• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସାରଳାଦାସ

ହିନ୍ଦୀରେ ପ୍ରକାଶିତ ହେବ ସାରଳାଦାସଙ୍କ ମହାଭାରତ

October 5, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୫ (ଓଡ଼ିଶା ଡ଼ଟ୍ କମ୍) – ସାରଳାଦାସଙ୍କ ମହାଭାରତ ହିନ୍ଦୀ ଭାଷାରେ ଖୁବ ଶୀଘ୍ର ପ୍ରକାଶିତ ହେବ ବୋଲି ଦି ନିୟୁ ଇନ୍ଡିଏନ ଏକ୍ସପ୍ରେସ ଗ୍ରୁପ ପକ୍ଷରୁ ଆୟୋଜିତ ଦୁଇଦିନିଆ ଓଡିଆ ସାହିତ୍ୟ ଉତ୍ସବ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଓଡିଆ ସାହିତ୍ୟର ବିଭିନ୍ନ ଭାଷାରେ ଅନୁବାଦ ଉପରେ ଗୁରୁତ୍ଵ ଆରୋପ କରିଥିଲେ । ସେ କହିଥିଲେ ଯେ ଅନୁବାଦ ହେବାଦ୍ୱାରା ଓଡିଆ ସାହିତ୍ୟ ଅନ୍ୟ ଭାଷା ଭାଷୀ ଲୋକଙ୍କ ପାଖରେ ପହଞ୍ଚି ପାରିବ ।

ଓଡିଆ ଭାଷାର କାଳଜୟୀ ରଚନା ଗୁଡିକ ଇଂରାଜୀ ତଥା ଅନ୍ୟ ଭାଷାରେ ଅନୁବାଦ ହେବାଦ୍ୱାରା ଆମ ସାହିତ୍ୟର ବ୍ୟାପକ ପ୍ରସାର ଘଟିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଓଡିଆ ସାହିତ୍ୟ ଏବଂ ସଂସ୍କୃତି ର ବିକାଶ ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ସଂପର୍କରେ ସୁଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାରଳା ଦାସଙ୍କ ମହାଭାରତକୁ ହିନ୍ଦୀ ଭାଷାରେ ଖୁବ ଶୀଘ୍ର ପ୍ରକାଶିତ ହେବ ।

ଏତଦବ୍ୟତୀତ ଓଡିଆ ଭାଗବତର ସଦ୍ୟତମ ସଂସ୍କରଣ ପାଇଁ ମଧ୍ୟ ଓଡିଶା ସାହିତ୍ୟ ଏକାଡେମୀ ପଦକ୍ଷେପ ନେଇଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ମଧ୍ୟ ବିଶ୍ୱ ଓଡିଆ ସମ୍ମିଳନୀର ଆୟୋଜନ କରାଯାଉଛି ବୋଲି ସେ ପ୍ରକାଶ କରିଥିଲେ ।

ସାରଳା ଦାସଙ୍କ ମହାଭାରତ ଠାରୁ ଆରମ୍ଭ ହୋଇଥିବା ଓଡିଆ ସାହିତ୍ୟ ର ଜୟଯାତ୍ରା ବିଭିନ୍ନ ପର୍ଯାୟ ଦେଇ ଆଧୁନିକ ଯୁଗରେ ପହଞ୍ଛିଛି ।

ଓଡିଆ ସାହିତ୍ୟକୁ ସମୃଦ୍ଧ କରିବାରେ କବି ସମ୍ରାଟ ଉପେନ୍ଦ୍ର ଭଂଜ, ବଳଦେବ ରଥ, ଦୀନକୃଷ୍ନ ଦାସ, ରାଧାନାଥ ରାୟ, ଫକୀର ମୋହନ ସେନାପତି, ସଚୀ ରାଉତରାୟ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ମାୟାଧର ମାନସିଂ, ଗୋପୀନାଥ ମହାନ୍ତି, ପ୍ରାଣବନ୍ଧୁ କର ଆଦି ମହାରଥୀ ମାନଙ୍କୁ ଅବଦାନକୁ ମୁଖ୍ୟମନ୍ତ୍ରୀ ସ୍ମରଣ କରିବା ସହିତ ବର୍ତମାନ ଯୁଗର ଅଭିଜ୍ଞ ଓ ଯୁବ ଲେଖକ ଓ କବିମାନେ ଆଧୁନିକ ଓଡିଆ ସାହିତ୍ୟକୁ ଆହୁରି ଗୌରବାନ୍ୱିତ କରିବେ ବୋଲି ଆଶା ବ୍ୟକ୍ତ କରିଥିଲେ ।

ଦି ନିୟୁ ଇନ୍ଡିଏନ ଏକ୍ସପ୍ରେସ ଗ୍ରୁପର ଏଡିଟୋରିଏଲ ଡାଇରେକ୍ଟର ପ୍ରଭୁ ଚାଓଲା ସ୍ୱାଗତ ଭାଷଣ ଦେଇଥିଲେ । ପରେ ପଟ୍ଟନାୟକ ସ୍ତମ୍ବକାର ଶ୍ରୀ ଶଙ୍କର ନାୟାର ଓ ଚାଓଲାଙ୍କ ସହିତ ସାଂପ୍ରତିକ ରାଜନୈତିକ, ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ସମସ୍ୟା ଉପରେ ମତ ବିନିମୟ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ସାହିତ୍ୟ Tagged With: ଓଡିଆ ସାହିତ୍ୟ ଉତ୍ସବ, ମହାଭାରତ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ସାରଳାଦାସ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ