• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସାହିତ୍ୟ ଏକାଡେମୀ ପୁରସ୍କାର

ଗୌରହରି ଦାସଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

December 21, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୧(ଓଡିଶା ଡଟ୍ କମ୍ )-ଜଣାଶୁଣା କଥାକାର ଡକ୍ଟର ଗୌରହରି ଦାସ ପାଇବେ ଏ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ତାଙ୍କର ‘କଣ୍ଟା ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ତାଙ୍କୁ ଏହି ପୁରସ୍କାର ଦେବାକୁ ସ୍ଥିର କରିଛି କେନ୍ଦ୍ର ସାହିତ୍ୟ ଏକାଡେମୀ ।

ଶ୍ରୀ ଦାସଙ୍କୁ ଏକ ଲକ୍ଷ ଟଙ୍କା, ମାନପତ୍ର, ଉତରୀୟ ଏବଂ ଉପଢୈାକନ ପ୍ରଦାନ କରାଯିବ । ସଂପ୍ରତି ସେ ସମ୍ବାଦରେ କାର୍ଯ୍ୟରତ । ଜୁଆର ଭଟ୍ଟା,ମାଟି କଣ୍ଡେଇ, ଅହଲ୍ୟାର ବାହାଘର ଏବଂ ମଥୁରାର ମାନଚିତ୍ର ପ୍ରଭୃତି ୧୫ଟି ଗଳ୍ପ ସଂକଳନ ତାଙ୍କୁ ବିପୁଳ ପାଠକୀୟ ଆଦୃତି ଓ ସାରସ୍ୱତ ସ୍ୱୀକୃତି ଆଣିଦେଇଛି ।

Dr.Das

ଆସନ୍ତା ୨୦୧୩ ମସିହା ଫେବୃୟାରି ୧୮ ତାରିଖରେ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଏକାଡେମି ପକ୍ଷରୁ ସୂଚନା ମିଳିଛି ।

ସେହିପରି ଏହି କାର୍ଯ୍ୟକ୍ରମରେ ‘ସେଇ ପକ୍ଷୀଟିର ନାଁ’ ପୁସ୍ତକ ନିମନ୍ତେ ପ୍ରଶାନ୍ତ ମହାନ୍ତିଙ୍କୁ ଏଥର ଅନୁବାଦ କ୍ଷେତ୍ରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିବ । ଶ୍ରୀ ମହାନ୍ତିଙ୍କୁ ୫୦ ଟଙ୍କା,ମାନପତ୍ର,ଉତରୀୟ ଏବଂ ଉପଢୈାକନ ପ୍ରଦାନ କରାଯିବ ।

‘ଭିନ୍ନ ଉପବନ’ ପାଇଁ ଯୁବ ସାହିତ୍ୟିକା ସୃଷ୍ଟିଶ୍ରୀ ନାୟକଙ୍କୁ ଯୁବ ପୁରସ୍କାର ମିଳିବ । ସୃଷ୍ଟିଶ୍ରୀଙ୍କୁ ୫୦ ହଜାର ଟଙ୍କା,ମାନପତ୍ର,ଉତରୀୟ ଏବଂ ଉପଢୈାକନ ପ୍ରଦାନ କରାଯିବ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ସାହିତ୍ୟ Tagged With: ଅହଲ୍ୟାର ବାହାଘର, ଗୌରହରି ଦାସ, ଜୁଆର ଭଟ୍ଟା, ମାଟି କଣ୍ଡେଇ, ସାହିତ୍ୟ ଏକାଡେମୀ ପୁରସ୍କାର

ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରଦାନ ଉପରେ ରହିତାଦେଶ

February 2, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,ଫେବୃୟାରୀ ୨(ଓଡ଼ିଶା ଡ଼ଟ୍ କମ୍) “ଅଚିହ୍ନା ବାସଭୂମି” ଉପନ୍ୟାସକୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରଦାନ ଉପରେ ଗୁରୁବାର ଓଡ଼ିଶା ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି ।

୨୦୧୧ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ନିମନ୍ତେ କୋଲକାତା ନିବାସୀ ଓଡ଼ିଆ ସାହିତ୍ୟିକା କଳ୍ପନା କୁମାରୀ ବେୀଙ୍କ ଦ୍ୱାରା ଲିଖିତ ଏହି ଉପନ୍ୟାସ ମନୋନୀତ ହୋଇଥିଲା ।

ଚଳିତମାସ ୧୨ ତାରିଖଦିନ ଏହି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ତେବେ ଅଚିହ୍ନା ବାସଭୂମିକୁ ପୁରସ୍କାର ପାଇଁ ମନୋନୀତ କରିବା ବେଳେ ବ୍ୟାପକ ଅନିୟମିତତା ହୋଇଥିବା ଦର୍ଶାଇ ପ୍ରକାଶକ ତଥା ଲେଖକ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି ।

କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଁ ମୋଟ୍୧୬ଟି ଓଡ଼ିଆ ପୁସ୍ତକ ତାଲିକାଭୁକ୍ତ ହୋଇଥିଲା ଏବଂ ଏଥିମଧ୍ୟରୁ କେବଳ କଲ୍ୟାଣୀନଗରର କାହାଣୀ/ଅକ୍ଷର ପବ୍ଲିକେସନ୍ ପକ୍ଷରୁ ପ୍ରକାଶିତ ୧୧ଟି ପୁସ୍ତକ ସ୍ଥାନ ପାଇଥିଲା ବୋଲି ସେ ଏଥିରେ ଦର୍ଶାଇଛନ୍ତି ।

ଏହି ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଭି.ଗୋପାଳଗୌଡ଼ ଓ ବିଚାରପତି ବିଶ୍ୱନାଥ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ରହିତାଦେଶ ଜାରି କରିବା ସହ ଏ ସଂପର୍କରେ ଜବାବ ଦାଖଲ କରିବାକୁ ଲେଖିକା କଳ୍ପନା କୁମାରୀ ଦେବୀ, କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତିବିଭାଗର ଶାସନ ସଚିବ,ସାହିତ୍ୟ ଏକାଡ଼େମୀର ଆବାହକ ବିଭୂତି ପଟ୍ଟନାୟକଙ୍କୁ ନୋଟିସ୍ ଜାରି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ସାହିତ୍ୟ ଏକାଡେମୀ ପୁରସ୍କାର, ହାଇକୋର୍ଟ

ସାହିତ୍ୟ ଏକାଡ଼େମୀ ପୁରସ୍କାର ନିଷ୍ପତି ବାତିଲ ଦ।ବି

January 15, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୧୬(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ୨୦୧୧ ବର୍ଷ ପାଇଁ ଘୋଷଣା କରାଯାଇଥିବା ପୁରସ୍କାରକୁ ବାତିଲ କରିବା ପାଇଁ ମୁକ୍ତ ସାହିତ୍ୟ ମଂଚ ପକ୍ଷରୁ ଦ।ବି କରାଯାଇଛି ।

ଏହାସହ ଏକାଡ଼େମୀର ପରାମର୍ଶାତା ପରିଷର ଆବାହକ ବିଭୂତି ପଟ୍ଟନାୟକଙ୍କୁ ବରଖାସ୍ତ କରିବାକୁ ମଂଚ ପକ୍ଷରୁ ରବିବାର ଏକ ବୈଠକରେ ପୁରସ୍କାର ସଂପର୍କରେ ସାହିତ୍ୟିକ ଓ ବୁଦ୍ଧିଜୀବୀଙ୍କ ମତାମତ ଆହ୍ୱାନ କରାଯାଇଛି ।

ପୁରସ୍କାର ପାଇଁ ପ୍ରାଥମିକ ଭିତ୍ତି ତାଲିକା ପ୍ରସ୍ତୁତିରେ ଜଣେ ପ୍ରଶାସକଙ୍କ ୧୧ଟି ପୁସ୍ତକକୁ ସ୍ଥାନ ଦିଆଯିବା, ପୁରସ୍କାରପ୍ରାପ୍ତ “ଅଚିହ୍ନା ବାସଭୂମି’ ବହୁପରେ ପ୍ରକାଶିତ ହୋଇଥିଲେ ମଧ୍ୟ ତାହାର ପ୍ରକାଶକୁ ୨୦୦୯ ବୋଲି ଦର୍ଶାଇ ପୁରସ୍କାର ପ୍ରକ୍ରିୟାରେ ସାମିଲ କରିବା ଆଦି ଏକାଡ଼େମୀ ପୁରସ୍କାର ଚୟନର ସ୍ୱଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଥିବାରୁ ଏହାର ପ୍ରତିକାର ପାଇଁ ଆଲତର ଦ୍ୱାରସ୍ଥ ହେବାକୁ ବୈଠକରେ ମତପ୍ରକାଶ ପାଇଛି ।

ସାହିତ୍ୟ ଏକାଡ଼େମୀ ପୁରସ୍କାର ବିଜେତା ଫନି ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ତମ୍ଭକାର ପଂଚାନନ କାନୁନ୍ଗୋ ଓ ପ୍ରଫେସର ନିତ୍ୟାନନ୍ଦ ଶତପଥୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ସାହିତ୍ୟ ଏକାଡେମୀ ପୁରସ୍କାର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ