• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସିବିଆଇ ତଦନ୍ତ

ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନାର ସିବିଆଇ ତଦନ୍ତ ଦ।ବି

January 21, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୨୧(ଓଡ଼ିଶା ଡ଼ଟ୍ କମ୍) ସମଗ୍ର ରାଜ୍ୟରେ ମହିଳା ମାନଙ୍କ ଉପରେ ଯେପରି କ୍ରମାଗତ ନିର୍ଯ୍ୟାତନା ବୃଦ୍ଧି ପାଇଚାଲିଛି ସେନେଇ ଏହି ଘଟଣା ଗୁଡ଼ିକର ସିବିଆଇ ତଦନ୍ତ କରିବାକୁ ଦ।ବି ହୋଇଛି ।

ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସମିତି ଭଦ୍ରକ ଶାଖା ପକ୍ଷରୁ ସୂରଜିତା ନାୟକ ଓ ଚାରୁଲତା ମହାପାତ୍ର ଏବଂ ଅନ୍ୟମାନେ ଏନେଇ ତୀବ୍ର ଉ୍ବେଗ ପ୍ରକାଶ କରିଛନ୍ତି ।

ନିକଟରେ ବାଲିଆପାଳ,ପିପିଲି,ପାଇକମାଳ,ରାଜଗାଙ୍ଗପୁର କୋଳା ଏପରିକି ଭୁବନେଶ୍ୱର ଉପକଣ୍ଠରେ ମହିଳା ମାନଙ୍କ ଉପରେ ଅତ୍ୟାଚାର ଏହାର ଉାହରଣ ବୋଲି ସେମାନେ ଦର୍ଶାଇଛନ୍ତି ।

ଗଣଧର୍ଷଣ, ବଳାତ୍କାର, ହତ୍ୟା ଓ ନିର୍ଯ୍ୟାତନାର ଶିକାର ହେଉଥିବା ମହିଳାଙ୍କୁ ସରକାର ନ୍ୟାୟ ଦେବା ପରିବର୍ତେ କେବଳ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ତଦନ୍ତ ପ୍ରକ୍ରିୟାକୁ ବିଳମ୍ବିତ କରୁଛନ୍ତି, ସେମାନେ କହିଛନ୍ତି ।

ସରକାରଙ୍କ ନ୍ୟାୟ ପ୍ରଦାନ ପ୍ରକ୍ରିୟା ଏହାଦ୍ୱାରାଏକ ପ୍ରହସନରେ ପରିଣତ ହୋଇଛି । ଆଜି ପର୍ଯ୍ୟନ୍ତ ସରକାରଙ୍କପକ୍ଷରୁ ନିର୍ଯ୍ୟାତିତା ମହିଳା ମାନଙ୍କୁ ନ୍ୟାୟ ଦେବା ଉପଲକ୍ଷେ ଯେତିକି ବିଚାର ବିଭାଗୀୟ ତଦନ୍ତ କମିଶନ ଗଠନ ହୋଇଛି ତାହାର ସୁଫଳ ଏପର୍ଯ୍ୟନ୍ତ ମିଳିପାରିନାହିଁ ।

ତେଣୁ ନିର୍ଯ୍ୟାତିତା ମହିଳା ମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ସରକାର ଏକ ନିର୍ଦ୍ଧିଷ୍ଟ କାର୍ଯ୍ୟର୍କ୍ରମ ଗ୍ରହଣ କରିବାକୁ ଦ।ବି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନିର୍ଯ୍ୟାତନା, ସିବିଆଇ ତଦନ୍ତ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ