• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସିଡିଏମ୍ଓ

୧୦ ଦିନ ପାଇଁ ଗ୍ରାମାଞ୍ଚଳ ପରିଦର୍ଶନରେ ଯିବେ ସିଡିଏମ୍ଓ

November 15, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର ,ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍)-ଜିଲ୍ଲା ମୁଖ୍ୟକାର୍ଯ୍ୟାଳୟ ନରହି ଏଣିକି ୧୦ ଦିନ ପାଇଁ ଗ୍ରାମାଞ୍ଚଳ ପରିଦର୍ଶନରେ ଯିବେ ସିଡିଏମ୍ଓ ଓ ସିଏମ୍ଓ । ଏଥିସହିତ ସିଏଲ୍ସି ଓ ପିଏଲ୍ସିରେ ରହି ସ୍ୱାସ୍ଥ୍ୟ ଅବସ୍ଥା ତଦାରଖ କରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି ।

ଭୁବନେଶ୍ୱରର ପାନ୍ଥନିବାସରେ ଆଜି ଆୟୋଜିତ ସିଡିଏମ୍ଓ,ସିଏମ୍ଓ ଙ୍କ ସମ୍ମିଳନୀରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନିଦେ୍ର୍ଧଶ ଦିଆଯାଇଛି । ଏହାର ଖିଲାପ କରାଗଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ।

ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ଏହି ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ କାର୍ଯକ୍ରମ ସଂପର୍କରେ ସମୀକ୍ଷା କରାଯିବା ଯୋଜନା ରହିଛି ।

ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ସିଡିଏମ୍ଓ ତାଙ୍କ ଜିଲ୍ଲାରେ ସର୍ବନିମ୍ନ ୧୦ ଦିନ ଗସ୍ତ କରନ୍ତୁ । ଆମ ତରଫରୁ ଏହି ନିଦେ୍ର୍ଧଶ ଦିଆଯାଇଛି । ପ୍ରତି ଜିଲ୍ଲା ଦାୟୀତ୍ୱରେ ଥିବା ନୋଡାଲ ଅଫସରମାନେ ଏହାକୁ ମନିଟର କରିବେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ନୋଡାଲ ଅଫସର, ରାଜ୍ୟ ସରକାର, ସିଏମ୍ଓ, ସିଡିଏମ୍ଓ

ମାଧବୀଲତା ମୃତ୍ୟୁ: ସିଡିଏମ୍ଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ

November 9, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୯(ଓଡ଼ିଶା ଡ଼ଟ୍ କମ୍)-ଡାକ୍ତର ମାଧବୀଲତା ପ୍ରଧାନଙ୍କ ମୃତ୍ୟୁ ଘଟଣାରେ ପୁରୀ ସିଡିଏମଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ।

ତଦନ୍ତ ରିପୋର୍ଟରେ ସେ ଏଥିସହ ସରକାରଙ୍କୁ ମୃତ ମାଧବୀଙ୍କ ପରିବାରକୁ ଆର୍ଥିକ ସହାୟତା ଦେବାକୁ ମଧ୍ୟ ସୁପାରିଶ କରିଛନ୍ତି । ମହିଳା କମିଶନ ଅଧ୍ୟକ୍ଷା ଆହୁରି କହିଛନ୍ତ ଯେ ଯଦି ଦରକାର ପଡେ ସେ ଏମାମଲାରେ ସଂଗ୍ରହ କରିଥିବା କାଗଜପତ୍ର ସବୁ କ୍ରାଇମବ୍ରାଞ୍ଚ କୁ ମଧ୍ୟ ଦେବେ ।

ସେ କହିଛନ୍ତି ସିଡିଏମଓ ଯେଉଁ ବଦଳି କରିଥିଲେ ତାହା ଠିକ୍ ପ୍ରୋସେସରେ ସେ କରି ନାହାଁନ୍ତି । ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ପୋଷ୍ଟମଟମ୍ ପାଇଁ ଆସୁଥିବା ଅଚିହ୍ନା ଶବର ପରିଚୟ ପାଇଁ ବିଭିନ୍ନ ଗଣମାଧ୍ୟମକୁ ସାଙ୍ଗେସାଙ୍ଗେ ଦିଆଯାଉ । ଯାହାଦ୍ୱାରାକି ସେହି ଅପରିଚିତ ଶବକୁ ଲୋକେ ଚିହ୍ନି ପାରିବେ । ତେଣୁକରି ପରିବାର ଲୋକ ଅତି ନିକଟରେ ଥାଇ ମଧ୍ୟ ମାଧବୀଲତାର ଶବ ପାଇପାରିଲେ ନାହିଁ ।

ଏ ଘଟଣାକୁ ନେଇ ଏଆଇଡିଡବ୍ଲୁଏ ଉପସଭାପତି ତାପସୀ ପ୍ରହରାଜ ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ଯେ, ମହିଳା କମିଶନ ଯେଉଁ ତଦନ୍ତ ରିପୋର୍ଟ ଦେଇଛନ୍ତି କାହା ସ୍ୱାର୍ଥରେ । ଯାହା ଜଣାପଡୁଛି ଦଳୀୟ ବିଧାୟକଙ୍କୁ ସୁରକ୍ଷା ଦେବାପାଇଁ କରିଛନ୍ତି । ସେ ଜଣେ ଦଳୀୟ ନିଷ୍ଠାପର କର୍ମୀ ଭାବରେ ଜଣେ ଦଳୀୟ ନେତାଙ୍କୁ ସୁରକ୍ଷା ଦେଲେ ଆମର କିଛି କହିବାର ନାହିଁ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ବିଧାୟକ, ମହିଳା କମିଶନ, ମାଧବୀଲତା ମୃତ୍ୟୁ, ସିଡିଏମ୍ଓ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ