• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସିଆର୍ପିଏଫ୍ ଯବାନ

୨ ମହିଳାଙ୍କ ସହ ତିନି ମାଓବାଦୀ ଗିରଫ

February 14, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ଫେବୃୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲାରେ ପୋଲିସ ମଙ୍ଗଳବାର ଦୁଇ ଜଣ ମହିଳାଙ୍କ ସମେତ ତିନି ଜଣ ମାଓବାଦୀଙ୍କୁ ଗିରଫ କରିଛି ।

ଜିଲ୍ଲା ପୋଲିସ ଓ ସିଆର୍ପିଏଫ୍ ଯବାନମାନେ ମିଳିତ ଭାବେ ଚଢ଼ାଉ କରି ଏହି ତିନି ଜଣଙ୍କୁ ଗିରଫ କରିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଗିରଫ ମାଓବାଦୀମାନେ ହେଲେ ମାଳତୀ ମାଝି, ତଲୋମ ସନୋ ଓରଫ ରତ୍ନା ଓ କଦମ୍ବ ବୁଲୁ ଓରଫ ବିଜଲ । ମାଳତୀ ୨୦୦୭ରେ ମାଓବାଦୀ ସଂଗଠନରେ ଯୋଗଦେଇଥିବା ବେଳେ ସେ ନୟାଗଡ଼ଆକ୍ରମଣ ସହ ଅନ୍ୟ ଘଟଣାରେ ସଂପୃକ୍ତ ଥିବା ଏସ୍ପି ଗଣମାଧ୍ୟମକୁ କହିଛନ୍ତି ।

ସେହିପରି ତଲୋମ ୨୦୧୦ରେ ସଂଗଠନରେ ଯୋଗଦେଇ ଛତିଶଗଡ଼ ସିଆର୍ପିଏଫ୍ କ୍ୟାମ୍ପ ଆକ୍ରମଣ ଘଟଣାରେ ସଂପୃକ୍ତ ଏବଂ ବିଜଲ ୨୦୦୮ରେ ଛତିଶଗଡ଼ ମାଓ ସଂଗଠନରେ ଯୋଗେଇ ଶ୍ରୀରାମପୁର ବିସ୍ଫୋରଣ ସହିତ ଅନ୍ୟ ବିସ୍ଫୋରଣ ଘଟଣାରେ ସାମିଲ ଥିଲା ବୋଲି ସେ କହିଛନ୍ତି ।

ରତ୍ନା ଓ କମ୍ବ ଭଞ୍ଜନଗର ଛତିଶଗଡ଼ ଡିଭିଜନର ମାଓବାଦୀ ହୋଇଥିବା ବେଳେ ମାଳତୀ ସବ୍ୟସାଚୀ ପଣ୍ଡାଙ୍କ ଦେହରକ୍ଷୀ ଭାବେ ଭାବେ କାର୍ଯ୍ୟ କରୁଥିଲେ, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଗଞ୍ଜାମ ଜିଲ୍ଲା, ବ୍ରହ୍ମପୁର, ମାଓବାଦୀ, ସିଆର୍ପିଏଫ୍ ଯବାନ

ବ୍ୟବସାୟୀଙ୍କ ଠାରୁ ଲୁଟ୍ କରି ଚାରି ଯବାନ ଗିରଫ

December 2, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଉମରକୋଟ, ଡ଼ିସେମ୍ବର ୨(ଓଡ଼ିଶା ଡ଼ଟ୍ କମ୍) ଜଣେ ବ୍ୟବସାୟୀଙ୍କ ଠାରୁ ଟଙ୍କା ଓ ସୁନା ଗହଣା ଲୁଟ କରିଥିବା ଚାରି ଜଣ ସିଆର୍ପିଏଫ୍ ଯବାନଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି ।

ଉମରକୋଟ୍ ଉପ ନିର୍ବାଚନ ପାଇଁ ନିୟୋଜିତ ହୋଇଥିବା ଏହି ଯବାନମାନେ ଗତ ସୋମବାର ଛତିଶଗଡ଼ର ଜଣେ ବ୍ୟବସାୟୀଙ୍କୁ ଯାଂଚ ଆଳରେ ତାଙ୍କ ଠାରୁ ଲୁଟ୍ କରିଥିଲେ ।

ସଂପୃକ୍ତ ବ୍ୟବସାୟୀଙ୍କୁ ସେମାନେ ଅଟକ ରଖିବା ସହ ଛଅ ଲକ୍ଷ ଟଙ୍କା ଦେଲେ ଛାଡ଼ିଦେବାକୁ କହିଥିଲେ । ପରେ ବ୍ୟବସାୟୀ ଜଣକ ନିଜ ଭାଇଙ୍କୁ ଖବର ଦେଇ ଟଙ୍କା ମଗାଇଥିଲେ ଓ ଯବାନମାନଙ୍କୁ ଦେଇଥିଲେ ।

ଏ ସଂପର୍କରେ ବ୍ୟବସାୟୀ ଛତିଶଗଡ଼ ଧନ୍ୱନ୍ତରୀ ଏସ୍ପିଙ୍କ ନିକଟରେ ଅଭିଯୋଗ କରିଥିଲେ । ପରେ ଧନ୍ୱନ୍ତରୀ ଏସ୍ପି ନବରଙ୍ଗପୁର ଏସ୍ପିଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଜଣାଇଥିଲେ ।

ପରେ ପୋଲିସ ତଦନ୍ତ କରି ଆଜି ଅଭିଯୁକ୍ତ ଯବାନ ମାନଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୬ଲକ୍ଷ ୬୧ ହଜାର ଟଙ୍କା ଓ ସୁନା ଗହଣା ଜବତ କରିଛି । ସଂପୃକ୍ତ ଯବାନ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଓଡ଼ିଶା  ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବ୍ୟବସାୟୀ, ସିଆର୍ପିଏଫ୍ ଯବାନ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ