• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସାଲୁଜା

ଗୃହକୁ ଫେରିଲେ ସାଲୁଜା

December 20, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୦(ଓଡିଶା ଡଟ୍ କମ୍)-ଗତ ୧୨ ତାରିଖରେ ବିଧାନସଭାରୁ ନିଲମ୍ବିତ ହୋଇଥିବା କଣ୍ଟାବଞ୍ଝିର କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ସାତ ଦିନପରେ ଗୁରୁବାର ଦିନ ଗୃହକୁ ଫେରିଛନ୍ତି ।

ପ୍ରଶ୍ନ କାଳରେ ଶ୍ରୀ ସାଲୁଜା ପାଟିରେ ଧଳା କପଡା ବାନ୍ଧି ଜୟ ବଲାଙ୍ଗୀର,ଆମର ଦାବି ଲୋୟର ସୁକତେଲ ଲୋଖା ଥିବା ବ୍ୟାନରକୁ ନିଜ ଆସନରେ ଠିଆ ହୋଇ ପଦର୍ଶିତ କରିଥିଲେ ।

ପ୍ରଶ୍ନୋତର କାଳ ଶେଷ ପର୍ଯ୍ୟନ୍ତ ସେ ନିଜ ଆସନରେ ଠିଆ ହୋଇ ରହିଥିଲେ । ପ୍ରଶ୍ନୋତର କାଳରେ ବାଚସ୍ପତି ପ୍ରଦୀପ କୁମାର ଅମାତ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ଧ୍ୟାନ ଆକର୍ଷଣକାରୀ ନୋଟିସ୍ ରେ କହିବାକୁ ଡାକିଥିଲେ ।

ଏହା ପ୍ରତିବାଦରେ କଂଗ୍ରେସ ବିଧାୟକ ସୁରେନ୍ଦ୍ର ସିଂ ଭୋଇ,ନବ କିଶୋର ଦାସ,ଦେବୀ ପ୍ରସାଦ ଚାନ୍ଦ ପ୍ରମୁଖ ଗୃହର ମଧ୍ୟଭାଗକୁ ଆସି ବିଧାୟକ ଶ୍ରୀ ସାଲୁଜାଙ୍କୁ କହିବାକୁ ସୁଯୋଗ ଦେବାପାଇଁ ଦାବି କରିଥିଲେ ।

ବାଚସ୍ପତି ଶ୍ରୀ ମହାରଥୀଙ୍କ ପରେ କହିବାକୁ ସୁଯୋଗ ଦିଆଯିବ ବୋଲି କହିବା ପରେ ସଦସ୍ୟମାନେ ନିଜ ନିଜ ଆସନକୁ ଫେରିଥିଲେ । ସାଲୁଜା କହିଲେ ମନ୍ତ୍ରୀମାନେ ଗୃହକୁ ବିଭ୍ରାନ୍ତ କରୁଛନ୍ତି । ଗୋଟିଏ ପ୍ରଶ୍ନର ଉତର ମାସକ ତଳେ ଯାହା ଥିଲା ପରବର୍ତୀ ସମୟରେ ତାହା ବଦଳି ଯାଉଛି । ଆଲୋଚନା ପାଇଁ ସୁଯୋଗ ମିଳୁ ନାହିଁ ।

ବୋକଚାବୁହା ନୁହେଁ ବୁଚୁକାବୁହା କହିଥିଲି । ମାତ୍ର ମୋତେ ଦଣ୍ଡ ମିଳିଲା । ହେଲେ ଯେଉଁମାନେ ବୋକଚାବୁହା କହିଲେ ସେମାନେ ଖସିଗଲେ । ତାଙ୍କୁ ଗୃହରୁ ୭ଦିନ ପାଇଁ ନିଲମ୍ବିତ କରାଯିବା ନେଇ ସେ ଦୁଃଖିତ ନୁହଁନ୍ତି ।

କାରଣ ସେ ବଲାଙ୍ଗୀରର କଥିତ ଭାଷାକୁ ଅନ୍ୟମାନେ କହୁଛନ୍ତି ବୋଲି କହି ଉଲ୍ଲେଖ କରିଥିଲେ । ତାଙ୍କ ନିଲମ୍ବନ ପାଇଁ ସେ ଓ କଣ୍ଟାବଞ୍ଝି ବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି ବୋଲି ସାଲୁଜା କହିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଂଗ୍ରେସ ବିଧାୟକ, ବଲାଙ୍ଗୀର, ସାଲୁଜା

ଚାଷୀ ସମସ୍ୟା: ସର୍ବଦଳୀୟ ବୈଠକ ପାଇଁ ରାଜିହେଲେ ବାଚସ୍ପତି

December 10, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୦(ଓଡିଶା ଡଟ୍ କମ୍)-ରାଜ୍ୟରେ ମଣ୍ଡି ଖୋଲାଯାଇନାହିଁ । ଚାଷୀଙ୍କଠାରୁ ଧାନ କିଣା ଯାଉନାହିଁ । ଚାଷୀଙ୍କ ଅବସ୍ଥା ଦୁର୍ବିସହ ହୋଇଛି । ଯୋଗାଣ ବିଭାଗ କର୍ମଚାରୀ ଓ ମିଲର ମଧୁଚନ୍ଦ୍ରିକାରୁ କୃଷକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବୋଲି ବିରୋଧି କଂଗ୍ରେସ ଓ ଶାସକ ଦଳର ବିଧାୟକମାନେ ଆଜି ବିଧାନ ସଭାରେ ସ୍ୱର ଉଠାଇଛନ୍ତି ।

ସୋମବାର ଦିନ ଶୂନ୍ୟକାଳ ଆରମ୍ଭ ହେବାକ୍ଷଣି ବିରୋଧିଦଳ ନେତା ଭୂପିନ୍ଦର ସିଂ ଚାଷୀଙ୍କ ସମସ୍ୟା ପ୍ରସଙ୍ଗ ଉତ୍ଥାପନ କରିଥିଲେ । ସେ କହିଲେ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ କଳାହାଣ୍ଡି ପରେ ଆଜି ନୂଆପଡା ଜିଲ୍ଲା ବନ୍ଦ ହୋଇଛି ।

ସରକାରଙ୍କ ଘୋଷଣାପରେ ମଧ୍ୟ ମଣ୍ଡି ଖୋଲୁ ନାହିଁ । ହଜାର ହଜାର ବସ୍ତାଧାନଧରି ଚାଷୀ ରାଜରାସ୍ତାରେ ରହିଛି । ତୁରନ୍ତ ଏଥିରେ ବାଚସ୍ପତି ହସ୍ତକ୍ଷେପ କରିବା ଆବଶ୍ୟକ ।

କଂଗ୍ରେସର ସନ୍ତୋଷ ସିଂ ସାଲୁଜା କହିଥିଲେ କେଉଁଠାରେ ମଣ୍ଡି ଖୋଲାଯାଇଛି ଓ ବର୍ତମାନ ସୁଦ୍ଧା କେତେ ଧାନଚାଷୀଙ୍କ ଠାରୁ ସଂଗ୍ରହ କରାଯାଇଛି ସେ ସଂପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଗୃହକୁ ଜଣାଇବା ଉଚିତ ।

କଂଗ୍ରସର ଏହି ଅଭିଯୋଗ ସହ ବିଜେଡି ବିଧାୟକମାନେ ମଧ୍ୟ ସମସ୍ୱର ପ୍ରକଟ କରିଛନ୍ତି । ବିଜେଡିର ପ୍ରଦୀପ ମହାରଥୀ ଉଦ୍ବେଗ ପ୍ରକାଶ କରି କହିଥିଲେ ଯେ,ମଣ୍ଡି ଖୋଲିନାହିଁ । ଧାନ କ୍ରୟ ହେଉନି । ମନ୍ତ୍ରୀ ବିଧାନସଭାକୁ ଏହି ବିଷୟରେ ସବିଶେଷ ଜଣାଇବା ଉଚିତ ।

ଭଗବାନଙ୍କ ଦୟାରୁ ଏଥର ଫସଲ ଭଲ ହୋଇଛି । କିନ୍ତୁ ଧାନ ସଂଗ୍ରହ ହେଉନଥିବାରୁ ଲକ୍ଷ ଲକ୍ଷ ଚାଷୀ ଧାନଧରି ବସିଛନ୍ତି । ଯୋଗାଣ ବିଭାଗର କିଛି ଅଫିସର ଓ ମିଲ ମାଲିକ ମଧୁଚନ୍ଦ୍ରିକା କରି ଚାଷୀଙ୍କୁ ରାଜରାସ୍ତାରେ ବସାଇଛନ୍ତି ।

ବିଧାୟକ ନବକିଶୋର ଦାସ, ଡା.ପ୍ରଫୁଲ ମାଝି, ଦୁର୍ଯ୍ୟୋଧନ ଗରଡିଆ, ଦେବୀ ପ୍ରସନ୍ନ ଚାନ୍ଦ, ଗୋବର୍ଦ୍ଧନ ଦାସ, ଚକ୍ରଧର ପାଇକ, ସୁରେନ୍ଦ୍ର ପ୍ରସାଦ ପ୍ରମାଣିକ, ଅନନ୍ତ ଦାସ, ପୂଣ୍ଣଚନ୍ଦ୍ର ସେଠୀ, ଖଗେଶ୍ୱର ବେହେରା, ରାଜେନ୍ଦ୍ର ଦାସ, ଡଃ ସିପ୍ରା ମଲ୍ଲିକ, ପ୍ରଫୁଲ ଘଡେଇ ପ୍ରମୁଖ ଚାଷୀ ସମସ୍ୟା ନେଇ ଉଦ୍ବେଗ ପ୍ରକାଶ କରିଥିଲେ ।

ବାଚସ୍ପତି ଏଥିନେଇ ଏକ ବୈଠକ ଡାକିବା ସହିତ ମଣ୍ଡିକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ଏକ ବିଧାନସଭା ଗୃହ କମିଟି ଗଠନ କରାଯାଉ ବୋଲି କହିଛନ୍ତି । ପରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଖୁବ୍ଶୀଘ୍ର ଏଥିନେଇ ଏକ ବୈଠକ ଡାକିବେ ବୋଲି କହିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଂଗ୍ରେସ, ଚାଷୀ ସମସ୍ୟା, ନୂଆପଡା ଜିଲ୍ଲା, ବାଚସ୍ପତି, ବିଜେଡ଼ି, ସାଲୁଜା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ