କେମିତି ବାହାରୁଥିଲା ପୁରୁଣା ଓଡିଆ ପତ୍ରିକା ? ସେଥିରେ କେଉଁ ମାନେ ଲେଖୁଥିଲେ ? ଏବେ ବାହାରୁଥିବା ପତ୍ର ପତ୍ରିକା ସବୁ କଣ? ଜଣେ ଜିଜ୍ଞାସୁ ଓଡିଆ ଭାଷା ପ୍ରେମୀ ଭାବେ ଯଦି ଏହାର ଉତ୍ତର ଖୋଜିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିଶେଷ ପରିଶ୍ରମ କରିବାକୁ ପଡିବନି ।
ଭୁବନେଶ୍ବରରୁ ଗତ ସାତ ବର୍ଷ ଧରି ନିୟମିତ ପ୍ରକାଶ ପାଉଥିବା ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପ୍ରତିବର୍ଷ ଜାନୁଆରୀରେ ଆୟୋଜନ କରିଥାଏ କାଦମ୍ବିନୀ ପତ୍ରିକା ହାଟ ।
ଏହି ଅଭିନବ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହୁଏ ପୁରାତନ ଓ ସମକାଳୀନ ସମସ୍ତ ପତ୍ରିକା । ଖାଲି ସେତିକି ନୁହେଁ ପତ୍ର ପତ୍ରିକାର ପାଠକ, ଲେଖକ ଏବଂ ତତ୍ ସମ୍ପର୍କିତ ବ୍ୟକ୍ତି ମଧ୍ୟ ଏହି ହାଟକୁ ଆସନ୍ତି ।
ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତିକୁ ଋଦ୍ଧିମନ୍ତ କରିବା ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ଓ କିସ୍ର ପ୍ରତିଷ୍ଠାତା ତଥା ପ୍ରଖ୍ୟାତ ଶିକ୍ଷାବିତ୍ ଡକ୍ଟର ଅଚ୍ୟୁତ ସାମନ୍ତ ୨୦୦୦ ମସିହାରେ ପ୍ରତିଷ୍ଠା କରିଥିଲେ କାଦମ୍ବିନୀ ମିଡିଆ ପ୍ରା.ଲି. ।
ଏହାର ଆଦ୍ୟ ଉଦ୍ୟମ ସ୍ୱରୂପ ସେହି ବର୍ଷ ଜୁଲାଇ ମାସରେ ଆତ୍ମପ୍ରକାଶ କରିଥିଲା ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା ଭାବେ ‘କାଦମ୍ବିନୀ’ ।
ଡ. ଇତି ସାମନ୍ତଙ୍କ ବଳିଷ୍ଠ ସମ୍ପାଦନାରେ ଏହି ପତ୍ରିକା ଏବେ ଓଡ଼ିଶାର ପ୍ରତିଷ୍ଠିତ ଓ ସର୍ବାଧିକ ପ୍ରସାରିତ ପତ୍ରିକା (ଏବିସି ସ୍ୱୀକୃତିପ୍ରାପ୍ତ) ତଥା ରାଜ୍ୟ ଓ ରାଜ୍ୟ ବାହାରେ ରହୁଥିବା ପ୍ରତ୍ୟେକ ଓଡ଼ିଆଙ୍କର ପ୍ରିୟ ପାରିବାରିକ ବନ୍ଧନ ଭାବେ ଯଥେଷ୍ଟ ଲେଖକୀୟ ଓ ପାଠକୀୟ ଶ୍ରଦ୍ଧା ଓ ସ୍ୱୀକୃତି ଲାଭ କରିପାରିଛି ।
ସେଥିସହ ୨୦୧୧ ମସିହା ଜୁଲାଇ ମାସରୁ କାଦମ୍ବିନୀ ମିଡିଆରୁ ପ୍ରକାଶ ପାଉଛି ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ଶିଶୁ-କିଶୋର ପତ୍ରିକା ‘କୁନିକଥା’ । କାଦମ୍ବିନୀ ମିଡିଆ ପ୍ରତିବର୍ଷ ଜୁଲାଇ ମାସ ୨ ତାରିଖରେ ‘କାଦମ୍ବିନୀ’ ଓ ‘କୁନିକଥା’ର ସ୍ୱନକ୍ଷତ୍ର ଉତ୍ସବ ପାଳନ କରିଥାଏ ।
ସେହିପରି ୨୦୦୨ ମସିହାରୁ ପ୍ରତିବର୍ଷ ଜାନୁଆରୀ ମାସରେ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ର ଆୟୋଜନ କରିଥାଏ । ଏହି ଅବସରରେ ୨୦୦୯ ମସିହାରୁ ଆୟୋଜିତ ହୋଇଆସୁଛି ଅଭିନବ ପରିକଳ୍ପନାର ଓଡ଼ିଶାରେ ଏକମାତ୍ର ‘କାଦମ୍ବିନୀ ପତ୍ରିକା ହାଟ’ ।
ଓଡ଼ିଶାର ସାମାଜିକ, ସାଂସ୍କୃତିକ, ସାହିତ୍ୟିକ ଓ ଶୈକ୍ଷିକ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଆ ପତ୍ରିକାର ରହିଛି ଏକ ଯୁଗାନ୍ତକାରୀ ଅବଦାନ । ଏହି ଅବିସ୍ମରଣୀୟ ଅବଦାନକୁ ସ୍ମରଣ କରିବା ସହ ସେଇ ଗୌରବମୟ ଐତିହ୍ୟର ସାର୍ଥକ ସ୍ମୃତିକୁ ପୁନଃ ଜାଗୃତ କରି ଗୋଟିଏ ମଞ୍ଚରେ ପୁରାତନ ଓ ସମକାଳୀନ ସମସ୍ତ ପତ୍ରିକାକୁ ଦେଖି, ଛୁଇଁ, ଅନୁଭବ କରିବା ଭଳି ଦୃଷ୍ଟିଭଙ୍ଗୀକୁ ନେଇ ଏହି ହାଟ ପରିକଳ୍ପନା ।
ଯେଉଁଠି ରାଜ୍ୟ ତଥା ରାଜ୍ୟ ବାହାରୁ ଏଯାବତ୍ ବିଭିନ୍ନ ପ୍ରାନ୍ତରୁ ପ୍ରକାଶ ପାଇଥିବା ଓ ପାଉଥିବା ପତ୍ରିକାକୁ ଗୋଟିଏ ସ୍ଥାନରେ ସଂଗ୍ରହ କରିହେଉଛି ଅଥବା ଦେଖିହେଉଛି ।
ଅଧୁନା ପ୍ରକାଶ ପାଉଥିବା ବା ପୂର୍ବରୁ ପ୍ରକାଶ ପାଇ ବନ୍ଦ ହୋଇଯାଇଥିବା ବହୁ ପତ୍ରିକାର ସମ୍ପାଦକ, ସମ୍ପୃକ୍ତ ବ୍ୟକ୍ତିବିଶେଷ, ପ୍ରକାଶନ ସଂସ୍ଥା ସମେତ ପତ୍ରିକା ସଂଗ୍ରାହକମାନେ ଏଥିରେ ଯୋଗ ଦେଇ ନିଜ ନିଜର ପତ୍ରିକା ପ୍ରଦର୍ଶନ ସହ କିଣାବିକାର ସୁଯୋଗ ଲାଭ କରିଆସୁଛନ୍ତି ।
ସମାଜୋପଯୋଗୀ ବିବିଧ ବିଷୟକ ପତ୍ରିକା ଏହି ହାଟରେ ସାମିଲ୍ ହେଉଥିବାରୁ ଖୁବ୍ କମ୍ ସମୟ ଭିତରେ ଏହା ସମସ୍ତଙ୍କ ନିକଟରେ ଗ୍ରହଣୀୟ ହୋଇପାରିଛି ।
ଏହି ହାଟରେ ସାହିତ୍ୟ, ଶିଶୁ-କିଶୋର, ପାରିବାରିକ, ଶିକ୍ଷା, ଜ୍ଞାନ-ବିଜ୍ଞାନ, ଚଳଚ୍ଚିତ୍ର, କ୍ରୀଡ଼ା, ରାଜନୀତି, ବାଣିଜ୍ୟ, ନିଯୁକ୍ତି, ପରିବେଶ, ସ୍ୱାସ୍ଥ୍ୟ, ଧର୍ମ-ପୁରାଣ, ଯୋଗ-ଧ୍ୟାନ, ରାଶିଫଳ, ହସ୍ତରେଖା-ଜ୍ୟୋତିଷ ଆଦି ବିଭିନ୍ନ ବିଷୟକ ପତ୍ରିକାକୁ ଏକାଠି ଗୋଟିଏ ମଞ୍ଚରେ ପାଇବା ସହିତ ତତ୍ ସମ୍ପର୍କିତ ବ୍ୟକ୍ତିଙ୍କୁ ଭେଟି ହେଉଛି; ଆଉ ପତ୍ରିକାର ଇତିହାସ, ଆନ୍ଦୋଳନ ଓ ସଂଘର୍ଷର କଥା ବି ଜାଣି ହେଉଛି ।
ଦିବସବ୍ୟାପୀ ଅନୁଷ୍ଠିତ ଏହି ହାଟରେ ପ୍ରତିବର୍ଷ ଓଡ଼ିଶା ଓ ଓଡ଼ିଶା ବାହାରର ୫୦୦ରୁ ଊଦ୍ଧ୍ୱର୍ ବା ତଦୂଦ୍ଧ୍ୱର୍ ପତ୍ରିକା, ପାଠାଗାର ଓ ସଂଗ୍ରାହକ ଅଂଶଗ୍ରହଣ କରୁଛନ୍ତି ତଥା ନିଜ ନିଜ ଭିତରେ ଭାବର ଆଦାନପ୍ରଦାନ କରିପାରୁଛନ୍ତି । ଉତ୍ସବରେ ଯୋଗ ଦେଉଥିବା ପ୍ରତ୍ୟେକ ବର୍ଗର ବ୍ୟକ୍ତିଙ୍କ ମଧ୍ୟରେ ପତ୍ରିକା ହାଟକୁ ନେଇ ବେଶ୍ ଉତ୍ସାହ ପରିଲକ୍ଷିତ ହେଉଛି ।
ଗୋଟିଏ ସ୍ଥାନରେ, ଗୋଟିଏ ଛାତ ତଳେ ଏତେ ସଂଖ୍ୟକ ପତ୍ରିକା ଦେଖି ଅନେକେ ଅଭିଭୂତ ହେଉଛନ୍ତି । ସମସ୍ତଙ୍କ ପାଇଁ ଏହା ଏକ ନିଆରା ଅନୁଭବ ଆଣି ଦେଉଛି ।
ଦଶମ ‘କାଦମ୍ବିନୀ ପତ୍ରିକା ହାଟ’
ଦୁଇ ହଜାର ଅଠର ଇଂରାଜୀ ନୂଆବର୍ଷର ଦ୍ୱିତୀୟ ରବିବାର ଅର୍ଥାତ୍ ୧୪ ତାରିଖ । ଭୁବନେଶ୍ୱରସ୍ଥିତ କିଟ୍ କନ୍ଭେନ୍ସନ୍ ସେଣ୍ଟରରେ ଆରମ୍ଭ ହୋଇଯାଇଥିଲା ରାଜ୍ୟର ବିଭିନ୍ନ ଅଞ୍ଚଳର ସାହିତ୍ୟିକ, ପତ୍ରିକା କର୍ତ୍ତୃପକ୍ଷ, ପାଠକ ଓ ସାହିତ୍ୟାନୁରାଗୀଙ୍କର ଗହଳି ।
ଅବସର ଥିଲା ‘କାଦମ୍ବିନୀ’ ଦ୍ୱାରା ଆୟୋଜିତ ଦଶମ ‘କାଦମ୍ବିନୀ ପତ୍ରିକା ହାଟ’। ଏହା ସହ ମଧ୍ୟ ଅନୁଷ୍ଠିତ ହୋଇଥିଲା ପଞ୍ଚଦଶ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’,ଏବଂ ‘କୁନାକୁନି ମେଳା’ କାର୍ଯ୍ୟକ୍ରମ ।
ପତ୍ରିକା ହାଟରେ ଅଂଶଗ୍ରହଣ କରିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପତ୍ରିକା ସମ୍ପାଦକ, ପ୍ରକାଶକ ଓ କର୍ତ୍ତୃପକ୍ଷ ସକାଳୁ ସକାଳୁ ଆସି ପହଞ୍ଚିଯାଇଥାନ୍ତି ଉତ୍ସବ ପରିସରରେ । ଉଦ୍ଦିଷ୍ଟ ସ୍ଥାନରେ ସେମାନେ ନିଜର ପତ୍ରପତ୍ରିକାର ଏକ ସୁନ୍ଦର ପସରା ମେଲାଇ ଦେଇଥାନ୍ତି ।
ତା’ପରେ ଆରମ୍ଭ ହୁଏ ପତ୍ରିକା ହାଟର ବହୁ ପ୍ରତୀକ୍ଷିତ ଉଦ୍ଘାଟନ ଉତ୍ସବ । ଏଥର ବି ସେମିତି ହୋଇଥିଲା । ପ୍ରଖ୍ୟାତ କଥାକାର ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଦ୍ୱାରା ଏହି ହାଟ ଉଦ୍ଘାଟିତ ହୋଇଥିଲା । ପରେ ଅତିଥିମାନେ ପତ୍ରିକା ହାଟ ପରିଦର୍ଶନ କରିଥିଲେ ।
ଏହାପରେ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମର ଦ୍ୱିତୀୟ ପ୍ରସ୍ତ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ । ମଞ୍ଚ ଉପରକୁ ଅତିଥିମାନଙ୍କ ଆଗମନ ପରେ ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ଆରାଧ୍ୟ ଦେବତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ପ୍ରଖ୍ୟାତ କଥାକାର ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ।
ବିଶିଷ୍ଟ ସାହିତ୍ୟିକା, ଶିକ୍ଷାବିତ୍ ଓ ଅଭିନେତ୍ରୀ ଡ. ମାଳବିକା ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ବିଶିଷ୍ଟ ସାହିତ୍ୟିକା, ଶିକ୍ଷାବିତ୍ ଓ ସମାଜସେବୀ ପଦ୍ମଶ୍ରୀ ଡକ୍ଟର ସଇଦା ସାଇଦିନ୍ ହମିଦ୍; ସମ୍ମାନିତ ଅତିଥି ଥିଲେ ସମାଜସେବୀ, ଲେଖିକା, ଚଳଚ୍ଚିତ୍ର ଅଭିନେତ୍ରୀ ତଥା କିନ୍ନର ସମାଜର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଶ୍ରୀମତୀ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ; ବିଶିଷ୍ଟ କବୟିତ୍ରୀ ଓ ଆଲୋଚିକା ଶ୍ରୀମତୀ ସୁକ୍ରିତା ପଲ୍ କୁମାର ଓ ବିଶିଷ୍ଟ ପଞ୍ଜାବୀ ସାହିତ୍ୟିକା ଡ. ବନିତା ।
ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପରେ ପ୍ରାରମ୍ଭିକ ସଙ୍ଗୀତ ‘କାଦମ୍ବିନୀ ଗୀତ’ ପରିବେଷଣ ହୋଇଥିଲା । ପରେପରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ‘କାଦମ୍ବିନୀ’ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏବଂ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ‘କାଦମ୍ବିନୀ’ ସମ୍ପାଦିକା ଡ. ଇତି ସାମନ୍ତ ।
ଉତ୍ସବ ଅବସରରେ ବରିଷ୍ଠ କବି ଶ୍ରୀଯୁକ୍ତ ସୌଭାଗ୍ୟ କୁମାର ମିଶ୍ରଙ୍କୁ ‘କାଦମ୍ବିନୀ ସାରସ୍ୱତ ସମ୍ମାନ-୨୦୧୮’ ପ୍ରଦାନ କରାଯାଇଥିଲା । ରୌପ୍ୟ ଫଳକ, ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ପ୍ରଫେସର ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା ।
ସେହିପରି ଅନୁବାଦିକା ତଥା ‘ଶତଭିଷା’ ପତ୍ରିକାର ସମ୍ପାଦକ ଶ୍ରୀମତୀ ଶକୁନ୍ତଳା ବଳିଆରସିଂହଙ୍କୁ ‘କାଦମ୍ବିନୀ ସମ୍ପାଦକ ସମ୍ମାନ-୨୦୧୮’ ପ୍ରଦାନ କରାଯାଇଥିବା ବେଳେ ବରିଷ୍ଠ ସାହିତ୍ୟିକ ଶ୍ରୀଯୁକ୍ତ ସୁରେନ୍ଦ୍ର ମହାରଣା, ବରିଷ୍ଠ ସାହିତ୍ୟିକା ଶ୍ରୀମତୀ ଅଳକା ଚାନ୍ଦ, ବରିଷ୍ଠ ସାହତିି୍ୟକ ଶ୍ରୀଯୁକ୍ତ ଅଚ୍ୟୁତାନନ୍ଦ ସାମଲ ଏବଂ ବରିଷ୍ଠ ସାହିତ୍ୟିକ ଶ୍ରୀଯୁକ୍ତ ପ୍ରସନ୍ନ ହୋତାଙ୍କୁ ‘କାଦମ୍ବିନୀ ସାରସ୍ୱତ ସମ୍ବର୍ଦ୍ଧନା-୨୦୧୮’ରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ମାନପତ୍ର, ଉତ୍ତରୀୟ ଓ ଦଶହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇ ଏହି ବରିଷ୍ଠ ସାହିତ୍ୟିକ ଓ ସାହିତ୍ୟିକାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ସେହିପରି ସାହିତ୍ୟ ଅକାଦେମି ଓ ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ପାଇଁ ମନୋନୀତ ହୋଇଥିବା ସାହିତ୍ୟିକା ଶ୍ରୀମତୀ ଗାୟତ୍ରୀ ସରାଫ୍ ଓ ଅନୁବାଦକ ଶ୍ରୀଯୁକ୍ତ ସୂର୍ଯ୍ୟମଣି ଖୁଣ୍ଟିଆଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ଅନ୍ୟପକ୍ଷରେ ‘କାଦମ୍ବିନୀ’ର ଶୁଭେଚ୍ଛୁ ଶ୍ରୀଯୁକ୍ତ ଦ୍ୱିତୀକୃଷ୍ଣ ଜେନାଙ୍କୁ ମଧ୍ୟ ‘କାଦମ୍ବିନୀ ଶୁଭେଚ୍ଛୁ ସମ୍ବର୍ଦ୍ଧନା-୨୦୧୮’ ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ‘କାଦମ୍ବିନୀ’ର ନୂଆବର୍ଷ ସ୍ୱତନ୍ତ୍ର ଏବଂ ଶିଶୁ-କିଶୋର ପତ୍ରିକା ‘କୁନିକଥା’ର ଜାନୁଆରୀ ସଂଖ୍ୟାର ଶୁଭ ଉନ୍ମୋଚନ ହେବା ସଙ୍ଗେସଙ୍ଗେ କାଦମ୍ବିନୀ ମିଡିଆ ପ୍ରକାଶିତ ଡ. ଇତି ସାମନ୍ତଙ୍କ ଉପନ୍ୟାସ ‘ଶକୁନ୍ତଳାର ଝିଅ’ ଏବଂ ଫିଚର ସଂକଳନ ‘ପ୍ରସଙ୍ଗ ଗୁଚ୍ଛ’ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।
ସେଥିସହ ଅନ୍ୟ ଅନେକ ପୁସ୍ତକ ଓ ପତ୍ରପତ୍ରିକା ମଧ୍ୟ ଉନ୍ମୋଚିତ ହୋଇଥିଲା ।
ମଞ୍ଚରେ ଉପସ୍ଥିତ ଅତିଥିମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ମଞ୍ଚ ସଞ୍ଚାଳନ କରିଥିଲେ ମଧୁମିତା ମହାନ୍ତି । ଦିବସବ୍ୟାପୀ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତିନି ହଜାରରୁ ଊଦ୍ଧ୍ୱର୍ ସାହିତ୍ୟ ଓ କଳାସଂସ୍କୃତି ସହିତ ସଂପୃକ୍ତ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ ।
ଓଡିଶା ଡଟ କମ


ଦୀର୍ଘ ଶହଶହ ବର୍ଷର କାନ୍ଥ ଚିତ୍ରଗୁଡ଼ିକ ଅନାବଶ୍ୟକ ମନେକରି ସେ ମଧ୍ୟରେ ଥିବା ଏକ ସରକାରୀ କାର୍ଯ୍ୟାଳୟର କାର୍ଯ୍ୟକାରିତାରେ ବାଧା ଦେଇ ଜବରଦସ୍ତ ଭିତ୍ତି ଚିତ୍ରଗୁଡ଼ିକୁ ଲିଭାଇଦେବା ଏକ ଗର୍ହିତ କଥା ବୋଲି ପାରଳାର ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରନ୍ତି।





୧୯୨୧ ମାର୍ଚ୍ଚ ୨୩ ତାରିଖ ଦିନ କଟକର କଦମ୍ ରସୁଲ୍ ଠାରେ ଗାନ୍ଧି ତାଂକ ପତ୍ନୀ କସ୍ତୁରବାଂକ ସହ ଆସି ହିନ୍ଦୁ ମୁସଲମାନ୍ ଏକତା ସମ୍ପର୍କରେ ତାଂକର ଭାଷଣ ରଖିଥିଲେ । ପ୍ରଥମ ଯାତ୍ରାରେ ସେ କଟକ, ପୁରୀ, ଭଦ୍ରଖ ଓ ବ୍ରହ୍ମପୁର ଠାରେ ଭାସଣ ଦେଇଥିଲେ ।
୩.୧୯୨୮ ମସିହାରେ ପଶ୍ଚିମ ଓଡିଶାର ଝାରସୁଗୁଡ଼ା ଓ ସମ୍ବଲପୁର ଠାରେ ସେ ଜନସଭା କୁ ଉଦବୋଧନ ଦେଇଥିଲେ ।
ତେବେ ଗାଂଧିଂକ ବିଷୟରେ ଓଡିଆଂକ ଚିନ୍ତନ ଓ ସମ୍ମାନ ର ପୂର୍ନାଂଗ ଆକଳନ ଆଜି ଯାଏ ହୋଇପାରିନାହିଁ ।
୭.ବାପୁଂକ ଆତ୍ମଜୀବନୀ “ସତ୍ୟର ପ୍ରୟୋଗ” କୁ ଓଡିଆରେ ପ୍ରଥମେ ଅନୁବାଦ କରିଥିଲେ ଗୋପବନ୍ଧୁ ଚୌଧୁରୀ । ଏହା ପ୍ରଥମେ ଦୁଇ ଭାଗରେ ପ୍ରକାଶ ପାଇଥିଲା । ଗାନ୍ଧୀ ରଚନା କୁ ଓଡିଆ ରେ ଅନୁବାଦ କରିବାରେ ବିନୋଦ କାନୁନଗୋ ଅନ୍ୟତମ ପ୍ରମୁଖ ଭୂମିକା ନେଇଥିଲେ ।
ଗୋପବନ୍ଧୁ ଚୌଧୁରିଂକ “ଚାଷୀ ମୁଲିଆ ଗାନ୍ଧି”, ବିନୋଦ କାନୁନଗୋଂକ “ସୂତା ଖିଅକରେ ସ୍ଵରାଜ୍ୟ ଝୁଲୁଛି”, ବଲରାମ ମିଶ୍ରଂକ “ବେପାରୀ ପୁଅ”- ଏମିତି କିଛି ବହି ଯାହାର ପ୍ରଚୁର ଐତିହାସିକ ମୂଲ୍ୟ ରହିଛି ।

୪. ପୁରୁଣା ବସ ଷ୍ତାଣ୍ଡ୍ ସ୍ଥିତ ନାରାୟଣୀ ପତ୍ରିକା ଦୋକାନର ମାଲିକ ବାବୁଲିଂକ ସୂଚନା ଅନୁସାରେ ଚଳିତ ବର୍ଷ ସବୁଠୁ ଅଧିକ ବିକ୍ରୀ ହୋଇଥିବା ପତ୍ରିକା ଗୁଡିକ ହେଲେ-
୨. “ବ୍ଲୁ ମୁଡ୍” ଗୀତ ନୁହଁ, କବିତା । ତାର ଛନ୍ଦ ମୁକ୍ତ, ଭାବ ଅବାରିତ ଓ ଅର୍ଥ ବହୁ ପ୍ରସ୍ଥିୟ । କବିଂକ ଭାଷାରେ ଏ ସବୁ ଶ୍ୟାମଳ ସ୍ବପ୍ନ (ହୁଏତ ଅନ୍ଧକାରର ସ୍ବପ୍ନ) ଓ ବିଷାଦ ର କବିତା। କୈଶୋରର ନୁଆ ସ୍ବପ୍ନ ଓ ସ୍ମୃତିକୁ ନେଇ ଏଇ କବିତା ସବୁ ଆମକୁ ଗୋଟେ ନିଛାଟିଆ ସହରର ଶୁନଶାନ ଗଳିରେ ଠିଆ କରେଇ ଦିଅନ୍ତି । ପବନର ଗୀଟାରରେ ଏଇ କବିତା ହାଲକା ହାଲକା ଆମକୁ ରୋମାଂଚିତ କରେ ।
୪. ଦେବଦାସଂକ ବ୍ୟାକୁଳତା, ଅଧିର ହେବାର ସ୍ପନ୍ଦନ, ତାଂକର ବିଷାଦ, ଏକଲାପଣ ଓ ଅସରନ୍ତି ସ୍ବପ୍ନର ମହୋତ୍ସବ, ବିଭୁ କିଶୋରଂକ କଣ୍ଠରେ ନୁଆ ଯୁଗର ସୁର ହୋଇ ଝରୁଛି । ୟାକୁ ଉର୍ଦୁ ଗୀତ୍ ବା ନଜମ୍ ର ଏକ ପ୍ରତିରୂପ ବୋଲି କୁହାଯାଇପାରେ । ତେବେ ଏଥିରେ ନଜମ୍ ର ସ୍ଥିର ଓ ମାର୍ମିକ ପ୍ରବାହ ନାହିଁ । ଏ କବିତା ସବୁ ଭୀଷଣ ଭାବରେ ଅସ୍ଥିର ।
୬. ତେବେ ବ୍ଲୁ କଥା କହିଲା ବେଳେ ଆମେ ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଆମେରିକାରେ ରହୁଥିବା କୃଷ୍ଣକାୟ ଆଫ୍ରିକାନ୍ ମାନଂକ ସଂଗୀତ କଥା ନିହାତି ମାନେ ପକେଇବା । ଶ୍ରମଜୀବୀ ମଣିଷର କ୍ଷୋଭ, ନିରାଶା, ସ୍ମୃତି ଓ ନିଷ୍ଠୁର ସ୍ବପ୍ନର ସେ ଗୀତ ସବୁ ଏବେ କ୍ଲାସିକ୍ ପାଲଟି ସାରିଛି । ତେବେ ଦେବଦାସଂକ “ବ୍ଲୁ ମୁଡ୍” ରେ ଶ୍ରମ ନାହିଁ- ସ୍ମୃତି ଓ ସ୍ବପ୍ନ କିନ୍ତୁ ଭରପୁର ।
୮. ସବୁ କବିତା କୁ ଗୀତ ରେ ନକହି କଥାରେ ବି କହିହେବ । ଯେମିତି- ଯେତେବେଳେ ତୁମେ ନଥିଲ, କିଛି ନଥିଲା, ଜହ୍ନ ଦିଶୁଥିଲା ଗୋଟାଏ ତୁଷାର କ୍ଷତ ପରି , ସୂର୍ୟ ଥିଲା,ଯଖ୍ମା ରୋଗୀର ହୃଦୟ ପରିକା ……ଏଠି ପ୍ରବଳ ବିଷାଦ । ବିଭୁ କିଶୋର ବିଶାଦକୁ ମଧୁର ଅର୍ଥ ଦେଇ ପାରନ୍ତି ତାଂକ ଗଳାରେ ।
ତାଂକର ଚର୍ଚିତ ଆତ୍ମଜୀବନୀ “ଦିଗପହଣ୍ଡିର ଡ୍ରଇଂ ମାଷ୍ଟରେ” ରେ ସେ କୁହନ୍ତି- “ ବହୁ ଚେଷ୍ଟା କରି ଶେଷରେ ଡ୍ରଇଂ ମାଷ୍ଟରଟିଏ ହିଁ ହୋଇ ପାରିଲି। ସମାଜର ସବୁଠାରୁ ତୁଚ୍ଛ, ହେୟ, ଅପାଂକ୍ତେୟ ଏବଂ ଘୃଣ୍ୟ ହେଲା ଡ୍ରଇଂ ମାଷ୍ଟର ।‘’
୩. ଶିଳ୍ପୀ ଭାବରେ ତାଂକ ଜୀବନ ବହୁ ଉଠାପକା ଦେଇ ଯାଇଛି। ଅନେକ ଚାକିରୀ ସେ କରିଛନ୍ତି ଓ ଛାଡିଛନ୍ତି । ଅନେକ ଅନୁଷ୍ଠାନ ଗଢିଛନ୍ତି ଓ ତାକୁ ଭାଂଗି ପୁଣି ନୁଆ କିଛି ଗଢିଛନ୍ତି। ଓଡିଶା ସଂଗ୍ରହାଳୟ, ଓଡିଶା ପର୍ଯ୍ୟଟନ, କେନ୍ଦ୍ର ଲଳିତ କଳା ଏକାଡେମୀ ..ଏମିତି ବହୁ ଅନୁଷ୍ଠାନ ରେ ସେ ନିଯୁକ୍ତ ହୋଇ କାମ କରିଛନ୍ତି ।



କେଦାର ମିଶ୍ର
୨. ଲୋକକଥା ଅନୁସାରେ ପୂର୍ବଘାଟ ପର୍ବତମାଳାର ଏହି ସ୍ଥାନରେ ବିଶିଷ୍ଟ ଋଷି ଶ୍ରୁଂଗୀମୁନିଂକ ଆଶ୍ରମ ଥିଲା। ମହାକୁମ୍ଭ ମେଳାରେ ବୁଡ ପକେଇବାକୁ ଏହି ବାଟଦେଇ ଅନେକ ଋଷି ଯାଉଥିଲେ।
୫. ସମ୍ବଲପୁର ରୁ ବୌଦ ପର୍ଯନ୍ତ ମହାନଦୀର ପ୍ରାଚୀନ ନାମ ଚିତ୍ରୋତ୍ପଲା ଥିଲା ବୋଲି କୁହାଯାଏ। ଐତିହାସିକ କାବ୍ୟ “କୋଶଲାନନ୍ଦ” ରେ କବି ଗଂଗାଧର ମିଶ୍ର ମହାନଦୀ- ଚିତ୍ରୋତ୍ପଲା କୁ ଗଂଗା ପରି ପବିତ୍ର ଓ ଏହା କୁଳ ରେ ଥିବା ସୁବର୍ନପୁର ନଗରୀ (ଆଜିର ସୋନପୁର ସହର) କୁ ଦ୍ଵିତୀୟ ବାରାଣସୀ ବୋଲି ବର୍ଣନା କରିଛନ୍ତି।


