ଲୋକପ୍ରିୟ ସାମ୍ବାଦିକ ଶାନ୍ତନୁ ବିଶ୍ଵାଳଙ୍କ ବିୟୋଗରେ ଓଡିଶା ଡଟ କମ ପରିବାର ମର୍ମାହତ ।
ଛାତ୍ର ରାଜନୀତି ପରେ ସାମ୍ବାଦିକତାକୁ ଆଦରିନେଇ ଥିବା ବିଶ୍ଵାଳ ଅନେକ ଦଶନ୍ଧି ଧରି ନିର୍ଭୀକତାର ସହ ପଶ୍ଚିମ ଓଡିଶାର ବିଭିନ୍ନ ଘଟଣାବଳୀ ସମ୍ପର୍କରେ ଲେଖି ଆସୁଥିଲେ ଓ ଅନେକ ଯୁବ ସାମ୍ବାଦିକଙ୍କ ପାଇଁ ପ୍ରେରଣାର ଉତ୍ସ ରହିଥିଲେ। ଓଡିଶା ଡଟ କମ ପ୍ରତି ତାଙ୍କର ଅବଦାନ ବେଶ ଗୁରୁତ୍ଵପୂର୍ଣ ।
ତାଙ୍କର ବିୟୋଗ କେବଳ ଓଡିଶା ଡଟ କମ ପାଇଁ ନୁହେଁ, ସମଗ୍ର ଓଡିଶା ସାମ୍ବାଦିକତା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କର ଅକାଳ ବିୟୋଗରେ ଆମେ ଗଭୀର ଶୋକବ୍ୟକ୍ତ କରୁଛି ଓ ତାଙ୍କର ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଉଛୁ ।
ଓଡିଶା ଡଟ କମ ପରିବାର




ତାଙ୍କୁ ସେଠାକାର ଡାକ୍ତରଖାନାରେ ଭର୍ତି କରାଯାଇଥିଲା । କିନ୍ତୁ ତାଙ୍କୁ ବଂଚାଇ ହେଲା ନାହିଁ । ଡିଜିଟାଲ୍ ଓଡିଶାର ସ୍ୱପ୍ନ ଦେଖୁଥିବା ସାଇ ପ୍ରସନ୍ନ ଏଥିପାଇଁ କାର୍ଯ୍ୟ ଆରମ୍ଭ କରିସାରିଥିଲେ । କିନ୍ତୁ ତାଙ୍କ ମୃତ୍ୟୁରେ ଏକ ବଡଶୂନ୍ୟ ସ୍ଥାନ ସୃଷ୍ଟି ହୋଇଗଲା ।
ତାଙ୍କୁ ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା ତରଫରୁ ମଇ ଛଅ ବୁଧବାର ଦିନ ଭୁବନେଶ୍ୱରସ୍ଥ ଜୟଦେବ ଭବନରେ ସଂଧ୍ୟା ୬.୩୦ ମିନିଟ୍ ରେ ହେବାକୁ ଥିବା ରାଜ୍ୟସ୍ତରୀୟ ‘ତ୍ରୟୋଦଶ ନାରଦ ସମ୍ମାନ’ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ, ଅନୁଷ୍ଠାନର ସମ୍ପାଦକ ଶ୍ରୀ ନିରଞ୍ଜନ ନାୟକ ପ୍ରକାଶ କରିଛନ୍ତି । ପଣ୍ଡା ବହୁ ବର୍ଷ ଧରି ରାଜ୍ୟର ପ୍ରମୁଖ ଓଡିଆ ସଂବାଦପତ୍ର ସମାଜର ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରିଛନ୍ତି ।



