାୟିତ୍ୱରେ ଥିବା ଏଆଇସସି କାର୍ଯ୍ୟକାରୀଣୀ ସଭ୍ୟ ଜଗଦୀଶ ଟାଇଟଲର କହିଲେ ରାଜ୍ୟରେ ବେଇମାନ ଶାସନ ଚାଲିଛି । ଓଡିଶାର ହଜାର ହଜାର କୋଟି ଟଙ୍କାର ଲୁହାପଥରକୁ ପାରାଦୀପ ବନ୍ଦର ଦେଇ ଚୀନ ଓ ଜାପାନକୁ ଚୋରା ଚାଲାଣ କରା ଯାଇଛି ।

ଏଥିରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ହାତ ଥିବା ଅଭିଯୋଗକରି ଖୁବ୍ଶୀଘ୍ର ଏ ସଂପକରେ ସାମ୍ବାଦିକ ସମ୍ମିଳନୀ ଡାକି ରାଜ୍ୟବାସୀଙ୍କୁ ଜଣାଇବେ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ବିରୋଧିଦଳ ନେତା ଭୂପିନ୍ଦର ସିଂହ, କିଶୋରଚନ୍ଦ୍ର ପଟେଲ,ସୁରେଶ କୁମାର ରାଉତରାୟ, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଦେଶ ଯୁବକଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନା, ଛାତ୍ର କଂଗ୍ରେସ ସଭାପତି ଚିନ୍ମୟ ସାହୁ, ଚିରଞ୍ଜିବୀ ବିଶ୍ୱାଳ ପ୍ରମୁଖ ଉଦ୍ବୋଧନ ଦେଇ କୋଇଲା ଦୁର୍ନୀତିଠାରୁ ଆରମ୍ଭକରି ଖଣି, ପାଣି, ଡାଲି ସବୁଥିରେ ଦୁର୍ନୀତି ହୋଇଛି ବେଲି ପ୍ରକାଶ କରିଥିଲେ ।

ସେମାନଙ୍କ ମତରେ ଦୁର୍ନୀତିଗ୍ରସ୍ତ ନେତା ଓ ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ନେବା ବଦଳରେ ସେମାନଙ୍କୁ ସରକାର ସୁରକ୍ଷା ଯୋଗାଇ ଦେଉଛନ୍ତି । ଯେଉଁମାନେ ଦୁର୍ନୀତି କରୁଛନ୍ତି, ସେମାନଙ୍କୁ ସରକାର ପୁରସ୍କୃତ କରୁଛନ୍ତି । ଯେଉଁମାନେ ଦୁର୍ନୀତି ବିରୋଧରେ ସ୍ୱର ଉତୋଳନ କରୁଛନ୍ତି ବା ଦୁର୍ନୀତି ଲୋକଲୋଚନକୁ ଆଣୁଛନ୍ତି, ମିଥ୍ୟା ମାମଲା ଲଗାଇ ସେମାନଙ୍କୁ ଜେଲରେ ଭର୍ତି କରାଯାଉଛି ।

ବର୍ତମାନ ରାଜ୍ୟରେ ଗଣତନ୍ତ୍ର ନୁହେଁ, ଜଣତନ୍ତ୍ର ଚାଲିଛି । ଦୁର୍ନୀତିଗସ୍ତ ନବୀନ ସରକାରକୁ ହଟାଇବା ପାଇଁ କଂଗ୍ରେସ ସଂଗ୍ରାମ ଆରମ୍ଭ କରିଛି । ଏହି ସଂଗ୍ରାମରେ ଓଡ଼ିଶାବାସୀ ସାମିଲ ହୋଇ ରାଜ୍ୟ ବିରୋଧୀ ନବୀନ ସରକାରକୁ କବର ଦେବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ଶେଷରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଶରତ ରଥ ଧନ୍ୟବାଦ ଦେଇଥିଲେ ।

ସେହିପରି ବିଜେଡି ପକ୍ଷରୁ କେନ୍ଦ୍ରର ଉପା ସରକାରର ବୈମାତୃକ ମନୋଭାବ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଚାଲିଥିବା ଜନସମ୍ପର୍କ ଯାତ୍ରା ଜୟପ୍ରକାଶ ନାରାୟଣ ଜୟନ୍ତୀରେ ଉଦଯାପିତ ହେବ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଂଗ୍ରେସ, କୃଷକ, ଗାନ୍ଧି ଜୟନ୍ତୀ, ପାରାଦୀପ ବନ୍ଦର, ବିଜେଡି ସରକାର, ସାମ୍ବାଦିକ ସମ୍ମିଳନୀ

କଂଗ୍ରେସର ପରିବର୍ତନ ପଦଯାତ୍ରା ଉଦ୍ୟାପିତ

October 10, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ସାକ୍ଷୀଗୋପାଳ,ଅକ୍ଟୋବର ୧୦ (ଓଡିଶା ଡଟ୍ କମ୍)- ପବିତ୍ର ଗାନ୍ଧି ଜୟନ୍ତୀରୁ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କରିଥିଲେ ପଦଯାତ୍ରା ରାଜନୀତି । ବିଜେଡିର ଜନସଂପର୍କ ପଦଯାତ୍ରାକୁ କଂଗ୍ରେସର ପରିବର୍ତନ ପଦଯାତ୍ରା ।

ବିରୋଧୀ କଂଗ୍ରେସ ପକ୍ଷରୁ ଦୁର୍ନୀତିଗ୍ରସ୍ତ ବିଜେଡି ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ‘ପରିବର୍ତନ ଆହ୍ୱାନ’ ଡାକରା ଦିଆଯାଇ କଟକର ସ୍ୱରାଜ ଆଶ୍ରମରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ମଙ୍ଗଳବାର ଦିନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ସୁଆଣ୍ଡୋରେ ଉଦଯାପିତ ହୋଇଛି ।

ସତ୍ୟବାଦୀର ବକୁଳବନଠାରେ କଂଗ୍ରେସର ପରିବର୍ତନ ପଦଯାତ୍ରାର ଉଦ୍ୟାପିତ ସମାବେଶରେ କଂଗ୍ରେସର ବହୁ ବରିଷ୍ଠ ନେତା ଯୋଗଦେଇ ଦୁର୍ନୀତିଗ୍ରସ୍ତ ନବୀନ ସରକାରକୁ ହଟାଇବାକୁ ଆହ୍ୱାନ ଦେଇଥିଲେ ।

ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତାକରି କହିଥିଲେ ଯେ ଆଇନ ଶୃଙ୍ଖଳା ରକ୍ଷା କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଜ୍ୟ କୃଷକ ମାନଙ୍କ ସ୍ୱାର୍ଥ ରକ୍ଷା କରିବାରେ ସରକାର ଅସମର୍ଥ ହୋଇଥିବାରୁ ଆଗାମୀ ଦିନରେ ଓଡିଶାବାସୀ ଏହାର ଜବାବ ଦେବେ ।

ଭ୍ରଷ୍ଟାଚାର, ଅନୀତି ଓ ଦୁର୍ନୀତି ଏ ରାଜ୍ୟର ଆଭୂଷଣ ହୋଇଛି । ଏ ସବୁ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଦାୟୀ । କିନ୍ତୁ ସେ ଚତୁରତାର ସହ ଅନ୍ୟମାନଙ୍କ ନାମରେ ଅପଯଶ ବୋଳି ଖସିଯିବାକୁ ଅପଚେଷ୍ଟା କରୁଛନ୍ତି । କଂଗ୍ରେସ ଦଳ ଓଡ଼ିଶାବାସୀଙ୍କ ପାଖରେ ବିଜେଡି ସରକାରଙ୍କ ପ୍ରକୃତ ସ୍ୱରୂପ ଖୋଲିଦେବା ପାଇଁ ଏହି ପଦ ଯାତ୍ରା ଅନୁଷ୍ଠିତ ହୋଇଥିଲା ।

ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ତଥା ଓଡିଶା କଂଗ୍ରେସ ଦାୟିତ୍ୱରେ ଥିବା ଏଆଇସସି କାର୍ଯ୍ୟକାରୀଣୀ ସଭ୍ୟ ଜଗଦୀଶ ଟାଇଟଲର କହିଲେ ରାଜ୍ୟରେ ବେଇମାନ ଶାସନ ଚାଲିଛି ।

ଓଡିଶାର ହଜାର ହଜାର କୋଟି ଟଙ୍କାର ଲୁହାପଥରକୁ ପାରାଦୀପ ବନ୍ଦର ଦେଇ ଚୀନ ଓ ଜାପାନକୁ ଚୋରା ଚାଲାଣ କରା ଯାଇଛି । ଏଥିରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ହାତ ଥିବା ଅଭିଯୋଗକରି ଖୁବ୍ଶୀଘ୍ର ଏ ସଂପକରେ ସାମ୍ବାଦିକ ସମ୍ମିଳନୀ ଡାକି ରାଜ୍ୟବାସୀଙ୍କୁ ଜଣାଇବେ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ବିରୋଧିଦଳ ନେତା ଭୂପିନ୍ଦର ସିଂହ, କିଶୋରଚନ୍ଦ୍ର ପଟେଲ,ସୁରେଶ କୁମାର ରାଉତରାୟ, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଦେଶ ଯୁବକଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନା, ଛାତ୍ର କଂଗ୍ରେସ ସଭାପତି ଚିନ୍ମୟ ସାହୁ, ଚିରଞ୍ଜିବୀ ବିଶ୍ୱାଳ ପ୍ରମୁଖ ଉଦ୍ବୋଧନ ଦେଇ କୋଇଲା ଦୁର୍ନୀତିଠାରୁ ଆରମ୍ଭକରି ଖଣି, ପାଣି, ଡାଲି ସବୁଥିରେ ଦୁର୍ନୀତି ହୋଇଛି ବେଲି ପ୍ରକାଶ କରିଥିଲେ ।

ସେମାନଙ୍କ ମତରେ ଦୁର୍ନୀତିଗ୍ରସ୍ତ ନେତା ଓ ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ନେବା ବଦଳରେ ସେମାନଙ୍କୁ ସରକାର ସୁରକ୍ଷା ଯୋଗାଇ ଦେଉଛନ୍ତି । ଯେଉଁମାନେ ଦୁର୍ନୀତି କରୁଛନ୍ତି, ସେମାନଙ୍କୁ ସରକାର ପୁରସ୍କୃତ କରୁଛନ୍ତି । ଯେଉଁମାନେ ଦୁର୍ନୀତି ବିରୋଧରେ ସ୍ୱର ଉତୋଳନ କରୁଛନ୍ତି ବା ଦୁର୍ନୀତି ଲୋକଲୋଚନକୁ ଆଣୁଛନ୍ତି, ମିଥ୍ୟା ମାମଲା ଲଗାଇ ସେମାନଙ୍କୁ ଜେଲରେ ଭର୍ତି କରାଯାଉଛି ।

ବର୍ତମାନ ରାଜ୍ୟରେ ଗଣତନ୍ତ୍ର ନୁହେଁ, ଜଣତନ୍ତ୍ର ଚାଲିଛି । ଦୁର୍ନୀତିଗସ୍ତ ନବୀନ ସରକାରକୁ ହଟାଇବା ପାଇଁ କଂଗ୍ରେସ ସଂଗ୍ରାମ ଆରମ୍ଭ କରିଛି । ଏହି ସଂଗ୍ରାମରେ ଓଡ଼ିଶାବାସୀ ସାମିଲ ହୋଇ ରାଜ୍ୟ ବିରୋଧୀ ନବୀନ ସରକାରକୁ କବର ଦେବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ ।

ଶେଷରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଶରତ ରଥ ଧନ୍ୟବାଦ ଦେଇଥିଲେ ।

ସେହିପରି ବିଜେଡି ପକ୍ଷରୁ କେନ୍ଦ୍ରର ଉପା ସରକାରର ବୈମାତୃକ ମନୋଭାବ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଚାଲିଥିବା ଜନସମ୍ପର୍କ ଯାତ୍ରା ଜୟପ୍ରକାଶ ନାରାୟଣ ଜୟନ୍ତୀରେ ଉଦଯାପିତ ହେବ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଂଗ୍ରେସ, କୃଷକ, ଗାନ୍ଧି ଜୟନ୍ତୀ, ପାରାଦୀପ ବନ୍ଦର, ବିଜେଡି ସରକାର, ସାମ୍ବାଦିକ ସମ୍ମିଳନୀ

ସମୟ କହିବ କିଏ ଠିକ୍ , କିଏ ଭୁଲ୍ : ଯଜ୍ଞେଶ୍ୱର ବାବୁ (ସାକ୍ଷାତକାର)

October 8, 2012 by ଓଡିଶା ଡଟ କମ Leave a Comment

ସମୟ କହିବ କିଏ ଠିକ୍ , କିଏ ଭୁଲ୍ : ଯଜ୍ଞେଶ୍ୱର ବାବୁ (ସାକ୍ଷାତକାର)

ଏବେ ଓଡ଼ିଆଙ୍କ ମନ ଭିତରେ ଓଡ଼ିଶା ଜନମୋର୍ଚ୍ଚାକୁ ନେଇ ବେଶ୍ ଉତ୍ସୁକତା ଦେଖିବାକୁ ମିଳିଛି । ଲୋକେ ଜାଣିବାକୁ ଚାହୁଁଛନ୍ତି ଯେ ପ୍ରକୃତରେ ଏଇଟା କ’ଣ? ଗୋଟିଏ ପଟେ ଜନମୋର୍ଚ୍ଚାର ନେତାମାନେ କହୁଛନ୍ତି ଯେ ସେମାନେ ବିଜୁ ଜନତା ଦଳ(ବିଜଦ)ରେ ଅଛନ୍ତି, ଏବଂ ବିଜଦକୁ ମଜବୁତ୍ କରିବା ପାଇଁ ଓଡ଼ିଶା ଜନମୋର୍ଚ୍ଚା ଗଠନ କରିଛନ୍ତି ।

ଅନ୍ୟ ପଟେ ଯେଉଁ ନେତାଙ୍କ ନାଁ ଜନମୋର୍ଚ୍ଚାର କାର୍ଯ୍ୟକର୍ତା ହିସାବରେ ଆସୁଛି ମୁଖ୍ୟମନ୍ତ୍ରୀ ସଙ୍ଗେ ସଙ୍ଗେ ତାଙ୍କ ପଛରେ ଲାଗି ଯାଉଛନ୍ତି । ବିଜୁ ଜନତା ଦଳ ନେତାଙ୍କର କହିବା କଥା ଯେ ଗୋଟିଏ ଦଳରେ ରହି ସେହି ଦଳରେ ଆଉ ଗୋଟିଏ ମୋର୍ଚ୍ଚା ଗଠନ କରିବାଟା ଦଳ ବିରୋଧି କାମ ।

ଏ ବିଷୟରେ ଯିଏ ଜବାବ ରଖନ୍ତେ(ସାଂସଦ ପ୍ୟାରୀମୋହନ ମହାପାତ୍ର) ସେ ବ୍ୟକ୍ତି ଜଣକ ଏବେ ଚୁପ୍ । ତାଙ୍କ କହିବା କଥା ଯେ ସେ ଯାହା କହିବେ ଅକ୍ଟୋବର ୧୯ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ କହିବେ ।

ଏବେ ସେ କେବଳ ଯଜ୍ଞେଶ୍ୱର ବାବୁଙ୍କୁ ତା’ଙ୍କ ସଙ୍ଗଠନ ବିଷୟରେ କହିବାକୁ ଅନୁମତି ଦେଉଛନ୍ତି । ଯଜ୍ଞେଶ୍ୱର ମଧ୍ୟ ଏ ଯାବତ୍ ମୋର୍ଚ୍ଚା ବିଷୟରେ କେଉଁଠି ହେଲେ ସବୁକଥା ଖୋଲିକରି କହି ନଥିଲେ । ପ୍ରକୃତରେ ଜନମୋର୍ଚ୍ଚା କ’ଣ, ଏହାର ଉଦ୍ଦେଶ୍ୟ କ’ଣ ସେକଥା ଜାଣିବା ପାଇଁ ଓ ପାଠକମାନଙ୍କୁ ଜଣାଇବା ପାଇଁ ଯଜ୍ଞେଶ୍ୱରଙ୍କୁ ଭେଟିଥିଲେ ସୁରେନ୍ଦ୍ର ପାତ୍ର ।

ପ୍ରଶ୍ନ : ଯଜ୍ଞେଶ୍ୱରଜୀ! ପ୍ରକୃତରେ ଏଇ ଜନମୋର୍ଚ୍ଚାଟି କ’ଣ?

ଯଜ୍ଞେଶ୍ୱର : ସିଧା କଥାରେ ଏହା ଏକ ନୂତନ ରାଜନୈତିକ ମୋର୍ଚ୍ଚା, ଏହା ଏକ ସଙ୍ଗଠନ ତଥା ଏକ ମାଧ୍ୟମ ।

ପ୍ରଶ୍ନ: ମାଧ୍ୟମ କାହାର?

ଯଜ୍ଞେଶ୍ୱର : ଏହା ହେଉଛି ସେହି ବିଜେଡି କର୍ମୀମାନଙ୍କର ନିଜ କଥା କହିବାର ଏକ ମାଧ୍ୟମ ଯେଉଁମାନେ ଦୀର୍ଘଦିନ ଧରି ଦଳର ସେବା କରି ଆସୁଥିଲେ ମଧ୍ୟ ଏକରକମ କୋଣଠେସା ହୋଇ ରହିଛନ୍ତି । ସେମାନଙ୍କୁ ସେମାନଙ୍କର କଥାକୁ କହିବା ପାଇଁ ସୁଯୋଗ ମିଳୁନାହିଁ କି ସେମାନଙ୍କ କଥାକୁ ଶୁଣିବା ପାଇଁ କେହି ନଥିବା ପରି ଲାଗୁଛି । ଏହା ବିଜେଡିକୁ ସଜାଡିବା ତଥା ବିଜେଡିରେ ସଂସ୍କାର ଆଣିବାପାଇଁ ଏକ ମାଧ୍ୟମ ।

ପ୍ରଶ୍ନ : ଏହାର ଅର୍ଥ ହେଉଛି ଯେ ଆପଣମାନେ ପୁରାପୁରି ବିଜେଡିରେ ରହି ଜନମୋର୍ଚ୍ଚାକୁ ଚଳାଇବେ?

ଯଜ୍ଞେଶ୍ୱର : ହଁ ।

ସୁପା : ଏକଥା କ’ଣ ସମ୍ଭବ? ଆପଣମାନଙ୍କୁ ତ ବିଜେଡିରୁ ନିଲମ୍ବିତ କରାଯାଇ ସାରିଲାଣି ।

ଯଜ୍ଞେଶ୍ୱର : ଆମେମାନେ ଏବେବି ବିଜେଡିରେ ଅଛୁ ଓ ବହିସ୍କାର ହୋଇନାହୁଁ । ଆପଣ ଦେଖିଥିବେ ମତେ ଯେଉଁଦିନ ନିଲମ୍ବିତ କରାଗଲା ସେ ଖବର ଶୁଣୁଶୁଣୁ ବଲାଙ୍ଗୀରର ଚାରିଜଣ ବ୍ଲକସ୍ତରର ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଇଦେଲେ ।

ବହିସ୍କାର ପରେ କ’ଣ ହେବ ଆପଣ ଚିନ୍ତା କରନ୍ତୁ । ଆମେ ସବୁ ମଲାମାଛି ନୁହେଁ ଯେ ଯିଏ ଯେତେବେଳେ ଚାହିଁବ ସିଏ ଆମକୁ ଚା କପରୁ କାଢି ଫୋପାଡି ଦେବ । ତା ବ୍ୟତୀତ ଆମ ଆଗରୁ ମଧ୍ୟ କିଛି ଲୋକ ଏହି ଦଳ ଭିତରେ ଥାଇ ସ୍ୱତନ୍ତ୍ର ମଞ୍ଚ କରି ସାରିଛନ୍ତି । ମତେ ଯେବେ ନିଲମ୍ବିତ କରାଗଲା କୁହାଗଲା (ମତେ କିଛି ଲିଖିତ ଭାବରେ କୁହାଯାଇ ନାହିଁ) ଯେ ମୁଁ କାଳେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ଦାୟିତ୍ୱହୀନ ମନ୍ତବ୍ୟ ବୋଲି କହିଲି ।

କିନ୍ତୁ ଯେଉଁ ନେତା ଜଣକ ବିଜୁ ବିଚାର ମଞ୍ଚ ଗଠନ କରିଥିଲେ ସେତ ମୁଖ୍ୟମନ୍ତ୍ରୀଙ୍କୁ ବୁଲାଇ ବଙ୍କାଇ “ମୁର୍ଖ” ବୋଲି କହିଥିଲେ । ସେ’ତ ଦଳର ମହାସଚିବ ଥିଲେ । ଏବେବି ଦଳର ଜଣେ ବରିଷ୍ଠ ଉପସଭାପତି ଅଛନ୍ତି । ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନିଜେ କୌଣସି ବିଷୟରେ କିଛି ନିଷ୍ପତି ନେଇ ପାାରୁ ନାହାନ୍ତି । ଅନ୍ୟର ନିଷ୍ପତିକୁ କେବଳ କାର୍ଯ୍ୟକାରୀ କରାଉଛନ୍ତି । ତା’ମାନେ ମୁଖ୍ୟମନ୍ତ୍ରୀ ମୁର୍ଖ ।

ପୁଣି ସେହି ଲୋକ ଦଳର ନିର୍ବାଚନ ଚିହ୍ନ “ଶଙ୍ଖ”କୁ କହିଥିଲେ “ଗେଣ୍ଡା” । ତାଙ୍କୁ ତ କେହି ଦଳରୁ ବହିସ୍କାର କରିନାହିଁ । ଓଲଟା ସିଏ ଏବେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ।

ପ୍ରଶ୍ନ : ଆଜ୍ଞା! ମତେ ସିଧା କହନ୍ତୁ ଯେ ଆପଣମାନେ ବାରବର୍ଷ ଧରି ବିଜେଡିରେ ରହିବା ପରେ ଏବେ କ’ଣ ହେଲା ଯେ ଓଡ଼ିଶା ଜନମୋର୍ଚ୍ଚା ଗଠନ କରିବାର ଆବଶ୍ୟକତା ପଡ଼ିଲା?

ଯଜ୍ଞେଶ୍ୱର : ଦେଖନ୍ତୁ ! ଓଡ଼ିଶାରେ ସବୁ ଥାଇ ମଧ୍ୟ ଏହା କେନ୍ଦ୍ର ସରକାରଙ୍କ ଲଗାତର ଅବହେଳା କାରଣରୁ ଦୀର୍ଘ ସମୟ ଧରି ଅବହେଳିତ ହୋଇ ରହିଥିଲା । ଏଥିରୁ ମୁକୁଳିବା ପାଇଁ ଓଡ଼ିଶାରେ ଗୋଟିଏ ଆଂଚଳିକ ଦଳର ଆବଶ୍ୟକତା ବହୁ ଦିନରୁ ଅନୁଭୂତ ହୋଇ ଆସୁଥିଲା ।

କାରଣ ଜାତୀୟ ସ୍ତରରେ ଯେଉଁ ରାଜନୈତିକ ଦଳ ଗୁଡିକ ଅଛନ୍ତି ସେଥିରେ ଥିବା ଓଡ଼ିଆ ନେତାମାନଙ୍କର କଥାକୁ କେହି ଶୁଣନ୍ତି ନାହିଁ । ବିହାର, ଉତର ପ୍ରଦେଶ, ମହାରାଷ୍ଟ୍ର, ଦକ୍ଷିଣ ଭାରତର ନେତାମାନଙ୍କ କଥାକୁ ସେଠି ଅଧିକ ଗୁରୁତ୍ୱ ଦିଆଯାଏ । କେବଳ ବିଜୁବାବୁଙ୍କୁ ଛାଡି ଦେଲେ ଓଡ଼ିଶାର କୌଣସି ନେତା ଦିଲ୍ଲୀରେ, ସଂସଦରେ ବା ସଂସଦ ବାହାରେ ଓଡ଼ିଶା ସପକ୍ଷରେ କିଛି ଦାବି କରି ପାରନ୍ତି ନାହିଁ କି ସେପରି କିଛି ଆଖିଦୃଶିଆ ଜନମତ ସୃଷ୍ଟି କରି ପାରନ୍ତି ନାହିଁ ।

ବିଜୁବାବୁ ମଧ୍ୟ ବାରମ୍ବାର ଓଡ଼ିଶାକୁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଓ ଅର୍ଥନୈତିକ ସାର୍ବଭୌମତା ଦେବାକୁ ଦାବି କରି କରି ଥକି ଗଲେ ପଛେ ତାଙ୍କ କଥା କେହି ଶୁଣି ନଥିଲେ । ତେଣୁ ବିଜୁବାବୁଙ୍କ ଦେହାନ୍ତ ପରେ ତାଙ୍କ ନାମରେ ଆମେମାନେ ଓଡ଼ିଶାରେ ଏକ ରାଜନୈତିକ ଦଳ ଗଠନ କରିଥିଲୁ ।

ବିଜୁବାବୁଙ୍କ ପୁଅ ନବୀନ ପଟ୍ଟନାୟକଙ୍କୁ ଏହାର ଅଧ୍ୟକ୍ଷ କରିଥିଲୁ । ଏହା ସହିତ ନବୀନବାବୁ ସାରା ଜୀବନ ଦିଲ୍ଲୀରେ ରହି ଓଡ଼ିଶାର ଭାଷା ଓ ଚାଲିଚଳଣୀ ସହିତ ସାମାଜିକ, ଅର୍ଥନୈତିକ ତଥା ରାଜନୈତିକ ବସ୍ତୁସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିବା କାରଣରୁ ବିଜୁବାବୁଙ୍କ ସହିତ ବହୁଦିନ ଧରି କାମ କରିଥିବା ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ୟାରୀମୋହନ ମହାପାତ୍ରଙ୍କୁ ସରକାର ଓ ସଂଗଠନକୁ ଉଚିତ ମାର୍ଗରେ ଚଳାଇବାର ଦଦାୟିତ୍ୱ ଦିଆଯାଇଥିଲା ।

ନିଜେ ସଭାପତି ସମସ୍ତଙ୍କୁ କହୁଥିଲେ ଯେ ପ୍ୟାରୀବାବୁଙ୍କୁ ଭେଟ । ପ୍ୟାରୀବାବୁଙ୍କ ସଫଳ ଗୋଟିଚାଳନା ଫଳରେ ପ୍ରଥମ ଥର ପାଇଁ ଗୋଟିଏ ଆଞ୍ଚଳିକ ଦଳ ଲଗାତର ତିନିଥର ପାଇଁ ରାଜ୍ୟରେ ସରକାର ଗଢିବାକୁ ସଫଳ ହେଲା ଓ ରାଜ୍ୟବାସୀଙ୍କର ଏକ ଆଖିଦୃଶିଆ ବିକାଶ ହୋଇ ପାରିଲା ।

ଆଗରୁ ସଂସଦରେ ଓଡ଼ିଶାର ସ୍ୱର କେହି ଶୁଣି ପାରୁ ନଥିଲେ କିନ୍ତୁ ନିଜେ ପ୍ୟାରୀମୋହନ ମହାପାତ୍ର ବିଜେଡିର ସଂସଦୀୟ ଦଳର ନେତା ହେବା ଫଳରେ ସଂସଦରେ ଓଡ଼ିଶାର ଦାବିଗୁଡିକ ଯୋରଦାର ଢଙ୍ଗରେ ଉଠିଲା ।

କେବଳ ସେତିକି ନୁହେଁ ସଂସଦ ଭବନ ପରିସରରେ ବିଭିନ୍ନ ବିଷୟରେ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ କଥାକୁ ନେଇ ଓଡ଼ିଶାର ସାଂସଦମାନେ ପ୍ଲାକାର୍ଡ ଧରି ଧାରଣା ମଧ୍ୟ ଦେଲେ । ଯାହା ଫଳରେ ଦିନେ ଓଡ଼ିଶାକୁ ଟଙ୍କା ଦେଲା ବେଳକୁ ଯେଉଁ ପ୍ରଧାନମନ୍ତ୍ରୀ କହୁଥିଲେ ଟଙ୍କା ଗଛରେ ଫଳେ ନାହିଁ ସେହି ପ୍ରଧାନମନ୍ତ୍ରୀ ପୁଣି ଓଡ଼ିଶାର ସବୁ ଦାବି ପୂରଣ କରିବାକୁ ବାଧ୍ୟ ହେଲେ ।

ପ୍ରଶ୍ନ : ସବୁତ ଠିକ୍ ଥିଲା ପୁଣି ମୋର୍ଚ୍ଚା ଗଠନ ହେଲା କାହିଁକି?

ଯଜ୍ଞେଶ୍ୱର : କେତେଜଣ କୁଚକ୍ରୀଙ୍କ ପାଇଁ । ସେମାନେ ଦେଖିଲେ ଯେ ପ୍ୟାରୀବାବୁଙ୍କର ଲୋକପ୍ରିୟତା ବଢି ଯାଉଛି । ସେମାନେ ବିଜୁବାବୁଙ୍କୁ ଧମକାଇ ଯେପରି ନିଜ ନିଜର ସ୍ୱାର୍ଥସାଧନ କରିପାରୁଥିଲେ ଏଠାରେ ତାହା ହେଉନାହିଁ । ପ୍ୟାରୀବାବୁ କହୁଥିଲେ ଆଗେ ଓଡ଼ିଶା କଥା ଚିନ୍ତା କର । ତେଣୁ ସେମାନେ ସବୁବେଳେ ନବୀନବାବୁଙ୍କ କାନରେ ପକାଇଲେ ଯେ ପ୍ୟାରୀବାବୁ ଆପଣଙ୍କଠାରୁ ଅଧିକ ଲୋକପ୍ରୀୟ ହୋଇ ଯାଉଛନ୍ତି ।

କେଉଁଠାରେ ଯଦି ବିଜେଡି କର୍ମୀମାନେ ଶ୍ରଦ୍ଧାରେ ପ୍ୟାରୀବାବୁଙ୍କର ବଡ଼ ପୋଷ୍ଟରଟାଏ ଲଗାଇଦେଲେ ତେବେ ନବୀନବାବୁଙ୍କୁ କୁହାଗଲା ଯେ ପ୍ୟାରୀବାବୁ ଆପଣଙ୍କଠୁ ବଡ଼ ପୋଷ୍ଟର ଲଗେଇଲେଣି । କେତେବେଳେ ତାଙ୍କୁ କୁହାଗଲା ଯେ ପ୍ୟାରୀବାବୁ ନିଜେ ମୁଖ୍ୟମନ୍ତ୍ରୀ ହୋଇଯିବାକୁ ବସିଛନ୍ତି ।

ପ୍ରଶ୍ନ : ପ୍ୟାରୀବାବୁ କ’ଣ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ସତରେ ଚାହୁଁ ନାହାନ୍ତି?

ଯଜ୍ଞେଶ୍ୱର : ଜମା ନୁହେଁ । ସିଏ ଯଦି ସେକଥା ଚାହିଁ ଥାଆନ୍ତେ ତେବେ ତାଙ୍କୁ କିଏ ଅଟକାଇ ଥାଆନ୍ତା କି? ଗତ ନିର୍ବାଚନରେ ପରା ୮୦ରୁ ଅଧିକ ଲୋକଙ୍କୁ ସିଏ ଟିକେଟ ଦେଇଛନ୍ତି, ସେମାନଙ୍କ ପାଇଁ ପ୍ରଚାର କରିଛନ୍ତି ଓ ସେମାନଙ୍କୁ ଜିତାଇଥିଲେ ।

ଯଦି ପ୍ୟାରୀବାବୁ କହି ଥାଆନ୍ତେ ତେବେ ନିର୍ବାଚନ ପରେ ପରେ କ’ଣ ସେହି ନୂଆ ବିଧାୟକମାନେ ପ୍ୟାରୀବାବୁଙ୍କୁ ମୁଖ୍ୟମନ୍ତ୍ରୀ କରି ନଥାନ୍ତେ କି? ଏ ସବୁ ହେଉଛି ସେହି ଚକ୍ରାନ୍ତକାରୀଙ୍କ ବେପାର ଯେଉଁମାନେ ଆଗ ନିଜ କଥା ବୁଝନ୍ତି ପରେ ଲୋକଙ୍କ କଥା । ନବୀନବାବୁ ସେକଥାକୁ ନବୁଝି ଓଲଟା ପ୍ୟାରୀବାବୁଙ୍କୁ ସନ୍ଦେହ କଲେ ।

ପ୍ରଶ୍ନ : ସେଇଥିପାଇଁ ନବୀନଙ୍କୁ ହଟାଇଦେବାକୁ ପ୍ୟାରୀବାବୁ ମଇ ୨୯ ବୈଠକ ଡକାଇଥିଲେ ?

ଯଜ୍ଞେଶ୍ୱର : ବେକାର କଥା । ମଇ ତାରିଖର ୨୯ ବୈଠକ ମୋଟେ ନବୀନଙ୍କୁ ହଟାଇବାକୁ ବସି ନଥିଲା । କଥା ହେଉଛି ପ୍ୟାରୀବାବୁ ନବୀନବାବୁଙ୍କର ହାବଭାବ ଦେଖି କରଛଡା ଦେବା ପରେ ପ୍ରଶାସନ ଉପରେ କାହାରି ଅଙ୍କୁଶ ରହିଲା ନାହିଁ ।

ଯାହାଫଳରେ ଜନକହିତକର କାମ ସବୁ ସ୍ଥାଣୁ ହୋଇଗଲା । ଗୋଟିଏ ଉଦାହରଣ ଦେଖନ୍ତୁ । ସେତେବେଳେ ଆମ ଚିରମରୁଡିଗସ୍ତ ପଶ୍ଚିମ ଓଡ଼ିଶା ସହିତ କୋରାପୁଟ, ମୟୁରଭଞ୍ଜ ଓ କେନ୍ଦୁଝରର ଅନେକ ଅଂଚଳରେ ପ୍ରବଳ ଗରମ ଅନୁଭୂତ ହେବା ସାଙ୍ଗକୁ ଲୋକଙ୍କୁ ପିଇବାପାଣି ମିଳୁ ନଥାଏ । ତା ସାଙ୍ଗକୁ ଘନଘନ ବିଜୁଳିକାଟ ଜନନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଥାଏ । ଲୋକମାନେ ଆସି ପାଣି ଓ ବିଜୁଳୀ ଯୋଗାଇ ଦେବାକୁ ବିଧାୟକମାନଙ୍କ ଉପରେ ଚାପ ପକାଉ ଥାଆନ୍ତି ।

ହେଲେ ବିଧାୟକମାନେ କହିବେ କାହାକୁ? ଅଫିସରମାନେ ତାଙ୍କ କଥାକୁ କାନକୁ ନେଲେ ନାହିଁ । ଏଠାରେ ମୁଖ୍ୟମନ୍ତ୍ରୀ ତାଙ୍କ ଚିରାଚରିତ ଢଙ୍ଗରେ ନବୀନ ନିବାସ ନହେଲେ ସଚ୍ଚିବାଳୟର ହାଇ ସିକ୍ୟୁରିଟୀ ଜୋନ୍ ଭିତରେ ପଶି ରହିଲେ ।

ସିଏ ବା କାହାକୁ ଚିହ୍ନିଥିଲେ ଯେ କାହାକୁ କ’ଣ କହିଥାଆନ୍ତେ କି କରିଥାଆନ୍ତେ? ତେଣୁ ବିଧାୟକମାନେ ନିଜ ସମସ୍ୟା ବିଷୟରେ କହିବାକୁ ହନ୍ତସନ୍ତ ହୋଇଗଲେ । ଲୋକଙ୍କର ଯେତେବେଳେ ଏଇ ଅବସ୍ଥା ସେତିକିବେଳକୁ ପୁଣି ନବୀନବାବୁ ଲମ୍ବା ଟୁରରେ ବିଦେଶ ଚାଲିଗଲେ ।

ବିଧାୟକମାନେ ଯେତେଦେବେଳ ପ୍ୟାରୀବାବୁଙ୍କୁ କିଛି କରିବାକୁ କହିଲେ ସେତେବେେଳେ ପ୍ୟାରୀବାବୁ ଗୋଟିଏ ଦିନ ଧାର୍ଯ୍ୟ କରି ବିଧାୟକମାନଙ୍କୁ କହିଲେ ଯାହାର ଯାହା କହିବାର ଅଛି ଲେଖିକରି ଦିଅ । ନେତା ବିଦେଶରୁ ଫେରିଲେ ସେସବୁ ଲେଖାକୁ ନେଇ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଦେବି ଆଉ କହିବି ଯେ ଚୁଗୁଲି ପଛେ ଶୁଣିବ, ଆଗ ଲୋକଙ୍କ କଥା ବୁଝ ।

ପ୍ରଶ୍ନ : ଏକଥା ପାଇଁ ରାତି ଅଧିଆ ବୈଠକ କରିବାର କ’ଣ ଆବଶ୍ୟକତା ଥିଲା?

ଯଜ୍ଞେଶ୍ୱର : ଏଇଟା ରାତିଅଧିଆ ବୋଲି ଆପଣ କେମିତି କହୁଛନ୍ତି ମୁଁ ଜାଣିନି । ପ୍ରଥମ କଥା ହେଲା ସେଦିନ ସେମିତି କିଛି ବୈଠକ ମୋଟେ ହୋଇନାହିଁ । ଚାରି ଜଣିଆ ପାଞ୍ଚ ଜଣିଆ ଦଳରେ ପାଖାପାଖି ୩୦ ଖଣ୍ଡେ ବିଧାୟକ ଯାଇ ୧୫ ମିନିଟ / ୨୦ ମିନିଟ ଭିତରେ ସେମାନଙ୍କ କଥା କହି, ଲେଖା ଦେଇ ଦସ୍ତଖତ କରି ବାହାରି ଆସୁଥିଲେ ।

ରାତି ସାଢେ ଏଗାରଟା ବେଳକୁ ପ୍ୟାରୀବାବୁଙ୍କ ଦେହ ଖରାପ ଥିବାରୁ ସିଏ କହିଲେ ଯେ ସିଏ ଶୋଇବାକୁ ଯିବେ । ନବୀନବାବୁ ତ ନିଜେ ସେଦିନ ସଂଧ୍ୟାରେ ଫୋନ୍ କରି ବୁଝିଲେ ଯେ ସେଦିନ ପ୍ୟାରୀବାବୁଙ୍କ ଘରେ କିଛି ବି ବୈଠକ ହେଉ ନଥିଲା । ତାହେଲେ ରାତିଅଧିଆ ଅପରେଶନ କ’ଣ ହେଲା? ବରଂ ମଇ ୨୯ ତାରିଖ ରାତିରେ ନବୀନବାବୁଙ୍କ ଅନୁପସ୍ଥିତିରେ ମିଛରେ ପ୍ରଚାର କରାଯାଇ ପ୍ୟାରୀବାବୁଙ୍କ ରାଜନୀତି ସଫା କରିଦେବାକୁ ଏକ ମିଡନାଇଟ ଅପରେସନ ନବୀନ ନିବାସରେ କରାଯାଇଥିଲା ବୋଲି ଏବେ ଲୋକେ ବୁଝି ଗଲେଣି ।

ଯେଉଁମାନେ ବୁଝି ନାହାନ୍ତି ସେମାନେ ଖୁବ୍ ଶୀଘ୍ର ବୁଝିଯିବେ । କୌଣସି ଟିଭି ଚ୍ୟାନେଲ କ’ଣ ଲୋକଙ୍କୁ ସବୁବେଳେ ବୋକା ବନେଇ ରଖିପାରିବ କି?

ପ୍ରଶ୍ନ : ହେଲେ ସବୁଠିତ ସେଇକଥା କୁହାଯାଉଛି ।

ଯଜ୍ଞେଶ୍ୱର : ସବୁଠି ନୁହେଁ । ଆମରି ଦଳର ଜଣେ କୁଚକ୍ରୀ ସାଂସଦ ଯିଏ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛୁକ ବୋଲି ଦଳ ଭିତରେ ଓ ବାହାରେ ଆଲୋଚନା ଚାଲିଛି, ସେହି ତାଙ୍କ ଟିଭି ଚ୍ୟାନେଲରେ ପ୍ରଥମେ ପ୍ରଚାର କରାଇ ଦେଲେ ଯେ କ୍ଷମତା ପରିବର୍ତନ ପାଇଁ ପ୍ୟାରୀବାବୁଙ୍କ ଘରେ ବୈଠକ ଚାଲିଛି ।

ତା’କୁ ଅନ୍ୟ କିଛି ଟିଭି ଚ୍ୟାନେଲ୍ ଏକ ଚମକ୍ରାରୀ ଖବର ଭାବରେ ପ୍ରଚାର କରାଇ ଚାଲିଲେ । ପୁଣି ସେହି ସାଂସଦଙ୍କ ଟିଭି ଚ୍ୟାନେଲ ଜଣେ ବିବାଦିତ ବିଧାୟକ ସୁବର୍ଣ୍ଣ ନାୟକଙ୍କୁ ଆଣି ଠିଆ କରାଇ କହିଲା ଯେ ସେ କାଳେ ଦେଖିଛନ୍ତି ଯେ ସେମାନେ ଯେଉଁ କାଗଜରେ ଦସ୍ତଖତ ଦେଉଥିଲେ ସେଥିରେ ଲେଖାଥିଲା ଯେ ପ୍ୟାରୀମୋହନ ମହାପାତ୍ର ହେଉଛନ୍ତି ଆମର ନୂଆ ନେତା ।

ପୁଣି କହିଲେ ଜଣେ ଲୋକ, ହେଲେ ଦେଖାଇଲେ ଧାଡି କରି ଠିଆ ହୋଇଥିବା ପାଂଚ ଜଣଙ୍କ ଫଟୋ ।

ପ୍ରଶ୍ନ : ଆପଣ ବିଶ୍ୱାସ କରୁଛନ୍ତି ଯେ ଏ କାହାଣୀକୁ ଓଡ଼ିଶାର ଲୋକେ ବିଶ୍ୱାସ କରିବେ?

ଯଜ୍ଞେଶ୍ୱର : ଏଇଟା କାହାଣୀ ନୁହେଁ ଆଜ୍ଞା! ଏଇଟା ତଥ୍ୟ ଉପରେ ପରିବେଶିତ ପ୍ରମାଣ ହୋଇ ସାରିଥିବା ସତ୍ୟ । ଉଦାହରଣ ଦେଖନ୍ତୁ । ନବୀନବାବୁ ଓଡ଼ିଶା ଫେରିବା ପରେ ତା’ଙ୍କୁ ପ୍ୟାରୀ ବିରୋଧୀ ତିନି ଚାରି ଜଣ ନେତା କହିଥିଲେ ଦେଲେ ଯେ ଏକରେ ସେଦିନ ୪୦ରୁ ଅଧିକ ବିଧାୟକ ପ୍ୟାରୀବାବୁଙ୍କ ଘରେ ଏକାଠି ହୋଇ ବୈଠକ କଲେ ଓ ଗୋଟିଏ କାଗଜରେ ଦସ୍ତଖତ କରିଛନ୍ତି ଯେଉଁଥିରେ ଲେଖା ହୋଇଥିଲା ଯେ ପ୍ୟାରୀମୋହନ ମହାପାତ୍ର ହେଉଛନ୍ତି ଆମର ନେତା ।

ଦୁଇରେ ୨୯ ତାରିଖ ରାତିରେ ପ୍ୟାରୀ ମହାପାତ୍ର ରାଜଭବନକୁ ଫୋନ୍ କରି ରାଜ୍ୟପାଳଙ୍କୁ ସମୟ ମାଗିଥିଲେ ଓ ରାଜ୍ୟପାଳ ତା ପରଦିନ ୧୧ଟା ବେଳେ ଆସିବାକୁ ସମୟ ଦେଇଥିଲେ । ତିନିରେ ଭୁବନେଶ୍ୱରର ଏକ ହୋଟେଲରେ ୬୨ଟା କୋଠରୀ ଭଡାରେ ନିଆ ଯାଇଥିଲା ଯେଉଁଥିରେ ପ୍ୟାରୀଙ୍କ ଘରେ ବୈଠକ କରିଥିବା ଓ ନଥିବା ୬୦ ଜଣ ବିଧାୟକ ରହିଥାଆନ୍ତେ ଏବଂ ସେମାନେ ସେହିଠାରୁ ରାଜଭବନ ଯାଇ ରାଜ୍ୟପାଳଙ୍କୁ ପ୍ୟାରୀବାବୁଙ୍କ ସପକ୍ଷରେ ଲିଖିତ ସମର୍ଥନ ଦେଇଥାଆନ୍ତେ ଓ ସେଠାରୁ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରି ଥାଆନ୍ତେ ।

ପୁରୀରେ ବି ଜଣେ ବରିଷ୍ଠ ବିଧାୟକ କାଳେ ଏହି ବିଧାୟକମାନଙ୍କର ଜଗନ୍ନାଥ ଦର୍ଶନ ସହିତ ସମୁଦ୍ରକୂଳରେ ରହଣୀ ପାଇଁ ଏକ ବଡ଼ ହୋଟେଲ ନେଇଥିଲେ । ମୁଖ୍ୟମନ୍ତ୍ରୀ ଏସବୁ କଥାର ସତ୍ୟାସତ୍ୟ ଜାଣିବା ପାଇଁ ରାଜ୍ୟ ଓ କେନ୍ଦ୍ରର ଗୁଇନ୍ଦା ବିଭାଗ ସହିତ ନିଜ ତରଫରୁ ଦିଲ୍ଲୀର ଏକ ବେସରକାରୀ ଗୁଇନ୍ଦା ସଂସ୍ଥାକୁ ବି ଲଗାଇଥିଲେ ।

ସେମାନେ ସବୁ ରିପୋର୍ଟ ଦେଲେ ଯେ ସବୁ କଥା ମିଛ । ସେଦିନ ପ୍ୟାରୀଙ୍କ ଘରେ ୪୦ ନୁହେଁ ୪୦ରୁ କମ୍ ବିଧାୟକ ଦଳ ଦଳ ହୋଇ ବିଭିନ୍ନ ସମୟରେ ପହଞ୍ଚିଥିଲେ । ସେମାନେ ସବୁ ଯାଉଥିଲେ ଓ ଆସୁଥିଲେ । ସଂଧ୍ୟାରେ କେବଳ ଅଳ୍ପକିଛି ବିଧାୟକଙ୍କୁ ନେଇ ଏକ ବୈଠକ ହୋଇଥିଲା ।

ଯେଉଁ ହୋଟେଲ କଥା କୁହାଯାଇଥିଲା ସେ ହୋଟେଲର ରେଜିଷ୍ଟରରରୁ ଜଣା ପଡ଼ିଲା ଯେ ସେଦିନ ୬୨ତ ଛାଡନ୍ତୁ ଏକାଥରକେ କେହି ୩ଟି ମଧ୍ୟ କୋଠରୀ ଏକାସାଙ୍ଗରେ ବୁକ୍ କରି ନଥିଲେ । ତା ପରେ ରାଜଭବନ ସିଧା କହିଥିଲା ଯେ ୨୯ ତାରିଖରେ ବିଜେଡିର କେହି ବି ଦଳବଳ ହୋଇ ରାଜ୍ୟପାଳଙ୍କୁ ଭେଟିବା ପାଇଁ ସମୟ ମାଗି ନଥିଲେ କି ରାଜ୍ୟପାଳ ବି ୩୦ ତାରିଖରେ କାହାରିକୁ ଭେଟିବା ପାଇଁ ସମୟ ଦେଇ ନଥିଲେ ।

ବରଂ ପ୍ୟାରୀବାବୁ ଯାହା କହିଥିଲେ ସେଇଟା ହିଁ ରିପୋର୍ଟରୁ ମିଳିଥିଲା ଯେ କିଛି ବିଧାୟକ ସେମାନଙ୍କ ଅଂଚଳର ସମସ୍ୟା ବିଷୟରେ ଲେଖିକରି ଦେଇଥିଲେ । ଆମ ଦଳର ଆଉ ଜଣେ ସାଂସଦ ତାଙ୍କ ଦୈନିକ ସମ୍ବାଦପତ୍ରରେ ଲେଖିଦେଲେ ଯେ ୩୦ ତାରିଖରେ ହୋଟେଲରେ ଯେଉଁ ସାମ୍ବାଦିକ ସମ୍ମିଳନୀ ପ୍ୟାରୀବାବୁ କରିଥିଲେ ତାକୁ କାଳେ ମୁଁ ଆୟୋଜନ କରିଥିଲି ।

ଏପରି ମିଛ ଗାଳ୍ପିକଙ୍କ ବିରୁଦ୍ଧରେ ଆମେ କ’ଣ କରି ପାରିବୁ?

ପ୍ରଶ୍ନ : ଠିକ୍ ଅଛି । କିନ୍ତୁ ଓଡ଼ିଶା ଜନମୋର୍ଚ୍ଚା ଗଠନର ଆବଶ୍ୟକତା କ’ଣ ଏଇଥିପାଇଁ ପଡ଼ିଲା?

ଯଜ୍ଞେଶ୍ୱର : ହଁ! ଏହା ସେଇଥିପାଇଁ ପଡ଼ିଲା ଯେଉଁଥିପାଇଁ ମଇ ୨୯ ତାରିଖ ଦିନ ବିଧାୟକମାନେ ପ୍ୟାରୀବାବୁଙ୍କ ପାଖକୁ ଯାଇଥିଲେ । ଏବେ ଦଳର ନେତା ଓ ସବୁ କୁଚକ୍ରୀମାନଙ୍କୁ ବୁଝିବାକୁ ପଡ଼ିବ ଯେ ବିଜେଡି କେବଳ କାହାକୁ ଜଣକୁ ମୁଖ୍ୟମନ୍ତ୍ରୀ କରିବାକୁ ସୃଷ୍ଟି ହୋଇ ନଥିଲା ।

ଏହା କେନ୍ଦ୍ର-ପୀଡିତ ଦୁଖିନୀ ଓଡ଼ିଶାର ଆର୍ଥିକ, ସାମାଜିକ ସହିତ ରାଜନୈତିକ ସ୍ଥିତିର ବିକାଶ କରିବା ପାଇଁ ଗଠିତ ହୋଇଛି । କିଛି ଲୋକଙ୍କ ମଉଜ ପାଇଁ ନୁହେଁ । ଏହାର ଯିଏ ବି ନେତା ହୁଅନ୍ତୁ ନା କାହିଁକି ତାଙ୍କୁ ପ୍ରଥମେ ଲୋକଙ୍କ ସମସ୍ୟା କଥା ବୁଝିବାକୁ ହେବ ଓ ପ୍ରଶାସନକୁ ସମ୍ବେଦନଶୀଳ କରିବାକୁ ହେବ ।

ପ୍ରଶ୍ନ : ଆପଣ ଭାବୁଛନ୍ତି ଲୋକେ ଏ କଥାକୁ ଠିକ୍ ବୋଲି ଗ୍ରହଣ କରିବେ?

ଯଜେ୍ଞଶ୍ୱର : ଅପେକ୍ଷା କରନ୍ତୁ! ସମୟ କହିବ କିଏ ଠିକ ଆଉ କିଏ ଭୁଲ୍ ।

ପ୍ରଶ୍ନ : ଶେଷର ଗୋଟିଏ ସିଧା ପ୍ରଶ୍ନ ପଚାରିବି ଯେ ଓଡ଼ିଶା ଜନମୋର୍ଚ୍ଚା ସବୁଦିନେ କେବଳ ବିଜେଡିରେ ସଂସ୍କାର ଆଣିବା ପାଇଁ ଏକ ସଂଗଠନ ହୋଇ ରହିବ ନା ଏହା ମଧ୍ୟ ଏକ ନୂଆ ରାଜନୈତିକ ଦଳର ରୂପ ନେବ?

ଯଜ୍ଞେଶ୍ୱର : ଏକଦମ ସିଧା ଜବାବ ଦେଉଛି ଯେ ଜନମୋର୍ଚ୍ଚାର ଗଠନ ହୋଇଛି ଦଳରେ ସଂସ୍କାର ଆଣିବାପାଇଁ । ଆମେ ଦାବି କରୁଛୁ ଓ କରିବୁ ଯେ ବିଜେଡି ମାତ୍ର ଚାରିପାଂଚ ଜଣ ଲୋକଙ୍କର ମର୍ଜିରେ ନୁହେଁ ଦଳର ସମ୍ବିଧାନ ଓ କାର୍ଯ୍ୟକର୍ତାଙ୍କର ମତ ଅନୁଯାୟୀ ଚାଲୁ ।

ଦଳରେ କାର୍ଯ୍ୟକର୍ତାମାନଙ୍କର ମତ ରଖିବା ପାଇଁ ଯେଉଁ ସବୁ ସାଙ୍ଗଠନିକ ବୈଠକ ହେବା କଥା ତାହା ହେଉ । କାର୍ଯ୍ୟକର୍ତା ର୍ାମାନେ ଲୋକଙ୍କର ଯେଉଁ ସମସ୍ୟା ଆଣୁଛନ୍ତି ତାକୁ ସରକାର ସମ୍ବେଦନଶୀଳ ଭାବରେ ଶୁଣୁ ଓ ତାହାର ସମାଧାନ କରୁ । ଯଦି ଏହାକୁ କିଛି ଲୋକ ଦଳବିରୋଧି ଭାବି ଆମକୁ ଓଲଟା ନିଲମ୍ବିତ ଓ ବହିସ୍କାର କରି ଚାଲିବେ ତେବେ ଆମେ ମଧ୍ୟ ଅନ୍ୟ କଥା ଚିନ୍ତା କରିବାକୁ ବାଧ୍ୟ ହେବୁ ।

ପ୍ରଶ୍ନ : ଧନ୍ୟବାଦ୍ ।

ସୌଜନ୍ୟ : ଦୈନିକ ନବଭାରତ, ଭୁବନେଶ୍ୱର

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି, ସାକ୍ଷାତକାର Tagged With: ଜନମୋର୍ଚ୍ଚା, ପ୍ୟାରୀମୋହନ ମହାପାତ୍ର, ବିଜୁ ଜନତା ଦଳ, ମୁଖ୍ୟମନ୍ତ୍ରୀ, ଯଜ୍ଞେଶ୍ୱର ବାବୁ, ସାକ୍ଷାତକାର, ସାମ୍ବାଦିକ ସମ୍ମିଳନୀ

ବିଜେଡି କନ୍ଦଳ: ପ୍ୟାରୀ ଗଠନ କଲେ ଓଡିଶା ଜନମୋର୍ଚ୍ଚା

October 1, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍: ସଦାଶିବ ଶତପଥୀ

ଭୁବନେଶ୍ୱର, ଅକ୍ଟୋବର ୧(ଓଡ଼ିଶା ଡ଼ଟ୍ କମ୍) -ବିଜେଡିରୁ ନିଲମ୍ବିତ ହୋଇଥିବା ସାଂସଦ ପ୍ୟାରୀ ମୋହନ ମହାପାତ୍ର ଓଡିଶା ଜନମୋର୍ଚ୍ଚା ନାମରେ ଏକ ସଂଗଠନ ଗଠନ କରିଛନ୍ତି ।

ଏହା ଦ୍ୱାରାତାଙ୍କୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଓଡିଶା ଜନମୋର୍ଚା ଭବିଷ୍ୟତ କାର୍ଯ୍ୟ ପନ୍ଥା ସଂପର୍କରେ ଶ୍ରୀ ମହାପାତ୍ର ଅକ୍ଟୋବର ୧୯ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିବେ ବୋଲି ଓଡିଶା ଜନମୋର୍ଚ୍ଚା ମୁଖପାତ୍ର ଭାବେ ନିଯୁକ୍ତି ପାଇଥିବା ବିଜେଡି ନେତା ଯଜ୍ଞେଶ୍ୱର ବାବୁ ଓଡିଶା ଡଟ୍ କମ୍ କୁ କହିଛନ୍ତି ।

ପ୍ୟାରୀଙ୍କର ଏହି ମଂଚ ଗଠନ ସଂପର୍କରେ କଂଗ୍ରେସ, ବିଜେଡି ଏବଂ ବିଜେପ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଯଦି ରାଜ୍ୟର ଭଲପାଇଁ ଏହି ମୋର୍ଚ୍ଚା ଗଠନ କରାଯାଇଛି ତେବେ ତାହା ସ୍ୱାଗତଯୋଗ୍ୟ ବୋଲି ରାଜ୍ୟ କଂଗ୍ରେସ ମୁଖ୍ୟ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ଏହି ମୋର୍ଚ୍ଚା ଗଠନ ଦ୍ୱାରାବିଜେଡିର ଅର୍ନ୍ତକଳହ ପଦାକୁ ଆସିଛି ବୋଲି ବିଜେପି ର ରାଜ୍ୟ ସଭାପତି ଜୁଏଲ ଓରାମ କହିଛନ୍ତି । ବରିଷ୍ଠ ବିଜେଡି ନେତା ଡଃ ଦାମୋଦର ରାଉତ କହିଛନ୍ତି ଏହା ତାଂକ ପାର୍ଟିରେ କୌାଣସି ପ୍ରଭାବ ପକାଇବ ନାହିଁ ।

ଏଠାରେ ଉଲ୍ଲେଖଯୋଗ୍ୟଯେ ସାଂସଦ ପ୍ୟାରୀ ମୋହନ ମହାପାତ୍ର ମେ ୨୯ ତାରିଖରେ କରିଥିବା ‘ଗୁପ୍ତ ବୈଠକ’ ଯୋଗୁଁ ବିଜେଡି ରୁ ନିଲମ୍ବିତ ହୋଇଥିଲେ । ଫଳରେ ଦୀର୍ଘ ୧୨ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ସହିତ ତାଂକ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: ଓଡିଶା ଜନମୋର୍ଚ୍ଚା, ଜୁଏଲ ଓରାମ, ବିଜେଡ଼ି, ସାମ୍ବାଦିକ ସମ୍ମିଳନୀ, ସାଂସଦ ପ୍ୟାରୀ ମୋହନ ମହାପାତ୍ର

ମାଓ କମାଣ୍ଡର ରାଜୁ ଗିରଫ

September 27, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଗୁଣୁପୁର,ସେପ୍ଟେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) – ସିଆରପିଏଫ ଓ ରାୟଗଡା ପୁଲିସ ମିଳିତ କମ୍ବିଂ କରୁଥିବାବେଳେ ଗୁଡାରି ଓ ଚନ୍ଦ୍ରପୁର ସୀମାନ୍ତ ଗୁମ୍ମି ଗ୍ରାମ ନିକଟସ୍ଥ ଜଙ୍ଗଲରେ ମାଓ କମାଣ୍ଡର ରାଜୁଙ୍କୁ ଗିରଫ କରିବା ସହ ତାଠାରୁ ଏକ ଟିଫିନ ବୋମା ଓ ଏସବିଏମଏଲ ବନ୍ଧୁକ ଜବତ କରିଥିବା ପୁଲିସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଗୁମ୍ମି ଗ୍ରାମ ନିକଟସ୍ଥ ଜଙ୍ଗଲରେ କିଛି ସମର୍ଥକଙ୍କୁ ଧରି ରାଜୁ ବୈଠକ କରୁଥିବାବେଳେ ପୁଲିସ ସେଠାରେ ଚଢ଼ଉ କରି ଶ୍ରୀ ବ୍ରେକବେଢାଙ୍କୁ ଧରିଥିବାବେଳେ ତାଙ୍କ ସହଯୋଗୀ ଖସି ପଳାଇଥିଲେ ।

ରାୟଗଡା ଓ ଗଜପତି ଜିଲାରେ ବିଭିନ୍ନ ମାଓ ହିଂସାରେ ଜଡିତ ରହିବା ସାଙ୍ଗକୁ ମାଓବାଦୀ ସଂଗଠନକୁ ବିଭିନ୍ନ ବିସ୍ଫୋରକ ସାମଗ୍ରୀ ଓ ଚାନ୍ଦା ଆଦାୟ କରି ପୁଲିସର ମୋଷ୍ଟ ୱାେ ଡ଼ ତାଲିକାରେ ଥିବା ବାଶଧାରା ଡିଭିଜନ କମାଣ୍ଡର ଶ୍ରୀନାଥ ବ୍ରେକବେଢା ଓରଫ ରାଜୁକୁ ଗିରଫ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କମ୍ବିଂ ଅପରେସନ, ମାଓବାଦୀ, ରାୟଗଡା ପୁଲିସ, ସାମ୍ବାଦିକ ସମ୍ମିଳନୀ, ସିଆରପିଏଫ

ଉପା ସରକାରକୁ ସମର୍ଥନ ଦେବ ନାହିଁ ବିିଜେଡି: ମୁଖ୍ୟମନ୍ତ୍ରୀ

September 19, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦାତା

ଭୁବନେଶ୍ୱର, ସେପ୍ଟେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍)- ଦୁର୍ନୀତିରେ ଉବୁଟୁବୁ ହେଉଥିବା କଂଗ୍ରେସ ନେତୃତ୍ୱାଧୀନ ସରକରାକୁ କୌଣସି ପରିସ୍ଥିତିରେ ବିଜେଡି ବାହାରୁ କିମ୍ବା ଭିତରୁ ସମର୍ଥନ ଦେବାର ପ୍ରଶ୍ନ ଉଠୁ ନାହିଁ ବୋଲି ବିିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହା ସ୍ପଷ୍ଟ କରିଛନ୍ତି ।

ଆଜିଠାରୁ ୫ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ଯାଇଛନ୍ତି । ୨୩ ତାରିଖରେ ଫେରିବେ । ଯିବା ପୂର୍ବରୁ ନବୀନ ନିବାସଠାରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତର ଦେଇ କହିଲେ ଯେ,କେନ୍ଦ୍ର ସରକାରରୁ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସମର୍ଥନ ପ୍ରତ୍ୟାହାର ଘୋଷଣାପରେ ଏହି ସରକାର ଏବେ ଅସ୍ଥିର ଦୁର୍ବଳ ହୋଇଛି ।

ତେବେ ବିଜେଡି ଆଗକୁ କ’ଣ ଘଟୁଛି ତାକୁ ଅପେକ୍ଷା କରିଛି । ଦେଶର ବିଭିନ୍ନ ଆଂଚଳିକ ଦଳ ଗୁଡିକ ଦିନ କୁ ଦିନ ଶକ୍ତିଶାଳୀ ହେଉଛନ୍ତି । ଓଡିଶାରେ ବିଜେଡି ସାଧାରଣ ଲୋକଙ୍କ ଆର୍ଶୀବାଦରେ ବେଶ୍ ମଜବୁତ ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ନିର୍ବାଚନ ଏବେ ହେଉ ବା କେବେ ହେଉ ବିଜେଡିକୁ କିଛି ଫରକ ପଡିବ ନାହିଁ । ପାକ୍ ନିର୍ବାଚନ ମେଣ୍ଟ ପାଇଁ ଏବେ କିଛି କୁହା ଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ନିର୍ବାଚନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ସାମ୍ବାଦିକ ସମ୍ମିଳନୀ

କଂଗ୍ରେସ ଏଫ୍ଆଇର ରଖିଲାନି ପୋଲିସ

September 9, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍)- ଆଜି କଂଗ୍ରେସ ଭବନରେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଘରୋଇ ବିଭାଗର ଅଧିନରେ ଥିବା ଥାନା ଗୁଡିକ ପକ୍ଷପାତି କରୁଛନ୍ତି ପ୍ରକାଶ କରିଛନ୍ତି ।

୬ ତାରିଖ ସମାବେଶକୁ ନେଇ ଉପୁଜିଛି ବିବାଦ । ବିଜେଡି ଓ କଂଗ୍ରେସ ଉଭୟ ଦଳ ଆରୋପ ଓ ପ୍ରତ୍ୟାରୋପରେ ବ୍ୟସ୍ତ ଅଛନ୍ତି ।

ବିଜେଡି କଂଗ୍ରେସ ବିରୋଧରେ ଦେଇଥିବା ଏଫେଆଇଆରକୁ କ୍ୟାପିଟାଲ ଥାନା ଗ୍ରହଣ କରିଥିବା ବେଳେ କଂଗ୍ରେସ ତରଫରୁ ଆଣିଥିବା ଅଭିଯୋଗକୁ ଏଫ୍ଆଇଆର ଭାବେ କ୍ୟାପିଟାଲ ଥାନା ଆଇଆଇସି ଗ୍ରହଣ କରିବାକୁ ଅନିଛା ପ୍ରକାଶ କରିବା ଅଗଣତାନ୍ତ୍ରିକ ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଥାନା ଏବେ କାହାର ବ୍ୟକ୍ତିଗତ ସମ୍ପତି ହୋଇ ଯାଇଛି ।

ଆମର ଅଭିଯୋଗକୁ ଗ୍ରହଣ କରାଯାଇ ନାହିଁ । ଏହା କେତେଦୂର ଯୁକ୍ତିଯୁକ୍ତ ଓଡିଶାର ଜନସାଧାରଣ ବିଚାର କରନ୍ତୁ ବୋଲି ମିଶ୍ର ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଆଯ୍ୟକୁମାର ଜ୍ଞାନେନ୍ଦ୍ର ଉପସ୍ଥିତ ଥିଲେ । କଂଗ୍ରସ ପକ୍ଷରୁ କୁହାଯାଇଛି ଯେ ମହିଳା କନେଷ୍ଟବଳକୁ ଆମ କର୍ମୀ ମାରିନାହିାଁନ୍ତି ବିଜେଡି ଲୋକମାନେ ହିଁ ମାରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଏଫ୍ଆଇର, କଂଗ୍ରେସ, ଗଣତାନ୍ତ୍ରିକ, ବିଜେଡ଼ି, ମହିଳା କନେଷ୍ଟବଳ, ରାଜ୍ୟ ସରକାର, ସାମ୍ବାଦିକ ସମ୍ମିଳନୀ

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ